Skip to main content

Posts

Showing posts from October, 2025

କି ଦୋଷ କଲି ମୁଁ (ଶିଶୁ କବିତା)✓

କି ଦୋଷ କଲି ମୁଁ  ନିଦ୍ରା ତେଜ ହେ ଚଳନ୍ତି ପ୍ରତିମା        କରନାହିଁ ହୀନିମାନ, ଯୁଗେ ଯୁଗେ ପ୍ରେମ ଆନନ୍ଦର ମୂର୍ତ୍ତି       ଅଟଇ ମୁଁ କନ୍ୟା ରତ୍ନ। ନୃଶଂସ ସାଜି କରନାହିଁ ହତ୍ୟା      ଛୋଟ ଅନୁରୋଧ ମୋର, ଥରୁଟିଏ ମାତ୍ର ବଞ୍ଚାଇ ତ ଦେଖ       ଅନୁଭବି ଉପକାର। ଯାହାକୁ ଆଶା କରୁଅଛ ତୁମେ      ନାହିଁ ମୋ ଫରକ କିଛି, ଥରେ ତ ସୁଯୋଗ ଦେଇକରି ଦେଖ     ସବୁ ଋଣ ଦେବି ସୁଝି। ମାଟିରୁ ଆକାଶ ଚନ୍ଦ୍ର ପୃଷ୍ଠେ ଜ୍ଞାନ      ବାନ୍ଧିଛ ସପନ ଡୋରି, କନ୍ୟାର ମହତ ବୁଝି ପାରୁନ କି'     ଯାଉଛି ଅକାଳେ ଝରି। ଜଠରୁ ଭାସଇ ଦୁଃଖ ର ସଂଗୀତ     ନୁହେଁ ଆଜି ସୁରକ୍ଷିତ, ବେସାହାରା ସେ ଅଳିଆ ଗଦାରେ     ଏ ଦେଶ କି' ବିକଶିତ? ମୁଁ କ'ଣ ତ୍ରୁଟି ସଭ୍ୟ ସମାଜର      ଦୋଷ କି'ବା ଅଛି ମୋର, ନିରୀହ ଆତ୍ମାର ହତ୍ୟାକାରୀ ସାଜି       ଗଢ଼ି କି ପାରିବ ସଂସାର। ମାତୃ ଗର୍ଭରୁ ଯେ ଭୂମିଷ୍ଠ ହୋଇଛ        ଭୁଲିଗଲ ସେହି ଦିନ, ନିଷ୍ପେସିତା,ନିର୍ଯ୍ୟାତିତା ଆଜି ମୁଁ         ବିକଳେ ହାରଇ ପ୍ରାଣ। ନନ୍ଦିନୀ ଟିଏ ନୁହେଁ ଅଭିଶାପ         ସାତ ଜନମ ର ପୂଣ୍ୟ, ସୁ...

ଛୋଟ ନୁହଁ ତୁମେ* ଶିଶୁ କବିତା ✓

*ଛୋଟ ନୁହଁ ତୁମେ* ପକ୍ଷୀ ଟିଏ ନୁହଁ ଆକାଶ ଯେ ତୁମେ  ବିଶାଳ ତୁମର କାୟା, ଜଳଧାରା ନୁହଁ ସାଗର ଯେ ତୁମେ ରତ୍ନ ଗର୍ଭା ତୁମ ରାହା। ପଥର ଯେ ନୁହଁ ପର୍ବତ ତୁମେ  ସ୍ଥିର ଚିତ୍ତ ମନୋରଥ, ଗଛଟିଏ ନୁହଁ ଜଙ୍ଗଲ ଯେ ତୁମେ  ସବୁଜ, ନିର୍ମଳ ପଥ। ଫୁଲ ଟିଏ ନୁହଁ ପୁରା ଫୁଲବନ  କଅଁଳ ତୁମର ମନ, ଅଣୁ ନୁହଁ ତୁମେ ମଧୁର ମଳୟ ସୁଗନ୍ଧିତ ପ୍ରତିକ୍ଷଣ । ଜଳବିନ୍ଦୁ ନୁହଁ ମେଘ ମହ୍ଲାର ଯେ  ଶୀତଳ ଚନ୍ଦନ ସମ, ଦୀପ ନୁହଁ ତୁମେ ଆଲୋକ ବର୍ତ୍ତୀକା  ପ୍ରଜ୍ଜ୍ବଳିତ କର ଧାମ, ସ୍ଵାର୍ଥପର ନୁହଁ ସମର୍ପଣେ ହିତ ନିଷ୍ପାପ,ସରଳ ମନ, ପଥିକ ଯେ ନୁହେଁ ତୁମେ ପାନ୍ଥଶାଳା  ଅଟ ଶ୍ରେଷ୍ଠ ବରଦାନ। ବହି ନୁହଁ ତୁମେ ଜ୍ଞାନ ଗନ୍ତାଘର ସତ୍ୟ,ପ୍ରେମ,ଗୀତା ବାଣୀ, ଛୋଟ ନୁହଁ ତୁମେ ଏ ଧରା ବୁକୁରେ   ଭବିଷ୍ୟତ ଶିରୋମଣି। ମିନାକ୍ଷୀ ଦ୍ବିବେଦୀ ୭୯୭୮୦୮୨୮୩୪

ଅଳସୁଆ ଦୁଃଖ ପାଏ (ଶିଶୁ କବିତା )✓

ଅଳସୁଆ ଦୁଃଖ ପାଏ ସମୟ ହାତରେ ଘଣ୍ଟି, ଟିକ୍–ଟିକ୍ କରି କୁହେ  “ଉଠ, ଚାଲ, ସୃଷ୍ଟି କର।” କିନ୍ତୁ ଅଳସୁଆ ଶୋଇ ରହେ, ଚାଦରକୁ ଭାବେ ସ୍ଵପ୍ନର ରାଜ୍ୟ, କାରଣ ସେ ପ୍ରକୃତିର ନିୟମରୁ ବିପରୀତ କରିଥାଏ। ପ୍ରକୃତି କେବେ ଅଳସୁଆ ନୁହେଁ ସୂର୍ଯ୍ୟ ନିତ୍ୟ ଉଦୟ ହୁଏ, ନଦୀ ସଦା ବହେ, ଗଛ ସଦା ବୃଦ୍ଧି ପାଏ, ପକ୍ଷୀ ସଦା ପରିଶ୍ରମରେ ନୀଡ଼ ଗଢ଼େ।  ଯେପରି ବୀଜ ମାଟିରେ ପଡ଼ି ଶ୍ରମର ସ୍ନେହ ପାଇଲେ ଗଛରେ ପରିଣତ ହୁଏ, ତେଣୁ ମଣିଷର ଭାଗ୍ୟ କେବଳ କାର୍ଯ୍ୟରେ ପ୍ରସ୍ଫୁଟିତ। କାର୍ଯ୍ୟହୀନ ବୀଜ ଶୁଖିଯାଏ, ଜୀବନର କାଳୀନୀ କୌଣସି ଫଳ ଦିଏନାହିଁ। ଜୀବନ ହେଉଛି ଏକ ପ୍ରବାହମାନ ନଦୀ, ଯେଉଁଥିରେ ସମୟର ଝରଣା ନିରନ୍ତର ପ୍ରବାହିତ ହୋଇ ବହିଯାଏ। କର୍ମରେ ରହିଛି ଆନନ୍ଦ, ଶ୍ରମରେ ରହିଛି ସ୍ୱାଧୀନତା, ପରିଶ୍ରମରେ ହିଁ ମଣିଷ ନିଜ ଆତ୍ମାକୁ ଜୀବନ୍ତ କରିଥାଏ। ତତ୍ତ୍ୱ କୁହେ... କର୍ମ ହିଁ ଯଜ୍ଞ, ଶ୍ରମ ହିଁ ଧ୍ୟାନ, ପରିଶ୍ରମ ହିଁ ମୁକ୍ତିର ପଥ। କର୍ମଯୋଗୀ ସମୟ ସହିତ  ଏକତାରେ ସ୍ଵୟଂକୁ ଦେଖେ। ତା’ର ପାଇଁ ପ୍ରତ୍ୟେକ କ୍ଷଣ ହୁଏ ଅମୃତ, ପ୍ରତ୍ୟେକ କାର୍ଯ୍ୟ ହୁଏ ଉପାସନା। ଅଳସୁଆ ମନରେ ସ୍ୱପ୍ନ ଥାଏ, କିନ୍ତୁ ହାତ ଆଗକୁ ବଢ଼େନି, ଚକ୍ଷୁରେ ଆଶା ଭରିଥାଏ, କିନ୍ତୁ ପାଦେ ପାଦେ ମନ୍ଥରତାର ବେଡ଼ି। ତା’ର ହାତରେ ରହିଯାଏ କେବଳ  ଦୁଃଖର ଖାଲିପଣ ଓ ପଶ୍ଚାତ୍ତାପର ଲୁହ। ମିନାକ୍ଷୀ ଦ୍ବିବେଦୀ  ୭୯୭୮୦୮୨୮୩୪ ଗୁରୁ ଗ୍ରାମ...

ମଦର ଅଫ ଟ୍ରି... ଏକ ସବୁଜ ଅଭିଯାନ

ମଦର ଅଫ ଟ୍ରି... ଏକ ସବୁଜ ଅଭିଯାନ  ପୃଥିବୀର ମଙ୍ଗଳ ପାଇଁ ବୃକ୍ଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଜୀବନକୁ ସମର୍ଥନ କରୁଥିବା ଅନେକ ଲାଭ ପ୍ରଦାନ କରନ୍ତି। ବିଶ୍ୱ ଉଷ୍ଣତା ବିରୋଧରେ ଲଢ଼େଇରେ ଗଛଗୁଡ଼ିକ ପ୍ରକୃତିର ସୈନିକ ।ସେମାନେ ପ୍ରାକୃତିକ ବାୟୁ ବିଶୋଧକ ଭାବରେ କାର୍ଯ୍ୟ କରନ୍ତି, କାର୍ବନ ଡାଇଅକ୍ସାଇଡ୍ ଶୋଷଣ କରନ୍ତି ଏବଂ ଅମ୍ଳଜାନ ମୁକ୍ତ କରନ୍ତି, ଯାହା ମାନବ ଏବଂ ପ୍ରାଣୀ ଶ୍ୱାସକ୍ରିୟା ପାଇଁ ଅତ୍ୟାବଶ୍ୟକ। ବୃକ୍ଷଗୁଡ଼ିକ ଛାଇ ପ୍ରଦାନ କରି ଏବଂ ଜଳୀୟବାଷ୍ପ ମୁକ୍ତ କରି ଜଳବାୟୁକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରନ୍ତି, ଯାହା ପରିବେଶକୁ ଥଣ୍ଡା କରିଥାଏ। ଏହା ସହିତ, ସେମାନେ ମାଟି ସ୍ୱାସ୍ଥ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି, କ୍ଷୟକୁ ରୋକିଥାନ୍ତି ଏବଂ ଉର୍ବରତାକୁ ଉନ୍ନତ କରନ୍ତି। ଏହା ବ୍ୟତୀତ, ବୃକ୍ଷଗୁଡ଼ିକ ଅଗଣିତ ପ୍ରଜାତି ପାଇଁ ବାସସ୍ଥାନ ଏବଂ ସମ୍ପଦ ପ୍ରଦାନ କରନ୍ତି, ଜୈବ ବିବିଧତା ଏବଂ ପରିବେଶ ସନ୍ତୁଳନରେ ଅବଦାନ ରଖନ୍ତି। ସେମାନେ ବିଭିନ୍ନ ପ୍ରାଣୀମାନଙ୍କ ପାଇଁ ଖାଦ୍ୟ ଏବଂ ଆଶ୍ରୟ ପ୍ରଦାନ କରନ୍ତି, ଏବଂ ସେମାନଙ୍କର ଉପସ୍ଥିତି ଭୂଦୃଶ୍ୟର ସୌନ୍ଦର୍ଯ୍ୟ ଏବଂ ସୌନ୍ଦର୍ଯ୍ୟ ବୃଦ୍ଧି କରେ। ଏକ ସୁସ୍ଥ ଗ୍ରହ ପାଇଁ ବୃକ୍ଷ ସଂଖ୍ୟାକୁ ସୁରକ୍ଷା ଏବଂ ବିସ୍ତାର କରିବା ଅତ୍ୟନ୍ତ ଜରୁରୀ, କାରଣ ଏଗୁଡ଼ିକ ଜଳବାୟୁ ପରିବର୍ତ୍ତନକୁ ହ୍ରାସ କରିବା, ବାୟୁକୁ ବିଶୁଦ୍ଧ କରିବା ଏବଂ ଜୀବନକୁ ବଜାୟ...

ଟିକି ଟିକି ଫୁଲ ଆମେ) ଶିଶୁ କବିତା ✓

(ଟିକି ଟିକି ଫୁଲ ଆମେ) ଟିକି ଟିକି ଫୁଲ ଆମେ ଭାରତ ମାତାର ଖିଲି ଖିଲି ହସୁଥାଉ ନ ଥାଏ ଯେ ଡର ।। ଆମ ବାସ ଖେଳିଯାଏ ମୁଲକରୁ ମୁଲକ ଭାରତର ଅଟୁ ଆମେ ସୁକୋମଳ ପ୍ରତୀକ ।। ଟିକି ଟିକି ମନ ଆମ ଦିଅ ନାହିଁ ଦଳିରେ ସ୍ବର୍ଣ୍ଣ ଦେଶ ଗଢିଦେବୁ ତୋଳି ନିଅ ସ୍ନେହରେ।। ଟିକି ଟିକି ଶିଶୁ ଆମେ ଭାରତର ମଣି ଦୂର କରିବୁ ଅନ୍ଧାର ଆଲୋକକୁ କିଣି।। ଆମେ ଅଟୁ ଭବିଷ୍ୟତ ହୀରା ମୋତି ମାଣିକ ରଖିବୁ ଦେଶର ଟେକ ହୋଇ ଆମେ ନିର୍ଭୀକ ।। ଦେଶ ଜନନୀର ଲୁହ ପୋଛି ଦେବୁ ଆମେରେ ମାଆର ସୁରକ୍ଷା ଭାର ନେବୁ ଆମ କାନ୍ଧରେ ।। ଦରିଆ ବୁକୁରୁ ଆମେ ଖୋଜି ଦେବୁ ମୁକୁତା ସ୍ନେହ,ପ୍ରେମ, ଭକ୍ତି ଢାଳି ଦେବୁ ଶାନ୍ତି ବାର୍ତ୍ତା।। ଜ୍ଞାନର ଆଲୋକ ବାଣ୍ଟି ଯିବୁ ସତ୍ୟ ପଥରେ ଚିକିମିକି ଚମକିବୁ ଭାଇଚାରା ଡୋରରେ।। ରଙ୍ଗ ରଙ୍ଗୀନ ଫୁଲ ପରି ଗୁଣ ବିକଶିବ ଦିଗନ୍ତ ବିସ୍ତାରି ଆମ ନାମ ମହକିବ।। ଆମ ହାତେ ଦିଅ ଯେତେ ନୂଆ ରଙ୍ଗ ତୁଳିକା  ଆଙ୍କି ଦେବୁ ନବ ଛବି କେତେ ଭଳି ଭଳିକା ।। ସମୃଦ୍ଧ କରିବୁ ଭାଷା ବିଶ୍ୱେ ଯିବ ଚହଟି ହେଳା ନ କର ଆମକୁ ନିଅ କୋଳେ ସାଉଁଟି।। ଭାରତ ମାତାର ଅଟୁ ଗେହ୍ଲା ପୁଅ ଝିଅ କଳା, ସଂସ୍କୃତି ଐତିହ୍ୟ ରଖିବୁ ବଜାୟ।। ଅସୁମାରୀ ସ୍ବପ୍ନ ନେଇ ଦେଶକୁ ଗଢ଼ିବୁ ସୁସ୍ଥ, ଶାନ୍ତ ପରିବେଶ ଉଦ୍ଭବ କରିବୁ।। ଗାନ୍ଧୀ,ଚାଚା, ଶାସ୍ତ୍ରୀ,ପରି ମନୋଭାବ ନେଇ ଶୃଙ୍ଖଳ ବିଶ୍ବ ଗଢିବୁ ପ୍ରୀତି ରଙ୍ଗ ଦେଇ।। ମିଳିମିଶି ପ୍ରକୃତିର ରକ୍ଷା ଯେ କର...

ସ୍ନେହର ଡୋର ରାକ୍ଷୀ (ଶିଶୁ କବିତା)✓

ସ୍ନେହର ଡୋର ରାକ୍ଷୀ ସ୍ନେହ ଡୋରେ ବନ୍ଧା ମଧୁର ମୁହୂର୍ତ୍ତ  ଭାଇ-ଭଉଣୀର ଏକତାର ସର୍ତ୍ତ।। ପ୍ରେମ ଓ ବିଶ୍ୱାସରେ ହୃଦୟ ଗାନ, ଚିର ସମ୍ପର୍କ ଏହି ରାକ୍ଷୀର ମାନ।। କେବେ ଝଗଡା ତ କେବେ ହସକାନ୍ଦ, ମୁହଁ ଫୁଲାଫୁଲି, ବିତର୍କ ବିବାଦ।। ଅଝଟ ପଣର ଛବିଳ ସମୟ, ଭାଇ ଯୋଗୁଁ ଥାଏ ଭଉଣୀ ନିର୍ଭୟ। ରାକ୍ଷୀ ସୁରକ୍ଷାର ସଶକ୍ତ ପ୍ରାଚୀର,  କ୍ଷଣିକ ନୁହେଁ ସେ ଜନ୍ମ ଜନ୍ମାନ୍ତର। ଭଉଣୀ ବାନ୍ଧି ଦିଏ ସ୍ନେହର ଝୁଲି, ରକ୍ଷା କରେ ଭାଇ କବଚ ଭଳି।। ଭଗିନୀର ଦୁଃଖେ ଭାଇ ଯେ ଢାଳ, ଆଜନ୍ମ ପ୍ରତିଶ୍ରୁତି ଭାଇର ଗେଲ।। ମଥାରେ ହଳଦୀ ଓ ଫୁଲ ଚନ୍ଦନ, ମିଠା ,ପିଠା , କ୍ଷୀରି କେତେ ବ୍ୟଞ୍ଜନ।। ଧାଗା ନୁହେଁ ସେତ ସଂଯୋଗର ସୁତ୍ର, ଆତ୍ମୀୟତାର ଅଟେ ଅମୃତ ପାତ୍ର।। ଧରଣୀ ବାନ୍ଧେ ଇନ୍ଦ୍ରଧନୁର ରାକ୍ଷୀ, ଜହ୍ନମାମୁଁ  ଦିଅଇ ହାତ ସଳଖି।। ଜଗା ବଳିଆ ଆମ ପ୍ରାଣ ଠାକୁର, ସୁଭଦ୍ରା ବାନ୍ଧନ୍ତି ମଙ୍ଗଳ‌ର ଡୋର।। ଭାଇ, ଭଉଣୀ ସ୍ନେହ ଅମୂଲ ମୂଲ ସୁନା,ରୂପା , ହୀରା ହବନି ତୁଲ।। ରଜ୍ଜୁ ନୁହେଁ ସେତ ଶ୍ରଦ୍ଧାର ଡୋର ଶୀତଳ ଚନ୍ଦନ ସମ ତପ୍ତ ମରୁର।। ମିନାକ୍ଷୀ ଦ୍ବିବେଦୀ  ୭୯୭୮୦୮୨୮୩୪

ସତ୍ୟତା

ସବୁ ରାତି ନୁହେଁ ଅନ୍ଧକାର ରାତି ସବୁ ଦିବା ଭରେ ଆଲୋକ, ସବୁ ଦୁଃଖ ନୁହେଁ ମନର ବେଦନା ଖୁସିରେ ବି ଝରେ ଲୋତକ। ସବୁ ଡୋର ନୁହେଁ ସଂପର୍କର ଡୋର ସବୁ ପ୍ରେମ ନୁହେଁ ଛଳନା, ସବୁ ରାଗ ନୁହେଁ ମନର ଭାବନା ଅଭିମାନେ ଥାଏ କାମନା। ସବୁ ଋତୁ ନୁହେଁ ବସନ୍ତର ଋତୁ ସବୁ ଫୁଲ ନୁହେଁ ପୂଜ୍ୟ, ସବୁ ହୃଦୟ ନୁହେଁ କଳୁଷିତ ସବୁ ଭୃତ୍ୟ ନୁହେଁ ତେଜ୍ୟ। ସବୁ ସତ୍ୟ ନୁହେଁ କଠୋର କଥା, ସବୁ ମିଥ୍ୟା ନୁହେଁ ଦୋଷ, ସବୁ ସ୍ମୃତି ନୁହେଁ କଷ୍ଟର ଛାୟା, ଥାଏ କିଛି ହାସ୍ୟରସ। ସବୁ ସ୍ବପ୍ନ ନୁହେଁ ଅସାର ଅଦୃଶ୍ୟ, ସବୁ ଆଶା ନୁହେଁ ଭଙ୍ଗ, ସବୁ ନିରବତା ନୁହେଁ ଯେ ଶୂନ୍ୟତା, ଲୁଚିଥାଏ ପ୍ରେମ ରଙ୍ଗ। ସବୁ ପ୍ରତିଶୃତି ନୁହେଁ କରଣୀୟ ସବୁ ଭକ୍ତି ନୁହେଁ ନିଷ୍ଠା, ସବୁ ଭାଗ୍ୟ ନୁହେଁ ଯେ ଦୁର୍ଭାଗ୍ୟ ଥାଏ ସୌଭାଗର ପୃଷ୍ଠା । ସବୁ ଜନ୍ମ ନୁହଁ ସଫଳ ସାଧନା ସବୁ କର୍ମ ନୁହେଁ ହେୟ, ସବୁ ମୃତ୍ୟୁ ନୁହେଁ ଶେଷ ପରିଣତି ସୁକର୍ମର ହୁଏ ଜୟ।

ମୁଁ ....ଶେଷ ଶ୍ରାବଣ

ମୁଁ ....ଶେଷ ଶ୍ରାବଣ  ଆଜି ଶ୍ରାବଣର ଶେଷ ସନ୍ଧ୍ୟା, ଆକାଶରେ ମେଘର ଅଳସ ଛାୟା, ବର୍ଷାର ଥକିଥିବା ସ୍ବର, ପଥରେ ରହି ଯାଇଥିବା ଜଳବିନ୍ଦୁର ସ୍ମୃତି। ଆଜି ମୋର ଶେଷ ସଜାଣ, ମେଘମାଳାରେ ଗୁନ୍ଥିଛି କଳା ନୂଆ ପାଟ, ବଜ୍ରଧ୍ବନିରେ ପିନ୍ଧିଛି କର୍ଣ୍ଣଭୂଷଣ, ବର୍ଷା ବିନ୍ଦୁରେ ରଚିଛି ହାର, ପବନରେ ବାନ୍ଧିଛି ମୋର ବିଦାୟ ସଙ୍ଗୀତ, ମୋ ଆକାଶୀୟ ମେଘକୁ ତୁମ କେଶରେ ଖୋସିବା ପାଇଁ କଳା ଗୁଛାରେ ଆଙ୍କିଛି, ଚାନ୍ଦକୁ କରିଛି କୁମୁଦୀୟ ହସ, ଯାହା ତୁମ ମୁହଁରେ ପଡ଼ି ଆଲୋକିତ କରିଦେବ। ତାରାମାଳାକୁ କପାଳର ଚିତ୍ର, ଆକାଶକୁ ମୋର ବିଦାୟର ପରଦା। ମୁଁ ସଜେଇଛି ନଦୀର ଉଫୁରାଣିକୁ ସିନ୍ଧୁର ରଙ୍ଗରେ, କେତକୀ ଓ ଧାନକେତରକୁ ସବୁଜ ଅଳତାରେ, ପଥରେ ପଡ଼ୁଥିବା ବୁନ୍ଦମଣିକୁ ମଣିମାଳା ପରି ଛିଟିକି ଦେଇଛି। ଆଜି ମୋର ଶେଷ ନୃତ୍ୟ, ଶେଷ ସ୍ବପ୍ନ, ଶେଷ ସଜାଣ, କିନ୍ତୁ ମୋର ପ୍ରତିଜ୍ଞା ଆସନ୍ତା ବର୍ଷରେ ମୁଁ ପୁଣି ଫେରିବି, ନୂଆ ସଜାଣ, ନୂଆ ପ୍ରେମ, ନୂଆ ଗୀତ ସହ।

ଯା ଦେବୀ ସର୍ବଭୂତେଷୁ

ଯା ଦେବୀ ସର୍ବଭୂତେଷୁ  ସବୁ ସୃଷ୍ଟିର ସ୍ରଷ୍ଟା ଗୋ ତୁମେ ସବୁ ମାୟାର ସର୍ଜନା, ସବୁ ପାପର ବିନାଶକ ତୁମେ ସବୁ ପୂଣ୍ୟର ସାଧନା। ସବୁ କ୍ଷତର ଉପଶମ ତୁମେ ସବୁ ଆନନ୍ଦର ଉତ୍ସ, ସବୁ କର୍ମର ପରିଣାମ ତୁମେ ସବୁ କ୍ଷେତ୍ରେ ତୁମେ ଅଛ। ସବୁ ଅନ୍ତର ଆରମ୍ଭ ହିଁ ତୁମେ ସବୁ ଆରମ୍ଭର କର୍ତ୍ତା, ସବୁ ଭକ୍ତର ଭକ୍ତି ଯେ ତୁମେ ସବୁ ପ୍ରେମେ ଭର ବାର୍ତ୍ତା। ସବୁ ପ୍ରଶ୍ନର ଉତ୍ତର ଗୋ ତୁମେ ସବୁ ରହସ୍ୟର ସୁତ୍ର, ସବୁ ଆତ୍ମାର ବନ୍ଧନ ଯେ ତୁମେ ସବୁ ଜୀବନର ଶାସ୍ତ୍ର। ସବୁ ପଥର ପ୍ରଦର୍ଶକ ତୁମେ ସବୁ ମନର ପ୍ରେରଣା, ସବୁ ରାତିର ପ୍ରଜ୍ଜ୍ୱଳକ  ତୁମେ ସବୁ କଷ୍ଟର ତାରଣା। ସବୁ ଧ୍ୟାନର ଗଭୀରତା ତୁମେ ସବୁ ହୃଦର ସ୍ପନ୍ଦନ, ସବୁ ସତ୍ୟର ମହାନତା ତୁମେ  ସବୁ ବିଧିର ବିଧାନ। ସବୁ ଦୁଃଖର ସାନ୍ତ୍ବନା ଗୋ ତୁମେ ସବୁ ସ୍ୱପ୍ନର ସାକାର, ସବୁ ଶୂନ୍ୟର ପୂର୍ଣ୍ଣତା ଯେ ତୁମେ ସବୁ ଶକ୍ତିର ଆଗାର।

କାର୍ତ୍ତିକ ମାସର ଦିବ୍ୟ ମାହାତ୍ମ୍ୟ

ପଦ୍ମ ପୁରାଣ ରେ ଅଛି... “କାର୍ତ୍ତିକେ ସ୍ନାନଦାନାଦି, ଦୀପଦାନାଦି କର୍ମଭିଃ। ଅଶ୍ୱମେଧସହସ୍ରାଣି, କୃତାନି ସମତୋ ଭୂତ॥”  ଅର୍ଥାତ କାର୍ତ୍ତିକ ମାସରେ କରାଯାଇଥିବା ସ୍ନାନ, ଦାନ, ଓ ଦୀପଦାନ, ହଜାର ଅଶ୍ୱମେଧ ଯଜ୍ଞର ପୁଣ୍ୟ ସହ ସମାନ।  ଆଶ୍ୱିନ ମାସରେ ଯେତେବେଳେ ବିଶ୍ଵଜନନୀ କରୁଣାମୟୀ ମା’ ଦୁର୍ଗାଙ୍କ ଶାରଦୀୟ ବନ୍ଦନା ପରେପରେ ଚନ୍ଦ୍ର ଏବଂ ମା’ ଲକ୍ଷ୍ମୀଙ୍କ ଆରାଧନା ଅତ୍ୟନ୍ତ ଆଡ଼ମ୍ବର ସହକାରେ ସମାହିତ ହୁଏ ସେତେବେଳେ ଦେବ ସେନାପତି କାର୍ତ୍ତିକଙ୍କ ଆରାଧନା ମନରେ ଜାଗ୍ରତ ହୁଏ । ତେଣୁ ଏହି ମାସରେ ଓଡ଼ିଶାର ପୁରପଲ୍ଲୀରେ ଦେବ ସେନାପତି ଚିର କୁମାର କାର୍ତ୍ତିକେୟଙ୍କ ଆରାଧନା ମହାଆଡମ୍ବରରେ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରନ୍ତି। ପ୍ରାତଃ ସ୍ମରଣୀୟ ଆଦିକବି ଶୂଦ୍ରମୁନି ସାରଳା ଦାସଙ୍କ ରଚିତ ମହାଭାରତର ଆଦିପର୍ବରେ କାର୍ତ୍ତିକ ମାସର ପବିତ୍ରତା ସମ୍ପର୍କରେ ବର୍ଣ୍ଣନା କରାଯାଇଛି ।  କାର୍ତ୍ତିକ ମାସକୁ ସନାତନ ଧର୍ମରେ ସବୁଠାରୁ ପୁଣ୍ୟମୟ ମାସ ବୋଲି କୁହାଯାଏ। ଏହାକୁ ‘ଧର୍ମ, ଭକ୍ତି ଓ ତପସ୍ୟାର ମାସ’ ଭାବେ ଗ୍ରହଣ କରା ଯାଇଥାଏ। ଭଗବାନ ବିଷ୍ଣୁଙ୍କ ପୂଜା, ତୁଳସୀ ଆରାଧନା, ନିୟମ-ନିଷ୍ଠା, ଦାନ-ଧର୍ମ, ଜଳଦାନ, ପବିତ୍ର ସ୍ନାନ ଇତ୍ୟାଦି କାର୍ଯ୍ୟ କାର୍ତ୍ତିକରେ ବିଶେଷ ଫଳ ପ୍ରଦାୟକ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି ।  ଗୀତାରେ ଭଗବାନ କୃଷ୍ଣ ଶ୍ରେଷ୍ଠତା ବିଚାର କରି କହିଛନ୍ତି ଯେ ବନସ୍ପତି ରେ ତୁଳସ...

ସବୁଜ ସାକ୍ଷୀ*

*ସବୁଜ ସାକ୍ଷୀ* ଚିଠି ଏକ କାଗଜ ନୁହେଁ, ଅନୁପସ୍ଥିତିର ଏକ ଦୃଢ଼ ଦଲିଲ  ହୃଦୟର ଜୀବନ ଲେଖାର ଏକ ସ୍ପନ୍ଦନ, ଅକ୍ଷର ଏଠାରେ କେବଳ ଶବ୍ଦ ନୁହେଁ ସେମାନେ ହେଉଛନ୍ତି ହୃଦୟ ଆଖିର ଅଶ୍ରୁ ଏକ ସ୍ନେହ,ଏକ ଅପେକ୍ଷା ମୁନ୍ଦା ସ୍ତବ୍ଧତା ବ୍ୟାଖ୍ୟାହୀନ ମନର ଏକ ସ୍ୱର, ‌ଅକ୍ଷର ମଧ୍ୟରେ ଜୀବନର ଜୀବ, ଚିଠି ଅନେକ କିଛି କହି ପାରୁଥିଲା ପ୍ରେମ, ଦୁଃଖ, ରାଗ, ପ୍ରତିଶୋଧ,ହସ,କାନ୍ଦ ଶବ୍ଦ ମଧ୍ୟରେ ଗଢ଼ା ଯାଉଥିଲା ଅନୁଭବର ଅନୁବାଦ ଅନ୍ଲାଇନର ଦୁନିଆ ଚିଠିର ଗୁପ୍ତ ଅଭିଳାଷାକୁ ଭୁଲିଯାଇଛି ଅକ୍ଷର ଗୁଡ଼ିକ ଆଉ ମନୁଷ୍ୟର ଅଦୃଶ୍ୟ ସେତୁ ନୁହେଁ, ମୋବାଇଲ ଏବଂ ମୃତ ଇମୋଜିରେ ବିନିମୟ ହୁଏ ଭାବନା ରହିତ ବାତାବରଣ ଯେଉଁଠି ଦିନେ କଥା ଥିଲା "ମୁଁ ଭଲ ଅଛି, ତୁମେ କେମିତି ଅଛ?" ସେଇଠି ଏବେ ଅଛି କେବଳ ସିନ୍ ର "Seen ✔" ର ଏକ ନିର୍ବାକ୍ ଅନୁତ୍ତର। ଯେତେବେଳେ ପାଠକ ନଥାଏ, ସେତେବେଳେ ଶବ୍ଦ ମଧ୍ୟ ଆତ୍ମହତ୍ୟା କରେ ଏ ଆତ୍ମହତ୍ୟା ଅକ୍ଷରର ନୁହେଁ, ଏ ମୃତ୍ୟୁ ଜଣେ ଅନ୍ତର୍ଦୃଷ୍ଟି ହାରିଥିବା ଲେଖକର ଚିଠି ଆତ୍ମାର ଅବତାର ସେ ଯେତେବେଳେ ପଢ଼ା ଯିବାକୁ ବଞ୍ଚିତ ହୁଏ, ମୁନ୍ଦ ବାନ୍ଧି ଅନବଲୋକିତ ହୋଇ ପଡ଼ି ରହେ ତା'ର ତାତ୍ତ୍ୱିକ ଭାବ ଧ୍ୱଂସ ହୁଏ, ଧ୍ୱଂସ ହୁଏ ସଂଯୋଗ ର ମୃତ୍ୟୁ,  ହୁଏ ସମ୍ବେଦନର ବିସ୍ମୃତି ଅନୁପଠିତ ଚିଠି ମାନେ  ଅନୁଚିନ୍ତିତ ମନ ର ଶବଦାହ ଏବେ ଡିଜିଟାଲ ଛାୟାରେ ପାଉଛି ନୋଟିଫିକେସନ୍ ଧ୍ୱନି, ଯେଉଁଥିରେ ନା ର...

ଧରାର କୋଳେ ସ୍ବଚ୍ଛତାର ହସ

ଧରାର କୋଳେ ସ୍ବଚ୍ଛତାର ହସ  ଗାନ୍ଧୀଜୀଙ୍କ ମତ ଅନୁସାରେ, “ସ୍ବଚ୍ଛତା ଭଗବାନଙ୍କ ପାଖରେ ପହଞ୍ଚିବାର ପ୍ରଥମ ସିଢ଼ି।” ଶରୀର, ମନ ଓ ପରିବେଶ ଏହି ତିନୋଟିର ସମାନ ସ୍ବଚ୍ଛତା ବିନା ସମ୍ପୂର୍ଣ୍ଣ ଜୀବନ ସମ୍ଭବ ନୁହେଁ। ସ୍ବଚ୍ଛତା କେବଳ ଆମର ଚାରିପାଖର ପରିବେଶକୁ ନୁହେଁ, ଏହା ଆମର ମନ, ଚିନ୍ତା ଓ ଜୀବନଶୈଳୀ ସହିତ ଜଡିତ। “ସ୍ବଚ୍ଛ ମନ, ସ୍ବଚ୍ଛ ପରିବେଶ, ସ୍ବଚ୍ଛ ଭାରତ” ଏହି ତିନୋଟି ଅଭିଧାନକୁ ଅଲଗା କରି ଆମେ ଭାବି ପାରିବା ନାହିଁ।“ଯଦି ଆମେ ଦେଶକୁ ସ୍ୱାଧୀନ ଓ ସୁନ୍ଦର କରିବାକୁ ଚାହୁଁଛୁ, ତେବେ ପ୍ରଥମେ ଆମ ଗାଁ, ଆମ ଘର, ଆମ ପରିବେଶକୁ ସ୍ବଚ୍ଛ କରିବାକୁ ପଡିବ।” ପରିବେଶ ଅର୍ଥ ଆମ ଧରା ଯାହାକୁ ଆମେ ମାଟି, ପୃଥିବୀ କିମ୍ବା ପ୍ରକୃତି ବୋଲି କହୁଛୁ ସେ କେବଳ ଆମକୁ ଜୀବନ ଦିଅନ୍ତି ନାହିଁ, ସେ ହେଉଛନ୍ତି ଆମ ଜୀବନର ସ୍ଥାୟୀ ଆଶ୍ରୟ। ତାଙ୍କର କୋଳରେ ଆମେ ବଞ୍ଚୁଛୁ, ଖାଉଛୁ, ପିଉଛୁ, ଶ୍ୱାସ ନେଉଛୁ। କିନ୍ତୁ ସେହି କୋଳକୁ ସ୍ବଚ୍ଛ ଓ ପବିତ୍ର ରଖିବାରେ ଆମେ କେତେ ସଚେତନ ଅଛେ? ସ୍ବଚ୍ଛତା ସମାଜ, ପରିବେଶ ଓ ପୃଥିବୀ ସୁରକ୍ଷାର ପ୍ରଥମ ପଦକ୍ଷେପ। “ଧରାର କୋଳେ ସ୍ବଚ୍ଛତାର ହସ” କହିବାର ଅର୍ଥ ହେଉଛ  ଯେଉଁଦିନ ଆମେ ସମସ୍ତେ ମିଶି ପରିବେଶକୁ ନିର୍ମଳ ରଖିବା ସେଦିନ ପୃଥିବୀ ଆମକୁ ତାର ପବିତ୍ର ହସରେ ଆଶୀର୍ବାଦ କରିବ। ପରିବେଶ କେବଳ ଆମର ଜୀବନର ପୃଷ୍ଠଭୂମି ନୁହେଁ, ଏହା ଆମ ଅସ୍ତିତ୍ୱର ଭିତ୍ତି। ପ୍ରକୃତି, ଜଳ, ପବନ,...