Skip to main content

Posts

Showing posts from October, 2022

ଶୁଭ ଦୀପାବଳୀ ଶିଶୁ କବିତା

*ଶୁଭ ଦୀପାବଳୀ* ଆଲୋକର ପର୍ବ ଏହି ଦୀପାବଳୀ ଅନ୍ଧକାର କରେ ଦୂର, ତୁମେ ସବୁ ଶିଶୁ ଅଟ ଦୀପ ସମ ଉଜ୍ଜ୍ବଳ ଭବିଷ୍ୟର। ହିଂସା, ଈର୍ଷା,ପାପ କରିବ ଖଣ୍ଡନ ଜ୍ଞାନର ଦୀପ କୁ ଜାଳି, ସତ୍ୟ,ଧର୍ମ ପଥେ ଚାଲିବ ସଭିଏଁ ସେବା ମନୋଭାବ ଭରି। ଆଜି ଦୀପାବଳୀ ଖୁସିର ପରବ ଘରେ ମିଠା,ପିଠା,ପଣା, ବନ୍ଧୁ ପରିଜନ ସାଙ୍ଗସାଥୀ ମେଳେ ବାଣ୍ଟିବ ସ୍ନେହ ର ଝୁଣା। ଦୀପାଳୀ ଜଳାଇ ଡାକିବା ମା' କାଳୀ ଆସ ଆସ ଅବତରି, ଅନ୍ଧାର ଭିତରୁ ଆଲୋକ ଆଡ଼କୁ  ନିଅ ମା ଆମକୁ କାଢି। ପିତୃ ପୁରୁଷ ଙ୍କୁ କରିବ ନମନ  ଆଲୋକର ଶିଖା ଧରି, ଯାଅ ସ୍ବର୍ଗ ଲୋକେ ଆଜିର ଆଲୋକେ ନମ୍ର ନିବେଦନ କରି। କରିବନି ଧ୍ବନି,ବାୟୁ ପ୍ରଦୂଷଣ ଆତସବାଜି କୁ ଜାଳି, ଧରଣୀ ମାତାକୁ ରଖିବ ନିର୍ମଳ ପାଳି ଶୁଭ ଦୀପାବଳୀ। ଶାନ୍ତି ସମ୍ଭାବନା ଭାତୃ ଭାବ ନେଇ  ଭରି ସ୍ନେହ,ପ୍ରେମ ମନ୍ଦାକିନୀ, ନବ୍ୟ ଚେତନାରେ ସମ୍ଭାବ୍ୟ ସକାଳେ ହସିବ ପ୍ରକୃତି ରାଣୀ। ଉଆଁସୀ ଛାତିରେ ପ୍ରଜ୍ଜ୍ଵଳିତ ଶିଖା ତମ୍ରସାର ହେବ କ୍ଷୟ, ଝରାଇ ପୀୟୂଷ ସବୁଜ ଧରଣୀ ଧର୍ମ ର ହେବ ଜୟ। ମିନାକ୍ଷୀ ଦ୍ବିବେଦୀ ୭୯୭୮୦୮୨୮୩୪

ଦୀପାବଳୀ କୋଟ୍

[10/24, 8:38 AM] Minakshi Dwivedy: ଅଜ୍ଞାନରୁ ଜ୍ଞାନ, ଅଦୃଶ୍ୟ ରୁ ଦୃଶ୍ୟ,ଅନ୍ଧାରୁ ଆଲୋକ ଯାତ୍ରା, ଦୀପାଳି ଆଲୋକେ ଧରଣୀର ବୁକେ ଭରୁ ଭାଇଚାରା ବାର୍ତ୍ତା। [10/24, 8:46 AM] Minakshi Dwivedy: ଉଆଁସୀ ଛାତିରେ ପ୍ରଜ୍ଜ୍ଵଳିତ ଶିଖା ତମ୍ରସା ର ହେଉ କ୍ଷୟ, ଝରାଉ ପୀୟୂଷ ସବୁଜ ଧରଣୀ ଧର୍ମ ର ହେଉ ଜୟ। [10/24, 12:19 PM] Minakshi Dwivedy: ନବ ଚେତନାର ସୁରମ୍ୟ ସକାଳୁ ଝରୁ ପ୍ରେମ ମନ୍ଦାକିନୀ, ଦୀପ ପ୍ରଜ୍ବଳନେ ଜ୍ୟୋତିର୍ମୟ ହେଉ  ଗାଉ ଅମୃତ ର ବାଣୀ।

(ମା' ଦଶଭୁଜା )

(ମା' ଦଶଭୁଜା ) ସଂଯୋଜକ ତୁ ଅସଂଜତ ମନର..... ମଧୁମହକ ତୁ ଏ କ୍ଷୁଦ୍ର କଳିର...... ତୋ ବିନା ମାତ ଶୂନ୍ୟ ଏ ଭଣ୍ଡାର...... ପରିପୂର୍ଣ୍ଣା ତୋ ହୃଦ ପାରାବାର...... ସକଳ ସମୃଦ୍ଧିର ତୁ ହିଁ ଆଗାର..... ବିଶ୍ବ ନିୟନ୍ତା ମାଗୋ ବିକଶିତ ସ୍ବପ୍ନ ର..... ଧର୍ମ ର ରକ୍ଷକ ତୁ ସତ୍ୟ,ପ୍ରେମ,ଶ୍ରଦ୍ଧା ର.... ଦଶ ଦୁଃଖ ହାରିଣୀ ମାଗୋ ଦଶଭୁଜା ନାମ ତୋର। ମିନାକ୍ଷୀ ଦ୍ବିବେଦୀ ୭୯୭୮୦୮୨୮୩୪