Skip to main content

Posts

Showing posts from November, 2019
____ଆସ୍ଥା____       ହେ ଗୋଲାପ ସୁନ୍ଦରୀ.....!!!!! ତୁ ତ ଏଇ ମାତ୍ର ପାଖୁଡା ମେଲିଛୁ.... କଳି ରୁ ଫୁଲ ସାଜିଛୁ .... ନବଯୌବନ ଧାରିଛୁ। ନକ୍ଷତ୍ର ଭରା ସଂଜ ଆକାଶ ରୁ କୁଆଁରା ଜହ୍ନ  ତତେ ଚୁମା ଦଉଛି। କଅଁଳ ପବନ ତତେ  ବିଭୋର କରିଛି। ବଂଶୀ ସୂନର କୁହୁରି  କୁହୁରି  ଡାକ ଉନ୍ମଦନା କରୁଛି..... ଭୁଲି ଯାଇଛୁ ବୋଧେ ଏଇ ନର ରାକ୍ଷସ ଙ୍କୁ !!!! ବିଶ୍ଵାସ ର ଫଳ ଏଠି ଫଳେ ନାହିଁ କେବେ.....!!!! ଖଳ ଖଳ କୁ ଦୃଷ୍ଟି.... ତୋର ର ଉତ୍ପତ୍ତି ଠୁ !!!  ଜାଣିଥା....... ଏ ପୃଥିବୀ ର ଅପରିଚିତ ଦିଗନ୍ତ... ଧୀରେ ଧୀରେ ପ୍ରସ୍ଥ ପରେ  ପ୍ରସ୍ଥ କ୍ଷତ କରିଦେବ। ତୋର ନିର୍ଦ୍ଦେୋଷ  ପାଖୁଡା ରୁ ରକ୍ତ ଟୋପା ଟୋପା ଝରି ପଡିବ ଏଇ ମାଟିରେ.. ଏଇ ଅଭିମାନୀ ମାଟି ସିନା ଆଲୋଡି ତତେ କୋଳେଇ ନେବ। ଧ୍ବଂସ ହୋଇ ଯାଇଥିବ ତୋର ସାତ ଜନ୍ମ ର ସ୍ବପ୍ନ। କାହିଁକି ଆସିଲୁ ଏଇ ବିବର୍ଜିତ ମଣିଷ ପାଇଁ ??? କଳଙ୍କ ର ବୋଝ ଧରି ରକ୍ତ ର ଝର ପଛରେ ପାରିବୁକି ଧାଇଁ ??? ସମୟ ର ପ୍ରତାରଣା ଭିତରେ.... ଖୋଜି କି ପାରିବୁ ଅସ୍ଥିତ୍ବ ???? ଚୁପ ଚାପ ଆତ୍ମା ଟି ସମୁଦ୍ର ଜୁଆର ପରି ଆସୁଥିବ ଯାଉଥିବ.... ନିଜକୁ  ନ ଚିହ୍ନି ପାରି ଘରକୁ ଫେରିବାକୁ ବ୍ୟାକୁଳ ମନ ଗୁପ୍ତ ଇଛା ହୋଇ ରହିଯିବ ଜୀଇଁ ବାର ଶେଷ ଇଛା ଏଇ ମିଶାଣ ଫେଡାଣ ଦୁନିଆ ରେ ଲୁପ୍ତ ହୋଇଯିବ। ଦେଖୁ ଦେଖୁ  କୁହୁଡି ପରି ଦଗ୍ଧ ହ...
ପ୍ରେମ ଏକ ...... ଜୀବନ ନଈ ର  ସାୟାହ୍ନ ରେ ଉଆଁସି ଜହ୍ନ ତାର ଅବାଞ୍ଛିତ ପ୍ରଶ୍ନ!!!! ପ୍ରେମ ତ ଥିଲା ତା ଶାଶ୍ବତ ଆତ୍ମା ର..... ତାର ପବିତ୍ର ଭାବନା ର... ତା ର ଅସଂଖ୍ୟ ଫୁଲ ଫୁଟା ହସର.... ଆଜି ସେ ପ୍ରେମ ର ନିରୀହ ଦୀର୍ଘଶ୍ଵାସ ରୁ ପବନ ଚାଲିଯାଏ... ଜ୍ୟୋସ୍ନା ର ବାୟୁକୋଷ କୁ। ଆଉ ବର୍ଷ ବର୍ଷ ଧରି ଶିଖିଥିବା ବିସ୍ତୃତ ଜ୍ଞାନ ରୁ ପ୍ରେମ ଜ୍ଞାନ ର ସଂଜ୍ଞା ଖରା ବର୍ଷା ରେ.... ସତ୍ୟ ଅସତ୍ୟ ରେ.... ପାପ ପୂଣ୍ୟ ରେ..... ହରାଇ ଦିଏ ଭାରସାମ୍ୟ। ହେଉ ପଛେ ପ୍ରେମ ଭକ୍ତ---ଭଗବାନ ର.... ସ୍ବାମୀ --- ସ୍ତ୍ରୀ ର.... ଭାଇ--- ଭଉଣୀ ର.... ଫୁଲ----ପ୍ରଜାପତି ର..... ଜହ୍ନ-----କଈଁ ର..... ପ୍ରେମ ସଂପର୍କ ର ଡୋର। କିଛି ଚାହେଁ ନାହିଁ.... .ପ୍ରଶ୍ନ କରେ ନାହିଁ। ମୋର -- ମୋର ହଉଥାଏ ସାଙ୍ଗ ରେ ଥାଏ ଦିନ ରାତି କଥା ନ କହି। ଆଜି ର ପ୍ରେମ ମାପକାଠି ରେ  ତୋଳା ହଉଛି..... ଦିଆ ନିଆ ରେ..... ଛନ୍ଦ କପଟ ରେ...... ଈର୍ଷା ହିଂସା ରେ..... ପ୍ରେମ ର ଫମ୍ପା ଆବାଜ ବଢି ଯାଇଛି.... ଅବୁଝା କୁହୁଡି ପରି ଅଣ ନିଃଶ୍ୱାସି ହୋଇ ପଳାତକ ସାଜିଛି ଫୁଲ ଫୁଟା ବେଳ ରେ କଳି ହୋଇ ଝରି ପଡୁଛି ପ୍ରେମ ଏବେ ସତେ ଏକ ଅବୁଝା ଗଣିତ ପାଲଟି ଯାଇଛି।।।।।। ☺☺☺☺☺☺
____ପ୍ରତିକ୍ଷା____ ମଝିରେ ମଝିରେ ମନରେ  ଉଙ୍କି ମାରେ .... ଭଗବାନ କିଏ???? ହଁ..... ସିଏ ତ ସୃଷ୍ଟି କର୍ତ୍ତା, ପାଳନ କର୍ତ୍ତା, ରକ୍ଷାକର୍ତ୍ତା।।।  ପାଖେ ପାଖେ ଅଛନ୍ତି ଭଲ ମନ୍ଦ ସବୁ ଦେଖୁଛନ୍ତି। ତଥାପି ମନ ମାନେନା.... ମନ୍ତ୍ର , ଜପ, ଉପବାସ ରେ ବାନ୍ଧି ରଖିବା ପ୍ରୟାସ ଚାଲିଥାଏ !!!! କାଳେ କୋଉ ମୂହୁର୍ତ୍ତ ରେ ଦେଖା ଦେବେ  ଶଂଖ , ଚକ୍ର, ଗଦା, ପଦ୍ମ ଧରି ..... ଆବିର୍ଭାବ ହେବେ ଅଚାନକ !!!!  ଅନେକ ପ୍ରଶ୍ନ ସଜାଡି ରଖିଥାଏ------!!!! ମନ ର ଦର୍ପଣ ରେ ତାଙ୍କ ଛବି ସାଇତି ରଖିଥାଏ... ଧୀରେ ଧୀରେ ..... ସମୟ ର ଧକ୍କା   ଖାଇ ଖାଇ ବିରକ୍ତି ରେ.... ମହୁମାଛି ଫଣା ରେ ମାଛି ଙ୍କ ପରି ଗୁଣୁ ଗୁଣୁ ହୋଉ ଥାଏ। କେବେ ସେ ଆସିବେ.... କେତେବେଳେ ବା ଆସିବେ......   ସଜାଡି ରଖିଥାଏ.... ଧୂପ, ଦୀପ, ନୈବେଦ୍ୟ ସ୍ବାଗତ ପାଇଁ ।।।। ଆସନ୍ତିନି..... ଅନେକ ଦିନ ର ପ୍ରତିକ୍ଷା ଶେଷେ ମଳିନ ପଡିଯାଏ ।।। ବାଟ ଭାଙ୍ଗି ଚାଲି ଯା'ନ୍ତି ଅଣଦେଖା କରି ।।। ଘଣ୍ଟ , ଶଂଖ ଧ୍ବନି ବୋଧେ ଶୁଭେ ନାହିଁ..... ନିରାଟ ସତ୍ୟ ଭିତରେ ଅସତ୍ୟ ପାଲଟି ଯାଏ। ଏ.... କଣ....  ଭାଗ୍ୟ ର ବିଡମ୍ବନା ???? ପୂର୍ବ ଜନ୍ମ ର କୃତ କର୍ମ ଫଳ ???? କିଏ ବା ଦେଖିଛି ତାକୁ ???? ମିଳି ଯାଏ ସୂତ୍ର..... ଆସ୍ବସ୍ତ ହୋଇ ଯାଆନ୍ତି ସେ ବାହାନା ଦେଖେଇ ।।। ଦିନ ଗଡି ଯାଏ ଜନ୍ତା ଭିତରେ.... କ୍ଷତ ବିକ୍ଷତ ...
ବରେଣ୍ୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ, ଗୁରୁମା ବୃନ୍ଦ, ବିଜ୍ଞ ବିଚାରକ ମଣ୍ଡଳୀ। ଉକ୍ତ କାର୍ଯ୍ୟ କର୍ମ କୁ ଆୟୋଜନ କରିଥିବା କର୍ମକର୍ତ୍ତା ଗଣ। ଉପସ୍ଥିତ ସଜ୍ଜନ ମଣ୍ଡଳୀ , ମୋ ସାନ ବଡ ଭାଇ ଭଉଣୀ ମାନେ ଓ ମୋ ଅନ୍ତରଙ୍ଗ ସାଥୀ ଗଣ। ଭାରତୀୟ ଧର୍ମ ଓ ସଂସ୍କୃତି ରେ ଗୁରୁ ଶିଷ୍ୟ ପରମ୍ପରା ଅତି ପୁରାତନ ଓ ସମଗ୍ର ବିଶ୍ୱକୁ ଏ କ୍ଷେତ୍ର ରେ ଦିଗଦର୍ଶନ ଦେଇ ଆସିଛି। ଆମେ ଜାଣିଛେ.... "ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈଶ୍ରୀ ଗୁରବେ ନମଃ"। ଭାଗବତ ରେ ଭି ଲେଖା ଅଛି..... "ଗୁରୁ ଙ୍କୁ ନ ମଣିବ ନର ଗୁରୁଯେ ସାକ୍ଷାତ ଈଶ୍ୱର"। ପ୍ରତ୍ୟେକ କାର୍ଯ୍ୟର ପ୍ରାରମ୍ଭ ରେ ଗୁରୁ ବନ୍ଦନା କରା ଯାଇଥାଏ। ଗୁରୁ ଶିଷ୍ୟ ପରମ୍ପରା ଆମ ଭାରତ ରେ ଉଚ୍ଚ କୋଟୀର।     ଗୁରୁ ଶିଷ୍ୟ ଙ୍କୁ ଆଲୋକ ପ୍ରଦାନ କରନ୍ତି।  ଶିଷ୍ୟ ଜୀବନ ରେ ସେ ଆଲୋକ ବର୍ତ୍ତିକା। ତାଙ୍କ ଆଶୀର୍ବାଦ ରେ ଆମେ ଆଜି ସ୍ବଃ ପ୍ରସ୍ଫୁଟିତ। ଗୁରୁବିନା ମୁକ୍ତି ନାହିଁ ...ବୋଲି ....     ସନ୍ଥ କବି ଭୀମ ଭୋଇ ଭି ଅତି ସ୍ପଷ୍ଟ ଭାବରେ ସ୍ତୁତି ଚିନ୍ତାମଣି ରେ ଉପସ୍ଥାପନା କରିଛନ୍ତି। ଯାହା ହେଲେ ଭି ଏଇ ଗୁରୁ ଶିଷ୍ୟ ପରମ୍ପରା ଆମ ଭିତରେ ଉଜ୍ଜିବୀତ ହୋଇ ରହିଛି ଓ ରହିଥିବ ।। ତାଙ୍କରି ସମ୍ମାନାର୍ଥେ ଆଜି ର ଏଇ ବିଦ୍ୟାଳୟ ପ୍ରାଙ୍ଗଣେ ଏଇ ସମାବେଶ.... ଏଇ ସମାରୋହ। ମୋର ପ୍ରୀୟ ବନ୍ଧୁ ଗଣ ଆଜିର ଏଇ ମିଳନ...

ବନ୍ଧୁ ମିଳନ

-----ବନ୍ଧୁ ମିଳନ---- ଜୀବନ ଟା ନୁହେଁ ଏକ ସରଳ ରେଖା_____ କେତେ ବିନ୍ଦୁ, କମା, ବିସର୍ଗ, ତ୍ରିଭୂଜ, ଚତୁର୍ଭୁଜ, ବୃତ୍ତ ର ସମୀକ୍ଷା କରୁ କରୁ..... ଗତିପଥ ହୋଇଯାଏ ଭିନ୍ନ। ଆମେ ସବୁ ବାଛି ନେଇଛୁ ସେଇ ଭିନ୍ନ ଭିନ୍ନ ଗତିପଥ। ନାମ,କାମ,ସୁନାମ,ସ୍ଥିତି ରେ ସମସ୍ତେ ଆଜି ବ୍ୟସ୍ତ। ବୟସ ର ଦୂର ଦିଗନ୍ତ ଯାତ୍ରାୟନେ....... ମନେ ପଡେ ବେଳେ ବେଳେ..... ସେଇ ପିଲାଦିନ ସ୍ମୃତି ,  ତାର ଅଲିଭା କୀର୍ତ୍ତି। ହସ ଖେଳ, ଟଣା ଓଟରା ରେ.... ଦିନ ଟା ଥିଲା କେତେ ସୁଖମୟ। ଶିକ୍ଷକ ଙ୍କ ଅବାଞ୍ଛିତ ସ୍ନେହ, ଚେଷ୍ଟା ଓ ଆନନ୍ଦ ର ଜ୍ୟୋତି..... ଜଳାଉ ଥିଲା ଆମର  ଭାଗ୍ୟ ର ସଳିତା । ସେଇ ତେଜିୟାନ୍ ରେ ଆଲୋକ ରେ ..... ଆମେ ସମସ୍ତେ ଥିଲୁ ଦୀପ୍ତିମନ୍ତ। ଭ୍ରମର ଗୁଞ୍ଜନେ....  ଫୁଲ ଯେମିତି କୁସୁମିତ ଗୁରିଜୀ ଆକଟେ..... ଆଜି ଆମେ  ସେମିତି ପ୍ରଫୁଲ୍ଲିତ, ପଲ୍ଲବିତ। ତାଙ୍କର ସ୍ମରଣେ, ତାଙ୍କ ଆଶିର୍ବାଦେ... ଆଜି ର ଏଇ ସମାରୋହ। ବାଲ୍ୟ ବନ୍ଧୁ ମିଳନ ଏଇ ବିଦ୍ୟାଳୟ ପ୍ରାଙ୍ଗଣେ.... ଜଳି ଉଠୁଛି ଆଜି ସ୍ନେହ ର ଦୀପିକା। ଭୁଲି ଯାଇଛୁ ସତେ ଆଜି ବ୍ୟସ୍ତ ଜୀବନ ର କ୍ଳେଶ, କ୍ଳାନ୍ତ, ଥକା ଭରା, ଶ୍ରାନ୍ତ ପ୍ରାଣ। ପ୍ରୀତି ସିନ୍ଧୁ ଅତଳ ଗର୍ଭ ରେ..... ଭେଟିଅଛୁ ଆମେ ପୁରାତନ ସାଥୀ। କର୍ମ ରଥେ..... କର୍ମ ପଥେ.. ସାଜି ସାଧକ ସାଧିକା ହେବା ଆମେ ନିଷ୍ଠାପର ବ୍ରତୀ। ଏ ସୁନ୍ଦର ସୃଷ୍ଟି ର ସୌରଭେ.. ‌‌ ହୋଉଥାଉ ଏମିତି ବନ୍ଧୁ...
ଜିଇଁ ବାର ଲାଳସା ରେ ଭୁଲିଗଲି ବଞ୍ଚିବା ଖୁସି  ବଣ୍ଟା କାମନା ର ଭୁଲିଗଲି ସଂଚିବା ମିଠା ଭାଷା କହି କହି ଭୁଲିଗଲି ରାଗିବା ପ୍ରଡାରଣା ସହି ସହି ଭୁଲିଗଲି ହସିବା। ସତ କଥା କହି କହି  ଭୁଲିଗଲି ଠକିବା ମିଛ କଥା ଶୁଣି ଶୁଣି ଭୁଲିଗଲି ଭାବିବା। ଛଳନା କୁ ଦେଖି ଦେଖି ଭୁଲିଗଲି ମାନିବା ବୁଝିଗଲି ଦୁନିଆ କୁ ବିଶ୍ବାସ କେଭେ ନ କରିବା।।
ହେ.... ପ୍ରଭୁ!!!!!! ସବୁ ଜାଣି ଶୁଣି ଅଝଟ ହଉଛୁ କାହିଁକି ଜଗତ ସାଇଁ?   ଯେତେ ବୁଝେଇଲି ବୁଝୁନାହୁଁ କିଛି ଦୁଃଖ ଦେଉ କାହିଁ ପାଇଁ, ଦେଖି ପାରୁନୁ କି ମୋ ନିର୍ମଳ ସ୍ବଭାବ ମନରେ ନାହିଁ ମୋ ରାଗ ସରଳିଆ ଦେଖିଠକି ଦଉଅଛୁ ଦୁଃଖ ମୋ ନ କରି ଲାଘବ। ମୋ ଅଶ୍ରୁ ଛିଟା ପଡିବ ତୋ ଉପରେ ବୁଝିବୁ ତୋହର ସ୍ଥିତି। ଏଇ ଅଶ୍ରୁ ଟୋପା ଆଣିଦେବ ବନ୍ୟା ବଦଳିବ ତେବେ ମତି। ଆଣିଛୁ ଯଦି ଏଇ ଜଗତକୁ ମୋତେ ଭଲ ମନ୍ଦ ବୁଝେ ତୁହି ମା କେବେ ତାର ପିଲାକୁ କରେ ହେଳା ଗର୍ଭ ରୁ ଜନମ ଦେଇ। ଶିଖେ ତାଠୁ ଟିକେ ମମତା ମୟୀ ଗୁଣ ପୂଣ୍ୟ ର ସେ ନଦୀ ହୋଇ ଠାକୁର ଠାକୁର ବୋଲି ବଡିମା କରୁଛୁ ଜଗତର ନାଥ ହୋଇ ଯଦି ତୁ ଅଟୁ ସତରେ ଠାକୁର  ଦୁଃଖ ମୋର ଫେଡିବୁ ତୁହି ଖୁସି ରେ ଖୁସି ରେ  ଅଶ୍ରୁ ମୁଁ ଢାଳିବି ପାଦ ତୋର ଦେବି ଧୋଇ।।।।।।
ଜିଇଁ ବାର ଲାଳସା ରେ ଭୁଲିଗଲି ବଞ୍ଚିବା ଖୁସି  ବଣ୍ଟା କାମନା ର ଭୁଲିଗଲି ସଂଚିବା ମିଠା ଭାଷା କହି କହି ଭୁଲିଗଲି ରାଗିବା ପ୍ରଡାରଣା ସହି ସହି ଭୁଲିଗଲି ହସିବା। ସତ କଥା କହି କହି  ଭୁଲିଗଲି ଠକିବା ମିଛ କଥା ଶୁଣି ଶୁଣି ଭୁଲିଗଲି ଭାବିବା। ଛଳନା କୁ ଦେଖି ଦେଖି ଭୁଲିଗଲି ମାନିବା ବୁଝିଗଲି ଦୁନିଆ କୁ ବିଶ୍ବାସ କେଭେ ନ କରିବା।।
ମୋ ମନ ର କଥା ବୁଝି ପାରୁନ କି ଥରିଲା ଓଠ କୁ ଦେଖି ମୋ ହୃଦୟ ଭାଷା ପଢି ପାରୁନ କି ଆଖି ତ ମୋହର ସାକ୍ଷୀ ଝରି ପଡେ ଲୁହ ଦୁଇ କୁଳ ଛୁଇଁ.... ଦୁଃଖ ର ଅସରା ନେଇ ଖୁସିର ପସରା କେବେ ଯେ ମେଲିବ ଆଉ ପାରୁନି ତ ରହି। ମୋ ଫିକା ବନ ରେ ଢାଳି ଦିଅ ରଂଗ ଚିତ୍ରକାର  ଟିଏ ହୋଇ ମୋ ମନ ଆକାଶ ସୁଗନ୍ଧିତ କର ମଧୂର ମହକ ଦେଇ। ପାରିବ ଯଦି ଗୋ ସୂର ବନି ଯାଅ ଝଂକାର ର ତାଳ ହୋଇ ସବୁଜ ସକାଳ କୁଆଁ ତାରା ପରି ଥାଅ ପାଖେ ପାଖେ ରହି ତୁମର ପ୍ରେମ ର କୁସୁମିତ ପଥେ.. ‌ ପୂଣ୍ୟର ନଦୀ ମୁଁ ହୋଇ ଝରୁଥିବି ସଦା ତୁମରି ପୟରେ..... ନିଜକୁ ଭୁଲାଇ ମୁହିଁ।

ସତ୍ୟ--ବଚନ

ଯେତେ ଅଙ୍କ ମୁଁ କଷିଲି ଜୀବନେ ଫଳ ମିଳିଲା ଶୂନ୍ୟ ଅନ୍ୟ କୁ ଖୁସି ରଖିବା ସପନେ ପାଇଲି  ନାହିଁ   ପୂଣ୍ୟ ।। ନିଜେ ନିଜକୁ ଭୁଲିଲି ଜୀବନେ ମନେ ରଖି କିଛି ପଣ। ଖୁସି ବାଣ୍ଟୁ ବାଣ୍ଟୁ ହାରିଲି ସବୁଠି ମିଳିଲା ଅପମାନ।।। ଭଲ କରିବା ଉଦ୍ଦେଶ୍ୟରେ ହେଲି ଖାଲି ବଦନାମ। ଲୋକେ କହିଲେ ଭଲେଇ ହଉଛି ସତେ ନବ ଗାନ୍ଧୀ ନାମ।। ଭଲ କଲେ  ସତେ ଭେଲ ମିଳେ ଏଠି ବୁଝିଗଲି ପରିଣାମ।।। ନିଜେ ନିଜକୁ ଖୁସି ରଖିବା ସବୁଠୁ ମହତ କାମ।

ପ୍ରେମ ଏକ ......

ଜୀବନ ନଈ ର  ସାୟାହ୍ନ ରେ ଉଆଁସି ଜହ୍ନ ତାର ଅବାଞ୍ଛିତ ପ୍ରଶ୍ନ!!!! ପ୍ରେମ ତ ଥିଲା ତା ଶାଶ୍ବତ ଆତ୍ମା ର..... ତାର ପବିତ୍ର ଭାବନା ର... ତା ର ଅସଂଖ୍ୟ ଫୁଲ ଫୁଟା ହସର.... ଆଜି ସେ ପ୍ରେମ ର ନିରୀହ ଦୀର୍ଘଶ୍ଵାସ ରୁ ପବନ ଚାଲିଯାଏ... ଜ୍ୟୋସ୍ନା ର ବାୟୁକୋଷ କୁ। ଆଉ ବର୍ଷ ବର୍ଷ ଧରି ଶିଖିଥିବା ବିସ୍ତୃତ ଜ୍ଞାନ ରୁ ପ୍ରେମ ଜ୍ଞାନ ର ସଂଜ୍ଞା ଖରା ବର୍ଷା ରେ.... ସତ୍ୟ ଅସତ୍ୟ ରେ.... ପାପ ପୂଣ୍ୟ ରେ..... ହରାଇ ଦିଏ ଭାରସାମ୍ୟ। ହେଉ ପଛେ ପ୍ରେମ ଭକ୍ତ---ଭଗବାନ ର.... ସ୍ବାମୀ --- ସ୍ତ୍ରୀ ର.... ଭାଇ--- ଭଉଣୀ ର.... ଫୁଲ----ପ୍ରଜାପତି ର..... ଜହ୍ନ-----କଈଁ ର..... ପ୍ରେମ ସଂପର୍କ ର ଡୋର। କିଛି ଚାହେଁ ନାହିଁ.... .ପ୍ରଶ୍ନ କରେ ନାହିଁ। ମୋର -- ମୋର ହଉଥାଏ ସାଙ୍ଗ ରେ ଥାଏ ଦିନ ରାତି କଥା ନ କହି। ଆଜି ର ପ୍ରେମ ମାପକାଠି ରେ  ତୋଳା ହଉଛି..... ଦିଆ ନିଆ ରେ..... ଛନ୍ଦ କପଟ ରେ...... ଈର୍ଷା ହିଂସା ରେ..... ପ୍ରେମ ର ଫମ୍ପା ଆବାଜ ବଢି ଯାଇଛି.... ଅବୁଝା କୁହୁଡି ପରି ଅଣ ନିଃଶ୍ୱାସି ହୋଇ ପଳାତକ ସାଜିଛି ଫୁଲ ଫୁଟା ବେଳ ରେ କଳି ହୋଇ ଝରି ପଡୁଛି ପ୍ରେମ ଏବେ ସତେ ଏକ ଅବୁଝା ଗଣିତ ପାଲଟି ଯାଇଛି।।।।।। ☺☺☺☺☺☺

____ଆସ୍ଥା____

ହେ ଗୋଲାପ ସୁନ୍ଦରୀ.....!!!!! ତୁ ତ ଏଇ ମାତ୍ର ପାଖୁଡା ମେଲିଛୁ.... କଳି ରୁ ଫୁଲ ସାଜିଛୁ .... ନବଯୌବନ ଧାରିଛୁ। ନକ୍ଷତ୍ର ଭରା ସଂଜ ଆକାଶ ରୁ କୁଆଁରା ଜହ୍ନ  ତତେ ଚୁମା ଦଉଛି। କଅଁଳ ପବନ ତତେ  ବିଭୋର କରିଛି। ବଂଶୀ ସୂନର କୁହୁରି  କୁହୁରି  ଡାକ ଉନ୍ମଦନା କରୁଛି..... ଭୁଲି ଯାଇଛୁ ବୋଧେ ଏଇ ନର ରାକ୍ଷସ ଙ୍କୁ !!!! ବିଶ୍ଵାସ ର ଫଳ ଏଠି ଫଳେ ନାହିଁ କେବେ.....!!!! ଖଳ ଖଳ କୁ ଦୃଷ୍ଟି.... ତୋର ର ଉତ୍ପତ୍ତି ଠୁ !!!  ଜାଣିଥା....... ଏ ପୃଥିବୀ ର ଅପରିଚିତ ଦିଗନ୍ତ... ଧୀରେ ଧୀରେ ପ୍ରସ୍ଥ ପରେ  ପ୍ରସ୍ଥ କ୍ଷତ କରିଦେବ। ତୋର ନିର୍ଦ୍ଦେୋଷ  ପାଖୁଡା ରୁ ରକ୍ତ ଟୋପା ଟୋପା ଝରି ପଡିବ ଏଇ ମାଟିରେ.. ଏଇ ଅଭିମାନୀ ମାଟି ସିନା ଆଲୋଡି ତତେ କୋଳେଇ ନେବ। ଧ୍ବଂସ ହୋଇ ଯାଇଥିବ ତୋର ସାତ ଜନ୍ମ ର ସ୍ବପ୍ନ। କାହିଁକି ଆସିଲୁ ଏଇ ବିବର୍ଜିତ ମଣିଷ ପାଇଁ ??? କଳଙ୍କ ର ବୋଝ ଧରି ରକ୍ତ ର ଝର ପଛରେ ପାରିବୁକି ଧାଇଁ ??? ସମୟ ର ପ୍ରତାରଣା ଭିତରେ.... ଖୋଜି କି ପାରିବୁ ଅସ୍ଥିତ୍ବ ???? ଚୁପ ଚାପ ଆତ୍ମା ଟି ସମୁଦ୍ର ଜୁଆର ପରି ଆସୁଥିବ ଯାଉଥିବ.... ନିଜକୁ  ନ ଚିହ୍ନି ପାରି ଘରକୁ ଫେରିବାକୁ ବ୍ୟାକୁଳ ମନ ଗୁପ୍ତ ଇଛା ହୋଇ ରହିଯିବ ଜୀଇଁ ବାର ଶେଷ ଇଛା ଏଇ ମିଶାଣ ଫେଡାଣ ଦୁନିଆ ରେ ଲୁପ୍ତ ହୋଇଯିବ। ଦେଖୁ ଦେଖୁ  କୁହୁଡି ପରି ଦଗ୍ଧ ହୋଇଯିବ ତୋ ଶେଷ ଅଭିଳାଷା ।।।।।।

(ନୀରବ ଇଛା)

          ଇଚ୍ଛା ହୁଏ..... ଆଜି ଟୋପାଏ ଲୁହ ଯଦି ଥା'ନ୍ତା ମୋହର ଲିଭେଇ ଦିଅନ୍ତି  ମୋ ନୀରବ ଲାଭା କୁ...   ପିଲାଦିନ ର ଗୋଟି ଗୋଟି ଇଛା ଲୁଚି ଯାଇଛି ସତେ... ମୋ ନୀରବତା ର ବାଲିଘର ଭିତରେ। ଇଛା ଥିଲା ଡାକ୍ତର ହୋଇ ଦୂର କରିଥାନ୍ତି  ସମସ୍ତ ଙ୍କ ଅବୁଝା ଦୁଃଖ... ଜିତି ଯାଇଥାନ୍ତି ଯମ ଠାରୁ ମୋ'ଜ୍ଞାନ ରଣ କୌଶଳରେ.... ଆହୁତି ଦେଲି ସବୁ ଇଛା ସେଇ ଅଗ୍ନି ହୋମ  କୁଣ୍ଡ ରେ.... ଭୁଲିଗଲି ଇଛାରେ ଉଡିବା ଇଛା ରେ ଭାବିବା.... କାଠପୁତୁଳୀ ହେଲି ଏକ ସୂକ୍ଷ୍ମ ଡୋର ରେ.... ସବୁ ଯେମିତି ଚାଲିବାର  ଥିଲା ଚାଲିଛି.... ପୃଥିବୀ ସେମିତି ଘିର ଘିର ହୋଇ ବୁଲୁଛି... ଲୁହ ସବୁ ଝରି ଝରି ସୁଖି ଯାଇଛି।। ନୀରବତା ଆଜି ସବୁ ଧିକ୍ ଧିକ୍ କରୁଛି। ଆଜି ଇଛା ପାଲଟି ଯାଇଛି ନ ପୋଡି ହଉଥିବା ମରଣରେ.... ଇଛା ସବୁ ମାଡି ଆସୁଛି ଗୋଟି ଗୋଟି ହୋଇ ବାହାନା କରି ମୋ କବିତା ରେ.... ଆଜି ଅନାବଶ୍ୟକ ଲାଗେ ସେଇ ଅନିଚ୍ଛା ହୃଦୟ..... କେତେ ଦିନ ବା ଧରି ରଖିବି ଏଇ ପଞ୍ଜୁରୀ ରେ.... ହାରି ଯାଇଛି ଆଜି ନୀରବତା ରେ ସେଇ ମୃତ୍ୟୁ ର ବିଷମ ସଜ୍ଞାରେ.... ମୋର ରକ୍ତ ର ଦୁର୍ବଳତା ର ପ୍ରତିଟି ଅଣୁ ରେ..... ମୋ ଇଚ୍ଛା ର ଅନିଚ୍ଛା ସ୍ବୀକୃତିରେ।...... 🌞🌞🌞🌞🌞🌞