Skip to main content

Posts

Showing posts from February, 2022

happy valentines day

Valentine ରେ ସ୍ତ୍ରୀ କୁ କହିଲି ତାଙ୍କୁ ଭଲ ପାଏ ବୋଲି, ଛାତି ମୋଟ କରି ନିଶକୁ ଫୁଲେଇ ଦେଲି ମୁଁ ଗୋଲାପ କଳି। ହଇହୋ ତୁମେ ଏ..କି କାମ କଲ ଫୁଲଟି କୁ ଦେଲ ତୋଳି,  କେତେ ଯତନରେ ବଢେଇ ଥିଲି ମୁଁ ଗଲ ବା କେମିତି ଭୁଲି। ସାଙ୍ଗ ସାଥି ମେଳେ ଖୁସି ଥିଲା ସେତ ଖେଳୁଥିଲା କେତେ ଦୋଳି, ବନ୍ଧୁ ପରିଜନଙ୍କ ଠୁ ଦୁରେଇ ତାକୁ ବିଚାରି କୁ ଦେଲ ମାରି। ଫୁଲଟିଏ ଦେଇ ବଢେ ନାହିଁ ପ୍ରେମ  ବିଶ୍ବାସରେ ବନ୍ଧା ସେ  ଡୋରୀ, ଦିଆ ନିଆ ରେ କି ପ୍ରେମ ମାପି ହୁଏ ଅମୂଲ ମୂଲ ତା ଶିରୀ। ମନ, ହୃଦୟକୁ ସମର୍ପଣ ଭାବେ ଯିଏ ପ୍ରେମ ରଙ୍ଗ ଦିଏ ଭରି, ଅମର, ଶାଶ୍ଵତ ତା ପ୍ରେମ ପରିଭାଷା ଜଗତରେ ପଡେ ହୁରି। ଭାଷଣ ଶୁଣି ମୁଁ କାନ ଭାଁ ଭାଁ ମନ ହୋଇଗଲା ଭାରି, ଛା..ର ଫୁଲ ପାଇଁ ବଚରା ପ୍ରେମ ମୋ ଶେଷରେ ପଡିଲା ବଳି।

tribute to Lata Didi

ସଂଗୀତ ସର୍ଜନା ମୂର୍ଚ୍ଛନା ଭରିଲ ଦେଇ ଯାଦୁଗରୀ ସ୍ପର୍ଶ, ଅମ୍ଳାନ ଅକ୍ଷୁର୍ଣ୍ଣ ସୂରମୟୀ ଦେବୀ ରଚିଗଲ ଇତିହାସ। ସଂଗୀତ ତଲ୍ଲୀନ ନିଷ୍ଠା ଭାବ ନେଇ ପଲ୍ଲବିତ  କଲ ମନ ଅଦୃଶ୍ୟ ଲିଖନେ ବଶୀଭୂତ ହେଲ  ଝୁରୁଛି ଏ ମନ ପ୍ରାଣ ଝୁମି ଝୁମି ତୁମ ସ୍ବର ର ଝଂକାରେ ଯଶିଲ ଅକ୍ଷୟ କୀର୍ତ୍ତି, ଅପହଞ୍ଚ ଆଜି ଅଜଣା ଇଲାକେ ହୋଇଲ ଅଭୂଲା ସ୍ମୃତି।