Skip to main content

Posts

Showing posts from September, 2024

କାଶତଣ୍ଡୀ ସମ୍ଭାର ଶିଶୁ କବିତା ✓

କାଶତଣ୍ଡୀ ସମ୍ଭାର ଶରତ ସକାଳେ ହୁଳହୁଳି ଦେଇ ଆସିଅଛି କାଶତଣ୍ଡୀ  ନଈପଠା ପରେ ଘର କରେ ସିଏ ଧବଳ ସୌନ୍ଦର୍ଯ୍ୟ ମଣ୍ଡି। ହଲି ହଲି ଝୁଲି ଝୁଲି ଗୀତ ଗାଏ କିଣିନିଏ ସଭି ମନ କୁଲୁ କୁଲୁ ହୋଇ ନିତି ନାଚୁଥାଏ  ମନ ତାର ଛନ ଛନ। କେତେ ପ୍ରତିକ୍ଷା ର ଅବସାନ ପରେ ଆସେ ଜାଗରଣ ନେଇ ପାର୍ବଣ ଋତୁର ହୁଏ ଆଗମନ ମାଆ ର ସ୍ବାଗତ ପାଇଁ। ଉଛୁଳା ନଈର ଢେଉ ଢେଉ ମାଳ ଆଖି ମିଟି ମିଟି କହେ ମୋର ତଟେ ସ୍ଥିତ କାଶତଣ୍ଡୀ ଫୁଲ ସୌନ୍ଦର୍ଯ୍ୟ ବଢାଇ ଦିଏ। ଆସିଥାଏ ମର୍ତ୍ତ୍ୟେ ବରଷକେ ଥରେ ସ୍ବଳପ ଆୟୁଷ ନେଇ ସେତିକି ଦିନ ହସାଇ ରସାଇ  ସଭି ମନ ଯାଏଁ ଛୁଇଁ। ପାର୍ଥିବ ଜୀବନେ କାଶତଣ୍ଡୀ ଫୁଲ ଆମକୁ ଯେ ଶିକ୍ଷା ଦିଏ ହସି ହସାଇବା ନିଜର କରିବା ଭବେ ବଞ୍ଚିଥିବା ଯାଏଁ।

-ଆଦର୍ଶ ଶିଶୁ----- ଶିଶୁ କବିତା✓

----ଆଦର୍ଶ ଶିଶୁ----- new ଅଳସୁଆ କେବେ ହୁଅ ନାହିଁ  ନୀଚ ମନୋଭାବ ଆଣ ନାହିଁ  କାହାରି ମନରେ ଦେବ ନାହିଁ ଦୁଃଖ  ପଣ କର ତୁମେ ଏକ ହୋଇ। ମିଳିମିଶି ପାଠ ପଢ଼ିବ ପାଠ ପଢି ଦେଶ ଗଢ଼ିବ  ଦେଶର ଆଗାମୀ ଭବିଷ୍ୟତ ହୋଇ କରତବ୍ୟ ତୁମେ କରିବ । ସରବେ ତୁମେ ରେ ଦେଶବାସୀ  ସଂଗ୍ରାମ କରିବ ମିଳିମିଶି  ପାପ, ଭ୍ରଷ୍ଟାଚାର ଦୂର କଲେ ଦେଶୁ  ଜଗତେ ରହିବେ ହସିଖୁସି। ଅନ୍ୟ ପାଇଁ ଖୋଳ ନାହିଁଁ ଗାତ  ନିଜେ ପଡ଼ି ହେବ ହନ୍ତସନ୍ତ  ଭାରତମାତା ର ପୁଅଝିଅ ତୁମେ କର୍ମ କର ହୋଇ ସ୍ଥିର ଚିତ୍ତ। ଦେଶକୁ ସୁସ୍ବାକ୍ଷର କରିବ ଗୁରୁଜନ ବୋଲ ମାନିବ  ସବୁଜ, ସୁନ୍ଦର କରିବ ଦେଶକୁ ପରିବେଶ ରକ୍ଷା କରିବ। ହସି ହସାଇବ ମଧୁ ବୋଳି କରିବନି ତୁମେ କେବେ କଳି ଆଗାମୀ ଦିନରେ ନୂତନ ଆଲୋକେ ବାନ୍ଧି ରଖ ସଦା ସ୍ନେହ ଡୋରି। ସ୍ବଚ୍ଛ,କୋମଳ, ଶୁଦ୍ଧ ହୃଦୟ  ପାଠ ପଢି ହୁଅ ବିଜୟ  ଭାରତ ମା ଗର୍ବ ଗୌରବ ପାଇଁ  ଆଗେ ବଢ ମନେ ରଖି ଲୟ। ମିନାକ୍ଷୀ ଦ୍ବିବେଦୀ  ୭୯୭୮୦୮୨୮୩୪

ମହାତ୍ମା ଗାନ୍ଧୀ ଶିଶୁ କବିତା ✓

ମହାତ୍ମା ଗାନ୍ଧୀ ✓ ଜାତିର ଜନକ ମହାତମା ଗାନ୍ଧୀ        ଜନମି ଥିଲେ ଏ ଦେଶେ, ଅହିଂସାର ଅସ୍ତ୍ର ପଢାଇଲେ ପାଠ        ଯଶ ରଖିଗଲେ ବିଶ୍ବେ। ସାବରମତୀ ର ସନ୍ଥ ଥିଲେ ସେ    ଥିଲେ ସେ ଯୁଗ ପୁରୁଷ, ବାପୁଜୀ ନାମରେ ଖ୍ୟାତ ହୋଇଗଲେ     ମୁଖେ ଝରୁଥିଲା ହସ। ପରାଧୀନତା ର ଶୃଙ୍ଖଳ ଖୋଲିଲେ     ଶାନ୍ତି, ମୈତ୍ରୀ ଭାବ ନେଇ, ସତ୍ୟ,ଆଦର୍ଶ, ଶୃଙ୍ଖଳା ବଳରେ    ଫିରିଙ୍ଗି ଗଲେ ପଳାଇ। ନା ନା ଭାଷା ଭାଷୀ ଏକ ମନ ହୋଇ       ଗାଇଲେ ବିଜୟ ଗୀତ, ସ୍ବାଧୀନତା ପାଇ ବିଶ୍ବେ ଉଡାଇଲେ          ତ୍ରୀରଙ୍ଗା ଅକ୍ଷୟ ନେତ। କାନେ କାନେ ଆମ କହିଗଲେ ବାପୁ       ସମୟ କରନା ନଷ୍ଟ, ନ ଶୁଣ, ନ କୁହ,ନ ଦେଖ ଖରାପ        ଯେତେ ଆସୁ ପଛେ କଷ୍ଟ। ଭଗବାନ ଯିଏ,ଆଲ୍ଲା ପୁଣି ସିଏ      ଏକ ମନ ଏକ ପ୍ରାଣ, ନିଶା ନିବାରଣ,ଗୋ ହତ୍ୟା ଦମନ     ପାଇଁ କଲେ ଆନ୍ଦୋଳନ। ସ୍ବଚ୍ଛ ରଖ ମନ, ସ୍ବଚ୍ଛ ରଖ ସ୍ଥାନ         ଭାଇଚାରା ସ୍ନେହ ନେଇ, ରାମରାଜ୍ୟ ସେ କରିଲେ ଗଠନ        ଏକତାର ମନ୍ତ୍ର ଦେଇ। ତୁମେ ହିଁ ମହାତ୍ମା,ତୁମେ ଶୁଦ୍ଧ ଆତ୍ମା      ତୁମେ ହିଁ ଚିର ଅ...