Skip to main content

Posts

Showing posts from August, 2023

ଅବସର... କ'ଣ ଶେଷ ପରିଣତି*?

*ଅବସର... କ'ଣ ଶେଷ ପରିଣତି*? ନିଜକୁ ଟିକେ ପରଖୁଥିଲା ଦର୍ପଣରେ, ବିତି ଯାଇଥିବା ଦିନ ପଶି ଆସିଲା ଚୁପଚାପ୍ ଭିତରକୁ, ସଂପର୍କ ବଞ୍ଚେଇବାର ଅହରହ  ଯୁଦ୍ଧ,ଯନ୍ତ୍ରଣା କୁ ଘୁଙ୍ଗୁର ପିନ୍ଧେଇ ତୋଳିଥିଲା ଖୁସିର ସାମିଆନା, ନିଜ ଆଖିରୁ ନିଦ ଚୋରେଇ ସ୍ବପ୍ନ ବାଣ୍ଟିଥିଲା, ଭୋକ,ଶୋଷ, ଅବଶୋଷ,ଅବସାଦ ସବୁ ଭିତରେ ଚାପି  ମୁରୁକି ମୁରୁକି ହସୁଥିଲା, ‌ଲୁହକୁ ଲୁଚାଇ ନିଜେ ଜଳି   ଢାଳୁଥିଲା ଶୀତଳତା, ପ୍ରତି ରକ୍ତ କଣିକା ପ୍ରବହଣ ରେ ହୃଦୟର ସାବଜା ପତ୍ର ଖେଳୁଥିଲା ହୋରି, ବର୍ଷା,ବସନ୍ତ,ବୈଶାଖ,ବତାସ  ସ୍ପର୍ଶ ଥିଲା ସବୁ ଏକା ପରି, ସ୍ବପ୍ନ ର ବୈକୁଣ୍ଠ ଗଢ଼ିବା ପ୍ରୟାସ ଆସନ୍ତା ସକାଳର ପ୍ରତୀକ୍ଷାରେ ଟୋପା ଟୋପା ଶିଶିର ବିନ୍ଦୁ ହୋଇ ଅଗଣାରେ ନାଚୁଥିଲେ, କ୍ଳାନ୍ତି ର ବେଳାଭୂମି ରେ ସମୟର ଉତ୍ତରଣ, ରାତି ସାରା ଗୁଣୁ ଗୁଣୁ  ନିର୍ଜନ ଆକାଶରେ କେବଳ ଶୂନ୍ୟତାର ପାଦ ଚିହ୍ନ, ସମୟର ଧକ୍କା ଖାଇ ଖାଇ ରାତିରେ ଝରିଥିବା ତାରା ଫୁଲ ସହ ବନ୍ଧୁତା, ଓଃ.... ଆସିଗଲା ଅବସର.... ଅବସର କ'ଣ ଶେଷ ପରିଣତି...??? ପଚାଶ ବର୍ଷର ପରାଧୀନ  ଶୃଙ୍ଖଳ ଖୋଲିଲା, କିନ୍ତୁ ଦଦରା ସ୍ବରରେ ନଥିଲା ଆଉ ସ୍ବାଧୀନତାର ରସ, ଥିଲା ଖାଲି କ୍ଷୋଭ ଆଉ ଅଭିମାନ  ଦୁଇଟି ମୁହୁର୍ତ୍ତ ରୁ ବିଗତ  ସମୟ ବୋଧହୁଏ ଆପଣାର ଥିଲା, ଏବେ ନିରୀହ ଅଧା କଟା ଗଛ  ନିଃଶ୍ତବ୍ଧ,ନିଃଶ୍ଚଳ ଆପଣା ଆପଣା ସ୍ବାଦରେ ଭୁଲି ଯାଇଥିଲା ଅ...