[31/10, 11:20 am] Minakshi Dwivedy: କୁଆଁର ପୁନେଇଁ ଜହ୍ନ...!!! ଦେଖ ହସେ କିରି କିରି, କୁଆଁରୀ କନିଆକୁ ଚାହିଁ ବସିଅଛି ମନ କରିନେବ ଚୋରି। ଅଲାଜୁକ ଜହ୍ନ ତାରକା ମେଳରେ... କରୁଅଛି ରାସଲୀଳା, ସୁନ୍ଦରୀ କାୟା କୁ ଦେଖି ସେ ମରତେ ବୁଡି ଲାଣି ତାର ଭେଳା। ଜୋଛନା ପଠାଏ ତାର ପ୍ରୀୟ ସଖୀ କହିବ ଗୋପନ କଥା, କୁଆଁରୀ ମନକୁ ଛନ ଛନ କରି ଶୁଣିବ ତାଙ୍କ ପ୍ରେମ ଗାଥା। ପାଇବାକୁ ତାକୁ କେତେ ଅଭିଆଡି କରନ୍ତି ଉପାସ ବ୍ରତ, ପ୍ରୀତି ପୂର୍ଣ୍ଣା ଜହ୍ନ ହୁଏ ଯେ ଉଚ୍ଛନ୍ନ... ସୁନ୍ଦରୀ ମେଳ ରେ ସେତ। ଏପଟେ ତାରକା ସେପଟେ ମଲ୍ଲିକା ମନ ଦୋହଲୁଛି ଖାଲି, ବିଚାରି କଇଁ ର ଲୁହ ସୁଖୁନାହିଁ ଜହ୍ନ ଧୋକା ଦିଏ ବୋଲି। ଆହାରେ ସମୟ...!!! ରହିଯା ଟିକିଏ... ଦେଖିଯା ଜହ୍ନ ର ନାଟ କିଏସେ ଜିତୁଛି, କିଏସେ ହାରୁଛି, କିଏ ପିନ୍ଧିବ ପ୍ରେମ ପାଟ। [31/10, 6:54 pm] Minakshi Dwivedy: ପ୍ରୀତି ସ୍ନିଗ୍ଧା ହୋଇ ଫଗୁଣେ ହଜିଲି ପ୍ରୀତିଲଗ୍ନା ହୋଇ ଶ୍ରାବଣେ ଭିଜିଲି ପ୍ରୀତି ଫୁଲ ନେଇ ମଧୁ ବରଷିଲି ପ୍ରୀତି ର ସାଗରେ ସୌଧ ଗଢିଲି ପ୍ରୀତି ଜୋଛନା ରେ ସପନ ଦେଖିଲି ପ୍ରୀତି ଗହଣା ରେ ଅଙ୍ଗ ସଜେଇଲି। ପ୍ରୀତି ର ପରଶ ଯେବେ ମୁଁ ପାଇଲି ପ୍ରୀତି ଦୁନିଆ ରେ ପୁରା ମଜ୍ଜିଗଲି।