Skip to main content

Posts

Showing posts from March, 2025

ଆଦର୍ଶ ଶିଶୁ----- (ଶିଶୁ କବିତା)✓

----ଆଦର୍ଶ ଶିଶୁ-----  ଅଳସୁଆ କେବେ ହୁଅ ନାହିଁ  ନୀଚ ମନୋଭାବ ଆଣ ନାହିଁ  କାହାରି ମନରେ ଦିଅ ନାହିଁ ଦୁଃଖ  ପଣ କର ତୁମେ ଏକ ହୋଇ। ମନ ଦେଇ ପାଠ ପଢ଼ିବ ପାଠ ପଢି ଦେଶ ଗଢ଼ିବ  ଦେଶର ଆଗାମୀ ଭବିଷ୍ୟତ ହୋଇ କର୍ତ୍ତବ୍ୟ ତୁମେ ଯେ କରିବ । ସର୍ବେ ତୁମେ ଅଟ ଦେଶବାସୀ  ସଂଗ୍ରାମ କରିବ ମିଳିମିଶି  ପାପ, ଭ୍ରଷ୍ଟାଚାର ଦୂର କଲେ ମନୁ ଜଗତେ ରହିବେ ହସିଖୁସି। ଅନ୍ୟ ପାଇଁ ଖୋଳ ନାହିଁଁ ଗାତ  ନିଜେ ପଡ଼ି ହେବ ହନ୍ତସନ୍ତ  ଭାରତମାତା ର ପୁଅଝିଅ ତୁମେ କର୍ମ କର ହୋଇ ସ୍ଥିର ଚିତ୍ତ। ଦେଶକୁ ସୁସ୍ବାକ୍ଷର କରିବ ଗୁରୁଜନ ବୋଲ ମାନିବ  ସବୁଜ, ସୁନ୍ଦର କରିବ ଦେଶକୁ ପରିବେଶ ରକ୍ଷା କରିବ। ହସି ହସାଇବ ମଧୁ ବୋଳି କରିବନି ତୁମେ କେବେ କଳି ଆଗାମୀ ଦିନର ନୂତନ ଆଲୋକେ ବାନ୍ଧି ରଖିବ ସଦା ସ୍ନେହ ଡୋରି। ସ୍ବଚ୍ଛ,କୋମଳ ଶୁଦ୍ଧ ହୃଦୟ  ପାଠ ପଢି ହୁଅ ବିଜୟ  ଭାରତ ମା'ର ଗର୍ବ ଗୌରବ ପାଇଁ  ଆଗେ ବଢ ମନେ ରଖି ଲୟ। ମିନାକ୍ଷୀ ଦ୍ବିବେଦୀ  ୭୯୭୮୦୮୨୮୩୪

ତୁମେ ଆସିବ ବୋଲି

କାଲି ରାତିରେ ସେ କୁଆଁରୀ ଜହ୍ନଟା ମୋ କାନରେ କିଛି କହିଗଲା ଆଜି ସକାଳେ କା କା କରି  ତୁମ ଆସିବାର ଖବର ଦେଇଗଲା ସତରେ ତୁମେ ଆସିବ ବୋଲି  ଆଜି ର ସକାଳ ଟା ଭାରି ଅମାନିଆ ହେଉଛି ମଳୟ ଡାକି ଆଣିଛି ବସନ୍ତକୁ ଆମ ଦାଣ୍ଡ ଅଗଣାରେ ତୁମ ଆସିବର  ମଧୁର ମହକ ବାରି ହୋଇ ପଡ଼ୁଛି  ଦେଖୁନ...ସେ ପବନ ଟା ତୁମ ରଙ୍ଗ ଚୋରେଇ  ମୋ ଦେହରେ କେମିତି ବୋଳି ଦେଇଗଲା ତୁମ ଭଲ ପାଇବାରୁ ଖିଅ ଟିଏ  ଆଣି ମୋ ହାତରେ ବାନ୍ଧି ଦେଲା ହଜି ଯାଇଥିବା ଅବ୍ୟକ୍ତ ସଂଳାପରୁ ସାଇତା ସବୁ ଅଭିମାନକୁ ମୋର କାଗଜ ଡଙ୍ଗା କରି ଭସେଇ ଦେଲା... ତୁମେ ଆସିବ ବୋଲି...  ମୁଁ ଆଖିରେ କଜଳ ନାଇ ହସର ଲିପଷ୍ଟିକ ବୋଳି ଥାକରେ ଅଣ୍ଡାଳୁଛି ତୁମର  ମନ ପସନ୍ଦ ଶାଢ଼ୀ  ଦେଖୁନ...ତୁମେ ମୁଁ  ଲଗେଇଥିବା  ଚମ୍ପାଗଛ ମତେ କେମିତି ଛିଗଲଉଛି କେତେ ବେଳୁ ମୋ ଅଭିଯୋଗ ର ଶକ୍ତ ଖୋଳପା କାଢି  ଫୁ କରି ଉଡେଇ ଦେଇଛି ସେଇ ଥୁଣ୍ଟା ଗଛଟା ମ... ଗହ ଗହ  ପତ୍ରରେ ମଣ୍ଡଣି ହୋଇ ସାତ ସୁରତାଳ ରେ ଗାଇ ଚାଲିଛି  ମୋର ସେଇ ପ୍ରିୟ ଗୀତଟା... 'ମୋ ଆଖିର କେତେ କଥା , ମୋ ମନର ନିରବତା' ଛିଃ.. କେତେ ଅଲାଜୁକ  ତୁମ ଆସିବ ବୋଲି ... ଆଜି ପ୍ରକୃତି ଟା ନୁଆ ବୋହୁ ସାଜିଛି ଆମ ଗାଁ ଦାଣ୍ଡ ବର ଗଛ ତଳେ  ସିନ୍ଦୁରିତ ମୁଗୁନି ପଥର ଏବେ ବି ଅହ ରହ ଜଳୁଥିବା  ପ୍ରତିକ୍ଷା ର ଦୀପ ଭଲ ପାଇବାର ସଂଜ...

ଆସିଅଛି ଶୀତ ( ଶିଶୁ କବିତା)✓

ଆସିଅଛି ଶୀତ  ଟୋପା ଟୋପା ହେମ ଶିଶିର ବିନ୍ଦୁରେ               ପସରା ଖୋଲିଛି ଶୀତ ଭାନୁର ପ୍ରକୋପ ମଉଳି ଯାଇଛି               ହସୁଅଛି ବସୁମାତ। ଭିଜା କାକରର ଶୀତଳ ପରସ             ସୁନେଲି ନରମ ଖରା, ଜାଇ,ଯୁଇ,ହେନା,ଗେଣ୍ଡୁ, ସେବତୀ ରେ             ସୁନ୍ଦର ଦିଶଇ ଧରା। ସୋରିଷ ର କ୍ଷେତ ହଳଦୀ ଚାଦରେ              ତୋଳିନିଏ ସଭି ମନ କୁହୁଡି ପଣତେ ଢାଙ୍କି ହୋଇ ମହୀ            ହସେ ବନ,ଉପବନ। କାର୍ତ୍ତିକ ପରେ ମଗୁସୁର ଆସେ            ଲକ୍ଷ୍ମୀ ପୂଜା ଘରେ ଘରେ ଚାଉଳ ପିଠଉ ଝୋଟିର ଚିତାରେ          ଶଙ୍ଖ ହୁଳହୁଳି ସୁରେ। ଶୀତର ପ୍ରକୋପ ବେଖାତିର କରି         ଚାଷୀ ଯାଏ ପାଗ ଭିଡ଼ି ଗାଁ ପୁରୋହିତ ପୋଖରୀ ତୁଠରୁ            ଆସୁଛନ୍ତି ଥରି ଥରି। ସ୍ବେଟର,ଜ୍ୟାକେଟ,କମ୍ବଳ, ରେଜେଇ            ଲୋଡା ପଡ଼ିଲାଣି ଆଜି ଗରିବ ଲୋକଟି ଶୀତଳ ହେମାଳେ          ...

ନୁଆ ବରଷ ର ଆଗମନେ( ଶିଶୁ କବିତା)✓

ନୁଆ ବରଷ ର ଆଗମନେ ଆସ ଆସ ଭାଇ ନୁଆ ବରଷ ହସଖୁସି ଭାର ନେଇ ରାତି ବାରଟାରୁ ଦୁଆର ଖୋଲିକି  ବସିଅଛୁ ବାଟ ଚାହିଁ ଶୁଭ ହୁଳହୁଳି ଦେଇ ନାଚଗୀତ କରି ସ୍ବାଗତ କରୁଛୁ  ହାତେ ଫୁଲତୋଡ଼ା ନେଇ ନୁଆ ବରଷ ଗୋ ନୁଆ ବରଷ ଫୁଲ ପାଲିଙ୍କିରେ ଆସ ପାଟ ରୋଷଣୀ ରେ ଢଳି ଢଳି ତୁମେ  ଆମ ସାଥେ ମିତ ବସ ଦେଖ ଦେଖ ତୁମେ ଭାଇ ନବ ରୂପ କାନ୍ତି ଧାରଣ କରିଛି ହସୁଅଛି ମାତା ମହୀ ପୁରୁଣା ବରଷ ଛାଡି ଚାଲିଗଲା କେତେ ସ୍ମୃତି ସ୍ବପ୍ନ ଦେଇ ତୁମେ ଆସିଗଲେ ପୋଛି ଦେବ ଲୁହ  ମୁଖେ ହସ ଭରି ଦେଇ ତୁମରି ପଥକୁ ଚାହିଁ  ହିଂସା, ଦ୍ୱେଷ,ରାଗ ଦୂରେଇ ନବ ଯେ ଏକତାର ବାର୍ତ୍ତା ଦେଇ ଶୀତ ଭାଇ ଆସି ବଜାଇଲା ଶଙ୍ଖ  ତୁମେ ଗୋ ଆସିବ ବୋଲି କାକର ବିନ୍ଦୁ ରେ ଢଳ ଢଳ ଛବି ମନ ନାଚୁଅଛି ଖାଲି ଆସିଗଲା ଶୁଭବେଳ ପ୍ରିତୀ ର ପୁଲକେ ଶିହରିତ ଧରା କରିବ ତୁମକୁ ଗେଲ। କେତେ ବଣଭୋଜି କେତେ ସଜବାଜ  ଫଟୋସୁଟ ସେଲଫି ମନେ ଖେଳିଯାଏ ଖୁସିର ଲହର ମାଇଣ୍ଡ ହୋଇଯାଏ ଫ୍ରି ସ୍ବାଗତ ହେ ନୁଆ ଭାଇ ଲକ୍ଷେ ସପନକୁ ଫୁଲରେ ଝୁଲାଇ  ଦୁଃଖ,ଶୋକ ଯାଉ ଧୋଇ। ବିଶୁଦ୍ଧ ଭାବନା,ନିଃସ୍ବାର୍ଥ କାମନା ନୁଆ ପ୍ରତିଜ୍ଞାକୁ ନେଇ ଦୁଃଖ,ଅପମାନ କାହାକୁ ନ ଦେବୁ ଶପଥ କରୁଛୁ ଭାଇ ବାନ୍ଧି ସ୍ନେହଶ୍ରଦ୍ଧା ଡୋରି  ପୂର୍ବ ଭେଦଭାବ ଭୁଲିଯିବା ଆମେ ବଜାଇ ଖୁସିର ତୂରୀ।

ଏତିକି ଜାଣିଛି ମୁହିଁ (ଶିଶୁ କବିତା)✓

(ଏତିକି ଜାଣିଛି ମୁହିଁ) ସବୁ ଫୁଲ ନୁହେଁ ସୁବାସିତ ଫୁଲ          ବିଭୁ ପାଦେ ଲୋଡା ହୁଏ, ସବୁ ଫଳ ନୁହେଁ ଖାଇବାର ଯୋଗ୍ୟ          କିଏ ମିଠା , ଖଟା ଥାଏ।     ସବୁ ମଣିଷ ରକ୍ତ ରଙ୍ଗ ଲାଲ         ଗୁଣ ନୁହେଁ ଏକାପରି, ଧରମ କରମ ପ୍ରକୃତି ପ୍ରଭେଦ       କିଏ ନୁହେଁ କାହା ସରି। ପୂରବ ଦିଶାରେ ସୂରୁଜ ଉଇଁଲେ        ବିଶ୍ବ ହୁଏ ଉଦ୍ଭାସିତ, ତାରା ପଂକ୍ତି ମେଳେ ଚନ୍ଦ୍ରମା ହସିଲେ      ରାତ୍ର ହୁଏ ଉପଗତ। କାଉ,କୋଇଲି ଉଭୟ ରଙ୍ଗ କଳା      ସୁର ନୁହେଁ ଏକାକାର, କୋଇଲିର କୁହୁ ତାନ ସୁମଧୁର       କାଉର କର୍କଶ ସ୍ବର।   ନଦୀ ବୋହୁଥାଏ କୁଳୁ କୁଳୁ ହୋଇ       ପୁଷ୍କରିଣୀ ଜଳ ସ୍ଥିର, ଝରଣା ଯେ ବୋହେ ଝର ଝର ହୋଇ       କୁଳ ଯେ ପିଟଇ ଲହର। ପୃଥିବୀ ଗୋଟିଏ ମାଟି ମା ଗୋଟିଏ          ଭିନ୍ନ ଭିନ୍ନ ରୂପ ରଙ୍ଗ, କିଏ ଅଟେ ସୁଖୀ,କିଏ ଅଟେ ଦୁଃଖୀ         କିଏ ରାଜା କିଏ ରଙ୍କ। ଦେଉଳକୁ ଯାଇ ମାଗିଥାଉ ଭିକ୍ଷା       ସୁଖରେ ରହିବା ପାଇଁ,  ଭିକାରି ମାଗିଲେ ମୁଠାଏ ଚାଉଳ  ...

କୃଷ୍ଣ ସହ ହୋଲି

ହେ କୃଷ୍ଣ ... ମୋ ଅଳତା ଧାର ରୁ କାଣିଚାଏ ନାଲି ନେଇ ମୋ ଓଠର ମୁଠାଏ ଗୋଲାପୀ ରଙ୍ଗ ଛିଟାରେ ସଜେଇ ଦେବି ତୁମ କମନୀୟ କାନ୍ତି ମୋ କଜଳ ରୁ ଚିମୁଟାଏ ରଙ୍ଗ ଛଡେଇ ମନ୍ତ୍ର ଫୁଙ୍କି ନଜର ଛଡେଇବି ତୁମର ପାରିଲା ପଣକୁ ମୋ ଅଳଙ୍କାର ରୁ ଆଞ୍ଜୁଳାଏ ହଳଦିଆ ରଙ୍ଗ ହଳଦିମଖା କରିଦେବ ତୁମ ଚନ୍ଦ୍ର ବଦନ ମୋ ପ୍ରେମର ସବୁଜ ବନାନୀ ରୁ ରଙ୍ଗ ଚୋରେଇ କ୍ଷେପିବି ତୁମ ନାଭି ମଣ୍ଡଳ କୁ  ମୋ ଆଖିର ନୀଳିମା ଫୁର୍ କରି ଉଡି ଖୋଲିଦେବ ତୁମ ପ୍ରେମର ଫାଟକ ମୋ ଗଭା ଗଜରା ହାତରେ ପିଆଲା  ଧରି ସାତ ସୁରରେ ସଜେଇ ଦବ  ବଂଶୀର ମତୁଆଲା ମନକୁ ପ୍ରଣୟର ପିଚକାରୀରେ, ବସନ୍ତର ମଧୁ ଛୁଆଁରେ ମଦନ ପୁନେଇଁ ଜହ୍ନ ଚମକୁଥିବ ମୋ ମାନ ସରୋବର ରେ ଚିହ୍ନା ଚିହ୍ନା  ଲାଗୁଥିବା ନିଜ ପ୍ରତିବିମ୍ବ ରେ ଉଲ୍ଲସିତ ହବ ତୁମ ମନ ହେ ପ୍ରୀୟେ ...! ତୁମର କୃଷ୍ଣ ଛୁଆଁ ରେ ଦେହ ବଗିଚାରେ ମୋର ଫୁଟି ଯିବ ପୀରତି ର ଫୁଲକଢି ବାସ୍ କେବଳ ତୁମେ ଆଉ ମୁଁ  ଅନ୍ତହୀନ ପ୍ରେମର କୁହୁକ ଅବିର ନେଇ ପ୍ରୀତି ବସନ୍ତ ର ପହିଲି ଛୁଆଁ ରେ ମନଭରି ଖେଳୁଥିବା ହୋଲି।