*ଆମେ ସମସ୍ତେ ପରିବର୍ତ୍ତନ ର ପ୍ରବାହମାନ ସ୍ରୋତରେ... ପରିଣାମ...*??? ସମୟ,ମାସ,ବର୍ଷ,ଏମିତିକି ଋତୁ ର ସର୍ବଦା ପରିବର୍ତ୍ତନ ହୋଇଥାଏ। ପରିବର୍ତ୍ତନ ହେଉଛି ପ୍ରକୃତିର ନିୟମ। ପରିବର୍ତ୍ତନ କିନ୍ତୁ ପ୍ରାକୃତିକ ଓ କୃତ୍ରିମ ହୋଇପାରେ।ସମାଜରେ ଏହି ପରିବର୍ତ୍ତନ ଏକ ନିରବଚ୍ଛିନ୍ନ ଅଙ୍ଗ ଅଟେ। ପ୍ରାଚୀନ ସଭ୍ୟତାରୁ ଆଧୁନିକ ସଭ୍ୟତା ର ପରିବର୍ତ୍ତନ ହୋଇଥାଏ। କିନ୍ତୁ ଏହାର ମୌଳିକତା ଓ ବିଶେଷତ୍ଵ ସବୁବେଳେ ଅକ୍ଷୁର୍ଣ୍ଣ ରହିଥାଏ।ଏହା ସ୍ବାଭାବିକ ସାମାଜିକ ପ୍ରକ୍ରିୟା ଅଟେ।ଆମେ ଭାବୁ ଯୁଗ ଏତେ ଆଧୁନିକ ହେଲାଣି ଏତେ ପରିବର୍ତ୍ତନ ହେଲାଣି ସମାଜ ତାର ପରମ୍ପରା,ତାର ଐତିହ୍ୟ ହରାଉଛି।ଏହା କିନ୍ତୁ ଭୁଲ ଧାରଣା। ଆମର ଏହି ପରିବର୍ତ୍ତନଶୀଳ ଦୁନିଆରେ ଏହି ଯନ୍ତ୍ରଚାଳିତ ଯୁଗରେ ବରଂ ସମାଜର ମୌଳିକତା, ପରମ୍ପରା ସାରା ଭାରତରେ କ'ଣ ସାରା ବିଶ୍ବରେ ପ୍ରସାର ଲାଭ କରି ପାରୁଛି।ଅନେକ ମାଧ୍ୟମ ସୃଷ୍ଟି ହୋଇଛି ଯାହା ଦ୍ବାରା ଆମର ମନସ୍ତତ୍ତ୍ୱ ବିକାଶ ଘଟୁଛି। ଉଦାହରଣ ସ୍ବରୂପ ଏହି ସାହିତ୍ୟ ଲେଖନୀ ଆଗରୁ ସୀମିତ ଥିଲା ଯଦିଓ ବହୁତ ପ୍ରତିଭାଶାଳୀ ଲେଖକ ଲେଖିକା ଥିଲେ କିନ୍ତୁ ସମସ୍ତ ପାଠକ ପାଠିକା ଙ୍କ ପାଖରେ ସହଜରେ ପହଞ୍ଚି ପାରୁ ନଥିଲା।ଆଜିକାଲି ଅନ୍ ଲାଇନ୍,ନେଟ୍ ଯୋଗୁଁ ଏହା ଯଥାସାଧ୍ୟ ସମ୍ଭବ ହୋଇ ପାରିଛି।ଦେଶ, ବିଦେଶରେ ଭି ପ୍ରସାର ଲାଭ କରି ପାରୁଛି। ସମସ୍ତ ଙ୍କ ଅନ୍ତର୍ନିହିତ ବୁଦ୍ଧି ତାଙ୍କର ଲେଖନୀ, ତାଙ୍କ କଳା ଆହୁର...