Skip to main content

Posts

Showing posts from February, 2021
[19/02, 5:21 pm] minakshi dwivedy21: ଶ୍ରାବଣୀ ଧାରା ରେ ଭାସି ଯାଉଥିଲା କେତେକଥା ,ଅନୁଭୁତି ଶେଷ କଥା କିଛି କହିବାର ଥିଲା ସମୟ ଯାଉଛି ବିତି। ହୃଦୟର ଭାଷା ଲେଖୁଛି ଲୁହରେ ଦଉଛି ମୁଁ ପ୍ରତିଶୃତି   ଭାବନାରେ ତୁମ ନିଇତି ଆସିବି ହୋଇ ମୁଁ ଅଲିଭା ସ୍ମୃତି। [20/02, 3:33 pm] minakshi dwivedy21: ପ୍ରତିଶୃତି ଆଣେ ନୂତନ ଝଂକାର ନବ ଉନ୍ମାଦନା ଖେଳେ, ଏକତାର ଗିତି  ଗାଇ ଆନନ୍ଦ ରେ ସଂଗୀତ ମୂର୍ଚ୍ଛନା ତୋଳେ।। ଶଦ୍ଦ ଉହାଡରେ  ଖେଳେ ଲୁଚକାଳି କେତେବେଳେ ଧରାଦିଏ.... ଶଦ୍ଦ ସାଗର ରୁ ଅମୃତ ଝରାଇ କାବ୍ୟ,କଥା ରଚିଯାଏ। ଦୂର ଦିଗନ୍ତରେ ଉଦିତ ସୂରୁଜ ପ୍ରତିଛବି ଆଙ୍କୁ ଥାଏ..... ସପନ ତୁଳି ରେ ଛନ୍ଦାୟିତ ହୋଇ.... ପ୍ରତିଶୃତି ରୂପ ନିଏ। ପୀରତି ରେ ବନ୍ଧା ଆମ ଚଲାପଥେ  ନ ଲାଗୁ ଶିଉଳି କେବେ.... ରଙ୍ଗ ଭାଷା ଦେଇ ସଜଳ ରଖିବା  ପୀୟୂଷ ଝରାଇ ଆମ୍ଭେ।

prema kabita

[11/02, 9:14 am] minakshi dwivedy21: ବିବାହ ବେଦୀ ରେ ପ୍ରତିଶୃତି ଦେଲ ସାତ ଜନ୍ମ ସାଥି ହବ ଗୋଟିଏ ଜନ୍ମ ରେ ସମ୍ଭାଳି ନପାରି କହିଲ..... ଦେଖେ ଯା ତୋହର ଠାବ। ଲକ୍ଷ୍ମୀ ମାତ ସିନା ଅଭାଶାପ ଦେଇ ଛାଡି ଚାଲିଗଲେ ଦୂର। ମୁଁ ଅଲକ୍ଷଣି କୁଆଡେ ବା ଯିବି  କରିଦେବ ଯଦି ପର। ନାହିଁ ମୋ ସାମର୍ଥ୍ୟ  ତୋଳିବି ଉଆସ ବିଶ୍ଵକର୍ମା ଙ୍କୁ ଯେ ଡକାଇ। ଗଣ୍ଡେ ଗଣ୍ଡେ ଯଦି ଅନ୍ନ ଦେଉଥିବ  ପଡି ରହିଥିବି ମୁହିଁ। ବାପା, ମା ହରା ଅଟେ ବେସାହାରା ଦୁଃଖିନୀ କନ୍ୟା ଟେ ମୁହିଁ,  ତୁମ ଛଡ଼ା ଏଇ ଦୁନିଆରେ  ସାହା ମୋର କେହି ନାହିଁ। [11/02, 12:24 pm] minakshi dwivedy21: ନୂଆ ବିବାହର କେଇ ଦିନ ତୁମେ ତୋଳି ଦେଲ ତାରା ଫୁଲ.. ।  ଗଭାରେ ସଜାଇ ନୟନେ ବସାଇ  କେଡେ ସୁନ୍ଦର ତୁ କହୁଥିଲ.... ସରଗର ଚାନ୍ଦ ହାତରେ ଧରାଇ ଗୁମାନ ମୋ ଭାଙ୍ଗୁଥିଲ....  ମାନିନୀ ବୋଲି କହି କେତେ ସରାଗରେ ଚୁମାଟିଏ ଆଙ୍କୁଥିଲ। ଆଜି କ'ଣ ସବୁ ଭୁଲିଗଲ ତୁମେ ଆମର ପ୍ରେମ କାହାଣୀ...??? ତୁମେ ଥିଲ ମୋର ହୃଦୟର ରାଜା ମୁଁ ଥିଲି ତୁମ ରାଣୀ। ପଚାରିଲେ କୁହ ଦେଏଖେ  ଆଇନା ରୂପ ତୋ ଗଲାଣି ବଦଳି ଗୁଲାବ ଫୁଲ ରୁ ହେଲୁ ଫୁଲକୋବି କହୁଛୁ ...ଯେ... ଭଲ ପାଉନି ମୁଁ ବୋଲି....!!!! ଅପସରା ଥିଲୁ ଭଲ ପାଉଥିଲି ପାରିଜାତ ଦେଲି ତୋଳି... ବୁଢି ଅସୁରୁଣୀ ପରି ଲାଗୁଛୁ ଆଜି ତୁ  ଦେଖିଲେ ପଡୁଛି ଭେଳି। ମୁଣ୍ଡେ ହାତ ...

ଜୟ ଜଗନ୍ନାଥ

[08/02, 10:35 am] minakshi dwivedy21: କିଛି ମନ୍ତ୍ର ତନ୍ତ୍ର ଶ୍ଳୋକ ଆଉ ପୁରାଣ ଜାଣି ନାହିଁ ମୁହିଁ ଧନ କିନ୍ତୁ..... ମୋ ହୃଦୟ ମନ୍ଦିରେ ଦୀପକ ଜାଳୁଛି ତୋର ନାମେ ରାତି ଦିନ। ତୋ ବିନା ସୁରୁଜ ଆଲୋକ ଦିଏନି ତୋ ବିନା କି ଜହ୍ନ ହସେ, କୀଟ ପତଙ୍ଗ ଠୁ ତୃଣ ପରିଯନ୍ତ ତୋର ସ୍ଵରୁପ ହିଁ ଭାସେ। ଶୁଣିଯାରେ କାହ୍ନା ମୋ ଅନ୍ତର ବେଦନା କରନା ତୁ ଆଉ ରୋଷ, ଉତ୍ସର୍ଗିତ ମନ ଏ ଭକତ ଜୀବନ  ହାରି କରିବୁ ଅବଶୋଷ। [08/02, 6:57 pm] minakshi dwivedy21: ନୀରବ ରେ ଖୋଜୁଥିଲି ମୁଁ ଭାଷା କହିବାକୁ ମନ ହୂଦୟର କଥା  ଓଠ ପଢି ନେଲା ଲୁହ କିଣି ନେଲା ଅନ୍ତର ଅକୁହା ବ୍ୟଥା। [09/02, 11:15 am] minakshi dwivedy21: ଶୀତ ସରିଗଲା ବସନ୍ତ ଆସିଲା  ଆସୁନାହଁ କାହିଁ ତୁମେ ଅପେକ୍ଷା ର ଫଳ ମିଠା ବୋଲି ଭାବି ମଜ୍ଜିଛି  ତୁମରି ପ୍ରେମେ।
ଗୋଲାପ ସୁନ୍ଦରୀ ହେ ଉଦ୍ୟାନ ରାଣୀ ଅଙ୍ଗରକ୍ଷକ ମୁଁ କଣ୍ଟକ.... ସୁରକ୍ଷା ଦେବି ତୁମ ସ୍ନିଗ୍ଧ ରମ୍ୟ ରୂପ ଯିଏ ହବ ତୁମ ଭକ୍ଷକ। ତୁମ ମଖମଲି,ସୁକୋମଳ ଦେହ ଭିଜା ଭିଜା ବାସ୍ନା ମହକ ଧୃତ ପାଷାଣ ଯେବେ କରିବ ଆକ୍ରୋଶ ହେବି ମୁଁ ତାହାର ନାଶକ।

ପ୍ରୀତି ନିର୍ଝରଣୀ

[04/02, 10:00 am] minakshi dwivedy21: କେତେ ଆଶା ନେଇ ଚାହିଁ ବସିଥିଲି ଋତୁରାଜ ବସନ୍ତରେ.... ବାନ୍ଧି ଦେବ ମତେ ପ୍ରେମ ଶିକୁଳିରେ ଶିହରିତ ମନ ଝୁରେ। ଭାବନାର ଝୁଲ କୁହୁଳି କୁହୁଳି କୁହୁଡି ରେ ମିଶିଗଲା.... ପ୍ରତିଶୃତି ଦେଇ ଛଳନା କରିଲ କୁହ କେମିତି ବଞ୍ଚିବି ଭଲା...???? ଶାଶ୍ବତ ପ୍ରେମ ମୋ ବୁଝି ନପାରିଲ କାଟିଦେଲ ପ୍ରୀତି ଡେଣା.... କରୁଣ ହୃଦୟେ କଣ୍ଟାଘାତ କଲ  କରୁଥିଲ ଖାଲି ବାହାନା!!!! ମୁଁ ଅଟେ କିନ୍ତୁ ପ୍ରେମ ନିର୍ଝରଣୀ ପ୍ରେମରେ ଭସେଇ ନେବି.... ରିକ୍ତ ମନରେ ତୁମ ଆସକ୍ତି ଭରିବି ପ୍ରେମ ଜାଲେ ଛନ୍ଦି ଦେବି।।। [04/02, 11:26 am] minakshi dwivedy21: ମନରେ ଅନେକ ଝଡ଼ ଉଠେ.... ଆପେ ଆପେ ଥମିଯାଏ..... ରହିଯାଏ ଖାଲି ବିବଶତା.... ଖାଲି ବିଭୋରତା..... ନୀରବତା.... ଆଉ ନିର୍ଜନତା... ଜୀବନ୍ତ ଶବର ଏକ ରୂପ ନେଇ....... [04/02, 4:08 pm] minakshi dwivedy21: ରାତି ଆସେ ଜହ୍ନ ନେଇ.... ନିଦ ଆସେ ସ୍ଵପ୍ନ ନେଇ.... ବର୍ଷା ଆସେ ମେଘ ନେଇ.... ଦିନ ଆସେ ଆଶା ନେଇ.... ପ୍ରେମ ଆସେ ଭରସା ନେଇ।। [06/02, 10:31 am] minakshi dwivedy21: ଭଜୁ ତୋର ନାମ ହରେ କୃଷ୍ଣ ରାମ  ଦେଖୁ ତୋର କଳା ଶ୍ରୀମୁଖ, ମଉଳା ମନରେ  ଭରିଯାଉ ହସ ପାଉ ଶିରି କ୍ଷେତ୍ର ସୁଖ। ଲୋକାରଣ୍ୟ ରେ ହଜା ପଥିକଟେ ମୁଁ ଦୁଃଖ କୁହୁଡି ରେ ଘେରା, ଆଲୋକ ବର୍ତ୍ତିକା ହୋଇ ମହାବାହୁ ବର୍ଷିଦିଅ ପ୍ରେମ ଧାରା। ସଂସା...

ପ୍ରୀତି ଗନ୍ଧା

[02/02, 7:50 pm] minakshi dwivedy21: ନୀରବେ ଖୋଜିଲି ଚିର ସାଥି ଟିଏ କେହି ନଦେଲେ ଯେ ଧରା....  ଲୁହ ତ କହିଲା ବ୍ୟସ୍ତ କାହିଁ ହଉ ତୋ ପାଖେ ଅଛି ମୁଁ ପରା....!!!! [02/02, 9:57 pm] minakshi dwivedy21: ଜୀବନ ଗଣିତ ସୁତ୍ର ଘୋଷି ଘୋଷି  ଭେଜାରେ ପଶିଲା ନାହିଁ..... ପ୍ରତିଟି ସୋପାନ ଖାଲି ପାଶ କରିଗଲି ଡିଷ୍ଟିଙ୍ଗସନ୍ ପାଇଲି ନାହିଁ। [02/02, 11:21 pm] minakshi dwivedy21: ଅଦିନ ଶ୍ରାବଣେ ଭିଜିଗଲି ମୁହିଁ ରିମିଝିମି ସୁର ନେଇ ପ୍ରୀତିର ପିୟୁଷ ଢାଳି ଦେଲ ଯେବେ ମନର ମାନସୀ କହି। ମୋ ଗୋଲାପି ଅଧର,ମୋ ଘନ କୁନ୍ତଳ ତୁମ ପ୍ରେମେ ଗଲା ଭିଜି ହୃଦୟ ସ୍ପନ୍ଦନ ଟିକ୍ ଟିକ୍ କଲା ସପନରେ ଗଲି ମଜ୍ଜି। [03/02, 3:55 pm] minakshi dwivedy21: ଶ୍ରାବଣୀ ର ମୃଦୁ ମହ୍ଲାର ସୁରରେ.... ମେଘ ମାଳା ହେଲେ ଠୁଳ, ଚକୋରୀ ପ୍ରୀୟା ର ପ୍ରେମ ସଂଗୀତରେ ଚକୋର ହୋଇଲା ଭୋଳ। ନୀଳକଇଁ ର ଦରଦୀ ସଂଗୀତେ.... ଜହ୍ନ ହେଲା ଭାବାତୁର,  ନବପ୍ରସୁ ପୁଷ୍ପ ପଲକ ଖୋଲିଲା ଭ୍ରମର ର ଚିତ୍ତଚୋର । ଅଳସୀ ନଈର ମଦମତ୍ତ ଠାଣି.... ସାଗର ଯେ କାମାତୁର, ମଧୁ ମିଳନର ପ୍ରୀତି ପାର୍ବଣ.... ତୋଳେ ପ୍ରୀତି ଓଁକାର ସୁର। ପ୍ରେମ ଆଲିଙ୍ଗନ  କମ୍ପିତ ଶ୍ରୀ ଅଙ୍ଗେ  ସ୍ନିଗ୍ଧ ସିକ୍ତ ପ୍ରେମ ଧାର, ପୁଲକିତ ମନ ମହ ମହ ବାସେ ପ୍ରୀତିଗନ୍ଧା ପ୍ରାଣ ମୋର।।

ପ୍ରୀତି ନିର୍ଝରଣୀ

କେତେ ଆଶା ନେଇ ଚାହିଁ ବସିଥିଲି ଋତୁରାଜ ବସନ୍ତରେ.... ବାନ୍ଧି ଦେବ ମତେ ପ୍ରେମ ଶିକୁଳିରେ ଶିହରିତ ମନ ଝୁରେ। ଭାବନାର ଝୁଲ କୁହୁଳି କୁହୁଳି କୁହୁଡି ରେ ମିଶିଗଲା.... ପ୍ରତିଶୃତି ଦେଇ ଛଳନା କରିଲ କୁହ କେମିତି ବଞ୍ଚିବି ଭଲା...???? ଶାଶ୍ବତ ପ୍ରେମ ମୋ ବୁଝି ନପାରିଲ କାଟିଦେଲ ପ୍ରୀତି ଡେଣା.... କରୁଣ ହୃଦୟେ କଣ୍ଟାଘାତ କଲ  କରୁଥିଲ ଖାଲି ବାହାନା!!!! ମୁଁ ଅଟେ କିନ୍ତୁ ପ୍ରେମ ନିର୍ଝରଣୀ ପ୍ରେମରେ ଭସେଇ ନେବି.... ରିକ୍ତ ମନରେ ତୁମ ଆସକ୍ତି ଭରିବି ପ୍ରେମ ଜାଲେ ଛନ୍ଦି ଦେବି।।।

ସାଥି

[02/02, 10:54 am] minakshi dwivedy21: ଛନ୍ଦ ଜୀବନର ଦ୍ଵନ୍ଦ ଘଡିରେ ତୁ ହିଁ ସାହା ମୋର ଜଗା କାଳିଆ.... ଆଶା ତ ଜାଗଇ ଚହଲାଇ ସିନ୍ଧୁ  ମହାମନ୍ତ୍ରିତ ହୁଏ ତୋ ପ୍ରେମେ ବାୟା। ଜୀବନ ସୁରରେ ତୋଳିବୁ ଝଂକାର  ଆଶା ପକ୍ଷୀ ମୋର ଝୁରୁଛି ସାୟା....  ଭ୍ରମିତ କରନା ଆହେ କଳାକାହ୍ନୁ ଦୁଃଖ ସୁଖେ ମୋର ହୋଇଥିବୁ ଠିଆ। [02/02, 3:42 pm] minakshi dwivedy21: ମୋ  ସୁମଧୁର କଳ୍ପନା କବିତା ରେ ତୁମେ ଥିଲ ତୁମେ ରହିଛ, ମୋ ଶୂନ୍ୟ ମନରେ ଇନ୍ଦ୍ରଧନୁ  ଆଙ୍କି  ପ୍ରେମ ରଙ୍ଗ ଭରି ଦେଇଛ। ହୃଦୟରେ ତୁମ ଅଛି କି ନାହିଁ ମୁଁ ପଚାରିଲେ ନାହିଁ କହୁଛ ସେଇ ମିଠା ମିଠା ବାସ୍ନା.... ମିଠା ମିଠା ସ୍ମୃତି... ସବୁ ଥିଲା କ'ଣ ମିଛ...?????