Skip to main content

Posts

Showing posts from May, 2023

ମୁଁ...କଟକ...

*ମୁଁ....କଟକ* ଛାତି ଫୁଲେଇ ବାଟ ଚାଲୁ ଚାଲୁ ଜଣେ ବାଟୋଇ ପଚାରିଲେ କିଏ ତୁମେ ବନ୍ଧୁ...? କ'ଣ ତୁମ ପରିଚୟ? ମୁଁ ଗର୍ବରେ କହିଲି ମୁଁ.... ମୁଁ ହଉଛି ଧବଳ ଟଗର , କଟକ ନଗର ମୁଁ ସେଇ ହଜାର ବର୍ଷ ର ପୁରୁଣା ସହର। ହଁ... ମୁଁ ଟିକେ ଅଧିକ ପରିଚିତ... ଚକ୍ ମକ୍ ନିଅନ୍ ଲାଇଟିରେ ଭାସି ଆସୁଥିବା ମାଇକ ପଛରେ  ଭସାଣୀ ର ଆନନ୍ଦ  ଆନ୍ଦୋଳନ ର ସ୍ପନ୍ଦନଶୀଳ ସହର, ପ୍ରାକ୍ ଐତିହାସିକ ବାରବାଟୀ ଦୂର୍ଗ ଦର୍ଶାଏ କଳିଙ୍ଗ ବୀରତ୍ବ, ସକାଳ ପବନ ରେ,ଜିକି ଜିକି ଡିବିରି ଆଲୁଅରେ ପ୍ରସ୍ଥ ପ୍ରସ୍ଥ ଖୋଲିଯାଏ ଭାଇଚାରା ର ସଂପର୍କ, ରେଳ ଇଞ୍ଜିନର ଲମ୍ବିଥିବା କାନ୍ଧରେ  ସୁ.. ସୁ.. କରି ବାହାରି ଆସେ ହୃଦୟର  ଯେତେ ସତ୍ୟ- ସ୍ବାଭିମାନ ଭାବନା, ତାରକସୀ ର ଯାଦୁଗରୀ ସ୍ପର୍ଶ ମିଠା ମିଠା ମୋହର ସାନ୍ତ୍ଵନା ରେ  ଭୂମି ରୁ ଭୂମା ଆଭୂଷିତ ମୋ ଦିବ୍ୟସ୍ଥଳ, ମୁଁ ସେଇ ଆଦିମାତା,ଜନ୍ମଦାତ୍ରୀ,ରକ୍ଷାକର୍ତ୍ତ୍ରୀ  ମୋ ଆତ୍ମାର ମମତାର ଦିହୁଡିରେ ସୃଷ୍ଟି ଅନେକ ବୀର ପୁଙ୍ଗବ କଳା-କଲ୍ଲୋଳିନୀ ,ଉଚ୍ଚ ନ୍ୟାୟାଳୟ, ବିଶ୍ବ ବିଦ୍ୟାଳୟ,ବଡ଼ ମେଡ଼ିକାଲ ସଞ୍ଜୁଆ ସଞ୍ଜୁଆ ଶୀତଳ ପବନରେ, ଦିବାର ଦହଗଞ୍ଜ ତାତିରେ  ମମତାର କ୍ଷମତାରେ ସମତା ଭରି ଭଲ ପାଆନ୍ତି ନିର୍ଲିପ୍ତ ମାଟିକୁ, ଭ୍ରାନ୍ତ ଅସତ୍ୟରୁ ଚେନାଏ ହସ ଝରି  ମୁକ୍ତି ପାଏ ସ୍ବପ୍ନିଳ ସକାଳ, ମହାନଦୀ, କାଠଯୋଡୀ ଆଖି ରୁ ନିଦ ଧୋଇ  ହାତ ବଢାଏ ବର୍ଷା କୁ...

କରୁଣ ବିଳାପ(*ଶିଶୁ କବିତା)✓

*କରୁଣ ବିଳାପ*✓ ଥାଆନ୍ତା କି ଯଦି ବିହଙ୍ଗ ପକ୍ଷ ଉଡି ଯାଆନ୍ତି ମୁଁ ଆକାଶ ବକ୍ଷ ଦେଖନ୍ତି ମୁଁ ସୂର୍ଯ୍ୟ,ଚନ୍ଦ୍ର ରୋଷଣୀ  ତାରା ସଙ୍ଗେ ମିଶି ରଚି କାହାଣୀ  ପରି ରାଇଜେ କରି ପରିକ୍ରମା ସୁନ୍ଦର ସୃଷ୍ଟିର ଚାରୁ ଉପମା ହେନା,କେତକୀ ଫୁଲ ପାରିଜାତ ଦେଖି ମନ ମୋର ହୁଅନ୍ତା ତୃପ୍ତ ଇନ୍ଦ୍ର,କୁବେର ସର୍ବ ଦେବାଦେବୀ ଭକ୍ତି ଭାବନା ମନେ ରଖି ସେବି ପଚାରନ୍ତି ମୋ ପିତାମାତା କଥା ଦୂର କରନ୍ତେ ଯେତେ ଅଛି ବ୍ୟଥା ମୁଁ ଛାର ଶିଶୁ କରିଛି କି ପାପ କାହିଁ ଦେଲ  ପ୍ରଭୁ ଏତେ ଅଭିଶାପ ଜଗତେ ସର୍ବେ ଯେତେ ସ୍ବେଚ୍ଛାଚାରୀ ବିଶ୍ବାସ,ଭରସା କରନ୍ତି ଚୋରୀ ମାତାପିତା ଛଡ଼ା ନୁହେଁ କେ' ନିଜର ଲୋଭ,ମାୟାରେ ସର୍ବେ ସ୍ଵାର୍ଥପର ତୁମ ବିନା ପ୍ରଭୁ ପତ୍ର ନ ହଲଇ ପିତାମାତା ନେଲ କାଇଁ ଯେ ଛଡ଼ାଇ ଥିଲି ମୁଁ ତାଙ୍କର ହୃଦ ଗଳାହାର ସହି ନପାରି,ହେଲ ଯେ କଠୋର ନିଃସଙ୍ଗ ଜୀବନେ ତୁମେ ହିଁ ସାହାରା ନେଇଯାଅ ପାଶେ ହେଉଛି ନେହୁରା କରିବି ସେବା ତୁମ ମନ ଜାଣି ମାତାପିତା ପାଇ ହେବି ମୁଁ ଋଣୀ ସକଳ ସର୍ଜନା ଜ୍ୟୋତି ପ୍ରଦାୟକ ଏ ବାଚାଳ ମନୁ ଦୂର କର ଶୋକ ତୁମେ ହିଁ ମୋର ଆଶାର ଆଲୋକ ଦେଇଦିଅ ପ୍ରଭୁ ବିହଙ୍ଗ ସମ ପଂଖ।

ପ୍ରକୃତି"...ଚାରୋଟି ସ୍କେଚ୍*

*"ପ୍ରକୃତି"...ଚାରୋଟି ସ୍କେଚ୍* ୧... ମୋ ପିଲାବେଳେ ଦେଖିଥିଲି ସବୁଜ କ୍ଷେତ,ବନ,ପାହାଡ଼ ପ୍ରକୃତିର ମନୋରମ ଛାଇ ତା'ର ପ୍ରୀତି ରେଣୁରଙ୍ଗ, ତା ରୂପ ମାଧୁରୀରୁ ମୁଠାଏ ଇନ୍ଦ୍ରଧନୁ ଛିଟା ଆଙ୍କି ହୋଇ ଯାଇଥିଲା  ମୋ ସାଧା କାନଭାସ୍ ରେ, ପ୍ରତୀଚୀ ଗଗନେ ସନ୍ଧ୍ୟା ରାଣୀର ଗୋଲାପି ବାସରେ ପ୍ରକୃତିର ଅପୂର୍ବ ମିଳନ କୁଞ୍ଜ କୁଞ୍ଜ ନା ନା ବିଧ ପୁଷ୍ପର ସଂଭାର,କୈରବିଣୀ ରୂପ ବର୍ଣ୍ଣାଳୀ, ସୁଲଭ ମନ କୁ କରୁଥିଲା ରସବନ୍ତ। ୨.... ଆଉଥରେ ପ୍ରକୃତି ସହ ଭେଟ ହେଇଥିଲା ମୋ କଲେଜର ହତା ଭିତରେ ଯେତେବେଳେ ତୀବ୍ର ହେଲା ମନୁଷ୍ୟର ଗତି, ପ୍ରକୃତିର ସବୁଜିମା ସମୃଦ୍ଧି ର ମୃଗତୃଷ୍ଣାରେ,ସମ୍ଭ୍ରାନ୍ତ ଙ୍କ ଦୂଷିତ ରକ୍ତରେ ପାଲଟିଗଲା ମରୁଭୂମି, ଗେରୁଆ ମାଟିରେ ଲମ୍ବିଗଲା କଙ୍କ୍ରିଟ ରାସ୍ତା  ରସାୟନ ରେ ବନ୍ଧା, ପ୍ଲାଷ୍ଟିକ ରେ ଛନ୍ଦା ଅନ୍ଧା କାନୁନ କଲା ବାୟୁ ପ୍ରଦୂଷଣ, ପଞ୍ଚଭୂତ ରେ ମିଶ୍ରଣ ହେଲା  ବିଷାକ୍ତ ଦୁର୍ଗନ୍ଧ, ଜାନ୍ତ୍ରିକ ଦସ୍ୟୁ ମଦ ମାତ୍ସର୍ଯ୍ୟ ରେ ମସଗୁଲ ହୋଇ ଫାର୍ସା,ଟାଙ୍ଗିଆ ଧରି ତୁହାକୁ ତୁହା ଧର୍ଷୁଥିଲେ ପ୍ରକୃତି ମାଁ କୁ ତା'ର ସାବଜାପତ୍ର ଶେଯରେ କଣ୍ଟକିତ ଚେତନାର ମହାସଂଗ୍ରାମ ସମୟର ଅଙ୍ଗାର ସୁଅରେ ଦେଉଥିଲା ଅଗ୍ନି ପରୀକ୍ଷା ଗଢ଼ିବାକୁ ନୂଆ ଏକ ପଲ୍ଲବିତ ପ୍ରକୃତି। ୩... ଆଉଥରେ ଅଚାନକ୍ ଦେଖାହେଲା ପ୍ରକୃତି ସହ ୧୯୯୯ ମହାବାତ୍ୟା ପରେ.. ଯୌବନଗତା ପ୍ରକୃତି ଥିଲା ଶ୍ରୀହୀନା ମାଳ ମାଳ ଶବ ଢେ଼ଉ...

ଛୋଟ ନୁହଁ ତୁମେ*✓

*ଛୋଟ ନୁହଁ ତୁମେ* ପକ୍ଷୀ ଟିଏ ନୁହଁ ଆକାଶ ଯେ ତୁମେ ବିଶାଳ ତୁମର କାୟା, ଜଳଧାରା ନୁହଁ ସାଗର ଯେ ତୁମେ ରତ୍ନ ଗର୍ଭା ତୁମ ରାହା। ପଥର ଯେ ନୁହଁ ପର୍ବତ ତୁମେ ସ୍ଥିର ଚିତ୍ତ ମନୋରଥ, ଗଛଟିଏ ନୁହଁ ଜଙ୍ଗଲ ଯେ ତୁମେ ସବୁଜ, ନିର୍ମଳ ପଥ। ଫୁଲ ଟିଏ ନୁହଁ ପୁରା ଫୁଲବନ କଅଁଳ ତୁମର ମନ, କଣିକା ନୁହଁ ତୁମେ ମଧୁମଳୟ ସୁଗନ୍ଧିତ ପ୍ରତିକ୍ଷଣ । ଜଳବିନ୍ଦୁ ନୁହଁ ତୁମେ ମେଘ ମହ୍ଲାର  ଶୀତଳ ଚନ୍ଦନ ସମ, ଦୀପ ନୁହଁ ତୁମେ ଆଲୋକ ବର୍ତ୍ତୀକା  ପ୍ରଜ୍ଜ୍ବଳିତ କର ଧାମ। ପଥିକ ଯେ ନୁହେଁ ତୁମେ ପାନ୍ଥଶାଳା  ଏ ଦେଶର ଭବିଷ୍ୟତ, ସମର୍ପଣେ ହିତ ବୀରପୁତ୍ର ତୁମେ  ରଖିବ ନିଜର ସତ୍ତ୍ବ। ସ୍ଵାର୍ଥପର ନୁହଁ ଆଦର୍ଶର ଶିଶୁ ନିଷ୍ପାପ,ସରଳ ମନ, ସୁଗୁଣ ସୌରଭେ ହେ ଅମୃତ ସନ୍ତାନ ତୁମେ ଶ୍ରେଷ୍ଠ ବରଦାନ। ବହି ନୁହଁ ତୁମେ ଜ୍ଞାନ ଗନ୍ତାଘର, ବାଣ୍ଟ ସତ୍ୟ,ପ୍ରେମ,ଗୀତା ବାଣୀ, ଛୋଟ ନୁହଁ ତୁମେ ଏ ଧରା ବୁକୁରେ ତୁମେ ଅଟ ଶିରୋମଣି। ମିନାକ୍ଷୀ ଦ୍ବିବେଦୀ ୭୯୭୮୦୮୨୮୩୪