Skip to main content

Posts

Showing posts from March, 2024

ଆଜି ବି ଜଳୁଛି ନାରୀ...

ଆଜି ବି ଜଳୁଛି ନାରୀ... ଆଜି ବି ଜଳୁଛି ନାରୀ... ଆଇନର ଶୋଷଣ ତରାଜୁ ମାପି ପାରୁନି ନାରୀର ମହତ୍ତ୍ଵ,ମର୍ଯ୍ୟାଦା ତାର ଅସ୍ମିତା କେତେବେଳେ ଅଧା ମରଣରେ, କେତେବେଳେ ବେକରେ ଫାଶୀ ର ମେଖଳା, କେତେବେଳେ ଅର୍ଦ୍ଧ ଦଗ୍ଧ ଶୋଷିତ ହୃଦୟରେ ନିଆଁ ତ କେତେବେଳେ ଦି'ପରିହା ବୈଶାଖ ଝାଞ୍ଜିରେ  ମ୍ୟୁନିସପାଲିଟି ଅଳିଆଗଦାରେ ସଢୁଥିଵା କନ୍ୟା ଭୃଣ, ଆଉ କେତେବେଳେ  ପ୍ରସବ ରୁମରେ ଛଟପଟ ହେଉଥିବା  ଅନୁଢା କିଶୋରୀ ର କୋହ, ଦୁଇଟୋପା ଲୁହ ଶୁଖିବା ପୂର୍ବରୁ ଆକାଶରେ ପ୍ରଶସ୍ତ ଶୂନ୍ୟତା ଶୂନ୍ୟ ଭୂମି ଉପରେ ଆକାଶରୁ ଅଗ୍ନି ବର୍ଷା, ଅତ୍ୟାଚାରୀ ମୁହୂର୍ତ୍ତ ଝୁଲେଇ ରଖନ୍ତି ନିର୍ମମ ସତ୍ୟର ସ୍ଥୁଳ ଅନୁଭବକୁ... ରାବଣର ଶଠତାରେ ଶିକାର ଆଜିର ରାଜ ନନ୍ଦିନୀ  ଏବେବି ପଶାପାଲି ର ଦୃପ୍ତ ଡାକ, କୁରୁ ସଭା ରେ କୂଳବଧୁ ର କାନ୍ଦ ପରାହତ ଅପରାହ୍ନ ରେ  ଡ଼ର ହତାସ ହାତ ଧରାଧରି ନାଚି ଉଠନ୍ତି, ଶତ ଶତ ନିର୍ଭୟାର ବୁକୁ ଫଟା କ୍ରନ୍ଦନ  ଝରିଲା ପତ୍ର ର ଆୟୁଷ ରେ ଲେଉଟାଣି ଛାଇର ନିର୍ମମ ହତ୍ୟା, ସମୟର ଈଶ୍ବର ତ ତରାଜୁ ଧରନ୍ତି ନାହିଁ,.. କି' ଅବା ହବ ମିମାଂସା? ଜୀବନର ହୁଲି ଡଙ୍ଗା ଅସହାୟ,ଟଳମଳ ଏବେ ଖାଲି ହାତ ଗୋଡ ଚାଲୁ ନଥିବା  ଟେଳେ କ୍ରୁଶବିଦ୍ଧ ମାଂସ ପିଣ୍ଡୁଳା  ନା ଅଛି ସ୍ବାଦ ନା ଅଛି ସ୍ବପ୍ନ ନା ଅଛି ସ୍ବର ଉତ୍ତୋଳନ ର ସାମର୍ଥ୍ୟ। ମିନାକ୍ଷୀ ଦ୍ବିବେଦୀ ୭୯୭୮୦୮୨୮୩୪

ଜୟ ବିଜ୍ଞାନ,ଜୟ ବିଜ୍ଞାନ,ଜୟ ବିଜ୍ଞାନ ଜୟ✓

ଜୟ ବିଜ୍ଞାନ,ଜୟ ବିଜ୍ଞାନ,ଜୟ ବିଜ୍ଞାନ ଜୟ ତୁମ ଛଡ଼ା ଆଜି ଦୁନିଆରେ ନୁହେଁ କେ' ଆଉ ଶ୍ରେୟଃ। ଭାଗ୍ୟବାନ ମଣୁଛୁ ନିଜକୁ ଶିଖି ବିଜ୍ଞାନ କଳା, ସତ୍ୟ,ଦ୍ଵାପର, ତ୍ରେତୟା ନୁହଁ ଆମେ ଆଜିର ପିଲା। ଆକାଶେ ଉଡୁ,ପାଣିରେ ବୁଡୁ ନାହିଁ କୋଉଠି ଡର ଯାନ୍ତ୍ରିକ ଯୁଗର ପିଲାରେ ଆମେ ସଭିରେ ଧୁରନ୍ଧର। ଆଈ,ମାଁ କଥା କାହାଣୀ ଆଜି ଗଲାଣି ସତେ ହଜି, ଢ଼ିଙ୍କି କୁଟିବା,ସୁତା ଭିଣିବା ପାରୁନାହୁଁ ତ ଖୋଜି। ରକେଟ ଚଢି ମହା ଆକାଶେ ଜହ୍ନମାମୁଁ ଙ୍କୁ ଛୁଇଁ, ଜ୍ଞାନ କୌଶଳେ ମଙ୍ଗଳ ଗ୍ରହେ ଘର କରିବୁ ଯାଇ। ବର୍ଷା, ବାତ୍ୟା, ମରୁଡି ଆତଙ୍କ ଆଗୁଆ ଦେବୁ କହି, ସାଟେ ଲାଇଟ୍ ଗଣନାରେ ସୁରକ୍ଷା ରଖିବୁ ମହୀ।। ଲାପଟପ୍, କମ୍ପ୍ୟୁଟର ନେଇ ପଢ଼ୁଛୁ ଆମେ ପାଠ, ଘରେ ବସି ଇଣ୍ଟରନେଟ ରେ ପାଉଛୁ ବିଶ୍ବର ଚାର୍ଟ। ବିଜ୍ଞାନ ବଳେ ବଢ଼ିଛି ଆଜି କେତେ କଳ କାରଖାନା କୃଷିକ୍ଷେତ୍ର ଯନ୍ତ୍ର ବଳରେ ଉପୁଯାଉଛି ଯେ ଦାନା। ଚିକିତ୍ସା କ୍ଷେତ୍ରେ ବିଜ୍ଞାନ ଦାନ କି' କହିବି ଆଉ ଭାଇ, ନୁଆ କୌଶଳେ ନୁଆ ଔଷଧ ଖୋଜେ ତନ୍ନତନ୍ନ ହୋଇ। ବିଜ୍ଞାନକୁ  ଭଲ ବାଟରେ ନବା ରଖିବା ଆମେ ଲୟ, ଜୟ ବିଜ୍ଞାନ, ଜୟ ବିଜ୍ଞାନ, ଜୟ ବିଜ୍ଞାନ ଜୟ।

*କନ୍ୟାଭ୍ରୂଣ ର ବିଳାପ*✓

*କନ୍ୟାଭ୍ରୂଣ ର ବିଳାପ* ଅନ୍ତରାଳେ କନ୍ୟା ଭ୍ରୁଣ ମୁଁ କୁହଇ, ନ ମାର ନ ମାର ବାପା,ମାଆ,ଭାଇ। ଆଜି ସିନା ତୁମେ ପାରୁନ ହେଜି, କାଲି ଜିତିପାରେ ମୁଁ ଦେଶର ବାଜି। ତିନି ଭୁବନ ର ସୌନ୍ଦର୍ଯ୍ୟ ସଜାଡି, ଗଢନ୍ତି ବିଧାତା ମନ ପ୍ରାଣ ଯୋଡ଼ି। ଫୁଟିବା ପୂର୍ବରୁ ମାରି ଦେଉଛ, ସଭ୍ୟ ସମାଜ ବୋଲି ନାମ ବହିଛ। ଜନମ ପାଇଁ କି ଦରକାର ମାଆ, ରାକ୍ଷୀ ବନ୍ଧା ପାଇଁ ଭଉଣୀ ସାହା। ଘର ତ ସୁନ୍ଦର  ଘରଣୀ ଥିଲେ, ସମ୍ଭବ କି କୁହ ଝିଅ ନ ଥିଲେ..? କେବେ ହୁଏ ଲକ୍ଷ୍ମୀ କେବେ ଦୁର୍ଗା,କାଳୀ ଅନ୍ୟାୟ, ଅଧର୍ମ ଯେବେ ଯାଏ ବଢ଼ି। ଲୋପ ପାଇବ ଯଦି ଝିଅର ଜାତି, ସଂସାର ଗଢ଼ା ହେବ କେମିତି?? ନାରୀ ଓ ପୁରୁଷ ଏକ ବିନା ଆନ, ଜାଣେନା କି' ସମାଜ ନୁହେଁ ସଂପୂର୍ଣ୍ଣ। ଲିଭିବ ଜଗତୁ ମଣିଷର ଚିହ୍ନ ସୁରକ୍ଷିତ ନୁହେଁ ଯଦି କନ୍ୟାର ଭ୍ରୁଣ। ମିନାକ୍ଷୀ ଦ୍ବିବେଦୀ ୭୯୭୮୦୮୨୮୩୪

ଆଜି ବି ଜଳୁଛି ନାରୀ...

ଆଜି ବି ଜଳୁଛି ନାରୀ... ଆଜି ବି ଜଳୁଛି ନାରୀ... ଆଇନର ଶୋଷଣ ତରାଜୁ ମାପି ପାରୁନି ନାରୀର ମହତ୍ତ୍ଵ,ମର୍ଯ୍ୟାଦା ତାର ଅସ୍ମିତା କେତେବେଳେ ଅଧା ମରଣରେ, କେତେବେଳେ ବେକରେ ଫାଶୀ ର ମେଖଳା, କେତେବେଳେ ଅର୍ଦ୍ଧ ଦଗ୍ଧ ଶୋଷିତ ହୃଦୟରେ ନିଆଁ ତ କେତେବେଳେ ଦି'ପରିହା ବୈଶାଖ ଝାଞ୍ଜିରେ  ମ୍ୟୁନିସପାଲିଟି ଅଳିଆଗଦାରେ ସଢୁଥିଵା କନ୍ୟା ଭୃଣ ଆଉ କେତେବେଳେ  ପ୍ରସବ ରୁମରେ ଛଟପଟ ହେଉଥିବା  ଅନୁଢା କିଶୋରୀ ର କୋହ, ଦୁଇଟୋପା ଲୁହ ଶୁଖିବା ପୂର୍ବରୁ ଆକାଶରେ ପ୍ରଶସ୍ତ ଶୂନ୍ୟତା ଶୂନ୍ୟ ଭୂମି ଉପରେ ଆକାଶରୁ ଅଗ୍ନି ବର୍ଷା, ସ୍ବପ୍ନ ର ତାରା ଫୁଲ  ନିଃଷ୍ପ୍ରାଣ,ନିଃସ୍ତବ୍ଧ, ଅତ୍ୟାଚାରୀ ମୁହୂର୍ତ୍ତ ଝୁଲେଇ ରଖନ୍ତି ନିର୍ମମ ସତ୍ୟର ସ୍ଥୁଳ ଅନୁଭବକୁ... ଏବେବି ପଶାପାଲି ର ଦୃପ୍ତ ଡାକ ପରାହତ ଅପରାହ୍ନ ରେ  ଡ଼ର ହତାସ ହାତ ଧରାଧରି ନାଚି ଉଠନ୍ତି, ଝରିଲା ପତ୍ର ର ଆୟୁଷ ରେ ଲେଉଟାଣି ଛାଇର ନିର୍ମମ ହତ୍ୟା, ସମୟର ଈଶ୍ବର ତ ତରାଜୁ ଧରନ୍ତି ନାହିଁ,.. କି' ଅବା ହବ ମିମାଂସା? ଜୀବନର ହୁଲି ଡଙ୍ଗା ଅସହାୟ,ଟଳମଳ ମଝି ସମୁଦ୍ରରେ , ଏବେ ଖାଲି ହାତ ଗୋଡ ଚାଲୁ ନଥିବା  ଟେଳେ କ୍ରୁଶବିଦ୍ଧ ମାଂସ ପିଣ୍ଡୁଳା  ନା ଅଛି ସ୍ବାଦ ନା ଅଛି ସ୍ବପ୍ନ ନା ଅଛି ସ୍ବର ଉତ୍ତୋଳନ ର ସାମର୍ଥ୍ୟ। ମିନାକ୍ଷୀ ଦ୍ବିବେଦୀ ୭୯୭୮୦୮୨୮୩୪

*ହେ ଈଶ୍ବରୀ....*

*ହେ ଈଶ୍ବରୀ....* ହେ ଈଶ୍ବରୀ... ତୁମର ସମସ୍ତ କଷ୍ଟକୁ  ମାଜି ମୁଜି ଧୋଇ ଧାଇ ପ୍ରେମ ର ସପ୍ତ ସ୍ବର ରେ  ଅପହଞ୍ଚ ଆଲୋକ ରୁ ଚୋରାଇ ଆଣି  କିଛି ବର୍ଣ୍ଣିଳ ଛିଟା ପିନ୍ଧେଇ ଦେବି ତୁମ ଶ୍ରୀ ଅଙ୍ଗରେ। ଜୀବନର ଶିଆଳୀ ଲତାରେ  ଭ୍ରୂଣମୟୀ ଗଙ୍ଗାରୁ ଆଞ୍ଜୁଳାଏ  ଫୁଲର ମହକରେ ଠେସି ଦେବି ତୁମ ଗଭା। ଜହ୍ନି ଫୁଲିଆ ହସରେ ଲଜ୍ଜାରୁଣ ସ୍ବପ୍ନ ର ଚିକିମିକି ଘାସଫୁଲ  ଚିତ୍ରମୟୀ ହୋଇ ଉଠିବ ତୁମ ମଥାମଣି। ଆଷାଢ଼ୀ ଆକାଶରୁ ପହିଲି ବର୍ଷାର ସ୍ପନ୍ଦନ ଚୂନା ଚୂନା ଯୋଛନାରେ  ଭିଜୁଥିବା ସାନ୍ତ୍ଵନା ର ଝିନ୍ନ ବସ୍ତ୍ର  ସଜେଇ ଦେବି ତୁମ କାଉଁରୀଆ କମନୀୟ କଟି। ତୁମ ଅନୁରାଗ ମହକରେ ଆତ୍ମଲୀନ ହୋଇ ମନ୍ଦା ମନ୍ଦା ତାରା ଫୁଲ ରୁ ସୁନ୍ଦରୀ ପରୀ  ହେବେ ତୁମ ହୁକୁମ ର ଗୋଲାମ। ସୁଖର ଅନିନ୍ଦିତ ବର୍ଣ୍ଣାଳୀରୁ ସଦ୍ୟ ଉଦିତ ପହିଲି କିରଣ  ହବ ତୁମ ଅଳତାର ଗାର। ଶଦ୍ଦ ଓ ଆଲୁଅର ଲୁଚକାଳି ରେ  ଅକୁହା ଭାଷା ର ସବୁଜିମା ତାର ବର୍ଣ୍ଣବିଭାରେ ପୂର୍ଣ୍ଣତା ପାଇବ  ତୁମ ମେହେନ୍ଦିର ଗାର। ଆର୍ଯ୍ୟ ସଂସ୍କୃତି ର ପବିତ୍ରତା  ଓଢ଼ଣୀରୁ ଲାବଣ୍ୟ ଲହରୀ  ଉଛୁଳିବ ତୁମ ଓଷ୍ଠ ପ୍ରାନ୍ତରୁ ବିହଙ୍ଗ ସଂଗୀତ  ସୁମଧୁର ସ୍ବନ  ରୁଣୁ ଝୁଣୁ ଝଙ୍କାର ତୋଳି  ସଜେଇ ହେଇଯିବ ତୁମ ପୟରେ ତୁମ କଜ୍ଜଳର ପୂଣ୍ୟତୋୟା ରେ ସମାଧିତ ହେବ ମୋ ସମଗ୍ର କଳଙ୍କର ଅସ୍ତିତ୍ବ। ତୁମ ମଥାର ଚନ୍...

** କି ଦୋଷ କଲି ମୁଁ ****ଶିଶୁ କବିତା ✓

**** କି ଦୋଷ କଲି ମୁଁ **** ନିଦ୍ରା ତେଜ ହେ ଚଳନ୍ତି ପ୍ରତିମା        କରନାହିଁ ହୀନିମାନ, ଯୁଗେ ଯୁଗେ ପ୍ରେମ ଆନନ୍ଦର ମୂର୍ତ୍ତି       ଅଟଇ ମୁଁ କନ୍ୟା ରତ୍ନ। ନୃଶଂସ ସାଜି କରନାହିଁ ହତ୍ୟା      ଛୋଟ ଅନୁରୋଧ ମୋର, ଥରୁଟିଏ ମାତ୍ର ବଞ୍ଚାଇ ତ ଦେଖ       ଅନୁଭବି ଉପକାର। ଯାହାକୁ ଆଶା କରୁଅଛ ତୁମେ      ନାହିଁ ମୋ ଫରକ କିଛି, ଥରେ ତ ସୁଯୋଗ ଦେଇକରି ଦେଖ     ସବୁ ଋଣ ଦେବି ସୁଝି। ମାଟିରୁ ଆକାଶ ଚନ୍ଦ୍ର ପୃଷ୍ଠେ ଜ୍ଞାନ      ବାନ୍ଧିଛ ସପନ ଡୋରି, କନ୍ୟାର ମହତ ବୁଝି ପାରୁନ କି'     ଯାଉଛି ଅକାଳେ ଝରି। ଜଠରୁ ଭାସଇ ଦୁଃଖ ର ସଂଗୀତ     ନୁହେଁ ଆଜି ସୁରକ୍ଷିତ, ବେସାହାରା ସେ ଅଳିଆ ଗଦାରେ     ଏ ଦେଶ କି' ବିକଶିତ? ମୁଁ କ'ଣ ତ୍ରୁଟି ସଭ୍ୟ ସମାଜର      ଦୋଷ କି'ବା ଅଛି ମୋର, ନିରୀହ ଆତ୍ମାର ହତ୍ୟାକାରୀ ସାଜି       ଗଢ଼ି କି ପାରିବ ସଂସାର।  ମାତୃ ଗର୍ଭରୁ ଯେ ଭୂମିଷ୍ଠ ହୋଇଛ        ଭୁଲିଗଲ ସେହି ଦିନ, ନିଷ୍ପେସିତା,ନିର୍ଯ୍ୟାତିତା ଆଜି ମୁଁ         ବିକଳେ ହାରଇ ପ୍ରାଣ। ନନ୍ଦିନୀ ଟିଏ ନୁହେଁ ଅଭିଶାପ         ସାତ ଜନମ ର...

(ମଣିଷ କାହିଁକି ବୃଦ୍ଧ ହୁଏ?)

(ମଣିଷ କାହିଁକି ବୃଦ୍ଧ ହୁଏ?)   ଏହି ଦୁନିଆର ପ୍ରତ୍ୟେକ ବ୍ୟକ୍ତି ଦୀର୍ଘ ବଞ୍ଚିବାକୁ ଇଚ୍ଛା କରନ୍ତି ଏବଂ କେହି କେହି ବୃଦ୍ଧ ହେବାକୁ ଚାହାଁନ୍ତି ନାହିଁ । କିନ୍ତୁ ମନୁଷ୍ୟର ଏହି ଇଚ୍ଛା କେବେ ପୂରଣ ହୁଏ ନାହିଁ । ବୃଦ୍ଧ ହେବା ଏକ ପ୍ରକ୍ରିୟା ଯାହା ଜନ୍ମରୁ ଆରମ୍ଭ ହୁଏ ଏବଂ ଜୀବନସାରା ଚାଲିଥାଏ ।   ଯେତେବେଳେ ପିଲାଟି ଜନ୍ମ ହୁଏ, ତାଙ୍କ ଶରୀରର ସମସ୍ତ ଅଙ୍ଗ ଛୋଟ ହୋଇଥାଏ । ସମସ୍ତ ଜୈବିକ ପ୍ରକ୍ରିୟା ଏକ ଦ୍ରୁତ ଗତିରେ ଚାଲିଥାଏ । ମଣିଷ ବୃଦ୍ଧ ହେବା ସହିତ ଶରୀରରେ ଜୈବିକ ପରିବର୍ତ୍ତନ ଘଟେ। ଏହି ପରିବର୍ତ୍ତନ ଗୁଡ଼ିକୁ ରୋକା ଯାଇପାରିବ ନାହିଁ। ବୃଦ୍ଧାବସ୍ଥା ହେଉଛି ଏହି ଜୈବିକ (biological) ପରିବର୍ତ୍ତନ ଗୁଡ଼ିକର ସମାପ୍ତି । ବୃଦ୍ଧାବସ୍ଥାରେ କେଉଁ ଜୈବିକ ପରିବର୍ତ୍ତନ ଆଣିଛି ତାହା ଆସନ୍ତୁ ଜାଣିବା।  ବୟସର ଅଗ୍ରଗତି ସହିତ ଜୈବିକ ପ୍ରକ୍ରିୟା ମନ୍ଥର ହୋଇଯାଏ, ଯେଉଁଥିପାଇଁ ମନୁଷ୍ୟର ଶକ୍ତି ଏବଂ ସମ୍ବେଦନଶୀଳତା ମଧ୍ୟ ହ୍ରାସ କରେ ।ଏହାର କାରଣ ହେଉଛି ଶରୀରରେ ପ୍ରୋଟିନ୍ ଉତ୍ପାଦନ ହାର କମିଯାଏ।  ଏନଜାଇମର ପରିବର୍ତ୍ତନ ବାର୍ଦ୍ଧକ୍ୟ ପ୍ରକ୍ରିୟା ପାଇଁ ମଧ୍ୟ ଦାୟୀ ।  ଶାରୀରିକ କାର୍ଯ୍ୟକଳାପ ହ୍ରାସ ହେବା ସହିତ ମଣିଷ ଓଜନ ହ୍ରାସ କରିବା ଆରମ୍ଭ କରେ, ଆଖି ଦୃଶ୍ୟ ଦୁର୍ବଳ ହୋଇଯାଏ ଏବଂ କେଶ ଧୂସର ହୋଇଯାଏ । ଏସବୁ ହେଉଛି ବୃଦ୍ଧାବସ୍ଥାର ଲକ୍ଷଣ । ବାର୍ଦ୍ଧକ୍ୟର ଲକ୍ଷଣ କ’ଣ?  ...

ଶୀତର ଶୀତଳ ଦୁଷ୍ଟାମୀ

ଶୀତର ଶୀତଳ ଦୁଷ୍ଟାମୀ ତୁମେ କେବେ ଭାବିଛ କି ଶୀତ କାହିଁକି ଆସେ..? ସମୟର ପରିବର୍ତ୍ତନ ରେ... କି...ଋତୁର ଆବର୍ତ୍ତନ ରେ ନା...ମୋ ଅଳସୀ ଆଖିରେ ସ୍ବପ୍ନ ନ ସରୁଣୁ ଅନିଚ୍ଛା ସତ୍ତ୍ବେ ପଶି ଆସେ ମୋତେ ଆଲିଙ୍ଗନ କରେ, ପିରତି ଭାବ ଢାଳେ, ତୁମ ମୋ ଭିତରେ  ଶତାବ୍ଦୀ ଶତାବ୍ଦୀର ଉଷ୍ମତା କୁ  ଶୀତଳ କରିବାରେ ଲାଗି ପଡେ କିନ୍ତୁ ପାରେନା .. ଆମ ଦିବା- ନିଶି ଇପ୍ସିତ କାମନା କୋଳରେ  ଅଭିମାନରେ ଠେସି ହୋଇ ଯାଏ, ତାକୁ ମୋ କମ୍ବଳ ଭିତରେ ଲୁଚେଇ ଦିଏ ନୂଆ ସ୍ବପ୍ନ ଟିଏ ପାଇଁ.. ଯାଇ,ଯୁଇ,ହେନା,ଟଗର, ଗେଣ୍ଡୁର  ହସରେ ଜିଇଁ ବାର ଶପଥ ନିଏ ଭାରି ଧ୍ରୁଷ୍ଟତା ତାର, କୁହୁଡି ର ଚାଦରରେ ଟୋପା ଟୋପା ଶିଶିର କୁ ଗଜରା କରି ସୋରିଷ,ଧାନ କ୍ଷେତରେ ହସି ହସି ବୁଲୁଥାଏ ପରିଣତ ବୟସରେ  ସଂଭୋଗ ସଂଗୀତ ଛୁଟେଇ ତାତି ମାପୁଥାଏ, ଅତୃପ୍ତ ଆତ୍ମା ପରି ଘୁରି ବୁଲୁଥାଏ ମୋ ଗାଧୁଆ ଘରୁ ରୋଷେଇ ଘର  ପୁଣି ଗୁମ ମାରି ବସିଯାଏ ଭାରି ମାୟାବୀ,ଭାରି ଫୁଲେଇ ଉଦାସୀ ମନଟା ପୁଣି ହସିଦିଏ ପୌଷ ସକାଳର ଶୀତଳ ସ୍ପର୍ଶ ପାଇ ବାକି ପାହାନ୍ତି ରାତିର କାହାଣୀ  ତାର ଅଳସ ପଣର ଭିଜା ଭିଜା ବାସ୍ନା ରେ ଆହୁରି ଯାକିନିଏ ହାତ ଛାଟି ମୋ ଠାରୁ ଦୂରେଇ ଯାଏ ଆଉଥରେ ଆସିବ କହି। ମିନାକ୍ଷୀ ଦ୍ବିବେଦୀ ୭୯୭୮୦୮୨୮୩୪

ଗଛ ଓ ବୀଜ) ଶିଶୁ କବିତା ✓

(ଗଛ ଓ ବୀଜ) ଗଛୁ ଜାତ ହୁଏ ବୀଜ,ବୀଜୁ ପୁଣି ଗଛ, କହି ନ ପାରନ୍ତି କେହି,କେ ଆଗ କେ ପଛ। ଯେଉଁ ଗଛ ଜାତ କରେ ନବ ସୂକ୍ଷ୍ମ ବୀଜ, ସେହି ବିଜେ ଗଛ ଆତ୍ମା ରହିଥାଏ ହେଜ। ଛୋଟ ହେଉ ବଡ଼ ହେଉ ଯେ ଗଛ ଯେପରି, ତା'ର ସବୁଜିମା ବିଜେ ରହିଥାଏ ଭରି। ଧୀରେ ଧୀରେ ସେହି ବୀଜ ଅଙ୍କୁରିତ ହୋଇ ଦୁଇରୁ ଚାରି ପତର ପ୍ରଥମେ ଦିଶଇ। କେତେ ବୀଜ ଆଖି କୁ ଯେ ସମାନ ଦିଶଇ, ଗଛ ହେଲେ ତା ଆକାର,ପ୍ରକାର ବଢଇ। ଆସ୍ତେ ଆସ୍ତେ ଫଳ,ପୁଷ୍ପ ଶାଖା ଯେ ବଢ଼ଇ, ଯା ସ୍ବଭାବ ଯେଉଁ ପରି ସେ ରସ ଲଭଇ। ମାଟିରୁ ଜଳ,ଖାଦ,ରସାୟନ ଦ୍ରବ୍ୟ, ଶୋଷି ଚେର ଯୋଗାଏ ତା ଶରୀରକୁ ସର୍ବ। ସୂରୁଜ କିରଣେ ଯେତେ ଆଲୋକ ଶ୍ଳେଷଣ, ହୃଷ୍ଟ ପୃଷ୍ଟ ସତେଜ ଯେ ହୁଏ ବୃକ୍ଷ ମାନ। ବିଗତରୁ ଆଗତ ଯେତେ ତୁଳି ଦେଖ, ରଙ୍ଗ,ରୂପ,ଆକାର ଆଗ ଲାଗେ ଏକ। ଯାହା ପାଇଁ ଯେଉଁ ବୀଜ ଗଢିଅଛି ବିହି, ସେହି ଗଛ ସେହି ବୀଜୁ ଧରିଅଛି ମହୀ। ସ୍ରଷ୍ଟା ଏକ ସୃଷ୍ଟି ଭିନ୍ନ, ଭିନ୍ନ ବୃକ୍ଷ ରାଜି, ଅସୁମାର,ଅଗଣିତ ଭିନ୍ନ ତାର ମଞ୍ଜି। ସୁନ୍ଦର ଏଇ ଅବନୀ ପ୍ରକୃତି ବିନ୍ୟାସ, ଦେବ ବରଦାନ ଅଟେ ନାହିଁ ତାର ଶେଷ। ମିନାକ୍ଷୀ ଦ୍ବିବେଦୀ ୭୯୭୮୦୮୨୮୩୪

("ବାୟୁ ପ୍ରଦୂଷଣ" ଶିଶୁ ଓ ଯୁବଗୋଷ୍ଠୀ ଙ୍କ ଉପରେ ନକରାତ୍ମକ ପ୍ରଭାବ")

("ବାୟୁ ପ୍ରଦୂଷଣ" ଶିଶୁ ଓ ଯୁବଗୋଷ୍ଠୀ ଙ୍କ ଉପରେ ନକରାତ୍ମକ ପ୍ରଭାବ") ବାୟୁ ପ୍ରଦୂଷଣ ହେଉଛି ଏକ ସମସ୍ୟା ଯାହା କେବଳ ବଡ ସହରରେ ରହୁଥିବା ଲୋକ ନୁହଁନ୍ତି  ଯେଉଁଠି  ନାଇଟ୍ରୋଜେନ୍ ଅକ୍ସାଇଡ୍ ଏବଂ କଣିକା ପଦାର୍ଥ ପରି ରାସାୟନିକ ପଦାର୍ଥ ବିପଜ୍ଜନକ ସ୍ତରରେ ମିଳିଥାଏ ଏବଂ ବାୟୂ ପ୍ରଦୂଷଣ ହୋଇ ଜନସଂଖ୍ୟା ମଧ୍ୟରେ ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ବଡ ବିପଦ ସୃଷ୍ଟି କରିଥାଏ | ଭାରତରେ ବାୟୁ ପ୍ରଦୂଷଣ ସ୍ତର ବିଶ୍ୱରେ ସର୍ବାଧିକ, ଯାହା ଦେଶର ସ୍ୱାସ୍ଥ୍ୟ ଏବଂ ଅର୍ଥନୀତି ପାଇଁ ଘୋର ବିପଦ ଅଟେ।  2019 ରେ ବିଶ୍ବ ବାୟୁ ଗୁଣବତ୍ତା ରିପୋର୍ଟ ଅନୁଯାୟୀ, ବିଶ୍ୱର 30 ଟି ପ୍ରଦୂଷିତ ସହର ମଧ୍ୟରୁ 21 ତମ ଭାରତ ଅଟେ।  ଏହି ସହରଗୁଡିକରେ, ବାୟୁ ଗୁଣବତ୍ତା WHO ଦ୍ୱାରା ସୁପାରିଶ କରାଯାଇଥିବା ବାୟୁ ପ୍ରଦୂଷଣର ନିରାପଦ ସୀମାଠାରୁ 10 ଗୁଣ ଅଧିକ । ପିଲାମାନେ ଅଧିକ ବିପଦରେ କାହିଁକି? WHO ରିପୋର୍ଟ ଅନୁଯାୟୀ, 15 ବର୍ଷରୁ କମ୍ ବୟସର ବିଶ୍ବ ର ପ୍ରାୟ 93 ପ୍ରତିଶତ ପିଲା  ଦୂଷିତ  ବାୟୁ ଯୋଗୁଁ   ସେମାନଙ୍କ ସ୍ୱାସ୍ଥ୍ୟ ଏବଂ  ମାନସିକ ବିକାଶ ବିପଦରେ ପଡିଥାଏ।  ପିଲାମାନେ ଅଧିକ ସଂକ୍ରମିତ ହୋଇଥାନ୍ତି କାରଣ ସେମାନଙ୍କର ଫୁସଫୁସ, ମସ୍ତିଷ୍କ ଏବଂ ପ୍ରତିରକ୍ଷା ପ୍ରଣାଳୀ, ଶ୍ବାସକ୍ରିୟା ପ୍ରଣାଳୀ ପୁରା  ବିକଶିତ ହୋଇ ନଥାଏ । ପିଲାମାନେ ଶରୀରର ଓଜନ ପ୍ରତି କିଲୋଗ୍ରାମରୁ ଅଧି...

(କିଏ ତୁମେ .....)

(କିଏ ତୁମେ .....) କିଏ ତୁମେ ..? ଅତୁଲ, ଅପରୁପ, ଅନାମ  ହେ ଅଭିନଭ, ଅଭିରାମ! କୋମଳତା କେବଳ ପ୍ରକୃତି, ମଧୁରିମା-ପ୍ରତିଛବି ଶୃଙ୍ଗାର  ଅଙ୍ଗରେ ସପ୍ତରଙ୍ଗ ଶୋଭିତ ନିଃଷ୍କପଟ କୋମଳ ହୃଦୟ ଐଶ୍ୱର୍ଯ୍ୟ ବିମଣ୍ଡିତ  ଶୁଦ୍ଧ ନିଃଶ୍ୱାସର ପିଞ୍ଜରା ଦ୍ୱାର ତୁମେ କିଏ, ଅକଳଙ୍କ, ଅନମୋଲ। ନରମ ଇଚ୍ଛା ତୁମ ମାତୃ ସୁକୁମାର ପ୍ରେମରେ ଅନନ୍ତ; କୁଟ କପଟ  ଅଜ୍ଞ ଭଗବାନ ସ୍ବରୂପ  ସୁରଭିରେ ନିଜ ଜଗତ; ନବ ଉତ୍ସ-ଭରା ଦୀପ୍ତି ମନ୍ତ, କଳୁଷ ଅଜ୍ଞତାର ପଥରେ ସତ୍ୟର ଅମୃତଧାରୀ; ରହସ୍ୟମୟ, ଗଭୀର, ଅଜ୍ଞାତ କିଏ ତୁମେ ? ହେ ନିରୁପମ , ନବଜାତ! ବେଣୁ ପରି ନିର୍ଗତ ଯାହାର ମିଠା ସ୍ୱର ଦୂର କରେ ଅଜ୍ଞାନ, ଅନ୍ଧକାର  ସୂର୍ଯ୍ୟ ପରି ଲେଲିହାନ ଅଲିଭା ଅନଳ ଯାହାର ବାସସ୍ଥାନ ଶୂନ୍ୟନୀଳ; ମନ ଉତ୍ତାଳ ଉର୍ମିମାଳ , ଶାଶ୍ବତ, ଉଦାର କମ୍ପିତ ଜ୍ଞାନର ମହାନ କୋମଳ ତୁଷାର ଜଳ   ଏକ ଲାବଣ୍ୟମୟ ସକାଳ  ତୁମେ କେଉଁଠାରୁ ଆସିଛ, ପ୍ରତିଛବି ତୁମ ପୂର୍ଣ୍ଣ ଗର୍ଭା ପୂର୍ଣ୍ଣାଙ୍ଗ ଭୂଗୋଳ ଜୀବନର ଗୀତି ପରି ସଂଗୀତ, ଯାହାର ଅର୍ଥ ଅସ୍ପଷ୍ଟ, ଅଜ୍ଞାତ; ସୁରଭିରେ  ଯିଏ କିଣି ନିଏ ମନ ପ୍ରାଣ ସ୍ୱପ୍ନ ପରି ନିଦ୍ରା-ସତର୍କ,  ଚିତ୍ରକାରୀ ଲୋହିତ ପୂର୍ବାହ୍ନ  ରଶ୍ମି ପରି ସେ ଶୁଚି ରୁଚିମନ୍ତ ପ୍ରଜ୍ଜ୍ଵଳିତ ଦୀପ ସମ ତେଜିୟାନ ଅଜ୍ଞତା ଆତ୍ମ-ସ୍ମରଣରେ  ତୁମେ ଈଶ୍ୱର ତୁମେ ଦିବ୍ୟ ମାନ  ଖେଳ...

-ଚରିତ୍ରହୀନା----*

*---ଚରିତ୍ରହୀନା----* ମୁଁ ଅନୁସନ୍ଧାନ କଲି ଗୋଟେ  ଚରିତ୍ରହୀନା ସ୍ତ୍ରୀ ଲୋକ ର ସଜ୍ଞା ରାସ୍ତା,ଘାଟ, କ୍ଲବ, ମାର୍କେଟ,ବଗିଚା ଏମିତି ଅନେକ ଯାଗା ମୁଁ କିନ୍ତୁ ଆଶ୍ଚର୍ଯ୍ୟ,ଆଚଂଭିତ ସେମିତି ଗୋଟେ ମୁଁ କାଇଁ ପାଇଲିନି , ମୁଁ ଖୋଜିଲି ସବୁ ଯାଗା , ସବୁ ସ୍ଥାନ ଯେତେ ଧୋଇ ଧାଇ ପରଖିଲି ଅସଂଖ୍ୟ ଛିଦ୍ର ଥିବା ସଂସାରରେ, ସମୁଦ୍ର ରେ ଝାସ ଦେଉଥିବା ନଈକୁ, ବର୍ଷା ରେ ମହକୁ ଥିବା ମାଟିକୁ, ସୁଲୁ ସୁଲିଆ ପବନରେ ଦୋହଲୁଥିବା ଫୁଲ କୁ, ଉଡାଣ ଭରୁଥିବା ପ୍ରଜାପତିକୁ ପଚାରିଲି ଚରିତ୍ରହୀନାର ଠିକଣା ସେମାନେ ବି ଆଚଂଭିତ.. ଦେଖିଲି...କେତେକ ଦେହର ବାସ୍ନାରେ ବଳି ପଡୁଛନ୍ତି, ମରି ପଡୁଥିବା ନିଜ ନିଜ ହସକୁ ମୁଖା ପିନ୍ଧେଇ ଦେହର ବଜାର ସଜେଇଛନ୍ତି, ଆଉ କେହି  ଅର୍ଦ୍ଧଦଗ୍ଧ ହୋଇ ଅର୍ଦ୍ଧ ନଗ୍ନ ନାଚୁଛନ୍ତି  କୋଉ କ୍ଲବ ,ହୋଟେଲରେ ପତ୍ର ଦାଢେ ଝୁଲୁ ଥିବା ବନ୍ଧା ବର୍ଷା ଜୁଝି ନପାରି କାମନା ବାସନା ମୋହରେ  ନୁଆ ଜନ୍ମ ଅବତରୁଛନ୍ତି  ଅନ୍ୟ ପୁରୁଷର କପଟିଆ ଆଖି ରେ, ଦେଖିଲି... ଗୋଟିଏ ପତ୍ରକୁ ଚୁପଚାପ୍ ଶୁଖିବାକୁ  ଏବଂ ଅକାଳରେ ଝଡ଼ିବାକୁ ପଡୁଛି ଶୂନ୍ୟ ପଥର ଉପରେ ଏକ ଉଚ୍ଚ ଜଳପ୍ରପାତର ପତନ,   ତାଙ୍କ ସ୍ୱର ବଧିର ହୋଇ ଯାଇଛି  ସମସ୍ତ ଉଚ୍ଚ ଏବଂ ନିମ୍ନ ଚରିତ୍ର ଭିତରେ  ସମସ୍ତ ଚରିତ୍ର ଅତୀତର କାହାଣୀରେ ଫସି ରହିଛନ୍ତି  ସେଏକ ଚରିତ୍ରହୀନା ନାରୀ  ସେଠାରେ ଏକ ଶୂନ...