*ରାଜଧାନୀ ଓ ବାତ୍ୟା* ଦେହ ସାରା ଛାଉଁଣୀ ହେଇ ଯାଇଛି କଳା କଳା ଘୁମର ବାଦଲ ନାକ ସୁଡୁ ସୁଡୁ କରି ଟାଣି ନେଇଛି ମାଟି ର ସବୁ ବାସ୍ନା କଞ୍ଚା ପାଣି ବହି ଯାଇଛି ତା ସଜଳ ଆଖି ରୁ, ଧାଡି ଧାଡି ରଙ୍ଗ ବେରଙ୍ଗି ରୋଷଣୀ ର ପଟୁଆର,ଉଦଣ୍ଡୀ ଖରା ନିଃଶ୍ତବ୍ଧ ରେ ମାଟି କାମୁଡି ପଡି ରହିଛନ୍ତି ବଜ୍ର ପଡ଼ିଛି ହୃଦୟରେ ରାଜଧାନୀ ଭୁ..ବନ ଭୁବନେଶ୍ୱର ଏକା ଦିନକେ କୁ..ବନ ରୂପ ନେଇଛି, ଜହ୍ନର ଝାପସା ଝାପସା କିରଣ ତାରା ର ଜହ୍ନିଫୁଲ ହସ ମାଟି କାନ୍ଥରେ ନେସି ହେଇ ଯାଇଛି, କଇଁଫୁଲ କଇଁଛ ପରି ଆଖି ମିଟି ମିଟି କଲାବେଳେ କାଉ ପରି ଝାମ୍ପି ନେଇଛି ତାର ପରାଗ ରେଣୁ ମନ୍ଦିର,ଆତ୍ମବଡିମା,ବିବେକ,ସଂବେଗ ସିଦ୍ଧି ଜ୍ୟୋତି,ଆରାଧନା ହରେଇଛନ୍ତି ସମସ୍ତ ସ୍ବାଭିମାନ। ଚାରିଆଡେ ଖାଲି ମଡ୍ ମାଡ୍ କଡ୍ କାଡ୍, ଗଛଲତା,ପଶୁପକ୍ଷୀ କ'ଣ ମନୁଷ୍ୟ ବି ଖୋଜୁଛି କୁଢ଼ କୁଢ଼ ଶବ ଭିତରୁ ଆତ୍ମୀୟତା, ରାଜଧାନୀ ର ସବୁ ସ୍ବପ୍ନ ଖପ୍ ଖାପ୍ ଉତପଟାଙ୍ଗ ହଉଛନ୍ତି, ନିଃଶ୍ବାସ ରେ ନାହିଁ ଭରସା ବିଶ୍ବାସ କାଳର କରାଳ ର ମନ୍ତ୍ରଣା ଯନ୍ତ୍ରଣା ରେ ଶକୁନି ପଶା ପାଖରେ ବାଜି ହାରି ଯାଇଛି ହାୟ....! ଥା'ନ୍ତେ କି ସେଇ ପ୍ରିୟ ସଖା ତାଙ୍କ ସ୍ବର୍ଣ୍ଣୀମ କିରଣରେ ପଞ୍ଚଭୂତ ର ଶଙ୍ଖ ନାଦରେ , ଭଗବତ ଗୀତାର ଶ୍ଳୋକରେ ବଞ୍ଚେଇ ପାରିଥାନ୍ତେ ସକଳ ସର୍ଜନା ର କାନ୍ତି, କୋଟି ବସ୍ତ୍ର ...