ମୁକ୍ତ ଆକାଶ ତଳେ ବସିଥିଲି ଏକା, ପ୍ରଶ୍ନ ଥିଲା ହଜାର, ଉତ୍ତର ନଥିଲା କିଛି ପବନ ଫୁସୁଫୁସାଇ ଦେଉଥିଲା ସାନ୍ତ୍ବନା, ତା' ପ୍ରତିଟି ଛୁଁଆ ମୋ ହୃଦୟ କୁ ଛୁଇଁ ଯାଉଥିଲା। ତାଳ ଗଛ ତଳେ ଛାଇ ଏକ ସାଙ୍ଗ ହେଲା, ସେ କହିଲା ନାହିଁ କିଛି, କିନ୍ତୁ ମୁଁ ବୁଝିଗଲି ଥିଲା ଏକ ଅଭିନ୍ନ ସାଥୀ, ଏକ ଅଦୃଶ୍ୟ ଭାବେ, ମୋ ପଦଚିହ୍ନରେ ଲେଖିଲା ଏକ ଅଦୃଶ୍ୟ ଅର୍ଥ। ମୁଁ ଚାହିଁଲି ଏକ ଆଲୋକ, ଏକ ଉତ୍ତର, କିନ୍ତୁ ଆକାଶ କହିଲା— "ନିଜକୁ ଖୋଜ, ସେଠି ମିଳିବ ସତ୍ୟର ରହସ୍ୟ।" ଜୀବନ କେବଳ ଗନ୍ତବ୍ୟ ନୁହେଁ, ଏକ ଯାତ୍ରା, ଯେଉଁଠି ପ୍ରତ୍ୟେକ ଛାଇ ବି କଥା କହିଥାଏ ଆତ୍ମାର ଭାଷା। ମିନାକ୍ଷୀ ଦ୍ବିବେଦୀ ୭୯୭୮୦୮୨୮୩୪ ଗୁରୁ ଗ୍ରାମ