Skip to main content

Posts

Showing posts from June, 2025

****ସ୍ମୃତିର ସ୍ମାରକୀ ଓ ପ୍ରକୃତିର ଅନୁବନ୍ଧ ସ୍ମୃତିବନ****

****ସ୍ମୃତିର ସ୍ମାରକୀ ଓ ପ୍ରକୃତିର ଅନୁବନ୍ଧ ସ୍ମୃତିବନ**** ସ୍ମୃତିବନ ଗୋଟିଏ ସାଧାରଣ ଉଦ୍ୟାନ ନୁହେଁ — ଏହା ହେଉଛି ସ୍ମୃତିର ଉପସ୍ଥାନ, ଯାହା ପ୍ରେମ, ସମ୍ମାନ ଓ ପ୍ରକୃତି ସେବାକୁ ଏକତ୍ର କରିଥାଏ। ଏହା ପ୍ରାକୃତିକ ଶୃଙ୍ଗାର ମଧ୍ୟରେ ଏକ ଦୃଢ଼ ସମ୍ପର୍କ ବିକାଶ କରି ଲୋକଙ୍କୁ ତାଙ୍କ ପ୍ରିୟ ଲୋକଙ୍କ ସ୍ମୃତି ସହିତ ନିଜକୁ ଏକତ୍ର କରିବାର ସୁଯୋଗ ଦିଏ। ଗୋଟେ ଗଛ ରୋପଣ କଲେ କିଛି ମାସ ଧରି ତାହା ଉପରେ ଦୃଷ୍ଟି ରଖିବା ସାଧାରଣ ଘଟଣା, କିନ୍ତୁ ଗୋଟିଏ ସ୍ମୃତି ଆଧାରିତ ଗଛ ଯେତେବେଳେ ତୁମ ସ୍ନେହର ଅନୁଭୂତି ଭରି ବଢିଥାଏ, ତାହା ହୁଏ ଏକ ଜୀବନ ଶିକ୍ଷା। ସ୍ମୃତିବନ, ଭୁବନେଶ୍ୱର ର ଏକ ଅଦ୍ଭୁତ ପ୍ରୟାସ ଯେଉଁଠାରେ ଲୋକେ ତାଙ୍କ ଜୀବନର ଗଭୀର ସ୍ମୃତିକୁ ଗଛ ରୂପେ ରୋପଣ କରନ୍ତି।ଏହା କେବଳ ଗଛ ଲଗା ଯାଇଥିବା ଏକ ଜାଗା ନୁହେଁ, ଏହା ହେଉଛି ଅନେକ ସ୍ମୃତି, ଆଭାସ, ଓ ସମ୍ବେଦନାର ଜୀବନ୍ତ ପ୍ରତିକ।ଏକ ନିରବ ଜଙ୍ଗଲ ମଧ୍ୟରେ ଯେଉଁଠି ଲୋକମାନେ ନିଜ ଅନୁଭୂତି ଆଖିର ଅଖରେ ଲେଖି ଦିଅନ୍ତି, ଗଛର ଛାୟା ତଳେ ଅକ୍ଷୟ ସ୍ମୃତି, ଏହି ସ୍ମୃତିବନ ତାହାର ଜୀବନ୍ତ ଉଦାହରଣ।ମନୁଷ୍ୟ ତାଙ୍କ ପ୍ରିୟଜନଙ୍କୁ ସ୍ମୃତି ଭିତରେ ଅବିରତ ରଖିପାରିବେ ଗଛ ଲଗାଇ। ଜନ୍ମଦିନ, ବିବାହ ବାର୍ଷିକୀ, ବିଦାୟ, ବିଶେଷ ସ୍ମୃତି ଓ ସମ୍ବେଦନା ଅବସରରେ ଲୋକେ ଏଠି ଗଛ ରୋପଣ କରନ୍ତି। ସ୍ମୃତିବନର ସୃଷ୍ଟି ମାନବ ଓ ପ୍ରକୃତି ବିଚ୍ଛିନ୍ନ ନୁହେଁ ବୋଲି ଏକ ସ୍ପଷ୍ଟ ଦୃଷ୍ଟିକୋଣକ...

ଅନ୍ତର୍ଯାତ୍ରା

*ଅନ୍ତଯାତ୍ରା* ସମୟ ରେ ଘୋଳି ଯାଏ ମୁହୂର୍ତ୍ତ ର ଛାୟା, ଅନ୍ଧାର ମଧ୍ୟରେ ଚୁପଚାପ୍ ଚାଲିଥାଏ ଆଲୋକର ଛବି, ସ୍ମୃତି ଏକ ଅଦୃଶ୍ୟ ରେଶମ ଧାଗା, ପଛକୁ ଦେଖିଲେ ତ ଦେଖିବାକୁ ମିଳେ  କେବଳ ଧୂଳି , ଅଦୃଶ୍ୟ ପାଦ ଚିହ୍ନ  ସ୍ମୃତି ଓ ଭବିଷ୍ୟତ ଲୁଚିଯାଏ ଏହି ଅଳିକ ଯାତ୍ରାରେ ଯାତ୍ରା ଏଠି ଶବ୍ଦ ନୁହେଁ, ଏକ ଅବିରାମ ଧାରା ଯାତ୍ରା ହେଉଛି ପ୍ରତି ଶ୍ବାସରେ ଲିପିବଦ୍ଧ କବିତା, ଏକ ଅନୁଭବ ଯାହା ଜନ୍ମ ଓ ମୃତ୍ୟୁ  କେବଳ ଦୁଇଟି ବିନ୍ଦୁ ମଧ୍ୟରେ  ଲୁଚି ଯାଉଥିବା ଏକ ଅନୁଭୂତି  ଜୀବନ ତଳେ ଗୁଞ୍ଜିଥିବା ଗଭୀର ଶବ୍ଦ ରେଖା, ଯାତ୍ରା — ଏକ ଅନ୍ତର୍ମୁଖୀ ସୂତ୍ର,  ଏକ ଶୂନ୍ୟତା ଯାହା ଭରିଯାଏ ଅପ୍ରତ୍ୟାଶିତ ଅର୍ଥରେ ପଦ ଚିହ୍ନ ନାହିଁ, କିନ୍ତୁ ଚାଲିଥାଏ ଅସ୍ତିତ୍ୱ, କେବେ ଆଲୋକ ଦିଗ୍ ବିଜୟୀ, କେବେ ଅନ୍ଧାର ଆତ୍ମବିଲୋପୀ, ଏକ ଶୂନ୍ୟରେ ଗଢ଼ା ଆକାଶ ଯେଉଁଠି ଉଡ଼ୁଥାଏ ଚିନ୍ତା ର ପକ୍ଷୀ ଅନ୍ତରାତ୍ମାର ଏକ ଅନନ୍ତ ସଂଳାପ, ଯେଉଁଠି ସମୟ ଲେଖେ  ତାଳପତ୍ର ଉପରେ ଆଲୋକର ଅକ୍ଷର ଯାତ୍ରା – ଜଣେ ଅନନ୍ତ ଯାତ୍ରୀର ଅନ୍ତଃକଥା, ଯେଉଁଥିରେ ଗନ୍ତବ୍ୟ କେବଳ ଏକ ଭ୍ରମ। Minakshi Dwivedy  ୭୯୭୮୦୮୨୮୩୪

****ମୋ ଛାଇ କଥା କୁହେ*****

*****ମୋ ଛାଇ କଥା କୁହେ***** ମୋ ଛାଇ କଥା କୁହେ ନିରବରେ  ଗଭୀର ମୌନତାରେ କୁହେ.... "ତୁ କେହି ନୁହେଁ ସେମାନଙ୍କ ପାଇଁ, ତୁ ଦେଖୁ ଆଲୋକର ଆଭା, କିନ୍ତୁ ମୁଁ ଜାଣିଛି ତୋ ଅନ୍ଧାର।" ମୁଁ ଯେବେ ଚାଲେ ଆଲୋକ ରେ, ମୋ ଛାଇ ଚାଲେ ସାଥି ହୋଇ କେବେ ଆଗରେ ନୁହଁ, କେବେ ପଛ ଛାଡ଼ି ଯାଏନି  ମୋ ଛାଇ ତଳେ ରହିଛି ଗପ, ଅନୁଭୂତି, ଅପେକ୍ଷା, ଓ ଦୁଃଖର ପୋଥି  ସେ ଭୋଗ କରେ ମୋ ଅନ୍ତଃସତ୍ତ୍ବ ଅନ୍ଧକାର, ମୁଁ କହେ ନାହିଁ, କିନ୍ତୁ ସେ ଶୁଣିଥାଏ ସବୁ ଚିତ୍କାର। ମୋ ଛାଇ କହେ— "ତୁ ମୁହଁ ଅଟକାଇଛୁ ବାହାର ଜଗତର ଭସା ମୁହଁ ଉପରେ, କିନ୍ତୁ ମୁଁ ଜାଣିଛି ତୋ ମନର ଶବ୍ଦ, ଏକ ଅବ୍ୟକ୍ତ ଯନ୍ତ୍ରଣା, ଏକ ଅଲିଖିତ ପଥ।" ମୁଁ ହସୁଥାଏ ସମାଜ ଆଗରେ, ମୋ ଛାଇ ଜାଣିଥାଏ ମୋ ଦୁଃଖ ମୋ ଗୋପନ କଥା ଚିତ୍ତରେ ରଖେ ମୋ ଛାଇ ଅନୁଭବ କରେ ଶବ୍ଦ ବିନା ସେ କେବେ ଅଭିଯୋଗ କରେନି, ନା ମୋ ଅଭିନୟ ଉପରେ ହସେ ତଳକୁ ଝୁକି ମୋ ସହ ଚାଲିବାକୁ, କେବେ ଅପମାନ ବୋଧ କରେନି ମୋ ଛାଇ କୁହେ.... "ତୁ ଯେତେ ଦୂର ପଳା, ମୁଁ ହେବି ତୋ ସାଥୀ, ତୁ ଯେଉଁଠି ଆତ୍ମକଥା ଭୁଲୁଛୁ, ମୁଁ ସେଇଠି ତୋ ମନର ଆବାଜ ହେଇଛି। ଏବେ ମୁଁ ବୁଝିଛି.. ମଣିଷ ଅଛି ଦୁଇଟି ଅଂଶରେ  ଏକ ଆଲୋକ ରେ ଚମକୁଥିବା ରୂପ, ଏକ ଛାଇ ରେ ଲୁଚିଥିବା ସତ୍ୟ ମୋ ଛାଇ ମୋର ପରିଛାୟା ନୁହେଁ, ସେ ଅଟେ ମୋ ସଙ୍ଗିନୀ, ମୋର ସତ୍ୟର ଦ୍ରଷ୍ଟା,  ମୋ ଅସ୍ତିତ୍ୱର ନିର୍ମଳ ପ୍ରତିଛବି, ଅଦୃଶ୍ୟ ଆତ୍ମ...

ପ୍ରଗତିର ପଥେ --- ପ୍ରଗତିବାଦୀ

ପ୍ରଗତିର ପଥେ --- ପ୍ରଗତିବାଦୀ  ପ୍ରଗତିବାଦୀ — ଏକ ସୃଷ୍ଟିକାର, ଏକ ଧ୍ୱଂସକାର, ଯାହାର ଚିନ୍ତା ଏକ ଅଗ୍ନିଶାଳା, ଯାହା ମୂଳ ଯାଏ ଗହୀର ପଥ ନ ଥିବା ମାଟିରେ ଦାଗ ପକାଏ କିଛି ପାଦ, ଅଦୃଶ୍ୟ ଚିତ୍ତରେ ଅଙ୍କା ହୁଏ ଆଗାମୀ ଦିଗ ଘଣ୍ଟି ଶୁଣାଯାଏ ଯାହା ହେଉଛି ଏକ ସ୍ୱପ୍ନ ର ଧ୍ୱନି, ଗତି ନୁହେଁ ଏହା ହେଉଛି ଚେତନାର ଅନ୍ତଃସ୍ୱର, ଚିରନ୍ତନ ଶବ୍ଦ ଭାଙ୍ଗି ଦିଏ ଅନୁଭୂତିର କମ୍ପନ, ପ୍ରଗତି ଏକ ନିର୍ଗତି, ଏକ ଅନିର୍ଦ୍ଦିଷ୍ଟ ଅନୁଭୂତି ଏହା ଅନୁଭୂତିର ଅକ୍ଷ ଉପରେ ଘୂରୁଥିବା ନିରବ ଚକ୍ର ଭାଷା ଭାଙ୍ଗେ, ଶୈଳୀ ଗଢ଼େ,  ଧାରଣା ଓଲଟେ,ଧାରଣା ପଲଟେ ପ୍ରତି ଚିନ୍ତା ହୁଏ ପ୍ରଶ୍ନ — ତା’ର ଉତ୍ତର ଗଢ଼େ ପଥ ଏହା ଏକ ଧାରା ନୁହେଁ — ଏହା ହେଉଛି ମନୋବୃତ୍ତି, ବଞ୍ଚିବା ଓ ଭାଙ୍ଗିବା ପାଇଁ, ନୂତନ ଅସ୍ତିତ୍ୱ ପାଇଁ, ଅନ୍ଧକାର ମଧ୍ୟରେ ଜନ୍ମ ନିଏ ଆଲୋକର ପ୍ରଥମ ଶବ୍ଦ ଚେତନାର ଗଭୀର ଜଳ — ତା’ର ତଳେ ଲୁଚିଛି ଅସଂଖ୍ୟ ଅର୍ଥ  ଯିଏ ଅସ୍ତିତ୍ୱ ରେ ନୂଆ ଶବ୍ଦ ଗଢ଼ି ଚିରକାଳର ଧୃତିକୁ ଚ୍ୟାଲେଞ୍ଜ କରେ, ପ୍ରତି ଚାଲି ହେଉଛି ତାର ବିଦ୍ରୋହ ର ମୃଦୁ ସ୍ବର, ସେ ଏକ ଅନୁଭୂତିର ଅଭିବ୍ୟକ୍ତି,  ଯାହା ନିର୍ବାଚିତ ହୁଏ ଅନିର୍ବାଚିତ ଦ୍ୱାରା ଏହା କେବଳ ଦର୍ପଣ ନୁହେଁ, ଏହା ହେଉଛି ଜଳ ଉପରେ ଚିତ୍ରାଙ୍କିତ ଆତ୍ମପ୍ରତିବିମ୍ବ।

ଅପେକ୍ଷାର ଅନ୍ତଃସ୍ବର

ଆଜି ଆନମନା ମନ ଟା ଉଡାଣ ଧରିଛି ସୂର୍ଯ୍ୟ ଙ୍କର ରକ୍ତିମ ଛନ୍ଦରୁ ଚେନାଏ ବୋଳି ହୋଇଯାଇଛି ମୋ ଓଠରେ ଅପେକ୍ଷାର ଆହୁତି ଢାଳି ସଜେଇ ଦେଇଛି ଅନ୍ତଃ ପ୍ରକୋଷ୍ଠ କୁ କୀର୍ତ୍ତି କୋଣାର୍କ ର ନୃତ୍ୟାଙ୍ଗନା  ପ୍ରେମ ଇଙ୍ଗିତରେ ଉହୁଙ୍କି ଆସିଛନ୍ତି  ପ୍ରୀତି ସମ୍ମୋହନରେ ଉଦ୍ଦବେଳିତ ମନ  ପୁଲକିତ ହେଉଛନ୍ତି  ଆଖି କୁ ମାଗିଛି ଟିକେ ଲାଜ, ଜହ୍ନ କୁ ମାଗିଛି ଜ୍ୟୋତ୍ସ୍ନା, ଚକୋରୀ କୁ ମାଗିଛି ଉନ୍ମାଦନା, ମହଣ ମହଣ ବାସ୍ନା ରେ ସମାଧୀସ୍ଥ ନୀରବ ପ୍ରେମ ସ୍ବର ତୋଳିଛି ମୋର ଅଗ୍ନିସ୍ନାତ ଚକ୍ଷୁ ପ୍ରଶାନ୍ତିର  ଭାବ ସମୁଦ୍ରରେ ନୀରବି ଯାଇଛି  ଆକାଶ ର ଗର୍ଭ ଗୃହ ରାତ୍ରି ର ଅଭିସାର ପାଇଁ  ସଜେଇ ହୋଇଛି ପ୍ରୀତି ଫୁଲ ରେ ତୁମ ନରମ ପାପୁଲି ର ଗରମ ଗରମ ଛୁଆଁ  ଆଃ.... ସୁପ୍ତ କାମନାକୁ କରିବ ଛଟପଟ ଶୁଣ..! ମୋର ପ୍ରତିକ୍ଷା କୁ କରିବନି କଳଙ୍କିତ  ଆଜି ବୈଶାଖୀ ପତ୍ରଝଡ଼ା କୁ  ଫେରେଇ ଦେଇଛି ବସନ୍ତ କୁ ଡାକି ତୁମ ଶାନ୍ତ, ସ୍ନିଗ୍ଧ ଚାହାଣୀ  ମଧୁ କମ୍ପନ ଭରିଦେବ, କୌମଦୀ ଚର୍ଚ୍ଚିତ ମୋହନ ବଂଶୀ  ମୋ ନୀରବ ଓଠର ପ୍ରୀତି ପାଖୁଡ଼ା ରେ ଥମି ଥମି କିଛି କହୁଥିବ ତୁମ ପ୍ରେମ ମଳୟ ଛୁଆଁରେ  ସାଇତା ଅବ୍ୟକ୍ତ ଗାଉଥିବେ ସ୍ବାଗତ ମହ୍ଲାର ତୁମ ଚୁମ୍ବନ ର ନୀଳ ରଙ୍ଗ ଚିହ୍ନ  ହେବେ ଆମ ଆତ୍ମା ମିଳନର ମୁକସାକ୍ଷି  ମୋ ଅନୁରାଗ ଅନାୟୁତ ସ୍ବପ୍ନ ରେ ତୁମେ ...

ଶେଷ ଇଛା

ତୁମେ ଦେଇଥିବା ସେ ଅଧା ପୋଡ଼ା ଘା ଧିରେ ଧିରେ ଶୁଖି ଗଲାଣି ଆଖିରେ ଆଗ ପରି ସେ ଉଛୁଳା ନଈ ନାହିଁ  ପାଟି ଦୁଆର କେବେଠୁ ବନ୍ଦ ସହି ହେଉନି ହୃଦୟର ଭାରିପଣ ମହାକାଶଚାରୀ ପରି  ମନ ହାଲୁକା ହୁଅନ୍ତା କି ଥରେ ଦେଖି ଆସନ୍ତି ସେଇ ଜହ୍ନକୁ ତାର ହାଲକା ପଣକୁ ଯଦି ଚାହଁ ଉଖୁରେଇ ଉଖୁରେଇ ଦେଖିପାର ସେଇ ଜ୍ୱାଳାମୁଖୀ କୁ ସମାଜର କଟାକ୍ଷ ପ୍ରଶ୍ନ ବାଣରେ  ତିଆରି ହୋଇଛି ଶରଶଯ୍ୟା ଝାପସା ଝାପସା ଦିଶୁଥିବା ଶୀତଳ କୁହୁଡି ର ଆବରଣ ଢାଙ୍କି ଦେଇଛି ଗୋପନ ଇଙ୍ଗିତି ନା ମାଲିସ ଅଛି ନା ସାଲିସ  ଏବେତ ଶେଷ ପୃଷ୍ଠା ର ଶେଷ ପଂକ୍ତି ରେ ଖାଲି ଅପେକ୍ଷା ଅବସୋସ ର ନିର୍ବାଣ ପାଇଁ  ବସନ୍ତ ବି ହାର୍ ମାନି ଯାଇଛି ଫଗୁଣ ତ କେବେଠୁ ଫେରାର୍ ବୈଶାଖ ଝାଞ୍ଜିରେ ଲୁହ ର ତୈଳ ଦୀପ ସମର୍ପଣ ସଳିତାରେ ମିଞ୍ଜି ମିଞ୍ଜି ହୋଇ ଜଳୁଛି ଆଜି ମାଗୁଛି କେବଳ ଇଛା ମୃତ୍ୟୁ ବର ଟିକେ ଶୀତଳତା ପାଇଁ।

ଆଜିକାଲି ଉପାଧି, ପୁରସ୍କାର ଏକ ବ୍ୟାଧି ରେ ପରିଣତ ହୋଇଛି

ଆଜିକାଲି ଉପାଧି, ପୁରସ୍କାର ଏକ ବ୍ୟାଧି ରେ ପରିଣତ ହୋଇଛି  ଉପାଧି ଓ ପୁରସ୍କାର ହେଉଛି ଉନ୍ନତିର ଚିହ୍ନ, କିନ୍ତୁ ଯେତେବେଳେ ସେଗୁଡ଼ିକ ଅନ୍ୟାୟ ଭାବେ ଦିଆ ଯାଇଥାଏ, ସେଥିରୁ ଜନ୍ମ ନେଇଥାଏ ଏକ ସାମାଜିକ ବ୍ୟାଧି, ଯାହା ଆମ ମୂଲ୍ୟବୋଧ ଓ ମାନବୀୟତାକୁ କ୍ଷତି ପହଞ୍ଚାଏ। ଉପାଧି ଓ ପୁରସ୍କାର ଏକ ସମୟରେ ବ୍ୟକ୍ତିର କ୍ଷମତା, ଦକ୍ଷତା ଓ ସମର୍ପଣର ପ୍ରତିଫଳକ ଭାବେ ଦିଆଯାଉଥିଲା। କିନ୍ତୁ ଆଜିକାଲି ସେଇ ସମ୍ମାନଗୁଡ଼ିକ ବ୍ୟକ୍ତିଗତ ବୃଦ୍ଧି ଓ ଲାଭର ଉପାୟ ହୋଇପଡ଼ିଛି। ଏହି ପ୍ରକ୍ରିୟା ବିକୃତ ରୂପ ଧାରଣ କରି, ଏକ ବ୍ୟାଧିର ଆକାର ନେଇଛି। ବର୍ତ୍ତମାନ ଯୁଗରେ ଏହି ପୁରସ୍କାର ଓ ଉପାଧି ପ୍ରଥା ଏତେ ଅତିରିକ୍ତ ଓ ଦୂଷିତ ହୋଇଯାଇଛି ଯେ, ଏହାକୁ ନେଇ ଆଲୋଚନା ହେବା ଆବଶ୍ୟକ। ଆଧୁନିକ ସମୟରେ ଅନେକ ଥର ଦେଖାଯାଉଛି ଯେ, ପୁରସ୍କାର ଦେବା ପଛରେ ନିଜସ୍ୱ ଲାଭ, ରାଜନୈତିକ ଲାଭ କିମ୍ବା ଲୋକଦେଖା ମୂଳକ ବା ନିଜସ୍ବ ବ୍ରାଣ୍ଡ ଗଢିବାରେ ବ୍ୟବହୃତ ହୋଉଛି।  ଏହା ଏପରି ଅବସ୍ଥାକୁ ଆଣିଛି ଯେ ଯୋଉମାନଙ୍କର ପ୍ରକୃତ ଦକ୍ଷତା ଅଛି ଓ  ସତ୍ୟ ପଥରେ ଯାଉଛନ୍ତି, ସେମାନେ ପଛରେ ପଡ଼ିଯାଉଛନ୍ତି ଓ ଅଯୋଗ୍ୟ ମାନେ ଯୋଉ ମାନେ ଚାପୁଲୁସି କରି ଜାଣିଛନ୍ତି, ବଡ ବଡ କଥା କହି ଭାଷଣ ଦେଇ ପାରୁଛନ୍ତି,ଯାହା ପାଖରେ ପଇସା ଅଛି ସେମାନେ ପୁରସ୍କାର ଓ ଉପାଧୀ ର ଯୋଗ୍ୟ ବିବେଚିତ ହୋଇ ପାରୁଛନ୍ତି। ଉପାଧି ଓ ପୁରସ୍କାର ଏକ ବ୍ୟବସାୟିକ କିଣାବିକା ବେପାର...

ଅପରେସନ ସିନ୍ଦୂର

ପେହଲଗାମ କାନ୍ଦେ ଶାନ୍ତ ରାତିରେ, ସୁନା ପୁଅ ଜାଗେ ଦୁଃଖ ଆଖିରେ ବୋମା , ଗୁଳି ଭାଙ୍ଗିଲା ସ୍ବପ୍ନର ଘର ଲୁହରେ ଭିଜିଲା ମାଆର କୋଳ। ମନୁଷ୍ୟ ନୁହଁ, ମୃତ୍ୟୁ ଗନ୍ଧୀ ଲେଖିଲା, ଅସ୍ତ୍ର ତଳେ ମାନବିକତା ହାରିଲା ସେନା ଆସିଲେ ରକ୍ତ ମାଟି କୁ ଚିହ୍ନି ସଜାଇବେ ମା ମଥାର ମଣି। ସିନ୍ଦୂର ରଙ୍ଗ ବୀର ରକ୍ତ ଭିତରେ, ଦେଶ ପାଇଁ ସେ ଅନ୍ତିମ ଲଢ଼େ, ମାଆ ଆଶୀର୍ବାଦ ମଥାରେ ବହି, ମୃତ୍ୟୁ ଭୟକୁ ମାନିଲା ନାହିଁ। ପାହାଡ ଘାଟି ,ସାତ ଦରିଆ ଦେଇ, ସନ୍ଧ୍ୟା ଆସିଲେ ଅନ୍ଧାର ଛାଇ ମାଆ କହେ— “ମୋ ପୁଅ ନ ଡର, ଅକ୍ଷତ ରଖିବୁ  ମା ମଥା ସିନ୍ଦୂର। ଅପରେସନ ସିନ୍ଦୂର ଗୁପ୍ତ ରହସ୍ୟ  ସାହସ ଓ ବଳ ରଖି ମନସ୍ୟ ଶତ୍ରୁ କମ୍ପିଲେ, ନ ଜାଣିଲେ କାହିଁ, ବୀର ଯବାନ ବଢ଼ିଲେ ତହିଁ । ଜଳ ,ସ୍ଥଳ ଅବା ହେଉ ଆକାଶରେ  ପ୍ରତି ମୂଳେ ଥିଲା ଝୁଲି ମୃତ୍ୟୁ ଚିହ୍ନରେ ତଥାପି ଜବାନ ଚାଲିଲେ ଅଗ୍ରେ, ପ୍ରତିଶୋଧ ରଖି ମନରେ ବ୍ୟଗ୍ରେ ସିନ୍ଦୂର ଅଟକିଲା ନା ଅଗ୍ନିବାଣୀ, ଶତ୍ରୁ କମ୍ପିଲେ ତା ନାମ ଶୁଣି ଜୟ ହେଉ ମାତୃଭୂମି ଶାଶ୍ୱତ କାଳ, ସିନ୍ଦୂର ରଙ୍ଗ ହେଲା ରକ୍ତ ରେ ଲାଲ। ଅପରେସନ ସିନ୍ଦୂର – ଏକ ଅଭିଯାନ, ମାତୃଭୂମିର ଗର୍ବ ବିଜୟ ଗାନ ମାତୃ ପାଇଁ ପ୍ରାଣ ଅର୍ପିତ ଅନୁବନ୍ଦ ରଖିଲା ସିନ୍ଦୂରମାନ ମାଟିର ଗନ୍ଧ। ସିନ୍ଦୂର ଚମକିଲା ମା ମଥାର ଭାଗେ, ଏ ନୁହେଁ ବିବାହ, ଏହା ବିଜୟ ରାଗେ ଅପରେସନ ଥିଲା ଗୁପ୍ତ ଶକ୍ତିର ଚିହ୍ନ, ତ୍ୟାଗ ରହିଗଲା ଅମର , ଅବିନ୍ନ।

ପଣା ସଂକ୍ରାନ୍ତି

ବସନ୍ତ ସରିଲା ବୈଶାଖ ଆସିଲା    ଶୁଭୁନାହିଁ କୁହୁ ତାନ, ଝାଞ୍ଜି ଚଇତାଳି ଝୁମିଲା ନାଚିଲା     ଅଧୀର ହୋଇଲା ମନ। ବିଷୁବ ସଂକ୍ରାନ୍ତି ଯେ ପଣା ସଂକ୍ରାନ୍ତି         ଓଡ଼ିଆର ନୁଆ ବର୍ଷ, ନୁତନ ଉତ୍ସାହେ ନବ ଜାଗରଣେ       ମନେ ଭରିଦିଏ ହର୍ଷ। ନୁଆ ପାଞ୍ଜିସବୁ ପୂଜା ହୋଇଥାନ୍ତି         ଜଗନ୍ନାଥ ସାଇଁ ପାଶେ, ଦେବା ଦେବୀ ମାନେ ପଣା ଭୋଗ ଖାଇ         ମଙ୍ଗଳ କରିବା ଆଶେ। ଭକତ ପ୍ରବର ହନୁମନ୍ତ ଜନ୍ମ       ଶୁଭ ବେଳା ଶୁଭଲଗ୍ନେ, ରଘୁନାଥ ପ୍ରୀୟ ଭକ୍ତଙ୍କୁ ପୂଜନ୍ତି       ଭକ୍ତିଭାବ ରଖି ମନେ। ଚଣ୍ଡୀ,ସାରଳା,ବିରଳା ମା'ଙ୍କୁ ପୂଜି       ଦେଖୁଥାନ୍ତି ଝାମୁ ଯାତ, ଓଡିଆ ସଂସ୍କାରେ ମାତୃ କୃପା ସାର       ମନରେ ପାଞ୍ଚନ୍ତି ହିତ। ସୂର୍ଯ୍ୟଦେବ ଏବେ ତାପ ବଢାଇବେ        ବିଷୁବ ରେଖାରେ ରହି, ରୌଦ୍ର ଉତ୍ତାପ ବଢ଼ି ବଢ଼ି ଯିବ        ଅସମ୍ଭାଳ ହେବ ମହୀ। ଚଉଁରା ଉପରେ ବସୁନ୍ଧରା ଠେକି         ଜତନରେ ବାନ୍ଧିଦେବା, ତୁଳସୀ ମା'ଙ୍କ ପୂଜାର୍ଚ୍ଚନା କରି        ଠେକି ପାଣି ଭରିଦେବା। କଦଳୀ,ନଡ଼ିଆ,ବୁଟର ଛତୁଆ ...

ସ୍ୱାଧୀନତା ଆମ ମାନ (ଶିଶୁ କବିତା)✓

ସ୍ୱାଧୀନତା ଆମ ମାନ ଜୟ ହେଉ ସ୍ୱାଧୀନତା, ଜୟ ହେଉ ମାଟି ଏହି ଭୂମି ମୋ ପାଇଁ ଏକ ଅମୃତ ବାଟି। ବୀର ପୁଙ୍ଗବ ଜନ୍ମିଥିଲେ ଏ ଦେଶ ମାଟିରେ, ବାନ୍ଧି ଦେଲେ ଦେଶକୁ ଶୃଂଖଳର ପଟିରେ। ଗାନ୍ଧୀଙ୍କ ଅହିଂସା ନିତି, ନେହେରୁଙ୍କ ସ୍ନେହ, ସୁଭାଷଙ୍କର ଗର୍ଜନ ଭରିଦେଲା ମୋହ। ସମୁଦ୍ର,ବନ,ପାହାଡ ଜଣାଇଲା ଗାଥା, ମାଆ ପାଇଁ ଲୁହ, ରକ୍ତ ଉତ୍ସର୍ଗର କଥା। ଘୋଷଣା ହୋଇଲା ଯେବେ ଆଜାଦିର ଦିନ, ସେ ଥିଲା ରକ୍ତ, ତ୍ୟାଗର ପବିତ୍ର ବନ୍ଧନ। ବଳିଦାନ ଦେଇ କଲେ ମୁକ୍ତିର ପ୍ରକାଶ, ତ୍ରିରଙ୍ଗା ଚୁମୁଅଛି ଆଜି ନୀଳ ଆକାଶ। ନୂଆ ସ୍ୱପ୍ନ ଆଶା ଆଣେ ଉନ୍ନତିର ମାର୍ଗ, ବିଦ୍ୟା, ବିଜ୍ଞାନ , କୃଷିରେ କରୁଛି ଯେ ଗର୍ବ। ଏ ଦେଶେ ଜନମ ମୋର ଅଟେ ନାଗରିକ, ସତ୍ୟ ,ଶ୍ରମରେ ରଖିବି ମାଟି ମା'ର ଟେକ। ସ୍ୱାଧୀନତା ନହେଉ ଏକମାତ୍ର ଉତ୍ସବ, ନ୍ୟାୟ ପଥେ ବଢାଇବା ଆତ୍ମ-ଗଉରବ। ଆସ ସର୍ବେ ମିଳିମିଶି ପ୍ରତିଜ୍ଞା କରିବା  ସ୍ଵାଧୀନତା ମୂଲ୍ୟ ରଖି ଆଗକୁ ବଢିବା।

ପ୍ରକୃତି...ପାଞ୍ଚୋଟି ସ୍କେଚ୍

ପ୍ରକୃତି...ପାଞ୍ଚୋଟି ସ୍କେଚ୍ ୧... ମୋ ପିଲାବେଳେ ଦେଖିଥିଲି ସବୁଜ କ୍ଷେତ,ବନ,ପାହାଡ଼ ପ୍ରକୃତିର ମନୋରମ ଛାଇ ତା'ର ପ୍ରୀତି ରେଣୁରଙ୍ଗ, ତା ରୂପ ମାଧୁରୀରୁ ମୁଠାଏ ଇନ୍ଦ୍ରଧନୁ ଛିଟା ଆଙ୍କି ହୋଇ ଯାଇଥିଲା  ମୋ ସାଧା କାନଭାସ୍ ରେ, ପ୍ରତୀଚୀ ଗଗନେ ସନ୍ଧ୍ୟା ରାଣୀର ଗୋଲାପି ବାସରେ ପ୍ରକୃତିର ଅପୂର୍ବ ମିଳନ କୁଞ୍ଜ କୁଞ୍ଜ ନା ନା ବିଧ ପୁଷ୍ପର ସଂଭାର,କୈରବିଣୀ ରୂପ ବର୍ଣ୍ଣାଳୀ, ସୁଲଭ ମନ କୁ କରୁଥିଲା ରସବନ୍ତ। ୨.... ଆଉଥରେ ପ୍ରକୃତି ସହ ଭେଟ ହେଇଥିଲା  ମୋ କଲେଜର ହତା ଭିତରେ ଯେତେବେଳେ ତୀବ୍ର ହେଲା ମନୁଷ୍ୟର ଗତି, ପ୍ରକୃତିର ସବୁଜିମା ସମୃଦ୍ଧି ର ମୃଗତୃଷ୍ଣାରେ,ସମ୍ଭ୍ରାନ୍ତ ଙ୍କ ଦୂଷିତ ରକ୍ତରେ ପାଲଟିଗଲା ମରୁଭୂମି, ଗେରୁଆ ମାଟିରେ ଲମ୍ବିଗଲା କଙ୍କ୍ରିଟ ରାସ୍ତା  ରସାୟନ ରେ ବନ୍ଧା, ପ୍ଲାଷ୍ଟିକ ରେ ଛନ୍ଦା ଅନ୍ଧା କାନୁନ  କଲା ବାୟୁ ପ୍ରଦୂଷଣ, ପଞ୍ଚଭୂତ ରେ ମିଶ୍ରଣ ହେଲା ବିଷାକ୍ତ ଦୁର୍ଗନ୍ଧ, ଜାନ୍ତ୍ରିକ ଦସ୍ୟୁ ମଦ ମାତ୍ସର୍ଯ୍ୟ ରେ ମସଗୁଲ ହୋଇ ଫାର୍ସା,ଟାଙ୍ଗିଆ ଧରି ତୁହାକୁ ତୁହା ଧର୍ଷୁଥିଲେ ପ୍ରକୃତି ମାଁ କୁ ତା'ର ସାବଜାପତ୍ର ଶେଯରେ କଣ୍ଟକିତ ଚେତନାର ମହାସଂଗ୍ରାମ ସମୟର ଅଙ୍ଗାର ସୁଅରେ ଦେଉଥିଲା ଅଗ୍ନି ପରୀକ୍ଷା ଗଢ଼ିବାକୁ ନୂଆ ଏକ ପଲ୍ଲବିତ ପ୍ରକୃତି। ୩... ଆଉଥରେ ଅଚାନକ୍ ଦେଖାହେଲା ପ୍ରକୃତି ସହ  ୧୯୯୯ ମହାବାତ୍ୟା ପରେ.. ଯୌବନଗତା ପ୍ରକୃତି ଥିଲା ଶ୍ରୀହୀନା ମାଳ ମାଳ ଶବ ଢ...

....ଅମର ପ୍ରେମ .....

....ଅମର ପ୍ରେମ ..... କିଏ ଜାଣିଛି ଆକାଶ ଆଉ ସାଗରର କେତେ ଦିନର ସଂପର୍କ  ଆକାଶଟା ନଇଁ ପଡ଼ିଛି ସାଗର ଛାତି ରେ ସେଇ ଶୂନ୍ୟ ମହାଶୂନ୍ୟ ରୁ ଝରୁଥିବା  ସଂପର୍କ ର ଝାଳ ଯଥେଷ୍ଟ ଲୁଣି କରିଛି ସାଗରକୁ ତା ମଥା‌ରେ କେବଳ ଶୈବାଳର ଉପଦ୍ରବ ଆକାଶ ର ନୀଳତା ଘୋଳି  ଯାଇଛି ସାଗର‌ ଦେହରେ ନୀଳ ସାଗର ତଳେ ଉତ୍ସାହ ଝଙ୍କାର, ଅପାର ଗଭୀରତା, ନିରବ ଚିତ୍କାର, ପ୍ରତିରାତି ଆଶା କରେ ତା ଜ୍ୱଳନ୍ତ ମନ, କେବେ ଏ ସାଗର ଆକାଶ  ସିମାନ୍ତରେ ହେବ ସମ୍ପର୍କର ବନ୍ଧନ? ବର୍ଷା ପରଶ ବାନ୍ଧି ରଖେ ଦୁଇ ପ୍ରାଣକୁ ଅନ୍ତରରେ ଅନୁଭବ କରେ ଖୋଜେ ସ୍ନିଗ୍ଧ ଚନ୍ଦ୍ରାନନ୍ତ ତଥାପି ନିରୀହ ସାଗର ଛାତି ତଳର ସୁନାମି  ଝଡ ପରର ବିକ୍ଷିପ୍ତତା ଡରାଏ,ବିଦୀର୍ଣ୍ଣ କରାଏ କେବଳ ଦେଖିପାରେ ଆକାଶ ଆକାଶ କହେ ନିମିଳିତ ନୟନେ — "ମିଳନ ନୁହେଁ ପ୍ରେମ ର ପରିଚୟ, ତୁମର ଆସ୍ଥା ଏବଂ ମୋର ଭରସା, ସେଇ ହେଉଛି ଆମ ଅଦୃଶ୍ୟ ବନ୍ଧନ ର ଆଶା।" ଏମିତି ହିଁ ଜୀବନ – ଆକାଶ ଓ ସାଗର, ସ୍ପନ୍ଦନ ଓ ସନ୍ତୁଳନର ସୁନ୍ଦର ଖେଳ ଏକ ପ୍ରେମ କାହାଣୀ .... ଏକ ପ୍ରେମ ଗାଥା, ଅବିରତ ଗାତା, କେବେ ଝଡ, କେବେ ଶାନ୍ତି, ତଥାପି ମନ ମଧ୍ୟରେ ଅଫୁଟା ଏକ  ଆନ୍ତରିକ ପ୍ରେମ ସାକ୍ଷୀ ସେହି ମିଳନ ଏକ ଅଦୃଶ୍ୟ ସେତୁ, ଯେଉଁଠି ଅଛି ଏକା ସାଥି ଅନ୍ୟର ଆଶ, ଅତୁଟ ଅଦୃଶ୍ୟ ଅମର ପ୍ରେମର ପରକାଶ। ମିନାକ୍ଷୀ ଦ୍ବିବେଦୀ  ୭୯୭୮୦୮୨୮୩୪ ଗୁରୁ ଗ୍ରାମ 

ଅଚାନକ

--- ଅଚାନକ ଅଚାନକ ଏକ କ୍ଷଣ ଆସେ, ଯେଉଁଠାରେ ସମୟ ଥମିଯାଏ, ଅନୁଭୂତି ହୁଏ –ମୁଁ ଯେଉଁଠାରେ ଥିଲି, ସେଇଟା ସ୍ବପ୍ନ ବସ୍ତବ ନୁହେଁ ଅଚାନକ ଏକ ପ୍ରଶ୍ନ ଜନ୍ମ ନିଏ – “ମୁଁ କିଏ?” ଏହି ଶରୀର, ଏହି ନାମ, ନା ମୋ ଚିହ୍ନଟକୁ ପୂରା କରେ ଏକ ଅନୁଭୂତି ଅନ୍ତରେ ଉଦୟ ହୁଏ "ମୁଁ କେହି ନୁହେଁ, ମୁଁ ସବୁ।" ଅଚାନକ ଲାଗେ, ବାହ୍ୟ ଜଗତର ମୃଗତୃଷ୍ଣା, ଆକାଂକ୍ଷା, ଭୟ, ଏବଂ ସ୍ନେହ – ସବୁ ମାୟାର ଗୃହସୂତ୍ର, ଯାହା ଆତ୍ମାକୁ ଭୁଲାଇ ଦିଏ ସେ ନିଜ ସ୍ଵରୂପ ଅଚାନକ ବୁଝିବାକୁ ମିଳେ – ସତ୍ୟ ହେଉଛି ଅନୁଭବ,ସତ୍ୟ ହେଉଛି ମୌନ  ଯାହା ଏକ ଛାୟା ଭଳି ଆସେ ଓ ଯାଏ, ତଥାପି ଏହି ଯାତ୍ରାର ଅର୍ଥ ଦେଇଯାଏ। ଏହି "ଅଚାନକ" ହେଉଛି ମୋକ୍ଷ ର ଦ୍ୱାର, ଯେଉଁଠାରେ ବ୍ୟକ୍ତିତ୍ୱ ଲୟ ହୁଏ ଜାଗି ଉଠେ ଅନ୍ତର୍ନିହିତ ଜ୍ଞାନ  ଏହି ଜ୍ଞାନ ମୁକ୍ତି ର ସଙ୍କେତ, ଯେଉଁଠି ଆତ୍ମା ଓ ବ୍ରହ୍ମ ଏକାତ୍ମ ହୁଏ।। ମିନାକ୍ଷୀ ଦ୍ବିବେଦୀ  ୭୯୭୮୦୮୨୮୩୪ ଗୁରୁ ଗ୍ରାମ 

.ଅସ୍ତିତ୍ବ....

...ଅସ୍ତିତ୍ବ....  ଶବ୍ଦ ବି ନିରବତାର ଛାଇ ସ୍ପନ୍ଦନ ମଧ୍ୟ ନିଜେ ଅଜଣା, ବତାସ ଛୁଇଁଯିବା ଗଳିରେ  ପଛକୁ ଦେଖିଲେ ତ  ଦେଖିବାକୁ ମିଳେ କେବଳ ଧୂଳି କିଛି ସ୍ମୃତି ଶିରା ଧରି ହସେ, ସବୁ ରଙ୍ଗ ଧୁଆଁ ହୋଇ ଉଡ଼େ, କେବଳ ରହିଯାଏ ଆକାଶ ର ଚିରନିର୍ବାଣ ଆକାଶ ରେ ଦାଗ ଅଛି, ସେ ଦାଗ କାହାର ଅଶ୍ରୁ ତୁଳି? ବିଚ୍ଛିନ୍ନ ଅନୁଭୂତି ମାନେ ଆସନ୍ତି ଓ ଯାଆନ୍ତି  ଏକ ଅଲୋକିକ ଛାୟା ଯାହା ଅନୁଭୂତି ଭିତରେ ନୃତ୍ୟ କରେ ସେତେବେଳେ ମୋ ଚିନ୍ତା ଆକାର ନିଏ ଲହରୀ, ମୁଁ ଏଠି ନାହିଁ, ମୁଁ ସେଠି ମଧ୍ୟ ନାହିଁ  ନା ଅଙ୍କିତ ମାନଚିତ୍ର, ନା କୌଣସି ଆଖିର ଅନ୍ତ ମୁଁ ଏକ ଅଚିହ୍ନିତ ଦିଗ, ମୋ ଛାୟା ଚିତ୍କାର କରେ ମୌନ ଗଳିରେ ଅନୁପସ୍ଥିତି ମଧ୍ୟରେ ଥିବା ଅସ୍ତିତ୍ୱ... ଏକ ରୂପହୀନ ଭାବନା ଯେଉଁଠି ଅସ୍ତିତ୍ୱ ମଧ୍ୟ ନିଜେ ନିର୍ବାଚିତ ହୁଏ ଯାହାକୁ ଛୁଇଁ ପାରେ ନାହିଁ,  କିନ୍ତୁ ଅନୁଭବ କରେ ହୃଦୟ। ମିନାକ୍ଷୀ ଦ୍ବିବେଦୀ  ୭୯୭୮୦୮୨୮୩୪