*(ଜଳ ପ୍ରଦୂଷଣ .... ଏକ ଗୁରୁତର ଆହ୍ବାନ)* ଜଳ ପ୍ରଦୂଷଣ, ବାୟୁ ପ୍ରଦୂଷଣ ଏବଂ ମୃତ୍ତିକାର ଅବକ୍ଷୟ ହେଉଛି ସମସ୍ତ ଦେଶ ସମ୍ମୁଖୀନ ହେଉଥିବା ଏକ ପରିବେଶ ସମସ୍ୟା। ବହୁ ସଂଖ୍ୟାରେ ଅର୍ଥନୈତିକ କାର୍ଯ୍ୟକଳାପ ଉପରେ ଏହାର ପ୍ରଭାବ ପଡୁଛି । ଭୂପୃଷ୍ଠର ସମୁଦାୟ ଜନବସତି ଜଳରାଶି ଦ୍ୱାରା ସଦାସର୍ବଦା ଚାରିପଟୁ ଘେରି ରହିଛି। ବର୍ତ୍ତମାନ କାଳରେ ସ୍ଥଳଭାଗ ଓ ଆକାଶମାର୍ଗ ପରି ଅମାପ ଜଳରାଶି ମଧ୍ୟ ଅଧୁନା ପ୍ରଦୂଷିତ ହେବାରେ ଲାଗିଛି। ମାନବ ସ୍ୱାସ୍ଥ୍ୟ ଏବଂ ସମ୍ପତ୍ତି ମୂଲ୍ୟ ଉପରେ ବାୟୁ ପ୍ରଦୂଷଣ ତୁଳନାରେ ଝରଣା, ନଦୀ ଓ ହ୍ରଦର ପ୍ରଦୂଷଣ ଏକ ଗୁରୁତର ଆହ୍ବାନ ଅଟେ। ଜଳ ପ୍ରଦୂଷଣ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ କାରଣ ଭାରତ ଏକ କୃଷି ଅର୍ଥନୀତି ଅଟେ | ଏହା ସତ ଯେ 1974 ମସିହାରେ ଜଳ ପ୍ରଦୂଷଣକୁ ରୋକିବା ଏବଂ ନିୟନ୍ତ୍ରଣ କରିବା ଏବଂ ଦାୟୀମାନଙ୍କୁ ଦଣ୍ଡ ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର 1974 ମସିହାରେ ଜଳ (ପ୍ରତିରୋଧ ଏବଂ ନିୟନ୍ତ୍ରଣ ପ୍ରଦୂଷଣ) ଆଇନ, 1977 ରେ ଜଳ ସେସ ଆକ୍ଟ ଏବଂ ପରିବେଶ ସୁରକ୍ଷା ଅଧିନିୟମ କିମ୍ବା EPA ପ୍ରଣୟନ କରିଥିଲେ। ଜଳର ଗୁଣବତ୍ତା ଦୂଷିତ ଦୂର କରିବା ପାଇଁ , ଜଳ ପ୍ରଦୂଷଣ ଯୋଗୁଁ କ୍ଷତି ସହିଥିବା ଲୋକଙ୍କୁ କ୍ଷତିପୂରଣ ଦେବା ପାଇଁ କେନ୍ଦ୍ର ସରକାର ମଧ୍ୟ ପ୍ରଦୂଷଣକାରୀଙ୍କ ଦାୟିତ୍ଵ କୁ ସୂଚିତ କରିଛନ୍ତି। ଏହି ସମସ୍ତ ପ୍ରୟାସ ସତ୍ତ୍ୱେ ଜଳ ...