Skip to main content

Posts

Showing posts from August, 2021

ଶେଷ ଚିଠି

ଆମେ ଜାଣିଛେ ଆଗରୁ ଚିଠି ଗୋଟେ ସାଧନ ଥିଲା ସେଇ ଚିଠି ମାଧ୍ୟମରେ ସମସ୍ତେ ନିଜ ନିଜର ଦୁଃଖ ସୁଖ ଭଲ ମନ୍ଦ ପ୍ରକାଶ କରି ପାରୁଥିଲେ ସେଇ ସମୟରେ ଗୋଟେ ଦୁଃଖିଆରି ସ୍ତ୍ରୀ ତା ଯବାନ ସ୍ବାମି ଯିଏ କି ଦେଶ ରକ୍ଷା ପାଇଁ କୋଉ ଦୂର, ଅକିଞ୍ଚନ ଯାଗାରେ ଅଛନ୍ତି  ତା ପାଖକୁ ତା ସ୍ତ୍ରୀ କେମିତି ନିଜର ଭାବ ପ୍ରକାଶ କରୁଛି ଚିଠି ମାଧ୍ୟମରେ ତାରି ଉପରେ ମୋର କବିତା *ଶେଷ ଚିଠି* ମୋ କବିତାର ଶୀର୍ଷକ ହେଲା *ଶେଷ ଚିଠି* *.....ଶେଷଚିଠି ....* ମତେ ଜଣା ନାହିଁ  କାହିଁକି ମୋ ଶଦ୍ଦଙ୍କ ଭିତରେ ଘୋର ଅନ୍ଧକାର ଆଜି ଜଣାନାହିଁ କୋଉ ଉଚ୍ଚକିତ ଶବ୍ଦ ଲିପି  ଯେଉଁଥିରେ କାବ୍ୟ କବିତା ଲେଖା ହୁଏ ତାକୁ ନେଇ ଲେଖିବି ମୋ ଶେଷ ଚିଠି ଶବ୍ଦ ଆଜି ଦିଗହରା, ଟଳମଳ ନିର୍ଲିପ୍ତ ଆକାଶରେ ଭୀରୁତା ର ଭୟ ଜାଣି ପାରେନା ମୁଁ ବିବେକର ଭାଷା ଆତ୍ମା ଡାକେ ରକ୍ତ ମାଂସ ଶରୀର କୁ ଜାଣେନା ଆଲୁଅ ଆଜି କୋଉଠି ଶୁଏ ଟିକି ଟିକି ବାୟା ଚଢ଼େଇ ବସାରେକି ଗହଳ ପତ୍ର ର ଶବୁଜ ମୁକୁଟରେ ନା ତୁମ ପ୍ରେମର ପ୍ରଥମ ସଜଡ଼ା ଚିଠିରେ ମୁଁ କିନ୍ତୁ ମୋ ଶବ୍ଦ ରେ ଚିରକାଳ ମିଶିଯାଏ ଲେଖିବାକୁ ଅନ୍ତରର କୋହ ଭରା ଚିଠିଟିଏ। ଲାଗେ ସତେ କୋଉ ଉପରାନ୍ତ ଗ୍ରହ ରୁ ମୁଁ ଚାଲି ଆସିଛି ଅଛି ଅଜସ୍ର କାମନା, ଦୁଃଖଙ୍କର ତୀବ୍ର କୋଳାହଳ ଏକ ସୀମା ହୀନ ଅଶାନ୍ତି ର ଗୁଣୁ ଗୁଣୁ ସ୍ମୃତି ସକାଳକୁ ଛୁଇଁ ଅନ୍ଧାର ଆଲୁଅ କୁ ବିଲୀନ କରିଛି। ଭୟ ମୋର ଛୋଟ ଆଲିଙ୍ଗନ ଟିଏ ଦେଖୁଥାଏ,ଚାଲୁ...

ଅଗଷ୍ଟ ପନ୍ଦର

ଆହେ ତୁମେ ଅଗଷ୍ଟ ପନ୍ଦର ଆସୁଅଛ ସବୁ ବର୍ଷ ଦେଖେଇ ସ୍ବାଧୀନତାର ମାନ ଗାନ୍ଧୀ ନେହେରୁ ଙ୍କ ଅଭୂଲା ପ୍ରେମ ବର୍ଷ ବର୍ଷ ଇତିହାସ ଧରି ଗଢୁଛ ନୂଆ ସୋପାନ। ଜାତି ଧର୍ମ ଏକତାର ପାଠ  ପଢାଇଛ ତୁମେ ଦିବା ରାତ୍ର କିନ୍ତୁ ନିଷ୍ପେସିତ ଶୋଣିତ ଶରୀର ମରିଚିକା ଆଶାକଇଁ ତଳେ ସହୁଅଛି ନିର୍ଯ୍ୟାତନାର ଭାର। ଆଜି ସିନା ଦେଶ ସ୍ବାଧୀନ ତଥାପି ଛଳନା ବନ୍ୟାରେ ପ୍ଲାବନ ବୁଭୁକ୍ଷିତ ଆପେକ୍ଷିତ କୃଷି ଆତ୍ମହତ୍ୟା କରେ ହୋଇ କିନ୍ତୁ ଉପାୟ ହୀନ। ଉତ୍ତପ୍ତ ରକ୍ତ ରେ ଗଢା  ଆମର ଏ ଆସେଂମ୍ଳି ଭବନ ଚାଲିଥାଏ  ଖାଲି  ଶୋଷଣ ଭାଷଣ ଦେଶ ଜନ ହିତ ପାଇଁ  ଦେଖାନ୍ତି  ସ୍ବାଧୀନତା ର ପଣ। କପାଳରେ ବିଭୁତି କୁ ମାରି ଖାଦି ବସ୍ତ୍ର ପରିଧାନ କରି ଦେଇଥାନ୍ତି ଆଶ୍ବାସନାର ବାଣୀ ଦୁଃଖ  ସବୁ ଆମେ ନବୁ କିଣି। ମାନ୍ୟବର ନେତା ଶିଳ୍ପପତି କିଣି ନ୍ୟନ୍ତି ଜନତା ବିଶ୍ବାସ ଢାଳିଦେଇ ସୁବର୍ଣ୍ଣ କଳସ ଫୁଟାଇବେ ସତେ ଧାରେ ମୁଖେ ହସ। ଗଢ଼ି କୁଟୀର ,ମେଢ ଓ ମଣ୍ଡପ ଭାଷଣ ବର୍ଷୁଥାନ୍ତି ନିତ୍ୟ ସତେ ଦେଇ ଭୂମି ଅଧିକାର କେହି ନୁହେଁ ମାଲିକ ଓ ଭୃତ୍ୟ। ପାଟ ପଟୁଆର ନେଇ ଯେ ସହରେ କେତନତ ଉଡାନ୍ତି ମୋଟରେ ଭରସାର ବୀଜ ବୁଣି ସଧୀରେ ଜିତିଥାନ୍ତି ଅଧିକ ଭୋଟରେ। ମମତାର ଆଞ୍ଚଳ ବିଛାଇ ଜୋଡ ହସ୍ତେ ଦାଣ୍ଡେ ଉଭାହୋଇ କଣ୍ଠ ତାଙ୍କ ବାଜଇ ଆହୁଲା ପାଲଟନ୍ତି ଜଗତ ଗୋସାଇଁ। ଶୁଣ ହେ ଅଗଷ୍ଟ ପନ୍ଦର ଦେଖ ବାରେ ମଣିଷର କାଳ ଆକାଶ ନୟନ ପଲକେ ଚନ୍ଦ୍ରତା...

ଯୌବନ

ହେ ପ୍ରୀୟ ଯୌବନ.... ତୁମେ ଯେବେ ଆସିଥିଲ ନିଶିଥ ରେ ପାଦ ଥାପି ଥାପି, ମୋର ଦେହ ମନ ଭରି, ଏକ ଅଭିସାରିକା ପରି, କଣେ କଣେ ଭରିଦେଲ ଅତୁଳ ଉଚ୍ଛ୍ୱାସ, ନୀରବେ ସଂଚରିଲ ମନ୍ଦାକିନୀ ହସ, ଗହନ ବନେ ଜାଗିଦେଲ କଳ୍ପନା ବିଳାସ। ଅଭ୍ୟୁଦିତ ପ୍ରେମେ ହେଲି ମୁଁ ଉଲ୍ଲସିତ, ଉଦବେଳିତ ମନୋଭାବ  ହେଲା ସ୍ପନ୍ଦିତ,ସ୍ଫୁରିତ, ପ୍ରତେ ହେଲା ଶ୍ୟାମଳା ଧରା ମୁଖେଧାରେ ମଧୁ ନିର୍ଝରିତ। ନୀଳ କୁନ୍ତଳେ ଆନମନା ବରଷାରେ... ପାଇଲି ଯେବେ ମଧୁରସ ଇଛା ହେଲା ମେଣ୍ଟିଦେବି ସାତ ସମୁଦ୍ର ର ଶୋଷ, ରଜନୀ ଗନ୍ଧାର ଖିଲି ଖିଲି ହସେ ଲଂଘିଯିବି ମହାଶୂନ୍ୟ ଥିଲା ମୋ ବିଶ୍ବାସ। ଜୋଛନା ସୁନ୍ଦରୀ ତା ମୁକ୍ତାଭରା ଯୌବନ ମନେହେଲା ଅଗ୍ନି ମୋତେ କରିବନି ଦହନ, ମନେ ହେଲା ମୃତ୍ୟୁ ମତେ କରିବନି ଆସନ୍ନ, ଚୀର ଅମର ମୁଁ  ଅଟେ ମୁଁ ଅମ୍ଳାନ, ଭସାବାଦଲ ରେ ଭସା ଭସା ବର୍ତ୍ତମାନ ଭବିଷ୍ୟ ପାହାନ୍ତି ଥିଲା ସେ ଉଜ୍ଜ୍ୱଳମାନ । ଅଟେ ମୁଁ ଚୀର ଶାଶ୍ଵତ  ପ୍ରେମ ର ପ୍ରତୀକ ମୁଁ  ହେଲି ଆପ୍ୟାୟିତ, ଆହ୍ଲାଦିତ ହୃଦ ହେଲା  ପାଇ ତବ ପ୍ରୀତି ସ୍ବାଦ। ହେ ଯୌବନ.... ସୂର୍ଯ୍ୟ ର ସୁନ୍ଦରତା ପରି  ଥିଲ ତୁମେ ତେଜିୟାନ, ଚନ୍ଦ୍ର ର ଶୀତଳତା ପରି ଥିଲ ତୁମେ ମହୀୟାନ। ଉଷାର ଆକାଶ ପରି କଲ ମନ ରଙ୍ଗାୟିତ, ସ୍ବପ୍ନର ଜାଲ ବୁଣି ହେଲି ବିହ୍ବଳ, ଚକିତ ମୋ ମନ କଦମ୍ବ ରେ ବଜାଇଲ ବଂଶୀ ସୂନ ଦେଖିଲି ମୁଁ ବସନ୍ତ ର ଆଗମନ,  ଘାସ ପାଦରେ ଘୁଙ୍ଗୁର ଲଗେଇ ଶ...

ବର୍ଷା

ହେ ବର୍ଷା..... ଆଜି କାହିଁ ତୁମେ ଆନମନା... ଆସ ଆସ ଅବତରି ଏ ଶ୍ୟାମଳ ସୁନ୍ଦର ମର୍ତ୍ତ୍ୟେ ତୁମ ବିନା ଦୁର୍ବିସହ ଏ ଜୀବନ ସତେ ଛଅ ଋତୁ ବନ୍ଧନେ ବନ୍ଧା ଏ ଜୀବନ ଶୂନ୍ୟତା କରେ ରାଜୁତି ଦୀନରିକ୍ତ ଅକର୍ମଣ୍ୟ। ନିଦାଘ କଲା ମର୍ମାହତ ବସୁଧା କରୁଛି ରୋଦନ କପାଳେ ଦେଇ ତା ହାତ ବିଦଗ୍ଧ ଜ୍ବାଳା ରେ ଜୀବ  କରେ ହା ହା କାର... ସବୁ ଆଜି ନିର୍ବାହିତ ଚତୁର୍ଦ୍ଦିଗେ ଶୁଭୁଛି କରୁଣ ଚିତ୍କାର। ଆସ ଆସ ବର୍ଷା ସମୟ ଯାଉଛି ଯେ ଚାଲି ଝର ଝର ସ୍ବେଦ ତୁମ  ଆକଣ୍ଠେ ଦେବୁ ବୋଳି ନାଚିଲାଣି ତୃଷାର୍ତ୍ତ ଚାତକ ରୌଦ୍ର ଆଙ୍କୁଶେ ଥିଲା ସେ ମଉଳି। ତୁମ ବିନୁ ମାଟି ଦିଶେ ଶୁଖା ଶୁଖା ନିରବେ ଅନ୍ଧକାରେ ମୁହଁ ଗୁଞ୍ଜେ ଫାଟି ପଡ଼ିଛି ତା କପାଳ ରେଖା। ତବ ମହାସ୍ପର୍ଶ ଦିଅ ଗୋ ଥରେ  ବର୍ଷା ପୁଲକିତ ବସୁନ୍ଧରା ମେଣ୍ଟାଇବ ତୃଷା। ସଞ୍ଚରିବେ ଦ୍ରୁବାଦଳ ତୁଠେ ଶୁଭିବ ଗହଳ ଚହଳ ତୁମ ସଙ୍ଗୀତ ମୂର୍ଚ୍ଚନା ଗାଇବ କାବ୍ୟ କଲ୍ଲୋଳ। ଆଗମନେ ତୁମ ବାଜିବ ଶଂଖ ମହୁରୀ ଗଗନେ ପଡିବ ଗହନାଦ ହୁଳହୁଳି। ପୁଷ୍ପ ବଧୁ ହସି ହସି କରିବେ ବନ୍ଦନ, ତୋଳିବ ମୂର୍ଚ୍ଛନା ଶ୍ୟାମଳୀ ସୁନ୍ଦରୀ ମନ, ମେଘମାଳା ସବୁ ଝୁଲିବେ ଝୁଲଣ, ଇନ୍ଦ୍ରଧନୁ ନଭେ ଆଙ୍କିବ ଚୁମ୍ବନ। ହୃଦେ ଭରି ଆଶାର ସଂଗୀତ, ମାଟି ମା ଦେଖିବ ପର୍ବତର ନୃତ୍ୟ। ଆଷାଢ଼ ଗଲାଣି ଚାଲି ଆସ ଆସ ତୁମେ ଫେରି ମୃତ୍ୟୁଞ୍ଜୟ ମନ୍ତ୍ର ଉଚ୍ଚାରି ଶ୍ରାବଣ ସହ ବାନ୍ଧିବ ଡୋରି। ହେ ବର୍ଷା ରାଣୀ  କର ତୁମେ ଅନନ୍ତ...