Skip to main content

Posts

Showing posts from June, 2021

ଖାସ ତୁମରି ପାଇଁ

            ତୁମ ନୟନର ପ୍ରେମର ଆବେଗ                     ଉଛୁଳା ପ୍ରୀତିର ନଈ ତୁମ ଛାତିର ଉଷୁମ ବିଶ୍ବାସ                     ଅନ୍ତର ଗୋପନେ କହି ମନ ହଜିଯାଏ ଦୂର ଚକ୍ରବାଳେ                     ମଉନେ ବୁଜଇ ପଲକ ତୁମର ସ୍ବରୁପ ନିନ୍ୟାନ୍ଦନ ରୂପ                     ହୃଦେ ମୋ ଜାଗଇ ପୁଲକ କର୍ଣ୍ଣେ ମୋ ଶୁଣାଅ ପ୍ରେମର ବାରତା                 ଅପୂର୍ବ ମହକେ ଶିହରି ଘନ କୁଣ୍ଡଳ ମଧୁର ବସନ୍ତ                    ଝିଲିମିଲି  ଫୁଲଝରି ତୁମ ପଦ ଚିହ୍ନେ ମୁହିଁ ଯେ ଚାଲଇ                  ମାଥେ ଥାପି ପଦ ରେଣୁକା ତୁମ କର୍ମ ମୋ ଦେହରେ ଭିଜାଏ                 ଜୀବନର ସ୍ବାଦ କଣିକା ତୁମେ ମୋର ସେଇ ଆନନ୍ଦର ଜ୍ୟୋତି                ଦେହୀ ଦୀପେ ଜାଳି...

ଚିତ୍ରପଟ୍ଟ

*🙏🏻ଚିତ୍ରପଟ୍ଟ🙏🏻*   ତୁମର ଫୁଲ ଫୁଟା ମୁହଁ ରେ.... ମୁକ୍ତା ପରି ଦାନ୍ତ ରେ ଶାନ୍ତ ସୁନ୍ଦର ହସରେ... ହସି ଉଠୁଥିଲା.... ଆମ ପିଲାଦିନ ଧୂଳି ଧୁସର ଖେଳ। ଜହ୍ନ ଭି ତୁମ ହସ ରେ ମୁରୁକି ହସା ଦଉଥିଲା... ତୁମ ହସ ରେ ଥିଲା ନନା  ନିର୍ବାଣର ସ୍ବପ୍ନ। ବ୍ରହ୍ମମୁହୂର୍ତ୍ତ ରୁ ସ୍ନାନ ତର୍ପଣ ଗୀତାପାଠ... ସୂର୍ଯ୍ୟ ନମସ୍କାର... ପାଣି ଆଞ୍ଜୁଳା... ହନୁମାନ ଚାଳିଶା ମିଶି ଯାଉଥିଲା ମୋ ମିଠା ମିଠା ସକାଳ ର ନିଦ ରେ.... ଆଜି ସବୁ ପାଲଟିଛି ସ୍ବପ୍ନ। ଆକାଶ ପରି ବିଶାଳ ହୃଦୟ, ଶୀତଳ ସ୍ମିତ ହସ, ଫୁଲଝରି ଦୀପଶିଖା ଠାରୁ ତେଜିୟାନ ମୁହଁ, ପଦୁଟିଏ ନ ଥାଏ ଆକଟ  ତଥାପି ବୁଝିହେଇ ଯାଏ  ତୁମ ଅନ୍ତର ଭାଷା ମୋଟ। ଶିଖେଇଥିଲ ଆମକୁ... ଟାଣ ଖରା ରେ ସିଝିବା.... ବର୍ଷା ରେ ଭିଜିବା... ଦୁଃଖ ରେ ସହିବା.... ଖୁସି ରେ ନିର୍ବିକାର ରହିବା.... ସ୍ବର୍ଗ ସ୍ବରୁପ ମନରେ କ'ଣ ଯେ ଥିଲା...!!! ବନିଗଲ ଆଜି ନନା ତୁମେ ଚିତ୍ରପଟ୍ଟ। ଦାଣ୍ଡ ଅଗଣା ବାଡି ମଲ୍ଲି ମନ୍ଦାର କନିଅରି  ପୁଅ ବୋହୁ ଝିଅ ଯୋଇଁ ନାତି ନାତୁଣୀ.... ଝୁରୁଛନ୍ତି ନନା ତୁମ ପାଇଁ। ଯେମିତି ଲାଗୁଛି ନନା ମୋ ପାଖେ ପାଖେ ଅଛ,  ମୋ କର୍ମରେ, ଧର୍ମ ରେ ମୋ ନୀତି,ଗତି ରେ ମତେ ପ୍ରେରଣା ଦଉଛ। କହିଥିଲ ଦିନେ ମତେ ତୁ ଲେଖିବୁ ଭଲ, ନନା ଦେଖ ତୁମ ପ୍ରୋତ୍ସାହନ ମତେ ଆଜି ନେଇଯାଇଛି କେତେ ଯେ ଦୂର। ଆଜି କ'ଣ ଆଉ ସେ କଅଁଳ ଶୀତଳ ଛାୟା ଦେବନି? ଭଲ ମନ୍...

ଶଦ୍ଦ ର ଅସ୍ତିତ୍ବ

ଶଦ୍ଦ ଟିଏ ପାଉନାହିଁ ଖୋଜି .... ଅଭିଧାନ ଖୋଲି ଖୋଜି ଚାଲିଛି ପୃଷ୍ଠା ପରେ ପୃଷ୍ଠା, ଦେଖିଲି ଭିନ୍ନ ଭିନ୍ନ ଅର୍ଥର ଭିନ୍ନ ଭିନ୍ନ ଆହୁରି ଅନେକ ଶଦ୍ଦ। *ଭାବନାର ଉତ୍ତାଳ ଢେଉରେ ଭୁଲି ଗଲି ମୋର ଇପ୍ସିତ ଶଦ୍ଦ ସବୁ...* ଭାବୁଥିଲି... ଶଦ୍ଦ ସବୁ ଧରି ଆଗକୁ ବଢିଥାନ୍ତି, ମାଳା ଟିଏ ଗଢି ଥାନ୍ତି, ଶଦ୍ଦ ର ଆଢ଼ୁଆଳରେ ଅସଂଖ୍ୟ ଚରିତ୍ର ର ଅସଂଖ୍ୟ ମନୋଭାବ କଳ୍ପନା କରିଥାନ୍ତି, ସୃଷ୍ଟି କରିଥାନ୍ତି ନୂଆ ଏକ ଦିଗନ୍ତ , ନୂଆ ଏକ ପୃଥିବୀ,  ମୋ ଶଦ୍ଦ ର କାଉଁରୀ ସ୍ପର୍ଶରେ ଉଦ୍ଧମ ଅଂହକାରୀ ପୁରୁଷ ମେଣ୍ଢା ହୋଇଥାନ୍ତେ,  ମୁହୂର୍ତ୍ତକରେ ଲେଖିଥାନ୍ତି ସମସ୍ତ ଙ୍କ ଭାଗ୍ୟଲିପି, ଶଦ୍ଦ କୁ ଫେଣ୍ଟା ଫେଣ୍ଟି କରି ଦୁଃଖ ରୁ ସୁଖ, ମୃତ୍ୟୁ ରୁ ଜୀବନ,  ମୋକ୍ଷ, ନିର୍ବାଣ ର ସ୍ଥିତି ଦେଖେଇଥାନ୍ତି। *କିନ୍ତୁ ଆଜି ମୁଁ ଭୁଲି ଯାଇଛି ମୋର ସେ ଇପ୍ସିତ ଶଦ୍ଦ ସବୁ।* ଇଛାଥିଲା.... ମୋ ଶଦ୍ଦ ର କଟାକ୍ଷ ଇଙ୍ଗିତରେ  ରୋମାନ୍ଥନ କରିଥାନ୍ତି ଅତୀତକୁ,  ବିସ୍ତାରିତ କରିଥାନ୍ତି କାୟା ଟିକୁ, ପାପର ଅଣ୍ଡକୋଷରୁ ଦଗ୍ଧୀଭୂତ ଆତ୍ମା ଟିକୁ ଉଦ୍ଧାର କରିଥାନ୍ତି, ମା'ର ଉଷୁମ କୋଳ ପରି ନିରାପଦର ଏକ ସୌଧ ଗଢିଥାନ୍ତି, ସବୁକିଛି ହରେଇବାର ସତ୍ତା ଭିତରେ ସବୁକିଛି ପାଇବାର ସୁଖ ଅନୁଭବ କରିଥାନ୍ତି, ଶୂନ୍ୟତାରେ ପୂର୍ଣ୍ଣତାର ଭାବ ଫୁଟାଇ ଥାନ୍ତି, ଦେବୀର ପଦ୍ମପାଦ ରେ ମଥାରଖି ଶାନ୍ତି ର ନିଦ୍ରା ଟିଏ ଯାଇଥାନ୍ତି, ବଦଳାଇ ଦେଇଥାନ୍ତ...

*ଆମ ରଜ*

*ଆମ ରଜ* ରଜ..... ରଜ..... ରଜ..... ବନସ୍ତେ ଡାକୁନି ଗଜ, ବରଷକେ ଥରେ କିନ୍ତୁ ଆସୁଛି ରଜ, କରୋନା ସହ ହୋଇ ନୂଆ ସଜବାଜ, କହ ଲୋ ଗୋରୀ.... କେମିତି କରିବୁ ମଉଜ। କୁଆଁରୀ ଆଖିର ମିଠା ସପନ, ଅଗଣା,ଦାଣ୍ଡେ ତା ରୁଣୁ ଝୁଣୁ ସ୍ବନ, ସଜବାଜ ଗଲା ଚୁଲି କି ଜାଣ, କରୋନା ଆଣିଲା କାହୁଁ ଦୁର୍ଦ୍ଦିନ, କହ ଲୋ ଗୋରୀ....  କେମିତି କରିବୁ ରଜ ମିଳନ..??? ନାହିଁତ ବର ଓହଳ ବନ୍ଧା ହେଉନାହିଁ ଆଉ ରଜର ଦୋଳ, ଘରେ ଲାଗିଲାଣି ବେତର ଝୁଲ, ସ୍ଟାଟଶ ହୋଇଲା କାଳ, କହ ଲୋ ଗୋରୀ....  କ'ଣ ବୁଝିବୁ ରଜ ଖେଳ??? ଆଉ ନାହିଁ ଭିଟାମାଟି କାନ୍ଥ, ଗୋବର ଲିପା ଆଉ ଝୋଟି ସହିତ,  କାଠ ଚୁଲି ହେଲା ସପନ ସାତ,  କହ ଲୋ ଗୋରୀ....  ଚୁଲି ପୋଡପିଠା କ'ଣ ଜାଣିବୁ ତୁ ତ । ଭୁଲି ତାସ, କଉଡ଼ି, ଲୁଡୋ ପାନ ଖିଆ, ମଲ,ସିନେମାରେ ଆଗେ ହେଲେ ଠିଆ, ହଜିଲା ପରମ୍ପରା ଭାଷା ଓଡ଼ିଆ, ଲୁଚିଗଲା ସଭ୍ୟତା ସବୁ ମୂଳଦୁଆ କହ ଲୋ ଗୋରୀ....  ଏ... କି ଦୁନିଆ... କରିଲା ସଭିଙ୍କୁ କିମିଆଁ।    *ସମସ୍ତ ଙ୍କୁ ମୋର ହାପି ରଜ* *କର ସବୁ ରଜ ମଉଜ* 😍

ସତ୍ୟବାନ ଉବାଚ

ଆଲୋ ବିବି... ମୁଁ ତୋର ସତ୍ୟବାନ୍ ତୁ ମୋର ସାବି, ତୋ ହାତେ ପରା ଧରି ରଖିଛୁ ମୋ ଜୀବନ ଚାବି, ତୁ କହିଲେ ଶହେଥର ବସଉଠୁ ହେବି, ତୁ ମୋର ପ୍ୟାରୀ ପ୍ୟାରୀ ବିବି। ସୁନେଲି ସକାଳ ତୁ ରାତ୍ରେ ତନ୍ଦ୍ରାଦେବୀ, ତୁ ମୋର ରମ୍ଭା, ମେନକା,ଉର୍ବି, ମୋ ଜୀବନର ପ୍ରୀତି ସୁରମ୍ୟ କବୀ, ତୋ ହାତେ ପରା ମୋ ଜୀବନ ଚାବି। ସପନ ସୁନ୍ଦରୀ ତୁ ଲାସ୍ୟମୟୀ ଦେବୀ, ସୁଲସୁଲିଆ ଫୁସୁଲା ହସ ରୂପ ତୋ ମାୟାବୀ, ଯମ ଦେବେ ପଛଘୁଞ୍ଚା ଦେଖି ତୋ ରୁଦ୍ର ଛବି, ଚିତ୍ରଗୁପ୍ତ କଷୁଥିବେ  ଅଙ୍କ ଭାବି ଭାବି, ଭଗେଇ ଦବୁ ତାଙ୍କୁ ରାବି ରାବି ତୁ ମୋର ମହୁଲ ନଶା, ଶରାବି, ତୋ ହାତେ ପରା ମୋ ଜୀବନ ଚାବି। ପାଟ ,ସୁନା ଦେହେ  ମଣ୍ଡି ଦେବି, ଆଲୋ ଫୁଲେଇ, ଗେଲେଇ ପ୍ରୀୟା ସାବି,  ତତେ ମୁଣ୍ଡରେ ଟେକି ଧରିଥିବି, ନିଇତି ନିଇତି ହୋଟେଲେ ଖୁଆଇବି, ଉଡାଜାହାଜେ ଦୁନିଆ ବୁଲେଇବି, ତୋ ଚରଣେ ଶରଣ ପଶିବି, ମୁଁ ତୋର ସତ୍ୟବାନ୍ ତୁ ମୋର ସାବି, ତୋ ହାତେ ପରା ମୋ ଜୀବନ ଚାବି।