____ଆସ୍ଥା____ ହେ ଗୋଲାପ ସୁନ୍ଦରୀ.....!!!!! ତୁ ତ ଏଇ ମାତ୍ର ପାଖୁଡା ମେଲିଛୁ.... କଳି ରୁ ଫୁଲ ସାଜିଛୁ .... ନବଯୌବନ ଧାରିଛୁ। ନକ୍ଷତ୍ର ଭରା ସଂଜ ଆକାଶ ରୁ କୁଆଁରା ଜହ୍ନ ତତେ ଚୁମା ଦଉଛି। କଅଁଳ ପବନ ତତେ ବିଭୋର କରିଛି। ବଂଶୀ ସୂନର କୁହୁରି କୁହୁରି ଡାକ ଉନ୍ମଦନା କରୁଛି..... ଭୁଲି ଯାଇଛୁ ବୋଧେ ଏଇ ନର ରାକ୍ଷସ ଙ୍କୁ !!!! ବିଶ୍ଵାସ ର ଫଳ ଏଠି ଫଳେ ନାହିଁ କେବେ.....!!!! ଖଳ ଖଳ କୁ ଦୃଷ୍ଟି.... ତୋର ର ଉତ୍ପତ୍ତି ଠୁ !!! ଜାଣିଥା....... ଏ ପୃଥିବୀ ର ଅପରିଚିତ ଦିଗନ୍ତ... ଧୀରେ ଧୀରେ ପ୍ରସ୍ଥ ପରେ ପ୍ରସ୍ଥ କ୍ଷତ କରିଦେବ। ତୋର ନିର୍ଦ୍ଦେୋଷ ପାଖୁଡା ରୁ ରକ୍ତ ଟୋପା ଟୋପା ଝରି ପଡିବ ଏଇ ମାଟିରେ.. ଏଇ ଅଭିମାନୀ ମାଟି ସିନା ଆଲୋଡି ତତେ କୋଳେଇ ନେବ। ଧ୍ବଂସ ହୋଇ ଯାଇଥିବ ତୋର ସାତ ଜନ୍ମ ର ସ୍ବପ୍ନ। କାହିଁକି ଆସିଲୁ ଏଇ ବିବର୍ଜିତ ମଣିଷ ପାଇଁ ??? କଳଙ୍କ ର ବୋଝ ଧରି ରକ୍ତ ର ଝର ପଛରେ ପାରିବୁକି ଧାଇଁ ??? ସମୟ ର ପ୍ରତାରଣା ଭିତରେ.... ଖୋଜି କି ପାରିବୁ ଅସ୍ଥିତ୍ବ ???? ଚୁପ ଚାପ ଆତ୍ମା ଟି ସମୁଦ୍ର ଜୁଆର ପରି ଆସୁଥିବ ଯାଉଥିବ.... ନିଜକୁ ନ ଚିହ୍ନି ପାରି ଘରକୁ ଫେରିବାକୁ ବ୍ୟାକୁଳ ମନ ଗୁପ୍ତ ଇଛା ହୋଇ ରହିଯିବ ଜୀଇଁ ବାର ଶେଷ ଇଛା ଏଇ ମିଶାଣ ଫେଡାଣ ଦୁନିଆ ରେ ଲୁପ୍ତ ହୋଇଯିବ। ଦେଖୁ ଦେଖୁ କୁହୁଡି ପରି ଦଗ୍ଧ ହ...