Skip to main content

Posts

Showing posts from January, 2024

*---ଚୁକ୍ତି*---

*---ଚୁକ୍ତି*--- ଚାଲନା.. ମୁଁ... ତୁ... ଅହଂ ସମାଧିରେ ଶାନ୍ତି ର ଚୁକ୍ତି ସ୍ବାକ୍ଷର କରିବା, ବେପରୁଆ ଢଙ୍ଗରେ ହଉ ପଛେ  ନିଶ୍ଚିନ୍ତ ରେ ଟିକେ ଶୋଇବା, ଏ ବିକ୍ଷିପ୍ତ ଜୀବନରେ ବର ଗଛର ଓହଳକୁ ଆଉ ଟିକେ ମଜବୁତ କରିବା ସାଧନାର ଅନ୍ତ ନାହିଁ କି ଜ୍ବଳନ, ବିକ୍ଷୋଭର ଅନ୍ତ ନାହିଁ ନିରବତାର ଅନ୍ଧ ଡାଇରୀ ରେ  ସନ୍ଥ ଟିଏ ହୋଇ ବତୀଘର ହବା.. କ୍ରାନ୍ତିକାରୀ ବିପ୍ଳବ ବହ୍ନିରେ  ଶୀତଳ ପ୍ରଲେପ ଲେପିବା  ଆଲୋକର ମଙ୍ଗ ଧରି  ଏକକୋଷ ବୀଜ ହୋଇ  ଶତ ସୂର୍ଯ୍ୟ ର ସୌର୍ଯ୍ୟ ନେଇ  ଶାନ୍ତି ର ବାର୍ତ୍ତା ଭରିଦେବା  ମେରୁ,ମରୁ,ନଭ,ଗିରି,କାନନ ଚାଖଣ୍ଡେ ମଣିଷ,  ଚାଖଣ୍ଡେ ଭୂଇଁ, ଚାଖଣ୍ଡେ ପେଟ ଢୋକେ ଢୋକେ ପାଣି ପିଇସାରା ଆକାଶ କୁ  ପିନ୍ଧେଇବା ବିଶ୍ବାସ ର ବସ୍ତ୍ର ଦେଖିବ ଖୁସି ସବୁ ଡେଣା ମେଲି  ଉଡି ଆସିବେ  ହୃଦୟର କନ୍ଦି , ବିକନ୍ଦିରୁ ବଉଦ ପଛରେ ଦେବତା ମାନେ ମୁହଁ ଟୁଙ୍ଗାରି ଶାନ୍ତି ର ନିଃଶ୍ୱାସ ନଉଥିବେ, ଆବେଗ ଅତି ଶଯ୍ୟାରେ  ଚାରି କେ ଚାରି ହୋଇ ସୃଷ୍ଟି ହବ ନୂଆ ଏକ ସାମ୍ରାଜ୍ୟ ପୂର୍ଣ୍ଣଚନ୍ଦ୍ର ର ପୂର୍ଣ୍ଣ ଅବୟବରେ  ପ୍ରସ୍ଥ ପ୍ରସ୍ଥ ହୋଇ ଖୋଲିଯିବ  ମାଟି,ଆକାଶ,ଅନ୍ତରୀକ୍ଷ ଆପଣାର ଆଲୁଅ ରେ  ନଥିବ ଅଭିଶପ୍ତା ଜୀବନ ଚାଲନା.. ଏଇ ନୂଆବର୍ଷ ରେ  ସଂଜୀବନୀ ର ଅମୃତ ଝରାଇ ମାଟିର ଦୈବୀ ଶକ୍ତି ରେ  ଭରିଦେବା ଖୁବ ସମ୍ଭ୍ରାନ୍...