Skip to main content

Posts

Showing posts from September, 2023

ଶିଶୁ କବିତା (କି ଦୋଷ କଲି ମୁଁ )✓

କି ଦୋଷ କଲି ମୁଁ  ନିଦ୍ରା ତେଜ ହେ ଚଳନ୍ତି ପ୍ରତିମା        କରନାହିଁ ହୀନିମାନ, ଯୁଗେ ଯୁଗେ ପ୍ରେମ ଆନନ୍ଦର ମୂର୍ତ୍ତି       ଅଟଇ ମୁଁ କନ୍ୟା ରତ୍ନ। ନୃଶଂସ ସାଜି କରନାହିଁ ହତ୍ୟା      ଛୋଟ ଅନୁରୋଧ ମୋର, ଥରୁଟିଏ ମାତ୍ର ବଞ୍ଚାଇ ତ ଦେଖ       ଅନୁଭବି ଉପକାର। ଯାହାକୁ ଆଶା କରୁଅଛ ତୁମେ      ନାହିଁ ମୋ ଫରକ କିଛି, ଥରେ ତ ସୁଯୋଗ ଦେଇକରି ଦେଖ     ସବୁ ଋଣ ଦେବି ସୁଝି। ମାଟିରୁ ଆକାଶ ଚନ୍ଦ୍ର ପୃଷ୍ଠେ ଜ୍ଞାନ      ବାନ୍ଧିଛ ସପନ ଡୋରି, କନ୍ୟାର ମହତ ବୁଝି ପାରୁନ କି'     ଯାଉଛି ଅକାଳେ ଝରି। ଜଠରୁ ଭାସଇ ଦୁଃଖ ର ସଂଗୀତ     ନୁହେଁ ଆଜି ସୁରକ୍ଷିତ, ବେସାହାରା ସେ ଅଳିଆ ଗଦାରେ     ଏ ଦେଶ କି' ବିକଶିତ? ମୁଁ କ'ଣ ତ୍ରୁଟି ସଭ୍ୟ ସମାଜର      ଦୋଷ କି'ବା ଅଛି ମୋର, ନିରୀହ ଆତ୍ମାର ହତ୍ୟାକାରୀ ସାଜି       ଗଢ଼ି କି ପାରିବ ସଂସାର।  ମାତୃ ଗର୍ଭରୁ ଯେ ଭୂମିଷ୍ଠ ହୋଇଛ        ଭୁଲିଗଲ ସେହି ଦିନ, ନିଷ୍ପେସିତା,ନିର୍ଯ୍ୟାତିତା ଆଜି ମୁଁ         ବିକଳେ ହାରଇ ପ୍ରାଣ। ନନ୍ଦିନୀ ଟିଏ ନୁହେଁ ଅଭିଶାପ         ସାତ ଜନମ ର ପୂଣ...

ଭଣ୍ଡ ଗଣେଶ ଏକ ଅନନ୍ୟ କଳାକୃତି ..

ଭଣ୍ଡ ଗଣେଶ ଏକ ଅନନ୍ୟ କଳାକୃତି ...... ଗଣେଶ ତ ଗଣେଶ ପୁଣି ଭଣ୍ଡ ଗଣେଶ କିଏ? ନାମଟା ସତରେ ଶ୍ରୁତି କଟୁ ଲାଗୁଛି। ତେବେ ଏ ବିରଳ ଭଣ୍ଡ ଗଣେଶ କ'ଣ ଶ୍ରୀଗଣେଶ ଙ୍କ ଅବତାର? ଅବତାର ତ କହିଲେ ସଠିକ୍ ହବ ନାହିଁ। ବିଭିନ୍ନ ତଥ୍ୟ ଓ ଆଧାର ବିଶ୍ଳେଷଣ କଲା ପରେ ଜଣା ପଡିଲା ଯେ ଭଣ୍ଡ ଗଣେଶ ହେଉଛନ୍ତି ଶ୍ରୀଗଣେଶ ଙ୍କ ଏକ ସ୍ଵରୁପ ମାତ୍ର। ଆସନ୍ତୁ ଭଣ୍ଡ ଗଣେଶ ଙ୍କ ଉପରେ ସମ୍ୟକ ଆଲୋଚନା କରିବା । ଶ୍ରୀମନ୍ଦିର ଭିତରେ ୪୫ଟି ଗଣେଶ ମନ୍ଦିର ଅଛି। ସେମାନଙ୍କ ଭିତରୁ ଭିତର ବେଢାରେ ୨୩ ଟି ଓ ବାହାର ବେଢାରେ ୨୨ ଟି ରହିଛି। ଏହି ଗଣେଶ ଙ୍କ ନାମ ପଛରେ ରୋଚକ କାହାଣୀ ଅଛି।ଆମେ ଜାଣିଛେ ଶ୍ରୀ ମନ୍ଦିରରେ ଗଣପତି ଉପାସନା ପ୍ରାଚୀନ କାଳରୁ ରହି ଆସିଛି। କୁହାଯାଏ ମନ୍ଦିର ନିର୍ମାଣ ସମୟରୁ ହିଁ ବଟ ବୃକ୍ଷ ମୂଳରେ ଶ୍ରୀ ଗଣେଶଙ୍କୁ ସ୍ଥାପନା କରାଯାଇଛି। ଯାହାଙ୍କୁ ଶ୍ରୀମନ୍ଦିର ବେଢା ପରିକ୍ରମା ଅଥବା ଜଗନ୍ନାଥ ଦର୍ଶନ ସମୟରେ ପ୍ରଥମ ଦର୍ଶନ କରିବାର ବିଧି ଅଦ୍ୟାବଧି ରହିଛି। ସେ ହେଉଛନ୍ତି ଶ୍ରୀ ମନ୍ଦିରରେ ପୂଜା ପାଉଥିବା ସର୍ବପ୍ରାଚୀନ ଗଣେଶ । ନାଁ ହେଉଛି ବଟ ଗଣେଶ।  ଏହାଙ୍କ ବ୍ୟତିତ ଆଉ ଗୋଟିଏ ଗଣେଣ ପ୍ରତିମା ରହିଛନ୍ତି। ଯାହାଙ୍କ ଦର୍ଶନ ବଡ ଦେଉଳରେ ଅତିବ ପବିତ୍ର ମନେ କରାଯାଏ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପଛପଟେ ଥିବା ଏକ ମାରଦା(ବାଡ଼ିଆ ଆଟୁ) ଶୈଳୀର ମନ୍ଦିରରେ କଳା ମୁଗୁନି ପଥରରେ ନିର୍ମିତ ଏହି ଗଣେଶଙ୍କୁ ଭଣ୍ଡ ଗଣେଶ ବା କାଞ...