Skip to main content

Posts

Showing posts from April, 2022

small pankti

[4/17, 11:32 PM] Minakshi Dwivedy: ଯୋଉଠି ସ୍ନେହ,ମମତା, ବିଶ୍ବାସ ଥାଏ ସେଠି ଛଳନା,ରାଗ,ଋଷା ନ ଥାଏ,  ଥାଏ କେବଳ ମାନ,ଅଭିମାନ... ସେହି ଅଭିମାନ ପାଣି ଫୋଟକା ପରି ଟିକେ ସ୍ନେହ ରେ ମିଳେଇ ଯାଏ। [4/17, 11:42 PM] Minakshi Dwivedy: ଗୋଟିଏ ମା ପେଟରୁ ଜନ୍ମିତ ସଂତାନ ସମସ୍ତେ ସମାନ ନୁହନ୍ତି। ସଂସ୍କାର ଓ ନୈତିକତା ତ ସମସ୍ତ ଙ୍କ ପାଇଁ ସମାନ ଥାଏ। କିନ୍ତୁ ଗ୍ରହଣ କରିବାର ଶକ୍ତି ଉପରେ ନିର୍ଭର କରେ ତୁମ ଚରିତ୍ର। [4/21, 12:33 AM] Minakshi Dwivedy: ଦୀପ ମାଟିର ହଉ କି ସୁବର୍ଣ୍ଣ ର ସେ ଯେମିତି ପରିବେଶକୁ ଆଲୋକିତ କରେ ସେମିତି ଜ୍ଞାନୀ ଲୋକ ଗରିବ ହଉ କି ଧନୀ ସେମାନେ ସେମିତି ଚତୁର୍ଦ୍ଦିଗେ ଜ୍ଞାନାଲୋକ ବିତରଣ କରିଥାନ୍ତି। [4/21, 12:36 AM] Minakshi Dwivedy: ଚେହେରା ସୁନ୍ଦର ହଉ କି ନହେଉ ଭାଷା ସୁନ୍ଦର ହେବା ଦରକାର। ସମୟ ସହ ଚେହେରା ତ ଢଳି ପଡ଼ିବ  ଭାଷା କିନ୍ତୁ ସର୍ବଦା ମନେ ରହିଯିବ। [4/21, 12:38 AM] Minakshi Dwivedy: କାହାକୁ କିଛି  ଗାଳି ଦେବା ପୂର୍ବରୁ କି କଟୁ କଥା କହିବା ପୂର୍ବରୁ ଭାବିଚିନ୍ତି କରି କୁହ, ଥରେ ପାଟିରୁ ଖସିଗଲେ ଆଉ ଫେରେଇ ନେଇ ହୁଏନି ।

ମାଟିର ନିରବତା

*ମାଟି ର ନିରବତା* ବୁଝି କି ପାରିଛ ମାଟିର ନିରବତା...??? ମାଟିର ସ୍ବପ୍ନ ଅଛି,ତାର ମନ ଅଛି, ଅଭିମାନୀ ମାଟି ଭିଜି ଯାଇଛି ଲୋକଙ୍କ ରକ୍ତରେ, ଅହଙ୍କାରୀ ସମ୍ରାଟଙ୍କ ଆକ୍ରମଣରେ, ସ୍ବାଧୀନତା ର ମଞ୍ଜି ପୋତି ସଂଗ୍ରାମ କରିଥିଲା, ସ୍ନେହ ର ବନ୍ୟା ରେ ନିଜେ ଗାଧୋଉଥିଲା, ଆକାଶକୁ ଲମ୍ବିଥିବା ମେଘଙ୍କ ପାହାଚରେ ତା ଦେହରୁ ଗଜୁରୁଥିବା ଗଛ,ପତ୍ର ଙ୍କ ରହସ୍ୟ ଖୋଜୁଥିଲା, ତା ହୃଦୟର ସାବଜା ପୃଷ୍ଠା ରେ ଇତିହାସ ଲେଖୁଥିଲା, ଭୁଲି ଯାଇଥିଲା ଯେତିକି ଅନିଦ୍ରା,କ୍ଷୋଭ,ରୋଗ,ରାଗ। ସମୟର ସ୍ମୃତି ର ଅରଣ୍ୟ ରେ ଶୁଭୁଥିଲା ତା'ର ଭଲ ପାଇବାର ସ୍ବର, ତା'ର କ୍ରାନ୍ତିର ସ୍ବର, ତା'ର ନିରୀହ ଆତ୍ମା ର ସ୍ବର। ଆଜି ସବୁ ଦୁର୍ବନିତ ଅନ୍ଧାର ରେ ଅନ୍ଧ ପରି ଧସି ଧସି ଯାଉଛନ୍ତି, ଆତ୍ମଘାତୀ ହୋଇ ହୁତୁ   ହୁତୁ ଜଳୁଛନ୍ତି, ଅହେତୁକ ମାୟାରେ,କ୍ରୋଧରେ, ଦେଶର ସୀମାରେଖା ପାଇଁ ଧୂ ଧୂ ବିଧ୍ବସ୍ତ, ଶୂନ୍ୟତା ସହ ଅନ୍ତହୀନ ଲଢେଇରେ, ଘର ଫେରା ଚଢ଼େଇର କ୍ଳାନ୍ତ ଡେଣାରେ, ଏଇଠି ତ ତାର ଜନ୍ମ ଯେବେ ପଚାରିବ ନିଜକୁ କୁଆଡେ ସେ ଯିବ..... ମାଟି ହିଁ ବୁଝେଇଦବ ଦୁନିଆର ଅର୍ଥ, ଯେଉଁ ମାଟିରେ ସେ ନାଚୁଥିଲା ସେଇ ସ୍ବପ୍ନ,ସେଇ ସ୍ବର,ସେଇ କମ୍ପନ ମିଶିଯିବ ସେଇ ନାଲି ମାଟିର ଆତ୍ମା ଭିତରେ। ଅବଚେତନ ମନ ହରାଇବ ତାର ଶ୍ରେଷ୍ଠତା, ତାର ଗର୍ବ, ପ୍ରଲୋଭନ, ଜୀବନ କୁ ଅଭିନୟ କରୁଥିବା  ଥେଇ ଥେଇ ହୋଇ ନାଚୁଥିବା ନିତ୍ୟ ପ୍ରତାରଣା, ଯାବତୀୟ ମିଥ୍ୟା ତାର...

ପ୍ରଫୁଲ୍ଲ କର ଙ୍କୁ ଶ୍ରଦ୍ଧାଞ୍ଜଳି

ନାଚ ନାଚ ସଜନୀ ନାଚରେ..... ହଁ.... ଆମେ ସମସ୍ତେ ଏମିତି ଜୀବନର ରଙ୍ଗ ମଞ୍ଚ ରେ ଗୋଟେ ଗୋଟେ କଳାକାର। ପ୍ରଭୁଙ୍କ ମାୟା ରେ ବାୟା ହୋଇ ସମସ୍ତେ ନାଚୁଛେ। ଜାଣିଛେ ମୃତ୍ୟୁ ହିଁ ସତ୍ୟ ଓ ଚିରନ୍ତନ। ତଥାପି ନାଚୁଛେ ପାପ , ପୂଣ୍ୟ ରେ ଗର୍ବ ଅହଙ୍କାର ରେ, ସ୍ନେହ, ପ୍ରେମ ରେ ଟଙ୍କା ପଇସା ରେ  ଏମିତି ଅନେକ କିଛି। ଋତୁ ବଦଳେ,ବୟସ ବଦଳେ , ବଦଳେ ନାହିଁ କେବଳ ମୃତ୍ୟୁ। ଆମର ସେହି ପୂଣ୍ୟ ମହାତ୍ମ୍ୟ ପ୍ରଫୁଲ କର ମୃତ୍ୟୁ ଜାଲରେ ଛନ୍ଦି ହୋଇ ଶୋଇ ଯାଇଛନ୍ତି।  ତାଙ୍କ ଯାତ୍ରା ପଥ ର ଜବନୀକା ପଡି ଯାଇଛି। ଆନନ୍ଦ ନନ୍ଦନେ ପ୍ରୀତି ପାରିଜାତ ଫୁଟାଇ ଯୋଉ  ସୌରଭ ବିତରଣ କରିଛନ୍ତି ତାହା ଆମ ପାଇଁ ଅମୃତ ସମ। ସେ ତାଙ୍କ କର୍ମ ରଥରେ ନିଷ୍ଠାପର ବ୍ରତୀ ଥିଲେ। ଜୀବନର ବିଜୟ ପଥରେ ପ୍ରଦୀପ ଜାଳି,ହର୍ଷର ମାଦକତା ଭରି ଭାବର ପ୍ରସାର କରିଥିଲେ। ତାଙ୍କର ସାମ,ରସ ଗୀତି ,ଆନନ୍ଦ ର ଜ୍ୟୋତି ଅନ୍ତର ତଳେ ମୁଗ୍ଧ ପ୍ରତିଧ୍ଵନି ତୋଳେ। ବିଯୋଗ,ସଂଯୋଗ ଗମନାଗମନ ତ ସଂସାରରେ ଚାଲିଛି ଏମିତି ଚାଲିଥିବ । କିନ୍ତୁ ରହିଯାଏ ଅମର,ଅକ୍ଷୟ କୀର୍ତ୍ତି। ଆମର ଏଇ *ପ୍ରତିଶୃତି ପରିବାର* ତରଫରୁ ସେଇ କର୍ଣ୍ଣଧାର,ମହନୀୟ ଆତ୍ମା ଙ୍କୁ ଶତ ଶତ ଭକ୍ତିପୂତ ଶ୍ରଦ୍ଧାଂଜଳି।

ଛୋଟ ପଂକ୍ତି

[4/8, 11:46 PM] Minakshi Dwivedy: ସମୟ ଆସିଲେ ମୁଁ  ଆପେ ଆପେ ଧରା ଦେବି  ହେ ମୃତ୍ୟୁ...!!! ଏବେ ତ ଶାନ୍ତି ରେ ଟିକେ ବଂଚିବାକୁ ଦେ... ମନଭରି ଭଲ ପାଇବାକୁ ଦେ.... [4/11, 7:39 PM] Minakshi Dwivedy: ମୋ ସ୍ମୃତି ପାଉଁଶ ରୁ ଟିକେ ନେଇ ମଥାରେ ମାରିକି ଦେଖିବ  ମୁଁ ତୁମକୁ କେତେ ଭଲ ପାଉଥିଲି ଜାଣି ପାରିବ।।। [4/12, 11:32 AM] Minakshi Dwivedy: ତୁମେ ମୋ ପାଇଁ ଏକ ସୁନ୍ଦର କବିତା, ମୁଁ ତୁମ ପାଇଁ ଏକ ଜଳନ୍ତା ସଳିତା। ତୁମେ ମୋ ହୃଦୟର ସାଇତା ମୁକୁତା.... ମୁଁ ତୁମ ପାଇଁ କିନ୍ତୁ ଚୀର ଅଭିସପ୍ତା। [4/12, 11:44 AM] Minakshi Dwivedy: ନୂଆ ପତ୍ର କଅଁଳିବାକୁ ହେଲେ ଗଛ କୁ ପ୍ରଥମେ ସବୁ ପତ୍ର ହରେଇବାକୁ ପଡିଥାଏ। ସେମିତି ସୁଖର ସ୍ବାଦ ପାଇବାକୁ ହେଲେ ପ୍ରଥମେ ଦୁଃଖ ର ସ୍ବାଦ ଅନୁଭବ କରିବାକୁ ପଡିଥାଏ।

ଛୋଟ ପଂକ୍ତି

[4/6, 11:31 AM] Minakshi Dwivedy: ଯେଉଁଠି ନିଜ ନିଃଶ୍ବାସ ଭି ସାଥୀ ଛାଡିଦିଏ ସେଠି ମୋର ମୋର ହୋଇ ଲାଭ କ'ଣ...??? [4/6, 11:34 AM] Minakshi Dwivedy: ଆଜି ଅଛୁ କାଲିକୁ ନାହିଁ ଏହା ଭାବି ପ୍ରତି ମୂହୁର୍ତ୍ତ ଖୁସିରେ ବଞ୍ଚିବାକୁ ଚେଷ୍ଟା କରିବା କିଏ ଜାଣେ କାଲିର ସୂର୍ଯ୍ୟୋଦୟ ଆମ ଭାଗ୍ୟ ରେ ଅଛିକି ନାହିଁ..!!! [4/7, 9:26 AM] Minakshi Dwivedy: ବିଶ୍ବାସ ର ଅମ୍ଳଜାନ ରେ ଯଦି ସ୍ନେହ, ମମତାର ଉଦଜାନ ମିଶ୍ରଣ ହୋଇଯା'ନ୍ତା.... ତେବେ ଜୀବନ ର ଗତି ତରଳ,ସରଳ,ସ୍ବଚ୍ଛ ମୟ ହୋଇଯା'ନ୍ତା। [4/7, 9:35 AM] Minakshi Dwivedy: ମିଛରେ ମିଛରେ ଭାବି ମୁଁ ନେଇଛି  ତମେ ମତେ ଭଲ ପାଅ ସେଇ ମିଛ ମତେ ସୁଖ ଦଉଛି ସତ ଦିଏ ଖାଲି ଲୁହ। [4/7, 10:33 AM] Minakshi Dwivedy: ମୋ ଆଖିରେ ଲୁହ ହୋଇ ରହିଯାଅ  ଦେଖିବ ସେହି ଲୁହ କୁ କେବେ ତଳେ ପଡିଯିବାକୁ ଦେବିନି, ସବୁବେଳେ ସାଇତି ରଖିବି।

ପଂକ୍ତି

[4/4, 11:04 PM] Minakshi Dwivedy: ନିଜର ଭୁଲ ଶୁଣିବାର ଯଦି କ୍ଷମତା ନାହିଁ ଅନ୍ୟର ଭୁଲ ଧରନ୍ତୁନି। [4/4, 11:09 PM] Minakshi Dwivedy: ପିତା ମାତା ଙ୍କ ସହ ସଂପର୍କ ଛାଡିଦେଲେ ସବୁ ସଂପର୍କରେ ଦିଆନିଆ ଭାବ ଥାଏ।

ବିରାମ

ଏ ସଜ ଫୁଟା ସକାଳର ଉଚ୍ଛ୍ୱାସ ମୁହୁର୍ତ୍ତ, ମିଳନର ଲଗ୍ନେ ଆଜି ମଳିନ ତା"ସର୍ତ୍ତ। ଏ ତରଳ ସଂନ୍ଧ୍ୟାରେ ମଳୟର ପ୍ରଲେପ, ସ୍ଵର୍ଣ୍ଣାଭ ଆଶା ଖୋଜେ ପ୍ରଣୟର ତାପ। ଏ ନିସ୍ତବ୍ଧ ରଜନୀ ତାର ଭୁରୁ ଭୁରୁ ବାସ, ମୁଦ୍ରିତ ଚକ୍ଷୁ ଚାହେଁ ଚୁମ୍ବନ ର ସ୍ପର୍ଶ। ଛନ୍ଦମୟ ଦିନ ନାହିଁ, ସୁରଭିତ ରାତ୍ର, ଅଶ୍ରୁଳ ଅଲୌକିକେ ଲଭିଛି ବିନିଦ୍ର। ମୃତ୍ୟୁ ହୁଏ ଦୁର୍ଲଭ ପଥଶ୍ରାନ୍ତ ତୃଷ୍ଣା, ଦଗ୍ଦିଭୂତ ବନାନୀ ନାହିଁ ତାର ଜ୍ୟୋସ୍ନା। ଆହତ, ପରାସ୍ତ ଆଜି ଆବେଗ ସଂବେଗ, ଶ୍ବେତ ଫର୍ଦ୍ଦେ ରହିଗଲା କାଳିମାର ଦାଗ। ଅଧାଗଢ଼ା ପ୍ରେମ କାବ୍ୟେ ଭଙ୍ଗୁର ତା' ମନ, ପ୍ରତିକ୍ଷାର ଜତୁ ଗୃହେ ବିଷର୍ଣ୍ଣ ବଦନ। ଯୁଗାଯୁଗାନ୍ତର ସାକ୍ଷୀ ଶାଶ୍ଵତ ସେ ପ୍ରେମ,  ରିକ୍ତ ସିକ୍ତ ଆତ୍ମା ଶେଷେ ଖୋଜଇ ବିରାମ।