Skip to main content

Posts

Showing posts from May, 2022

ଏଇତ.... ଜୀବନ

(ଏଇତ...ଜୀବନ....) ମୋ ଶୋଇବା ଘର ଝରକା ବାହାରେ ଏକ ଏକାନ୍ତ କୋଣ ରେ କେବେଠୁ ଡେରା ବାନ୍ଧିଛି ବଣିଟିଏ କୋଉ ଅଜଣା ମୁହୂର୍ତ୍ତ ରୁ.. ସଂଗ୍ରହ କରୁଛି କୁଟାକାଠି, କେତେ ଲଟା ପତ୍ର, ସଂସାର ଗଢିବ ବୋଲି, ମାଘ ମାସ ଶୀତ କାକର ବାଆ ବତାସ ,କୁହୁଡି ଘେରା  ଝାପସା ଝାପସା ଆଲୋକ କିଛି ଫରକ ପଡୁନି, ଗୁଣୁ ଗୁଣୁ ଗୀତ ଗାଇ ଡାଳ ରୁ ଡାଳ ବୁଲି ଫେରିଆସେ ପୁଣି ତା ବସାକୁ ଉଷୁମେଇ ଦିଏ ଅଣ୍ଡା ଟିକୁ କେତେ ସ୍ନେହ ରେ, କେତେ ସରାଗ ରେ ଏଇତ ହିଁ ଜୀବନ... ଜୀଇଁବା, ବଞ୍ଚିବାର ପଣ। ମଝିରେ ମଝିରେ ମୋ ଝରକା ମୁହଁ ପାଖରେ ବୋଧହୁଏ କିଛି କହିଯାଏ..... ତାର ଉଦାସୀନ ଚାହାଣୀ,  ନୀରୋଳା ଆକାଶ ର ଅଲିଭା ସପନ... ମଧୁକ୍ଷରା,ବିଷଝରା ଅନନ୍ତ ସାଗରରୁ କିଛି ଉଜ୍ଜୀବିତ କରେ.... ଏତେ କ୍ଷୋଭ,ଏତେ କ୍ଳାନ୍ତି ପରେ କ୍ରୁର ହଳାହଳ ରୁ ଅଙ୍କୁରିତ ହୁଏ ନୂଆ ଏକ ଜୀବନ। ଚାତକ ପରି ଚାହିଁ ଥାଏ, ସୁନ୍ଦର ସ୍ୱପ୍ନ ର ଫରୁଆ ଖୋଲି   ତା ସ୍ନାୟୁ ରୁ ସୂର୍ଯ୍ୟ ଦେବ ଉତ୍ସବ ଲଗ୍ନରେ ଉଙ୍କି ମାରନ୍ତି ଆଃ... ସତେ ଆଜି ସେ ବହୁତ ଖୁସି.... ଆକାଶ ନଇଁ ପଡେ ତା  ଦିଗନ୍ତ ଅଗଣାରେ ଗଭୀର,ସୁଦୀର୍ଘ,ନିର୍ଜନତାକୁ ଏଡାଇ ପବିତ୍ର ମନ୍ତ୍ର ଗୁନ୍ଥି ସାକାର ସ୍ବପ୍ନ ର ରଙ୍ଗ ବୋଳି ତାର କୁନି କୁନି ଡେଣାରେ  ଡେଇଁ ଡେଇଁ କହି ବୁଲେ....... ଜୀବନ ମାନେ ଜୀଇଁବା, କିଛି ଖୁସି ବାଣ୍ଟିବା କିଛି ଖୁସି ପାଇବା।

ନିଷ୍ଠୁର ସତ୍ୟ

(ନିଷ୍ଠୁର ସତ୍ୟ) ଥାଉ ଥାଉ ଶୋଇଥାଉ ସେ କଅଁଳ ଭିକାରୀ ପିଲା କେତେ ଅନିନ୍ଦ୍ଯ , ଅଚିନ୍ତା ନିଦ୍ରା ...... ଟହ ଟହ ଖରା ଭି ଓହରି ଯାଉଛି , ଘାସର ବିଛଣା ଆଜି  ତାର ଶଙ୍ଖ ମଲମଲ ବିଛଣା ରୋଗୀ ପିତା ମାତା ଙ୍କ ପାଇଁ ଉତ୍ସର୍ଗ ଜୀବନ ରେ ଶାନ୍ତି ରେ ଟିକେ ଶୋଇ ନଥିଲା.... ଓଃ ....କି ଶାନ୍ତି...... ଆଜି ଶୁଭୁ ନାହିଁ କାହାର ଦୂର ଦୂର ଭାକ୍ ଭାକ୍ ଶଦ୍ଦ, କି ସୂର୍ଯ୍ୟ ଙ୍କ ବିଟପ ହସ , ଆଉ ଟିକେ ଶାନ୍ତି ରେ ଶୋଇବାକୁ  ଦିଅ। କେଁ କେଁ ମ୍ୟୁନିସିପାଲଟି ଗାଡି... ଉଠାଇ  ନିଅନା ,ଉଠାଇ ନିଅନା  ଅଳିଆ ଗଦା  ପରି  କୋଉ ଅପନ୍ତରା  ଯାଗା  କୁ.... ଅନ୍ଧାର ପିଇ ସାରା ଜୀବନ ବଂଚିଥିଲା ବୈଶାଖ ର ଦାବାନଳେ  ଧସି ହୋଇ ଯାଉଥିଲା ଶୈଶବ୍ୟ ଆଖି ରେ ଥିଲା ସାରା  କ୍ଳାନ୍ତି, କ୍ଳେଶ ହତୋତ୍ସାହ। ବଂଚିଥିଲା  ବେଳେ ଭୁଲିଯାଇ ଥିଲା  ସୁଖ ସ୍ବପ୍ନ ଓ ତା'ର  ଅସ୍ତିତ୍ବ  ଅଗଣିତ ରଙ୍ଗ ବେରଙ୍ଗ ଫୁଲ ତା' ର ମହକ, ଆଜି କେତେ ଖୁସି.. କେତେ ଯେ ଆନନ୍ଦ..  ହଁ... ଆଜି ସେ ନିର୍ଲୋଭ, ନିର୍ଲିପ୍ତ, ନିଃଷ୍ପାପ, ନିର୍ବିକାର ଆଖି ଖୋଲିବ ବା କାହିଁକି? ଖୋଲିଲେ ତ ସେଇ ବିଭୀଷିକା, ବ୍ଯଭିଚାର ବିଦ୍ରୁପ, ଭ୍ରଷ୍ଟାଚାର। ଆଜି କିନ୍ତୁ ସେ ବିଭୋଳ... ଟିକିଏ ନିଃଶ୍ବାସ ରେ ଭୁଲିଯାଇଛି .... ଦରମଲା ସମଗ୍ର ରାତ୍ରି ର ଶୋକ ଆଶ୍ଵାସନା , ମିଛ  ସାନ୍ତ୍ଵନା ତା କୁନି ...

ଛୋଟ ପଂକ୍ତି

ଯାହାର କ୍ଷମା ମାଗିବାର ଓ କ୍ଷମା କରିବାର ମନୋବଳ ଅଛି  ସେ  ଜୀବନରେ କେବେ ହାରି ନଥାଏ। [5/5, 4:27 PM] Minakshi Dwivedy:  ସମସ୍ତେ ଜୀବନରେ କିଛି ନା କିଛି ଭୁଲ କରିଥା'ନ୍ତି, ଯିଏ ଅନ୍ୟ ର  ଭୁଲକୁ ନଜର ଅନ୍ଦାଜ କରି ତାଙ୍କୁ ଆପଣେଇ ଥାଏ  ସେ ପ୍ରକୃତ ରେ ସୃଜନଶୀଳ ମଣିଷ। [5/5, 4:34 PM] Minakshi Dwivedy:  ଅଙ୍କର ଅଙ୍କୁଶେ ଛନ୍ଦା ଏ ଜୀବନ ଲାଭ,କ୍ଷତି ଭାଗ ମାପେ ବନ୍ଧା ତାର ମନ ସଂପର୍କ ର ସଂଜ୍ଞା ଆଜି ହାରେ ସ୍ବାଭିମାନ ମୋର ତୋର ତରାଜୁରେ ତୋଳେ ରାତିଦିନ ହେ ଶୁଦ୍ଧି ଝନ.. ଅନ୍ତିମ ସ୍ଥଳ ଜାଣ ଅଟଇ ଶ୍ମଶାନ।

ଶେଷ ପରିଣତି

ନା ଅଛି ପରିଚୟ, ନା ବୟସ,ନା ଜାତି ନା ଗୋତ୍ର ନା ସମୟ ବେଳା, ଆସନ୍ତି ସମସ୍ତେ ସେଇ ଗୋଟିଏ ଯାଗାକୁ ଦିନେ ଦୁଇଦିନ ପାଇଁ ନୁହଁ ସବୁଦିନ ପାଇଁ, ଛାଇ ବି ପାଖ ମାଡେନି ନିଜକୁ ନିଜ ମଉନରେ ଦେଖେ କିଏ ମୁଁ...??? କ'ଣ ମୁଁ...??? ଏ ପଥରଠୁ ହୀନ, ଏ ଗଛ ଠୁ ହୀନ, ଏ ଜିଆ ଠୁ ହୀନ। ବନ୍ଧନ,ବିଦାୟ ଅସାଧ୍ୟ ରୋଗ ପରି ମାଡ଼ି ପଡ଼ୁଥିବା ଭୟ , ନିର୍ଜନତାରେ ଚୁପ୍ ହୋଇଯାଏ, ବାସ୍ତବ ଠାରୁ ଦୂରେଇ ଯାଏ ଚେତନା, ନମ୍ର ହୋଇ ଯାବୁଡି ଧରେ ସେଇ ଗୋଟେ ଶାସ୍ତି କୁ ତା'ର ଏକଲାପଣର ନାଲି ଆତ୍ମା ରୁ ଲୁହ ଝରୁଥାଏ.... ସେହି ଲୁହ ର କିଛି ମାନେ ଥାଏ...??? ଆତ୍ମା ଯେ ଅଚିହ୍ନା,ଅଦେଖା ଲାଗେ ଅବଶୋଷ ରେ ସବୁ ନିର୍ଦ୍ଦେଶ ମାନି ନିଏ। ଆପଣା ସ୍ମୃତି କୁ ଘାଣ୍ଟି ବୁଝିବାକୁ ଚେଷ୍ଟା କରେ ଥାଏ କେବଳ ଭୟାନକ ନିରବତା କେଉଁ ପଦ୍ଧତି ରେ ବଞ୍ଚିବାକୁ ପଡେ ଜାଣେନା ରାତି ଶେଷରେ ନିଜକୁ ପଚାରେ କାନଡ଼େରି ବସିଥାଏ ବାଛି ନେଇ ପାରେନି ଜନ୍ମ ସ୍ଥାନ ବାଛି ନେଇ ପାରେନି ବାପା, ମାଆ ବାଛି ନେଇ ପାରେନି ସୂର୍ଯ୍ୟ, ଚନ୍ଦ୍ର ବାଛି ନେଇ ପାରେନି ସମୟ ଚକ୍ର। ଚିହ୍ନି ନିଏ ସଂପର୍କର କ୍ରୁର ହଳାହଳ ମରଣର ଅପାସୋରା ଡାକ ମୁଣ୍ଡ ପାତି ସହିନିଏ ଆବୋରି ନିଏ ସେଇ ନିର୍ଜନ ବେଳାକୁ ଅଗ୍ନି ର ଉତ୍ସବ ଲଗ୍ନରେ ଆହୁତି ଦିଏ ସକଳ ସମୟ, ସ୍ମୃତି,ଘଟଣା  ତାର ଛାତି ତଳର କୋହ ଆଉ ତାର ସମଗ୍ର ଅମର କୋଷ।