[27/01, 10:01 pm] Minakshi Dwivedy: ନିସର୍ତ୍ତ ରେ ସବୁ ମାନି ତ ନେଇଛି ତୁମ ଅନ୍ତସ୍ବର ବାର୍ତ୍ତା ପ୍ରଶାନ୍ତି ର ପଥ ବାଛି ଯେ ନେଇଛି ମନରେ ନ ରଖି ଚିନ୍ତା। ଜନମ ମରଣ ସ୍ଥିରତା ସ୍ପନ୍ଦନ ତୁମେ ତାର ତ୍ରାଣ କର୍ତ୍ତା ଆଶ୍ରିତା ଯେ ତୁମ ପଦାରବିନ୍ଦେ ତୁମର ହିଁ ଅନୁଗତା। [28/01, 10:52 am] Minakshi Dwivedy: ତୁମରି ପରଶ କରିଛି କିମିଆଁ ତନୁ ଶିହରଣ ଜାଗେ କସ୍ତୁରି ଚନ୍ଦନ ମହକେ ହୃଦୟ ପ୍ରିତୀ ଫୁଲ ସ୍ପର୍ଶ ମାଗେ [29/01, 9:19 am] Minakshi Dwivedy: ଭକ୍ତି , ପ୍ରେମ ମୋର କରିବ ମିଶାଣ.... ରାଗ, ହିଂସା ମନୁ କରିବ ଫେଡାଣ... ଦୁଃଖ, ଦାରିଦ୍ର୍ୟ ମୋ କରିବ ହରଣ... ଆଶୀର୍ବାଦ ତବ କରିବ ଗୁଣନ.... ନିତି ହସୁଥାଉ ଏଇ ମନୋପବନ..... ହେ ଚକାନୟ.... ତବ ଶ୍ରୀପୟରେ ପଡୁଛି ଶରଣ