Skip to main content

Posts

Showing posts from February, 2024

ଶିଶୁ କବିତା (ଜ୍ଞାନ ପ୍ରଦାୟିନୀ ମା),✓

(ଜ୍ଞାନ ପ୍ରଦାୟିନୀ ମା) ନମସ୍ତେ ନମସ୍ତେ ମାଗୋ ଜ୍ଞାନ ପ୍ରଦାୟିନୀ  ମାନବ,ଦାନବ,ସୁର,ସାଧୁ,ସନ୍ଥ,ମୁନି।( ୧) ପୂଜନ୍ତି ତୋ ଶ୍ରୀପୟରେ ସର୍ବେ ଦିବାରାତ୍ର  ବର୍ଣ୍ଣେଶ୍ବରୀ, ବିଦ୍ୟାଦାତ୍ରୀ କାଳିଦାସ ପୁତ୍ର।(୨) ମହାକବି ସମ୍ମାନରେ ହେଲେ ବିଭୂଷିତ ରଚି କାବ୍ୟ , ଶ୍ଳୋକ, ଶାସ୍ତ୍ର ହୋଇଲେ ବିଖ୍ୟାତ।(୩) ବୀଣା , ପୁସ୍ତକ ଧାରିଣୀ ହେ ହଂସ ବାହିନୀ ତୋର ଦୟା ବଳେ ମାତ ମୂର୍ଖ ହୁଏ ଜ୍ଞାନୀ।(୪) ବସନ୍ତ ପଞ୍ଚମୀ ଦିନ ମର୍ତ୍ତ୍ୟେ ଆବାହନ   ବାଳକ,ବାଳିକା କରନ୍ତି ତୋର ସ୍ତୁତି ଗାନ।(୫) ଚତୁର୍ଭୁଜା ମାତ ତୁହି ମରାଳ ବାହିନୀ ତୋ ପୂଜା ବିଧି,ନିୟମ ନ ଜାଣଇ ପୁଣି।(୬) ଯେ ବନ୍ଦିଛି  ତୋ' ପଦ୍ମପାଦ ମିଟିଛି ସଙ୍କଟ କରୁଛି ବନ୍ଦନା ଦୂର କର ମୋର ରିଷ୍ଟ ।(୭) ତୋର ମହିମା ଗାଇବାକୁ ଦିଅ ଦିବ୍ୟଜ୍ଞାନ  ଖୋଲିଦେବୁ ଜ୍ଞାନଚକ୍ଷୁ ହେବି ଭାଗ୍ୟବାନ।(୮) ଅଜ୍ଞାନ,ତିମିର ଦୂର କରିଦେବୁ ମାତ ତୋର ଦୟା ବଳେ ହେବି ମୁଁ ବିଶ୍ବ ବିଖ୍ୟାତ।(୯) ମୁଁ ଅନ୍ଧ ଅଜ୍ଞାନୀ ତୋର ଶରଣ ଲୋଡ଼ଇ ଜ୍ଞାନର ଭଣ୍ଡାର ଖୋଲିଦେବୁ ତୁହି।(୧୦) କୃପା ବାରି  ସିଞ୍ଚି ଦେବୁ ମୋର ମଥାନରେ ନେହୁରା ହେଉଛି ମାତ ଦୟାକର ବାରେ।(୧୧) ମିନାକ୍ଷୀ ଦ୍ବିବେଦୀ ୭୯୭୮୦୮୨୮୩୪

ବିରହ ସଙ୍ଗୀତ*

*ବିରହ ସଙ୍ଗୀତ* ସବୁ ଆଶା,ଅଭିପ୍ସା ଅନ୍ତ ହେବା ପୂର୍ବରୁ ହାତ ଠାରି କାହିଁକି ଡାକୁଛୁ? ବେଳେ ବେଳେ ଡର ଲାଗେ ତୋ'ର ସେଇ ଭଲ ପାଇବା, ଧୀରେ ଧୀରେ ପାଖେଇ ଆସୁ,  ଅନ୍ତରଙ୍ଗ ହେବାକୁ ଚେଷ୍ଟା କରୁ, ଯେତେ ଅଜଣା ହେଲେବି  ଆପଣା ମହକ ଢାଳିଦେଉ, ତୋର ତ ଜାତି,ଗୋତ୍ର,ବର୍ଣ୍ଣ ନାହିଁ, ତୁ ତ ସଂପର୍କ ହୀନ, ସ୍ମୁତି ହୀନ,ଶବ୍ଦହୀନ,ଭାବଶୂନ୍ୟ, କେବଳ ଗୋଟିଏ ମାତ୍ର ନାମ ତୋର ଓଃ ... କି ଭୟଙ୍କର ସେ.. ସମୟରେ ଆସୁ...ଅସମୟରେ ନେଇଯାଉ, ଆଜି ଶୂନ୍ୟ,ମହାଶୂନ୍ୟ ରୁ ଶୁଭୁଅଛି ମୋ ଶେଷ ଯାତ୍ରା ର ବୁକୁଫଟା କାନ୍ଦ। ଅଗ୍ନି ଉତ୍ସବର ଲଗ୍ନ ଉପଗତ, ଛଡେଇ ନେବେ ମୋ ନିଜତ୍ବ, ଛଡେଇ ନେବେ ମୋର ସେ ଦାଣ୍ଡ ବାଡି,ଫୁଲଗଛ,ଡାଇରି ମୋ ପୋଷାକ.. ସବୁକିଛି  ସକଳ ସମୟ,ସ୍ମୃତି,ଘଟଣା ସବୁ  ପାଉଁସ ହୋଇଯିବ ନିମିଷକେ ତୁ'କଣ ଭାବିଛୁ  ମୋ ମୃତ୍ୟୁ ରେ  ପୃଥିବୀ ଘୁରିବନି? ସୂର୍ଯ୍ୟ, ଚନ୍ଦ୍ର,ତାରା ଉଇଁବେନି? ଫୁଲ ଫୁଟିବନି ନା କୋଇଲି ଗାଇବନି? ବେଶ୍ ଚାଲିବ.. କିନ୍ତୁ ମୁଁ ହୋଇ ଯାଇଥିବି ଅଲୋଡା ତୋ ମାୟା କୁହୁକ ରେ ହୋଇ ଯାଇଥିବି ବନ୍ଦୀ, ରଙ୍ଗ ବେରଙ୍ଗ ସମୟ ଦୀର୍ଘ ଅସରନ୍ତି ଗଳ୍ପ ପରି ଲମ୍ବିଥିବ ଏ ମୁଣ୍ଡରୁ ସେ ମୁଣ୍ଡ ମୋର ଶୂନ୍ୟସ୍ଥାନ ରେ ଲାଗି ଯାଇଥିବ ଫୁଲଷ୍ଟପ,  ଆଖି ଖୋଲା ଅଥଚ ଗାଢ଼ ନିଦରେ ଶୋଇଥିବି... ମୋ ବିରହର ରଙ୍ଗ ବା କେତେ ଦିନ..? ସମୟର ଟୁପୁଟୁପୁ ବରଷା ରେ ବିଷର୍ଣ୍ଣ ହୃଦୟ କନ୍ଦିରେ ଧସେଇ ପଶି ଆସ...

ଆମର ଓଡ଼ିଶା ଆମ ମାତୃଭାଷା ଶିଶୁ କବିତା

ଶୁଣ ଆହେ ମିତ,ଶୁଣରେ ସଂଗାତ      ମନରେ ଉତ୍କଣ୍ଠା ଭରି, ଆମର ଓଡ଼ିଶା,ଆମ ମାତୃଭାଷା     ନୁହେଁ କେ ତା' ପରି ସରି। ଆମର ଐତିହ୍ୟ,ଆମ ପରମ୍ପରା     ଯାଉଛିରେ ଉହ୍ୟ ହୋଇ, ଓଡ଼ିଆ ଆତ୍ମା ରେ ଓଡିଆ ଭାବନା ଭରି ଦେବା ସାଥୀ ହୋଇ। ଜଗନ୍ନାଥ ଦାସ, ଫକିର ମୋହନ   ଗଙ୍ଗାଧର, ଭଞ୍ଜ ଭାଇ, କବି ନନ୍ଦକିଶୋର, ମଧୁସୂଦନ    ରାଧାନାଥ, ଭୀମ ଭୋଇ । କବି ସରଳା ଦାସ ,ପଞ୍ଚ ସଖା ମିଶି       ସଞ୍ଜିବନୀ ମନ୍ତ୍ର ଭରି ଓଡ଼ିଆ ର ଯଶ ରଖିଲେ ବିଶ୍ୱରେ      ବଢିଲା ଆମର ଶିରି।    ମାତୃଭାଷାରେ ଜୀବନ ସଂଚାରୀ     ବୁହାଇଲେ ସ୍ରୋତସିନୀ, କେତେ କବିବର ,ଲେଖକ ଲେଖିକା     ଗଲେ ମନ,ପ୍ରାଣ ଜିଣି। ମୋ ଭାଷାର ସ୍ବାଦ,ମୋ ଭାଷା ବୈଚିତ୍ର    ପିତା ଜୟ ଜଗନ୍ନାଥ ସେ ମହାପ୍ରସାଦ ବଡ ଲୋଭନୀୟ       ଅଟଇ ବିଶ୍ବ ବିଦିତ। କାୟ ମନୋ ବାକ୍ୟେ ଆଦରି ଯେ ନେବା     ଓଡ଼ିଶାର ରୀତି ନୀତି, ଜୀବ ଥିବା ଯାଏଁ ଭୁଲିବାନି କେବେ   ଆମ ଭାଷା,ଆମ ସଂସ୍କୃତି। ହେଲେ ବା ପ୍ରବାସୀ,ହେଲେ ଅନ୍ତର୍ବାସୀ       ଓଡ଼ିଆ ଭୁଲିବା ନାହିଁ, ସଜାଗ ରହିବା ,ତତ୍ପର ହୋଇବା      ବାଣୀ ର ବିକାଶ ପାଇଁ।   

ଆମ ଭାଷା ଆମ ବୈଚିତ୍ର୍ୟ

*ଆମ ଭାଷା ଆମ ବୈଚିତ୍ର୍ୟ* ଶଦ୍ଦ ର  ଭାବ ବନ୍ଧନରେ  ମାଟି ପାଣି ପବନ ରେ ଛୁଇଁ ଯାଏ ଆମ ମାତୃଭାଷା  ଅସଂଖ୍ୟ ଉତ୍ତାପରେ ବି ରକ୍ତ ଶୀତଳ ହୋଇଯାଏ ଶାଦ୍ଦିକ ଜୀବନଚର୍ଯ୍ୟାରେ ପ୍ରଷ୍ଫୁଠିତ ହୁଅନ୍ତି କେତେ କେତେ କବିବର , ଲେଖକ ପ୍ରବର ,  ଗାଳ୍ପିକ ଏମିତି ଅନେକ ଶଦ୍ଦ ର ବର୍ଣ୍ଣବୋଧ ରେ ସୁଦୃଢ ହୁଏ ଶୈଶବ୍ୟ ଭାଷାର ପ୍ରତିଟି ଶଦ୍ଦ ରେ ଅନ୍ୟମନସ୍କ ହୋଇ ଉଠନ୍ତି ସ୍ରଷ୍ଟା ଭାଷା ହିଁ ଈଶ୍ବର ଭାଷା ହିଁ ଶାଶ୍ବତ ଭାଷା ହିଁ ଦରଦୀ ମନର ରୂପାନ୍ତରିତ ପ୍ରତିଛବି, କଳ୍ପନାର ତରଙ୍ଗରେ ସୁନ୍ଦର ସୃଷ୍ଟି ର ହୁଏ ସର୍ଜନା ହଜାର ହଜାର ବର୍ଷର ମୁକସକ୍ଷୀ ଆମ ଭାଷାର ବୈଚିତ୍ର୍ୟ ସ୍ମୃତି, ସ୍ବପ୍ନ,ଭାବନାର  ମାୟା ଜାଲରେ ଛନ୍ଦି ଯାଏ କବିର କଳ୍ପନା,  ଉତ୍ପତ୍ତି ହୁଏ ଲୋକ ଗୀତି, ଢ଼ଗଢ଼ମାଳି,ଲୋକ କଥା ଛନ୍ଦ, ଚମ୍ପୁ, ଭଜନ,ଜଣାଣ, ଗୀତା, ଭାଗବତ, ପୋଥି,ପୁରାଣ,ଉପନିଷଦ ରହିଯାଏ କଳିଙ୍ଗର ଆତ୍ମା ରେ , ଘର କରି ଯାଏ କଳିଙ୍ଗ ରକ୍ତରେ ମନୁଷ୍ୟ ର ଭାବ ବିନିମୟ ରୁପାନ୍ତର ହୁଏ ଭାଷାର ଧ୍ବନି ରେ ଅତିକ୍ରାନ୍ତ ସମୟରେ  ମନ ଉଲ୍ଲାସରେ ବହିଯାଏ  ଶଦ୍ଦ ର ଛାଉଁଣୀ କରି ଆମେ କଳିଙ୍ଗ ବଦଳେଇ ଦେବୁ ଦେଶର ଢଙ୍ଗ ଆମେ ଓଡ଼ିଆ, ଆମ ଭାଷା ଓଡ଼ିଆ ତାର ସୁର ,ତାଳ,ଛନ୍ଦ, ଧ୍ବନି ଦିବ୍ୟ ଚେତନାରେ ନବ ଉନ୍ମାଦନା ଭରେ ଆମର ଗୌରବ ଆମ ମାତୃଭାଷା ନିର୍ଜିବ ରେ ଭରେ ସଂଜୀବନୀ ଆମ ଶିଳାଲିପି,ଆମ ତାଳ ପତ୍ର ପୋଥି ବୈଦିକ, ଭୌତିକ...