Skip to main content

Posts

Showing posts from April, 2020

❤ପ୍ରେମ ଗିତି❤

ଗପ ରେ ଗପ ରେ କହିଦେଲି ମୁଁ ... ଅନ୍ତର ଅକୁହା କଥା ।। ହସ ରେ ହସରେ... ବୁଝିଗଲ ତମେ... ମୋ ମନ ମରମ ବ୍ୟଥା।। ଗୀତ ରେ ଗୀତ ରେ.... ଗାଇ ଦେଲି ମୁଁ ... ଆମର ପ୍ରେମ କାହାଣୀ।। ଭାଷା ରେ ଭାଷାରେ ବୁଝି ଗଲ ସତେ.... ତୁମେ ହିଁ ମଥାର ମଣି।। ନାଚ ରେ ନାଚ ରେ.... କରି ନେଲି କାବୁ... ତୁମରି ଅବୁଝା ମନ।।।। ଠାଣିରେ ଠାଣିରେ... ବୁଝି ଗଲ ତୁମେ... ଗହନ ଗୋପନ ଗୁଣ ।।। ସପନେ ସପନେ ଖୋଜୁ ଥିଲି ମୁଁ.... ତୁମର ଶୀତଳ ସ୍ପର୍ଶ।। ଭାବରେ ଭାବରେ ଭରି ଦେଲ ତୁମେ.... ପ୍ରେମ ର ମଧୂର ରସ   କାନ୍ଦରେ କାନ୍ଦରେ... ବହିଗଲା ସବୁ...  ମାନ ଅଭିମାନ କଥା।।।   ପୋଛୁ ପୋଛୁ  ଲୁହ... ଭରସା ଦେଲ ଯେ... ସାହା ମୋ ହୋଇବ ସଦା।।। ରଙ୍ଗ ରେ ରଙ୍ଗ ରେ... ରଙ୍ଗେଇ ଯିବ... ଆମ ପ୍ରେମ ଭରା ଏ ଜୀବନ।।। ଶାନ୍ତି ରେ ଶାନ୍ତିରେ... କଟି ଯିବ ଦିନ.. ନ ତୁଟୁ ଏ ପ୍ରେମ ବନ୍ଧନ।।।  *ମିନାକ୍ଷୀ* ❤❤❤❤❤❤

😍ପ୍ରେମ ଗିତି😍

ତୁମେ ଏକ ଆମାନିଆ ଧୂଳିଝଡ....        ମୁଁ ଏକ ଶାନ୍ତ ଧୂଳିକଣା। ତୁମ ମତୁଆଲା ପ୍ରେମରେ...        ମୁଁ ହୋଇଗଲି ବାଟବଣା। ତୁମେ ଏକ ପାଗଳ ଭଅଁର....         ମୁଁ ପ୍ରୀତି ଫୁଲ ମଧୁଝରା। ତୁମରି ଶିଥିଳ ଚୁମ୍ବନେ.....         ମୁଁ ହୋଇଗଲି ମତିହରା। ତୁମେ ସୀମା ହୀନ ସାଗର....         ମୁଁ ପ୍ରଗଳ୍ଭା ମତ୍ତ ନଦୀ। ତୁମ ପ୍ରେମର ସ୍ପର୍ଶ ପାଇଁଁ....        ଭୁଲିଯାଏ ମୋର ଗତି ବିଧି। ତୁମେ ନଭଶ୍ଚୁମ୍ଭି ପର୍ବତ...         ମୁଁ ତ ସବୁଜ ବନାନୀ। ତୁମରି ପ୍ରଶସ୍ତ ବୁକୁରେ...         ରଚେ ନିରନ୍ତର କାହାଣୀ। ତୁମେ ଏକ ଭସା ବଉଦ....       ମୁଁ ଅଟେ ତୁମ ବର୍ଷା ରାଣୀ। ତୁମ ଆଲିଙ୍ଗନେ ପ୍ରୀୟତମ ....      ହୋଇଯାଏ ମୁଁ ପାଣି ପାଣି। ତୁମେ ଶାନ୍ତ ନିର୍ମଳ ସକାଳ...       ମୁଁ ତାର ରକ୍ତିମ ଆଭା ରାଶି। ତୁମର ପ୍ରଶସ୍ତ ବାହୁରେ....        ଲୀନ ହୋଇଯାଏ ହସି ହସି। ତୁମେ ଜ୍ୟୋସ୍ନା ବିଧୌତ ବିଜନ...          ମୁଁ ତୁମ ଉଆଁସି ଚନ୍ଦ୍ରମା।  ତୁମର ମଧୁର ଲଗନେ...         ...

ନାରୀ

ପୌରୁଷତ୍ୟ ଅହଂକାର ରେ ଆଜି  ଜିତି ଯାଇଛ ମହାଭାରତ। ନା ହୋଇଥାନ୍ତା ବସ୍ତ୍ର ହରଣ ନା ହୋଇଥାନ୍ତା ଅଖଣ୍ଡ ଯୁଦ୍ଧ !!! ସେତେବେଳେ ଭି ବଳି ପଡ଼ିଥିଲେ ... ଦ୍ରୌପଦୀ ,  ସୀତା ସତୀ  ।।। ଆଜି ଭି ପଡୁଛି ବଳି  ନୀରବ ମୁହାଣ ରେ ... ଅଗ୍ନିପରୀକ୍ଷା ରେ....  ଆଜି ସତ ସତ ନାରୀ ଜାତି ।।।। ଶାଶୁ ମାନ ରକ୍ଷା ପାଇଁ  ଦ୍ରୌପଦୀ  ସାଜିଲେ ପାଞ୍ଚାଳି। ପଶା ଖେଳ ରେ  କୁରୁସଭା ତଳେ....  ପଡ଼ିଲେ ସେ ବଳି, କୁଆଡେ ଗଲା ନାରୀ ର ମହତ ଆଉ ତାର ଇଜ୍ଜତ??? କରିଲ  ତା ଭଙ୍ଗୁର  ମନ କୁ ହତାହତ। ହେ ମାତ କୁନ୍ତି ....!!! ତୁମେ ଭି ତ ଏକ ନାରୀ.... କେମିତି ବୁଝି ନପାରିଲ  ମନର ଗୁହାରି??? ପୁତ୍ର ର ଗୌରବ ପାଇଁ   ବନିଗଲ ମୁକ କୁରୁ ସଭା ତଳେ ହୋଇ କି ପାରିଲ  ନୀରବ ଦର୍ଶକ?? ସ୍ଵାମି ପଞ୍ଚୁ ପାଣ୍ଡବ ଭି   କରି ପାରିଲେନି ରକ୍ଷା ସାହା ଥିଲେ କେବଳ  ସେଇ କୃଷ୍ଣ ସଖା।। ନାରୀର ଗୋଟିଏ ଭୁଲ ନୁହଁ କ୍ଷମଣୀୟ। ଅବଳା ଦୁର୍ବଳା ରେ   ସେ ହୁଏ ଗଣ୍ୟ।।। ହତାଦର ଏବେ ଭି ଏ ଫୁଙ୍ଗୁଳା ରାଜ୍ୟ ରେ..... ସତେ ଗୋଟେ ଶୋଭନୀୟ, ଦର୍ଶନୀୟ ,ଆନନ୍ଦିତା ବସ୍ତୁ ଏ ଜଗତରେ.... ବିନା ନାରି ଜଗତ ଚାଲେନା ୟେ ତ ଅକାଟ୍ୟ ସତ୍ୟ। ବିପଦ ନାଶନ ପାଇଁ କିନ୍ତୁ....  ଆଗକୁ ଆସନ୍ତି  ନାରି ଶକ୍ତି ଦୁର୍ଗାମାତ। ଜୀବନ ର  ପ୍ରତିଟି ସ...

🙈ଏ....ଭାଇ....ରସ🙈

ଏ ଭାଇ.....ଏ ଭାଇ... ତୋ ପାଖେ ଅଛି କି....  ରସ?? ମେଣ୍ଟେଇବାକୁ ତୋହରି ଶୋଷ,, ଲୋକ ଙ୍କ ଶରୀରେ ଭରିଲୁ ବିଷ,, କୁହ ତୁ କା'ର  ଅଂଶ ବିଶେଷ,, ଏ ଭାଇ....ଏ ଭାଇ... ତୋ ପାଖେ ଅଛି କି.... ରସ?? ଏ ଭାଇ....ଏ ଭାଇ... ତୋ ପାଖେ ଅଛି କି.... ରସ??? ମିଳୁ ନାହିଁ ତୋ  ଗୁଣ ବିଶେଷ,, କରିବାକୁ ତତେ  ପରକାଶ,, ମାନବ ଦେହରେ କରିଲୁ ବାସ,, ଏ ଭାଇ.....ଏ ଭାଇ... ତୋ ପାଖେ ଅଛି କି....  ରସ?? ଏ ଭାଇ.....ଏ ଭାଇ... ତୋ ପାଖେ ଅଛି କି... ରସ??? ତୋତେ ମାରିବାକୁ ନାହିଁ କା' ବଶ,, ଲୋକଙ୍କ ଜୀବନ କଲୁଣୁ ନାଶ,,  କରୁଛୁ ଆମକୁ   ଉପହାସ,, ଏ ଭାଇ....ଏ ଭାଇ.... ତୋ ପାଖେ ଅଛି କି....  ରସ?? ଏ ଭାଇ....ଏ ଭାଇ... ତୋ ପାଖେ ଅଛି କି....  ରସ?? ଜ୍ଞାନ ବିଜ୍ଞାନ ଯେତେ କରିଲେ କଷ,, ଜାଣି ପାରିଲେନି ତୋହରି କୋଷ,, ହାର ମାନିଲା ଆଜି ଜ୍ଞାନି ମଣିଷ,, ଏ ଭାଇ....ଏ ଭାଇ... ତୋ ପାଖେ ଅଛି କି...   ରସ?? ଏ ଭାଇ....ଏ ଭାଇ.... ଏ... ଭାଇରସ!!!! ଦୟାକରି ଆଉ  କରନା ରୋଷ,, ବୁଝିଗଲୁ ଆଜି ତୋହରି ଭାସ,, ଛୋଟ ହେଲେ ଭି ରଖିଲୁ ଯଶ,, ସରି ନୁହଁ କେ'  ତୋହରି ପାଶ। ଏ  ଭାଇ....ଏ ଭାଇ..... ଏ .....ଭାଇରସ ହେ.. କରୋନା... ଭାଇରସ... ହୁଅ କରୁଣା... କରୁଛୁ ଆଶ,, ତୋ ପାଦେ ପଡୁଛି  ଏ.... ସାରା ବିଶ୍ବ,, ଚାଲି ଯା.. ଚାଲି ଯା..  ...

.... ପ୍ରେମ ଗିତି...

କେତେ ବେଳେ ଡାକ  ଏଇ ଏଇ ବୋଲି କେତେବେଳେ ଡାକ ଜାନୁ ଆଉ କେତେବେଳେ  ଡାକ ପ୍ରୀୟା ପ୍ରୀୟା କେତେବେଳେ କୁହ ମିନୁ ସବୁ ଡାକ ତୁମ  ଅଟେ ମନଛୁଆଁ ଶୁଣିଲେ ଚହଲେ ଛାତି ପ୍ରୀତିର ପସରା  ଖୋଲେ ତୁମ ପାଇଁ ପ୍ରେମ ଲଗ୍ନେ ଯାଏ ମାତି। ଭଲପାଇବା  ନୁହେଁ ମୋ ଛଳନା ନୁହଁଇ ଯେ ମୋ ଅଭିନୟ ପଡ଼ିଲା ତୁମ ସହ  ଯେବେ ହାତ ଗଣ୍ଠି ବିକିଲି ତୁମକୁ  ହୃଦୟ। ମୋର ସବୁ ଦୋଷ  କରିଲ ଯେ କ୍ଷମା ମନରେ ନ ରଖି କୋପ ବାନ୍ଧି ହୋଇଗଲି  ତୁମରି ପ୍ରେମରେ ମନରେ ନ ରଖି ଚାପ। ତୁମେ ପାଖେ ଥିଲେ  ଡର ନାହିଁ ମତେ ନାହିଁ କାହାକୁ ମୋ ଭୟ ଧନ୍ୟ ହୋଇଛି  ମୋହରି ଜୀବନ ପାଇ ତୁମ ପ୍ରେମ ପ୍ରଣୟ। ତୁମରି କୋଳରେ ମୁଣ୍ଡ ରଖି ପ୍ରୀୟେ ନିଃଶ୍ବାସ ଯାଉ ମୋ ଛାଡି। କରେ ନିବେଦନ ଜଗା କାଳିଆ କୁ ଗୁହାରି କରେ  ତା ପାଦେ ପଡ଼ି।

କଥା ତ ଏତିକି....

କଥା ତ ଏତିକି... ତୁମ କୁ ପାଇ ମୁଁ ତୁମରି ପ୍ରେମରେ ସବୁତ ଯାଇଛି ଭୁଲି। କଥା ତ ଏତିକି.... ତୁମ ନୀଳ ଗଗନେ କୁଆଁ ତାରା ହୋଇ କରେ ମୁହିଁ ଝିଲିମିଲି। କଥା ତ ଏତିକି... ମୋ ହୃଦୟ କନ୍ଦରେ ତୁମରି ନାମକୁ ସ୍ବର୍ଣ୍ଣାକ୍ଷରେ ଲେଖିଦେଲି କଥା ତ ଏତିକି... ତୁଳସୀ ହୋଇ ମୁଁ ତୁମ ଅଗଣା ରେ ସୁଗନ୍ଧ ରେ ମହକିଲି। କଥା ତ ଏତିକି... ଏଇ ଶେଷ କଥା ତୁମରି କୋଳ ରେ.... ତୁମରି ବାହୁ ରେ.... ନିଃଶ୍ବାସ ଯାଉ ମୋ ଚାଲି..... କଥା ତ ଏତିକି କଥା ଦିଅ ମୋତେ ମୋ ଯୁଇ ଶେଯ ରେ ଦୁଇ ଟୋପା ଅଶ୍ରୁ ହଦୟରୁ ଦେବ ଢାଳି।

ହେ.... ପ୍ରଭୁ

ଅଶାନ୍ତ ରେ ଶାନ୍ତ.....  ଅନ୍ଧାରେ ଆଲୋକ... ସ୍ବପ୍ନ ରେ ବାସ୍ତବ... ଶୂନ୍ୟତା ରେ ପୂର୍ଣ୍ଣ... ତୁମେ ହିଁ ଜଗତ କର୍ତ୍ତା। କଳା ବାଦଲ ଆଜି  ମଣ୍ଡିଛି ଆକାଶେ ଦୂର କର ତା ମଳିନତା। ଅସତ୍ୟ ରେ ସତ୍ୟ.… ଅଭାବ ରେ ଭାବ... ପାପ ରେ ଯେ ପୂଣ୍ୟ.... ହିଂସା ରେ ଅହିଂସା.... ତୁମେ ହିଁ ତ ତ୍ରାଣ କର୍ତ୍ତା। ବିପଦ ଶୃଙ୍ଖଳ  ଖୋଲିଦିଅ ବାରେ ଆଣିଦିଅ ସ୍ବାଧୀନତା। ସୃଷ୍ଟି ରେ ବିଲୟ.... ଅଧର୍ମ ରେ ଧର୍ମ.... ଘୃଣା ରେ ଯେ ପ୍ରେମ... ଦୁଃଖ ରେ ଯେ ସୁଖ.... ତୁମେ ହିଁ  ପାଳନ କର୍ତ୍ତା। ସୁନ୍ଦର ସଂସାର  ହଉଛି ବିଲୟ ରକ୍ଷାକର ମାନବତା। ଆରମ୍ଭ ରୁ ଅନ୍ତ.... ଅନ୍ତ ରୁ ଆରମ୍ଭ... ତୁମେ ହିଁ ତ ରଚୟିତା ପଲ୍ଲିବିତ ହଉ  ଏ ସାରା ଜଗତ.... ଭରିଦିଅ ଶାନ୍ତି ବାର୍ତ୍ତା। ମିନାକ୍ଷୀ 🙏🏻🙏🏻🙏🏻🙏🏻🙏🏻

🙏🏻ମା ଲୋ.... ତାରିଣୀ🙏🏻

ମା ଲୋ.... ତାରିଣୀ.... କି କହିବି ଆଉ ପକା ଟିକେ ଆଜ ଦୃଷ୍ଟି ତୋ ଛତ୍ରଛାୟା ତଳେ... ଦେଖିଯା ମା ଲୋ... ଧ୍ବଂସ ପାଉଛି ତୋ ସୃଷ୍ଟି।🙏🏻 ତ୍ରାହି ତ୍ରାହି ଡାକୁଛି  ଆଜି ଏ ବିଶ୍ବ ସମାଜ.... କରୋନା ଆତଙ୍କେ ଆଜି ବଢେଇ ଦେ ଲୋ ମା.. ତୋ ସୁଦୟା ହସ୍ତ.... କରୋନା ଗର୍ବ ଯାଉ ଭାଜି।🙏🏻   ଖାଲି ରଖିନୁ କେଭେ ହସ୍ତ ମୁଷ୍ଠି ମୋର.... ଯାହା ମନାସିଛି ପାଏ ଜାଣିଛି ମା ତତେ ତୁ  ଦୟା ର ସାଗର... ତୋ ପରି ହବ ବା କିଏ।🙏🏻 ତୁ ଅଛୁ ବୋଲି ମାତ ନିର୍ଭୟ ହୋଇ... ଭାବୁନି ଆଗକୁ କିଛି ରଖେ ସୁରକ୍ଷିତ  ଭକତ ଜନ ଙ୍କୁ... ତୋ କରୁଣା ରେଣୁ ବିଂଚ୍ଛି।🙏🏻 ମା ଗୋ ମମତା ମୟୀ ବିନା କହେ ବୁଝୁ...  ଅନ୍ତର ହୃଦୟ ମୋର ଆଜି ଏ ଦୁର୍ଦ୍ଦିନେ  ରକ୍ଷା କବଚ ହୋଇ... ରଖିବୁ ମୋ ପରିବାର। 🙏🏻 ସଙ୍କଟ ହାରିଣି  ତୁ ବୋଲାଉଛୁ ମାତ... ସଙ୍କଟ ହାରିବୁ ତୁହି ତୋ ଚକ୍ଷୁ ଆଗରେ କାନ୍ଦୁଛି ଭକତ... ରକ୍ଷା କର ସାହା ହୋଇ।🙏🏻 ବୈଦ୍ୟ ପାଖେ ଆଜି  ନାହିଁ ଉପଚାର... ନାହିଁ ତା ପାଖେ ପଥ୍ୟ ବିଜ୍ଞାନ ଭି ଦେଲା  ଆଜି ପଛଘୁଞ୍ଚା... ଭକତି ହିଁ କେବଳ ସତ୍ୟ।🙏🏻 ଆଜି ଚଇତର ମଙ୍ଗଳବାର ଅଟେ ତୋର ପ୍ରୀୟ ଦିନ... ଭକତ ବିଶ୍ୱାସ  ଭାଙ୍ଗିବୁ ନାହିଁ ଲୋ ରଖିବୁ ତାଙ୍କରି ମନ।🙏🏻

କୋରନା ଭୟ

ଏ ବନ୍ଦି ଜୀବନ କଲା ହନ୍ତସନ୍ତ ମନ ହୋଇଗଲା ବଣା ଆଉ କେତେଦିନ ଏମିତି ଚାଲିବ ନାହିଁ ତା'ର ଯେ ଠିକଣା। କରୋନା ଆତଙ୍କେ ଭୟଭୀତ ଲୋକେ ବାନ୍ଧି ନେଲେ ପଦ ଶୃଙ୍ଖଳ କାଳିଆ ରେ କହ ଆଉ କେତେ ଦିନ କରୋନା ର ଚାଲିବ ଖେଳ। ଅଦୂଶ୍ୟ କରୋନା କେତେ ତା ମହିମା ଭଗବାନ ଙ୍କୁ ଭି ଛାଡିଲାନି ମନ୍ଦିର ମସଜିଦ ତାଲା ପଡ଼ିଗଲା ଜଗତେ ପଡ଼ିଲା ଭାଳେଣି। କରୋନା ଔଷଧୀ ବାହାରିବା ପରେ ସଂସାର ଲଭିବ ଆଶ୍ବସ୍ତି ସେତେଦିନ ଯାଏଁ ରହିବା ସକ୍ରିୟ ମାନି ସ୍ବଚ୍ଛତା ଭରା ପ୍ରଶସ୍ତି। ହାତ ଧୋଉଥିବା ଦୂରତା ରଖିବା ତୁଣ୍ଡି ବାନ୍ଧି ଆମ ପାଟିରେ.... ଲୁଚିବା ନାହିଁ କି ଲୁଚେଇବା ନାହିଁ ଆକ୍ରାନ୍ତ ହେଲେ ବ୍ୟାଧି ରେ। ଡରିବା ନାହିଁ କି କାନ୍ଦିବା ନାହିଁ ଦେଖି କରୋନା ର ପ୍ରକୋପ। ଘରେ ରହି ସବୁ ହୋଇ ସୁରକ୍ଷିତ ଜାଳିବା ଜଗାକୁ ପ୍ରଦୀପ। ପଶୁପକ୍ଷୀ ସବୁ ଅଛନ୍ତି ଆଶ୍ବସ୍ତ କଳା ଧୂସର ଧୁଆଁ ରୁ.... ପର୍ଯ୍ୟାବରଣ ଭି ଅଛି ସୁରକ୍ଷିତ ବାୟୁ ପ୍ରଦୁଷଣ ଦାଉରୁ। ବ୍ୟସ୍ତ ଜୀବନେ ଅସ୍ତ ରହୁଥିଲେ କାଟୁଥିଲେ ଏକାନ୍ତ ଜୀବନ କରୋନାତ ଆଜି କରିଛି ଏକାଠି ଲଭନ୍ତି ପରିବାର ର ପ୍ରେମ। ଏକାଠି ରହିବା ଏକାଠି ଖାଇବା  ରହିବା ଯେ ମିଶି ଖୁସିରେ.... ଡରିବାନି ଆମେ ଡଟେ ରହିବା ସ୍ବଚ୍ଛତା କୁ ମାନି ପଥରେ ନାଗଫାଶ ରେ ବାନ୍ଧି  ଶୂଳି ତାକୁ ଦବା କରୋନା ପଳେଇବ ଭୟ ରେ.... ଆମର ଉଦ୍ୟମ ହବ ଯେ ସଫଳ ଜ୍ୟୋତ ଜଳାଇବା ମନ ରେ। ଆସ ସାଥୀ ଆସ କରିବା ପ୍ରୟାସ ଫୁଟାଇ ହସ ଆମ ମନ ରେ କ...

କରୋନା କୁ ଡରନା.....

ଏ ବନ୍ଦି ଜୀବନ କଲା ହନ୍ତସନ୍ତ ମନ ହୋଇଗଲା ବଣା.... ଆଉ କେତେଦିନ ଏମିତି ଚାଲିବ ନାହିଁ ତାହାର ଯେ ଠିକଣା। କରୋନା ଆତଙ୍କେ ଭୟଭୀତ ଲୋକେ ବାନ୍ଧି ନେଲେ ପଦ ଶୃଙ୍ଖଳ.... କାଳିଆ ରେ କହ ଆଉ କେତେ ଦିନ  କରୋନା ର ଚାଲିବ ଏ ଖେଳ। ଅଦୂଶ୍ୟ କରୋନା କେତେ ତା ମହିମା ଭଗବାନ ଙ୍କୁ ଭି ଛାଡିଲାନି.... ମନ୍ଦିର ମସଜିଦ ତାଲା ପଡ଼ିଗଲା ଜଗତେ ପଡ଼ିଲା ଭାଳେଣି। କରୋନା ଔଷଧୀ ବାହାରିବା ପରେ ସଂସାର ଲଭିବ ଆଶ୍ବସ୍ତି.... ସେତେଦିନ ଯାଏଁ ରହିବା ସକ୍ରିୟ ମାନି ସ୍ବଚ୍ଛତା ଭରା ପ୍ରଶସ୍ତି। ହାତ ଧୋଉଥିବା ଦୂରତା ରଖିବା ତୁଣ୍ଡି ବାନ୍ଧି ଆମ ପାଟିରେ.... ଲୁଚିବା ନାହିଁ କି ଲୁଚେଇବା ନାହିଁ ଆକ୍ରାନ୍ତ ହେଲେ ବ୍ୟାଧି ରେ। ଡରିବା ନାହିଁ କି କାନ୍ଦିବା ନାହିଁ  ଦେଖି କରୋନା ର ପ୍ରକୋପ.... ଘରେ ରହି ସବୁ ହୋଇ ସୁରକ୍ଷିତ ଜାଳିବା ଜଗାକୁ ପ୍ରଦୀପ। ପଶୁପକ୍ଷୀ ସବୁ ଅଛନ୍ତି ଆଶ୍ବସ୍ତ କଳା ଧୂସର ଧୁଆଁ ରୁ.... ପର୍ଯ୍ୟାବରଣ ଭି ଅଛି ସୁରକ୍ଷିତ ବାୟୁ ପ୍ରଦୁଷଣ ଦାଉରୁ। ବ୍ୟସ୍ତ ଜୀବନେ ଅସ୍ତ ରହୁଥିଲେ କାଟୁଥିଲେ ଏକାନ୍ତ ଜୀବନ.... କରୋନାତ ଆଜି କରିଛି ଏକାଠି ଲଭନ୍ତି ପରିବାର  ସପ୍ରେମ। ଏକାଠି ରହିବା ଏକାଠି ଖାଇବା   ରହିବା ଯେ ମିଶି ଖୁସିରେ.... ଡରିବାନି ଆମେ ଡଟେ ରହିବା ସ୍ବଚ୍ଛତା କୁ ମାନି ପଥରେ ନାଗଫାଶେ ବାନ୍ଧି  ଶୂଳି ତାକୁ ଦବା କରୋନା ପଳେଇବ ଭୟ ରେ.... ଆମର ଉଦ୍ୟମ ହବ ଯେ ସଫଳ ଜ୍ୟୋତ ଜଳାଇବା ମନ ...

କରେ.....ଅନୁନୟ🙏🏻

ଦିପ ଟିଏ ନଥିଲା.... ସେ ଥିଲା.... ଆଶାର ଆଲୋକ...... ହେ ପ୍ରଭୁ.....  ଦେଖିଯାଅ ଥରେ..... ଆଜି ବିଶ୍ବରେ ଖେଳୁଛି  କେମିତି କରୋନା ଆତଙ୍କ। ଜ୍ଞାନ , ଅର୍ଥ,  ଯଶ ଆଜି ସବୁ ନିରୁପାୟ... ଲୋଡା କେବଳ ହିଁ  ତୁମ ରି ଅଭୟ। ମନର ଅନ୍ଧାରି  ଗହ୍ୱର ପରି..... ସାରା ଜଗତ ଆଜି  ଅନ୍ଧକାର ମୟ..... ହେଲୁଣି ଅଥୟ... କ୍ଷୀଣ ଆଶା ର ଆଲୋକ  ସଞ୍ଚାରେ ମନରେ ନିର୍ଭୟ... ହୁଅ କୃପାମୟ। ଆଜି ସୃଷ୍ଟି ତୁମ....  ହବାକୁ ଯାଉଛି ପ୍ରଳୟ। ରକ୍ଷାକର ଏ ବିପଦୁ ହେ ଲୀଳାମୟ  ହେ ବାଞ୍ଛାମୟ....!!!!! ଜାଣୁ....  ଜଗତ ଉଦ୍ଧାର ପାଇଁ  ସଂହାର କର ତୁମେ  ପାପର ଉର୍ଦ୍ଧତ୍ବ ଆହେ ଜଗତମୟ.... ସମସ୍ତେ ତ ନୁହନ୍ତି ରାବଣ ସମ.... କାହିଁକି ଏ ଅଭିପ୍ରାୟ? କ୍ଷୀଣ ଆଶା ଟିକକ ମଳିନ ନ ପଡୁ ତୁମ ଛତ୍ରଛାୟା ତଳେ ଏତିକି ବିନୟ.... ନାଶିବାର ଯଦି ଅଛି  ପାପି ର ଭାର୍ତ୍ତୂଦ୍ଧ୍ବ.. ନାଶ କର ତୁମେ......  କେବଳ ଦୁଷ୍ଟ ଭୂତାଣୁ ପ୍ରକୋପ ହୋଇ ଅସ୍ତ୍ରଶସ୍ତ୍ର ମୟ। ଆଜି କରନ୍ତି ପ୍ରାୟଶ୍ଚିତ ହୋଇ ସର୍ବେ...  ଅନୁତପ୍ତ ମୟ ଜାଣିଲା ଦୁନିଆ .... ଏ ଅଭିନୟ ଜୀବନେ  ସବୁ  କ୍ଷଣମୟ.... ମୃତ୍ୟୁ ର କରାଳ କାଳ ରେ.... ସର୍ବେ ହୋଇବେ ବିଲୟ। ରହିଯିବ କିଛି ଅଲିଭା କିର୍ତ୍ତି ପୂଣ୍ୟ ମୟ ଜୀବନ ର  କିଛି ପୃଷ୍ଠା କିଛି ଗିତି... କରି ଯେ ପାଥେୟ..... ହୋଇ ସ୍ମୃ...

ପ୍ରେମ ଗିତି

ମଧୂର ଅଶ୍ଳେଷ କଲି ମୁଁ ଗୋପନେ ଚୋରା ଚଇତି ର ତାଳେ ଆଖିର ଇଶାରା  ବୁଝି ଯାଇ ସତେ ଆସିଯିବ ତୁମେ କାଳେ। ସରମି ସରମି ମନ ଖୋଜୁଥାଏ ତୁମରି ପ୍ରଣୟ ରସ ଆଲିଙ୍ଗନେ ତୁମ ମିଠା ମଧୁଶାଳେ ଚୁମ୍ବନେ ହେବି ବଶ।  ଶାଣିତ ଦୃଷ୍ଟିରେ ହସୁଥିବ ଧରା ଦେଖି ସମ୍ମୋହନ ଯେଣୁ ଭସା ମେଘ ତଳେ ଛୁପିଛୁପି ଚାନ୍ଦ ବିଚ୍ଛୁରିବ ସ୍ବର୍ଣ୍ଣ ରେଣୁ। କରୋନା କରନା ଆଉ ହତାହତ ଖୋଲିଦିଅ  ପଦ ଶୃଙ୍ଖଳ ସାତ ସିନ୍ଧୁ ପାରି ଉଡିଯିବି ବାରେ ମୋ ପ୍ରୀୟତମ ସ୍ଥଳ। ଘଡି ସନ୍ଧି ମୁହୂର୍ତ୍ତ ଦୂର ହେଇ ଯିବ ହବ ଯେ ପୁନର୍ମିଳନ। ହେ ମହା ବାହୁ ଅନ୍ତରୁ ଡାକୁଛି ଦୂର କରିଦିଅ ଏ ଦୁର୍ଦ୍ଦିନ।

ବନ୍ଦେ ଉତ୍କଳ ଜନନୀ

ଯାହା ମଥା ସିନ୍ଦୂର ଜଗନ୍ନାଥ ମନ୍ଦିର ଯାହା ପାଦେ ଘୁଙ୍ଗୁର ନୀଳ ପାରାବାର ମୃଣାଳ ମାଳିନୀ ଶବୁଜ ସୁନ୍ଦର। ସେଇ ପୂଣ୍ୟତୋୟା ଉତ୍କଳ ନାମ ତାର। ପଞ୍ଚ ସଖା ଯାର ଉତ୍କଳେ ମଣ୍ଡିତା ସେହି ରାଜ୍ୟ ଅଟେ ଜଗତେ ବନ୍ଦିତା।  ପୂଣ୍ୟ ପ୍ରସବିନି ନୀଳ ନିର୍ଝରଣୀ ଶୂରବୀର କବି ପଣ୍ଡିତ ମଣ୍ଡିନି। ଯାହା ହୃଦେ ସଦା ମାଧୂର୍ଯ୍ୟ ବିରାଜେ ମନ୍ଦିର ମାଳିନୀ ଶୋଭା ଉପଜେ। ସେହି ଆମ ରାଜ୍ୟ ଉତ୍କଳ ଜନନୀ ରହୁ ଚିରଞ୍ଜିବୀ ସଦା ବିଜୟୀନି ବାରମାସେ ଯାର ହୁଏ ତେରପର୍ବ  ପବିତ୍ର ସେ ଭୂମି ଆମର ସୌରଭ। ଶ୍ରୀ କ୍ଷେତ୍ର ମଣି ଯେ ଜଗତେ ପ୍ରସିଦ୍ଧ ବଡ଼ ଠାକୁର ବୋଲାନ୍ତି ଆମ ଜଗନ୍ନାଥ। ପୁରୁଷୋତ୍ତମ ଧାମ ଜଗତେ ବିଖ୍ୟାତ ରଥଯାତ୍ରା   ଅଟେ ଆମ ଧରାରେ ସୁଖ୍ୟାତ। ସେହି ଆମ ବନ୍ଦିତା ଉତ୍କଳ ଜନନୀ କଳା ସଂସ୍କୃତି ର ଅଟେ ଶିରୋମଣି। ସ୍ବାଦିଷ୍ଟ ବ୍ୟଞ୍ଜନ ଯାର ଆର ରୁ ଅନେକ ଅଭଡ଼ା କୈବଲ୍ୟ ରଖିଥାଏ ଟେକ। କଳା କୌଶଳ ଭରା ବୀର ଯେ ପୁଙ୍ଗବ ନୃତ୍ୟ ଗୀତ ଭରା ଓଡିଶି ତାଣ୍ଡବ। ସେହି ଅଟେ ଆମ ଉତ୍କଳ ଜନନୀ ଚିର ବନ୍ଦନୀୟା ମଧୁର ମୋହିନୀ। ଭାଷା ନିର୍ଝରଣୀ ସାରସ୍ବତ ବାଣୀ ପୁଷ୍ଟ ହେଉ ସଦା ଏତିକି ମାଗୁଣୀ। ସେହି ଅଟେ ଆମ ଉତ୍କଳ ଜନନୀ। ସେହି ଅଟେ ଆମ ଗୌରବ ମଣ୍ଡିନି। ତାର କୋଳେ ମୁଁ ଜନମ ନେଇଣ କାଟଇ ଆନନ୍ଦେ ଏ ସୁନ୍ଦର ଜୀବନ। *ମିନାକ୍ଷୀ* *ବନ୍ଦେ ମାତରମ୍* 🙏🏻🙏🏻🙏🏻🙏🏻🙏🏻