Skip to main content

Posts

Showing posts from September, 2020

ମା...ଲୋ... ତାରିଣୀ

ତୋହରି ବେଢ଼ା କୁ ଯାଇ ପାରୁନି ଲୋ... କରୋନା ଆତଙ୍କେ ଆଜି। ୧୦୮ ନଡିଆ ଦେଇ ପାରୁନି ଲୋ.... ମନ ଗଲା ମୋର ଭାଜି। ୧୦୮ ମୁଣ୍ଡିଆ ମାରୁଛି ଲୋ ତତେ.... ଦୂର ଦିଗନ୍ତ ରେ ରହି। ଚାହିଁଲେ ତୁ ମତେ ପାଖକୁ ଡାକିବୁ... କରୋନା ଦେବୁ ଭଗାଇ। ତୋ ନିମନ୍ତ୍ରଣ ଚାହିଁ ବସିଛି ମୁଁ... ଯିବାକୁ ତୋ ଶକ୍ତି ପୀଠ। ଖୋଲିଦେ ଶୃଙ୍ଖଳ କରୋନା କବଳୁ... ମନ ହେଲା ଛଟପଟ। ________________________  ତୋ ବଗିଚାରେ ଶୋଭା ପାଉଥିବି ନିତି ଫୁଲ ଟିଏ ହୋଇ ତୋ ଗଳା ହାର ବନି ରହିଥିବି ହୃଦୟ କୁ ତୋର ଛୁଇଁ। ଶରୀର ସିନା ମୋ ମଉଳି ପଡ଼ିବ ମନ ତାଜା ଥିବ ସଦା। ନିଇତି ଦେଖିବି ତତେ ମୁଁ ପାଖରୁ ମନୁ ଦୂର ହବ ବାଧା।

ଜୟ ଜଗନ୍ନାଥ 🙏

 ଭଗ୍ନ ମନ ରେ ମଗ୍ନ ହୋଇ କରୁଛି ମୁଁ ସୁଖ ସନ୍ଧାନ ଦଗ୍ଧ ଜୀବନ ରେ ସନ୍ଦିଗ୍ଧ ମନ ଭାବନା ରେ ହେଲା ଲୀନ। -----------------------------------------  ଜୀବନ ର ସତ୍ୟ ଜାଣିଗଲି ପ୍ରଭୁ ଏ'ତ ଦିଆନିଆ ସଂସାର ଝାଡି ଦେଲି ଝୋଲି ତୁମରି ପୟରେ ଏବେ ତ ସୁଦୟା କର ..!!! ଯାହା ତୁ ଦେଇଛୁ  ସବୁ ସମର୍ପିଲି ତନ, ମନ, ଭକ୍ତି ମୋର। ତୋ କରୁଣା ସାଗରୁ ବିନ୍ଦୁ ଟିଏ ଚାହେଁ ତରିଯିବି ଏ ଭବ ସାଗର।

jay Jagannath

ଯେତେ ଅପବାଦ ଯେତେ କଣ୍ଟାଘାତ ସହୁଛି ସହିବି ମୁହିଁ। ତୁମ ମୁହଁ ଦେଖି ସବୁ ଭୁଲିଯାଏ ହସି ହସି ଆଜି ରହି। ନାହିଁ ମୋର ତୃଷ୍ଣା ନାହିଁ ତ ପିପାସା ଚାହେଁ ହୃଦେ ଟିକେ ସ୍ନେହ। ସ୍ନେହ ବୋଳା ହସ ହସିଦେଲେ ତୁମେ ଭୁଲିଯାଏ ସବୁ କୋହ। ଉମଙ୍ଗ ତରଙ୍ଗ ଅଙ୍ଗେ ଅଙ୍ଗେ ମୋର ତୁମ ପାଇଁ ଖେଳୁଥାଏ। ସଙ୍ଗେ ତୁମେ ଥିଲେ ରଙ୍ଗିଯାଏ ମନ  ଇନ୍ଦ୍ରଧନୁ ଆଙ୍କି ଯାଏ। ________________________ ତୁମେ ଅଛ ପ୍ରଭୁ ମୋ ହସ ରେ କାନ୍ଦ ରେ ତୁମେ ଅଛ ପ୍ରଭୁ ମୋ କର୍ମ ରେ ଧର୍ମ ରେ ତୁମେ ଅଛ ପ୍ରଭୁ ମୋ କଥାରେ ଭାଷାରେ ତୁମେ ଅଛ ପ୍ରଭୁ ମୋ ଭିତରେ ବାହାରେ ତୁମେ ଅଛ ପ୍ରଭୁ ମୋ ଚତୁଃପାର୍ଶ୍ଵରେ  ସାହସ ବାନ୍ଧିଛି ତୁମରି ଆଶ୍ରା ରେ ରହିଛି ନିଶ୍ଚିନ୍ତ ତୁମ ଭରସା ରେ।

ଜୟ ଜଗନ୍ନାଥ 🙏

ଜୀବନର ତରି ହୁଏ ଟଳମଳ ପାଉ ନାହିଁ ଥଳକୁଳ ଚକା ଭଉଁରୀ ରେ  ଫଶି ଫଶି ଯାଏ ଆଖି ହୁଏ ଛଳଛଳ। ଦୁ଼ଃଖ ଦରିଆ ରେ  ଭାସିଗଲି ମୁହିଁ ହଉଛି ଆଜି ମୁଁ ବ୍ୟାକୁଳ। ରକ୍ଷାକର ପ୍ରଭୁ  ଭବ ସାଗରରୁ ଅନ୍ଧାରି ଏ ଦିପ ତଳେ _____________________  ସାଗର ମନ୍ଥନେ  ଗରଳ ପିଇଲ ଆହେ ଦେବ ମହାଦେବ ମୋ ହୃଦୟ ଲାଭା ଆଜି ଉତକ୍ଷିପ୍ତ କିଏ ତାକୁ ଲିଭେଇବ??? ______________________ ଯେତେ ମୁଁ ଡାକୁଛି ଘୁଞ୍ଚି ଘୁଞ୍ଚି ଯାଅ  ପାଖେ ନ ଦିଅ ଯେ ଧରା ତୁମେ କଣ ପ୍ରଭୁ ମରୁ ମରିଚିକା ଭ୍ରମେ ଅଛି ଜଗ ସାରା

🙏ଜୟ ଜଗନ୍ନାଥ 🙏

ମୋ ଦୁଃଖ ବରଷା ରେ  ତୁହି ମୋର ଛତ୍ରୀ ତୁହି ସୁଖ ଚାବିକାଠି। ତୋ ଭରସା ରେ  ଡରୁନାହିଁ କେଭେ ବିଶ୍ବାସ ରଖିଛି ତୋଠି। ,_________________________ ସଞ୍ଜ ସକାଳେ  ତୋ ଛବି ଖେଳେ ମୋ ମନ ଆଇନା ରେ। ତୁ ହର୍ତାକର୍ତ୍ତା ,  ବିଘ୍ନ ବିଧାତା ଜପି ଜପି ମୋ ଦିନ ସରେ। _______________________ ଛଳ ଛଳ ହୋଇ  କଳ କଳ ନାଦେ ବହି ଚାଲିଛି ଅହର଼ହ ଖୁସି ବାଣ୍ଟି ବାଣ୍ଟି  ଆଗକୁ ବଢିଛି ଛୁପାଇ ଅନ୍ତର କୋହ।

ବାସ୍.... ସେତିକି...

ମୁଁ ତ ସେମିତି କିଛି ମାଗୁ ନାହିଁ....!!!!   ମତେ ଲୋଡା କେବଳ ତୁମର  ହସ ହସ ମୁହଁ... ସମସ୍ତଙ୍କ ମମତା ବୋଳା ସ୍ନେହ.... ରାଣୀ ହୋଇ ରହିବାର ସ୍ବପ୍ନ ଭି ଦେଖୁନି... ପରି ହୋଇ ଉଡିବାର ଅଭିଳାଷା  ଭି କରୁନି.... ମତେ ସେମିତି ସାଧାରଣ  ସ୍ତ୍ରୀ ହୋଇ ରହିବାର ଅଧିକାର ଦିଅ.... ଖରା ବର୍ଷା ଖାଇ ଭି ଫୁଲ ତାର ବାସନା ଆନନ୍ଦ ରେ ବାଣ୍ଟିଲା ପରି... ମୁଁ ଭି ବିତରଣ କରୁଛି .... ମୋ ଖୋଲା  ପ୍ରେମ ଭରା ହୃଦୟ  ଛୁପେଇ ଛୁପେଇ ମୋ ଆଖିର ଲୁହ.... ମୋ ପାଇଁ ଏତେ କଞ୍ଜୁସ କାହିଁକି???? ମୁଁ ତ ମାଗୁନି ସରଗର ଚାନ୍ଦ...!!!! ତୋଳି ଆଣିବା ପାଇଁ ସ୍ବର୍ଗ ପାରିଜାତ ....!!! ମାଗୁଛି  କେବଳ କାଣିଚାଏ ସ୍ନେହ।। ମୋ ପାଦ ତଳୁ ପୃଥିବି ଖସେଇ ଦିଅନି.... ମୋ ଆଶାର ଆକାଶ ରେ କଳା ବାଦଲ ଢାଙ୍କି ଦିଅନି .... ଆଜି ମୁଁ ଡେଣା କଟା ପକ୍ଷି ହୋଇ ପଡ଼ି ରହିଛି... ମରହମ ପାଇଁ ବ୍ୟାକୁଳ ହଉଛି.... ଆଃ.... ସୁଧା କେହି କହୁ ନାହାନ୍ତି.... ଏ... କଣ.... ମୋର ଭାଗ୍ୟ ର ଫଳ....???? ନା.... ପୂର୍ବ ଜନ୍ମ କର୍ମ ର ପରିଣାମ.....??? ମୁଁ ଚାହେଁ କେବଳ ମୋ ପ୍ରଶ୍ନ ର ସଂକ୍ଷିପ୍ତ ଉତ୍ତର.... ବାସ୍....ସେତିକି ....।।।।

କାହିଁକି ନା.....!!!!

ମୁଁ ବର୍ଷା ରେ ଭିଜିବାକୁ ଭଲପାଏ.... କାହିଁକି ନା...!!!! ମୋ ଆଖିର ଲୁହ କେହି ଦେଖି ପାରିବେନି ବୋଲି... ମୁଁ ଗରମ  ରେ ଶିଝିବାକୁ ଭଲପାଏ.... କାହିଁକି ନା....!!!! ମୋ ମନର ଉତ୍ତାପ କେହି ମାପି ପାରିବେନି ବୋଲି..... ମୁଁ ଧୁଳି ଝଡ ରେ ହଜି ଯିବାକୁ ଭଲ ପାଏ... କାହିଁକି ନା....!!!! ମୋ ଚିନ୍ତା ର ଝଡ କେହି  ଜାଣି ପାରିବେନି ବୋଲି.... ମୁଁ  ଦୂର ଆକାଶ କୁ ନିହାରି ବାକୁ ଭଲ ପାଏ.... କାହିଁକି ନା....!!!! ମୋ ମନ ର ନୀରବତା କେହି ବୁଝି ପାରିବେନି ବୋଲି.... ମୁଁ ଲହରୀ ରେ ଖେଳିବାକୁ ଭଲପାଏ .... କାହିଁକି ନା....!!!! ମୋ ଦୁ଼ଃଖ ର ଲହରୀ କେହି ଗଣି ପାରିବେନି ବୋଲି.... ମୁଁ ସ୍ବପ୍ନ ରେ ମଜ୍ଜି ଯିବାକୁ ଭଲ ପାଏ.... କାହିଁକି ନା...!!!! ମୋ ବାସ୍ତବତା କେହି କଳନା ପାରିବେନି ବୋଲି.... ମୁଁ ମୋ ଭିତରେ ରହିବାକୁ ଭଲପାଏ... କାହିଁକି ନା...!!!! ମୋ ଆଶାର ବାଲିଘର  କେଭେ ଭାଙ୍ଗି  ଯିବାକୁ ଦେବିନି ବୋଲି....

ପ୍ରେମ କବିତା

ସ୍ମୂତି ର ସାଗର ଲାଗୁଛି ଲୁଣିଆ ଅଶ୍ରୁ ଭିଜା ତା ଅନ୍ତର ତିକ୍ତ ତାର ସ୍ବାଦ ରିକ୍ତ ଭରା ମନ ଲଭିଛି ଅଲିଭା ଗାର _______________________ ଆଶ୍ବସ୍ତ ମନରେ ସ୍ଵସ୍ତ ଆବେଗେ ଲେଖୁଛି କବିତା ପୁଞ୍ଜ ଶାନ୍ତ ଦିପାଳୀ ମୁଁ ସମୀକ୍ଷା କରୁଛି ଜୀବନର ନବଗୁଞ୍ଜ। _________________________ସଂପର୍କ ର ବୀଜ ରୋପିଲି ହୃଦୟେ ଫଳ ଦେଲା ଖାଲି ଖଟା। ପ୍ରେମ ଓ ବିଶ୍ବାସ ବିଞ୍ଚିଲି ତା ମୁଳେ  କରି ପାରିଲିନି ମିଠା। ସଂକଳ୍ପ ର ନୀର ସିଞ୍ଚିଲି ଯତନେ ବଢିଲା ଆକାଶ ଛୁଇଁ। ଧରି ପାରିଲିନି ସେଇ ଫଳକୁ ଦେଖୁଥିଲି ତଳୁ ରହି।

ପ୍ରେମ ଗିତି

 ଅହଲ୍ୟା ଯେ ନୁହେଁ...  ଅଭିଶାପେ ତୁମ...  ବନିବି ପାଷାଣ ସ୍ପର୍ଶେ ବନି ଯିବି ନାରୀ.... ଅଟେ ମୁଁ ଲକ୍ଷ୍ମୀ, ଦୁର୍ଗା, ସରସ୍ବତୀ... ଅଟଇ ଯେ ମହାକାଳୀ.... ପରିସ୍ଥିତି ନେଇ ବଦଳାଏ ରୂପ... ହଁ... ମୁଁ ଅଟେ ସ୍ବ ଇଛାଧାରୀ ।।। ________________________  କୁଆଁ ତାରା ପରି ଦେଖାଦେଲ.... ଯେବେ ମୋ ମନ ପାହାଁତି ଆକାଶେ... ନିଜକୁ ନିଜଠୁ ଦୂରେଇ ଗଲି ମୁଁ...... ପଡ଼ିଗଲି ପ୍ରେମ ଫାଶେ। ମୋ ମନ  କାଶଦଣ୍ଡୀ ଫୁଲେ  ପ୍ରଥମ ମଳୟ ଛୁଆଁ... ଝୁମି ଝୁମି ଗଲା ତନ ମନ ମୋର.... କରିଦେଲ  ଯେବେ କିମିଆଁ... ସାତ ତଳ ପାଣି ସୁନା ଫରୁଆ ରେ ରଖିଥିଲି ହୃଦୟ କୁ.... ଚୋରିକରି ନେଲ ଅତି ସନ୍ତର୍ପଣେ ଭୁଲି ଗଲି ମୁଁ ଯେ ନିଜକୁ।

ପ୍ରେମ ଗିତି

ତୁମ ର ଆକଟେ  ପିତା ରୂପ ପାଏ ତୁମ ସ୍ନେହେ ପାଏ ମାଆ.... ସ୍ପର୍ଶ ତୁମ ଅଟେ  ପ୍ରେମିକର ସମ... ଦୁ଼ଃଖ ସୁଖେ ଥାଅ ଠିଆ।  "ତୁ"ଡାକ ତୁମ ଏତେ କୋମଳ, ମଧୂର... ଲାଗ ନିଜଠୁ ଭି ନିଜର। "ଏଇ" ବୋଲି ଗେଲେ ଡାକି ଦେଲେ ତୁମେ.... ସତେ.... ପାପ ହୋଇଯାଏ ଦୂର। କେତେବେଳେ ଲାଗ  ଦେବ ପୁରୁଷ  କେତେବେଳେ ଲାଗ ସଖା। ଭାଇ ସ୍ନେହ ଭି ଝଲକି ଉଠଇ... କେମିତି କରିବି ବ୍ୟାଖ୍ୟା.....???? ଜନମ ଜନମ ସାଥୀ ରହିଥାଅ ଡରିବିନି ଦୁନିଆ କୁ ମନ ତନ ଦେଇ ପୂଜୁଛି ପୂଜିବି ସାଖି ରଖିଛି କାଳିଆ କୁ

ଦୂର ଦିଗନ୍ତ

ତୁମେ କେବେ ବୁଝିବାକୁ ଚେଷ୍ଟା କରିଛ...??? ମୋ ମନର ନୀରବତା ....!!! କେବେ ମାପିବାକୁ ଚେଷ୍ଟା କରିଛ ମୋ ମନ ର ନିର୍ଜନତା....???? ଜାଣ ମୁଁ ଅଭିମାନିନୀ..... ମାନ ଭଞ୍ଜନ କରିବାକୁ  କେବେ ଚେଷ୍ଟା କରିଛ??? ମୋ ସ୍ବଚ୍ଛ ମନ ରେ ଗୋଳିଆ ପାଣିର କିଚଡ ଭରି ଦେଇଛ। ମୋ ସ୍ବାଭିମାନ ରେ ହତାଶ ର ପ୍ରାଚିର ଠିଆ କରିଛ..... ମୋ ମନ ର ସୀମାରେ ତିନୋଟି ଲକ୍ଷ୍ମଣ ରେଖା ଟାଣି ଦେଇଛ.... ମୋ ଲଗାମ କୁ ତୁମ ହାତକୁ ନେଇ ଯାଇଛ.... ଏ ଜୀର୍ଣ୍ଣ ଶୀର୍ଣ୍ଣ କାୟା ... ଭଗ୍ନ ପିତୁଳା ପରି  ହାର ମାନି ନେଇଛି....ଅକାମି ହୋଇ ଯାଇଛି...   ସହି ଯିବାର ଭାଷା ଶିଖି ଯାଇଛି.... କେବଳ ତୁମରି ପାଇଁ। ଆଶାର ଦର୍ପଣ ରେ ଦେଖୁଛି କେବଳ  ଦିବା ସ୍ବପ୍ନ। ଭାବୁଛି ଏମିତି ଦିନ ନିଶ୍ଚେ ଆସିବ ସବୁ ପୂର୍ଣ୍ଣଛେଦ ଟାଣି ଚାଲିଯିବ ଦୂର ଦିଗବଳୟ  ର ଶେଷ ସୀମାକୁ.... ଆଉ .... ପଛକୁ ଚାହିଁ ବାର ଯୁ.... ଭି ନଥିବ । ସତେ ଯେମିତି ଶୂନ୍ୟ ମଣ୍ଡଳ ର ମୁକ୍ତ ଆକାଶରେ ଦୂର ଦିଗନ୍ତ ବନିଯିବ .... ନ ଥିବ ସେଠି ଛନ୍ଦ, ଛଳନା, ରାଗ ଋଷା ,ମାନ, ଅଭିମାନ, କ୍ରୀୟା, ପ୍ରତିକ୍ରିୟା, ଶାସନ, ଶୋଷଣ..... ଥିବ କେବଳ ଶାନ୍ତି ହିଁ ଶାନ୍ତି ..... ଆନନ୍ଦ ହିଁ ଆନନ୍ଦ.....
ତୁମ ସ୍ମିତ ହାସ୍ୟ     ତୁମରି ପରଶ ଆଜି ଭି ଲାଗୁଛି ନୁଆ ପ୍ରଥମ ରାତିର            ପ୍ରଥମ ସ୍ପନ୍ଦନ ଶିହରିତ ମନ କାୟା।   ସ୍ବପ୍ନ ରାଇଜର            ରାଜକୁମାର  ମୁଁ ଥିଲି ଅଳସୀ ନଈ.... ପ୍ରେମ ଫୁଲ ଶର             ମାରିଲ ହୃଦ କୁ ମନକୁ ଗଲ ମୋ ଛୁଇଁ। ଛଳ ଛଳ ମନ ଉଛୁଳି ଉଠିଲା ଲଜ୍ଜା ର ଓଢ଼ଣୀ ଟାଣି..... ସିମଟି ଗଲି ମୁଁ ତୁମରି ବାହୁରେ ସ୍ବପ୍ନ ର ଜାଲ ବୁଣି। ମନ ଆକାଶ ର ଉଡନ୍ତା ବିହଙ୍ଗ  ଦେଖୁଥିଲି ସପ୍ତରଙ୍ଗ.... ପ୍ରେମ ତୁଳି ରେ    ରଙ୍ଗି ଦେଲ ମନ ହେଇଗଲି ଅନ୍ତରଙ୍ଗ। ତୁମ ଅଗଣାର       ତୁଳସୀ ସାଜିଲି ତୁମେ ତ ଦେବତା ମୋର.... ପଲ୍ଲବିନୀ ହୋଇ     ମହକୁ ଥିବି ମୁଁ ଢାଳୁଥିବ ପ୍ରେମ ନୀର।
ପ୍ରୀତିର ସିନ୍ଦୂର ଲଗେଇ ସୀମନ୍ତେ ହୋଇଗଲ ପ୍ରୀୟ ସଖା.... ଆଜି ବା କେମିତି କପଟ କରିଗୋ ଦେଉଛ ମତେ ଯେ ଧୋକା...!!!! ଆଗ ପରି ମୁହିଁ ତନ ମନ ଦେଇ ପାଉଛି ତୁମକୁ ଭଲ... ଆଉ କୋଉ ସଖୀ ମିଳିଗଲା ବୋଲି କରି ଦେଲ କି ମତେ ପର.....??? ଇଏ ... କ'ଣ  ପ୍ରେମର ମୂଲ......?????

ଜୟ ଜଗନ୍ନାଥ

ମନ ର ବେଦି ରେ  ତତେ ବସେଇଛି.... ଭାବରେ ଲୋତକେ  ସ୍ନାନ କରାଉଛି... ହସର ସୁମନେ  ତତେ ସଜଉଛି... ଭକ୍ତି ଅର୍ଘ୍ୟ ଦେଇ  ପୂଜା ମୁଁ କରୁଛି.... ପ୍ରେମ ର ମିଷ୍ଟାନ୍ନ ନୈବେଦ୍ୟ ବାଢିଛି.. କୋହ  ତେଲ ଦେଇ  ଦୀପ ମୁଁ ଜାଳିଛି... ମନ ଆଇନାରେ  ତୋ ଛବି ଆଙ୍କିଛି... ହୃଦୟ ର ଡୋର  ତୋ ସହ ବାନ୍ଧିଛି... କହରେ କାଳିଆ....!!! ଆଉ କେମିତି ପୂଜିବି???? ତୋ ପଥର ହୃଦେ  ଦୟା ଜଗାଇବି...  ଯାହା ତୁ କ଼ହିବୁ  ତାହା ମୁଁ କରିବି... ତୋ ମନ କନ୍ଦରେ  ସ୍ଥାନ ଯେ ପାଇବି। ଭକ୍ତ ର ହୃଦୟ  ପଢି ପରା ଜାଣୁ...!! ଆଜି କାହିଁ ପାଇଁ  ହୋଇଛୁ ରେ ସ୍ଥାଣୁ??? ସତେ ତୁ ଯଦି ଜଗତର ନାଥ ମୋ ପାଇଁ ନିଶ୍ଚେ ଟେକିବୁ ରେ ହସ୍ତ.... ତୋ ଉଦାର ସାଗରେ ଭଙ୍ଗା ମୋ ତରଣୀ.... ଦେବୁ ରେ କିନାରା ମୋ ମନ ଜାଣି। ତୋ ଛତ୍ରଛାୟା ତଳେ  ମୋ ଦୀନ କୁଟୀର..... ଲଭୁଥିବେ ଖୁସି  ପ୍ରୀୟ ପରିବାର।।।

ଓମ

 ଗରଳ ପିଇ ହେଲ ନୀଳକଣ୍ଠ ଉଦ୍ଧାରିଲ ଦେବଗଣ କରୋନା କବଳୁ ରକ୍ଷା କର ଶମ୍ଭୁ  କରୁଛି ମୁଁ ନିବେଦନ ।। _______________________ ଅନ୍ତର୍ଦାହ ହୋଇ ଆଲୋକିତ କରୁ ଜୀବନ କୁ ଜାଳି ଜାଳି ତୋହରି ପଥ କୁ ଆବୋରି ନେଇଛି ଖୁସି ମୁଁ ବାଣ୍ଟିବି ବୋଲି।

ଅଣୁ କବିତା

 ପ୍ରତ୍ୟୁଷ, ପ୍ରଦୋଷ ରଙ୍ଗ  ଏକାକାର ଭିନ୍ନ ଭିନ୍ନ ତାଙ୍କ ରୀତି ଅରୁଣିମା ହାସ୍ୟେ  ସୁମନ ବିକଶେ ଦୂରୁ ଶୁଣି କୁହୁ ଗୀତି। ଗାଈ, ଗୋରୁ ପକ୍ଷୀ ବାହୁଡନ୍ତି ସୁଖେ ନିଜ ନିଜ ଆଳୟ କୁ ସୁମଧୂର ସ୍ବପ୍ନେ ମଜ୍ଜି  ଯାଏ ମହୀ ପ୍ରେମ ଛୁଏଁ ହୃଦୟକୁ ___________________ କେତେ କ୍ଷତ ଅଛି  ଭରେ ନାହିଁ କେଭେ ରହିଯାଏ ସ୍ମୃତି ହୋଇ.... ଅଲିଭା ସେ ଦାଗ  ଜାଳି ଜାଳି ମାରେ ନିତି ମରି ବଞ୍ଚେ ମୁହିଁ। ____________________  ମୋ ସରଗ ପୁରୀ ର ତୁମେ କଳ୍ପ ବୃକ୍ଷ ହସ ତୁମ ପାରିଜାତ। ପ୍ରେମ ଅଟେ ତୁମ କମଣ୍ଡଳୁ ଜଳ ଦୟା କାମଧେନୁ ମାତ। _________________ କିଛି କ୍ଷତ ଅଛି  ଭରେ ନାହିଁ କେଭେ ରହିଯାଏ ସ୍ମୃତି ହୋଇ.... ଅଲିଭା ସେ ଦାଗ  କୁହୁଳି କୁହୁଳି ମରି ମରି ବଞ୍ଚେ ମୁହିଁ। ___________________

prema giti

ମୋ ସରଗ ପୁରୀ ର ତୁମେ କଳ୍ପ ବୃକ୍ଷ ହସ ତୁମ ପାରିଜାତ। ପ୍ରେମ ଅଟେ ତୁମ କମଣ୍ଡଳୁ ଜଳ ଦୟା କାମଧେନୁ ମାତ।

ପ୍ରେମ ଗିତୀ

 ତୁମ କୋମଳ ସ୍ପର୍ଶ ଶୀତଳ ଚନ୍ଦନ ସମ ବାଣୀ  ଭରେ ହୃଦ କ୍ଷତ ତୁମ ପ୍ରେମ ରସ ଭରେ ମୋ ବିଶ୍ବାସ ତୁମେ ହିଁ ମୋ ମଧୁ ଗୀତ [

ପ୍ରେମ ରଙ୍ଗ

ତୁମ ସ୍ମିତ ହାସ୍ୟ     ତୁମରି ପରଶ ଆଜି ଭି ଲାଗୁଛି ନୁଆ ପ୍ରଥମ ରାତିର            ପ୍ରଥମ ସ୍ପନ୍ଦନ ଶିହରିତ ମନ କାୟା।   ସ୍ବପ୍ନ ରାଇଜର            ରାଜକୁମାର  ମୁଁ ଥିଲି ଅଳସୀ ନଈ.... ପ୍ରେମ ଫୁଲ ଶର             ମାରିଲ ହୃଦ କୁ ମନକୁ ଗଲ ମୋ ଛୁଇଁ। ଛଳ ଛଳ ମନ ଉଛୁଳି ଉଠିଲା ଲଜ୍ଜା ର ଓଢ଼ଣୀ ଟାଣି..... ସିମଟି ଗଲି ମୁଁ ତୁମରି ବାହୁରେ ସ୍ବପ୍ନ ର ଜାଲ ବୁଣି। ମନ ଆକାଶ ର  ଉଡନ୍ତା ବିହଙ୍ଗ  ଦେଖୁଥିଲି ସପ୍ତରଙ୍ଗ.... ପ୍ରେମ ତୁଳି ରେ    ରଙ୍ଗି ଦେଲ ମନ ହେଇଗଲି  ଅନ୍ତରଙ୍ଗ। ତୁମ ଅଗଣାର       ତୁଳସୀ ସାଜିଲି ତୁମେ ତ ଦେବତା ମୋର.... ପଲ୍ଲବିନୀ ହୋଇ     ମହକୁ ଥିବି ମୁଁ ଢାଳୁଥିବ ପ୍ରେମ ନୀର।

___ସମର୍ପଣ__

ଖେଳନ୍ତି କୃଷ୍ଣ ଗୋପୀ ମେଳେ.... କେଳି, କଦମ୍ବ,କୁଞ କୋଳେ। ରାଧା, କୃଷ୍ଣ ଙ୍କ ଅଭିନୟ.... ଶୋଭା ଅତୀବ ରମଣୀୟ। ରସିକ ନାଗର ରସିଆ.... ରାଧା ପ୍ରେମରେ ହେଲେ ବାୟା। ମଧୁର ମୁରଲୀ ର ସୁର.... ଶୁଣି ରମଣୀ ଗୋପ ପୁର। ବିସ୍ତୀର୍ଣ୍ଣ ଯମୁନା ତଟରେ.... ମୂର୍ଚ୍ଛନା ତୋଳନ୍ତି ଅଧୀରେ। କଦମ୍ବ ମୂଳରେ କହ୍ନାଇ.... ବସନ୍ତି ରାଧାଙ୍କୁ ଅନାଇ। କେବେ ଆସିବେ ରାଧା ରାଈ.... ପାଣିର ମାଠିଆ ମୁଣ୍ଡେଇ। ଲଜ୍ଜା ନତ ମୁଖେ ରାଧିକା.... ଝାଉଁଳି ଯା'ନ୍ତି ଦେଖି ସଖା। ଢାଳନ୍ତି ପ୍ରୀତିର ଫଗୁଣ.... ହସି ଉଠଇ କୁଞ୍ଜବନ। ଗୋପୀ ବସନ  କରି ଚୋରି.... ପ୍ରେମେ ପାଗଳ ବଂଶୀ ଧାରୀ। ରାଧା ଗୋବିନ୍ଦ  ରାସ ଲୀଳା.... ଗୋପ ଗୋପୀଙ୍କ ଲୀଳା ଖେଳା । ଦେଖି ପ୍ରୀତି  ପ୍ରେମ ଉଚ୍ଛ୍ୱାସ.... କୃଷ୍ଣ ମୟ ଲାଗଇ ବିଶ୍ବ। ନୁହେଁ ମୁଁ ମୀରା କି ରାଧିକା... ହୃଦୟେ  ବସିଛ ହେ ସଖା। ଭଲ ମୁଁ ପାଉଛି ତୁମକୁ.... କୃଷ୍ଣାକ୍ଷରେ ଖୋଦିତ  ବୁକୁ। ଶୟନେ , ସପନେ ଜାଗ୍ରତେ ସ୍ମରୁଛି ତୁମକୁ ମୁଁ ହୃଦେ। ହେ... ମଦନ ମୋହନ ପ୍ରୀୟା ତୁମେ ମନ ତୁମେ ହିଁ କାୟା। ତୁମ ପ୍ରେମରେ  ବଶିଭୂତ.... ତୁମେ ହିଁ ତ ସତ୍ୟ ଶାଶ୍ବତ। ହୃଦୟେ ପ୍ରଦୀପ ଜଳାଇ.... ରହିଛି ମୁଁ ପଥକୁ ଚାହିଁ। ସମର୍ପଣ କରିଛି ମୁହିଁ..... ତୁମ ବିନା ଗତି ମୋ ନାହିଁ। 🙏🙏🙏🙏🙏

ଅଭିସାରିକା-

ମୁଁ ଥିଲି ପ୍ରଗଳଭା ଉଛୁଳା ନଈ ଟିଏ... ତୁମ ସହ ମିଶିବାର ଅନବରତ ପ୍ରୟାସ... ବିଜନ ରଜନୀ ରେ... ଅଭିସାରିକା ସାଜି ଉପଭୋଗ କରୁଥିଲି ଚନ୍ଦ୍ରମା ର ମୁକ୍ତା ଭରା ହସ। ଅପେକ୍ଷା ରତ ସମୟକୁ ଯାବୋଡି ନେଇ ସ୍ବପ୍ନ ରେ ବିଭୋର ଥିଲି ମାନି ନେଇଥିଲି ସବୁ ସର୍ତ୍ତ ତୁମର... ବିଶ୍ବାସ ର ବନ୍ଧ ବାନ୍ଧି ନିଜର କରିଥିଲି। ଆବୋରି ନେଲି କଣ୍ଟକର ପଥ। କେତେ ରାତି ଉଜାଗର ରହି ଜାଗର ଜାଳିଛି... କେତେ ସ୍ମୃତି ଅଲିଭା ଦାଗ ବନି ଯାଇଛି.... ତଥାପି ବଢ଼ି ଚାଲିଲି ଆଗକୁ ଆହୁରି ଆଗକୁ ଶତ ବାଧା ବିଘ୍ନ ସତ୍ବେ.... ତୁମର ଟିକେ ସାନ୍ନିଧ୍ୟ ପାଇଁ.... ଭରସା କରିଥିଲି ନିଜଠୁ ଭି ଆହୁରି ଅଧିକ। ଆଶାର ବୈତରଣୀ ରେ ପହଁରୁଥିଲି । ବିଧଗ୍ଧ ମନର ଅଶ୍ରୁ ଛୁପେଇ ପୁଲକିତ ଥିଲି...  ଭାବୁଥିଲି ... ତୁମେ ଭି ମୋ ଭଳି ଥିବ ବ୍ୟାକୁଳ... ପର୍ଯ୍ୟାପ୍ତ ସମୟରୁ କିଛିଟା ସାଇତି ରଖିଥିବ ମୋ ପାଇଁ... ନୀଳକଇଁ ର ନୀଳିମା ରେ  ଆକୃଷ୍ଟ ହୋଇ ସ୍ପର୍ଶ କରିବ ମୋ କବରୀକୁ ... ପ୍ରଶସ୍ତ ମନକୁ କରିଦେଲ ସଂକୁଚିତ.... ଆଶାର ଆକାଶରୁ ଝରାଇଲ ରକ୍ତର ଅଶ୍ରୁ.... ମନପ୍ରାଣ ହେଲା ଦଗ୍ଧିଭୂତ... ଅନ୍ତଃ ସ୍ବର ଜଳି ଉଠିଲା ହୁ.. ହୁ... ହୋଇ। .ବନିଗଲି ଏକ କାଠର ପୁତୁଳି..!!! ଉଥଳପୁଥଳ ହୋଇଗଲା ଜୀବନ ର ଗଦି ସ୍ରୋତସିନି ରୁ କରିଦେଲ ସ୍ରୋତରଦ୍ଦ। ତଥାପି ଆଶାର କ୍ଷୀଣ ଆଲୋକ ରେ ନିଃଶେଷ ହୋଇ ଭି ଚାହିଁ ରହିଛି ତୁମକୁ ... ମୋର ବଳକା ଆୟୁଷ ନେଇ.....

ମଧୂର ସଂପର୍କ

 ଭସା ମେଘ ଯେତେ....     ରଖିଛି ତା ହୃଦେ ସବୁ ମୋ ଆଖି ର ଲୁହ ଅମାନିଆ ସିଏ      ମାନୁନାହିଁ ଆଜି  ସାଜିଛି ଶ୍ରାବଣୀ ସୁଅ।  ତୁମ ସ୍ମିତ ହାସ୍ୟେ     ତୁମରି ପରଶ ଆଜି ଭି ଲାଗୁଛି ନୁଆ ପ୍ରଥମ ରାତିର            ପ୍ରଥମ ସ୍ପନ୍ଦନ ଶିହରିତ ମନ କାୟା।   ସ୍ବପ୍ନ ରାଇଜର            ରାଜକୁମାର  ମୁଁ ଥିଲି ଅଳସୀ ନଈ.... ପ୍ରେମ ଫୁଲ ଶର             ମାରିଲ ହୃଦ କୁ ମନକୁ ଗଲ ମୋ ଛୁଇଁ। ଛଳ ଛଳ ମନ ଉଛୁଳି ଉଠିଲା ଲଜ୍ଜା ର ଓଢ଼ଣୀ ଟାଣି..... ସିମଟି ଗଲି ମୁଁ ତୁମରି ବାହୁରେ ସ୍ବପ୍ନ ର ଜାଲ ବୁଣି। ମନ ଆକାଶ ର  ଉଡନ୍ତା ବିହଙ୍ଗ  ଦେଖୁଥିଲି ସପ୍ତରଙ୍ଗ.... ପ୍ରେମ ତୁଳି ରେ    ରଙ୍ଗି ଦେଲ ମନ ହେଇଗଲି  ଅନ୍ତରଙ୍ଗ। ତୁମ ଅଗଣାର       ତୁଳସୀ ସାଜିଲି ତୁମେ ତ ଦେବତା ମୋର.... ପଲ୍ଲବିନୀ ହୋଇ     ମହକୁ ଥିବି ମୁଁ ଢାଳୁଥିବ ପ୍ରେମ ନୀର।

ନିରିମାଖି

 ବଡ ଦାଣ୍ଡ ତୋର ଯାଇ ପାରୁନି ରେ... ଶୃଙ୍ଖଳ ଲାଗିଛି ପାଦେ ତୋ କଳା ଶ୍ରୀମୁଖ  ଦେଖି ପାରୁନି ରେ... କରୋନା ଘାରିଛି ହୃଦେ। ଜଗା ବଳିଆ ଦୁଇ ଭାଇ ମୋର ରାକ୍ଷୀ ତ ରହିଲା ସାକ୍ଷୀ ପରିବାର ମୋର  ରକ୍ଷା କରୁଥିବ କହୁଛି ଏ ନିରିମାଖି।

ଗୁରୁ( ଶିଶୁ କବିତା)✓

ତୁମେ ଚିରନ୍ତନ  ଶାଶ୍ବତ ହେ ଗୁରୁ ତୁମେ ଜ୍ୟୋତିର୍ମୟ ଉତ୍ସ। ଦିପ୍ତିମୟ କର  ଅନ୍ଧାରି ଆତ୍ମା କୁ ହୋଇଯାଏ ମନ ସ୍ବଚ୍ଛ। ସ୍ନିଗ୍ଧ ଶୀତଳ  ତବ ଜ୍ଞାନ ଗଙ୍ଗା  ଧୋଇଦିଏ କେତେ କଳୁଷ.... ସୂର୍ଯ୍ୟ ଚନ୍ଦ୍ର ପରି   ବିଚ୍ଛୁରିତ ରଶ୍ମି ମନେ ଭରିଦିଏ ବିଶ୍ବାସ। ସଦ୍ୟ କଳିକା   ପ୍ରଷ୍ଫୁଟିତ କର  ତବ ଜ୍ଞାନ  ବାକ୍ୟାଳୟେ ତ୍ୟାଗ ,ଧୈର୍ଯ୍ୟ ଭାଷା  ଶିଖାଅ ଯେ ତୁମେ ଦୟା ଧର୍ମ ଜାଗେ ହୃଦୟେ । ସଂକଳ୍ପ କରି  ବିକଳ୍ପ ରାହ କୁ କର କୁସୁମିତ ସଦା.... ତିଳ ତିଳ କରି  ଜଳି ଶିଷ୍ୟ ପାଇଁ କର ସର୍ବ ଗୁଣ ସଂପଦା। ତୁମେ ଅଟ ବ୍ରହ୍ମା,  ବିଷ୍ଣୁ, ମହେଶ୍ୱର ଜ୍ଞାନାଲୋକ ଗନ୍ତାଘର ଅପୂର୍ଣ୍ଣତା ରେ  ଆଣ ସଂପୂର୍ଣ୍ଣତା ହେ ଗୁରୁ ପରମେଶ୍ବର। ତୁମ ସମର୍ପଣ  ବୌଦ୍ଧିକ ବିକାଶ ପ୍ରତିଷ୍ଠିତ  ମାତୃଭୂମି ତୁମ ସିଞ୍ଚିତ  କରୁଣାର ବାରି  ସମୃଦ୍ଧିର ପଥଗାମୀ। ଦୁର୍ଗମର ପଥ  ହୁଏ ବୋଧଗମ୍ୟ ତୁମ ଛତ୍ରଛାୟା ତଳେ ନାଉରି ଟିଏ ହୋଇ ପାର କର ନୟା ଅନ୍ଧାରି ଜୀବନ କୋଳେ। ଗୁରୁ ଶିଷ୍ୟ ଡୋର  ଜନ୍ମ ଜନ୍ମାନ୍ତର ଅଟଇ ପବିତ୍ର  ବନ୍ଧନ।  ତାଙ୍କ ଆଶୀର୍ବାଦେ ନିଷ୍ପ୍ରଭ ଜୀବନେ ଭରେ ଆନନ୍ଦର  କିରଣ।

ହତାଶ ଜୀବନ

ଜୀବନ ଟା ହେଲା  ମରୁ ମରିଚିକା ଝାଞ୍ଜି ଝଡ ବାତ୍ୟା ଖରା ସୁଖର ସୌଧ ମୁଁ  ତୋଳି ପାରିଲିନି  ଆସିଗଲା ଶେଷ ବେଳା ________________________  ନିଜ କୁ ଜାଳି ମୁଁ  ଆଲୋକ ଦେଉଛି ସଂଜ ସକାଳେ ନିତି ସଳିତା ର ଆୟୁ  କେତେ ଦିନ ଅବା ମିଟିଯିବ ତାର ସ୍ଥିତି। ମୋ ଦିପ ତଳ  ଅନ୍ଧାର ଗହ୍ବର ବୁଝିଲେନି ମନ କଥା ଖୁସି ବାଣ୍ଟୁ ବାଣ୍ଟୁ ଜାଳିଲି ନିଜକୁ ସମର୍ପି ମୋ ଖୁସି ଗାଥା।

ଅଭିଳାଷା

ହଁ.....ମୋ ପ୍ରୀୟ ବାନ୍ଧବୀ...ଲତିକା..!!! ସେଇ ଲତିକା.....  ନା' ଟି ଯେମିତି ସୁନ୍ଦର। ମନ ଟା ତାର ଆହୁରି ସୁନ୍ଦର।  ଲତା ମାଡ଼ିଲା ପରି ସମସ୍ତ ଙ୍କ ହୃଦୟରେ ବସା ବାନ୍ଧି ରହି ଥାଏ ସିଏ। ତାର ଖିଲି ଖିଲି ନିଷ୍କପଟ ହସ.... ତାର ମେଳାପି ସ୍ବଭାବ...... ମନ କିଣି ନିଏ ସମସ୍ତଙ୍କର।  ବହୁତ ଅଳ୍ପ ଦିନ ଭିତରେ  ଲତିକା ମୋର  ଅତି ଅନ୍ତରଙ୍ଗ ହୋଇ ଯାଇଥିଲା।  କ୍ଷୀର ନୀର, ଖରା ଛାଇ ସଂପର୍କ ପରି ଆମର ସଂପର୍କ ଦିନକୁ ଦିନ ବଢି ଚାଲିଥିଲା।   ଦୁହେଁ ଦୁହିଁଙ୍କୁ ଦଣ୍ଡେ ନ ଦେଖିଲେ ରହି ପାରୁ ନଥିଲୁ।  ଭାଷା , ପୋଷାକ,ଚାଲି ଚଳନ, କଥାବାର୍ତ୍ତା ସତେ ଯେମିତି ଆମର ଏକା ପରି ଥିଲା।  ବହୁତ ହସ ଖୁସିରେ ଦିନ କାଟୁଥିଲୁ ଗୋଟେ ଡାଳ ର ଦୁଇଟି କଳି ପରି। ଲତିକା  ବଡ ଝିଅ। ତା ତଳକୁ ଆଉ ଚାରି ଭଉଣୀ ଥିବାରୁ ତାର ଜଲଦି ବାହାଘର ହେଇଗଲା କଲେଜ ଶେଷ ହେବା ପୂର୍ବରୁ.... ମୁଁ ଭଲ ପଢ଼ୁଥିଲି ବୋଲି ଉଚ୍ଚ ଶିକ୍ଷା ପାଇଁ ଓଡ଼ିଶା ବାହାରେ ରହି ପଢିବାକୁ ପଡିଲା ।   ତା ପରେ ଚାକିରୀ ଓ ପରିବାର ଜଂଜାଳ ଭିତରେ ମୁଁ ପୂରା ବ୍ୟସ୍ତ ରହିଗଲି। ଲତିକା ଭି ସ୍ବାମି ,ଶାଶୁ, ଶ୍ବଶୁର , ଦିଅର ନଣନ୍ଦ ଙ୍କ କାମ ରେ  ଲିପ୍ତ ରହିଗଲା।  ବହୁତ ଦିନ ହେଲା ତା ସହ ଆଉ ଦେଖା ହେଇନି ସତ..…. କିନ୍ତୁ ଫୋନ ଜରିଆରେ ଆମର ସଂପର୍କ ଏବେ ଭି ଜାରି ରହିଛି। *କଲେଜ ଛାଡିଲା* *ଦିନଠୁ...

ଜୀବନ ରଥ

ଭବିଷ୍ୟତ ହୁଏ ବର୍ତ୍ତମାନ.... ବର୍ତ୍ତମାନ  ପାଲଟି ଯାଏ ଅତୀତ.... ରଥ ଚକା ପରି ଧିରେ ଧିରେ ଗଡିଚାଲେ ସେମିତି ଆଗକୁ ଆଗକୁ  ଜୀବନ‌ର ରଥ। ସେଇ ରଥର ସାରଥୀ ଆମେ ନିଜେ ଗୋଟେ ଗୋଟେ। ରଥ ଚକା କେତେବେଳେ ଖାଲ ଖମା କେତେ ଉତ୍ଥାନ ପତନ ରାସ୍ତା ପାର କରେ କେତେବେଳେ ଭି ସମତଳ ଚିକ୍କଣ ରାସ୍ତା  ଅତିକ୍ରମ କରେ..... ମନ ଆମର ରଥ ର ଘୋଡା। ସବୁ ଇନ୍ଦ୍ରିୟ ହଉଛି ଆମର ଘୋଡାର ଲଗାମ .... ଲଗାମ ର ନିୟନ୍ତ୍ରଣ କେବଳ ଆମରି ହାତରେ ହିଁ ଅଛି..... ଘୋଡାର ଲଗାମ କୁ କୋଉ ରାସ୍ତା ରେ ନେବା ନ ନେବା ତାରି ବ୍ୟବହାର ଆମେ ହିଁ କେବଳ ଜାଣିଛୁ। ଆମେ ଯଦି ଗୋଟେ ଗୋଟେ ଭଲ ସାରଥୀ ହୋଇ ପାରିବା ତେବେ ଜୀବନ ରଥ ବହୁତ ସୁନ୍ଦର ବିନା ବାଧା ବିଘ୍ନ ରେ ଆଗକୁ ଆଗକୁ ବଢି ଚାଲିବ। ଆମେ ଭଲ ସାରଥୀ  ହବାର ପ୍ରୟାସ କରିବା ଉଚିତ୍।।

ପଳାଶ ଫୁଲ

 ବାସ ହୀନ ନାଲି ପଳାଶ ଫୁଲ ମୁଁ ଝୁରଇ ମୁଁ ପ୍ରତିକ୍ଷଣେ ରୁପ ମୋ ସୁନ୍ଦର ଗୁଣ ନାହିଁ ବୋଲି ଭ୍ରମର ଚୁମେନି ଦିନେ

ଜୀବନ ରସ

ଜୀବନର  ମଳିନ ବେଳା ରେ ତୁମେ ଆସି ସୂର୍ଯ୍ୟ ପରି ଚମକି ଠିଆ ହୋଇଯାଅ ମୋ ସାମ୍ନା ରେ.... ହାତ ଧରି ଟାଣିନିଅ ସେ ଅନ୍ଧାରି ଗହ୍ବରୁ..... ସବୁ ଯେମିତି ଫୁଲ ପରି ମହ ମହ ବାସେ ପୂର୍ଣ୍ଣାବୟବ ରେ ଶିହରଣ ଜାଗେ.... ବଞ୍ଚିବା ର ଅଭିଳାଷା  ନିମିଷେ ସଂଚାର ହୁଏ... ବ୍ୟସ୍ତ ହୁଅନା ମୁଁ ଅଛି....!!!!! ଏଇ କେତେ ପଦ କଥା ରେ ମନୋବଳ ବଢିଯାଏ... ସବୁ ଯେମିତି ନିଆରା ନିଆରା ଲାଗେ.... ଦିଗନ୍ତ ସେପାରି ର ଏଇ ଅସ୍ତମିତ ସୂର୍ଯ୍ୟ କୁ ଜାଗୃତ କରାଇବାର କୌଶଳ ରେ ହାର ମାନି ଯାଏ ଶେଷେ.... ମେଘ ପାଲିଙ୍କି ରେ ଝୁଲି ଝୁଲି ଦେଖେଇ ଯାଅ ଜୀବନ ର ସତ୍ୟତା...... ଜୀବନ ସାହିତ୍ୟ ରଚନାରେ ଲେଖିଚାଲେ ଆତ୍ମ କାହାଣୀ ଅବୋଧ ଶିଷ୍ୟ ଟିଏ ପରି..... ବେଦନାକ୍ତ ବିଦୁର ଜୀବନର ଛନ୍ଦ ମାୟାଜାଲରୁ ମୁକ୍ତିଲାଭ କରି ନଦୀ ପରି ବହିବାର କଳା ଶିଖିଯାଏ.....   ସ୍ବୀକାରୋକ୍ତ କରି ସମର୍ପି ଦିଏ ତୁମର ସେଇ ଉଦାର ବିଶାଳ ହୃଦୟ ଗର୍ଭ ରେ....