Skip to main content

Posts

Showing posts from March, 2021

ଆଉ କି' ସେ ବେଳ ଆସିବ....????

*(ଆଉ କି' ସେ ବେଳ ଆସିବ....???)* ଇଛା ଟିଏ ଆଜି ମରିଯାଇଛି... ସ୍ବପ୍ନ ଟା ଭାଙ୍ଗି ଚୁରମାର ହେଇ ଯାଇଛି.... ନୂଆ ସ୍ବପ୍ନ ଟିଏ ଦେଖିବା ପାଇଁ ଧୈର୍ଯ୍ୟ ହରାଇଛି.... ସମୟଟା ଭି ଧୀରେ ଧୀରେ ଗଡି ଚାଲିଛି... ରଙ୍ଗ ବେରଙ୍ଗୀ ଜୀବନରେ କଳା ବାଦଲ ର ସାୟା ଯେମିତି ଘେରି ଯାଇଛି। ଦିନ ଥିଲା ଫଗୁଣ ର ରଙ୍ଗରେ ସେ ଗାଧୋଉଥିଲା... ମୁଠା ମୁଠା ବାସ୍ନା ର ମହକ ଭରୁଥିଲା... ଆଜି କିନ୍ତୁ ମୁହଁ ଲୁଚେଇ କାନ୍ଦୁଛି... ସେ ଦେଖି ପାରୁଛି କରୋନାର କୁଟିଳ, ମାୟାବୀ ଅହଙ୍କାର... ବୈଶାଖୀ ଜଙ୍ଗଲରେ ନିଆଁ ର ବ୍ୟଭିଚାର। ଧର୍ଷଣ ହୋଇଥିବା କୋଉ ଝିଅର ନୀରବତା  ପରି ଆଜି ସେ କିନ୍ତୁ ମୌନ.... କରୋନା ଖାଇ ଦେଇଛି ଯେମିତି ସବୁ ଫୁଲର ପରାଗରେଣୁ....!!! ସବୁ ଖୁସିର ଈଶ୍ୱରତ୍ବ.. ନିଃଶ୍ବାସ, ବିଶ୍ବାସ ର ଆପଣାତ୍ବ.. ଘରେ ଘରେ ଖେଳି ଯାଇଛି ବିବଶତା, ନୀରବତା, ସଂକୀର୍ଣ୍ଣତା.... ‌ ନାଲି, ନେଳି, ଗୋଲାପି ରଙ୍ଗ ସବୁ ଫିକା ଫିକା ଲାଗୁଛି ଶ୍ରୀହିନା ଆଜି ସେ ସିନ୍ଦୂର ହୀନ ହତଭାଗୀନି ... ଫଗୁଣର ଫାଲଗୁନି ମୁହଁ ପୋତି ଠିଆ ହୋଇଛି ଅଭିମାନରେ.... ସାମ୍ନାରେ ଅତ୍ୟାଚାରୀ,ଅହଙ୍କାରୀ କଟାକ୍ଷ କ୍ରୁର ହସର ଝଲକ... ପବନ ର ପାଦ ଶବ୍ଦ ଆଉ ଶୁଭୁନାହିଁ।।। ବର୍ଷାର ଘୁଙ୍ଗୁର ଭି ଆଜି ଚୁପ୍, ଫୁଲ ଫୁଟା ହସର ବେଳ ଭି ଆଜି ଚୁପ୍, ଅସହାୟତା ର ପଞ୍ଜୁରେ ଆଜି ସେ ଯେମିତି କ୍ରୁଶବିଦ୍ଧ। ଭାବୁଛି....  ଆଉ କି ସେ ବେଳ ଆସିବ... ନୀରସ ଯନ୍ତ୍ରଣା ରୁ ଅପ...

ପ୍ରେମ କବିତା

ରାତିର ସପନେ ତୁମେ ଥାଅ ପ୍ରୀୟେ ଆଶାର ଆକାଶେ ତୁମେ.... ଫଗୁଣରେ ଫଗୁ ବୋଳିଦେଇ ଯାଅ ବସନ୍ତ ମଳୟେ ଝୁମେ। ମନ ହୃଦୟ ରେ ଜାଗର ଜଳାଇ ତୁମକୁ ମୁଁ ଭଲ ପାଏ ଛାୟା କାୟା ହୋଇ ରହିଥିବା ସାଥେ ତନ ମନ ଚାହୁଁଥାଏ। । ରାତିର ସପନେ ତୁମେ ଥାଅ ପ୍ରୀୟେ ଆଶାର ଆକାଶେ ତୁମେ.... ଫଗୁଣରେ ଫଗୁ ବୋଳିଦେଇ ଯାଅ ବସନ୍ତ ମଳୟେ ଝୁମେ। ମନ ହୃଦୟ ରେ ଜାଗର ଜଳାଇ ମଜ୍ଜି ଯ ବା ଆମେ ପ୍ରେମେ ଛାୟା କାୟା ହୋଇ ରହିଥିବା ସାଥେ କ୍ଷୀର ନୀର ସମ ଆମେ ।

ଆମେ ଓଡ଼ିଆ, ଆମ ପଖାଳ ବଢିଆ

ଶାଗ ବଡିଚୁରା ପଖାଳ ସୁଆଦ ତୋରାଣି ରେ ମେଣ୍ଟେ ତୃଷା..... ଆଳୁ ଭରତାକୁ ଶୁଖୁଆ ପୋଡ଼ା ଖାଇଦେଲେ ଆସେ ନଶା। ଦହି ପଖାଳ ରେ ଲେମ୍ବୁ ଲୁଣ ପାଗ ଚହଟି ଉଠଇ ବାସ.... ଦେଖିଦେଲେ ତାକୁ ବୋହିପଡେ ଲାଳ ଆନନ୍ଦରେ କରୁ ଗ୍ରାସ। ବାଇଗଣ ଭଜା କୁ ଟମାଟର ପୋଡା ଖାଇବାକୁ ଲାଗେ ମଜା.... ମାଛ ବେସର ସହ ଜହ୍ନିରାଇତା ତା ସହ କଲରା ଭଜା। ଅଂଶୁଘାତ ପାଇଁ ଜାଣ ମହା ଔଷଧୀ ଆମ ଏ ପଖାଳ କଂସା.... ଦାରୁଣ ନିଦାଘେ  ଭରେ ଶୀତଳତା ଉଡି ଯାଏ ଯେବେ ହଂସା। ମାର୍ଚ୍ଚ ମାସର କୋଡ଼ିଏ ତାରିଖ ପଖାଳ ଦିବସ (ନାମେ) ଖ୍ୟାତ... ଓଡ଼ିଶା ବାହାରେ ଭି ନାମ କରିଛି ପାଇଛି ଥରେ ଯେ ସ୍ବାଦ

prema kabita

[05/03, 8:09 pm] minakshi dwivedy21: ନିଝୁମ୍ ରାତିରେ ପ୍ରେମ ପ୍ରତିକ୍ଷା ରେ ପ୍ରୀତି ସିକ୍ତ ମନ ଝୁରେ, ମତୁଆଲା ମନ ବୁଝେଇ ହୁଏନା ପ୍ରେମର ପରଶ ଘାରେ। ପ୍ରେମର ବାସନା ଏତେ ଯେ ଗଭୀର  ଶିହରଣ ଅଙ୍ଗେ ଅଙ୍ଗେ, ରଙ୍ଗାୟିତ ମନ ଭାରି ଯେ ଉଚ୍ଛନ୍ନ ରଙ୍ଗିବାକୁ ତୁମ ରଙ୍ଗେ। କଳ୍ପନା ତୁଳି ରେ ଆଙ୍କିଛି ତୁମକୁ ତୁମରି ପ୍ରେମରେ ଭିଜା, ମୋ ସପନ ରାଇଜେ ମୁଁ ତୁମ ରାଣୀ ତୁମେ ଅଟ ମୋର ରାଜା। ଅଧରେ କମ୍ପନ, ହୃଦୟେ ସ୍ପନ୍ଦନ କହିବି ଲାଜେ କାହା ଆଗେ, ମନ ମୋ ଅଥୟ ତୁମ ପାଇଁ ପ୍ରୀୟେ ସଜେଇ ହୁଏ ଯେ ସରାଗେ। ମୁଁ ମେଘ କନ୍ୟା ତୁମେ ବାରିଧାରା ଭିଜା ଭିଜା ତନ ମନ, ପ୍ରେମ ବରଷାରେ ଗାଇ ଆମେ ଗୀତ ଆଦ୍ର ମନ ଉପବନ। ତୁମେ କହୁଥିବ ପ୍ରେମ ର କାହାଣୀ ମୁଁ ମାରୁଥିବି ହୁଁ, ନୀଳ କୁନ୍ତଳେ, ନୀଳିମା ପରଶେ ତୁମେ ଥିବ ଆଉ ମୁଁ। ନିରେଠି ନିରେଠି ତୁମେ ଚାହୁଁଥିବ ଦିବସ ରଜନୀ ସନ୍ଧ୍ୟା, ଛନ୍ଦାଛନ୍ଦି ହୋଇ ଚାଲୁଥିବା ଆମେ ପ୍ରେମ ଫାଶେ ହୋଇ ବନ୍ଧା। [08/03, 9:35 pm] minakshi dwivedy21: ନାରୀ ଜୀବନ ସତେ ଏକ ମହମବତୀ ସଦୃଶ। ଜଳି ଜଳି ଲହୁ ଲୁହାଣ ହୋଇଯାଏ... ତାର ଅସ୍ତିତ୍ବ ମିଟିଯାଏ.... ତଥାପି ଶେଷ ନିଃଶ୍ୱାସ ଥିବା ଯାଏଁ ସମସ୍ତଙ୍କୁ ଆଲୋକ ପ୍ରଦାନ କରୁଥାଏ।
[23/02, 9:59 pm] minakshi dwivedy21: ତମେ ମୋ ଉପରେ ଯେତେ ଭି ରାଗ ମୁଁ ଜାଣେ...   ତମେ ମତେ ସେତିକି ଗହୀର ଭଲ ପାଅ। ଯିଏ ଯାହାକୁ ଯେତିକି ଭଲ ପାଏ  ସେ ତା ଉପରେ ସେତିକି ଆକଟ, ଅଭିମାନ ଦେଖେଇ ଥାଏ। [03/03, 11:53 am] minakshi dwivedy21: ପ୍ରେମ ଦରିଆରେ ଭାସୁଥିଲି ମୁହିଁ ମନେ ରଖି କେତେ ସମା, ନୀରବରେ ମନ ଭାଙ୍ଗି ଦେଲ ତୁମେ ଶବଦ ହେଲାନି ଯମା।  ଦରଦ ଦେଲ ମଲମ ଭି ଦିଅ ଆଗକୁ ବଢିବା ପାଇଁ, ସଂପର୍କ ର ସେତୁ ଭାଙ୍ଗିକରି ତୁମେ କେମିତି ପାରୁଛ ରହି..??? ମନ ଅଟେ ମୋର କୁସୁମର ବନ ସ୍ମୃତି ଆମ ମଧୁରାତି, ହୃଦୟେ ଭରିଛି ପ୍ରେମ ର ମହୁଲ ତନେ କୁଞ୍ଜବନ ପ୍ରୀତି। ଆଶାର ଆଲୋକେ ଜିଇଁ ମୁଁ ରହିଛି  ଦିନରାତି ଝୁରି ଝୁରି, ତୁମ ବାଟ ଚାହିଁ ମୋ ଜୀବନ ପ୍ରଦୀପ କୋଉ ଦିନ ଯିବ ସରି।