ପ୍ରତିଶୃତି ( ନୂଆ ସକାଳର ସଂପର୍କ) ଏ ବର୍ଷର "ମାଟି ବିଶେଷାଙ୍କ" ଏକ ଅନନ୍ୟ ସୃଷ୍ଟି। ସମସ୍ତ ଙ୍କ ଶେଷ ପରିଣତି ମାଟିରେ ହିଁ ମିଶିବା। "ମାଟି"ର ଯେମିତି ଛୋଟ,ବଡ ,ଉଚ୍ଚ, ନୀଚ୍ଚ କିଛି ଭେଦ ଭାବ ନ ଥାଏ, ତାର ଅଭୁଲା ପ୍ରୀତି ଆତ୍ମା କୁ ଓଟାରୁଥାଏ, ସେମିତି ଆମ ପ୍ରତିଶୃତି ପରିବାର ସମସ୍ତ ଙ୍କୁ ତା ହୃଦୟ ରେ ଯାଗା ଦେଇଥାଏ। ଦୁଇଟି ପଂକ୍ତି ଏଇ ପ୍ରତିଶୃତି ପାଇଁ.... ପ୍ରତିଶୃତି ଆଣେ ନୂତନ ଝଂକାର ନବ ଉନ୍ମାଦନା ଖେଳେ, ଏକତାର ଗିତି ଗାଇ ଆନନ୍ଦ ରେ ସଂଗୀତ ମୂର୍ଚ୍ଛନା ତୋଳେ।। ଶଦ୍ଦ ଉହାଡରେ ଖେଳେ ଲୁଚକାଳି କେତେବେଳେ ଧରାଦିଏ, ଶଦ୍ଦ ସାଗର ରୁ ଅମୃତ ଝରାଇ କାବ୍ୟ,କଥା ରଚିଯାଏ। ଦୂର ଦିଗନ୍ତରେ ଉଦିତ ସୂରୁଜ ପ୍ରତିଛବି ଆଙ୍କୁ ଥାଏ, ସପନ ତୁଳି ରେ ଛନ୍ଦାୟିତ ହୋଇ ପ୍ରତିଶୃତି ରୂପ ନିଏ। ପୀରତି ରେ ବନ୍ଧା ଆମ ଚଲାପଥେ ନ ଲାଗୁ ଶିଉଳି କେବେ, ରଙ୍ଗ ଭାଷା ଦେଇ ସଜଳ ରଖିବା ପୀୟୂଷ ଝରାଇ ଆମ୍ଭେ। ପ୍ରତିଶୃତି ପରିବାର ସମସ୍ତ ଗୁଣୀଜନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ସମସ୍ତ କର୍ମକର୍ତ୍ତା ଓ କର୍ମକର୍ତ୍ତୀ ଙ୍କୁ ମୋର ବିନମ୍ର , ଆନ୍ତରିକ ପ୍ରଣାମ। ବିଶେଷତଃ ଏହି ପରିବାର ର ମେରୁଦଣ୍ଡ ଯିଏ କି ଖରା, ବର୍ଷା କୁ ଖାତିର ନ କରି ନିଜ ଉଦ୍ୟମ ବଜାୟ ରଖିଛନ୍ତି ମୋ ସାନ ଭାଇ ଯଥା ସମସ୍ତ ଙ୍କ ଭାଇ "ସ୍ମୃତି ରଞ୍ଜନ ତ୍ରିପାଠୀ" ଓ ସେଇ ମହିୟସୀ ମହିଳା "ସସ୍ମିତା ମହାପାତ୍ର...