Skip to main content

Posts

Showing posts from December, 2024

ଏତିକି ଜାଣିଛି ମୁହିଁ ଶିଶୁ କବିତା ✓

(ଏତିକି ଜାଣିଛି ମୁହିଁ) ସବୁ ଫୁଲ ନୁହେଁ ସୁବାସିତ ଫୁଲ          ବିଭୁ ପାଦେ ଲୋଡା ହୁଏ, ସବୁ ଫଳ ନୁହେଁ ଖାଇବାର ଯୋଗ୍ୟ          କିଏ ମିଠା , ଖଟା ଥାଏ।     ସବୁ ମଣିଷ ରକ୍ତ ରଙ୍ଗ ଲାଲ         ଗୁଣ ନୁହେଁ ଏକାପରି, ଧରମ କରମ ପ୍ରକୃତି ପ୍ରଭେଦ       କିଏ ନୁହେଁ କାହା ସରି। ପୂରବ ଦିଶାରେ ସୂରଯ ଉଇଁଲେ        ବିଶ୍ବ ହୁଏ ଉଦ୍ଭାସିତ, ତାରା ପଂକ୍ତି ମେଳେ ଚନ୍ଦ୍ରମା ଆସିଲେ       ଅନ୍ଧକାର କାୟା ସ୍ଥିତ । କାଉ,କୋଇଲି ଉଭୟ ରଙ୍ଗ କଳା      ସୁର ନୁହେଁ ଏକାକାର, କୋଇଲିର କୁହୁ ତାନ ସୁମଧୁର       କାଉର କର୍କଶ ସ୍ବର।   ନଦୀ ବୋହୁଥାଏ କୁଳୁ କୁଳୁ ହୋଇ        ପୁଷ୍କରିଣୀ ଜଳ ସ୍ଥିର, ଝରଣା ଯେ ବୋହେ ଝର ଝର ହୋଇ       କୁଳଯେ ଲଂଘଇ ଲହର। ପୃଥିବୀ ଗୋଟିଏ ମାଟି ମା ଗୋଟିଏ          ଭିନ୍ନ ଭିନ୍ନ ରୂପ ରଙ୍ଗ, କିଏ ଅଟେ ସୁଖୀ,କିଏ ଅଟେ ଦୁଃଖୀ         କିଏ ରାଜା କିଏ ରଙ୍କ। ଦେଉଳକୁ ଯାଇ ମାଗିଥାଉ ଭିକ୍ଷା       ସୁଖରେ ରହିବା ପାଇଁ,  ଭିକାରି ମାଗିଲେ ମୁଠାଏ ଚାଉଳ...