*ଥରୁଟିଏ ତ ଖାଲି.....* ଥରୁଟିଏ ତ ଖାଲି ଚାହିଁ ଦିଅ....!!!! ଥରୁଟିଏ ତ ଖାଲି ଡାକିଦିଅ.....!!!!!! ଦେଇଦେବି .... ସବୁ ଦେଇଦେବି ଯାହା ମୁଁ ଯତନେ ସାଇତି ରଖିଛି ଯୁଗ ଯୁଗ କାଳ କାଳ ଧରି.... ଦେଇ ଦେବି ସବୁ ସୁଗନ୍ଧ... ପବନ କୁ ଫୁଲ ଦେଲା ପରି କୁଆଁରୀ ମନର ସବୁ ସ୍ବପ୍ନ, ସବୁ ଲଜ୍ଜା ଦୁଇହାତ ଟେକି ଦେଇଦେବି.... ଥରୁଟିଏ ତ ତମେ ଡାକିଦିଅ ତୁମ ବଂଶୀସୁରେ ମୋର ନାମ ନେଇ... କଳ କଳ ଛଳଛଳ ହୋଇ ବହିଯିବି..... ନଦୀ ହୋଇ ତୁମ ମନ ସାଗରେ ମିଶିଯିବି.... ଅବ୍ୟକ୍ତ ଶଦ୍ଦ ଟିଏ ହୋଇ ରହିଯିବି ତୁମ ବେଣୁ ରନ୍ଧ୍ରେ, ଶରଦେ, ବସନ୍ତେ ଅବା ବୈଶାଖେ.... ଗାଇବାକୁ ପ୍ରେମ ସଂଗୀତ... ହେବି ରାଧା ରାଈ, କି ମୀରା, କି ରୁକ୍ମିଣୀ ହେବି ପ୍ରୀତିଲଗ୍ନା ଅବା ବିଭାବରୀ। ଥରୁଟିଏ ତ ତୁମେ ଚାହିଁ ଦିଅ ଶ୍ୟାମ, ଭରିଦେବି ଅନ୍ତଃପୁର କୁଳୁ କୁଳୁ ତାନେ, ରୁଣୁଝୁଣୁ ଶଦ୍ଦେ.... ମୋ ପ୍ରେମ ଉଚ୍ଛ୍ୱାସେ, ମୋ ନିରବ ସ୍ପର୍ଶେ ଅନ୍ତଃସତ୍ବ ହେବ ସଶଦ୍ଦ ସୁନ୍ଦରୀ... ପାଇ ମୋର ପ୍ରେମ ସୁଧା ପୂର୍ଣ୍ଣନାଭ ର ଲତାୟିତ ଜାଲେ, ପ୍ରଭାତ ଆଲୋକେ, ଅବା ଧୂସର ପ୍ରଦୋଷେ, ଚନ୍ଦ୍ରାଲୋକେ ଅବା ଅମା ଅନ୍ଧକାରେ ଆନନ୍ଦ ନନ୍ଦନେ ଫୁଟାଇବି ପ୍ରୀତି ପାରିଜାତ, ମାନସରେ ସୁତ୍ରୀଭ ସୌରଭ..... କରି ଆତ୍ମ ନିବେସନ.. ଥରୁଟିଏ ତ ଖାଲି ଚାହିଁ ଦିଅ.... ଥରୁଟିଏ ତ ଖାଲି ଡାକିଦିଅ.... ମୋ ନାମ ନେଇ....!!!!