Skip to main content

Posts

Showing posts from September, 2022

ଜନ୍ ଜୀବନ ରକ୍ଷା କେମିତି ହୁଏ

ମନୁଷ୍ୟ ଜୀବନ ହେଉଛି ସବୁଠୁ ଦୁର୍ଲଭ ଜନମ। ସଂସାରରେ ସବୁ ଠୁ ଶ୍ରେଷ୍ଠ ପ୍ରାଣୀ। ତାହାର ଯଥୋଚିତ ସୁରକ୍ଷା ଦେଶ ପାଇଁ ନିହାତି ଆବଶ୍ୟକ। ତେଣୁ ସରକାର ମନୁଷ୍ୟ ଜୀବନ ସୁରକ୍ଷା ପାଇଁ ଦୃଢ ପଦକ୍ଷେପ ନେଉଛନ୍ତି। ହଁ ସମସ୍ତେ କାଳର କରାଳ ରେ ନିଶ୍ଚୟ ବଶୀଭୂତ ହେବେ। ତଥାପି ପ୍ରାକୃତିକ ଦୁର୍ବିପାକ ଓ ସାମାଜିକ ବିଶୃଙ୍ଖଳା ପାଇଁ ବହୁତ ଜୀବନ ଅକାଳରେ ଝରି ପଡୁଛନ୍ତି। ଆଜିକାଲି ଗ୍ଲୋବାଲ ଓ୍ବାର୍ମିଙ୍ଗ ପାଇଁ ଅନେକ ପ୍ରାକୃତିକ ବିପର୍ଯ୍ୟୟ ଦେଖା ଦେଉଛି। ବନ୍ୟା, ବାତ୍ୟା,ମରୁଡି, ଭୂମିକମ୍ପ ଏମିତି ଅନେକ ଅଘଟଣ ଘଟି ଯାଉଛି। ଆମର ଏ ଯନ୍ତ୍ରଚାଳିତ ଯୁଗରେ କଳ କୌଶଳ ପାଇଁ ଆଗରୁ କଳନା କରି ସରକାର କିଛିଟା ସତର୍କତା ଅବଲମ୍ବନ କରି ପାରୁଛନ୍ତି।ଲୋକ ମାନଙ୍କୁ ଆଗରୁ ସତର୍କ କରି ଦିଆ ଯାଉଛି। ଯାହା ଫଳରେ ଅନେକ ଧନ, ଜୀବନ ରକ୍ଷା ହୋଇ ପାରୁଛି। ବିପର୍ଯ୍ୟୟ ର ପରବର୍ତ୍ତୀ ସମୟରେ ବି ଆଭ୍ୟନ୍ତରୀଣ ଓ ଦୁର୍ଗମ ଅଞ୍ଚଳରେ ମଧ୍ୟ ଲୋକମାନଙ୍କୁ ଜରୁରୀ ସାହାଯ୍ୟ ଯୋଗାଇ ଦିଆ ଯାଇ ପାରୁଛି। ପାଣିପାଗର ଆଗାମୀ ସୂଚନା ଦେଇ ସତର୍କ କରାଇ ଯାଇ ପାରୁଛି। ବିଭିନ୍ନ ଯାଗାରେ ବିଭିନ୍ନ ରିଲିଫ ପାଣ୍ଠି ର ସହାୟତା କରା ଯାଉଛି। ତ ଦ୍ବାରା ଦୁର୍ବିପାକ ଅଞ୍ଚଳରେ ଜନ ଜୀବନ ସୁରକ୍ଷା ହୋଇ ପାରୁଛି। ଅନେକ ସମୟରେ ମହମରୀ ମଧ୍ୟ ଦେଶରେ ହଲଚଲ ସୃଷ୍ଟି କରିଦେଉଛି । ତା ପାଇଁ ଯଥା ସମୟରେ ଟୀକାକରଣ ଯୋଗେଇ ଦେଇଛନ୍ତି।  ରୋଗ ପ୍ରତିରୋଧ ଔଷଧ , ଭିଟାମିନ ର ବହ...

କାଶତଣ୍ଡୀ ଜୀବନୀ( ଶିଶୁ କବିତା)✓

କାଶତଣ୍ଡୀ ଆଜି ହାଉଲେ ହାଉଲେ ଗାଉଛି ଖୁସିର ଗୀତ କୁନୁ ମୁନୁ ଚୁନୁ ସଭିଏଁ ଆସଗୋ ବସିବା ତା ସଙ୍ଗେ ମିତ। ନଈ ପଠାପରେ ମନ୍ଦ ସମୀରେ ଝୁଲି ଝୁଲି ଖେଳେ ଦୋଳି, କ୍ଷଣିକ ଜୀବନେ ସାଉଁଟେ ସେ ଖୁସି ହସୁଥାଏ ଖିଲି ଖିଲି। ଅପନ୍ତରା ଯାଗା ଜନମ ତାହାର ରୁହେ ସିକ୍ତ ମନ ଧରି, ବଗିଚାରେ କା' ଶୋଭା ପାଏ ନାହିଁ ମନ କିନ୍ତୁ ନୁହେଁ ଭାରି। ନଈପଠା ତାର ଅତି ଆପଣାର କାଦୁଅ ରେ ଶୋଭା ପାଏ, ତଥାପି ତା ମନେ ନ ଥାଏ ଯେ ଦୁଃଖ ଖୁସିରେ ଦୋହଲୁ ଥାଏ। ନା ଅଛି ମହକ,ନା ଅଛି ଚମକ  ଭ୍ରମର ର ନୁହେଁ ପ୍ରୀୟ, ଦେବ କାର୍ଯ୍ୟ ରେ ବି ଲାଗେ ନାହିଁ ସେତ ତଥାପି ବାଣ୍ଟଇ ସ୍ନେହ। ଗୁଣୁ ଗୁଣୁ ଗାଇ କରଇ ସ୍ବାଗତ ଦେବୀ ଦୁର୍ଗା ଧରା ପରେ, ତା ସରଳ ପଣେ ହୋଇ ବଶିଭୂତ  ଆସିଯାନ୍ତି ମା' ଅଚିରେ ତୁମ ସବୁ ଶିଶୁ ହୋଇ ନିଷ୍କପଟ ସତ୍କର୍ମ କର ଏ ଜୀବନେ, ଦେବ ଆଶୀର୍ବାଦ ରହିବ ନିଶ୍ଚିତ  ଶାନ୍ତି ଭରିଯିବ ମନେ। ମିନାକ୍ଷୀ ଦ୍ବିବେଦୀ ୭୯୭୮୦୮୨୮୩୪

ଜନଜୀବନ ରକ୍ଷା ସରକାର ଙ୍କ ଭୂମିକା

ସାଧାରଣ ଜନ ଜୀବନର ସୁରକ୍ଷା ସରକାରଙ୍କର ମୂଖ୍ଯ କର୍ତ୍ତବ୍ୟ। ବାତ୍ଯା, ବନ୍ଯା, ଭୁମିକମ୍ପ ଏବଂ କରୋନା ଆଦି ମହାମାରୀ ପରି ପ୍ରାକୃତିକ ବିପଦ ସମୟରେ ନାଗରିକ ମାନଙ୍କୁ ସୁରକ୍ଷା ପ୍ରଦାନ କରିବା, ବାହ୍ଯ ଆକ୍ରମଣ ସମୟରେ ସୁରକ୍ଷା ଦେବା ଏବଂ ମୂଖ୍ୟତଃ ନିତିଦିନିଆ ଜୀବନରେ ସାଧାରଣ ନାଗରିକ ମାନଙ୍କର ଧନ ଜୀବନର ରକ୍ଷା କରିବା ସହ ଶାନ୍ତି ସୋହାର୍ଦ୍ଦ୍ୟ ର ବାତାବରଣ  ସୃଷ୍ଟି କରିବା ଦିଗରେ ସରକାରଙ୍କର ଭୂମିକା ସର୍ବୋପରି।  ବାହ୍ଯ ଆକ୍ରମଣରୁ ସୁରକ୍ଷା ପାଇଁ ଦୃଢ ସୈନ୍ଯବଳ, ଆନ୍ତରିକ ସୁରକ୍ଷା ପାଇଁ ପ୍ରଶିକ୍ଷିତ ପୋଲିସ , ପ୍ରାକୃତିକ ବିପର୍ଯ୍ୟୟରୁ ମୁକାବିଲା କରିବା ପାଇଁ ପର୍ଯ୍ୟାପ୍ତ ବ୍ଯବସ୍ଥା ଏବଂ ତତ୍ ସଂଲଗ୍ନ ସମୟୋପଯୋଗି ନୀତି ନିୟମ ପ୍ରଣୟନ କରି ସରକାର ସାଧାରଣ ଧନ ଜୀବନ ସୁରକ୍ଷା କ୍ଷେତ୍ରରେ ଅନବରତ ଚେଷ୍ଟା ଚଳାଇ ଆସିଛନ୍ତି। କିନ୍ତୁ ତର୍କର ବିଷୟ ଯେ ସରକାର ଏ ସବୁ ଦିଗରେ କେତେ ସଫଳ ବା ବିଫଳ। ବିଷୟର ପରିପ୍ରେକ୍ଷିରେ ଆନ୍ତରିକ ଶାନ୍ତି ଶୃଙ୍ଖଳା ,ସାଧାରଣ ଧନ ଜୀବନ ସୁରକ୍ଷା ଏବଂ ସମାଜରେ ସୁରକ୍ଷାର ବାତାବରଣ ସୃଷ୍ଟି କରିବାରେ ସରକାର କେତେଦୁର ସକ୍ଷମ ହେଇପାରିଛନ୍ତି ତାହର ତର୍ଜମା କରିବାର ଆବଶ୍ଯକତା ଅଛି। ସାମାଜିକ ଦ୍ବନ୍ଦ, ସମାଜର ବିଭିନ୍ନ ବର୍ଗ ମାନଙ୍କ ଭିତରେ ଭେଦଭାବ, ଅର୍ଥନୈତିକ ତାରତ୍ଯମ, ଦାରିଦ୍ର୍ୟ, ବେରୋଯାଗାରି ଆଦି ସମସ୍ଯା ଆମର ସାମାଜିକ ମେରୁଦଣ୍ଡ କୁ ଦୋହଲାଇ ଦେଉଛି। ଫଳରେ ଯେତେ ସରକ...

ଶାରଦୀୟ ପାର୍ବଣେ*(ଶିଶୁ କବିତା)✓

*ଶାରଦୀୟ ପାର୍ବଣେ*(ଶିଶୁ କବିତା) ଶରଦ ଆକାଶେ ସାମିୟାନା ତଳେ କାଶତଣ୍ଡୀ ଦୋଳି ଖେଳେ, ଅପୂର୍ବ ସୁନ୍ଦର ଦୃଶ୍ୟରାଜି ତାର ପାର୍ବଣର ଋତୁ ବେଳେ। ଶୁଭ୍ର ବସନେ କାଶଦଣ୍ଡୀ ହସେ  ଶାନ୍ତିର ବାରତା ନେଇ, ଦୁର୍ଗତିନାଶିନୀ ଆସ ଅବତରି ପାପ ସବୁ ଦିଅ ଧୋଇ। ହର୍ଷ ଆଲିଙ୍ଗନେ ଆତ୍ମା ଛନ୍ଦି ହୁଏ ମାତ ତବ ଆଗମନେ, ଅବତରି ନିଅ ଏ ଧରା ପୃଷ୍ଠରେ ଶୁଣି ଦୁଃଖି ଦୁଃଖ କର୍ଣ୍ଣେ। ଅଧର୍ମ ର କ୍ଷୟ ଧର୍ମର ରକ୍ଷକ ବହିଅଛ ଯୁଗେ ଯୁଗେ  ସଙ୍କଟ ହାରିଣୀ ନାମ ଲଭିଅଛ ମହିଷାମର୍ଦିନୀ ଦୁର୍ଗେ। ଘଣ୍ଟ ,ମୃଦଙ୍ଗ, ହୁଳହୁଳି ଶଙ୍ଖେ  କରୁ ଆଦ୍ୟ ଆବାହନ, ହିଂସା ,ଈର୍ଷା,ଦ୍ବେଷ,କପଟ କଳୁଷୁ  ସ୍ୱଚ୍ଛ ରଖ ପାପୀ ମନ। ଓଁ କାର ଧ୍ବନି ତୋଳିଲା ଧରଣୀ  ହୁଅ ମାତ ଆବିର୍ଭାବ, ଅସତ୍ୟ ଉପରେ ସତ୍ୟର ବିଜୟ ଦେଖାଅ ଅବ ପରାଭବ। ସ୍ନେହ ର ସିନ୍ଦୁରେ ମନର ମନ୍ଦିରେ ସଜାଇଛୁ ଆଜ ମାତ,  ଭକ୍ତି ଅର୍ଘ୍ୟ ଦେଇ ନିଷ୍ଠାର ଅବିରେ କରୁଅଛୁ ମାତ ସ୍ବାଗତ।

ସ୍ବାଗତ ହେ ମା' ମୃଣ୍ମୟୀ..*

ପୂଜା ଉପଲକ୍ଷେ ମୋ କବିତା  *ସ୍ବାଗତ ହେ ମା' ମୃଣ୍ମୟୀ..* ଝିପି ଝିପି ବର୍ଷା ମାଗିଲା ମେଲାଣି  ଆଶିଣ ଆସିବ ବୋଲି, କାଶତଣ୍ଡୀ ଆଜି ନଈପଠା ପରେ  ହସୁଅଛି ଖିଲି ଖିଲି।  ସବୁଜ ମେଖଳା ସୁଷମା ମଣ୍ଡିତ ଆଜି ଏ ଧରଣୀ ରାଣୀ, ଗଭା ସଜାଇଛି କାଶତଣ୍ଡୀ ଫୁଲେ ଅତି ଜତନରେ ଆଣି।   ସ୍ବାଗତ ସ୍ବାଗତ ହେ ମା ମୃଣ୍ମୟୀ  କରୁଅଛୁ ଆବାହନ, କାଶତଣ୍ଡୀ ଆଜ ଚାଉଁରୀ ସାଜିଛି ଦେବୀ ଆଗମନେ ମନ। ଏ ଶାରଦୀ ଲଗନେ ସ୍ଵତଃସ୍ପୃତ ମାତ ଆସିଯାଅ ଧରା ଧାମେ, ଚିନ୍ତା ଚେତନା ତନୁ ମନେ ଅଛ ବିରାଜିତ ହୃଦ କୋଣେ। ଆଦ୍ୟାଶକ୍ତି ମାଗୋ ମହିଷାମର୍ଦିନୀ  ଦୁଃଖ ବିନାଶିନି ମାତ, କଳୁଷ କଳଙ୍କ ଦୂର କର ଦେବୀ ହଉ ଜଗ ପଲ୍ଲବିତ। ଭକତର ଭକ୍ତି ଗୁଞ୍ଜରିତ ହଉ ତବ ହୃଦ କର୍ଣ୍ଣ ଗହ୍ୱରରେ, ଅପରୂପ ଶକ୍ତି ଭରିଦେଉ ଶାନ୍ତି ଏ ନିଷ୍ପ୍ରାଣ ଶରୀରରେ। କରୁଛି ଦୟିନୀ ଶକ୍ତି ସ୍ଵରୁପିଣି ଦୁଷ୍ଟ କୁ ବିନାଶ କର, ଅକିଞ୍ଚନେ କୃପା ଦିଅ ବରଷାଇ ଏତିକି ମାଗୁଣି ମୋର। ମିନାକ୍ଷୀ ଦ୍ବିବେଦୀ ନିଉ ଦିଲ୍ଲୀ ୭୯୭୮୦୮୨୮୩୪

ସ୍ବାଗତ ହେ ମା ମୃଣ୍ମୟୀ..

ଝିପି ଝିପି ମେଘ ସରିଲା ମରତେ ବରଷା ମେଲାଣି ନେଲା, କାଶତଣ୍ଡୀ ଆଜି ଲାଜେଇ ଲାଜେଇ  ନଈ ପଠା ପରେ ହସିଲା। ସ୍ବାଗତ ସ୍ବାଗତ ହେ ମା ମୃଣ୍ମୟୀ  କରୁଅଛୁ ଆବାହନ, କାଶତଣ୍ଡୀ ଆଜ ଚାଉଁରୀ ସାଜିଛି ଦେବୀ ଆଗମନେ ମନ  ଏ ଶାରଦୀ ଲଗନେ ସ୍ଵତଃସ୍ପୃତ ମାତ ଆସିଯାଅ ଧରା ଧାମେ, ଚିନ୍ତା ଚେତନା ତନୁ ମନେ ଅଛ ବିରାଜିତ ହୃଦ କୋଣେ। ଆଦ୍ୟାଶକ୍ତି ମାଗୋ ମହିଷାମର୍ଦିନୀ  ଦୁଃଖ ବିନାଶିନି ମାତ, କଳୁଷ କଳଙ୍କ ଦୂର କର ଦେବୀ ହଉ ଜଗ ପଲ୍ଲବିତ। ଭକତର ଭକ୍ତି ଗୁଞ୍ଜରିତ ହଉ ତବ ହୃଦ କର୍ଣ୍ଣ ଗହ୍ୱରରେ ଅପରୂପ ଶକ୍ତି ଭରିଦେଉ ଶାନ୍ତି, ଏ ନିଷ୍ପ୍ରାଣ ଶରୀରରେ। କରୁଛି ଦୟିନୀ ଶକ୍ତି ସ୍ଵରୁପିଣି ଦୁଷ୍ଟ କୁ ବିନାଶ କର, ଅକିଞ୍ଚନେ କୃପା ଦିଅ ବରଷାଇ ଏତିକି ମାଗୁଣି ମୋର।

ଅଫେରା ରାଇଜ ର ଯାତ୍ରୀ*

*ଅଫେରା ରାଇଜ ର ଯାତ୍ରୀ* ସମୟର ଚକ୍ର ଏମିତି ଅନବରତ ଘୁରି ବୁଲୁଛି।ତାର ଅକ୍ଷାଂଶ, ଦ୍ରାଘିମା ଭିତରେ ଆମେ ସମସ୍ତେ ଏକ ଏକ କ୍ଷୁଦ୍ର ଅଣୁ ସଦୃଶ। କିନ୍ତୁ ସମସ୍ତ ଙ୍କ ଗନ୍ତବ୍ୟ ସ୍ଥଳ ସେଇ ଗୋଟିଏ ଜାଗାକୁ।ସମୟର ଋତୁଚକ୍ରରେ ଭିନ୍ନ ଭିନ୍ନ ଋତୁର ବାସ ପରି ଜୀବନର ଋତୁ ଚକ୍ର ରେ ହସ, ଲୁହ ,ସ୍ନେହ, ମମତା,ଦୁଃଖ,ସୁଖର ମିଶ୍ରଣ ର ଗାଡି ଚାଲିଥାଏ।ଜୀବନ ଚକ୍ର ର କ୍ରୁର କଟାକ୍ଷ ଇଙ୍ଗିତରେ ସମସ୍ତେ ବନ୍ଧା। ଆମେ ସବୁ ଜାଣିଛେ ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେବି ମରଇ। ଜନ୍ମରେ ନିଶ୍ଚିତତା ନାହିଁ, କିନ୍ତୁ ଜନ୍ମ ହେଇଛେ ମାନେ ମୃତ୍ୟୁ ଧ୍ରୁବ ସତ୍ୟ। ସୃଷ୍ଟି ରୁ ବିଲୟ ବିଲୟ ରୁ ସୃଷ୍ଟି ଯାଏ ମୃତ୍ୟୁ ର ଅଧୀନ ଆମେ ଜିଉଁଥିବା ଜୀବନ। ମୃତ୍ୟୁ ରୁ ଜୀବନର ଆରମ୍ଭ ଜୀବନ ରୁ ମୃତ୍ୟୁ।ଜଣଙ୍କ ବିନା ଆଉଜଣେ ଅସଂପୂର୍ଣ୍ଣ।  ଉଭୟ ଜନ୍ମ ମୃତ୍ୟୁ ମୁଦ୍ରା ର ଦୁଇ ପାର୍ଶ୍ଵ ଭଳି। ଯାତ୍ରା ହିଁ ଏକମାତ୍ର ସତ୍ୟ। ତେବେ ମୃତ୍ୟୁକୁ ଏତେ ଭୟ କାହିଁକି? ତଥାପି ସମସ୍ତେ ସ୍ନେହ ମମତା ଡୋରରେ ଏମିତି ବନ୍ଧା ଥାଉ ଜଣଙ୍କର ଅଚାନକ ଅନୁପସ୍ଥିତ ବି ଅସହ୍ୟ ବୋଧ ହୁଏ। ଆପଣ ମାଉସୀ ସେଇ ମୃତ୍ୟୁ ର ଚକ୍ରବ୍ୟୁହ ରେ ଫଶି ଯାଇଛନ୍ତି। ଯେଉଁ ଥିରୁ ମୁକୁଳିବାର ବାଟ ନଥାଏ। ଆପଣ ଙ୍କର ସ୍ମିତ ହସ,ସ୍ବଳ୍ପ ଭାଷ ସମସ୍ତ ଙ୍କ ହୃଦୟରେ ବାସ କରି ଯାଇଛି।ଯେତେବେଳେ ଦେଖାହୁଏ ବହୁତ ଖୁସି ହୋଇ ଯା'ନ୍ତି।କେମିତି ଅଛୁ । ନନା ,ବୋଉ ତୋର କେମିତି ଅଛନ୍ତି ନିଶ୍ଚୟ ପଚା...

କୁହ ତୁମେ ଜହ୍ନ

*କୁହ ତୁମେ ଜହ୍ନ* କୁହ ତୁମେ ଜହ୍ନ କାହା ପ୍ରତିକ୍ଷା ରେ ଜାଗର ଜାଳୁଛ ଦିବାରାତ୍ରି ତୁମର ଆଲୋକର ମସୃଣତାରେ ରଙ୍ଗୀନ ହୋଇ ଉଠିଛି ଶୃଙ୍ଗାରୀ ମନ ତୁମର କରୁଣ କମନୀୟ ଭାବ  ଉଜାଣି ଯମୁନା କୁ କରିଛି ଉତ୍ସୃଙ୍ଖଳ ଚାରିଆଡେ ବିଚ୍ଛୁରିତ ତୁମ ବିତପନ ଅପୂର୍ବ ସମ୍ଭାର। କୁହ ତୁମେ ଜହ୍ନ କାହାର ଦନ୍ଥରା ଜୀବନରେ  ଭରିଦେଇଛ ବର୍ଣ୍ଣିଳ ଆଭା କାଳରାତ୍ରି ର ଅଟ୍ଟହାସ୍ୟ ଅନନ୍ତ ବିସ୍ତୃତ ପଥେ ଦୋଳାୟିତ ହୋଇଛି କ୍ଳାନ୍ତ ତନୁଲତା ଝଟିକାର ତିବ୍ର ସୁରା ପିଇ ଭୁଲାଉଛି ମୃତ ଅତୀତ। କୁହ ତୁମେ ଜହ୍ନ କାହାର ଦିଦୃକ୍ଷାକୁ ତୋଳି ନେଇଛ ସ୍ବ ପାପୁଲିରେ ତନୁମନଧନ,ମଣିମୁକୁଟ, ପାଟ ପୀତାମ୍ବର, ସ୍ବପ୍ନ ସିଂହାସନ ନିମିଷେ ପାଇଛି ଖଦ୍ୟୋତି। କୁହ ତୁମେ ଜହ୍ନ ସତରେ କ'ଣ ଉଷସୀର ଉଷ୍ଣାଗମରେ ଦଳି ହୋଇଯାଇଛି ତୁମର ଆସ୍ପଦ? ସେଇ ରକ୍ତକ୍ଷରା ଦୁଃଖ ର ରାତ୍ରୀ ବ୍ୟଥାର ସକାଳ ଭିଜେଇ ଦେଇଛି ନିଷ୍କଳଙ୍କ ପଦୁଅଁ ଆଖିକୁ?? ସତରେ ତୁମର କଳାକୌଶଳ, ତୁମର ସୁଧା ଅନ୍ବେଷଣ ଗାଉଛି ପ୍ରାଣ ମଧୁ ରସ ଗୀତି ବର୍ଷ ବର୍ଷ ଇତିହାସ ଧରି ଝରାଉଛି ଜୀବନ କବିତା ଅନ୍ଧାରି ବଉଦ ତଳେ ଆଖିରୁ ନିଦ ଚୋରେଇ ପହଁରୁଛି ସମାଧିସ୍ଥ ଆତ୍ମା ର ସକଳ ଆଶା ଓ ପ୍ରତ୍ୟାଶା।।