Skip to main content

Posts

Showing posts from March, 2022

ଶୁଭେଚ୍ଛା ବାର୍ତ୍ତା

ପ୍ରତିଶୃତି ( ନୂଆ ସକାଳର ସଂପର୍କ) ଏ ବର୍ଷର "ମାଟି ବିଶେଷାଙ୍କ" ଏକ ଅନନ୍ୟ ସୃଷ୍ଟି।  ସମସ୍ତ ଙ୍କ ଶେଷ ପରିଣତି ମାଟିରେ ହିଁ ମିଶିବା। "ମାଟି"ର ଯେମିତି ଛୋଟ,ବଡ ,ଉଚ୍ଚ, ନୀଚ୍ଚ କିଛି ଭେଦ ଭାବ ନ ଥାଏ,  ତାର ଅଭୁଲା ପ୍ରୀତି ଆତ୍ମା କୁ ଓଟାରୁଥାଏ, ସେମିତି ଆମ ପ୍ରତିଶୃତି ପରିବାର ସମସ୍ତ ଙ୍କୁ ତା ହୃଦୟ ରେ ଯାଗା ଦେଇଥାଏ। ଦୁଇଟି ପଂକ୍ତି ଏଇ ପ୍ରତିଶୃତି ପାଇଁ.... ପ୍ରତିଶୃତି ଆଣେ ନୂତନ ଝଂକାର ନବ ଉନ୍ମାଦନା ଖେଳେ, ଏକତାର ଗିତି ଗାଇ ଆନନ୍ଦ ରେ ସଂଗୀତ ମୂର୍ଚ୍ଛନା ତୋଳେ।। ଶଦ୍ଦ ଉହାଡରେ ଖେଳେ ଲୁଚକାଳି କେତେବେଳେ ଧରାଦିଏ, ଶଦ୍ଦ ସାଗର ରୁ ଅମୃତ ଝରାଇ କାବ୍ୟ,କଥା ରଚିଯାଏ। ଦୂର ଦିଗନ୍ତରେ ଉଦିତ ସୂରୁଜ ପ୍ରତିଛବି ଆଙ୍କୁ ଥାଏ, ସପନ ତୁଳି ରେ ଛନ୍ଦାୟିତ ହୋଇ ପ୍ରତିଶୃତି ରୂପ ନିଏ। ପୀରତି ରେ ବନ୍ଧା ଆମ ଚଲାପଥେ  ନ ଲାଗୁ ଶିଉଳି କେବେ, ରଙ୍ଗ ଭାଷା ଦେଇ ସଜଳ ରଖିବା  ପୀୟୂଷ ଝରାଇ ଆମ୍ଭେ। ପ୍ରତିଶୃତି ପରିବାର ସମସ୍ତ  ଗୁଣୀଜନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ସମସ୍ତ କର୍ମକର୍ତ୍ତା ଓ କର୍ମକର୍ତ୍ତୀ  ଙ୍କୁ ମୋର ବିନମ୍ର , ଆନ୍ତରିକ ପ୍ରଣାମ। ବିଶେଷତଃ ଏହି ପରିବାର ର ମେରୁଦଣ୍ଡ  ଯିଏ କି ଖରା, ବର୍ଷା କୁ ଖାତିର ନ କରି ନିଜ ଉଦ୍ୟମ ବଜାୟ ରଖିଛନ୍ତି ମୋ ସାନ ଭାଇ ଯଥା ସମସ୍ତ ଙ୍କ ଭାଇ "ସ୍ମୃତି ରଞ୍ଜନ ତ୍ରିପାଠୀ" ଓ ସେଇ ମହିୟସୀ ମହିଳା "ସସ୍ମିତା ମହାପାତ୍ର...

ବିରହ ବେଦନା

*ବିରହ ବେଦନା* ଏକୁଟିଆ ଥିଲି ଏହି ଦୁନିଆରେ  ନଥିଲା ମୋହର ଦୁଃଖ, ଯେବେଠୁ ମୁଁ ତତେ ଭଲ ପାଇଲି ଲୋ ଦୂର ହୋଇ ଗଲା ସୁଖ।  ଭଲ ପାଇବାର ଅଭିନୟ ସାରି କରିଦେଲୁ ମତେ ପର, ଭଣ୍ଡି ଦେଇ ମତେ ଦୂର ହେଇଗଲୁ ହୃଦୟ କୁ ଚିରି ମୋର। ପ୍ରତାରଣା ତୋର ବୁଝି ପାରିଲିନି ବିଶ୍ବାସ ରେ ଦେଲୁ ବିଷ, ଛିଃ ହୋଇଗଲା ଏ ସାରା ସଂସାର ବଂଚିବାକୁ ନାହିଁ ଆଶ। ତୋ ଶଂଙ୍ଖା ସିନ୍ଦୁର କିଏ କିଣି ନେଲା  ବିକିଦେଲୁ ତୋର ମନ ଗରିବ ବୋଲି ମୁଁ ଛଳନା କରିଲୁ ଦେଖାଇଲୁ ମିଛ ସପନ। ସୁପ୍ତ ଜୀବନ ମୋ ରୋମାଞ୍ଚିତ କଲୁ  ପ୍ରୀତିର ଝଂକାର ତୋଳି, ବିରହରେ ତୋର ଲୁହରେ ଭିଜୁଛି ମନ ମୋ ଯାଇଛି ଜଳି।  ଆସିଯାଲୋ ଗୋରୀ ବଧୂ ବେଶ ହୋଇ ପ୍ରେମର ପ୍ରଦୀପ ନେଇ ମୋ ଅଗଣାର ତୁଳସୀ ମୂଳରେ ସଞ୍ଜବତୀ ଦେବୁ ତୁହି। ବିଜନ ବେଳାରେ ଝୁରୁଛି ଲୋ ତତେ ସାଗର ଆଖିରେ ପାଣି, ଆସିଯା ସୁନ୍ଦରୀ ମୋ ପ୍ରୀତି ବନାନୀ କୁ କରିଦେବି ତତେ ରାଣୀ।

ଅଜଣା ରାଇଜ ଶିଶୁ କବିତା✓

*ଅଜଣା ରାଇଜ* ଯାଇଥିଲି ଦିନେ ମୁଁ ଅଜଣା ରାଇଜେ ମନେ ରଖି କେତେ ସ୍ପୃହା। ଦେଖିବି ଈଶ୍ୱର ଏ ବେନି ନୟନେ ମନ ଭରିଯିବ ଆହା। କଲି ପ୍ରଦକ୍ଷଣ ସୌର ମଣ୍ଡଳ ରେ  ଦେଖିଲି ତାରକା, ଗ୍ରହାଣୁ ପୁଞ୍ଜ ନିରିକ୍ଷା,ପରୀକ୍ଷା କଲି ଚତୁର୍ଦ୍ଦିଗେ  ବେଳ ହୋଇଗଲା ସଞ୍ଜ। ଦେଖିଲି ସୁଦୂରେ ପିତା ମାତା ମୋର ବସିଛନ୍ତି ମୁହଁ ମାରି  ଆକୁଳେ ବିକଳେ କହିଲି ମୁଁ ତାଙ୍କୁ ଆସ ତୁମେ ଥରେ ଫେରି। ଖୁସି ହୋଇ ଦୁହେଁ  ଆଉଁସଇ ଦେଲେ  ଭିଜା ଭିଜା ଆଖି କରି  ବୋଉର ପଣତେ ଶୋଇଗଲି ମୁଁ  ଚିନ୍ତା ସବୁ ଦୂର କରି। ଦେଖିଲି ସପନେ ସୁନ୍ଦର କୁଟୀର ଅଛୁ ଆମେ ତିନି ପ୍ରାଣୀ ବଳେଇ ଗେଲେଇ ଖୋଇ ଦେଉଛନ୍ତି ଶୁଣେଇ ପରୀ କାହାଣୀ। ଅଝଟ ହଉଛି ଦୁହିଁଙ୍କର ପାଖେ  ଆସିବାକୁ ସାଥେ ମୋର, ଭଲ ଲାଗୁନି ଆଉ ଆମରି ରାଇଜ କରି ଦେଇଛନ୍ତି ପର। କଇଁ କଇଁ କାନ୍ଦି  ନେହୁରା ହଉଛି  ଯିବିନି ମୁଁ ନିଜେ ଫେରି, ରହିବି ସାଥୀରେ ତୁମ ଦୁହିଁଙ୍କ ର ଛୋଟ ସ୍ଥାନ ଦିଅ କରି। ରାଗି ଯାଇ ଦୁହେଁ ଲୁପ୍ତ ହୋଇଗଲେ  ଖୋଜି ଆଉ ପାଇଲି ନାହିଁ ଦୌଡୁ ଦୌଡୁ ମୋ ନିଦ ଭାଙ୍ଗିଗଲା  ଗଳି ପଡ଼ିଛି ଖଟରୁ ମୁହିଁ।

ବସନ୍ତ ତୁମେ ଗଲା ପରେ ପରେ

*ବସନ୍ତ ତୁମେ ଫେରିଗଲା ପରେ* ବସନ୍ତ ଗୋ ତୁମେ ଫେରିଗଲା ପରେ ମୁର୍ହୂ ମୁର୍ହୂ ନାହିଁ ବାସ ଖୋଜୁଛି ମୁଁ ତୁମ ପ୍ରେମ ଆଲିଙ୍ଗନ ରାତି ହୋଉଅଛି ଶେଷ। ତପ୍ତ ଜୀବନରେ  ଭରିଦେଲ ପ୍ରେମ ହୋଇ ମଧୁଝରା ନିର୍ଝରଣୀ, ରଙ୍ଗର ଫୁଆରେ ଭିଜାଇ ଗୋ ଦେଲ  ହସିଲା ପ୍ରକୃତି ରାଣୀ। ଶୁଷ୍କ ମରୁଭୂମି ମରିଚୀକା ଆଙ୍କେ ନିଦାଘ କରଇ ରାଜୁତି, ଆକାଶର ଆଖି ଯାଇଅଛି ସୁଖି କମ୍ପୁଛି ତା ହୃଦୟ ଛାତି। ନୀରବ ନିର୍ଜନେ ମାଟିରୁ ଆକାଶ  ଝାଞ୍ଜି ବହେ ସାଇଁ ସାଇଁ, ବସନ୍ତ ଗୋ ତୁମେ ଗଲା ପରେ ପରେ ଲୁଚି ଲୁଚି କାନ୍ଦେ ମହୀ। ରୌଦ୍ର ଉତ୍ତାପ ବଢ଼ି ବଢ଼ି ଯାଏ ମିଟେ ନାହିଁ ତା'ର ତୃଷ୍ଣା କୋଇଲିର କୁହୁ ମଧୁର ଗୁଞ୍ଜନ  ନାହିଁ ଆଉ ଫୁଲର ବାସ୍ନା। ମଧୁବାସ ଆଜି ନିରବେ ଖୋଜୁଛି ବସନ୍ତ କୁ ଝୁରି ଝୁରି ଶରୀରର ତାତି ଖୋଜେ ଶୀତଳତା ମହୁଲ ନିଶାରେ ଭରି। ବିରହଣୀ ଆଜି  ତୁମ ସ୍ମୃତି ପଖାଳେ ନିଦାଘ ଶେଯ ରେ ବସି ଆଷାଢ଼ ଅଶ୍ରୁ ରେ ପ୍ରେମ ମନ୍ଦାକିନୀ ଖୋଜୁଅଛି ଦିବା ନିଶି ।

ଓଡ଼ିଆ ଜାତ( ଶିଶୁ କବିତା)✓

ସାଗର ପରି ଉଦାର ସିଏ ଆକାଶ ପରି ତା ଛାତି, ସଲିଳ ବନରେ ଫୁଟାଏ ସେ ପଦ୍ମ ଗାଇ ମଧୁ ରସ ଗୀତି, ପଶ୍ଚିମ ଶୈଳେ ନଇଁଲେ ସବିତା ଜାଳଇ ସଂଜବତୀ କେହି ନୁହେଁ ସେ ଏ ଧରା ପୃଷ୍ଠରେ ଆମର ଓଡ଼ିଆ ଜାତି। ସୁପ୍ତ କଳିରୁ କଳଙ୍କ ପୋଛି ଭରିଦିଏ ସେ ସ୍ପନ୍ଦନ, ଅମୃତ ଲେପି ଅସୀମ ନୟନେ ସଂଚାର କରଇ ପ୍ରାଣ, ଐକ୍ୟ କଣ୍ଠେ ଗାଏ ଅସୀମ ସଂଗୀତ ସୁମନ ଜୀବନ ଜଗତୀ, କେହି ନୁହେଁ ସେ ଏ ଧରା ପୃଷ୍ଠାରେ ଆମର ଓଡ଼ିଆ ଜାତି। ଜଗାର ସୌରଭ ତାର ଜ୍ୟୋତି ରୂପ ଅନେକତାରେ ଭରେ ଏକତା, ପାଦ ତଳେ ତାର ଅବ୍ୟକ୍ତ ତଟିନୀ ଲେଖେ ସେ ଗୋଧୂଳି କବିତା, ଧୂମିଳ ଗଗନେ ଫୁଟାଏ ସେ ସ୍ନିଗ୍ଧ ଶୀତଳ ପ୍ରୀତି, କେହି ନୁହେଁ ସେ ଏ ଧରା ପୃଷ୍ଠାରେ ଆମର ଓଡ଼ିଆ ଜାତି। ମିନାକ୍ଷୀ ଦ୍ବିବେଦୀ ନିଉ ଦିଲ୍ଲୀ ୭୯୭୮୦୮୨୮୩୪

my VOW, my determination

Every mission is a journey towards brightness . The journey starts with a Prayer in the heart. The Prayer finds meaning if includes a vow to change. A vow to change me can only change the society. A vow not to be defeated by my weaknesses is the only means of victory. *My VOW ,my determination* My first vow is chanting for others happiness and try to save them from all suffering.  2nd vow is not swayed from any negative influences , not from any devlish functions. My third vow is to study and apply Buddhist practice in my daily life.  My 4 th vow is to make sakubuku as many as possible

ଛୋଟ ଉକ୍ତି

ଦୂର ପାହାଡ଼ ସୁନ୍ଦର ପରି  ଲାଗେ ନିଜ ବ୍ୟତୀତ ଦୁନିଆରେ ସମସ୍ତେ ସୁଖି ଅଛନ୍ତି। ପରନ୍ତୁ ଜୀବନ ର ରାସ୍ତା କାହାର  ସମତଳ ନୁହଁ। ଖାଲ ଢ଼ିପ ତ ନିଶ୍ଚିତ ଥାଏ। ଅନ୍ୟକୁ ଈର୍ଷା କରିବା ବଦଳରେ  ନିଜ ରାସ୍ତା କୁ ସମତଳ କରନ୍ତୁ। ପିଲାମାନଙ୍କୁ ବନ୍ଧନରେ ବାନ୍ଧନ୍ତୁ ନାହିଁ। ସଂସ୍କାର ଦିଅନ୍ତୁ, ଉଡାଣ ଭରନ୍ତୁ।

ଆଶ୍ଵାସନା

*ଆଶ୍ଵାସନା* ଏମିତି ସମୟ ଆସେ କେବେ କେବେ ଜୀବନରେ  ଫଗୁଣ ଧରାଦିଏ.. ପୂର୍ବ ଜନ୍ମର ଶୋକ,ଏ ଜନ୍ମର ସନ୍ତାପ ମିଳେଇ ଯାଏ, ମନବୋଧ ରେ କବିତା ଟିଏ ଲେଖିବାକୁ ଭାରି ଇଛାହୁଏ, ମନ୍ଦ ମନ୍ଦ ସମୀରଣରେ ଧରିତ୍ରୀ ନାଚି ଉଠେ, ଦୂର ଚକ୍ରବାଳର ଚକ୍ରାନ୍ତରେ ନବ ଦୁର୍ବାଦଳର ହୁଏ ଆଗମନ, ମଳୟର ଚିତ୍ତ ଚୋର ଚାହାଣୀରେ ଲାଜେଇ ଯାଏ କୃଷ୍ଣ ଚୁଡ଼ା। ତର୍ଣ୍ଣକ ର ସଦ୍ୟ ପ୍ରଷ୍ଫୁଠିତା ହସରେ ନାନ୍ଦନିକ ସ୍ବପ୍ନ ରେ ବିଭୋର ହୋଇଉଠେ ମନ। ପୂତ,ପୟ ରେ ଭରିଯାଏ ଚତୁର୍ଦ୍ଦିଗ, ସ୍ନେହ, ପ୍ରେମ,ପ୍ରତୟ ପ୍ରୀତିରେ କଳ୍ମଷ ର ହୁଏ ବିଲୟ, ଅଦୃଷ୍ଟ ଦ୍ରଷ୍ଟା ର ଇଙ୍ଗିତିରେ ମାଟି ମନସ୍କା ହୋଇଉଠେ ଶ୍ରାବଣୀ। ସଂଜବତୀର ସଂଭ୍ରମତାରେ ପୂଣ୍ୟତୋୟା ହୋଇଉଠେ ଜହ୍ନ, କେବେ କେବେ ବର୍ଣ୍ଣିତ ଛବି ଅପୂର୍ବ ମହକରେ ଶିହରି ଉଠେ, ଶୂନ୍ୟତାରୁ ପୂର୍ଣ୍ଣିତା  ବିଲୟ ରେ ତନ୍ମୟତା ଖେଳିଯାଏ, ସମ୍ପର୍କର ସୂଚୀପତ୍ର ରେ ଜୀବ ଗଣିତ ର ସମୀକରଣରେ ସ୍ରଷ୍ଟା ତା ଦନ୍ଥଡା ଲେଖନୀରେ ସୃଷ୍ଟି କରେ ରତ୍ନ ତ୍ରିତୟା। ସଂଗୀତ ସମ୍ମୋହନରେ ବଶୀଭୂତ ହୁଏ ନିତ୍ୟ ନୂତନ ବର୍ତ୍ତମାନ, ସଜଫୁଟା ଫୁଲର ନାଭି ମଣ୍ଡଳ ରେ ହୁଏ ପ୍ରଶାନ୍ତିର ମିଳନ ସମାଧିସ୍ଥ ଆତ୍ମା ର ସଜଳ ପ୍ରତ୍ୟାଶା, ଅବ୍ୟକ୍ତ କୁହୁକର ଆବେଗରେ  ମିଳିଯାଏ ବଂଚିବାର ଅଭିପ୍ରାୟ ,ଜୀଇଁ ବାର ଲାଳସା...

ଟିକେ ମଜା ପଖାଳ ସଜା

ପତି ମୋ କହିଲେ ହୟି ହେ ଶୁଣୁଛ ଆଜି ପଖାଳର ଦିନ, ହାଣ୍ଡିଏ ପଖାଳ ରାନ୍ଧି ଥୋଇଦେବ କରିବା  ସେଲିବ୍ରେଶନ। ଶୁଣି ମନେ ମନେ ଖୁସି ହୋଇଗଲି ରନ୍ଧା ରୁ ପାଇବି ରକ୍ଷା ଆଳୁ ଗଣ୍ଡେ ପୋଡ଼ି ରଖିଦେବି ଆଜି ଚାଲିବ  ମୋ ଫିଲିମି ଦେଖା। ହାଣ୍ଡିଶାଳେ ଯାଇ ସତ୍ବରେ ପଶିଲି ଦେବି ମୁଁ ରୋଷେଇ ସାରି, ପଛେ ପଛେ ମୋର ପତି ଆସିଗଲେ ଲମ୍ବା ଲିଇଷ୍ଟି ଧରି। ମାଛ ବେସର ସଙ୍ଗେ ବାଇଗଣ ପୋଡ଼ା ,କଲରା ସଜନା ଛୁଇଁ, ଶିମ୍ବ ଆଳୁ ଭଜା , ଶୁଖୁଆ ପତ୍ରପୋଡ଼ା ପ୍ରୀୟ ମୋର ଜହ୍ନି ରାଇ। ଚାଉଳ ବଟାରେ କଖାରୁ ଫୁଲ ଆହା... ମନ କରିଦେବ ତୋଷ ପୋଇ ଡଙ୍କ ଦେଇ ପରିବା ମିଶେଇ  ଦେବ ଟିକେ ବଟା ସୋରିଷ। ଦହି,ଅଦା ଛେଚା, ଲେମ୍ବୁ ପତ୍ର ନେଇ ପଖାଳରେ ଦେବ ଗୋଳି, ଶାଗ,ବଡ଼ିଚୁରା , କାକୁଡି,ପିଆଜ ଲଙ୍କା ଟିକେ ଦବ ମଳି। ପଖାଳ ଟା ଭାରି ଲାଗିବ ସୁଆଦ ଆମ୍ବ ଖଣ୍ଡେ ଦବ କାଟି ଆଉକିଛି ତୁଣ ଦରକାର ନାହିଁ ଖାଇବି ମୁଁ ଚାଟିଚୁଟି। ମନେ ରାଗ ରଖି ସ୍ବାମୀ ଙ୍କୁ କହିଲି ଅଛି କିଛି ବାକି କୁହ ଏତିକି ତୁଣରେ କେମିତି ଖାଇବ ପଖାଳ ରେ ଅଛି ଏତେ ମୋହ। ନାହିଁ ହୋ ସୁନ୍ଦରୀ ଏତିକି ଯଥେଷ୍ଟ ବେଶି କିଛି ଲୋଡା ନାହିଁ, ପଖାଳ ଦିବସ ପାଳିବା ଖୁସିରେ ଆଜି ଦୁହେଁ ସାଥୀ ହୋଇ। ଫିଲିମିର ନଶା ଛାଡିଗଲା ସବୁ ଭାଗ୍ୟକୁ ନିନ୍ଦିଲି ମୋର ଏମିତି ଦିବସ ନିଇତି ଆସିଲେ ହଂସା ଉଡିଯିବ ଗୃହିଣୀର।

କବିତା ଦିବସ ଅବସରରେ

*କବିତା ଦିବସ ଅବସରରେ* ଅତି ସେନେହ ରେ ପତିନି କହିଲେ ଆଜି ବିଶ୍ୱ କବିତା ଦିନ, କବିତା ଗୋଟିଏ ଲେଖ ପ୍ରୀୟତମ କରି ମୋ ଗୁଣ ବର୍ଣ୍ଣନ। ହୁଁ ଟିଏ ମାରି କଲମ ଧରିଲି ଲେଖିଲି କବିତା ଗୋଟେ, ପଢି ମୋ କବିତା ବଢ଼ିଗଲା ବିପି ରାଗରେ ସେ ମଥା ପିଟେ।  ରଜନୀଗନ୍ଧା ଥିଲା ମୋ ସୁନ୍ଦରୀ ହେଲାଣି କଖାରୁ ଫୁଲ, ବାସ ନାହିଁ ଆଉ ଚହଟ ଭି ନାହିଁ ନିତି ହୁଏ ଗର ଗର। ବେଏଡ ଟି ଦରକାର ତାକୁ ଡେଲି ଚିକେନ, ଚାଉମିନି, ଭାତ, ଡାଲମା ସବୁ ଗରିବ ଖାଆନ୍ତି ଚାଲେ ନିତି ତାର ଆଇନି। କିଟିପାର୍ଟୀ ପାଇଁ କିଣେ ନୁଆ ଶାଢ଼ୀ,ନୁଆ ଭେରାଇଟି ଗହଣା, ସୁନ୍ଦରୀ ସଖୀଙ୍କୁ ଦେଖେଇ ଗରବେ କହେ ସେ ପତିର ପାଉଣା। Zomato,Swiggy ରୁ ହୁଏ ଡେଲି ଭରି ରୋଷେଇରେ ନାହିଁ ସଉକ, ପର୍ବ ପର୍ବାଣୀ ସବୁ ପୁରୁଣା କାଳିଆ ଆମେ ବ୍ରଡ ମାଇଣ୍ଡ ଲୋକ। ଯାହା ସେ କହୁଛି ତାହା ମୁଁ କରୁଛି ହଁ ରେ ହଁ କୁ ମାରି, ପିଲାମାନେ ତାଙ୍କ ଜଞ୍ଜାଳେ ରହିଲେ ମୋ ପାଦ ରେ ବନ୍ଧା ଡୋରୀ। କବିତା ମୋ ପଢି ତମ ତମ ହୋଇ ବାହାରିଲେ ବାପଘର ନେହୁରା ହେଇ ମୁଁ କ୍ଷମା ମାଗିନେଲି ଆଉ କରିବିନି ଭୁଲ। ଶୁଣ ଶୁଦ୍ଧି ଜନ ଖୁସିରେ ଜୀବନ କାଟିବାର ଅଛି ମନ, ମିଛ, ସତ କ କରି ସ୍ତ୍ରୀ ର ପ୍ରଶଂସା କରୁଥିବ ରାତିଦିନ।

ହୋଲି...

[3/18, 4:29 PM] Minakshi Dwivedy: ପ୍ରେମ ରଙ୍ଗ ଦେଇ  ମନ କିଣି ନେଲି ସପ୍ତ ରଙ୍ଗରେ ତତେ ସଜେଇଲି ଧଳା ରଙ୍ଗ ଫୁଲେ  ଗଭା ରେ ନାଇଲି କଜଳ ରଙ୍ଗ ତୋ ଆଖିରେ ମାଖିଲି ନାଲି ରଙ୍ଗେ ତୋ ଓଠକୁ ଲେପିଲି ସବୁଜ ବସ୍ତ୍ରେ  ତୋ ଅଙ୍ଗେ ପିନ୍ଧାଇଲି ପାଟ ଅରଙ୍କାରେ ତତେ ସଜେଇଲି ନାରଙ୍ଗୀ ଅଳତାରେ  ପାଦ ତୋ ଧୋଇଲି କୃଷ୍ଣ ରଙ୍ଗ ତୋ ବକ୍ଷ କୁ କ୍ଷେପିଲି ତୋ ମନ ପାଖେ ମୋ ମନ ବିକିଲି କହଲୋ ସଜନୀ ହେବୁ କି ମୋ ସାଥୀ ସାତ ଜନ୍ମ ପାଇଁ ବାନ୍ଧିବୁ ଲୋ ପ୍ରୀତି କଦମ୍ବ ମୁଳରେ ମୁଁ ବସିଛିଲୋ ଚାହିଁ ଆସିଯାଲୋ ଗୋରୀ ତିନି ଗାର ଡେଇଁ। ଜନମ ଜନମ  ବସିବାଲୋ ମିତ ଗାଉଥିବା ମିଶି ବସନ୍ତ ସଙ୍ଗୀତ। [3/19, 9:03 AM] Minakshi Dwivedy: ତୁମେ ମତେ ରଙ୍ଗ ଦେଲ ମୁଁ ତୁମକୁ ପ୍ରେମ ଦେଲି ତୁମେ ମତେ ନିଦ ଦେଲ ମୁଁ ତୁମକୁ ସ୍ବପ୍ନ ଦେଲି ତୁମେ ମତେ ହୃଦୟ ଦେଲ ମୁଁ ତୁମକୁ ସ୍ପନ୍ଦନ ଦେଲି ତୁମେ ମତେ ସ୍ପର୍ଶ ଦେଲ ମୁଁ ତୁମକୁ ଶିହରଣ ଦେଲି ମୁଁ.....  ମୋ ଭିତରେ ତୁମର ସର୍ବସ୍ବ ପାଇଲି ଆଉ ତୁମ ଭିତରେ ମୋ ନିଃଶ୍ବାସ....

ଫେରନ୍ତା ଫଗୁଣ

*ଫେରନ୍ତା ଫଗୁଣ* ଫି ବର୍ଷ ପରି ଫଗୁଣ ଆସିଛି ଅସ୍ତିତ୍ବ ତାର ଫିକା ଫିକା ଦିଶୁଛି କଳାଜହ୍ନ ଅକସ୍ମାତେ ଉଇଁ ଆସିଛି ତା ଅଗଣାରେ ସ୍ଥିର,ଅଚଞ୍ଚଳ ହୋଇ ଯାଇଛି ତା ଦୁନିଆ, ପୃଥିବୀର ବନ୍ଦ ପୃଷ୍ଠା ର ରଙ୍ଗୀନ ଆକାଶରୁ ଝରି  ପଡୁଛି ଅଶ୍ରୁ, କେତେବେଳେ ଚୁପଚାପ୍ ନିଦରୁ ଉଠି କରୋନା କିଣି ନେଇଛି ତା ବସନ୍ତ। ଆଜି ସେ ପରିତ୍ୟକ୍ତା ଆଞ୍ଜୁଳା ହାଲୁକାଏ ପବନ ରେ  ଖେଳି ଯାଇଛି ନିରବତା, ଶୁଖି ଯାଇଛି ଫୁଲର ପାଖୁଡ଼ା ଅବିଶ୍ବସ୍ତ ମହାକାଶରେ ରକ୍ତ କୁ ଧରି କରୁଛି ବଞ୍ଚିବାର ଅଭିପ୍ରାୟ ଭାଗ୍ୟ ମହୁମାଛି ପରି ଉଡ଼ି ଯାଇଛି ବହୁ ଦୂରକୁ ହୃଦୟ ରେ ସ୍ବର ନାହିଁ, ପ୍ରଶ୍ନ ନାହିଁ, ଇଂଧନ ନାହିଁ,ବନ୍ଧନ ନାହିଁ, ତା ଆମ୍ବ ଗଛରେ ବଉଳର ବାସନା ନାହିଁ କୃଷ୍ଣ ଚୁଡ଼ା ରଙ୍ଗରେ ସଜେଇ ହଉନି ତା ପୃଥିବୀ ଆପଣାର ଆକାଶ ଆଜି ଅଶ୍ରୁସିକ୍ତ। ଫଗୁଣ ଆଉ ଗୀତ ଗାଉନି ଅନ୍ଧାର ରେ ଇଛା ନାହିଁ ଲେଖିବାକୁ ଇତିହାସ ନିରବ ଲୁହ ଟୋପା ଶୁଖି ଯାଇଛି  ମଣିଷ ଦେଇଥିବା ବଳଦ ଭାରରେ ଆଙ୍କାକ୍ଷାର ନୀଳ ଆକାଶରେ  ଦେଖା ଦେଇଛି ଧୂମକେତୁ କ୍ଳାନ୍ତି ର ବେଳାଭୂମି ରେ  ଅସଂପୂର୍ଣ୍ଣ ସ୍ବପ୍ନ ର ପରାସ୍ତ ସୂର୍ଯ୍ୟାସ୍ତ ରେ ଦୀର୍ଘ ନିଃଶ୍ବାସ ର କ୍ଳାନ୍ତ ଅପରାହ୍ନରେ  ଫେରେଇ ଦେଇଛି ଫଗୁଣକୁ ସବୁଦିନ ପାଇଁ।

*ଝଡ*

ଲିଭି ନାହିଁ ଲିଭି ନାହିଁ ଆଜି ଯଉବନ ଦୀପ ପ୍ରଣୟର ଉଦ୍ଧାମତା ଜଳେ ଦପ ଦପ ସରିଆସେ ଦିବସର ଦୀର୍ଘ ଅମ୍ଳଜାନ ଶୁଖିଲା ଉଦାସୀ ସ୍ନାୟୁ ଆଜି ଛିନ୍ନ ଭିନ୍ନ ନିଶିହୁଏ ସବୁଦିନ ଅମାବାସ୍ୟା ରାତି ତଥାପା ମନ ଗାଏ ମୁଗ୍ଧ ପ୍ରଣୟ ଗୀତି ଛାତି ତଳ ସ୍ପନ୍ଦନ କରେ ଫୁସୁଫାସ ସକାଳର ଅର୍ଦ୍ଧ ଫୁଟା ମଉଳିଆ ହସ ବତାସ କରେ ମନ୍ତ୍ରଣା ଭସା ମେଘ ତଳେ ତିକ୍ତ, ଅନୁରାଗେ ହୃଦ କାନ୍ଦଇ ଆକୁଳେ ଆସିବ ଫଗୁଣ ପିନ୍ଧି ବିଜୟ ଟୀକା ଚକ୍ଷୁ ତୀରେ ଜଳି ଉଠିବ ପ୍ରଣୟ ଦୀପିକା

thought of the day

[3/2, 8:20 AM] Minakshi Dwivedy: ପିତାମାତାଙ୍କ ବାର୍ଦ୍ଧକ୍ୟ ସମୟରେ ସଂତାନ ର ପ୍ରକୃତ ଗୁଣ ଜଣାପଡେ [3/2, 8:24 AM] Minakshi Dwivedy: ଅନ୍ୟ ଉପରେ ରାଗ ରଖି, ପାଟି କି ଗର୍ଜନ କରି କୌଣସି କାମ ସୁରୁଖୁରୁରେ ହୁଏ ନାହିଁ। ତା ପାଇଁ ସ୍ଥିର ଚିତ୍ତ ଓ ଧୈର୍ଯ୍ୟ ଦରକାର।

ହେ ଫଗୁଣ....

*ହେ ଫଗୁଣ..!!!* ଆସଗୋ ଫଗୁଣ ଚଇତାଳି ସାଥେ ଅବିର, ଚନ୍ଦନ ନେଇ, ମୋ ପ୍ରୀୟା ଅଙ୍ଗକୁ  ଛୁଇଁ ଯିବ ବାରେ  ତନ ମନ ଶିହରାଇ। ମୋ ମନୋଇ ପ୍ରୀୟା ଋଷି ଯେ ବସିଛି  ଖେଳିବନି ରଙ୍ଗ ହୋଲି, ଇଙ୍ଗିତେ ଇଙ୍ଗିତେ ପ୍ରୀତି ରଙ୍ଗ ନେଇ ସଜନୀ କୁ ଦେବ ବୋଳି। ଶ୍ରାବଣୀ ବର୍ଷାରେ ଭିଜୁଥିଲା ପ୍ରୀୟା ମଧୂର ମୂର୍ଚ୍ଛନା ସୁରେ, ସିକ୍ତ ମନ ତାର ବେପଥୁ ସାଜିଛି ଖୋଜୁଛି ମୁଁ ନିରବରେ। ଫଗୁବୋଳା ଏଇ ଗୋଧଳୀ ଲଗ୍ନରେ  ଫିକା ଫିକା ତାର ହସ, ନିଃଶବ୍ଦ ଆଜି ତା ପାଉଁଜୀର ଶବ୍ଦ ଜୋଛନାର ବି ନାହିଁ ଭାସ।   ଆସ ହେ ଫଗୁଣ ବଉଳର ବାସେ କୃଷ୍ଣଚୁଡା ରଙ୍ଗ ନେଇ, ଫୁଲର ମହକେ ,ପ୍ରେମର ପୀୟୂଷେ ପ୍ରୀୟା କୁ ଦେବ ଭିଜାଇ।

thought of the day

[3/13, 10:25 PM] Minakshi Dwivedy: ବିଭିନ୍ନ ଲୋକ ଙ୍କ  ଭିନ୍ନ ଭିନ୍ନ ମତ ଥାଏ, ତେଣୁ ପରିବାରରେ ଭି ଏମିତି ଅନେକ ମନାନ୍ତର, ମତାନ୍ତର ହୋଇଥାଏ ତାକୁ ଭୁଲି ଯିଏ ସମସ୍ତଙ୍କ ସହ ମିଶି ଆଗକୁ ବଢିପାରେ ସେ ହିଁ ପ୍ରକୃତ ମଣିଷ। [3/14, 12:01 AM] Minakshi Dwivedy: ଅହଂକାର ମଣିଷ ଆଖିରେ ଅନ୍ଧପୁଟୁଳି ବାନ୍ଧିଦିଏ। [3/14, 12:25 AM] Minakshi Dwivedy: ଯେତେ ଗର୍ବ, ଅହଂ,ରାଗ ,ଋଷା ଈର୍ଷା କର ସମସ୍ତଙ୍କ ଅନ୍ତିମ ସ୍ଥଳ ଗୋଟିଏ...

ରଙ୍ଗ

[3/14, 11:25 AM] Minakshi Dwivedy: ତନ କଳା ମୋର କର ପଛେ ପ୍ରଭୁ  ମନ କଳା ମୋର କରନା ମୋ ସ୍ବଚ୍ଛ ମନ ଆଇନାରେ କଳା,କଳଙ୍କ ଭରନା। [3/14, 11:33 AM] Minakshi Dwivedy: କୃତ୍ରିମ ରଙ୍ଗ ତ କାଲି ଛାଡି ଯିବ.... ଚିରକାଳ ରହିଯିବ ସ୍ନେହ, ମମତାର ରଙ୍ଗ  [3/14, 11:33 AM] Minakshi Dwivedy: ହୋଲିର ରଙ୍ଗ ଡର ଲାଗେନା.... ଡର ଲାଗେ ଛଳନା,ପ୍ରତାରଣାର ରଙ୍ଗ... [3/15, 1:14 AM] Minakshi Dwivedy: ନିଜ ମନରୁ କଳା,କଳୁଷ ପୋଛି ସ୍ନେହ,ପ୍ରେମ ରଙ୍ଗରେ ରଙ୍ଗେଇ ଯାଅ... ଦେଖିବ ଜୀବନଟା ରଙ୍ଗମୟ ହୋଇଯିବ....

ଛୋଟ ପଂକ୍ତି

[3/1, 7:04 AM] Minakshi Dwivedy: ଷୋଡ଼ଶ ସଂଭାର ଧୂପ ନୈବଦ ଦେଇ ଯେତେ କର ମୂର୍ତ୍ତି ପୂଜା। ପିତା ମାତାଙ୍କ ଠୁ ଏ ଦୁନିଆରେ ବଡ଼ କେହି ନାହିଁ ଦୁଜା। [3/13, 3:02 PM] Minakshi Dwivedy: ନାରୀ ଏକାଧାରରେ ବ୍ରହ୍ମା, ବିଷ୍ଣୁ, ମହେଶ୍ବର ଙ୍କ ଅବତାର। ନାରୀ ପାଖରେ ସୃଷ୍ଟି କରିବା,ପାଳନ କରିବା,ସଂହାର କରିବାର କ୍ଷମତା ଅଛି। ନାରୀ ଶକ୍ତି କୁ ନମନ 🙏

ଅଜଣା ବୈକୁଣ୍ଠ)*

ମାଟି ମା ଆଜି ହାତ ଠାରି ଡାକୁଛି ତା ଶୁଖିଲା ହସରେ ଅନାୟୁତ ବିଶ୍ବାସ। ସକାଳର ନିର୍ମଳ ହୃଦୟରେ ଗଙ୍ଗ ଶିଉଳିର ଶବକୁ ସଜେଇ ଦେଇଛି ଅତି ସନ୍ତର୍ପଣରେ ତା କୋଳରେ, ଛିଟିକି ପଡ଼ିଥିବା ଦୁଇ ବୁନ୍ଦା ଅଶ୍ରୁରେ ପୁଣି  ଅଙ୍କୁରିତ ହୋଇଛି ସତେଜ ନାଭି ମଣ୍ଡଳ ନୀଳ ଆକାଶ ପର୍ଯ୍ୟନ୍ତ। କଅଁଳ ମନକୁ ନେଇ ଛାଡ଼ି ଦେଇଛି ଓଦା ଅଗଣାରେ ଗଜୁରୁଥିବା ସଂଜ୍ଞା, ପ୍ରେମ,କୋପ ଲମ୍ବି ଯାଇଛି ସେ ଅନ୍ଧାରି ଗହ୍ବକୁ ରଚିବାକୁ ଆଉ ଏକ ଅନ୍ଧାରି ଇତିହାସ ପୃଷ୍ଠା। ସେଇ ମାଟିର ଅଧାଗଢ଼ା ପିତୁଳା ଟେ ସେ ହାତ, ଗୋଡ଼, ଆଖି ସବୁ ଅଛି ତଥାପି ନୀରବ ଦର୍ଶୀ ଖରା ଓ ବର୍ଷା ର ଦ୍ବନ୍ଦ୍ବାତ୍ମକ ଲଢେଇ ଭିତରେ ଭାସି ଆସୁଛି ତାର ଗୁପ୍ତ ବାସ୍ନା... ଲୁକ୍କାୟିତ ଭିଜାମାଟି ରୁ ସ୍ତବ୍ଧ ଈଶ୍ବର ଆଜି ବିବଶ କ୍ରୁଶବିଦ୍ଧ ଶରୀରରୁ ରକ୍ତାୟିତ ପୃଥିବୀ ରୁ ଉଙ୍କି ମାରୁଛି ସେ ଦୁଷ୍ଟ କଳାଜହ୍ନ, ଅଙ୍କା ବଙ୍କା ରାସ୍ତା ଦେଇ ମେଲି ଯାଇଛି ସ୍ମୃତି ଡେଣା, ଅପାରଗତା ପଣରେ ବଳି ପଡିଛି ତାର ଅସ୍ତିତ୍ବ, ସେଇ ଅପ୍ରତ୍ୟାଶିତ ହିଂସାରେ ମାଟିକୁ ତୁହା କୁ ତୁହା ହତ୍ୟା କରୁଛି, ତାର କୋହ କୋହ ସିଡି ରେ ଚଢି ଖୋଜୁଅଛି ସୂର୍ଯ୍ୟ। ରଜସ୍ଵଳା ମାଟି  ମଧୁକ୍ଷରା କୃଷ୍ଣ ଚୁଡ଼ା ରଙ୍ଗରେ ନୀଳ ମେଘ ମାଳାରେ ସଜେଇ ହୋଇଛି ରଜନୀ ଗନ୍ଧାର ଭୁରୁ ଭୁରୁ ମହକ ରେ ସ୍ମୃତି ର ବାଲି ସାଉଁଟି  ସମୁଦ୍ର ର ଅକ୍ଷୟ ମୁଦ୍ରାରେ ଆଶା, ଆଶ୍ଵାସନା ର ଭୁରୁ ଭୁରୁ ନାଦ ରେ ତୋଳିବାକୁ ଏକ ଅଜଣା ବୈ...

ଅସ୍ତିତ୍ବ

*ଅସ୍ତିତ୍ବ* ସେ କିଛି ଜାଣି ନଥିଲା ସ୍ବର୍ଗ ଟା ଦୁଇ ଆଙ୍ଗୁଳି ଦୂର ଲାଗୁଥିଲା କୁଆଁ ତାରା ଜୁଳୁ ଜୁଳୁ ଜଳୁଥିଲା ତାର ବିଶ୍ବାସର ଠିକଣାରେ ପଶି ଆସିଲା ସ୍ବାର୍ଥନେଷୀ, ବିଷଝରା କଳାଜହ୍ନ ତା ଆଙ୍କାକ୍ଷାର ନୀଳ ଆକାଶରେ  ଦୁଃଖ ର ପସରା ମେଲି ଗଲା ଘରର ପରସ୍ତ ପରସ୍ତ ପୁରୁଣା କାନ୍ଥ ଅପରିଚିତ ମନେ ହେଲା ଲକ୍ଷେ ତାରା , ନୀହାରିକା ମୃତ୍ୟୁ ରେ ସ୍ନାୟୁ ତାର ରେ ଖେଳିଗଲା କ୍ଷୋଭ, କ୍ଲାନ୍ତି, ଭୟଙ୍କର ନୀରବତା। ସାରା ଜୀବନ ବୁଝୁଥିଲା, ଝୁଜୁଥିଲା ଭଲ ପାଇବାର ଚିର ଆଲୋକରେ ଉନ୍ମତ୍ତ ସମୁଦ୍ର ରେ ଘୂର୍ଣ୍ଣିବାତ୍ୟା ସୃଷ୍ଟି ହେଲା ଗୁପ୍ତ ଇଛା ଲୁହ ଟୋପା  ହୋଇ ରହିଗଲା ତାର ଦୁଇ ଡେଣାର ଇନ୍ଦ୍ରଧନୁ କୁ କିଏ ନର୍କ କୁ ଉଡାଇ ନେଲା ତା ଆତ୍ମା ର ବାଉନ ଭଣ୍ଡାର ରେ ଭରପୁର ବିଶ୍ବାସର ମାଟିର ବାସ୍ନା,ଫୁଲ ର ରଙ୍ଗ ଫିକା ପଡ଼ିଗଲା  ସୂକ୍ଷ୍ମ, ଅଧା ନିଦର ସ୍ବପ୍ନ ଅରୂପ ଅଭିଶପ୍ତ ଭାରରେ ମୁକୁଳିବାର ବାଟ ଖୋଜୁଥିଲା ବାସ୍ତବ, ଅବାସ୍ତବ , ଛାଇ, ଖରା,ପାପ, ପୂଣ୍ୟ ର ଲୁଚକାଳି ଖେଳରେ ବଳି ପଡିଗଲା ତା'ର ଅସ୍ତିତ୍ବ।

କର୍ତ୍ତବ୍ୟ

ସମସ୍ତେ ଆସନ୍ତି ଯାଆନ୍ତି ସେ(ମାଟି) କିନ୍ତୁ ମୁହଁ ପାତି ପଡି ରହିଛି କୁଆଡେ ଯିବାର ନଥାଏ, ନା ସ୍ବର୍ଗ କୁ ନା ନର୍କକୁ, ନା ମଂନ୍ଦିରକୁ ନା ମସଜିଦ କୁ, ସମସ୍ତେ ଟାଣି ହୋଇ ଆସନ୍ତି ଶେଷ ସମୟରେ। ଭଲପାଏ ସେ ସୂର୍ଯ୍ୟକୁ ତାର ଉଷ୍ଣ କିରଣକୁ, ଭଲପାଏ ଜହ୍ନକୁ ତାର ଶୀତଳତାକୁ, କଳାମେଘ ଯେତେବେଳେ ଚିପୁଡି ଦିଏ ଲୁହ ଆଉଯେଇ ନିଏ ବୁକୁରେ ନବଜନ୍ମ ରୂପ ଦିଏ ଆ ଆ କରି ହାତ ଠାରି ଡାକେ ପୂରିଉଠେ ଛାତି ଏ ମାଟିର ହୃଦୟ ବନ୍ଦ ହୁଏ ନାହିଁ କେବେ ଆଜି ବି ସେ ଜୀବନ ପାଇଁ ଆଲିଙ୍ଗନ କରେ ଯେତେ ଖାଦ ଯେତେ ମଇଳା ,କୋଚଟ ମନ, ବେଳେ ବେଳେ ସବୁଜ ପତ୍ର ଲୁଚେଇଦିଏ ତାର ଅସରନ୍ତି  ନୀରବ କୋହ। ଅନ୍ଧାରି କପଟ ଯନ୍ତ୍ରଣା ର ସେ ଆଜି ମୁକସାକ୍ଷୀ ସଂପର୍କର ଗୁଡ଼ି ଏଠିତ ସ୍ବାର୍ଥ ଡୋରିରେ ବନ୍ଧା କ୍ଷୁବ୍ଧ ହୋଇ ଉଠେ ମନ, ତଥାପି ସ୍ନେହ ମମତାରେ ହୃଦୟ  ବାନ୍ଧିଛି   ମା'ର ଆଶୀର୍ବାଦ ଦେଇଛି ମା ମନ ବୁଝୁଛି ବା କିଏ??? ଜାଣିଛି କର୍ତ୍ତବ୍ୟ ତାର ମୁକ୍ତିମାର୍ଗ ବାଧ୍ୟ ହୋଇ ଦିଏ ଆତ୍ମାହୁତି ମୃତ୍ୟୁ ହୁଏ ଅଭିଶପ୍ତ କାପୁରୁଷତା ନୁହେଁ ତା'ର ଅଖଣ୍ଡ ବିଶ୍ବାସ ସର୍ବ ନିୟନ୍ତା ପାଖେ ଗଢିବ ନୁଆ ସ୍ବର୍ଗ, ରଚିତ ପ୍ରାରବ୍ଧ ଦୁନିଆ ବିଶ୍ବାସ ରେ ବଞ୍ଚିଛି ସେ ଅସହଣୀ ଭାର ନେଇ ନିର୍ଲିପ୍ତ ଆକାଶକୁ ଚାହିଁ  ସିଏ ତ ବିସ୍ତାରିତ ସୌନ୍ଦର୍ଯ୍ୟ ର ମାଆ ରକ୍ତରେ ତାର ବୋଳି ପକାଏ ସତ୍ୟ ର ଅନୁପସ୍ଥିତି କୁ ତଥାପି ଭଲ ପାଇବା ଭୁଲେ ନାହିଁ କେବ...

ନାରୀ......

ଯିଏ ନିଜ କଲେଜାକୁ ଜାଳି ଚୁପ୍ ଚାପ୍ ଆଗକୁ ବଢିଥାଏ ସେ ନାରୀ.... ଯିଏ କୋହକୁ ହୃଦୟରେ ଜାକି ହସି ହସି ପାଦ ବଢାଏ ସେ ନାରୀ.... ଯିଏ କଣ୍ଟକ ପଥରେ କୋମଳ ପୁଷ୍ପର ଶଯ୍ୟା ବିଛେଇ ଦିଏ  ସେ ନାରୀ..... ଯିଏ ନିଜର ସ୍ବପ୍ନ କୁ ମାରି ଅନ୍ୟର ସ୍ବପ୍ନକୁ ସାକାର କରେ  ସେ ନାରୀ..... ଯିଏ ବାପଘରୁ ଆସି ଶାଶୁଘରେ ନିଜକୁ ସମର୍ପଣ କରିଦିଏ ସେ ହିଁ ନାରୀ..... ଯିଏ ନିଜ ଶରୀରରୁ ନୂତନ ଆତ୍ମା ର ସୃଷ୍ଟି କରିପାରେ  ସେ ହିଁ ଅନନ୍ୟା ନାରୀ।

ଶିବରାତ୍ରି

ମୁହଁ କୁ ଶୁଖେଇ ପାର୍ବତୀ କହିଲେ  ଶୁଣ ଆହେ ପତିଦେବ  ମନ୍ଦିର ଆସିବା ଭୁଲିଗଲେ ଭକ୍ତ  କରୋନା କୁ ଡରି ସର୍ବ। ସକାଳୁ ଦୁଆର ଖୋଲି ମୁଁ ବସିଛି ଆଜି ଶିବରାତ୍ରି ବୋଲି ଭକତ ଙ୍କ କିନ୍ତୁ ଦରଶନ ନାହିଁ ଗଲେଣି ଆମକୁ ଭୁଲି। କ୍ଷୀର ,ଫଳମୂଳ,ଦହି ଛେନା ପଣା  ପାଇଥାନ୍ତୁ ଆଜି କେତେ। ବରଷକ ପାଇଁ ସାଇତି ରଖନ୍ତି  ମନ ଭରିଥାନ୍ତା ତୃପ୍ତେ। ଅନ୍ ଲାଇନ୍ ରେ ଯଦି ସେଏଣ୍ଡ କରନ୍ତେ   ଯେତେ ଭୋଗରାଗ ପାଉଣା ଗଣିଆ, କାର୍ତ୍ତିକା ଦୁଇ ପୁଅ ମୋର  ମନ ନ କରନ୍ତେ ଉଣା। ଫୁଙ୍କାଟିଏ ଧରି ଚୁଉପ ବସିଛ  ଘର କଥା ଟିକେ ବୁଝ ପେଟଟା ହେଲାଣି ଆଉଟୁ ପାଉଟୁ  ପଡୁନାହିଁ କିଛି ହେଜ। ଆହେ ଭୋଳାନାଥ କର ତୁମେ ସତ୍ୟ କରୋନାକୁ ଦିଅ ଶୁଳି ଜୀବନ ନହେଲେ ହେବ ବିଷମୟ ଶରୀର ପଡ଼ିବ ଗଳି।