Skip to main content

Posts

Showing posts from July, 2021

ନାଦଶ୍ରୀ

*ଜୟ ଜଗନ୍ନାଥ* ମୁଁ ମିନାକ୍ଷୀ ଦ୍ବିବେଦୀ  ଦିଲ୍ଲୀ ରୁ କହୁଛି ଆଜିର ଏଇ କବିତା ଆସର ରେ ମତେ ସୁଯୋଗ ଦେଇଥିବାରୁ ମୁଁ ଦାସିଆ ସାଂସ୍କୃତିକ ପରିଷଦର ସମସ୍ତ ପରାଚାଳନା ବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି। ସମସ୍ତ ସାଧକ ଓ ସାଧିକା ଙ୍କୁ ମୋର ଶୁଭେଚ୍ଛା। କବି କେମିତି କବିତାର ପ୍ରେମ ରେ ପଡ଼ି କବିତାର ସୌନ୍ଦର୍ଯ୍ୟ ବର୍ଣ୍ଣନା କରିଛନ୍ତି। ତାକୁ ପ୍ରେମିକା ରୂପରେ ପାଇବା ପାଇଁ ଇଛୁକ ଅଛନ୍ତି  ତାଙ୍କ ପାଇଁ ମୋ ଲେଖନୀ ମୁନରୁ ଦୁଇପଦ.....  ମୋର କବିତାର ଶୀର୍ଷକ ହେଲା  *ନାଦଶ୍ରୀ* ନବ ଉନ୍ମେଷିତ ବସନ୍ତର ମଧୁହାସେ... ବିଚ୍ଛୁରିତ ସୁରମ୍ୟ ଆକାଶେ ଶୁଣିଛି ମୁଁ ପ୍ରୀୟା ତୁମ ମଧୁରସ କଥନ, ଛାନ୍ଦମୟୀ ଗୋ ତୁମେ...  ଦେଖେ ମୋ ଅପଲକ ନୟନ। ଶରତର ଦିଗନ୍ତ ଜ୍ୟୋସ୍ନା ଲୋକେ ପିନ୍ଧି ନୀଳ ନିଚୋଳ, ସୌନ୍ଦର୍ଯ୍ୟ କାନ୍ତି ତୁମ କରିଛି ପାଗଳ। ଦୂର ନୀଳ ପରବତ ଚୁଳେ  ତୁମ ଅନିନ୍ଦ୍ୟ ଚାହାଣୀ, ପ୍ରେମ ର ସର୍ପିଳ ଝରଣା ଉଠେ ତହିଁ ଉଜାଣି। ସତେ ଅବା ସପ୍ତସ୍ବର  ଦୀପକ ବିନ୍ୟାସ, ଅନ୍ତର ରେ ଖେଳିଉଠେ  ଶିହରଣ,ଅପୂର୍ବ ଉଚ୍ଛ୍ୱାସ। ଝଂକାରର ଉତ୍ଥିତ  ମୁର୍ଛିତ ନି଼ଃଶ୍ବାସେ... ମନପଥେ ହଜିଯାଅ ପ୍ରେମ ଅଭିଳାଷେ। ବେପଥୁ ସାଜେ ଆଜି ମୋର କଳ୍ପନା କ୍ଷଣେ, ତୃପ୍ତି, ଆନନ୍ଦେ ଶିହରିତ ମନ ପ୍ରେମ ଜାଲ ବୁଣେ। ମୋ ଆଲୋକେ ତୁମେ ହୋଇ ଯେ କିରଣ, ସ୍ବପ୍ନ ସିଦ୍ଧି ପାଇଁ କରିବି ସେ ଅମୃତ ସ୍ବାଦନ। ହେ.....

ଟିକେ ମଜ୍ଜା

କହିଥିଲି ନା ତୁମକୁ ସିଂହ ଦ୍ୱାର ଛାଡି କୁଆଡେ ଭି ଯିବନି। ତଥାପି ଶୁଣିଲନି ଟିକେ ମୋ କଥା ଭାଇ, ଭଉଣୀ ଙ୍କୁ ଧରି ବୁଲି ବାହାରି ଗଲ। ଏକାଥରକେ ନଅ ଦିନ  ଖାଲି ପୋଡପିଠା ଖାଇବା ଲୋଭରେ ଏଠି କ'ଣ ତୁମକୁ ଖାଇବା ରୁଚିଲାନି...? ନା ମାସ୍କ ପିନ୍ଦିଛ, ନା ସାନିଟାଇଜର ନେଇଛ। ଦେଖିଲ...କରୋନା ଆତଙ୍କ ରେ କେହି ଭି ବାହାରୁ ନାହାଁନ୍ତି ଭକ୍ତ ମାନେ ସିଂହ ଦ୍ୱାର ଭି ମାଡୁ ନାହାନ୍ତି। ଆସିଲ ତ ଆସିଲ ଭାଇ, ଭଉଣୀ ସୁନାରେ ସଜେଇ ହୋଇ ଦେଖେଇ ହେଲ କିଏ ଦେଖିବ ତୁମକୁ...? ସେଇଠି ରୁହ ବାହାରେ  ଭିତରକୁ ପଶି ପାରିବନି। ମୋର ରସଗୋଲା କି ଶାଢ଼ୀ ଦରକାର ନାହିଁ। ଭାଇ, ଭଉଣୀ ଆଗ କରୋନା ଟେଷ୍ଟ କର  ତାପରେ ଭିତରକୁ ଆସିବାକୁ ଅନୁମତି ଦେବି। ଜଗନ୍ନାଥ କରୋନା ଟେଷ୍ଟ ରିପୋର୍ଟ ଦେଖେଇ ଭିତରେ ପ୍ରବେଶ କଲେ ବାଧ୍ୟ ହୋଇ।

ଅଭିବ୍ୟକ୍ତି

ମୁଁ ଅସୁମାରି ଭଲ ପାଏ, ମୁଁ ଅସୁମାରି ଦୁଃଖ ପାଏ, ବଞ୍ଚିଛି ନେଇ ଏଇ ଦୁଇ ଅନୁଭୂତି ଅସୃକଧରା ବେଦନା ର ଛନ୍ଦେ ମୋ ପ୍ରେମ ର ବିଷର୍ଣ୍ଣ ବିସ୍ତୃତି। ଶିରେ ମଣ୍ଡିତ ମୋର, ଆଭୋଗୀ ପ୍ରଣୟର କଳିଳ ମୁକୁଟ ଶୋଭିକ ଧାରାରେ ମୋର ହୃଦୟର ପ୍ରୀତି ପରିସ୍ଫୁଟ। କରି ପ୍ରେମ ଉତ୍ତୋଳନ ଅଶ୍ରୁଳ କମଳେ ମଉନେ କରି ପ୍ରଣୟ ଗାନ ଉଦୀର୍ଣ୍ଣ ହୃଦୟ ବକ୍ଷେ ବିଦଗ୍ଧ ମନ କରେ ତବ ସଂନ୍ଧାନ। ପ୍ରତିଶୃତି ନେଇ ତା'ର, ଉତ୍ସର୍ଗ କରିଛି ମୋର,  କାଳୁ କାଳାନ୍ତର, ପ୍ରତିକ୍ଷା ର ଅଂଶ ଭରି ଉକ୍ଷିପ୍ତ କାମନା ମୋହର। ବିଭୋଳା ହୃଦେ ଅମାପ ତୃଷ୍ଣା, ପରାହତ କାମନା ର ବାସ୍ନା, ଅମୃତ ଲେପି ଅନୁକ  ନୟନ, ବସନ୍ତ ର କଉମୁଦୀ ପ୍ରାଙ୍ଗଣେ ହେବ ପୁଣି ପ୍ରଶାନ୍ତ ମିଳନ। ପ୍ରେମ କରେ  ମର୍ମାହତ ତଥାପି ତା ବିନା ନାହିଁ ଅନ୍ତଃଶାନ୍ତ, ଜ୍ବଳମାନ ଚିତାନଳ, ଯନ୍ତ୍ରଣା ର ଦାବାନଳେ ଶୋଣିତା ମୁଁ ଚିରକାଳ।