*ଜୟ ଜଗନ୍ନାଥ* ମୁଁ ମିନାକ୍ଷୀ ଦ୍ବିବେଦୀ ଦିଲ୍ଲୀ ରୁ କହୁଛି ଆଜିର ଏଇ କବିତା ଆସର ରେ ମତେ ସୁଯୋଗ ଦେଇଥିବାରୁ ମୁଁ ଦାସିଆ ସାଂସ୍କୃତିକ ପରିଷଦର ସମସ୍ତ ପରାଚାଳନା ବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି। ସମସ୍ତ ସାଧକ ଓ ସାଧିକା ଙ୍କୁ ମୋର ଶୁଭେଚ୍ଛା। କବି କେମିତି କବିତାର ପ୍ରେମ ରେ ପଡ଼ି କବିତାର ସୌନ୍ଦର୍ଯ୍ୟ ବର୍ଣ୍ଣନା କରିଛନ୍ତି। ତାକୁ ପ୍ରେମିକା ରୂପରେ ପାଇବା ପାଇଁ ଇଛୁକ ଅଛନ୍ତି ତାଙ୍କ ପାଇଁ ମୋ ଲେଖନୀ ମୁନରୁ ଦୁଇପଦ..... ମୋର କବିତାର ଶୀର୍ଷକ ହେଲା *ନାଦଶ୍ରୀ* ନବ ଉନ୍ମେଷିତ ବସନ୍ତର ମଧୁହାସେ... ବିଚ୍ଛୁରିତ ସୁରମ୍ୟ ଆକାଶେ ଶୁଣିଛି ମୁଁ ପ୍ରୀୟା ତୁମ ମଧୁରସ କଥନ, ଛାନ୍ଦମୟୀ ଗୋ ତୁମେ... ଦେଖେ ମୋ ଅପଲକ ନୟନ। ଶରତର ଦିଗନ୍ତ ଜ୍ୟୋସ୍ନା ଲୋକେ ପିନ୍ଧି ନୀଳ ନିଚୋଳ, ସୌନ୍ଦର୍ଯ୍ୟ କାନ୍ତି ତୁମ କରିଛି ପାଗଳ। ଦୂର ନୀଳ ପରବତ ଚୁଳେ ତୁମ ଅନିନ୍ଦ୍ୟ ଚାହାଣୀ, ପ୍ରେମ ର ସର୍ପିଳ ଝରଣା ଉଠେ ତହିଁ ଉଜାଣି। ସତେ ଅବା ସପ୍ତସ୍ବର ଦୀପକ ବିନ୍ୟାସ, ଅନ୍ତର ରେ ଖେଳିଉଠେ ଶିହରଣ,ଅପୂର୍ବ ଉଚ୍ଛ୍ୱାସ। ଝଂକାରର ଉତ୍ଥିତ ମୁର୍ଛିତ ନି଼ଃଶ୍ବାସେ... ମନପଥେ ହଜିଯାଅ ପ୍ରେମ ଅଭିଳାଷେ। ବେପଥୁ ସାଜେ ଆଜି ମୋର କଳ୍ପନା କ୍ଷଣେ, ତୃପ୍ତି, ଆନନ୍ଦେ ଶିହରିତ ମନ ପ୍ରେମ ଜାଲ ବୁଣେ। ମୋ ଆଲୋକେ ତୁମେ ହୋଇ ଯେ କିରଣ, ସ୍ବପ୍ନ ସିଦ୍ଧି ପାଇଁ କରିବି ସେ ଅମୃତ ସ୍ବାଦନ। ହେ.....