(ଅଭିମାନ ର ଚାରି ରଙ୍ଗ) ଅଭିମାନ ଲୁଚିଥାଏ ପିଲାଦିନ ବାଲିଘର ତୁ ତୁ ମେ ମେ, କଟି ମିଟିର ଧୂଳିଖେଳ ମିଛି ମିଛିକା ରାଗ ଋଷା ସରଳ ଆତ୍ମୀୟତା ଭରା ନାକ ଟେକା ଟେକି କଥା କଟା କଟି, ଅଭିଯୋଗ ଦୋଷ ଲଦା ଲଦି ଅଭିମାନ ମା'ର ପଣତ ତଳେ କୁମ୍ଭୀର କାନ୍ଦଣା, ବାପାଙ୍କ ବିଶ୍ବାସ ,ବଡ ବଡ ଆକଟ ଆଖି ଅନଶନର ପ୍ରହସନ, ମୁହଁ ଗେରେ ଗେରେ ଭାଇ ଭଉଣୀ କଳହ କନ୍ଦଳ ଚିଡା ଚିଡ଼ି ପେନ୍ ପେନସିଲ ଟଣା ଓଟରା ଖେଳ ଅଭିମାନ କୁଆଁରୀ ବୟସ ଅଳପ ହସ ,ଅଳପ ଲାଜ ଯୌବନର ବିକଶିତ ବିବର୍ତ୍ତନ ଆଶା ଅସୁମାରୀ ସ୍ବପ୍ନ ର ମିଳନ ଚିଠି ଦିଆ ନିଆ ଲୁଚା ଛପା ପ୍ରେମ ନାକ ଫୁଲା ଫୁଲି , ନାକ ସୁଁ ସୁଁ ଅଭିମାନ ଅକୁହା ବେଦନା ଅଭିମାନ ସରୁ ଡୋର ରେ ବନ୍ଧା ନୁଆ ସଂପର୍କ, ନୁଆ ମୋଡ ସ୍ବପ୍ନ ରେ ଉକୁଟୁଥିବା ଅଭିମାନର ରଙ୍ଗୀନ ଛିଟା ଶୀତଳ ଯୁଦ୍ଧ ଜୀବନର ହାର ଜିତ୍ ଅଭିଯୋଗ, ସ୍ବାଭିମାନ , ସମର୍ପଣ ଭାବ ଟିକେ ସ୍ନେହ ମିଠା କଥା ମଧୂସ୍ପର୍ଶୀ ପ୍ରୀତି ପ୍ରତିଶ୍ରୁତି,ପ୍ରଗଳ୍ଭତାର ନିତ୍ୟ ନୂତନ ଗୀତି। ମିନାକ୍ଷୀ ଦ୍ବିବେଦୀ ୭୯୭୮୦୮୨୮୩୪ ନିଉ ଦିଲ୍ଲୀ