Skip to main content

Posts

Showing posts from June, 2022

ଆମେ ସମସ୍ତେ ପରିବର୍ତ୍ତନ ର ପ୍ରବାହମାନ ସ୍ରୋତରେ... ପରିଣାମ...*???

*ଆମେ ସମସ୍ତେ ପରିବର୍ତ୍ତନ ର ପ୍ରବାହମାନ ସ୍ରୋତରେ... ପରିଣାମ...*??? ସମୟ,ମାସ,ବର୍ଷ,ଏମିତିକି ଋତୁ ର ସର୍ବଦା ପରିବର୍ତ୍ତନ ହୋଇଥାଏ। ପରିବର୍ତ୍ତନ ହେଉଛି ପ୍ରକୃତିର ନିୟମ।   ପରିବର୍ତ୍ତନ କିନ୍ତୁ ପ୍ରାକୃତିକ ଓ କୃତ୍ରିମ ହୋଇପାରେ।ସମାଜରେ ଏହି ପରିବର୍ତ୍ତନ ଏକ ନିରବଚ୍ଛିନ୍ନ ଅଙ୍ଗ ଅଟେ। ପ୍ରାଚୀନ ସଭ୍ୟତାରୁ ଆଧୁନିକ ସଭ୍ୟତା ର ପରିବର୍ତ୍ତନ ହୋଇଥାଏ। କିନ୍ତୁ ଏହାର ମୌଳିକତା ଓ ବିଶେଷତ୍ଵ ସବୁବେଳେ ଅକ୍ଷୁର୍ଣ୍ଣ ରହିଥାଏ।ଏହା ସ୍ବାଭାବିକ ସାମାଜିକ ପ୍ରକ୍ରିୟା ଅଟେ।ଆମେ ଭାବୁ ଯୁଗ ଏତେ ଆଧୁନିକ ହେଲାଣି ଏତେ ପରିବର୍ତ୍ତନ ହେଲାଣି ସମାଜ ତାର ପରମ୍ପରା,ତାର ଐତିହ୍ୟ ହରାଉଛି।ଏହା କିନ୍ତୁ ଭୁଲ ଧାରଣା। ଆମର ଏହି ପରିବର୍ତ୍ତନଶୀଳ ଦୁନିଆରେ ଏହି ଯନ୍ତ୍ରଚାଳିତ ଯୁଗରେ ବରଂ ସମାଜର ମୌଳିକତା, ପରମ୍ପରା ସାରା ଭାରତରେ କ'ଣ ସାରା ବିଶ୍ବରେ ପ୍ରସାର ଲାଭ କରି ପାରୁଛି।ଅନେକ ମାଧ୍ୟମ ସୃଷ୍ଟି ହୋଇଛି ଯାହା ଦ୍ବାରା ଆମର ମନସ୍ତତ୍ତ୍ୱ ବିକାଶ ଘଟୁଛି। ଉଦାହରଣ ସ୍ବରୂପ ଏହି ସାହିତ୍ୟ ଲେଖନୀ ଆଗରୁ ସୀମିତ ଥିଲା ଯଦିଓ ବହୁତ ପ୍ରତିଭାଶାଳୀ ଲେଖକ ଲେଖିକା ଥିଲେ କିନ୍ତୁ ସମସ୍ତ ପାଠକ ପାଠିକା ଙ୍କ ପାଖରେ ସହଜରେ ପହଞ୍ଚି ପାରୁ ନଥିଲା।ଆଜିକାଲି ଅନ୍ ଲାଇନ୍,ନେଟ୍ ଯୋଗୁଁ ଏହା ଯଥାସାଧ୍ୟ ସମ୍ଭବ ହୋଇ ପାରିଛି।ଦେଶ, ବିଦେଶରେ ଭି ପ୍ରସାର ଲାଭ କରି ପାରୁଛି। ସମସ୍ତ ଙ୍କ ଅନ୍ତର୍ନିହିତ ବୁଦ୍ଧି ତାଙ୍କର ଲେଖନୀ, ତାଙ୍କ କଳା ଆହୁର...

my experience in journey with faith

Good evening everyone. I Minakshi My journey in faith began in 2017 after death of my father in law. But I have been practising it regularly on daily basis since March 2018.  Through these 4 yrs of my practice I have been greatly benefited by kindling hope within myself  at the time of deadlock and despair,courage at the times of adversity, so as to transform my sufferings into pillars for joy  while continuously striving to succeed in bringing happiness for others. During the 1st wave of covid I was with my mother at my native place. My husband and my children were at  their different work places.  My husband was alone  at Delhi for 4 months.But he could manage everything beautifully during that hard lockdown period. My mother fell ill when I was with her. I have started chanting vigorously 3 /4 hrs daily for her speedy recovery. During lockdown period it was very difficult to manage hospital duty for us. But that hospital was good and their management was...

ଆମ ରଜ

*ହଜି ଯାଇଥିବା ପରମ୍ପରା ରଜ* ଆମ ଓଡ଼ିଆ ପରମ୍ପରା ରଜ ଆଶା ଓ ଭରସା ର ପ୍ରତୀକ, ଆଧୁନିକତାର ଧ୍ଵଜା ଓ ବାହ୍ୟ ଆଡ଼ମ୍ବରରେ ଭୁଲି ଯାଇଛି ଏଇ ଗଣପର୍ବ ଓ ତା ମୌଳିକ। ବସୁଧା ମାଟି  ମେଘର ଆବେଗ ଉଷ୍ଣତାରେ  ରଜସ୍ଵଳା ହୋଇଉଠେ ଅପ୍ରତିମ ଉଲ୍ଲାସ,ଅନାବିଳ ଆନନ୍ଦ ରେ ନୂତନ ଜୀବନର ସଂଚାର କରେ। କୁଆଁରୀ କପୋତୀ ମନ  ହସଖୁସିର ସ୍ବର୍ଣ୍ଣାଭ ଆଶା ନେଇ ଝୁଲଣାରେ ଝୁଲି ଝୁଲି, ଆକାଶକୁ ଛୁଇଁବା ନିଶାରେ  ଖିଲି ଖିଲି ହସର ମାଦକତା ରେ ପ୍ରେମର ଚଉଡାଳିରେ ମଧୁର ମୂର୍ଚ୍ଛନା ତୋଳନ୍ତି। ଆଶା ଆଉ ପ୍ରତୀକ୍ଷା ରେ ରାଜୁତି କରୁଥିବା କୁଆଁରୀ ବୟସ ପ୍ରୀତି ର ଗହନ  ନୀରବତା ଭାଙ୍ଗି ଡାକେ  ଆସ ...ଆସ.... ପ୍ରେମର ବଇଁଶୀ ଟିକେ ବଜେଇ ଦିଅ.... ନାଲି ଅଳତା ବୋହୁ ବୋହୁକା ସଜବାଜ ରେ ଦୁର୍ବଳ ମନରେ ଖେଳିଯାଏ  ପହିଲି ବର୍ଷା ର ପହିଲି ଅନୁଭବ, ପୋଡପିଠା,ଆମ୍ବ,ପଣସ, ଖଜୁରୀ ର ମୃଦ୍ୟୁ ଆତ୍ମୀୟତାରେ ଅମାବାସ୍ୟା ହଟିଯାଏ... ଚନ୍ଦ୍ର, ତାରାର ସ୍ନେହରେ ମାୟା ମୋହ ସ୍ବପ୍ନ ର ସଂନ୍ଦିଗ୍ଧ ଲଗ୍ନରେ  ଲେଖିଯାଏ କୁଆଁରୀ କବିତା, ଶ୍ରାବଣୀ ସଂମ୍ଭାବନାର ଧାରେ ଧାରେ ଭାରି ଯଉବନୀ ପିଆଲା ଧରି କହେ ଆସ.....ଆସ.....  ବାରେ ମତେ ଛୁଇଁ ଯାଅ... ପ୍ରେମ ରଙ୍ଗର ସ୍ପର୍ଶ ଦିଅ। ଥମ୍ ଥମ୍ ମେଦୁର ସକାଳେ  ପ୍ରଣୟ' ତା ବନ୍ଧା ପଡେ କୋଉ ବର ଓହଳରେ... ତନ୍ବୀ ତରୁଣୀର ଲାଜ ଲାଜ ଇଶାରା ରେ ପ୍ରଗଳ୍ଭା ହୋଇ ଉଠେ ବନ ...

ଅନ୍ବେଷଣ

*(ଅନ୍ବେଷଣ)* ମୋର ତ ଅନେକ ନାମ ଅନେକ ଠିକଣା ତଥାପି ମୁଁ ପର୍ଯ୍ୟେଷଣା କରେ ମୋ ଅସ୍ତିତ୍ବ ପ୍ରଶସ୍ତ ଅପରାହ୍ନ ରେ ଜଳି‌ ଜଳି  ଝଡ଼ ବର୍ଷା ସକାଳର ମଳିନ ଆକାଶରେ ଭିଜି ଭିଜି ମୁଁ ଯାଉଛି... ମୁଁ ଆସୁଛି... ବହୁରୂପି ବହୁବେଶ ଧରି ମୁଁ ଦେଖୁଛି ସବୁ... ମୁଁ ସହୁଛି ସବୁ କୁଟୀଳ କଟାକ୍ଷ ନିର୍ବିକାର, ନିର୍ବିକଳ୍ପ ହୋଇ। କିନ୍ତୁ... ତୁମେ ଯେତେବେଳେ ପଶି ଆସ ମୋ ଭିତରେ ବିନା ନିମନ୍ତ୍ରଣ ରେ ନୁଆ ଅନୁଭବ ସଂଚରିଯାଏ ରଜନୀଗନ୍ଧା ର ବାସ୍ନା ପରି, ଏକ ନିରୁପାୟ ଅସହାୟ ବେଦନା ଭିତରେ ତ୍ରିପୁର୍ତିର ହୁଏ ବିକାଶ, ଭିଆଣ କରେ ଏକ ନୂତନ ଦିଗନ୍ତ। ଅଯାଚିତେ ଆପଣାର ଭାବଦେଇ ମୋ ଅସ୍ତିତ୍ବ କୁ ତୋଳିଧର ଯେବେ ତୁମ ଚକ୍ଷୁରେ ମୋ ଭିତରେ ମୁଁ ର ହୁଏ ଜନ୍ମନ। ଛୋଟ ଆଶା ଟିଏ ମନକୁ ତେଜେଇ ଦିଏ, ଉତ୍ତରଣ, ଅବତରଣ ତ୍ରିଶଙ୍କୁରେ ପ୍ରେମର  ମହକ ଲେସି ହୋଇଯାଏ, ସୁବାସିତ କନ୍ପନାରେ ଅନ୍ଧାର ଆହୁରି ସୁନ୍ଦର ହୋଇଉଠେ, ନିବିଡ ସ୍ପର୍ଶ ରେ ଅନ୍ତଃସତ୍ତ୍ବା ହୋଇଉଠେ ଭାବ ସୁନ୍ଦରୀ, ଏହି ଦେହ, ମନ, ଆତ୍ମା ର ପରିଧୀ ଭିତରେ   କ୍ଷୁଭିତ ଯୋଗିନୀ  ଅନ୍ତରେ ଉଚ୍ଛ୍ୱାସ ନେଇ, ଅମୃତର କିରଣ ବୁଣି ବାରୁଣୀ ବେଳାରେ ପାଇଯାଏ ତାର ସଠିକ ଠିକଣା।

ଅନ୍ତଃସ୍ୱର

ଜୀବନର ଝରକା ସାମନାରେ ମୋ ବର୍ତ୍ତମାନ ଆଜି ହାତ ଧରି ଟାଣି ନିଏ ଅତୀତର ଅଳିଆ ଗଦାକୁ... ଅପର୍ଯ୍ୟାପ୍ତ ସ୍ମୃତି ଭାସିଆସେ  ମୋ ନିଷ୍କପଟୁତା ରେ ନିଆଁ ଲଗେଇ ସମୟ ସେମିତି ଧୀରେ ଧୀରେ ଚାଲିଥାଏ, ନିଃସଙ୍ଗତାର ଶଦ୍ଦହୀନ ଅନ୍ଧାର ସୁଅ ବୁଡାଇଦିଏ ପୁଣି ସେଇ ଅତୀତକୁ, ଆଲୋକ କୁ ତନ୍ନ ତନ୍ନ କରି ଖୋଜିବାର ପ୍ରୟାସ କେବଳ ମୃତ୍ୟୁ ର ସ୍ବାଧୀନତା ହିଁ ବାଟ କଢାଏ ସବୁ ଶଦ୍ଦ, ସବୁ ସ୍ବର ତା  ଅବଚେତନ ଦୁନିଆରେ  ଶ୍ରେଷ୍ଠତା ର ଦୂରତା ମାପୁଥାନ୍ତି ବଞ୍ଚିବାର ଯନ୍ତ୍ରଣା ଭିତରେ  ଗଳଗ୍ରହ ହୋଇ ଗରଳ ପିଉଥାଏ, ଉନ୍ମୁକ୍ତ ଶ୍ମଶାନ ଓ ଆକାଶ ଲାଗେ  କେଡେ ଉଦାର , ଅବୋଧ। ମୁକ୍ତିର ଖୋଳପା ଧରି ବିବର୍ଣ୍ଣ ଅଜସ୍ର ସ୍ମୃତିରେ ଖ୍ୟାପନ କରେ ଯେତେ ଅର୍ଦ୍ଦନା  ଅଭିମାନ ଯେତେ ଉପଧି। ଅନିଶ୍ଚିତ ସମୟର ମୁର୍ଦ୍ଧନିରେ, ଅନନ୍ତ,ଅସୀମ ମୋହରେ, ମାର୍ଜନା କରେ ଅନାଗତ କେତେ ଜନ୍ମକଥା। କିନ୍ତୁ ଭାଗ୍ୟ ମୋର ଉଡ଼ି ବୁଲେ  ପ୍ରଜାପତି ପରି ଏ ଡାଳରୁ ,ସେ ଡାଳକୁ , ଅଭିମାନୀ ଭୟ ବିଜଡିତ  ହୋଇ ଆଲିଙ୍ଗନ କରେ ଜିଇଁ ଉଠେ ପୁଣି ମୋ ଭାବନାର ପାନ୍ଥଶାଳା ରେ,  ବିନିର୍ମିତ କବିତାର ଅପଘନ ଅସ୍ତିତ୍ବ ରେ, ଉଆଁସୀ ଜହ୍ନ ପରି ଆଦିଗଂତ ଶୂନ୍ୟତା ର ପଞ୍ଜୁରୀ ରେ  ପୁଣି ବନ୍ଦୀ ହୋଇଯାଏ, ଆଉଜେଇ ନିଏ ସେଇ  ଅଲୋଡା ଜୀବନ କାହାଣୀର  ଅସ୍ତିତ୍ବ ଓ ତାର ଅନ୍ତଃସ୍ୱର।

ଝଡ଼

*ଝଡ଼......* ଲିଭି ନାହିଁ ଲିଭି ନାହିଁ ଆଜି ଯଉବନ ଦୀପ, ପ୍ରଣୟର ଉଦ୍ଧାମତା ଜଳେ ଦପ ଦପ, ସରିଆସେ ଦିବସର ଦୀର୍ଘ ଅମ୍ଳଜାନ, ଶୁଖିଲା ସ୍ନାୟୁ ଆଜି ଅଟେ ଛିନ୍ନ ଭିନ୍ନ। ନିଶିହୁଏ ସବୁଦିନ ଅମାବାସ୍ୟା ରାତି, ତଥାପି ମନ ଗାଏ ମୁଗ୍ଧ ପ୍ରଣୟ ଗୀତି। ଛାତି ତଳ ସ୍ପନ୍ଦନ କରେ ଫୁସୁଫାସ, ସକାଳର ଅର୍ଦ୍ଧ ଫୁଟା ମଉଳିଆ ହସ। ବତାସ କରେ ମନ୍ତ୍ରଣା ଭସା ମେଘ ତଳେ, ତିକ୍ତ, ଅନୁରାଗେ ହୃଦ କାନ୍ଦଇ ଆକୁଳେ। ଆସିବ ଫଗୁଣ ପିନ୍ଧି ବିଜୟର ଟୀକା, ଚକ୍ଷୁ ତୀରେ ଜଳି ଉଠିବ ପ୍ରଣୟ ଦୀପିକା। ବସନ୍ତ ର କଉମୁଦୀ ଅଙ୍କିତ ପ୍ରାଙ୍ଗଣେ, ମଧୁ ରସେ ବେଷ୍ଟିତ ବାହୁର ବନ୍ଧନେ। ନିର୍ମୀଳିତ ଚକ୍ଷୁ ଧାରେ ଫୁଟିବ ଖୁସିର ସମ୍ଭାର, ଅଙ୍ଗେ ଅଙ୍ଗେ ଅନୁଭବେ ପ୍ରେମର ଲହର। ନିତ୍ୟ ନବ ଉପାଦାନେ ଲତାୟିତ ମନ, ଜୀବନ ଆଲୋକେ ଗାଇବ ପ୍ରଶାନ୍ତିର ଗାନ।

ସମୀକ୍ଷା----

*ସମୀକ୍ଷା* ଜୀବନଟା ଏକ ମୁହୂର୍ତ୍ତ ମାନଙ୍କର ସମାହାର ଏଇ ମୁହୂର୍ତ୍ତ ହୋଇଯାଏ ଅତୀତ ଭବିଷ୍ୟତ ହୁଏ ବର୍ତ୍ତମାନ, ସୁଖ ଦୁଃଖ ଅଲଗୁଣୀରୁ ଝୁଲୁଥାଏ ଅନିଶ୍ଚିତ ଭାଗ୍ୟ ଅୟୁତ ଯୁଗର କାମନା ନେଇ ଆସିବା ଯିବାର ସନ ବାର ଲାଗି ରହିଥାଏ, ଘୃଣା _ ପ୍ରେମର ଲଢେଇରେ ଦିଗହରା ହୁଏ ସ୍ବପ୍ନ, କପଟିଆ ଜହ୍ନ ଦାଣ୍ଡ ଅଗଣାରେ ଆରାମ ଚୌକିରେ ବସି ମୁଚୁକି ହସୁଥାଏ, ନିରବତା ନିଗିଡ଼ି ଯାଏ କାନ୍ଥ ସନ୍ଧିରୁ, ଭିନ୍ନ ଭିନ୍ନ ଆଲିଙ୍ଗନ ଭିତରେ ଅଧିକାର ବି କାଢି ନିଏ, ସ୍ମୃତି ର ସେଇ ତଳ ପାହାଞ୍ଚରୁ  ମୁଁ ହୋଇଯାଏ ସାରା ଇଲାକାର ବାଦଶାହା, ରୁଞ୍ଜ ରୁଞ୍ଜ ଦୃପ୍ତମନେ ସୃଷ୍ଟି ର ପ୍ରେରଣାରେ ମୁଁ ଭିତରେ ମୁଁ ର ପାଏ ଭିନ୍ନ ପରିଚୟ। ମୁଁ ସୃଷ୍ଟି କରେ ଇଶ୍ଵର, ମୁଁ ସୃଷ୍ଟି କରେ ସମଗ୍ର ନିଆରା ପୃଥିବୀ, ମୁଁ ସୃଷ୍ଟି କରେ ସ୍ବର୍ଗ, ମର୍ତ୍ତ୍ୟ,ପାତାଳ ଚଉଦ ଭବନ ଦିଦୃକ୍ଷାର ଅଭିଯାନରେ ଗବେଷଣା କରେ ଅମୃତାୟନ। ଔଦାସୀନତା, ବୈରାଗ୍ୟତାର ନିଶାଣ ଧରି ଦ୍ରବିଭୂତ ହୋଇଯାଏ  ଦ୍ବିବିଦଗ୍ଧ ଦ୍ବନ୍ଦ୍ବ ଭିତରେ ତଲାରି ରେ ଭରିଯାଏ କ୍ଳାନ୍ତ ଅପରାହ୍ନ ର ଘର୍ମାକ୍ତ କାଳକ୍ଷେପ କର୍ତ୍ତବ୍ୟ। କ୍ଳାନ୍ତ, ଶ୍ରାନ୍ତ ଅବସନ୍ନ ପଥଚାରୀ ପରି ଜୁକୁ ଜୁକୁ ଜଳୁଥିବା ଜୀବନର ତ୍ରିବର୍ଗେ ସମୀକ୍ଷା କରେ ଆତ୍ମା ର ଗୁଢ ତତ୍ତ୍ଵ ତାର ମର୍ଭୁତ ରହସ୍ୟ। ଦିଦୃକ୍ଷା...ଦେଖିବାର ଇଛା ତଲାରି...ପତ୍ର, ବାଉଁଶ ଟୋପର ମର୍ଭୁତ....କୋମଳ ମିନାକ୍ଷୀ ଦ୍ବିବେଦୀ ନିଉ ଦିଲ୍ଲୀ ୭୯୭୮୦...

ସୃଷ୍ଟି ର ସୌରଭ ହେ ଉତ୍କଳ ଗୌରବ (ଶିଶୁ କବିତା)✓

*ସୃଷ୍ଟି ର ସୌରଭ....ହେ ଉତ୍କଳ ଗୌରବ* ସୁଆଣ୍ଡୋ ଗ୍ରାମର ମୃଣ୍ମୟ ପ୍ରାଙ୍ଗଣେ ଆସିଲ ତୁମେ ନୁଆ ଅତିଥି, ମା 'ସ୍ଵର୍ଣ୍ଣମୟୀ' ପୂଣ୍ୟ ମୟୀ କୋଳେ ବିଞ୍ଚିଲ ଜୀବନ ଜ୍ୟୋତି। ପିତା "ଦୈତାରି" ଛାୟା ବୃକ୍ଷ ତଳେ ସଂଚରିଲା ତୁମ ପ୍ରାଣ, ଝରାଇଲ ମଧୁ ଆନନ୍ଦ ଆଲୋକ କରିଲ ଲକ୍ଷ ସାଧନ। ତ୍ୟାଗ,ସେବାର ମୂର୍ତ୍ତି ମନ୍ତ ତୁମେ ପ୍ରେରଣା ଅଟ ଯୁବ ପିଢୀର, ଗୁରୁ *ରାମ ଦାସ" ଶିକ୍ଷା ଆଚରି ବାନ୍ଧିଲ ସେନେହ ଡୋର। "ସତ୍ୟବାଦୀ ବନବିଦ୍ୟାଳୟ" ସ୍ଥାପିଲ  ତମାଳ ବକୁଳ କୁଞ୍ଜେ, ପଞ୍ଚସଖା ମିଶି ଝରାଇଲ ଅମୃତ ନିତି ସକାଳ ସଞ୍ଜେ। ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନେ ସଦା ଥିଲ ଅଗ୍ରଗାମୀ, ତବ ଆଗମନେ ମ୍ଳାନ ହେଲା ଦୁଃଖ ହସିଲା ଉତ୍କଳ ଭୂମି। ଆତଙ୍କ ଦୁର୍ଭିକ୍ଷ ବନ୍ୟା ବାତ୍ୟା ଦେଖି  ବିଳପି ଉଠିଲା ମନ, ଦୁଃଖି,ଅରକ୍ଷିତ ଦୁଃଖେ ମର୍ମାହତ ବାଣ୍ଟିଲ ଅନ୍ନ,ଧନ। "ସତ୍ୟବାଦୀ", ମହାଦ୍ରୁମ "ସମାଜ" ଅଟେ ତୁମ ଅବଦାନ, ସାହିତ୍ୟ ଭାଷାର ଉନ୍ନତି ନିମନ୍ତେ  ବ୍ରତୀ ଥିଲ ରାତିଦିନ। "ଉତ୍କଳ ମଣି" ନାମେ ଗୌରବ ଲଭିଲ ସତ୍ୟ,ଧର୍ମ ପଥେ ରହି, ରସାଣିତ କଲ କାବ୍ୟ,କବିତା ସଂଗ୍ରାମ ର ବାର୍ତ୍ତା ବହି। ଯୁବ ସମାଜର ଅଟ ମେରୁଦଣ୍ଡ   ଆଜି ଭି ହେ ବୀର ପୁଙ୍ଗବ ତୁମ ସ୍ମୃତି ଧରି ତୁମ ପାଦ ଚିହ୍ନେ ବାଣ୍ଟନ୍ତି ସର୍ବେ ପ୍ରୀତି ସୌରଭ। ଜୀବନର ଲକ୍ଷ କଳ୍ପନା,ସାଧନା ମନେ ଭରିଦେଲା ବିଶ୍ବାସ, ସବୁରି ...

ମୋ ବୋଉ ପାଇଁ ଦୁଇ ପଦ

ମୋ ବୋଉ ପାଇଁ ଦୁଇ ପଦ ଏନ୍ତୁଡ଼ିଶାଳ ରୁ ମଶାଣି ଯାଏ  ଜୀବନ ର ପ୍ରତିଟି  ମୁହୂର୍ତ୍ତରେ, ପ୍ରତିଟି ସୋପାନରେ  ସେ ଏକ ପ୍ରେରଣାର ଉତ୍ସ। ମମତାମୟୀ ହୃଦୟର ଚୀର ସ୍ରୋତସ୍ବିନୀ, ଗଙ୍ଗା ପରି ପବିତ୍ର ତାର ମଧୁଝରା ଅମୃତ ବାଣୀ, ସେ ମୋ ସଫଳତାର ଚାବିକାଠି, ମୋ ହୃଦୟ ର ସ୍ପନ୍ଦନ, ମୋର ପ୍ରଥମ ସ୍ପର୍ଶ, ପ୍ରଥମ ବିଶ୍ବାସ, ପ୍ରଥମ ଡାକ,ପ୍ରଥମ ପ୍ରେମ, ପ୍ରତି ରକ୍ତର କଣେ କଣେ ପ୍ରବାହିତ ମୋ ପ୍ରାଣର ଈଶ୍ୱର       ମୋ ବୋଉ

ଭିନ୍ନ ଏକ ସାବିତ୍ରୀ ଠିକଣା

କବିତା ____ଭିନ୍ନ ଏକ ସାବିତ୍ରୀ ଠିକଣା____ ହେ ଦିବ୍ୟ ସାବିତ୍ରୀ... ତୁମେ ଯେ ଅନନ୍ୟା,ତୁମେ ବନ୍ଦନୀୟା, ଏଇ ମନ ଅରଣ୍ୟ ର କେଉଁ ଏକ ଶିଖରରେ ତୁମକୁ କରିଛି ପାଥେୟ, ମୋ ମନ ଗହନ ଆଭ୍ୟନ୍ତରେ  ତୁମେ ସିନା କର ଅଧିବାସ... ମୁଁ ତ କରେ ପ୍ରଣୟ ପୂଜା, ବିଦଗ୍ଧ ହୁଏ ନିତି ପ୍ରେମ ତୃଷାନଳେ, ପତିବ୍ରତା ପ୍ରେମିକା ଟି ପରି ଭାଳି ହୁଏ, ଭାବିହୁଏ... ମୋ ଓଷ୍ଠଧାରେ ବହି ଆସେ ବେଗମତି ବନ କନ୍ୟା ଚପଳ ଝରଣା। ହେ ଦିବ୍ୟ ସାବିତ୍ରୀ.... ତୁମେ ଯେ ପ୍ରେମର ପ୍ରତୀକ, ମୁଁ ବି ପ୍ରେମିକ ଚିରନ୍ତନ, ଅଯାଚିତ ବହିଛି ସୃଷ୍ଟି ବେଦନାର, ତଥାପି ଉଦ୍ଭାସିତ ମୋ ହୃଦୟ ଅନ୍ତଃସ୍ଥଳ, ନିତ୍ୟ ବିମଣ୍ଡିତ ଅମୃତ ଶାନ୍ତି ର ଧାର... ତୁମେ ଆଉ ମୁଁ ସଖା ଏକ  ଆଉ କି ଅଛି ବ୍ୟବଧାନ ତାର...??? ହେ ଦିବ୍ୟ ସାବିତ୍ରୀ.... ତୁମେ ସିନା ଜନ୍ମେଜୟ  ସେ ଅମାବାସ୍ୟା ରାତ୍ରି ର, ତୁମେ  ବିଦ୍ୟୁତିକା ଚେତନା ଇତିହାସର, ମୋ ମାନସୀ କୁରଙ୍ଗୀ ନିତ୍ୟ ଅନୁଭବି ତୁମ  ସୌରଭର । ମୋ ମନ ଦେବାଳୟେ କରେ ତୁମରି ଅର୍ଚ୍ଚିନା, ହୃଦୟରେ ଯେତେ ପ୍ରୀତି, ଅନୁରାଗ, ଶୀତଳ କାମନା.... ପ୍ରଣୟ ଖୋଜେ ନିର୍ବାଣ, ସେ ଆଲୋକ ପାଇଁ ମୋର ନୀରବ ପ୍ରାର୍ଥନା, କରେ ନୀରବ ସାଧନା, ଏଇ ଦେହ ମନ ଆତ୍ମା ର ପରିଧୀ ଭିତରେ ଦେଖିପାରେ ମର୍ମେ ମର୍ମ ବୁଝିପାରେ ଶେଷରେ ମୋ ଭିତରେ ମୁଁ ଖୋଜିପାଏ ମୋର ଅସ୍ତିତ୍ବ, ମୋର ସତିତ୍ବ, ଭିନ୍ନଏକ  ସାବିତ୍ରୀ ଠିକଣା। ମିନାକ୍ଷ...