Skip to main content

Posts

Showing posts from May, 2021

ପ୍ରତିଶ୍ରୁତି

ମୁଁ ମିନାକ୍ଷୀ ଦ୍ବିବେଦୀ ପ୍ରତିଶୃତି ନୂଆ ସକାଳର ସଂକଳ୍ପ ପରିବାରରୁ ଗର୍ବ ର ସହ କହୁଛି..... ପ୍ରତିଶୃତି ଏକ ଖୋଲା ମେଲା ଆକାଶ.... ଯାହାର ଉଡାଣର ପ୍ରଶସ୍ତ ଅଗଣାରେ ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି, ସଭ୍ୟତା, ଐତିହ୍ୟର ସମନ୍ବୟ ହୋଇଛି। ଝରା ପତ୍ରକୁ ବିଦାୟ ଦେବା, କଳିରୁ ଫୁଲ ଫୁଟିବା , ଦୁଃଖ ରେ ସୁଖ, ସୁଖ ରେ ଦୁଃଖ, ସ୍ବପ୍ନ, ବାସ୍ତବର ମଧୁ ରସ ପାଠକ, ପାଠିକାଙ୍କ ମନ , ହୃଦୟ ଜିତି ପାରିଛି। ଆମର ଏହି ପ୍ରତିଶୃତିର ସ୍ବପ୍ନ ହିଁ ତ ଜୀବନ.... ଜନ୍ମ ଜନ୍ମାନ୍ତରର ଅତୁଟ ବନ୍ଧନ.... ଏମିତି ପ୍ରତିଶୃତି ର ସଦେୟ ଉତ୍ତରୋତ୍ତର ଉନ୍ନତି ହଉ। ବିଦଗ୍ଧ ପାଠକ ପାଠିକା ତାର ସ୍ବାଦ ସର୍ବଦା ସେବନ କରୁଥାନ୍ତୁ। ସାଧକ ସାଧିକା ଙ୍କ କଲମରୁ ଏମିତି ଅମୃତ ଝରୁଥାଉ। ଧନ୍ୟବାଦ

ପ୍ରତିଶ୍ରୁତି

ମୁଁ ମିନାକ୍ଷୀ ଦ୍ବିବେଦୀ ପ୍ରତିଶୃତି ନୂଆ ସକାଳର ସଂକଳ୍ପ ପରିବାରରୁ ଗର୍ବ ର ସହ କହୁଛି..... ପ୍ରତିଶୃତି ଏକ ଖୋଲା ମେଲା ଆକାଶ.... ଯାହାର ଉଡାଣର ପ୍ରଶସ୍ତ ଅଗଣାରେ ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି, ସଭ୍ୟତା, ଐତିହ୍ୟର ସମନ୍ବୟ ହୋଇଛି। ଝରା ପତ୍ରକୁ ବିଦାୟ ଦେବା, କଳିରୁ ଫୁଲ ଫୁଟିବା , ଦୁଃଖ ରେ ସୁଖ, ସୁଖ ରେ ଦୁଃଖ, ସ୍ବପ୍ନ, ବାସ୍ତବର ମଧୁ ରସ ପାଠକ, ପାଠିକାଙ୍କ ମନ , ହୃଦୟ ଜିତି ପାରିଛି। ଆମର ଏହି ପ୍ରତିଶୃତିର ସ୍ବପ୍ନ ହିଁ ତ ଜୀବନ.... ଜନ୍ମ ଜନ୍ମାନ୍ତରର ଅତୁଟ ବନ୍ଧନ.... ଏମିତି ପ୍ରତିଶୃତି ର ସଦେୟ ଉତ୍ତରୋତ୍ତର ଉନ୍ନତି ହଉ। ବିଦଗ୍ଧ ପାଠକ ପାଠିକା ତାର ସ୍ବାଦ ସର୍ବଦା ସେବନ କରୁଥାନ୍ତୁ। ସାଧକ ସାଧିକା ଙ୍କ କଲମରୁ ଏମିତି ଅମୃତ ଝରୁଥାଉ। ଧନ୍ୟବାଦ

ଜୟ ଜଗନ୍ନାଥ 🙏

ଜଗା ହାତରେ ସମସ୍ତ ଙ୍କ ପଘା  ଜାଣିଛି ତ ଏ ସାରା ଜଗତ, କରୋନା ର ପଘା ପାରୁନୁ କି ଧରି ବୁଡାଉଛୁ ତୋର ମହତ। ସର୍ବ ଶକ୍ତିମାନ,ସର୍ବ ବିଦ୍ୟମାନ ବୋଲି ଉଡାଉଛୁ ତୋର ନେତ, ଅନ୍ଧାରି ଗହ୍ବରେ ଲୁଚି ବସିଅଛୁ  କରୋନା କୁ ହୋଇ ଭୀତ। ବଡ଼ଦାଣ୍ଡ ତୋର  ଚହଳ ଶୁଭୁନି ବଡ଼ ଦେଉଳ ଆଜି ଶାନ୍ତ, ଭକତ ବିହୁନେ କି     ଖୁସି ଅଛୁ ତୁହି ନିଷ୍ଠୁର ହେଲୁ ତୁ କେମନ୍ତ। ଯାହା ତୁ ଚାହିଁବୁ ତାହା ତୁ କରିବୁ ତୁ ପରା ଜଗତ ନାଥ ଅନ୍ଧାରି ସଂସାର ର ଅଟୁ ବତିଘର ଭରି ଦେ ତୋ ଦିବ୍ୟ ଜ୍ୟୋତ। ପାପ ନାଶନ ପାଇଁ ଧରା ବୁକୁରେ ଭିନ୍ନ ରୂପେ ହଉ ଜାତ, ଆସିଯା ଆସିଯା  ଆହେ ଦୟାମୟ ଭୂତାଣୁ ର କର ହତ।

ବୋଉ ଲୋ....

ବୋଉ ଲୋ....!!!! ତୋର ବଗିଚାର ଫୁଲ ଟିଏ ଥିଲି ତୁ ଥିଲୁ ମୋହର ମାଳି ରକ୍ଷା କରୁଥୁଲୁ ବିପଦୁ ଆପଦୁ  ତୋ ସ୍ନେହ ମମତା ଢାଳି। କଳି ରୁ କରିଲୁ ଫୁଲଟିଏ ମତେ ତୋ ପଣତ ଆଶରା ଦେଇ। ସବୁ ଝଡ଼ ବାତ୍ୟା ଦୁଃଖ କଷ୍ଟ ରୁ ସତେ ରଖିଥିଲୁ ମତେ ଘୋଡାଇ। ଆଜି ଅଛୁ ତୁହି ଅପହଞ୍ଚ ଇଲାକେ  ତାରା ଫୁଲ ଟିଏ ହୋଇ  କହ ଲୋ ବୋଉ ତୁ କେମିତି ବଞ୍ଚିବି  କାନ୍ଦୁଛି ବିକଳ ହୋଇ  । ତୋ ବିନା ଯେ ଏ ପାଖୁଡ଼ା ଝରି ପଡ଼ିବ ଲୋ ନ ପାଇ ତୋ ସ୍ନେହାଲୋକ। ଶିଖିନି ବୋଉ ଲୋ ତୋ ବିନା ରହିବା ତୋ ଛାଇ ମାଗୁଛି ଭିକ।

ଅଭୀସ୍ପା...

ଅଭୀପ୍ସା..... ଦେଇଦେବି ....  ସବୁ ଦେଇଦେବି ଯାହା ମୁଁ ଯତନେ ସାଇତି ରଖିଛି ଯୁଗ ଯୁଗ କାଳ କାଳ ଧରି.... ଦେଇଦେବି ସବୁ ସୁଗନ୍ଧ... ପବନ କୁ ଫୁଲ ଦେଲା ପରି କୁଆଁରୀ ମନର ସବୁ ସ୍ବପ୍ନ, ସବୁ ଲଜ୍ଜା  ଦୁଇହାତ ଟେକି ଦେଇଦେବି.... ଥରୁଟିଏ ତ ତମେ ଡାକିଦିଅ  ତୁମ ବଂଶୀସୁରେ ମୋର ନାମ ନେଇ... କଳ କଳ ଛଳଛଳ ହୋଇ ବହିଯିବି.....  ନଦୀ ହୋଇ ତୁମ ମନ ସାଗରେ ମିଶିଯିବି.... ଅଭୀସ୍ପତା ଶଦ୍ଦ ଟିଏ ହୋଇ ରହିଯିବି ତୁମ ବେଣୁ ରନ୍ଧ୍ରେ, ଶରତ, ବସନ୍ତ ରାତିରେ ଗାଇବାକୁ ଗୀତି.... ହେବି ରାଧା ରାଈ, କି ମୀରା, କି ରୁକ୍ମିଣୀ ହେବି ପ୍ରୀତିଲଗ୍ନା ଅବା ବିଭାବରୀ। ଥରୁଟିଏ ତ ତୁମେ ଚାହିଁ ଦିଅ ଶ୍ୟାମ ଭରିଦେବି ଅନ୍ତଃପୁର  କୁଳୁ କୁଳୁ ତାନେ, ରୁଣୁଝୁଣୁ ଶଦ୍ଦେ ମୋ ନିରବ ସ୍ପର୍ଶେ ଅନ୍ତଃସତ୍ବ ହେବ ସଶଦ୍ଦ ସୁନ୍ଦରୀ... ପାଇ ମୋର ପ୍ରେମ ସୁଧା ଉର୍ଣ୍ଣନାଭ ର ଲତାୟିତ ଜାଲେ, ପ୍ରଭାତ ଆଲୋକେ, ଅବା ଧୂସର ପ୍ରଦୋଷେ,  ଚନ୍ଦ୍ରାଲୋକେ ଅବା ଅମା ଅନ୍ଧକାରେ ଆନନ୍ଦ ନନ୍ଦନେ ଫୁଟାଇବି ପ୍ରୀତି ପାରିଜାତ, ମାନସରେ  ସୁତ୍ରୀଭ ସୌରଭ..... କରି ଆତ୍ମ ନିବେସନ.. ଥରୁଟିଏ ତ ଖାଲି ଦେଖିଦିଅ ଥରୁଟିଏ ତ ଖାଲି ଡାକିଦିଅ ମୋ ନାମ ନେଇ....

ଅବ୍ଯକ୍ତ

*ଅବ୍ୟକ୍ତ* କଣ ଅଛି ଏଇ ପୃଥିବୀ ରେ.... ତାର ନୀଳ ଆକାଶ ରେ... ‌‌ ତା'ର ସୂର୍ଯ୍ୟ ରେ....  ଅବା ତା'ର ଚନ୍ଦ୍ର ରେ.... ତୁମରି ଆଗମନରେ ହସି ଉଠିଥିଲା ଏଇ ମାଟି ମା'ର କୋଳ...  ଏଇ ବନ୍ଦେ ଉତ୍କଳ....।।। କୋଉ ମାଙ୍ଗଳିକ ଲଗ୍ନେ ଜନ୍ମିଲ ହେ କବିବର...!!! ଲେଖକ ପ୍ରବର....!!! ଅମାବାସ୍ୟା ରାତିରେ ବି ଖେଳିଗଲା  ଜୋଛନାର ପାରବାର। ଉତ୍କଳ ସାହିତ୍ୟ ଆକାଶେ ଉଦିଲ ହେ ନବ ରବି ସମ‌, ତୁମ ଶାଶ୍ଵତ ଲେଖନୀର କାଉଁରିଆ ସ୍ପର୍ଶେ କିଣିନେଲ ଉତ୍କଳର  ତନ ମନ ଧର୍ମ।   ମୁଖେ ତବ ମୃଦୁ ମୃଦୁ ହାସେ  ମଧୁ ଗନ୍ଧା ସ୍ଵଳ୍ପ ସ୍ବଳ୍ପ ଭାଷେ ଝରାଇଲ ଅମୃତର ଝର ମନ୍ଥିଲ ଜ୍ଞାନ ର ଭଣ୍ଡାର। ଶଦ୍ଦ ବାଣର ଅଙ୍କୁଶେ ଉତ୍କଳ ର ଶୀର୍ଣ୍ଣ କପାଳେ  ପିନ୍ଧାଇଲ ଗୌରବ ର ଟୀକା... ମଉଳା ଫୁଲର ସୁପ୍ତ ଶଯ୍ୟା ରେ ଖଞ୍ଜିଦେଲ କାବ୍ୟ କୁସୁମର ଶଙ୍ଖା।  ବାଣୀ ପୂଜା କରିଥିଲ ଧରି ହାତେ ନମ୍ର ଅର୍ଘ୍ୟଥାଳୀ ହେ କାବ୍ୟିକ ପୁରୁଷ....!!! ଉତ୍କଳ ସାହିତ୍ୟ ନିଳୟେ ଫୁଟାଇଛ କବିତାର ପ୍ରସ୍ଫୁଠିତ କଳି,ସାହିତ୍ୟ, ଉପନ୍ୟାସ। 'ଜୀବନ ର ସ୍ବାଦ' ଦେଇ 'ଶେଷ ବସନ୍ତର ଚିଠି' ଖଞ୍ଜିଦେଲ 'ଭିନ୍ନ ମଣିଷ' ହୋଇ... 'ଧୁମ୍ରାଭ ଦିଗନ୍ତ' ରେ  'ଶତାଦ୍ଦୀ ର ଆର୍ତ୍ତନାଦ' ଶୁଭୁଛି ଆଜି ଅହରହ 'ସମୁଦ୍ର ର କ୍ଷୁଧା' ହୋଇ। 'ଆକାଶର ଇଶାରା'ରେ 'ଗୋଧୂଳି ବାଘ' ଆଜି ସାଜିଛି 'ଆରଣ୍ୟକ' ...