*ମୁଁ....କଟକ* ଛାତି ଫୁଲେଇ ବାଟ ଚାଲୁ ଚାଲୁ ଜଣେ ବାଟୋଇ ପଚାରିଲେ କିଏ ତୁମେ ବନ୍ଧୁ...? କ'ଣ ତୁମ ପରିଚୟ? ମୁଁ ଗର୍ବରେ କହିଲି ମୁଁ.... ମୁଁ ହଉଛି ଧବଳ ଟଗର , କଟକ ନଗର ମୁଁ ସେଇ ହଜାର ବର୍ଷ ର ପୁରୁଣା ସହର। ହଁ... ମୁଁ ଟିକେ ଅଧିକ ପରିଚିତ... ଚକ୍ ମକ୍ ନିଅନ୍ ଲାଇଟିରେ ଭାସି ଆସୁଥିବା ମାଇକ ପଛରେ ଭସାଣୀ ର ଆନନ୍ଦ ଆନ୍ଦୋଳନ ର ସ୍ପନ୍ଦନଶୀଳ ସହର, ପ୍ରାକ୍ ଐତିହାସିକ ବାରବାଟୀ ଦୂର୍ଗ ଦର୍ଶାଏ କଳିଙ୍ଗ ବୀରତ୍ବ, ସକାଳ ପବନ ରେ,ଜିକି ଜିକି ଡିବିରି ଆଲୁଅରେ ପ୍ରସ୍ଥ ପ୍ରସ୍ଥ ଖୋଲିଯାଏ ଭାଇଚାରା ର ସଂପର୍କ, ରେଳ ଇଞ୍ଜିନର ଲମ୍ବିଥିବା କାନ୍ଧରେ ସୁ.. ସୁ.. କରି ବାହାରି ଆସେ ହୃଦୟର ଯେତେ ସତ୍ୟ- ସ୍ବାଭିମାନ ଭାବନା, ତାରକସୀ ର ଯାଦୁଗରୀ ସ୍ପର୍ଶ ମିଠା ମିଠା ମୋହର ସାନ୍ତ୍ଵନା ରେ ଭୂମି ରୁ ଭୂମା ଆଭୂଷିତ ମୋ ଦିବ୍ୟସ୍ଥଳ, ମୁଁ ସେଇ ଆଦିମାତା,ଜନ୍ମଦାତ୍ରୀ,ରକ୍ଷାକର୍ତ୍ତ୍ରୀ ମୋ ଆତ୍ମାର ମମତାର ଦିହୁଡିରେ ସୃଷ୍ଟି ଅନେକ ବୀର ପୁଙ୍ଗବ କଳା-କଲ୍ଲୋଳିନୀ ,ଉଚ୍ଚ ନ୍ୟାୟାଳୟ, ବିଶ୍ବ ବିଦ୍ୟାଳୟ,ବଡ଼ ମେଡ଼ିକାଲ ସଞ୍ଜୁଆ ସଞ୍ଜୁଆ ଶୀତଳ ପବନରେ, ଦିବାର ଦହଗଞ୍ଜ ତାତିରେ ମମତାର କ୍ଷମତାରେ ସମତା ଭରି ଭଲ ପାଆନ୍ତି ନିର୍ଲିପ୍ତ ମାଟିକୁ, ଭ୍ରାନ୍ତ ଅସତ୍ୟରୁ ଚେନାଏ ହସ ଝରି ମୁକ୍ତି ପାଏ ସ୍ବପ୍ନିଳ ସକାଳ, ମହାନଦୀ, କାଠଯୋଡୀ ଆଖି ରୁ ନିଦ ଧୋଇ ହାତ ବଢାଏ ବର୍ଷା କୁ...