Skip to main content

Posts

Showing posts from October, 2023

ମୋ ସ୍କୁଲ ଯୋଜନା...**ବିଜ୍ଞାନ ପ୍ରଦର୍ଶନୀ ସଭାଗୃହ ଉଦ୍ଘାଟିତ...*

*ମୋ ସ୍କୁଲ ଯୋଜନା...* *ବିଜ୍ଞାନ ପ୍ରଦର୍ଶନୀ ସଭାଗୃହ ଉଦ୍ଘାଟିତ...* ମୋ ସ୍କୁଲ କାର୍ଯ୍ୟକ୍ରମ ଓଡିଶା ସରକାରଙ୍କର ଏକ ଅନନ୍ୟ ଯୋଜନା। ସରକାରୀ ସ୍କୁଲ ମାନଙ୍କର ଭିତ୍ତିଭୂମି ଏବଂ ଶିକ୍ଷା ସ୍ତରର ବିକାଶରେ ପ୍ରାକ୍ତନ ଛାତ୍ର ଛାତ୍ରୀ ମାନଙ୍କୁ ଭାଗିଦାରୀ କରାଇବା ଉଦ୍ଦେଶ୍ୟ ରେ ମୋ ସ୍କୁଲ ଯୋଜନା ଏକ ସଫଳ ପ୍ରୟାସ। ଏଇ ଯୋଜନା ମାଧ୍ୟମରେ ଯଦି କୌଣସି ପୁରାତନ ଛାତ୍ର ଛାତ୍ରୀ ସ୍କୁଲର ବିକାଶ କାମ ପାଇଁ କିଛି ଅର୍ଥ ଦାନ କରନ୍ତି ତେବେ ଓଡିଶା ସରକାର ସେହି ଦାନର ଦୁଇଗୁଣ ଅର୍ଥ ପ୍ରଦାନ କରନ୍ତି ଏବଂ ତାହାର ଏକ ପାଣ୍ଠି ସୃଷ୍ଟି କରି ସ୍କୁଲର ପ୍ରଧାନ ଶିକ୍ଷଙ୍କର ତତ୍ତ୍ବାବଧାନରେ କାର୍ଯ୍ୟ ସମ୍ପାଦନ ହୋଇଥାଏ। ନିଶ୍ଚିନ୍ତକୋଇଲି, ୧୪୧୦ ବରାଦୋ ପଞ୍ଚାୟତ ପାଟପୁରସ୍ଥିତ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମୋ ସ୍କୁଲ ଯୋଜନାରେ ୧୫ଲକ୍ଷ ଟଙ୍କା ବ୍ୟୟରେ ବିଜ୍ଞାନ ପ୍ରଦର୍ଶନୀ ସଭା ଗୃହ ନିର୍ମାଣ କରାଯାଇଛି। ଶ୍ରୀମତୀ କମଳ କୁମାରୀ ଦ୍ବିବେଦୀ, ୮୩ ବୟସ୍କା , ବାପୁଜୀ ସରକାରୀ ବିଦ୍ୟାଳୟର ପୁରାତନ ଛାତ୍ରୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପରାମର୍ଶ କରି ବିଦ୍ୟାଳୟରେ ଏକ ସଭାଗୃହ ନିର୍ମାଣ କରିବା ଉଦ୍ଦେଶ୍ୟରେ ୫ଲକ୍ଷ ଟଙ୍କା ସ୍କୁଲର “ମୋ ସ୍କୁଲ” ଖାତାରେ ଜମା କରିଥିଲେ। ନିୟମ ଅନୁସାରେ ଓଡିଶା ସରକାର  ତରଫରୁ ଉକ୍ତ କାର୍ଯ୍ୟ ପାଇଁ ୧୦ ଲକ୍ଷ ଟଙ୍କାର ଅନୁଦାନ ଆସିଥିଲା।  ଶ୍ରୀମତୀ କମଳ କୁମାରୀ ଙ୍କର ସ୍ବର୍ଗ...

କିଏ ବଡ.... ଶିଶୁ କବିତା ✓

କିଏ ବଡ.... ଚାଟଶାଳୀରେ ମୁଁ ପଚାରିଲି ଦିନେ ଗୁରୁଙ୍କୁ ନମନ କରି, ଧନ ବଡ଼ କି ଜ୍ଞାନ ବଡ଼ ଏଠି କୁହଯେ ବିସ୍ତାର କରି। ମୁଣ୍ଡ ମୋ ଆଉଁସି ଗୁରୁଜୀ କହିଲେ ମନ ଦେଇ ବାବୁ ଶୁଣ, ଧନ ଠାରୁ ବଡ଼ ଜ୍ଞାନ ର ମହିମା କହୁଛି ତାହାର ଗୁଣ। ଧନ ଥିଲେ ଲୋକ ଗର୍ବ,ଅହଂକାରେ ସମ୍ପର୍କ ହୁଅଇ ତିକ୍ତ, ଜ୍ଞାନ ଭରିଦିଏ ଅନ୍ଧାରେ ଆଲୋକ ସମସ୍ତେ ବସନ୍ତି ମିତ। ଜ୍ଞାନକୁ ବାଣ୍ଟିଲେ କେବେ ନ ସରଇ ସମୁଦ୍ର ବାଲୁକା ସମ, ଧନର ଜୀବନ କ୍ଷଣେ କ୍ଷଣେ ଆନ ଅସ୍ତିତ୍ବ ତା'ର ବିଷମ। ଧନ ପାଶେ ଥିଲେ ବିପଦ ନିଶ୍ଚିତ ମନରେ ଜାଗଇ ଭୟ, ଜ୍ଞାନର ଜ୍ୟୋତି ରେ ମନ ପ୍ରାଣ ଶାନ୍ତ ଧର୍ମ ର ଯେ ହୁଏ ଜୟ। ମଲାବେଳେ କେହି ଧନକୁ ସାଥୀରେ ନେବେ ନାହିଁ ଏହା ଜାଣ, ଜ୍ଞାନ ବିତରିଲେ ରହିବ ଗାରିମା ଝୁରିବ ସଭିଙ୍କ ମନ। ଧନ ଠାରୁ ବଡ଼ ଜ୍ଞାନ ମାପକାଠି କରିବନି ତାକୁ ହେଳା, ବିଦ୍ୟା ଅଟଇ ମହାଧନ ଜାଣ ବୁଡିବନି କେବେ ଭେଳା। ମିନାକ୍ଷୀ ଦ୍ବିବେଦୀ ୭୯୭୮୦୮୨୮୩୪

ସ୍ବପ୍ନିଳ ସହର ଭୁବନେଶ୍ବର

ସ୍ବପ୍ନିଳ ସହର ଭୁବନେଶ୍ବର ଛଳଛଳ କଳକଳ ମନୋଇ  ସପନ ସୁନ୍ଦରୀ ରାଜଧାନୀ  ଭୁବନେଶ୍ବର ୭୫ ବୟସ୍କା  ଧାଁ ଗିଡି ଗିଡି,ଧାଁ ଗିଡି ଗିଡି  ଜୀବନ ପଶା ପାଲିରେ ହାର୍ ,ଜିତ୍,ହସ,ଲୁହର ପଣତ ଲମ୍ବେଇ ଦେଇଛି ଖଣ୍ଡଗିରି ରୁ ଚନ୍ଦକା ଯାଏଁ.. ରାତ୍ରପରି ଦୀର୍ଘ ତା କବରୀରେ ବୋଝେ କ୍ଳାନ୍ତି,ବୋଝେ ଅସହ୍ୟ ପଣକୁ ଛାତିରେ ଜାକି ଭ୍ରମର ର ଶେଷ ଦଂଶନ କୁ  ସହି ନେଇଛି, ବନ୍ୟା,ବାତ୍ୟା ର ଅସରା ଆଲିଙ୍ଗନରୁ ଛଦ୍ମବେଶୀ ଆଲୁଅର ତୀବ୍ର ଦଂଶନ ରୁ ଚେତନା ତା ଟଳମଳ , କିଛି ବିଷର୍ଣ୍ଣ,ବିବର୍ଣ୍ଣ ସ୍ବପ୍ନ ରେ କେତେ ସରକାରୀ, ବେସରକାରୀ ଶଦ୍ଦ ର ଦାମ୍ ରେ  ଚାଲାଣ ତା ଭାଗ୍ୟ, କେତେ ବା ହିସାବ ରଖିବ? ବ୍ୟସ୍ତତା ର ମହାନାଟକରେ ଆଶାର ମଶାଲ ଧରି କେତେ ଭିକ୍ଷୁକ,ଶ୍ରମିକ  ଗୋଡ଼ କାଢିଛନ୍ତି, ବିନା ପାଉଣାରେ ଯେ କେହି ନୁହେଁ କାହାର  ଏଠି ଫୁଲ ଫୁଟେ, ଫୁଲ ଝରେ,ଫୁଲ ମହକେ ପତ୍ର କଅଁଳେ, ପ୍ରାତଃ ଘଣ୍ଟ ,ଶଙ୍ଖ ଧ୍ୱନି ଶିଳା ଶିଳ୍ପୀ ର ପଟୁଆର  ଚମ୍ପା,ବଉଳ ମହକ ଲାଜେଇ ଫୁଲେଇ କୃଷ୍ଣଚୁଡାର ଭାବ ଦିଆ ନିଆ, ଗୋଲାପୀ ପାଖୁଡାର ପ୍ରେମର ଫସଲ ଝଲମଲ ଚାଦରରେ  ଘୋଡେ଼ଇ ହେଇ  ବୁଲୁଥାଏ ଅଦୃଶ୍ୟ ସୀମାରେ, ହସ ଏଠି ମିଛ  ଲୁହ କିନ୍ତୁ ଅସଲ, ପିଲା ଦିନୁ ଶୁଣୁଥିବା  ବୁଢ଼ୀ ମାଆ ଗପରେ  ସୁନ୍ଦରୀ ତରୁଣୀ ଆଜି ପ୍ରେମ ରଙ୍କୁଣୀ ,ପଥହରା ବାୟାଣୀ, କେତେ କେତେ ମେଣ୍ଢା ପଲ  ପଶି ଆସି...

ପ୍ରିୟା କୁ ପଦେ

*ପ୍ରିୟା କୁ ପଦେ* ଧୀର ନେତ୍ର ପ୍ରାନ୍ତେ ପ୍ରେମାଙ୍ଗୀ ପ୍ରତିମା ମୃଦୁ ପାଦ ପଦ୍ମ ସୁନେଲି ଚନ୍ଦ୍ରମା, କନକବରନୀ ତୁମ ଅଙ୍ଗ ଅଙ୍ଗ ଶିରୀ ସ୍ବପ୍ନ ମିଶା କଳ୍ପନା ରୂପସୀ କାଉଁରୀ, ଗୁଣୁ ଗୁଣୁ ଗାଏ ମୋ ମନ ଭ୍ରମର ଇଛା ର ନଈ ତୁମେ ଆଲୋକର ଢେଉ ଝର, କୁହହେ .. ପ୍ରାଣବଲ୍ଲଭୀ କେତେ ପ୍ରତୟ ସାଇତିଛି ତୁମ ଦୁଇ ନୀଳ ଆଖି ବିଶ୍ବାସ ର ମଧୁ ଗାଇ ଜହ୍ନ କୁ କରିଛ ସାକ୍ଷୀ, ଆକାଶ ମାଟି ଗାଏ ମଧୁର ମିଳନ ଗୀତି ଲୁଚି ରୁହ ମୋ ଛାତିରେ ରଜନୀ ଯାଉଛି ବିତି, କାମନା,ବାସନା ଜାଲେ ଏ ବିଦଗ୍ଧ ହୃଦୟ  ଦିଅ ପୂର୍ଣ୍ଣ ଅନୁଭବ ତୁମ ପ୍ରୀତି ପ୍ରଣୟ ତୁମ ପ୍ରେମ ଛନ୍ଦ ସୁର ହୃଦ କୁଞ୍ଜେ ସଂଚରେ ଶ୍ବାସ ଚେତନାର ଆଇନା ରେ  ଦିଅ ମୃଦୁ ଶୀତଳ ସ୍ପର୍ଶ।

ନିଶୀଥ ଜହ୍ନ

*ନିଶୀଥ ଜହ୍ନ* ଏତେ ଘଟିଗଲା ପରେ କହୁଛ...."କିଛି ଘଟି ନାହିଁ" କଳା ଘୂମର ବହ୍ନି ପରି ଯନ୍ତ୍ରଣା, ନର୍କ ଝାସ ପରି ନିର୍ଯ୍ୟାତନା, କାନଫଟା ଶଦ୍ଦ ଙ୍କ ବ୍ୟୁହରେ ନିଷ୍ଠୁରତା ଆଉ କ'ଣ ବା ଦେଖିଥାନ୍ତ..?? ଲକ୍ଷେ ମହୁମାଛି ର ଦଂଶନ, ନା ବିଷଝରା ବିପୁଳ ପୃଥିବୀରେ ଅର୍ପଣ ହେଉଥିବା ଶେଷରକ୍ତ, ନିର୍ଜନ ଦ୍ବିପହରରେ ବୁଲା କୁକୁର ପରି ପଶି ଆସୁଥିବା କାମୁକ ଅନ୍ଧହିଂସ୍ରକ, ବାର ବର୍ଷ ଧର୍ଷିତା ଝିଅର ଶବ.. ଆଉ କ'ଣ ଦେବ ପ୍ରମାଣ..? ଅର୍ଥ ଉପାର୍ଜନର ଅନ୍ଧ କାମନାରେ ଚାଲାଣ ହେଉଥିବା ନାବାଳିକା, ଦଗାଦିଆ ଶଠ ପ୍ରବଞ୍ଚକ ପ୍ରେମିକର ପ୍ରେମ ଜାଲରେ  ବଳି ପଡିଥିବା କୁମାରୀତ୍ବ, ଆଜି ବି ସେ ବିବସନା  ମୁଖା ପିନ୍ଧା ସଭ୍ୟ ସମାଜର କୁରୁସଭାରେ  ପଥରର ଅହଲ୍ୟା ଛଦ୍ମ ଅଭିଶାପରେ ବାଜି ହାରି ଯାଇଛି, ଦଦରା ପ୍ରେମ ର ଏସିଡ ଛିଟା, କ'ଣ ସେତିକି ଯଥେଷ୍ଟ ନୁହେଁ....? ସ୍ବପ୍ନ ଟିଏ ଦେଖିବା ଆଶାରେ ଶୂନ୍ୟତା କୁ ଆଲିଙ୍ଗନ କରିଛି, ପହଁରୁଛି କପଟୀର କପଟ ମନ୍ତ୍ରଣା ରେ ନଣନ୍ଦ, ଶାଶୁଙ୍କ ଯୌତୁକ ଯନ୍ତ୍ରଣା ଜଳୁଥିବା ଯୁଈ.. ଅଫିସ ଫେରନ୍ତା ସେଇ ଅଶ୍ରୁ ସିକ୍ତ ଆଖି, କ'ଣ ବା ଆଉ ଦେବ ସଠିକ ପ୍ରମାଣ..? ସମାଜ,ମାଗାଜିନ୍ ତୁହାକୁ ତୁହା ଭାଷଣ, ନିର୍ମାଖୀ ମେରୁଦଣ୍ଡ ଭିତରେ  ବିଦ୍ଧ ହୋଇଯାଏ ଉଲକାଟିଏ ପରି,  କିଏ ବା ଜାଣେ ଏ ସମାଜରେ କିଏ ଶଠ କିଏ ଶ୍ରେଷ୍ଠ... ପ୍ରାତଃ କୁ ଅନେକ ବାଟ, କାନ୍ଦୁରା ଆକାଶରୁ ବରଫ ଝଡେ, ନିଶାଖ...

ଅମ୍ଳାନ ପ୍ରତିଭାର ଅଧିକାରିଣୀ,ବିଂଶ ଶତାବ୍ଦୀର ଯୁଗ ପ୍ରବର୍ତ୍ତିକା, ସୁଲେଖିକା: ସରଳା ଦେବୀ

*ଅମ୍ଳାନ ପ୍ରତିଭାର ଅଧିକାରିଣୀ,* *ବିଂଶ ଶତାବ୍ଦୀର ଯୁଗ ପ୍ରବର୍ତ୍ତିକା, ସୁଲେଖିକା: ସରଳା ଦେବୀ* (୧) ନାରୀ ଜାଗିଲେ  ପରିବାର ଜାଗିବ, ପରିବାର ଜାଗିଲେ  ଦେଶ ଜାଗିବ। ଏଇ ନାରା ଦେଇଥିଲେ ପ୍ରଥମ ମହିଳା ନେତ୍ରୀ  "ସରଳା ଦେବୀ" ସରଳା ଦେବୀ (୧୯ ଅଗଷ୍ଟ ୧୯୦୪ - ୪ ଅକ୍ଟୋବର ୧୯୮୬ )  ଜଣେ ଭାରତୀୟ ସ୍ୱାଧୀନତା, ସାମାଜିକ କାର୍ଯ୍ୟକର୍ତ୍ତ୍ରୀ, ନାରୀବାଦୀ, ସ୍ୱାଧୀନତା ସଂଗ୍ରାମୀ ଓ ଏକ ଲେଖିକା ମଧ୍ୟ ଥିଲେ। ବିଂଶ ଶତାବ୍ଦୀରରେ ଓଡ଼ିଶାର ସାମାଜିକ,ସାଂସ୍କୃତିକ,ରାଜନୈତିକ ପ୍ରକ୍ଷାପେଟରେ ସରଳା ଦେବୀ ଏକ ସ୍ପର୍ଦ୍ଧିତ ଉଚ୍ଚାରଣ। ଆମ ଦେଶ ଅନେକ ବୀର ପୁତ୍ର,ପୁତ୍ରୀଙ୍କ ପବିତ୍ର ରକ୍ତ ବଳିଦାନରେ ସ୍ବାଧୀନତା ଲାଭ କରିଛି ଭାରତ। ବର୍ଷ ବର୍ଷ ଧରି ଫିରିଙ୍ଗି ଶାସନରୁ  ମୁକ୍ତ ହୋଇ ଭାରତ ୧୯୪୭ ମସିହାରେ ସ୍ୱାଧୀନିତା ହାସଲ କଲା। ସ୍ୱତନ୍ତ୍ରତାର ଏହି ଆନ୍ଦୋଳନରେ ଆମ ସମାଜର ସବୁ ବର୍ଗର ଲୋକ ପୁରୁଷ/ମହିଳା  ସାମିଲ ହୋଇଥିଲେ। ଏମିତି ଅନେକ ମହିଳା ସ୍ୱାଧୀନତା ସଂଗ୍ରାମୀ ଥିଲେ ଯେଉଁମାନେ ଦେଶର ସ୍ୱାଧୀନତାରେ ଯୋଗ ଦେଇ ଥିଲେ। ସେହି କେତେ ଜଣ ମହିୟସୀ ମହିଳା ସ୍ବାଧୀନତା ଆନ୍ଦୋଳନ କାରୀ ,ନାରୀ ଜାଗରଣ,ସାହିତ୍ୟ ସେବା କ୍ଷେତ୍ରରେ ଅନେକ ଦିଗଦର୍ଶକ ଭିତରୁ ସରଳା ଦେବୀ ହେଉଛନ୍ତି ଏକ ଜ୍ୱଳନ୍ତ ଉଦାହରଣ। ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ଇଂରେଜ ସରକାର ଅଧୀନରେ ଥିବା ବେଳେ ଭାରତରେ ନାରୀ ମାନଙ୍କର ସାମାଜ...