ବାଟବଣା ହୋଇଯାଏ ଖୋଜୁ ଖୋଜୁ ପ୍ରେମ ର ରହସ୍ଯ। ପଞ୍ଚେନ୍ଦ୍ରିୟ , ମନ , ବୁଦ୍ଧି ହୃଦୟର ଦ୍ବାର ଖୋଲି ସ୍ତବ୍ଧ , ଚକିତ ହୋଇ---- ପ୍ରେମ କୁ ବାନ୍ଧି ରଖିବାର ପ୍ରୟାସ ।।।।🌹 ଡବ ଡବ ଆକ୍ଷି ରେ ନିରିହ ପ୍ରଶ୍ନାକୁଳ , ବା କେତେବେଳେ ସନ୍ଦେହ ର ତଟ୍ଟସ୍ଥ ଉତ୍ତାଳ ଶବ୍ଦ ର ଛାତି ରେ ଭାବନା ରେ ଟଳମଳ ।🌹 ଅକୁହା ବେଦନା , ସ୍ମୃତି , କ୍ଷୋଭ , ଦୁଃଖ ମିଶି ସବୁ ହୋଇ ଯାଏ କବିତାର ମାଳ। ଶବ୍ଦ ର ଆକାଶ ହୁଏ ଦ୍ରବୀଭୂତ ଦୀପଶିଖା ଉଜ୍ଜ୍ବଳ ରେ ଶୁଭୁଥାଏ ଯେମିତି ପ୍ରେମ ହିଁ ଶାଶ୍ଵତ।।। ପ୍ରେମ ହିଁ ଶାଶ୍ଵତ।।।🌹🌹 ଫେରି ଆସେ ସେ ପୁଣି ସେହି ସ୍ବପ୍ନ ର ପାହାଚ କୁ ,,,, ଅବୁଝା ଅଭିମାନ ଦୁଃଖ ଦ୍ରୁବଦଳ କୁ।🌹 ନଦୀ କୁ ଚାହିଁଲେ ମନେ ପଡିଯାଏ ପ୍ରେମ ର ସ୍ବର ଓ ସମୟ। ତାର ଚିତ୍ରପଟ୍ଟ, ନିଷ୍ଠା,ସାଧନା ଛନ୍ଦମୟ ହୃଦୟ ।।।🌹 ପାହାଡ ଆଲିଙ୍ଗନ ରୁ ମୁକ୍ତି ଲୋଡି ମୁଠା ମୁଠା ପ୍ରେମ କୁ ଆକ୍ଷି ରେ ଭରି କେତେ ରଙ୍ଗ କେତେ ରୂପରେ---- ପାଦର ନୂପୁର ଛଳେ ଛଳେ----- ସୂର୍ଯ୍ୟ ର ଆଶା ର ଆଶାବରୀ ହୋଇ---- ଜହ୍ନ ଆଲୁଅ ର ବାଲିଢେଉ ହୋଇ----- କରିଥାଏ ଅକ୍ଳାନ୍ତ ଉଦ୍ୟମ ସଂଘର୍ଷ ଅବିରାମ।🌹 କେତେ ବେଳେ ଯେ ଶାନ୍ତ ସରଳ଼----- କେତେ ବେଳେ କ୍ଷୋଭ ଯୁଗ ଯୁଗ ର।।।🌹 ମନେ ପଡିଯାଏ ଜନ୍ମ ଜନ୍ମାନ୍ତର ଗାଥା---- ଆତ୍ମାର ନିଦାଘ କଥା---- ଉନ୍ମାଦ କରୁଣା ର ବ୍ୟଥା।।।।।🌹...