Skip to main content

Posts

Showing posts from May, 2020

ନାରୀ

ବଣ ଜଙ୍ଗଲ ରେ ନିଆଁ ତ ଲାଗିଲେ       ଜଗତେ ଜାଣନ୍ତି ସର୍ବେ। ମନ ଗହନ ରେ ନିଆଁ ଯେ ଲାଗିଲେ      ଜାଣି ନ ପାରନ୍ତି ଭବେ। ନାରୀ ମନ ଏକ ଗହନ କାନନ   ସହେ ଝଡ ଝାଞ୍ଜି ଜାଡ ଖରା ନ ଲେପନ୍ତି କେହି ଶୀତଳ ଚନ୍ଦନ      ନ ଦିଅନ୍ତି ପ୍ରେମ ଧାରା। ଟିକିଏ ସ୍ନେହ ରେ ଉଛୁଳା ମନ ତା         ଚହଲି ଚହଲି ଯାଏ ଖୁସିରେ ଖୁସିରେ ବଳି ପଡୁଥାଏ        ନିତି ଦୁଃଖ ସହି ସିଏ।

🙏ଜୟ ଜଗନ୍ନାଥ 🙏

ଭାବରେ ଭାବରେ  ମୋହିଲୁ କାଳିଆ ଭାବ ରେ ବାନ୍ଧିଲୁ ମତେ.... ଅଭାବ ରେ ଭାବ  ବଦଳିଗଲା ମୋ ଭାବନା ରେ ପଡ଼ିଲି ସତେ। ଭବ ସାଗେରରେ  ବୁଡି  ମୁଁ ଯାଉଛି ଭବିଷ୍ୟ ମୋ ଟଳମଳ.... ଭଜି ଭଜି ତୋ ନାମ ଭିଜିଲା  ମୋ ଆଖି ହେଲି ମୁଁ ଭାବ ବିହ୍ୱଳ। ଭସା ମେଘ ପରି ଭାସିଯାଉ ଦୁଃଖ ଭିନ୍ନ ଭିନ୍ନ ରୂପ ନେଇ..… ଭାବି ଭାବି ତତେ ଭାରାକ୍ରାନ୍ତ ମନ ଭୁଲି ଯିବ କ୍ଲେଶ ସେଇ। ଭାବ ବିନୋଦିଆ ଭରିଦେ ଆଶୀଷ ଭୁରୁ ଭୁରୁ ମହକାଇ... ଭ୍ରମର ଗୁଞ୍ଜନ ଭ୍ରମିବ ମୋ ମନ ଭକ୍ତ ମନ ରଖ ତୁହି। ଭାଇ ବୋଲି ଭାବି ବାନ୍ଧିଛି ରାକ୍ଷୀ ମୁଁ ଭଉଣୀ ମମତା ଦେଇ.... ଭୁରି ଭୁରି ଯଶ  କରୁଛି ତୋହର ଭିତରେ ଭିତରେ ରହି। ଭୁଲ ବୁଝିବୁନି  ଭାଇ ଯେ ମୋହରି ଭସ୍ମ କର ପାପ  ତୁହି। ଭଲରେ ଭଲରେ ବିତି ଯାଉ ଦିନ ଭାସେ ତୋ  ପ୍ରେମରେ ମୁହିଁ। ଭାଷାରେ ଭାଷାରେ ବୁଝିଗଲୁ ସବୁ  ଭରି ଦେଲୁ କ୍ଷତ ମୋର... ବିଭୀଷିକା ମୟ ଏ ଜୀବନ ରୂପି କୁ ଦେଲୁ ସୌନ୍ଦର୍ଯ୍ୟ ର ଭାର। 🙏🏻🙏🏻🙏🏻🙏🏻🙏🏻 ✍🏻 *ମିନାକ୍ଷୀ*

ସ୍ମୃତି

*ସ୍ମୃତି* ତୁମ ହସ କାନ୍ଦ ର ମିଳନ. *ସ୍ମୃତି* ତୁମ ପାପ ପୂଣ୍ୟ ର ବନ୍ଧନ। *ସ୍ମୃତି* ତୁମ ସତ ମିଛ ର ମିଶାଣ *ସ୍ମୃତି* ତୁମ ରାଗ ପ୍ରେମ ର  ସୁମଧୂର କ୍ଷଣ। *ସ୍ମୃତି* ତୁମ ଶାନ୍ତ ଅଶାନ୍ତ ମନର ବର୍ଣ୍ଣନ *ସ୍ମୃତି* ତୁମ ସ୍ବପ୍ନ ବାସ୍ତବ  ସ୍ପନ୍ଦନ। *ସ୍ମୃତି* ତୁମ ଦିବା ରାତ୍ର ସଂଯୋଜନ *ସ୍ମୃତି* ତୁମ ସୂର୍ଯ୍ୟ ଚନ୍ଦ୍ର ସଂକଳନ *ସ୍ମୃତି* ତୁମ ଫୁଲ ଭ୍ରମର ଗୁଞ୍ଜନ। *ସ୍ମୃତି* ତୁମ ପ୍ରଥମ ରାତି ଶିହରଣ। *ସ୍ମୃତି* ତୁମ ରାଧା କୃଷ୍ଣ ମାନ ଅଭିମାନ। *ସ୍ମୃତି* ତୁମ ଭକ୍ତ ଭଗବାନ  ପ୍ରେମ *ସ୍ମୃତି* ତୁମ  50 ବର୍ଷର ର ମିଳନ।  *ସ୍ମୃତି* ତୁମ ଅଟେ ଏକ ଓ ଅଭିନ୍ନ। ସାଉଁଟା ସ୍ମୃତି କୁ କରି ଆଭୁଷଣ ଚାଲୁଥାଅ ସଦା ଜନମ ଜନମ। ✍🏻_*ମିନାକ୍ଷୀ*_

😍ସାଥି😍

ସାଥି ଟିଏ ସେ ମୋ ସାଥି ଟିଏ.... ପ୍ରତି ପଦ କ୍ଷଣେ ଜଗି ରହିଥାନ୍ତି ସତେ କି ମୁଁ ଝୁଣ୍ଟି  ନ ପଡି ଯାଏ ସାଥି ଟିଏ ସେ ମୋ ସାଥି ଟିଏ.... ମାଗିବା ପୂର୍ବରୁ ଢାଳି ତ ଦିଅନ୍ତି ପ୍ରିତି ମଧୁ ଝରା ଫୁଲ ଟିଏ। ସାଥି ଟିଏ ସେ ମୋ ସାଥି ଟିଏ..... କାନ୍ଦିବା ଆଗରୁ ହସେଇ ଦିଅନ୍ତି ମନ କଥା ମୋର ବୁଝି ସିଏ। ସାଥି ଟିଏ ସେ ମୋ ସାଥି ଟିଏ..... ସପନ ଟିଏ ମୁଁ ଦେଖିବା ପୂର୍ବରୁ ସାକାର କରନ୍ତି ନିତି ସିଏ। ସାଥି ଟିଏ ସେ ମୋ ସାଥି ଟିଏ..... ଅନ୍ତର ବେଦନା କହିବା ପୂର୍ବରୁ ବୋଳନ୍ତି ଶୀତଳ ଚନ୍ଦନ ଲେପ ଟିଏ। ସାଥି ଟିଏ ସେ ମୋ ସାଥି ଟିଏ.... ସବୁ ରାତି ହୁଏ ଚାନ୍ଦିନି ରାତି ପ୍ରେମ ପୁଲକରେ ଭାସୁଥାଏ। ସାଥି ଟିଏ ସେ ମୋ ସାଥି ଟିଏ .... ହସରେ ଫରୁଆ ଖୋଲନ୍ତି ମୋ ପାଇଁ ସେଇ ଝର ରେ ମୁଁ ମଜ୍ଜିଯାଏ। ସାଥି ଟିଏ ସେ ମୋ ସାଥି ଟିଏ.... ଭଙ୍ଗୁର ମନ କୁ ତୋଳନ୍ତି ହୃଦୟେ ଶାନ୍ତ ନଦୀ ହୋଇ  ବହିଯାଏ। ସାଥି ଟିଏ ସେ ମୋ ସାଥି ଟିଏ.... ସେ ମୋ କବିତା ର ସୁର ଗୀତ ର ଝଙ୍କାର ମୋ ଗାଳ୍ପିକ ମନ‌ର ସତ ଗଳ୍ପ ଟିଏ। ସାଥି ଟିଏ ସେ ମୋ ସାଥି ଟିଏ.... ନା କବିର କଳ୍ପନା ନା ମନର ଭାବନା ଦେବତା ସେ ମୋର ମୁଁ ତାଙ୍କ ଦାସୀ ଟିଏ। 😍😍😍😍😍

🌹ସମର୍ପଣ🌹

ନିଜ ଜୀବନ କୁ  ଚିହ୍ନିବା ପୂର୍ବ ରୁ ତୁମକୁ ଚିହ୍ନି ଦେଇ ଥିଲି.... ବାନ୍ଧି ଦେଲି ତୁମ ସହ  ନିବିଡ ସଂପର୍କ ର ଡୋର  ଆମ ମିଳନର। ନିଜକୁ ଜାଣିବା ପୂର୍ବରୁ  ତୁମକୁ ମୁଁ ଜାଣି ନେଇଥିଲି.... ପାଦ ରେ ପାଦ ମିଳାଇ ଚାଲୁଥିଲି  ତୁମ ସହ ଆଦ୍ୟ ନିରନ୍ତର। ନିଜ ଛବି ଆଇନା ରେ ଦେଖିବା ପୂର୍ବରୁ ମୋ ମନ ଆଇନାରେ ତୁମକୁ  ପରଖି ନେଇଥିଲି..... ଆଙ୍କିଦେଲି ମୋ  ହୃଦୟରେ କମନୀୟ  ପ୍ରତିଛବି ଟିଏ ତୁମର..... ଆଖିରୁ ଅଶ୍ରୁ ଝରିବା ପୂର୍ବରୁ  ଶାନ୍ତ ସରଳ ହୃଦୟ ତୁମ  କଳନା କରି ନେଇଥିଲି..... ବିମୁଗ୍ଧ ମନରେ ପୋଛିଦେଲି ଅମାନିଆ ଅଶ୍ରୁ ମୋ  ବିଦଗ୍ଧ ଆତ୍ମା ର.... ସପନ ଟିଏ ମୁଁ ଦେଖିବା ପୂର୍ବରୁ ତୁମ ଆଖିରେ ସୁନେଲି ସପନ  ଦେଖି ନେଇଥିଲି.... ଗଢିଦେଲି ତୁମ ସହ ଗୋଟେ  ସୁନ୍ଦର ସରଗପୁର। ମୋ ମନ କଥା କହିବା ପୂର୍ବରୁ ତୁମର ହୃଦୟକୁ ପଢି ପାରିଥିଲି ସମର୍ପି ଦେଲି ନିଜକୁ ହୋଇଗଲି ତୁମର  ଅତି ଆପଣାର। ମିନାକ୍ଷୀ 🌹🌹🌹🌹🌹🌹

ପ୍ରେମ ଗିତି

ମୁଁ ପ୍ରୀତି ସ୍ନିଗ୍ଧା  ତୁମେ ପ୍ରୀତି ଫୁଲ ମୁଁ ଭିଜା ଭିଜା ବାସ୍ନା ତୁମେ ତ ମହୁଲ। ତୁମେ ପରଶମଣି   ଚମକ ମୋ ମଥାର ତୁମେ ମଧୁଲଗ୍ନ  ମୋ ପ୍ରତି ମୁହୂର୍ତ୍ତର। ତୁମେ ତ ଅସୀମ  ମୋ ପ୍ରୀତି ସାଗରର ଚଳ ଚଞ୍ଚଳା ମୁଁ ତୁମ  ପ୍ରେମରେ ଆତୁର । ସ୍ବର୍ଣାଭ ଆଶା ନେଇ ହୃଦୟେ  ଆଙ୍କିଛି ଚନ୍ଦନ ଲେପନ ଦେଇ  ତୁମକୁ ପୂଜୁଛି। ସିକ୍ତ ମନରେ ମୋର ଭରିଛ ଆସକ୍ତି ବ୍ୟାପ୍ତ କରିଛ ତୁମେ  ଫଗୁଣର ପ୍ରୀତି। ଭଗ୍ନସୌଧ ମୁଁ  ନିର୍ବିଘ୍ନରେ ଆଜି ଶୋଇଯିବି ଶାନ୍ତିରେ ତୁମ ପ୍ରେମେ ଭିଜି। ❤❤❤❤❤❤

ସତ୍ୟତା

ଘୃଣା ର ଅନଳେ ସହର ଜଳୁଛି ପୂଣ୍ୟ ର ଯୁଇ ରେ ପାପ ତ ହସୁଛି। ସବୁ ପାପ ପୂଣ୍ୟ  ପାଉଁସ ହୋଇବ ମଶାଣି ମାଟି ରେ ସବୁ ମିଶି ଯିବ। ମୃତ୍ୟୁ ର ଫାଶ ରେ ବନ୍ଧା ଆମ ଡୋର। ଜୀବନ ଯେ ଅଟଇ କ୍ଷଣ ଭଙ୍ଗୁର।। ଛାଡ଼ିଯିବା ସ୍ମୃତିକରି କିଛି କିର୍ତ୍ତି ମଧୁର ସଂପର୍କେ‌ ଭୁଲିଯିବା ଭିତି। କାଳର କରାଳେ  ନାହିଁ ସାନ ବଡ଼ କରୋନା ଶିଖାଇଲା ଜୀବନ ର ଖେଳ। ଦଗ୍ଧ ପିପାସିତ ଜର୍ଜରିତ ଭାବ ଦୂର କର ମନୁ ଏକ ହୋଇ ସର୍ବ। ଶାନ୍ତି ର ବାରତା ମନରେ ଭରିଣ ଜଗା ପାଦପଦ୍ମେ ପଶ  ଯେ ଶରଣ।ମିନାକ୍ଷୀ 🙏🏻🙏🏻🙏🏻🙏🏻🙏🏻🙏🏻