Skip to main content

Posts

Showing posts from August, 2025

ତ୍ରିରଙ୍ଗା – ମୋର ଆତ୍ମାର ସ୍ପନ୍ଦନ

ତ୍ରିରଙ୍ଗା – ମୋର ଆତ୍ମାର ସ୍ପନ୍ଦନ  ସୁର୍ଯ୍ୟର ରୋଷଣୀରେ ତୁମେ  ଯେତେବେଳେ ଫୁଲୁଥାଅ, ଆକାଶର ପବନରେ ଗର୍ବରେ ଝୁଲୁଥାଅ ମୋର ମନରେ ଜାଗିଉଠେ ଅନେକ ସ୍ମୃତି, ଏକାଧାରେ ଗର୍ବ, ପ୍ରେମ ଓ ତ୍ୟାଗର କଥା ମୋର ଚକ୍ଷୁରେ ଆସେ ଏକ ଦୀପ୍ତ ଦୃଶ୍ୟ, ମୋର ମନରେ ଭାସି ଉଠେ ଦେଶପ୍ରେମର ଇତିହାସ । କେଶରୀ ରଙ୍ଗରେ ମୁଁ ଦେଖିଥାଏ ସେଇ ନିର୍ଭିକ ସାହସୀଙ୍କ ମୁହଁ, ଯେଉଁମାନେ ହସିହସି ଜୀବନ ଦେଇଥିଲେ ଦେଶର ପ୍ରତି ପ୍ରେମରେ ମୋହିତ ହୋଇ, ତାଙ୍କର ରକ୍ତର ଗନ୍ଧ ଆଜିଯାଏ ପବନରେ ମିଶି ତୁମକୁ କରିଛି ପବିତ୍ର କେଶରୀରେ ଲୁଚିଛି ସେଇ ଅଗ୍ନିଶିଖା, ଯାହା ସାହସୀ ସେନାଙ୍କୁ କରୁଛି ପ୍ରତିଶ୍ରୁତିମୟ। ସେହି ରଙ୍ଗରେ ମୁଁ ଅନୁଭବ କରିଛି  ତ୍ୟାଗ, ସାହସ ଓ ସ୍ୱାଭିମାନର ଗାଥା, ଏହି ରଙ୍ଗ କହେ ... “ଭାରତ କେବେ ହାରିନାହିଁ କି ହାରିବ ନାହିଁ”। ଶ୍ୱେତରେ ମୁଁ ଦେଖେ ମା’ର କୋଳ, ଯେଉଁଥିରେ ଅଛି ଶାନ୍ତିର ସ୍ପର୍ଶ, ସତ୍ୟର ପଣ,ମନର ପବିତ୍ରତା  ଗାନ୍ଧୀଙ୍କର ଅହିଂସାର ସେଇ ଦୀପ ଓ ସତ୍ୟର ପ୍ରତିଶ୍ରୁତି, ଯାହା ଅନ୍ଧକାରରେ ଭରିଦିଏ ଦିବାଲୋକ । ଏହି ଧଳା ଆଲୋକରେ ମୁଁ ଶିଖେ – ଶକ୍ତି ଓ ଶାନ୍ତିର ସନ୍ଧି। ହରିତରେ ମୁଁ ଅନୁଭବ କରେ ମୋର ମାଟିର ଘ୍ରାଣ, ଧାନର ସୁବର୍ଣ୍ଣ ସ୍ୱପ୍ନ, ବର୍ଷା ପରେ ଧରିତ୍ରୀର ସବୁଜ ହସ, ସମୃଦ୍ଧି, କୃଷି ଓ ପ୍ରକୃତିର ଆଲିଙ୍ଗନ, ସବୁଜ କ୍ଷେତ, ପୁଷ୍ପଶୈଳ ସେଇ ଶୋଭାକୁ ତୁମେ ଦେଉଥାଅ ଅମର ସ୍ମରଣ। ଏହି ରଙ୍ଗ କହେ...

ଆହେ ବିଘ୍ନେଶ୍ୱର ଶିଶୁ କବିତା ✓

ଆହେ ବିଘ୍ନେଶ୍ୱର  କୋଟି ସୂର୍ଯ୍ୟ ତେଜୋବନ୍ତ ବିଘ୍ନ ବିନାଶକ ଗୌରୀ-ନନ୍ଦନ ରିଦ୍ଧି-ସିଦ୍ଧି ପ୍ରଦାୟକ। ଲମ୍ବୋଦର ଗଣପତି ପାର୍ବତୀ ନନ୍ଦନ  ଜୟ ଗଣେଶ୍ୱର ପ୍ରଭୁ ସଙ୍କଟ ମୋଚନ।  ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ  ପୂଜା ପାଆନ୍ତି ଧରାରେ ଅତି ଆଡ଼ମ୍ବରେ। ପାଶ, ଅଙ୍କୁଶରେ ହୋଇ ଥାଆନ୍ତି ସୁବେଶ, ଚାରି ହସ୍ତ ଟେକି ପ୍ରଭୁ ଦିଅନ୍ତି ଆଶୀଷ। କୁଲା ପରି କାନ ତାଙ୍କ ଶୁଣନ୍ତି ପ୍ରାର୍ଥନା, ଛୋଟ ଆଖିରେ ଦେଖନ୍ତି ସତ୍ୟମାର୍ଗ ସିନା। ମୂଷିକ ବାହନେ ବସି ଲମ୍ବୋଦର ହର୍ଷେ ଘୁରିଲେ  ଆନନ୍ଦେ ପିତାମାତା ଚତୁର୍ପାର୍ଶ୍ବେ। ପିତାମାତା ସମକକ୍ଷେ ନୁହେଁ କେହି ବଡ, ଶିଖାଇଲେ ମନୁଷ୍ୟଙ୍କୁ ଜୀବନର ମୋଡ଼। ମାତା ଆଜ୍ଞା ପାଳିବାକୁ ହେଲେ ଜଗୁଆଳୀ  ହରାଇଲେ ମସ୍ତକ ଯେ ପିତା ସହ ଲଢ଼ି। ଏକ ଦନ୍ତ ବକ୍ରତୁଣ୍ଡ ଜ୍ଞାନ ସିଦ୍ଧିପ୍ରଦ,  ଶୁଭ-ଲାଭ ପ୍ରାଣୋଦକ ଭର ଯେ ଆନନ୍ଦ।  ଦେବ ମଧ୍ୟେ ଅଗ୍ରପୂଜ୍ୟ ଜଗତେ ପାଇଲ ବ୍ୟାସ ଦେବଙ୍କର ଗ୍ରନ୍ଥ ତୁମେ ହିଁ ଲେଖିଲ। ତୁମେ ବିଦ୍ୟାଦାତା ଅଟ ତୁମେ ସିଦ୍ଧିଦାତା ଅନ୍ଧାର ହୃଦୟେ ଭର ଆଲୋକର ବାର୍ତ୍ତା । ଲଡୁ, ମୋଦକ ଭୋଗ ଅଟେ ତୁମର ପ୍ରିୟ  ଭଜିଲେ ତୁମକୁ ପ୍ରଭୁ ରିଷ୍ଟ ହୁଏ କ୍ଷୟ। ବିଦ୍ଯା, ବୁଦ୍ଧି,ସିଦ୍ଧି ଦାତା ହରତା କରତା ଅଳି କରୁ ଶ୍ରୀଛାମୁରେ ସର୍ବ ଜ୍ଞାନ ଜ୍ଞାତା। ପର ଉପକାର ଲାଗି ମନରେ ସାହସ ଦିଅ କର ଚରଣରେ ବଳ ଗଣ ଈଶ। ବିଶ...

ଗୁରୁ :-- “ଆତ୍ମାରେ ଅନୁଭବର ଉଦୟ”

ଗୁରୁ :-- “ଆତ୍ମାରେ ଅନୁଭବର ଉଦୟ” ମଣିଷ ଜୀବନରେ ଗୁରୁଙ୍କ ସ୍ଥାନ ସାଧାରଣ ନୁହେଁ, ସେମାନେ ପଥ ପ୍ରଦର୍ଶକ, ଜ୍ଞାନ ଦାତା ଏବଂ ଆଦର୍ଶ ନିର୍ମାତା। ପ୍ରାଚୀନ କାଳରୁ “ଗୁରୁ” ଶବ୍ଦଟିକୁ ଆଲୋକ ଓ ଜ୍ଞାନର ପ୍ରତୀକ ଭାବରେ ଦେଖା ଯାଇଥାଏ। “ଗୁ”ର ଅର୍ଥ ଅନ୍ଧକାର, “ରୁ”ର ଅର୍ଥ ଆଲୋକ। ଅଜ୍ଞାନର ଅନ୍ଧାରରୁ ଜ୍ଞାନର ଆଲୋକକୁ ଯିଏ ଘେନି ଯାଆନ୍ତି ତାଙ୍କୁ ଭାରତୀୟ ପୁରାଣ ଓ ଦର୍ଶନରେ ଗୁରୁ କୁହା ଯାଇଥାଏ । ଏହି ମତେ ପ୍ରଥମ ଗୁରୁ ମାତା, ପିତା ଅଟନ୍ତି ଏବଂ ଶିକ୍ଷା ଗୁରୁ, ଦୀକ୍ଷା ଗୁରୁ ଭେଦରେ ଜୀବନରେ ଅନେକ ଗୁରୁ ଅଛନ୍ତି।  ଗୁରୁଙ୍କୁ ଯଥାର୍ଥରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ସମନ୍ଵୟ ବୋଲି ଜ୍ଞାନ କରାଯାଏ। କାରଣ ବ୍ରହ୍ମା ସୃଷ୍ଟି କର୍ତ୍ତା, ବିଷ୍ଣୁ ପାଳନ କର୍ତ୍ତା ଏବଂ ମହେଶ୍ୱର ସଂହାର କର୍ତ୍ତା ବୋଲି ବିଶ୍ୱାସ କରାଯାଏ। ଠିକ୍‌ ସେହିପରି ଗୁରୁଶକ୍ତି ଜୀବମାନଙ୍କ ମଧ୍ୟରେ ଥିବା କୁସଂସ୍କାରକୁ ଦୂର କରି ପାପ, ତାପ, ଶାପକୁ ନିଜର ଅଲୌକିକ ଦିବ୍ୟ ଶକ୍ତି ଦ୍ୱାରା ଶିଷ୍ୟଠାରୁ ହରଣ କରାଇ ସତ୍‌ ଚେତନା ଓ ଦିବ୍ୟ ଗୁଣାବଳୀରେ ଗଢ଼ି ତୋଳିଥାନ୍ତି।ଗୁରୁ ମଧ୍ୟ ବିରାଟ ଏବଂ ମହାନ ବ୍ୟକ୍ତିତ୍ୱକୁ ବୁଝାଇଥାଏ । ନିଜର ଆପ୍ରାଣ ଚେଷ୍ଟାରେ ମଧ୍ୟ ଯାହା ସମ୍ଭବ ହୋଇ ପାରେନା, ତାହା ଗୁରୁକୃପାଦ୍ୱାରା ଅଚିରେ ଉପଲବ୍ଧ ହୋଇଯାଏ ବୋଲି ବିଶ୍ୱାସ କରଯାଇଥାଏ । ପୁରାଣମତେ ଗୁରୁ କୌଣସି ଶରୀର ନୁହଁନ୍ତି, ଗୁରୁ ହେଉଛନ୍ତ...

ଗଣମାଧ୍ୟମ ଓ ଅମଲାତନ୍ତ୍ର କାହାର ପରାମର୍ଶ ସରକାରଙ୍କର ଏକାନ୍ତ ଉପଯୋଗୀ?*

*ଗଣମାଧ୍ୟମ ଓ ଅମଲାତନ୍ତ୍ର କାହାର ପରାମର୍ଶ ସରକାରଙ୍କର ଏକାନ୍ତ ଉପଯୋଗୀ?* ସରକାର ଜନତାଙ୍କ ପାଇଁ, ଜନତାଙ୍କ ଦ୍ୱାରା ଓ ଜନତାଙ୍କର। ଏହାର କାର୍ଯ୍ୟକଳାପ ସୁଚାଳିତ ଭାବରେ ପରିଚାଳିତ ହେବା ପାଇଁ ବିଭିନ୍ନ ସ୍ରୋତରୁ ପରାମର୍ଶ ଆବଶ୍ୟକ ହୁଏ। ସେଥିରେ ଗଣମାଧ୍ୟମ ଓ ଅମଲାତନ୍ତ୍ର ସର୍ବପ୍ରଧାନ। ସାମ୍ପ୍ରତିକ ପରିସ୍ଥିତିକୁ ଅନୁଧ୍ୟାନ କଲେ ଜଣାପଡେ   ଦୁହିଁଙ୍କର ପରାମର୍ଶ ଭିନ୍ନ କ୍ଷେତ୍ରରେ ଏକାନ୍ତ ଉପଯୋଗୀ। ଆଜିକାଲି ଅଧିକାଂଶ ଲୋକ ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଛନ୍ତି। ଏଥିରୁ ଅନୁମାନ କରାଯାଇପାରେ ଆମ ସାଂପ୍ରତିକ ସମାଜରେ ସାମାଜିକ ଗଣମାଧ୍ୟମର ଗଭୀରତା ଅନେକ। ପିଲାଠାରୁ ବୁଢ଼ାଯାଏ ସଭିଏଁ ଫେସ୍‌ବୁକ, ହ୍ୱାଟ୍‌ସଆପ୍‌, ୟୁଟ୍ୟୁବ, ଟୁଇଟର ଭଳି ମାଧ୍ୟମ ସହ ଅଭ୍ୟସ୍ତ ହୋଇଗଲେଣି। ଆଧୁନିକ ଜୀବନ ପ୍ରଣାଳୀର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେଲାଣି ସୂଚନା ପ୍ରଯୁକ୍ତି ଓ ସାମାଜିକ ଗଣମାଧ୍ୟମ। ଗଣମାଧ୍ୟମ ହେଉଛି ଲୋକଙ୍କର ସ୍ବର, ଜନମତର ଆଇନା। ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥ ସ୍ଥମ୍ଭ (Fourth Pillar) ବୋଲି କୁହାଯାଏ। ସମାଜରେ ଯାହା କୁହା ଯାଇପାରେନି, ଯାହା ଦବାଇ ଦିଆଯାଏ, କିମ୍ବା ଯାହା ଅନ୍ୟାୟ ଅନିତି ହୁଏ, ସେସବୁକୁ ଗଣମାଧ୍ୟମ ଜୋରଦାର ଭାବରେ ସରକାର ସମ୍ମୁଖକୁ ଆଣେ। ଏହା ସାଧାରଣ ଲୋକଙ୍କ ଆବଶ୍ୟକତା, ଆକାଂକ୍ଷା, ଅସନ୍ତୋଷ ଓ ଚାହିଦାକୁ ପ୍ରକାଶ କରେ। ତେଣୁ ସରକାର ଯଦି ସଠିକ୍ ନୀତି ତିଆରି କରିବାକୁ ଚାହେଁ, ତେବେ ...

ନିରବ ପ୍ରକୃତିର ସ୍ବର new version

ନିରବ ପ୍ରକୃତିର ସ୍ବର  ପ୍ରକୃତି — ଏକ ଅଲିଖିତ ଚିଠି, ପ୍ରତ୍ୟେକ ଫୁଲ ଏକ ଗୁପ୍ତ ଭାଷାର ଅନୁବାଦ, ମାଟି ମଧ୍ୟରେ ଗୁଞ୍ଜେ ଏକ ଅଜଣା ଗାଥା, ଆକାଶ ଆଜି ଏକ ଶୂନ୍ୟ କାନଭାସ, ଯୋଉଠି ରୂପ ଏବଂ ରଙ୍ଗ ଏକାକୀ ମିଶିଯାନ୍ତି, ସୂର୍ଯ୍ୟ ହେଉଛି ଆଶାର ରଙ୍ଗ, ଚନ୍ଦ୍ରର ଦୀପରେ ଧୀରେ ଧୀରେ ଅଗ୍ନି  ବିମୋହିତ ହୁଏ, ତାରା ମାଳାରେ ଜାଗେ ଅଭିଳାଷାର ପ୍ରୀତି, ମେଘ ଅତୁଟ ଭାବେ ଛୁଇଁଯାଏ ମନର ଗଭୀର ସ୍ଥଳ, ବେଳୁଆ ବେଳାରେ ଧୂଳି ହେଉଛି ସ୍ମୃତିର ଅକ୍ଷର ଗଛ ଜଣେ ଅଦୃଶ୍ୟ ଲେଖକ, ପତ୍ର ହେଉଛି ତା'ର ଅନୁଭୂତିର ଅକ୍ଷର। ଏହି ଶାନ୍ତିର ସ୍ନିଗ୍ଧ ହସ କୁହୁଡି ଭିତରେ  ସଂଗୀତର ତରଙ୍ଗ ଖେଳିଯାଏ, ସବୁଜ ପାହାଡ଼ ଲେଖେ ପତ୍ରର ଅଳଙ୍କାର, ନଦୀର ଅସୀମ ଭାବନାର ସ୍ରୋତରେ ଜୀବନର ସତ୍ୟତାର ପ୍ରକାଶ ହୁଏ। ପ୍ରକୃତି ଏଠି ଅନ୍ତର୍ଦ୍ୱାନି, ଏକ ଅନେକ ମୁଖୀ ଆତ୍ମା, କେବେ ନିଜକୁ ଦେଖାଏନି କିନ୍ତୁ ଆମ ପାଇଁ ଏକ ଅନୁଭବ ଛାଡ଼ିଯାଏ, ସେ ନିଜକୁ ଲୁଚାଇ, ଆମକୁ ଖୋଜିବାକୁ ଦିଏ ଜୀବନର ସତ୍ୟ ଅନ୍ତର୍ଦ୍ୱାନିର ଅବିରାମ ସ୍ବର। ଯାହା ଶବ୍ଦ ଭିତରେ ନୁହେଁ, କେବଳ ନିରବତା ଭିତରେ ଜୀବନ୍ତ, ଯାହା ଶୁଣିପାରେ ମାତ୍ର ନିଜ ଶବ୍ଦକୁ ଭୁଲିଯାଇ ଯେଉଁଠାରେ ସମୟ ଅସ୍ଥିର, ଧ୍ୱନି ଅଦୃଶ୍ୟ, ପ୍ରକୃତି ନିଜେ ନିଜକୁ ଶୁଣେ ଏକ ଗଭୀର ଅନୁଭୂତିର ଆଲୋକରେ ପ୍ରକୃତି ଉତ୍ତର ଦିଏ ନିରବତାରେ  "ସ୍ଥିତିରେ ଅଛି ମୁକ୍ତି, ଅଭିଳାଷାରେ ନୁହେଁ।" ପ...

ଟିକି ଟିକି ଫୁଲ ଆମେ✓

(ଟିକି ଟିକି ଫୁଲ ଆମେ) ଟିକି ଟିକି ଫୁଲ ଆମେ ଭାରତ ମାତାର ଖିଲି ଖିଲି ହସୁଥାଉ ନ ଥାଏ ଯେ ଡର ।। ଆମ ବାସ ଖେଳିଯାଏ ମୁଲକରୁ ମୁଲକ ଭାରତର ଅଟୁ ଆମେ ସୁକୋମଳ ପ୍ରତୀକ ।। ଟିକି ଟିକି ମନ ଆମ ଦିଅ ନାହିଁ ଦଳିରେ ସ୍ବର୍ଣ୍ଣ ଦେଶ ଗଢିଦେବୁ ତୋଳି ନିଅ ସ୍ନେହରେ।। ଟିକି ଟିକି ଶିଶୁ ଆମେ ଭାରତର ମଣି ଦୂର କରିବୁ ଅନ୍ଧାର ଆଲୋକକୁ କିଣି।। ଆମେ ଅଟୁ ଭବିଷ୍ୟତ ହୀରା ମୋତି ମାଣିକ ରଖିବୁ ଦେଶର ଟେକ ହୋଇ ଆମେ ନିର୍ଭୀକ ।। ଦେଶ ଜନନୀର ଲୁହ ପୋଛି ଦେବୁ ଆମେରେ ମାଆର ସୁରକ୍ଷା ଭାର ନେବୁ ଆମ କାନ୍ଧରେ ।। ଦରିଆ ବୁକୁରୁ ଆମେ ଖୋଜି ଦେବୁ ମୁକୁତା ସ୍ନେହ,ପ୍ରେମ, ଭକ୍ତି ଢାଳି ଦେବୁ ଶାନ୍ତି ବାର୍ତ୍ତା।। ଜ୍ଞାନର ଆଲୋକ ବାଣ୍ଟି ଯିବୁ ସତ୍ୟ ପଥରେ ଚିକିମିକି ଚମକିବୁ ଭାଇଚାରା ଡୋରରେ।। ରଙ୍ଗ ରଙ୍ଗୀନ ଫୁଲ ପରି ଗୁଣ ବିକଶିବ ଦିଗନ୍ତ ବିସ୍ତାରି ଆମ ନାମ ମହକିବ।। ଆମ ହାତେ ଦିଅ ଯେତେ ନୂଆ ରଙ୍ଗ ତୁଳିକା  ଆଙ୍କି ଦେବୁ ନବ ଛବି କେତେ ଭଳି ଭଳିକା ।। ସମୃଦ୍ଧ କରିବୁ ଭାଷା ବିଶ୍ୱେ ଯିବ ଚହଟି ହେଳା ନ କର ଆମକୁ ନିଅ କୋଳେ ସାଉଁଟି।। ଭାରତ ମାତାର ଅଟୁ ଗେହ୍ଲା ପୁଅ ଝିଅ କଳା, ସଂସ୍କୃତି ଐତିହ୍ୟ ରଖିବୁ ବଜାୟ।। ଅସୁମାରୀ ସ୍ବପ୍ନ ନେଇ ଦେଶକୁ ଗଢ଼ିବୁ ସୁସ୍ଥ, ଶାନ୍ତ ପରିବେଶ ଉଦ୍ଭବ କରିବୁ।। ଗାନ୍ଧୀ,ଚାଚା, ଶାସ୍ତ୍ରୀ,ପରି ମନୋଭାବ ନେଇ ଶୃଙ୍ଖଳ ବିଶ୍ବ ଗଢିବୁ ପ୍ରୀତି ରଙ୍ଗ ଦେଇ।। ମିଳିମିଶି ପ୍ରକୃତିର ରକ୍ଷା ଯେ କର...

ସମର୍ପଣର ଭାବ

( ସମର୍ପଣର ଭାବ ) ଭାବ.. ୧ ପୂର୍ଣ୍ଣ ସମର୍ପଣ ହେଉଛି ପ୍ରତ୍ୟେକ ଶ୍ୱାସରେ ବିଶ୍ୱାସର ଅର୍ପଣ, ପ୍ରତ୍ୟେକ ଅଂଶରେ ସୃଷ୍ଟିର ଏକାତ୍ମତା, ମୋର ଓ ତୋର ରେ ନ ଥାଏ ଭିନ୍ନତା ସମର୍ପଣରେ ହୁଏ ସତ୍ତାର ଆଭାସ ସତ୍ତା ବିନା କିଏ ତୁ ? କିଏ ମୁଁ ? କିଏ ଅନ୍ଧାରର ମାଲିକ ? କିଏ ଆଲୁଅର ଦାସ ? ଏହା ନୁହେଁ କେବଳ ବାହ୍ୟ ଅର୍ପଣ, ଏହା ନୁହେଁ ଆତ୍ମ ନିବେଦନ ଅବିବେଚିତ ମନ ଏହା ହେଉଛି ଅନ୍ତସ୍ଥ ଶାଶ୍ଵତ ଦାନ, ଏହା ହେଉଛି ଭାବର ଏକ ଶ୍ରଦ୍ଧାସ୍ପଦ ଆନ୍ଦୋଳନ, ଏକ ଶବ୍ଦହୀନ ଗୀତ, ଏକ ଅବିରାମ ସ୍ନେହ ପ୍ରବାହ, ଏକ ଅନୁପସ୍ଥିତି ମଧ୍ୟରେ ଅନନ୍ୟ ଉପସ୍ଥିତି ସମର୍ପଣ....ନିରବ ହୃଦୟରେ ଜନ୍ମ ନିଏ ଆଶା, ଅସ୍ତିତ୍ୱର ଅନ୍ତସ୍ଥଳୁ ଫୁଟେ ଆଲୋକର ଭାଷା ସମର୍ପଣ — ନୁହେଁ ଦୂର୍ବଳତାର ଚିହ୍ନ, ସେ ହେଉଛି ଆତ୍ମାର ସ୍ଵଚ୍ଛ ପରିଚୟ। ଭାବ...୨ ନୁହେଁ ମୁଁ ରାଧା,କି,ମୀରା,କି ଅହଲ୍ୟା କି ରୁକ୍ମିଣୀ  ମୋ ସମର୍ପଣ ହେଉଛି ନ ଦେଖା ଯାଉଥିବା ଯୁଦ୍ଧ, ନିରବରେ ଲଢିଥିବା ଆନ୍ତରିକ ବିଜୟ, ମୋର ଶୂନ୍ୟତା ଭରିଛି ତୁମର ଅନୁଗ୍ରହ, ସମର୍ପଣ ଶିଖାଇଛି ପ୍ରେମ ଓ ଶାନ୍ତିର ଅର୍ଥ ମୋର ଗର୍ବ, ମୋର ଅଭିମାନ, ସବୁ ତୁମ ପାଖରେ ନିବେଦିତ ମୁଁ ତୁମେ ହେବାକୁ ଚେଷ୍ଟା କରୁନି, ମୁଁ ମୋ ସତ୍ତାକୁ ବିସ୍ମରି ତୁମର ସତ୍ୟକୁ ଗ୍ରହଣ କରୁଛି ବିଲୀନ ହେଉଛି ତୁମର ଅଭେଦ ଆକାଶରେ... ମୋ ଅସ୍ତିତ୍ୱରେ ଅଛି କେବଳ ତୁମ ନାମ, ଯାହା ଶ୍ବାସରେ ଆସେ ଓ ଶ୍ବାସରେ ହିଁ ଲୟ ହୁଏ। ଚାଲିବି, ...

ଜୀବନର ଶେଷ ପର୍ଯ୍ୟାୟ : ଶାନ୍ତି କି ସଂଘର୍ଷ

ଜୀବନର ଶେଷ ପର୍ଯ୍ୟାୟ : ଶାନ୍ତି କି ସଂଘର୍ଷ  ବାର୍ଦ୍ଧକ୍ୟ ମାନେ ଜୀବନର ଅନ୍ତିମ ପର୍ଯ୍ୟାୟ। ଜଣେ ମଣିଷ ଶିଶୁତ୍ବ, କିଶୋରାବସ୍ଥା, ଯୁବାବସ୍ଥା ଅତିକ୍ରମ କରି ବାର୍ଦ୍ଧକ୍ୟକୁ ପ୍ରବେଶ କରେ।ଏହା ଜୀବନର ଏକ ଅନିବାର୍ଯ୍ୟ ଅଂଶ, ଯାହାକୁ ପ୍ରତ୍ୟେକ ମଣିଷ ଅନୁଭବ କରିଥାଏ।  ଏହି ଅନ୍ତିମ ପର୍ଯ୍ୟାୟର ଅନୁଭବ ମନୁଷ୍ୟଙ୍କ ଜୀବନ ଶୈଳୀ, ପରିବାର ଓ ସମାଜର ବ୍ୟବହାର ଉପରେ ନିର୍ଭର କରେ। ଏକ ପକ୍ଷରୁ ବାର୍ଦ୍ଧକ୍ୟ ଅନେକ ଜ୍ଞାନ, ଅନୁଭବ ଓ ଶାନ୍ତିର ଅନୁଭୂତି ଦିଏ, ଅନ୍ୟପଟେ ଏହି ଅବସ୍ଥା ଅନେକ ଥର ଦୁଃଖ, ନିର୍ବଳତା ଓ ଏକାକୀତ୍ୱର ସୂଚକ ହୁଏ। ପିତା ଓ ମାତା ମଣିଷର ପ୍ରଥମ ଗୁରୁ। ସେମାନେ ନିଜ ସନ୍ତାନ ପାଇଁ ନିଜ ଜୀବନର ସମସ୍ତ ଶ୍ରମ, ସମୟ, ସ୍ନେହ ଓ ସମ୍ପତ୍ତି ଦେଇ ଅପାର ତ୍ୟାଗ କରିଥାନ୍ତି। କିନ୍ତୁ ବେଦନା ଦାୟକ ଯେ, ଯିଏ ସନ୍ତାନ ପାଇଁ ଏତେ ତ୍ୟାଗ ଓ ବଳିଦାନ ଦେଇଛନ୍ତି, ସେମାନେ ଆଜି ବୃଦ୍ଧାବସ୍ଥାରେ ଏକା ଓ ଉପେକ୍ଷିତ।  ବିକାଶ ଓ ଆଧୁନିକତା ସହିତ ସାମ୍ପ୍ରତିକ ସମୟର ଏହି ମାନବିକ ଅବସ୍ଥା ଏକ ଗମ୍ଭୀର ଚିନ୍ତନର ବିଷୟ। ତେଣୁ ପ୍ରଶ୍ନ ଉଠେ—ବାର୍ଦ୍ଧକ୍ୟ କଣ ଏକ ଆଶୀର୍ବାଦ କି ଏକ ଅଭିଶାପ? ବୃଦ୍ଧ ମାନେ ଜୀବନର ଅନେକ ପରିସ୍ଥିତି ଦେଖିଛନ୍ତି। ସେମାନଙ୍କର ଅନୁଭବ ଯୁବପିଢି ପାଇଁ ଏକ ଆଦର୍ଶ ହୋଇ ରହିଥାଏ। ବୃଦ୍ଧମାନେ ଘରର ଆଧାର। ସେମାନଙ୍କ ସାନ୍ନିଧ୍ୟ ପରିବାରକୁ ଏକତା ଓ ମୂଲ୍ୟବୋଧ ଦେଇଥାଏ।ଯଦି ବାର୍ଦ୍ଧକ୍ୟରେ ମଣି...

ବୃଦ୍ଧା ଆଶ୍ରମ: ଲଜ୍ଜା ନୁହେଁ,ସଠିକ୍ ବିକଳ୍ପ

ବୃଦ୍ଧା ଆଶ୍ରମ: ଲଜ୍ଜା ନୁହେଁ,ସଠିକ୍ ବିକଳ୍ପ ପିତାମାତା ହେଉଛନ୍ତି ଆମ ପାଇଁ ଜୀବନର ମୂଳ।  ସେମାନେ ନିଜ ଇଚ୍ଛା, ସୁବିଧା ଓ ଆରାମକୁ ତ୍ୟାଗ କରି  ଶିଶୁବେଳାରୁ ଆରମ୍ଭ କରି ଜୀବନରେ ଦୃଢ଼ ହେବା ପର୍ଯ୍ୟନ୍ତ ଆମ ସହ ସାଥି ହୋଇ ର଼ହିଥାନ୍ତି। ବର୍ତ୍ତମାନ ସମୟରେ ଅନେକ ପିଲାମାନେ ବୃଦ୍ଧ ପିତାମାତାଙ୍କୁ ବୃଦ୍ଧା ଆଶ୍ରମରେ ରଖିବାକୁ ବାଧ୍ୟ ହେଉଛନ୍ତି । କିଛି ନିଜ ଇଚ୍ଛାରେ, କିଛି ପରିସ୍ଥିତି ବଶତଃ। ଏହି କାର୍ଯ୍ୟ ଦେଖି ଅନେକ ଏକ ଲଜ୍ଜାକର କଥା ବୋଲି କୁହନ୍ତି । କିନ୍ତୁ ଏହା କେବଳ ଅନୁଭବ ଓ ଦୟାର ଦୃଷ୍ଟିକୋଣରୁ ନୁହେଁ ବରଂ ଏହାକୁ ବ୍ୟବହାରିକ ଓ ବିବେକପୂର୍ଣ୍ଣ ଦୃଷ୍ଟିରୁ ବି ବୁଝିବା ଦରକାର। ବୃଦ୍ଧାଶ୍ରମ ଏକ ଶବ୍ଦ ଯାହା ଶୁଣିଲେ ବହୁତ ଲୋକଙ୍କ ମନରେ ଏକ ଦୁଃଖ ଓ ଲଜ୍ଜାର ଭାବ ଉଦ୍ଭବ ହୁଏ। ଅନେକ ସମୟରେ ଲୋକମାନେ ଏକ ପ୍ରତିଷ୍ଠିତ ମାନ୍ୟତା ପ୍ରଦାନ କରନ୍ତି ଯେ, ବୃଦ୍ଧ ପିତାମାତାଙ୍କୁ ଘରରୁ ବାହାର କରି ବୃଦ୍ଧା ଆଶ୍ରମକୁ ଦେବା ଏକ ଅନାଦର ଓ ଅପମାନର ଘଟଣା। କିନ୍ତୁ ବର୍ତ୍ତମାନ ସମୟ ଓ ପରିବାର ଗଠନର ପରିବର୍ତ୍ତିତ ପରିପ୍ରେକ୍ଷିତ ମଧ୍ୟରେ ଏହି ଧାରଣାକୁ ପୁନର୍ବିଚାର କରିବା ଦରକାର।   ଓଡ଼ିଆ ଓ ଭାରତୀୟ ସଂସ୍କୃତିର ମୂଳରେ ଥିଲା ଯୁଗ୍ମ ପରିବାର ପ୍ରଥା ଯେଉଁଠି ପିତାମାତା, ପୁଅ-ଝିଅ, ନାତି-ନାତୁଣୀ ମିଶି ଗୋଟାଏ ଘରେ ରହୁଥିଲେ। ଏହି ପରିବେଶରେ ବୃଦ୍ଧମାନଙ୍କୁ ସମ୍ମାନ, ମନୋରଞ୍ଜନ, ସୁରକ୍ଷା ଓ ଯତ୍ନ ମିଳ...

ଶିଶୁ ଓ କିଶୋର ମାନଙ୍କ ପାଇଁ ଉପଯୁକ୍ତ ଚଳଚ୍ଚିତ୍ର

ଶିଶୁ ଓ କିଶୋର ମାନଙ୍କ ପାଇଁ ଉପଯୁକ୍ତ ଚଳଚ୍ଚିତ୍ର ଏହି ଆଧୁନିକ ଯୁଗରେ ଚଳଚ୍ଚିତ୍ର ମାନବ ଜୀବନର ଏକ ଅଭିନ୍ନ ଅଂଶ ହୋଇପାରିଛି। ଏହା କେବଳ ମନୋରଞ୍ଜନ ପାଇଁ ନୁହେଁ, ବରଂ ଏକ ଶକ୍ତିଶାଳୀ ଶିକ୍ଷା ମାନ୍ୟ ମାଧ୍ୟମ ଭାବରେ ବ୍ୟବହୃତ ହେଉଛି। ବିଶେଷକରି ଶିଶୁ ଓ କିଶୋର ମାନଙ୍କ ପାଇଁ ଚଳଚ୍ଚିତ୍ର ବହୁତ ପ୍ରଭାବୀ ହୋଇଥାଏ, କାରଣ ସେମାନେ ଯାହା ଦେଖନ୍ତି, ତାହାର ପ୍ରଭାବ ସହଜରେ ତାଙ୍କ ମନ ଉପରେ ପଡ଼େ। ଏହିଠାରୁ ଏହା ସ୍ପଷ୍ଟ ଯେ, ଉପଯୁକ୍ତ ଚଳଚ୍ଚିତ୍ର ଶିଶୁ ଓ କିଶୋର ମନର ବିକାଶ ଓ ଗଠନ ପାଇଁ ଏକ ମୂଖ୍ୟ ଭୂମିକା ଆଦାୟ କରେ। ଶିଶୁମାନଙ୍କର ବୟସ ଅତ୍ୟନ୍ତ ସମ୍ବେଦନଶୀଳ ଓ ଗଢ଼ିବା ଯୋଗ୍ୟ ଅବସ୍ଥା ଅଟେ। ଏହି ବୟସରେ ଦିଆଯାଉଥିବା ଶିକ୍ଷା, ମୂଲ୍ୟ ବିଚାର, ଓ ଅନୁଭୂତି ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କ ଜୀବନରେ ରହିଯାଏ। ତେଣୁ ଏହି ବୟସରେ ଦେଖାଯାଉଥିବା ଚଳଚ୍ଚିତ୍ର ହାସ୍ୟରସ ଭରା ହେବା ସହିତ ଶିକ୍ଷାପ୍ରଦ ଓ ନୈତିକ ଶିକ୍ଷା ଦେଉଥିବା ଉଚିତ। ଶିଶୁ (1-12 ବୟସ) ଓ କିଶୋର (13-18 ବୟସ) ମାନେ ଭିନ୍ନ ବୟସ ଓ ମାନସିକ ଅପରିପକ୍ୱତା ଥିବାରୁ ସେମାନଙ୍କ ପାଇଁ ଚୟନ କରାଯିବା ଚଳଚ୍ଚିତ୍ର ଭିନ୍ନ ଭିନ୍ନ ଧରଣର ହେବା ଉଚିତ।  ଶିଶୁ ମାନଙ୍କୁ  ଏମିତି ଚଳଚ୍ଚିତ୍ର ଦେଖେଇବା ଯୋଉଥିରେ ନିଜ ପରିବାର ମଧ୍ୟରେ ଥିବା ସ୍ନେହ, ଦୃଢ଼ତା, ଓ ସାହସର ଦୃଷ୍ଟାନ୍ତ ଥିବ। ବନ୍ଧୁ ମଧ୍ୟରେ ଭାଇଚାରା ଓ ବିଶ୍ୱାସର ଅନୁପମ ଦୃଷ୍ଟାନ୍ତ  ଥିବା ଚଳଚ...

ମା' କ୍ଷୀର – ପ୍ରେମ ଓ ବିଜ୍ଞାନର ମିଶ୍ରଣ

ମା' କ୍ଷୀର – ପ୍ରେମ ଓ ବିଜ୍ଞାନର ମିଶ୍ରଣ ମାଆର କ୍ଷୀର ସତେକି ଅମୃତ ଝରଣା, ସେଥିରେ ଲୁଚିଛି ତତ୍ତ୍ଵ,ପ୍ରାଣର ନମୁନା।। ମାଆର ଛୁଆଁ ତାର ମମତାର ବନ୍ଧନ, ସ୍ତନ୍ୟପାନ ଶିଶୁର ପ୍ରଥମ ପୋଷଣ।। ମାଆର ଛାତି ଶିଶୁର ପ୍ରଥମ ଆଶ୍ରୟ, ମା' ଦୁଧରେ ଅଛି ଶିଶୁର ଯେତେ ଖାଦ୍ୟପେୟ।। କୋଲୋଷ୍ଟ୍ରମରେ ଅଛି ଶକ୍ତି ସ୍ନେହସାର, ଇମୁନୋଗ୍ଲୋବୁଲିନ ବଢାଏ ରକ୍ଷାର ହାର।। ଲାକ୍ଟୋଜ ଦିଏ ଶକ୍ତି ,ଅଟେ ଉର୍ଜାର ମୁଖ୍ୟ, ଫ୍ୟାଟ , ଭିଟାମିନ ଜ୍ଞାନ ବୃଦ୍ଧିର ପ୍ରମୁଖ।।  ପ୍ରୋଟିନରେ ବିକଶିତ ଶିଶୁର ଗଠନ, ଦୁଧ ହେଉଛି ପ୍ରାକୃତିକ ପୃଷ୍ଟିର ବନ୍ଧନ।। ମାକ୍ରୋଫେଜ,ଲିମ୍ଫୋସାଇଟ,ଏନଯାଇମ ଯେତେ, ଶିଶୁ ପାଇଁ ଉପକାରୀ ଜାଣିବା ସମସ୍ତେ ।। DHA, ARA ବଢାଏ ମସ୍ତିଷ୍କର ଗତି, Probiotic , Prebiotic ରଖେ ପେଟକୁ ସୁସ୍ଥି।। ମିନେରାଲ ,ଜଳ,କାର୍ବୋହାଇଡ୍ରେଟ ଯେତେ, ମା' କ୍ଷୀରରେ ଭରପୁର ଥାଆନ୍ତି ସମସ୍ତେ।। ଭିଟାମିନAରେ ହୁଏ ଚକ୍ଷୁ ପ୍ରଭାବଶାଳୀ, ଇମ୍ୟୁନିଟ କରାଏ ଶିଶୁକୁ ଶକ୍ତିଶାଳୀ।। ବିଜ୍ଞାନ କହେ ମା' କ୍ଷୀର ଅଟେ ବଳବାନ, ରହିଛି ଶରୀର, ମନ ବିକାଶର ଗୁଣ।। ମାର କ୍ଷୀର  ଜୀବନର ପ୍ରଥମ ଔଷଧ,  ଦୂର କରେ ସବୁ ରୋଗ, ଶିଶୁ ରହେ ସୁସ୍ଥ।। ପ୍ରଥମ ସପ୍ତାହ ଯେବେ ଅଗଷ୍ଟ ମାସର, ସଚେତନ କରି ଦିଏ ସନ୍ଦେଶ ଗଭୀର।। ମା' ଦୁଧରେ ଅଛି ଯେତେ ମହତ୍ତ୍ୱ ବୁଝାଏ,  ଭଗବାନଙ୍କ ଅନୁପମ ଉପହାରଟିଏ।। ମାଆ...

ସୁସ୍ଥ ଜୀବନ ପାଇଁ ପ୍ରଥମ ସୋପାନ: ସ୍ତନ୍ୟପାନ

****ମାତୃ ଦୁଧ ଜୀବନର ପ୍ରଥମ ଔଷଧ**** ସୁସ୍ଥ ଜୀବନ ପାଇଁ ପ୍ରଥମ ସୋପାନ: ସ୍ତନ୍ୟପାନ WHO, UNICEF ଏବଂ ଅନେକ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ  ନାଗରିକ ସାମାଜିକ ସଂଗଠନଙ୍କ ଦ୍ୱାରା ସମର୍ଥିତ, ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ସପ୍ତାହରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଏ। ଶିଶୁ ସ୍ୱାସ୍ଥ୍ୟ ଏବଂ ବଞ୍ଚିବା ସୁନିଶ୍ଚିତ କରିବାର ସବୁଠାରୁ ପ୍ରଭାବଶାଳୀ ଉପାୟ ମଧ୍ୟରୁ ସ୍ତନ୍ୟପାନ ହେଉଛି ଗୋଟିଏ ।ବର୍ତ୍ତମାନ 6 ମାସରୁ କମ୍ ବୟସର ଅଧାରୁ କମ୍ ଶିଶୁ କେବଳ ସ୍ତନ୍ୟପାନ କରୁଛନ୍ତି। ୧୯୯୨ ମସିହାରେ World Alliance for Breastfeeding Action(WABA)ଦ୍ୱାରା ପ୍ରଥମେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଇଥିଲା ଏବଂ ବର୍ତ୍ତମାନ ଏହା ୧୨୦ରୁ ଅଧିକ ଦେଶରେ ୟୁନିସେଫ୍, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ସେମାନଙ୍କର ଅଂଶୀଦାରମାନେ ତଥା ବିଭିନ୍ନ ସଂଗଠନଦ୍ୱାରା ପାଳନ କରାଯାଇଛି । ଏକ ବିଶ୍ୱସ୍ତରୀୟ ସ୍ତନ୍ୟପାନ ସଂସ୍କୃତିର ପୁନଃପ୍ରତିଷ୍ଠା କରିବା ଏବଂ ପ୍ରତ୍ୟେକ ସ୍ଥାନରେ ସ୍ତନ୍ୟପାନ କରାଇବା ପାଇଁ ସହାୟତା ଯୋଗାଇବା ଲକ୍ଷ୍ୟରେ WABA ନାମକ ସଂଗଠନ ୧୪ ଫେବୃଆରୀ ୧୯୯୧ରେ ଗଠିତ ହୋଇଛି। 2018 ରେ, ଏକ ବିଶ୍ୱ ସ୍ୱାସ୍ଥ୍ୟ ସଭା ପ୍ରସ୍ତାବ ବିଶ୍ୱ ସ୍ତନ୍ୟପାନ ସପ୍ତାହକୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ପ୍ରୋତ୍ସାହନ ରଣନୀତି ଭାବରେ ଅନୁମୋଦନ କରିଥିଲା। ପ୍ରତିବର୍ଷ ଏକ ଭିନ୍ନ ବିଷୟବସ୍ତୁ ସହିତ, ଏହା ମହିଳାମାନଙ୍କୁ ସ...