କି ଦୋଷ କଲି ମୁଁ ନିଦ୍ରା ତେଜ ହେ ଚଳନ୍ତି ପ୍ରତିମା କରନାହିଁ ହୀନିମାନ, ଯୁଗେ ଯୁଗେ ପ୍ରେମ ଆନନ୍ଦର ମୂର୍ତ୍ତି ଅଟଇ ମୁଁ କନ୍ୟା ରତ୍ନ। ନୃଶଂସ ସାଜି କରନାହିଁ ହତ୍ୟା ଛୋଟ ଅନୁରୋଧ ମୋର, ଥରୁଟିଏ ମାତ୍ର ବଞ୍ଚାଇ ତ ଦେଖ ଅନୁଭବି ଉପକାର। ଯାହାକୁ ଆଶା କରୁଅଛ ତୁମେ ନାହିଁ ମୋ ଫରକ କିଛି, ଥରେ ତ ସୁଯୋଗ ଦେଇକରି ଦେଖ ସବୁ ଋଣ ଦେବି ସୁଝି। ମାଟିରୁ ଆକାଶ ଚନ୍ଦ୍ର ପୃଷ୍ଠେ ଜ୍ଞାନ ବାନ୍ଧିଛ ସପନ ଡୋରି, କନ୍ୟାର ମହତ ବୁଝି ପାରୁନ କି' ଯାଉଛି ଅକାଳେ ଝରି। ଜଠରୁ ଭାସଇ ଦୁଃଖ ର ସଂଗୀତ ନୁହେଁ ଆଜି ସୁରକ୍ଷିତ, ବେସାହାରା ସେ ଅଳିଆ ଗଦାରେ ଏ ଦେଶ କି' ବିକଶିତ? ମୁଁ କ'ଣ ତ୍ରୁଟି ସଭ୍ୟ ସମାଜର ଦୋଷ କି'ବା ଅଛି ମୋର, ନିରୀହ ଆତ୍ମାର ହତ୍ୟାକାରୀ ସାଜି ଗଢ଼ି କି ପାରିବ ସଂସାର। ମାତୃ ଗର୍ଭରୁ ଯେ ଭୂମିଷ୍ଠ ହୋଇଛ ଭୁଲିଗଲ ସେହି ଦିନ, ନିଷ୍ପେସିତା,ନିର୍ଯ୍ୟାତିତା ଆଜି ମୁଁ ବିକଳେ ହାରଇ ପ୍ରାଣ। ନନ୍ଦିନୀ ଟିଏ ନୁହେଁ ଅଭିଶାପ ସାତ ଜନମ ର ପୂଣ୍ୟ, ସୁ...