ଦିନ ପରେ ଦିନ ଗଡି ଚାଲିଛି, ଆଜି "ମୋ ଗାଁ" ମାଟି ଦାଣ୍ଡ , କେମିତି ଖାଁ ଖାଁ ଲାଗୁଛି। ବଦଳି ଯାଇଛି ତାର ରଂଗ ରୂପ ଏଇ ll ଗୋଟେ ଗୋଟେ ସାହେବ .... ଗାଁ ଭିଟାମାଟିରେ ଗଢି ଉଠିଛି ଭାଇ ଭଗାରି ପାଚେରି। ପୁରୁଣା ଟୁଙ୍ଗୀ ଘରେ ପୁରୁଖା ପୁରୁଖା ଲୋକଙ୍କ ସଭା ବସୁନାହିଁ ଗାଁ ଦେବୀ ପ୍ରାଙ୍ଗଣ ରେ ଶୁଭୁନାହିଁ ଘଣ୍ଟ , ଢୋଲ , ମୂଦଙ୍ଗ , ଶଂଖ ଧ୍ବନୀ ମନ୍ଦିର ରେ ଦୀପ ଶିଖା, ଯଜ୍ଞବେଦୀ, ହୋମଶିଖା ଲିଭି ଯାଇଛି କୋଉ କାଳୁ ଜନ୍ତାଳ ନାହିଁ କି ଭୋଗର ଥାକବନ୍ଧି ନାହିଁ । କେତେ ଅଚିହ୍ନା ଅଚିହ୍ନା ଲାଗୁଛି ସତେ ଏ ଗାଁ ଦାଣ୍ଡ ! ମଧ୍ଯ ରାତ୍ରିର ଝିଲିମିଲି ତାରାଫୁଲ ବେପଥୁ ସାଜିଛନ୍ତି ..... ଗାଇଆଢ ପିଲା ତାର ବଂଶୀଧ୍ବନୀ, ହମ୍ବାରଡି, ଗୋବର ଲଟପଟ ଭରା ଗାଁ ଦାଣ୍ଡ ଆଜି ଶୁଖା ଶୁଖା ଲାଗୁଛି। ଗାଁ ନଈ କିଣ୍ଡିଆ ରେ କଣ୍ଟେଇ କୋଳି, କାଇଁଚଫୁଲ, ବାଗୁଡି ସୋରିଷ କିଆରୀ ଭାସୁ ନାହିଁ ଆଉ ମେଘ ର ଡେଣା ରେ, ଗାଁ ପଛପଟ ପୋଖରୀ କୁଳ ସୁନାନାଖି ମାଇପି ଙ୍କ କିଚିରି ମିଚିରି ହସ ର ଫରୁଆ ସ୍ବପ୍ନ ର ବିସ୍ତୀର୍ଣ୍ଣ ଚିତ୍ରପଟ୍ଟ ସୀମାବଦ୍ଧ ହୋଇ ଯାଇଛି ସମୟ ସୀମା ରେ ଚିରକାଳ । ଯୁଗ ଆଜି ଚନ୍ଦ୍ର ଛୁଇଁଲାଣି କ'ଣ ବା ଅଛି ଗାଁ ଦାଣ୍ଡ ରେ ଅ ର୍ଥ ଉପାର୍ଜନ, ଅନ୍ଧକାମନା ପରିବାର ବୋଝରେ ସମୟ ନାହିଁ ଚାହିଁବାକୁ ଗାଁ ମାଟି ଦାଣ୍ଡ। ସଂସାର ଯାକର ସ୍ବାର୍ଥ ଲାଳସା ...