Skip to main content

Posts

Showing posts from January, 2023

ଆଃ କବିଟିଏ ହୋଇଥାନ୍ତି କି..!!*

*ଆଃ କବିଟିଏ ହୋଇଥାନ୍ତି କି..!!* ଆଃ ମୁଁ କବିଟିଏ ହୋଇଥାନ୍ତି କି ସରଗରୁ ଚାନ୍ଦ ଟିଏ ତୋଳି ମୋ ଅଗଣାରେ ଫୁଟେଇ ପାରି ଥାନ୍ତି, ମଲାପରେ ବି କିଣି ନେଇଥାନ୍ତି ସମଗ୍ର ଅସ୍ତିତ୍ବ, ଶାମୁକା ପେଟରୁ ସମଗ୍ର ଆୟୁଷ ମୁଠେଇ  ଖେଳୁଥାନ୍ତି ଛକି ଶୂନ ଖେଳ ଆପଣାତ୍ବ ମହକ ଭରି, ସାତ ତାଳ ପଙ୍କରୁ ମୁକ୍ତା ଖୋଜି  ଦେଇଥାନ୍ତି ତାର ପରିଚୟ, ନିର୍ଜନ ନଈବନ୍ଧ ରେ ହଜି ଯାଇଥିବା ପାଣ୍ଡୁଲିପି କୁ ପୋଥି କରି ଦୁର୍ମୁଲ୍ୟ ଉପହାର ଦେଇ ସଜେଇ ରଖିଥାନ୍ତି ହୃଦୟ ଗହନ କାନନରେ, କିଛି ବାଣୀ ଉଚ୍ଚାରିତ କରି ସମଗ୍ର ବିଶ୍ୱର ତୃଷ୍ଣ ଓଷ୍ଠଧାରରେ ଖଞ୍ଜି ଦେଇଥାନ୍ତି ପ୍ରବାଳଦ୍ୱୀପ ର ମଥାମଣି, ସତରେ କବି ହେବା କ'ଣ ସହଜ..ନା.. ଭାଗ୍ୟ ? କୋଟି କୋଟି ସ୍ପନ୍ଦନ କୁ ଯପାମାଳି କରି ଆତ୍ମାର ଶତଦଳରେ କୈବଲ୍ୟ ଖୋଜିବା ଏକ ସାଧନା, ସ୍ବପ୍ନ ଆଉ କଳ୍ପନାର କଳ୍ପବଟ ରେ ରଙ୍ଗ ଭରି ଶବ୍ଦ ଚଢେଇର ଡେଣାରେ ଉଡାଣ ଭରିବା ଏକ ତପସ୍ୟା, ସେଇ ରାତି ପାହାନ୍ତା କବି ଭାବନା ଧୀରେ ଧୀରେ ସକାଳ ଆକାଶର କୁଆଁ ତାରା ପରି ଅନ୍ତର୍ଦ୍ଧାନ ହୋଇ ଯାଇଛି ଉଦାସୀନ ଆକାଶର କରୁଣ ଆଖି ରେ, ସମସ୍ତ ଶଦ୍ଦ ଡବ ଡବ ହୋଇ ଫୁଟୁଛନ୍ତି ନିରୀହ,କାତର୍ଯ୍ୟ ର ଭଗ୍ନ ବିଶ୍ବାସରେ, ଶଦ୍ଦ ଲହରୀ ରେ ଭାସି ଭାସି ପହଞ୍ଚି ଯାଇଛି କୋଉ ଏକ ଅପନ୍ତରା ଯାଗାରେ ଯୋଉଠି ବର୍ଷା, ବସନ୍ତ,ବୈଶାଖ ସବୁ ଏକାପରି, ଶେଷରେ ପଡ଼ିଯାଇଛି କବିତାରେ ପୂର୍ଣ୍ଣଛେଦ ଭୋକିଲା ପେଟରେ ଉକୁଚୁଥିବା ହଳାହଳ ବିଷରେ, ମୁହୁର...

ମୁକସାକ୍ଷୀ*

*ମୁକସାକ୍ଷୀ* ନିଶ୍ତବ୍ଦ ରାତ୍ରୀ କେତେ ସୁନ୍ଦର ସଜେଇ ହେଇଛି, ତା କୋଳରେ କେବେ ରୂପା ଜହ୍ନ ତ କେବେ ସୁନେଲି ପୁଣି କେବେ ନୀଳ ଜହ୍ନ, ବଉଦର ଚୋରା ଚାହାଣି ରେ କିରି କିରି ହସୁଛି ରସିକିଆ ମଲାଜହ୍ନ, ତାରା ଫୁଲର ମାଳରେ ପୂର୍ଣ୍ଣ ଗର୍ଭା ହୋଇ ଉଠିଛି ରଜନୀ, ତଥାପି ଭାବାତୁର,ଶୋକାଭିଭୂତ ଅହେତୁକ ଭୟ ମନରେ ଉଙ୍କି ମାରୁଛି, ତା ଅସ୍ପଷ୍ଟ ଛାୟାରେ ଦେଖୁଛି ମାୟାବୀ ଦୁନିଆ, ମହୁମାଛି ପାଟି ରେ ଫୁଲର ପରାଗ, କେତେ ସ୍ନେହ,ଶାନ୍ତି ବିଛେଇ ଦେଇଛି ତା ଅନନ୍ତ ଶେଯ ରେ, ତଥାପି ଶୁଭୁଚି ଆର୍ତ୍ତ ଚିତ୍କାର,  ଓଃ କେତେ ଦୁର୍ବିସହ,  ସତେ ଯେମିତି ବାହାରି ଆସୁଛି ଅନ୍ତବୁଜୁଳି, ଅବଶ ଶରୀର, ଭାରାକ୍ରାନ୍ତ ମନ ସୁଖ ବାଣ୍ଟିବା ସମ୍ଭାବନା ରେ ପାଇଛି ଅଭିଶାପ ସବୁ କୂଟ,କପଟ,ମନ୍ତ୍ରଣା ଆଜି ତା'ରି କୋଳରେ, ଦୁଃଖ,ସ୍ମୃତି ର ଯେତେ କଣ୍ଟା ବୁଦା ଅରମା ସବୁ ଧରାବନ୍ଧା ତା'ର ଦରମଲା ଚକ୍ଷୁ କୋଣରେ, ଧିକ୍କାରୁଛି ନିଜକୁ, ଦେଖୁଛି ଅରମା ଜଙ୍ଗଲ, ମିଛିମିଛିକା ପ୍ରେମ ସନ୍ଧି, ସ୍ବପ୍ନ ର ତାରା ଫୁଲ ଆଜି ସ୍ତବ୍ଧ, ଚାରିଆଡେ ନିଆଁ ର ବ୍ୟଭିଚାର  ଖେଳୁଛି ମନରେ ନିଝୁମ ଶୂନ୍ୟତା, ଆତ୍ମା ଖୋଜି ବୁଲୁଛି ନ୍ୟାୟ ଏଇ ଅନ୍ଧାରି ଜୀବର ଦି ଟୋପା ଲୁହ କ'ଣ ମୂଲ୍ୟହୀନ? ଯୁଗ ଯୁଗର କ୍ଷୋଭ , କାନ୍ଦଣା ବିସ୍ଫୋରିତ ନୟନରେ କରୁଛି ଅଗ୍ନିବର୍ଷା, ନା ସ୍ବର ଅଛି ନା ଶଦ୍ଦ  ଧୁମୀଳ ସମୟରୁ ପାଲଟିଛି ମୁକସାକ୍ଷୀ ବିଧାତା କୁ ଦ୍ୱାହି ଦେଇ।

*ଆଉ ଯେବେ ଆସ ବନ୍ଧୁ*

*ଆଉ ଯେବେ ଆସ ବନ୍ଧୁ* ଆଉ ଯେବେ ଆସ ମୃତ୍ୟୁ ସୂର୍ଯ୍ୟ ର ସୁନେଲୀ କିରଣ ରେ  କି ଜହ୍ନର ରୂପେଲି ପରଦାରେ ଆସିବନି ଏବେ ତ ମୁଣ୍ଡ ଟେକିଛି,ନିଦ  ଭାଙ୍ଗିଛି, ବଞ୍ଚିବାର ଚେଷ୍ଟା ରେ ନିଜକୁ ପରଖୁଛି, ଶଦ୍ଦଙ୍କ ମେଳରେ ସାରା ଦୁନିଆ ଦେଖୁଛି, ଖରାବେଳେ ମୋର ସମୟ ନାହିଁ ପୁଅ ପରା ସ୍କୁଲ ଯାଇଛି, ଦି ମୁଠା ଚାଉଳ ଫୁଟଉଛି ପୁଅ ପାଇଁ, ଦ୍ଵିତୀୟା ଜହ୍ନ ଟା ଧୀରେ ଧୀରେ ନିର୍ମଳ ଦିଶିଲାଣି ନୁଆଁଣିଆ ଚାଳ ଫାଟକରେ, ତୁମେ ଆସନା ଏବେ ସନ୍ଧ୍ୟା ଗଡ଼ି ଯାଉଛି, ଗାଈଟା ଦେଖୁନ ହମ୍ବାଳୀ  ଛାଡିଲାଣି ଲୁଣ,ପେଜ ପାଇଁ, ବଉଳ ଗଛଟା ମୁହଁ ଶୁଖେଇଛି ଜାଣିଛ ବନ୍ଧୁ ଗ୍ରୀଷ୍ମ ଟା ଆଉ ମାପି ଚୁପି ଆସୁନି, ଭାରି ବେଇମାନ , ନିର୍ଲଜିଆ ସେ ଅସହ୍ୟ ବୈଶାଖୀ ରାତିଟା ଭାରି ଉଦ୍ଦଣ୍ଡୀ ତା ମୁଖା ପିନ୍ଧା ପ୍ରେମ ଜାଲ ରେ ଛନ୍ଦି ହୃଦୟକୁ ପୋଡ଼ି ଦେବ ତୁମର ହଁ ବରଷାରେ ଭିଜି ଭିଜି ଆସିବନି  ଭାରି ନଖରାମି ତାର, ତା ମାର୍ମିକତାରେ  ଓଦା କରିଦେବ ସାରା ଅସ୍ତିତ୍ବ  ମୋନାଲିସା ହସ ପରି ରହସ୍ୟ ମୟ ହସ ତାର କାଗଜ ଡଙ୍ଗା କରି ଭସେଇନେବ କଳା ଗୁମର ପାଣିରେ, ଜାଣିଛ ବନ୍ଧୁ ଶୀତର ଶିଶିର  ମର୍ଯ୍ୟାଦା ଲଂଘିଲାଣି, ରେଶମୀ ପୋଷାକ ପିନ୍ଧେଇ ତାର ଗୁପ୍ତ ଆଲିଙ୍ଗନ ରେ  ଜଡ କରିଦେବ, ତା ସମ୍ଭୋଗରେ ତୁମେ ବଳି ପଡିଯିବ,  ଚିରି ଦେବ ତୁମ ନାଡି, ଅନ୍ତନାଡି ହଁ ଆଉ ଯେବେ ଆସ ବନ୍ଧୁ ବସନ୍ତର ବେସୁରା ରାଗିଣୀ ରେ ନୁହେଁ ଆଜି ...

my journey in faith

Dear Friends, I Minakshi Dwivedy deeply indebted to have the fortune of sharing my beautiful journey of buddhist practice with you all. The care and prayers I have received from all of you in the last 5 years are priceless. I convey my sincere gratitude to my Mentor Sensei for his guidance and compassion . I have been receiving small and big benefits during this practice.  So I am always feeling that me and my family are surrounded by some protective layer. Now I am very happy to share  that auspicious day has finally arrived.   I enshrined Gohonzon in my house just 1 week before.  My Deepest gratitude to  Gohonzon for continuous protection. I determine to lead the lives of victory fragrant with flowers of happiness. Thank you 😊

ଜୟ ମା ସରସ୍ବତୀ (ଶିଶୁ କବିତା)✓

ଜୟ ମା ସରସ୍ବତୀ,  ବିଦ୍ୟା ଦାୟିନୀ ଶ୍ୱେତପଦ୍ମାସିତା  ମାଗୋ... ଶ୍ବେତାଙ୍ଗିନୀ। ତୁମ କରୁଣା ମାଗୋ ଜଗତେ ପ୍ରକାଶ। ତୁମ ଆଶୀର୍ବାଦେ ହୁଏ ଜ୍ଞାନ ର ବିକାଶ। ବ୍ରହ୍ମସୁତା ମାଗୋ ଶାଶ୍ବତୀ ଶାରଦା ହଂସବାହିନୀ ମା ଜୟ ଜଗତ୍ମାତା। ଶ୍ବେତମ୍ବରା ଧରା ମାତ ଶ୍ୱେତ ବସ୍ତ୍ରାନ୍ନୀତା ସର୍ବଗୁଣ ନିପୁଣା ହେ..  ସର୍ବ ସଂହିତା । ତବ ବୀଣା ଝଂକାରେ ଦୂର ହୁଏ ତିମିର। ସାରେଗାମା ପା....ମିଳେ ଯେବେ ସପ୍ତସୂର । ହେ ...ମା  କରୁଣାମୟୀ ଥାଏ ଯେବେ କରୁଣା ମୂର୍ଖ କାଳିଦାସ ଙ୍କୁ ମିଳିଲା ଯେ ଗାରିମା। କ୍ଷମା କରିଦିଅ ମାତ ଆମ  ଧୃଷ୍ଟ  ଆସ୍ପର୍ଦ୍ଧା। ଦୂରକର  ଅହଂକାର ମନେ ବଢୁ ଶ୍ରଦ୍ଧା।  ଏକାଗ୍ର ଚିତ୍ତେ ଯେ' ଡାକଇ ହେଉଥାଅ ତୃପ୍ତି। କେତେ ଶାସ୍ତ୍ରବିତ୍ତ ଯେ ପାଉଛନ୍ତି କୀର୍ତ୍ତି। ସଂକଳ୍ପ ସୌନ୍ଦର୍ଯ୍ୟ ଶୃଙ୍ଖଳା ଜ୍ୟୋତିର୍ମୟୀ ମାତା। ହସୁ ଧରା ଉପବନ ହୋଇ ତୁମ ଆଶ୍ରୀତା । ସର୍ବକଣ୍ଠେ  ବିରାଜିତ ଯେବେ ଅଟୁ ତୁହି ତମ ଦୟାରେ ମୂର୍ଖ ପଣ୍ଡିତ  ବୋଲାଇ। ବସନ୍ତ ପଞ୍ଚମୀ ଆଜି ପାବନ ଦିବସେ ଦିଅଦିବ୍ୟ ଜ୍ଞାନ ମାତ ମନେ ହୋଇ ତୋଷ। ମୁଁ ଅଜ୍ଞାନ ମା ଜାଣିନାହିଁ ଭକ୍ତି ହୃଦେ ସ୍ମରି ତବ ନାମ କରଇ ପ୍ରଣତି। ବରଷୁ  ଆଶୀଷ ମିଟିଯାଉ  କ୍ଳେଶ । ଝରୁଥାଉ କୃପା ଲଭେ ମୁଁ ଶୁଭାଶିଷ। ଜୟ ମା ସରସ୍ବତୀ।। 🙏🏻🙏🏻🙏🏻🙏🏻🙏🏻🙏🏻       ( *ମିନାକ୍ଷୀ*)

GOHONZON ENSHRINEMENT CEREMONY

Dear Friends, I Minakshi Dwivedy deeply indebted to have the fortune of sharing my beautiful journey of buddhist practice with you all. The care and prayers I have received from all of you in the last years are priceless. I convey my sincere gratitude to my Mentor Sensei for his guidance and compassion . Finally the auspicious significant day has arrived for me to get the enshrinement of Gohonzon in my house. Me and my family express our deepest gratitude to each one of you present here and those who could not make it today for your prayers.  I determine  to consistently do my human revolution and attend gosh meetings.  I determine to lead the lives of victory fragrant with flowers of happiness. With deepest gratitude to the Gohonzon for continuous protection. I determine to strengthen my Buddist study and read the nhr and value creation daily .  I determine to Chant for endless  good fortune of each one of you.  I determine to encourage more and more peopl...

ଆସିଛି ବସନ୍ତ*

*ଆସିଛି ବସନ୍ତ* ନବ ଦୁର୍ବାଦଳେ ବସନ୍ତ ଆସିଛି ଚିତ୍ରପଟ ପାଲିଙ୍କିରେ,  ଧରଣୀ ସୁନ୍ଦରୀ ସଜେଇ ହୋଇଛି ନିତ୍ୟ ସବୁଜ ମେଖଳାରେ। ମଳୟ ଝୁମୁଛି ମନ୍ଦ ମନ୍ଦ ସୁରେ ଭ୍ରମର ବଜାଏ ବଂଶୀ, କୋଇଲି ଗାଉଛି ନବାକ୍ଷରୀ ଛାନ୍ଦ  ପ୍ରଜାପତି ହୁଏ ଖୁସି। ବିଳାସୀ ବସନ୍ତ ଖୋଲିଛି ପସରା ସା,ରେ,ଗା,ମା,ପା,ଧା ଗାଇ, କୃଷ୍ଣ ଚୁଡ଼ା ଫୁଲ ମୁକୁଳାଇ କେଶ ପ୍ରିୟା ମନ ନିଏ ମୋହି। କାମନା ଘାଟରେ ହାଟ ବସିଅଛି ପିଇ ଯୌବନର ସୁରା, ରଙ୍ଗ ବିରଙ୍ଗ କୁସୁମର ଶେଯେ ରତି ,କାମେ ମଗ୍ନ ଧରା। ବର୍ଷାର ତାଣ୍ଡବ, ଗ୍ରୀଷ୍ମର ପ୍ରକୋପ  ଶୀତର ଶିଶିର ଭାଳେ, ବସନ୍ତ ରାଜର ଯାଦୁଗରୀ ସ୍ପର୍ଶେ ମୟୂର ମୂର୍ଚ୍ଛନା ତୋଳେ। ତରୁ ଗୁଳ୍ମ ଲତା ପାଦପ ଲତିକା ବୃକ୍ଷ ବଲ୍ଲରୀ କୁ ଧରି, ନବ କିଶଳୟ ଝଲସି ଉଠୁଛି  ମୁକୁତା ଯାଇଛି ଭରି। ଶ୍ୟାମଳୀ ସୁନ୍ଦରୀ ହାତଠାରି ଡାକେ  ନେବ ଚନ୍ଦ୍ରଭାନୁ ଦେଶେ, ମୁଗ୍ଧ ନୟନେ ପ୍ରେମର ଉଚ୍ଛ୍ୱାସେ ପଳାଶ ଫୁଲେଇ ହସେ। ବୟସ ବସନ୍ତ ଆଲିଙ୍ଗନ କରେ  ପ୍ରୀତି ମନ୍ତ୍ର ଗାଇ ଗାଇ, ବଧୁଲୀ ଫୁଲର ଖିଲି ଖିଲି ହସେ ପୁଲକିତ ହୁଏ ମହୀ।

କବିତା ସହ ଅନ୍ତରଙ୍ଗ ବେଳାରେ

ଉଷୁନା ଧାନ ଗଜୁରିବାର ଆଶା ନେଇ ମାଟି ତଳେ ଅହ ରହ ଅନେଇ ବସିଛି ରାତ୍ରୀ ର ପରଦାରେ ଆଶା ଗୁଡିକ  ଏଣୁ ତେଣୁ ଗୁଣ ଗୁଣୁଉଛନ୍ତି ଜୀବନର ମୋହ ଦେଖଉଛି ମାର୍ଗ କବିତା ର ସମାପ୍ତି ଭୟରେ ସାଉଁଟୁଛି ଅକ୍ଷର ସବୁ ଶେଷରେ ନିଜକୁ ଆବିଷ୍କାର କରିଛି  ଶବ୍ଦର ଗହଳି ଭିତରୁ ଅଚିହ୍ନା ପରିଚୟ କୁ ଦେଇଛି ପ୍ରମାଣପତ୍ର, ତଥାପି ଜୁଳୁଜୁଳିଆ ହୋଇ ଭାସି ଯାଇଛି କିଛି ଅତୀତ, ଖୋଲି ଯାଇଛି ସ୍ମୃତି ର ଥାକବନ୍ଦୀ ପେଡି, ଧୁଳିଆ ଡାଇରୀ କୁ ଝାଡୁ ଝାଡୁ ବୋହି ଯାଇଛି ମୁନ୍ଦାଏ ରକ୍ତ କ୍ଷତ ବିକ୍ଷତ ହୃଦୟରେ ଲାଗି ଯାଇଛି ଅଳନ୍ଧୁ, ମୁମୂର୍ଷୁ ସ୍ପନ୍ଦନ ରୁ କଅଁଳି ଯାଇଛି ଦୁଇଟି ପତ୍ର, ତାର ଅସ୍ପଷ୍ଟ ସ୍ବରରେ ଆତ୍ମହରା ହୋଇ ଯାଇଛି ଅଣଚାଶ ପବନ ବହି ଯାଇଛି ଠିକ୍ ତା ଫେନିଳ ଧୂସର ବେଳାରେ ପଞ୍ଚେନ୍ଦ୍ରୀୟ ,ମନ ବୁଦ୍ଧି ଲଗେଇ ଦେଇଛି କବିତା ଶେଷ ହେବା ପୂର୍ବରୁ କଳସୀ କଳସୀ ବହି ଯାଉଥିବା ତତଲା ଆବେଗରେ  ସଂଜ୍ଞା ଟିଏ ଦେଇ ଦେଇଛି  ଗୋପନରେ,ସବୁରି ଅଲକ୍ଷ୍ୟ ରେ ଏବେ ଆଉ ଡର ନାହିଁ  ଛୁଇଁ ବାକୁ ଯାଉଛି ସେହି ଅମ୍ଳାନ ଜ୍ୟୋତି, କରୁଛି ମୃତ୍ୟୁ ରୁ ଅମୃତର ଯାତ୍ରା, ଛଦ୍ମବେଶୀ ଛଳନା,ମୁଖା ପିନ୍ଧା ପ୍ରତାରଣା ଆଉ ଛୁଇଁ ପାରୁନି ଦୃଶ୍ୟ ରୁ ଅଦୃଶ୍ୟ ହେବା କଳା ଶିଖି ନେଇଛି କବିତା ସହ ଅନ୍ତରଙ୍ଗ ହେବା ପରେ  ସେହି ନିରୋଳା ମୁହୂର୍ତ୍ତ ରେ। ମିନାକ୍ଷୀ ଦ୍ବିବେଦୀ ୭୯୭୮୦୮୨୮୩୪

ରାତ୍ରୀର ଅବସାଦ*

*ରାତ୍ରୀର ଅବସାଦ* ବିଜନ ବେଳାରେ ନିଶି ତା ବୁକୁ ରେ  ଲେଖୁଛି ଜୀବନ ଗିତି, ରିକ୍ତ ମନ ତାର ସିକ୍ତ ହୋଇଛି  ସମୟ ଯାଉଛି ବିତି। ଅନ୍ଧାରୀ ଗୁମ୍ଫାରେ ଶୂନଶାନ ପଥେ ସାନ୍ତ୍ଵନା ର ଜଉଘରେ, ନିରୋଳା ରେ ବସି ସନ୍ଧି କରିଛି  ଜ୍ୟୋସ୍ନା ଭିଜା ପଣତରେ। କ୍ଳାନ୍ତି ର ପଥେ ଶ୍ୟାମଳୀ ରଜନୀ ଖୋଜେ ପ୍ରିୟତମ ସ୍ପର୍ଶ, କୁମୁଦିନୀ କିନ୍ତୁ ଚୋରେଇ ନେଇଛି ଚନ୍ଦ୍ରମାର ମୃଦୁ ହର୍ଷ। ଅନ୍ୟାୟ,ଅଧର୍ମ,ଅସତ୍ୟ ରଜ୍ଜୁ ରେ  ରାତ୍ରୀ ପଡ଼ିଛି ବନ୍ଧା, କାମନା,ବାସନା,ନିର୍ଲଜ ଭାବନା ସଭିଏଁ ମେଣ୍ଟାନ୍ତି କ୍ଷୁଧା। ବିଲୁଆ ଛାଡଇ ହୁକେ ହୋ ରଡି ପ୍ରେତାତ୍ମା ଦେଖାଏ ନାଟ, ଶ୍ବାନ,ଶୃଗାଳ ର ବିକଟାଳ ଶଦ୍ଦେ ଡରେ ଆତ୍ମା ଛାଡେ ଘଟ। ରାତ୍ରୀ ଆଜି ନିଜ ଶରୀର ଦେଖୁଛି  ପାଉନାହିଁ ତାର ଛବି, ମାନ,ଅଭିମାନ,ଲୁହ,କ୍ଷତ ଚିହ୍ନ ଅନ୍ଧାରେ ଯାଉଛି ଡୁବି। ଜହ୍ନ ର କଳଙ୍କେ ଅଭିସାରେ ଲିପ୍ତ ଅସଂଖ୍ୟ ଓଥରା ଅଳନ୍ଧୁ,  ଆଜନ୍ମ ଅନ୍ଧାର ଆବୋରି ନେଇଛି ତନ୍ଦ୍ରାକୁ କରିଛି ବନ୍ଧୁ। କଅଁଳ ଉଶ୍ୱାସେ ଶୀତଳ ଚନ୍ଦନେ ହାରିବ ସଭିଙ୍କ କଷ୍ଟ, ଉଆଁସୀ ଛାତିରେ ଲହଡ଼ି ଭାଙ୍ଗିବ ମିଟାଇବ ସବୁ ରିଷ୍ଟ।

ଛାତି ନୁହେଁ ସେତ ଆଶ୍ବସ୍ତି ର ସ୍ଥଳ

*ଛାତି ନୁହେଁ ସେତ ଆଶ୍ବସ୍ତି ର ସ୍ଥଳ* ମୁଁ ଯେତେବେଳେ ଘୁରି ବୁଲୁ ଥିଲି ମୁକ୍ତ ବିହଙ୍ଗିଣୀ ପରି ନୀଳ ଆକାଶ ଛାତିରେ, ବାଦଲ ର ଚୋରା ଚୋରା ଆଖି ରେ ଦେଖୁଥିଲି ସପନ,  ଯେତେବେଳେ ମେଘ ଖେଳୁଥିଲା ଲୁଚକାଳି ମୋ ସହ... ବର୍ଷା ରେ ଭିଜି ଭିଜି ସଜଉ ଥିଲି ମୋ ମଧୁ ଚନ୍ଦ୍ରିକା, ହଠାତ୍ ତୁମେ ଚିରି ଦେଲ ଛାତି,  ଚମକି ପଡ଼ିଲି ଦେଖି ମୋର ପ୍ରତିବିମ୍ବ ସେଇ ପ୍ରଶସ୍ତ ଛାତିରେ, ସବୁ ଚପଳାମି କ୍ଷଣିକ ଭିତରେ ସ୍ତବ୍ଧ ହୋଇଗଲା  ଏ କ'ଣ..? କିଏ ସେହି ବୀର.. କିଏ ସେହି ପ୍ରେମିକ..  ଯାହା ପାଇଁ ମୁଁ ସବୁ ବିକି ଦେଲି ମୋର ସାଇତି ରଖିଥିବା ନିଜତ୍ବ, ମୋର କୁମାରୀତ୍ବ ଆକାଶରୁ ସବୁ ମେଘ ଯେମିତି ଓଲ୍ହେଇ ଆସିଲେ ଧୀରେ ଧୀରେ, ଝୁଲିଲି ପ୍ରୀତି ପାଲିଙ୍କି ରେ ହାଉଲେ ହାଉଲେ, ମନ ଟା ମହୁଲ ମହୁଲ ମହକିଲା  ମନେହେଲା ବାଡି ଆଡ ଆମ୍ବ ଗଛ ଲକ୍ଷେ ଫଗୁଣ ନେଇ ମୁରୁକି ହସୁଛି ପ୍ରଗଳ୍ଭା,ଚଞ୍ଚଳ ମନ ଲାଜରେ ମୌନ ହୋଇ ଯାଇଛି, ସେଇ ପ୍ରଶସ୍ତ ଛାତିର ଉଷ୍ମ ମାଦକତା ସତେ ଶଖି କଣ୍ଢେଇ ବନେଇ ଦେଇଛି। ଇଏ କ'ଣ ପ୍ରେମର ସଂଜ୍ଞା..? ନିଶ୍ଚୟ... ସବୁ ଋତୁ ସତେ ବସନ୍ତ ବସନ୍ତ ଲାଗୁଛି, କ'ଣ ଯାଦୁ ଅଛି ସେଇ ସ୍ପନ୍ଦନ ରେ କେଜାଣି... ଗୁମସୁମ ଟିକ୍ ଟିକ୍ ଶବ୍ଦବି ମୃଦୁ ମୂର୍ଚ୍ଛନା ତୋଳୁଛି ସ୍ପନ୍ଦନ , ସ୍ପନ୍ଦନ ମିଶି କବିତା ବନି ଯାଇଛି... ମୋ ସରଳ ନିଃଶ୍ୱାସ,ଅତୁଟ ବିଶ୍ବାସରେ ନିସର୍ତ୍ତ ଭଲ ପାଇବାର ପ୍ରୀତି ପାରିଜାତ ଉଦ୍ଭ...

ନୂଆ ବରଷ

*ନୂଆ ବରଷ* ସମୟଟା କେବେ ଅଟକି ଯାଏନି  ଅବିରତ ଥାଏ ଧାଇଁ,  ଦିନ ପରେ ରାତି,ରାତି ପରେ ଦିନ  ଚକ ଘୁରେ ଘାଇଁ ଘାଇଁ।  କାହା ପାଇଁ କିଏ ଅଟକି ଯାଇନି  ଏହି ଭବ ଭୂମି ତଳେ, ଆତ୍ମା ଯେ ଶରୀରୁ ଛାଡି ଚାଲିଯାଏ ନୂଆ ସନ୍ଧାନର ଆଳେ। ବର୍ଷ,ମାସ,ଦିନ ବିତି ଯାଇଅଛି  ଆସିଅଛି ନୂଆ ସକାଳ, ସ୍ବାଗତ କରିବା ନୂଆ ବରଷ କୁ  ସାଙ୍ଗ,ସାଥୀ ହୋଇ ମେଳ। ଏ ଶୁଭ ଲଗନେ,ଶୁଭ ମୁହୂର୍ତ୍ତ ରେ କରିବା ଆମେ ଶପଥ, ଦେଇ ଶ୍ରଦ୍ଧା,ପ୍ରୀତି,ଭାଇଚାରା ସ୍ପର୍ଶ ଉଡ଼ାଇବା ଶାନ୍ତି ନେତ। ନୂଆ ଆଶା,ନୂଆ ଉଦ୍ଦୀପନା ନେଇ  କଳ କଳ ଯିବା ବହି, ସଭିଙ୍କ ମୁଖରେ ଫୁଟାଇବା ହସ ବିଶ୍ବାସ,ଭରସା ଦେଇ। ଆମେ ସବୁ ଶିଶୁ ଜ୍ୱଳନ୍ତ ତାରକା ଅନ୍ଧାର ର ବତୀଘର, ନାହିଁ ପଛଘୁଞ୍ଚା ଆମର ଜାତକେ କରିବୁ ସ୍ବପ୍ନ ସାକାର। ପ୍ରତି ବରଷରେ ନୂଆ ସ୍ମୃତି ନେଇ ରଚିବୁ ଏକ ଇତିହାସ, ଅଳୀକ ଜୀବନେ କର୍ମଯୋଗୀ ହୋଇ ରଖିବୁ ଦେଶର ଯଶ।

ପ୍ରଭାତ ର ଆଗମନେ (ଶିଶୁ କବିତା)✓

*ପ୍ରଭାତ ର ଆଗମନେ*✓ ଆସ ପିଲେ ଆସ ପାହିଲା ରଜନୀ କର ସୂର୍ଯ୍ୟ ନମସ୍କାର, ଧରଣୀ ମାତା ଯେ ସୁନ୍ଦର ଦିଶଇ ପାଇଁ ସ୍ପର୍ଶ ସକାଳର। ପକ୍ଷୀ ଗଲେ ଉଡ଼ି ନିଜ ନୀଡ଼ ଛାଡି ଖାଦ୍ୟର ସଂଧାନ ପାଇଁ, ପିଲାଙ୍କୁ ଦେବେ ଆହାର ଗଣ୍ଡିଏ  ଖରା, ବର୍ଷା ଡର ନାହିଁ। ଢୋଲ ,ମୃଦଙ୍ଗ,ବେଦମନ୍ତ୍ର ପାଠ ଶୁଭୁଛି  ମନ୍ଦିର କୋଣେ, ତେଜି ଆଳସ୍ୟ ହୋଇ ହସ ହସ କର୍ମ କର ଶୁଦ୍ଧ ମନେ। ରବି ସମ ତୁମେ ହୁଅ ତେଜିୟାନ ଚାଲ ସତ୍ୟ ପଥ ପରେ, ଲୋଭ,ମୋହ,ମାୟା ନ କରୁ ଆଚ୍ଛନ୍ନ ସଫଳତା ଛୁଉଁ ଶିରେ। ତୁମେ ଅଟ ଶିଶୁ ଅମୃତ ସନ୍ତାନ ସ୍ପନ୍ଦନ ଏ ବସୁଧାର, ଫୁଲଟିଏ ପରି ବିତର ମହକ  ଅନ୍ଧକାର କର ଦୂର।

ବସନ୍ତର ଆଗମନେ

*ବସନ୍ତର ଆଗମନେ* ସୌନ୍ଦର୍ଯ୍ୟ ମଣ୍ଡିତ ଚର୍ଚ୍ଚିତ ପ୍ରାଙ୍ଗଣେ  ବସନ୍ତ ର ଆଗମନେ,  ମଧୁ ଗନ୍ଧ ମୃଦୁ ଅଙ୍ଗେ ଅନୁଭବେ  ସ୍ନିଗ୍ଧ,ଶୀତଳତା ମନେ। ମଳୟ ଝୁମଇ ମନ୍ଦ ମନ୍ଦ ସୁରେ ମଧୁପ ବଜାଏ ବଂଶୀ, ଚଉଦିଗ ଆଜି ଆହ୍ଲାଦ ଆମୋଦ ଜୋଛନା ପଡ଼ିଛି ଖସି।   ବିଳାସୀ ବସନ୍ତ ଖୋଲିଛି ପସରା ହର୍ଷ ଭରା ମାଦକତା, ଗଗନେ ପବନେ ଧରଣୀ ଟେକିଛି  ଚାରୁ ଚନ୍ଦ୍ରିକା ଛତା। କାମନା ଘାଟରେ ବସିଅଛି ହାଟ ପିଇ ଯୌବନର ସୁରା, ରଙ୍ଗ ବିରଙ୍ଗ କୁସୁମର ଶେଯେ ରତି,କାମେ ମଗ୍ନ ଧରା। ବର୍ଷାର ତାଣ୍ଡବ, ଗ୍ରୀଷ୍ମର ପ୍ରକୋପ  ଶୀତର ଶିଶିର ଭାଳେ, ବସନ୍ତ ରାଜର ଯାଦୁଗରୀ ସ୍ପର୍ଶେ ମଧୁର ମୂର୍ଚ୍ଛନା ତୋଳେ। ତରୁ ଗୁଳ୍ମ ଲତା ପାଦପ ଲତିକା ବୃକ୍ଷ ବଲ୍ଲରୀ କୁ ଧରି, ନବ କିଶଳୟ ଝଲସି ଉଠୁଛି  ମୁକୁତା ଯାଇଛି ଭରି। ଶ୍ୟାମଳୀ ସୁନ୍ଦରୀ ହାତଠାରି ଡାକେ  ନେବ ଚନ୍ଦ୍ରଭାନୁ ଦେଶ, ମୁଗ୍ଧ ନୟନେ ପ୍ରେମର ଉଚ୍ଛ୍ୱାସେ ସାଜି ଅଛି ବଧୁବେଶ। ଆମ୍ର କୁଞ୍ଜବନେ ମୃଦୁ ମୃଦୁ ଭାସେ କୋଇଲି ର କୁହୁତାନ, ବାସ୍ନାୟିତ ମନ ପ୍ରେମ ଚଇତାଳି ଖେଳେ ଦେହେ ଶିହରଣ। ହଳଦୀ ବସନ୍ତ ଲେଖୁଛି ସାୟରୀ  ପ୍ରୀୟା ବାସନ୍ତୀର ମନେ, ପ୍ରୀତି ମନ୍ତ୍ର ଗାଇ ନାଚଇ ଝରଣା  କନ୍ଦର୍ପ ର ପୁଷ୍ପ ବନେ। ବୟସ ବାସନ୍ତୀ ଆଲିଙ୍ଗନ କରେ  ଜହ୍ନ ପାଲିଙ୍କିରେ ଆସି, ଭରା ଯୌବନେ କୃଷ୍ଣଚୂଡ଼ା ଫୁଲ  ମୁଣ୍ଡରେ ଦିଏ ତା ଖୋସି। ବଧୁଲୀ ଫୁଲର ଖିଲି ଖିଲି...