ଟିକି ଚଢେଇ ରେ ଟିକି ଚଢେଇ.... ଭୁଲ ରେ ପଶି ଆସିଛୁ କି ତୁହି,,, ଏଠି ତ ପତ୍ର ର ଗହଳ ନାହିଁ,,, ବସା ନାହିଁ ବସାର ଚହଳ ନାହିଁ,, ତଥାଫି ମୁଁ ତତେ ନେବି କୋଳେଇ,,, କେତେ ଆଶ୍ବାସନା ଭରସା ଦେଇ।।।।। 🍀🍀🍀🍀🍀🍀 ଟିକି ଟିକି ସୁନ୍ଦର ଡେଣା ରେ ତୋର,,,, ଲେଖିଛୁ ତୋ ଭାଗ୍ୟ ଗୋପନ ସୁର,,, ସୂର୍ଯ୍ୟ ଠାରୁ ଜହ୍ନ ଇଲାକା ତୋର,,, ତୋ ଆକ୍ଷି ରେ କେତେ ସ୍ବପ୍ନ ଅସୁମାର,,, ଆଜି ଠୁ ବାଛିଚୁ ମୋ ଅଗଣା ଘର,,,, ଶୁଣିବା ପାଇଁକି ଇତିବୃତ୍ତ ଦୁଃଖ ର।।।।। 🍀🍀🍀🍀🍀🍀 ଗୁଣୁ ଗୁଣୁ କେତେ ସଂଗୀତ ନେଇ,,, ଆସିଛୁ ସ୍ବପ୍ନ ର ବାହକ ହୋଇ,,, ଜୁଆର ଭଟ୍ଟା ମୋ ଜୀବନ ପାଇଁ,,, ଅଂଧାରୀ ଜୀବନେ ଆଲୋକ ହୋଇ,,, ତୋ ଅଗଣା ମେଘରୁ କିଛି ମେଘ ଦେଇ,,, ମୋ ନୀରବ ଭାଷାର ସୁନ୍ଦର କବିତା ହୋଇ।।। 🍀🍀🍀🍀🍀🍀 ଟିକି ଚଢେଇ ରେ ଟିକି ଚଢେଇ..... ତୋ ଡେଣା ରେ ମତେ ନବୁ ଉଡାଇ,,, ଉଡି ଯାନ୍ତି ନୀଳ ଆକାଶ ଛୁଇଁ,,, ଅନ୍ତହୀନ ଗତିଗୀତ କୁ ଗାଇ,,, ରହିବି ଆକ୍ଷିରେ ତୋ ଫୁଲ ଫୁଟା ହୋଇ,,, ମିଛ,ମରୀଚିକା ତୁଚ୍ଛ କରି ଦେଇ..... ଟିକି ଚଢେଇ ରେ ଟିକି ଚଢେଇ..... କଥା ଦେ ମତେ କେବେ ଭୁଲିବୁ ନାହଁ।।।।। 🍀🍀🍀🍀🍀🍀