Skip to main content

Posts

Showing posts from November, 2020

ଯା... ଦେବୀ 🙏

ସଂଯୋଜକ ତୁମେ ଅସଂଜତ ମନର..... ମଧୁମହକ ତୁମେ ଏ କ୍ଷୁଦ୍ର କଳିର...... ତୁମ ବିନା ମାତ ଶୂନ୍ୟ ଏ ଭଣ୍ଡାର...... ପରିପୂର୍ଣ୍ଣା ତୁମ ହୃଦ ପାରାବାର...... ସକଳ ସମୃଦ୍ଧିର ତୁମେ ହିଁ ଅଗାର..... ବିଶ୍ବ ନିୟନ୍ତା ମାଗୋ ବିକଶିତ ସ୍ବପ୍ନ ର..... 🙏🏻🙏🏻🙏🏻🙏🏻🙏🏻

jai jagnnath

[15/11, 11:31 am] Minakshi Dwivedy: ଦୀପ ଟିଏ ମୋତେ କରିଦେ କାଳିଆ ନିତି  ତୋ ପାଖେ ଜଳୁଥିବି ସଂଜ ସକାଳେ ତତେ ଦେଖି ଦେଖି ଆତ୍ମହରା ହଉଥିବି। ଜଳି ଜଳି ମୁହିଁ ଉଜ୍ଜ୍ୱଳ କରିବି ଦୂର କରି ଅନ୍ଧକାର। ମୋ ପ୍ରଜ୍ଜ୍ବଳିତ ଶିଖା  ଚମକଉଥିବ ସୁନ୍ଦର ଶ୍ରୀମୁଖ ତୋର। [18/11, 11:20 am] Minakshi Dwivedy: ତତେ ପାଇବାକୁ ଅନେକ ଉପାୟ କରୁଥିଲି ଏଣେ ତେଣେ .... ଶେଷରେ କାଳିଆ ଅନୁଭବ କଲି  ତୁ ଲୁଚି ବସିଅଛୁ ମୋ ହୃଦୟ ର କୋଣେ [19/11, 8:59 am] Minakshi Dwivedy: ତୋ ବାତ୍ସଲ୍ୟ ମମତା ଉଣା କରେ ନାହିଁ ରହିଥା ମୋ ସଙ୍ଗେ ସାଥି ସାଥି ହୋଇ। ତୋ ଛଡ଼ା ମୋର ଭରସା କେ' ନାହିଁ ମାତା ପିତା ତୁ ତୁହି ମୋର ଭାଇ। ଅନାଥ ଜନକ ଭକ୍ତି ଜାଣି ନାହିଁ ତୋତେ ସ୍ମରି ସ୍ମରି  ବାଟ ଚାଲେ ମୁହିଁ। ଆହେ ଭାବଗ୍ରାହୀ...!!! ମାର କିବା ତାର ତୁମ ଇଚ୍ଛା ଯହିଁ। ଆଖିବୁଜି ସବୁ ସହିଯିବି ମୁହିଁ

ଦୀପାବଳି

ଆସନ୍ତୁ ଦିଓ୍ବାଲି ପାଳନ କରିବା..... ବାଣ ନ ଫୁଟେଇ ଓଠ ରେ ହସ ଫୁଟେଇବା। ଝୁର ଝୁରି ନ ଝରେଇ ମନ ରେ ଖୁସିର ଲହର ଝରେଇବା। ଆଧୁନିକ ବତୀ ନ ଲଗେଇ ପବିତ୍ର ମାଟି ଦୀପ ଲଗେଇବା। ଅଯଥା ପଇସା ନ ପୋଡ଼ି ମନରୁ ସବୁ ପାପ, କଳୁଷ ପୋଡିବା। ଡି,ଜେ ଗାନା ନ ଲଗେଇ ପବିତ୍ର ମନରେ ଚାରିପୁରୁଷ ସୁମରଣା କରିବା। ବାୟୁ ପ୍ରଦ୍ୟୁଷଣ ନ କରି କରୋନା ପ୍ରଦ୍ୟୁଷଣ ହଟେଇବା। ଆସନ୍ତୁ ଏଥର ଦିଓ୍ବାଲି ପାଳନ କରିବା। -----------------------------------------  ଦୂର ହଉ ମନୁ ଦୁଃଖ ର ତିମିର ଜ୍ୟୋତିର୍ମୟ ହଉ ଜୀବନ ସୁର ଦୀପାବଳି ଭରୁ ଖୁସିର ଲହର ଭରିଯାଉ ଭାବ ଶାନ୍ତି, ମୈତ୍ରୀ ର। ସମସ୍ତ ଙ୍କୁ ଦୀପାବଳି ଉପଲକ୍ଷେ ହାର୍ଦିକ ଶୁଭକାମନା।

ବେଦନା

ନନା......!!!! ଝୁଣ୍ଟି ପଡିବିନି ବୋଲି ହାତ ଧରି ଚାଲି ଶିଖେଇଲ.... ବୋଉ.....!!!! ଖୁସି ରେ ରହିବି ବୋଲି ପଣତ ଛାୟା ରେ ସବୁବେଳେ ଘୋଡେ଼ଇ ରଖିଲ.... ଆଜି ମୁଁ ଖୋଜୁଛି  ତୁମର ସେଇ ଆଶୀଷ ଭରା ହାତ ଆଉ ପଣତ।  ପଡ଼ିବା ଶିଖିଥିଲେ.... ମୁଁ ଆଜି ନିଜେ ଉଠି ପାରିଥାନ୍ତି... କଣ୍ଟାରେ ଚାଲିବା ଶିଖିଥିଲେ..... ଆଜିର କଣ୍ଟକ ପଥକୁ ଆବୋରି ନେଇଥାନ୍ତି.... କୁହ କ'ଣ କରିବି ଆଜି ମୁଁ...???

ଅଣୁ କବିତା

[11/11, 9:34 pm] Minakshi Dwivedy: ମାଟି ପିଣ୍ଡ ଦିନେ ମାଟିରେ ମିଶିବ  ଏ.. ତ ଲୀଳା ଖେଳା ତୋର...!!!! ମୋହ ମାୟା କାହିଁ ମନରେ ଭରୁଛୁ ଏ ସାରା ସଂସାର ର...???? ଆସିଅଛି ଏକା ଯିବ ଦିନେ ଏକା ଧରମ ରେ ଅଛି ଲେଖା...;;;; ସଂସାର  ବନ୍ଧନ ମିଟୁନି ମନରୁ  ଚାହିଁଲେ କରିବୁ ରକ୍ଷା। ତୋ ଶ୍ରୀଚରଣ ତଳେ ଆଶ୍ରୟ ଦେବୁ ରେ  ମନେ କରିବିନି ରୋଷ ମାୟା ବାୟା ଭୁଲି ତୋହରି ସେବାରେ ଜୀବନ କରିବି ଶେଷ। [12/11, 9:07 am] Minakshi Dwivedy: ସ୍ମୃତି ତୁମେ....!!!! କାହିଁକି କରୁଅଛ ଆଜି ଅଣଦେଖା...,,,,, ତୁମ କୁ ନେଇ ତ.... ବାଟ ଚାଲିଛି ମୁଁ ଏକା ଏକା.... ଅନିଶ୍ଚିତ ଭବିଷ୍ୟତେ......!!!! ଦେଖି ପାରୁନି କାଇଁ ସେଇ ଆଲୋକ ମୟ ଦିପ୍ତିଶିଖା....,,,, ତୁମକୁ ସାଉଁଟି....!!!! ବର୍ତମାନ ସହ କରିଛି ପ୍ରଣୟ... ଲିଭେଇବାକୁ  ମୋ ହୃଦୟ ବିଭୀଷିକା। [12/11, 6:04 pm] Minakshi Dwivedy: ମୋ ନୀରବତାରେ.... ଛୁପେଇ ରଖିଛି ମୋ ହୃଦୟ ର ଅନେକ ଅକୁହା କଥା। ମୋ ଅଶ୍ରୁ ହୀନ ଚକ୍ଷୁରେ.... ଛୁପେଇ ରଖିଛି ଅନେକ ବେଦନା ଭରା ମର୍ମନ୍ତୁଦ ଗାଥା। ମୋ ଶୁଖିଲା ହସରେ....  ଛୁପେଇ ରଖିଛି ଅସରନ୍ତି ଦୁଃଖ ର ମର୍ମସ୍ପର୍ଶୀ ବ୍ୟଥା। ମୋ ମିଶାଣିଆ ହୃଦୟରେ.... ଛୁପେଇ ରଖିଛି ଭୟଙ୍କର ଛଳନା ରେ  ଦଗ୍ଧିଭୂତ,ନିଷ୍ପେସିତସତ୍ତା। ମୋ ଆଗକୁ ବଢିବାର ପ୍ରତିଶ୍ରୁତି.... ଦେଖେଇ ଦେଉଛି ଗରଳ ପିଇ ଭି ଅମୃତ ର...

ସ୍ମୃତି

ମାଟି ପିଣ୍ଡ ଦିନେ ମାଟିରେ ମିଶିବ  ଏ.. ତ ଲୀଳା ଖେଳା ତୋର...!!!! ମୋହ ମାୟା କାହିଁ ମନରେ ଭରୁଛୁ ଏ ସାରା ସଂସାର ର...???? ଆସିଅଛି ଏକା ଯିବ ଦିନେ ଏକା ଧରମ ରେ ଅଛି ଲେଖା...;;;; ସଂସାର  ବନ୍ଧନ ମିଟୁନି ମନରୁ  ଚାହିଁଲେ କରିବୁ ରକ୍ଷା। ତୋ ଶ୍ରୀଚରଣ ତଳେ ଆଶ୍ରୟ ଦେବୁ ରେ  ମନେ କରିବିନି ରୋଷ ମାୟା ବାୟା ଭୁଲି ତୋହରି ସେବାରେ ଜୀବନ କରିବି ଶେଷ। ----------------------------------- ସ୍ମୃତି ତୁମେ....!!!! କାହିଁକି କରୁଅଛ ଆଜି ଅଣଦେଖା...,,,,, ତୁମ କୁ ନେଇ ତ.... ବାଟ ଚାଲିଛି ମୁଁ ଏକା ଏକା.... ଅନିଶ୍ଚିତ ଭବିଷ୍ୟତେ......!!!! ଦେଖି ପାରୁନି କାଇଁ ସେଇ ଆଲୋକ ମୟ ଦିପ୍ତିଶିଖା....,,,, ତୁମକୁ ସାଉଁଟି....!!!! ବର୍ତମାନ ସହ କରିଛି ପ୍ରଣୟ... ଲିଭେଇବାକୁ  ମୋ ହୃଦୟ ବିଭୀଷିକା।

ହେ ପ୍ରଭୁ 🙏

ଯାହା ତୁ ଦେଇଛୁ ସବୁ ତ ତୋହରି  କି ଦେଇ ପୂଜିବି କହ। ଭକ୍ତି ଛଡ଼ା ମୋର ପାଖେ ନାହିଁ କିଛି ପୂଜୁଛି ଝରାଇ ଲୁହ। କାଳିଆ ରେ....!!!!! ତନ ମନ ସବୁ ତତେ ସମର୍ପିତ ପୋଛିଦେ ସଂସାରୀ ମୋହ। ______________________  ତୋର କାୟା ମାୟା କରୁଛି ରେ ବାୟା ଟାଣି ଟାଣି ହୋଇଯାଏ କାଳିଆ କାଳିଆ ଚତୁର୍ଦ୍ଦିଗେ ବାସୁ ତୋ ଭକତି ରେ ମୋହିଯାଏ। ତୋ ଛଡ଼ା କିଛି ଲାଗୁନିରେ ଭଲ ମନ ମୋ କରିଛୁ ଚୋରି। ସଂସାରୀ ଜୀବନ ଫମ୍ପା ଆବାଜ ତୁ ହିଁ ସତ୍ୟ ସୁନ୍ଦର ଧାରୀ। ସିଞ୍ଚିଦେ ତୋ କରୁଣା ବାରି କଳଙ୍କ ର ଗାର ମିଟିଯାଉ ମନୁ ବନ୍ଧା ମୋ ଜୀବନ ଡୋରି। ____________________  ଆହେ ଭୋଳାନାଥ...!!! ଭକତ ଭକ୍ତି ରେ  ଭୋଳ ହୋଇ ତୁମେ ନ ବିଚାରଇ ଆଗ ପଛ ଆଶୀଷ ର ରେଣୁ  ଭରିଦିଅ ତୁମେ  ପୁରା କରି ମନବାଞ୍ଛା। ମୋ ଭକତି ପ୍ରଭୁ ହେଜ ପଡିଲାନି କରିଦେଲ ମତେ ତୁଚ୍ଛ। ତୁମ ଛଡ଼ା ମୁଁ  ନ ଆଦରେ କାହାକୁ ରଖ କି'ବା ମାର  ଇଛା

ବ୍ୟର୍ଥତା

ସଂଜ ର ନୁଆଁଣିଆ ଆକାଶରେ ଅବ୍ୟକ୍ତ ତାରା ଫୁଲ କିଛି କହିବାର ପ୍ରୟାସ.... ମନ ର ଉତ୍ତେଜନା ଭରା ଉଚ୍ଛ୍ୱାସ.... ସବୁ ଅସରନ୍ତି ଝଡ ତଳେ ମଥା ପାତି ସହି ନେଇଥିଲା, ତା ହୃଦୟ ର ପ୍ରତିଧ୍ଵନି ବାରମ୍ବାର ଚେତେଇ ଦଉଥିଲା ଅପାରଗତା... ନିମିଷକ ମଧ୍ୟରେ ଖେଳି ଗଲା ଶାନ୍ତ ବାତାବରଣ। ଶେଫାଳି ର ମହ ମହ ବାସନା ତାର କାମାତୁର ଚାହାଣୀ..... ଉତ୍ତେଜିତ ହୋଇ ଉଠୁଥିଲା ଫେରି ଆସୁଥିଲା ସେଇ ନିରାଶ ମୟ ସ୍ଥଳ କୁ.... ଜୀବନର  ଅଧାଗଢ଼ା  ଭଗ୍ନ ବିଶ୍ବାସ ର  ପ୍ରତିଛବି କୁ.... ପାଦ ଥାପି ଥାପି ସ୍ବପ୍ନିଳ ଦୁନିଆ ରେ ଭାସି ବୁଲୁଥିଲା। ହରାଇଥିଲା ତାର ଚିନ୍ତା ଓ ଚେତନା। ବାସ୍ତବ ରୂପ ଥିଲା ବହୁତ ଭୟାନକ ଘଡିସନ୍ଧି ମୁହୂର୍ତ୍ତରେ ରେ ସେ ଆଜି ବିରାଜମାନ ସବୁ କେବଳ ତାରି ଦୋଷ, ତାର ଅକାମି ର ଧୃଷ୍ଟ  ଦକ୍ଷତା, 'ହଁ' 'ନାହିଁ' ର ତ୍ରିଶଙ୍କୁ ରେ ସେ ଦୋଳାୟମାନ....;; ସୁନା ଫରୁଆ ରେ ଲୁଚି ରହିଥିବା ଏକ ନାଭି କେନ୍ଦ୍ର, ହୁତୁ ହୁତୁ ଜଳୁଥିବା ମୋହ ର ଅଣ୍ଡକୋଷ।  ଅସ୍ପଷ୍ଟ ପାଦ ସବୁ ଆଜି ଧୋଇ ହୋଇ ଯାଇଛି  ଏକ ମିଛ ପ୍ରହଳେକା ରେ...... ସେଇ ନୁଆଁଣିଆ ଛାଇ ପୁଣି କେବେ ଜନ୍ମନେବ ସୁନ୍ଦର ସକାଳ ର  ଅରୁଣିମା ରେ....!!!! ଅପେକ୍ଷା ରତ ଆଜି  ସେଇ ଦିନକୁ ,.... ସେଇ ପ୍ରହସନ ର ଶେଷ ପରିଣତି କୁ.... ଜୀବନ ର ଏକ ଶେଷ ପର୍ଯ୍ୟାୟ କୁ.....

ଶୁଭ ସକାଳ

ମୋ ଜୀବନର  ପ୍ରତି ପ୍ରଦକ୍ଷଣେ ତୁ ଅଟୁ ମୁକ ସାକ୍ଷୀ। ତତେ ହିଁ ଆଦରି ସତ୍ୟ କୁ ଆବୋରି ଚାଲିଛି ବାଟ ଏ ଦୁ଼ଃଖି। ଅତଳ ସାଗରେ  ତୁ ବତିଘର ତୁ ହିଁ ଆଶାର ଆଲୋକ ସବୁ ଜଟିଳ କୁ କରିବୁ ସରଳ ଏତିକି ମାଗୁଛି ଭିକ। ହେ ପ୍ରଭୁ କଳା ଶ୍ରୀମୁଖ.....!!!! ତୁ ଅଛୁ ବୋଲି ଦମ୍ଭିଲା ହୃଦୟେ ପାର  କରୁଛି ମୁଁ ଦୁଃଖ।

ଓମ୍ ନମଃ ଶିବାୟ

ତବ ମହୋଦଧି ର  କ୍ଷୂଦ୍ର ସତ୍ତା ଟିଏ ନାହିଁ ମନେ ଛଳ କଳ। ନିର୍ମାୟା ବୋଲି କି କଷଣ ପାଉଛି କୁହ ଆହେ ହଳାହଳ...!!!! ତୁମେ ହିଁ ତ ମୋ ମନ ବଳ, ଅମୃତ ର ବାରି ବର୍ଷି ଦିଅ ପ୍ରଭୂ... ଶରଣେ ମୁଁ ଚିରକାଳ।

ଫଗୁଣ

[31/10, 6:54 pm] Minakshi Dwivedy: ପ୍ରୀତି ସ୍ନିଗ୍ଧା ହୋଇ  ଫଗୁଣେ ହଜିଲି ପ୍ରୀତିଲଗ୍ନା ହୋଇ  ଶ୍ରାବଣେ ଭିଜିଲି ପ୍ରୀତି ଫୁଲ ନେଇ ମଧୁ ବରଷିଲି ପ୍ରୀତି ର ସାଗରେ ସୌଧ ଗଢିଲି ପ୍ରୀତି ଜୋଛନା ରେ ସପନ ଦେଖିଲି ପ୍ରୀତି ଗହଣା ରେ ଅଙ୍ଗ ସଜେଇଲି। ପ୍ରୀତି ର ପରଶ ଯେବେ ମୁଁ ପାଇଲି ପ୍ରୀତି ଦୁନିଆ ରେ  ପୁରା ମଜ୍ଜିଗଲି। [01/11, 10:36 am] Minakshi Dwivedy: ଧର୍ମ ଅଧର୍ମ ଜାଣିନି କାଳିଆ କର୍ମ କରଇ ମୁଁ ଯେ ନିତି ଆରମ୍ଭଇ ମୋର ଦିବସ ରଜନୀ ପଦ ପଙ୍କଜେ ରଖି ମତି। କ୍ଷଣିକ ଜୀବନ ପାଣି ଫୋଟକା ସମ ମୋହ ମାୟା କର ଦୂର। ଏ ମାୟା ନଗରୀ ଅଟେ ଯେ ମାୟାବୀ ତା କବଳୁ ରକ୍ଷା କର। ଶୁଣ ଆହେ ଚକ୍ରଧର....!!! ମୋର ପାପ ପୂଣ୍ୟ ସବୁ ତୋ ରଚିତ ସବୁ ଲୀଳା ଖେଳା ତୋର, ଯାହା ତୁ କରାଉ ତାହା ମୁଁ କରଇ ତୁ ଯେ ସର୍ବେସର୍ବା ମୋର।