Skip to main content

Posts

Showing posts from April, 2024

ଜ୍ଞାନର ବର୍ଦ୍ଧକ ପାଠାଗାର ନିଉ ଭର୍ସନ

ଅନନ୍ତ କାଳରୁ ପୁସ୍ତକ ମଣିଷର ଗୋଟେ ପ୍ରକୃଷ୍ଟ ବନ୍ଧୁ । ମଣିଷ ନିଜ ଜୀବନରେ ସାମ୍ନା କରୁଥିବା ପ୍ରତିଟି ସମସ୍ୟାର ସରଳ ସମାଧାନ ବହିରୁ ହିଁ ପାଇଥାଏ। ତେଣୁ ସବୁ ମଣିଷ ବହି ପଢ଼ିବା ଉଚିତ। ଗୀତା ବହି ଠୁ ଆରମ୍ଭ କରି ରାମାୟଣ,ମହାଭାରତ ଏମିତି ଅନେକ ପୌରାଣିକ,ଐତିହାସିକ ,କାଳ୍ପନିକ, ବା ସ୍କୁଲ ସମ୍ବନ୍ଧୀୟ ବହି ପଢ଼ି ବହୁ ବ୍ୟକ୍ତି, ଛାତ୍ର ଛାତ୍ରୀ ନିଜ ଜୀବନର ଜଟିଳ ସମସ୍ୟାରୁ ବାହାରି ପାରିଛନ୍ତି। ଜ୍ଞାନର ବିକାଶ ହୋଇପାରିଛି। ତେଣୁ ବହି ପଢ଼ିବା ଏବଂ ପାଠାଗାରକୁ ଯିବାକୁ ପ୍ରତ୍ୟେକ ନିଜ ଅଭ୍ୟାସରେ ପକାଇବା ଉଚିତ୍। ବହୁ ପ୍ରକାର ପୁସ୍ତକର ସମାହାର ପାଠାଗାର ବା ଲାଇବ୍ରେରୀ। ଲାଇବ୍ରେରୀ ଶବ୍ଦର ବ୍ୟାଖ୍ୟାତତ୍ତ୍ୱ ସୂଚାଇଥାଏ ଯେ ଏହି ଶବ୍ଦଟି ଏକ ଲାଟିନ୍ ଶବ୍ଦ 'ଲାଇବର' ରୁ ଆସିଛି ଯାହାର ଅର୍ଥ ବୁକ୍ ଷ୍ଟୋର୍‌ | ଗୋଟେ ପାଠାଗାରକୁ ପ୍ରବେଶ କଲେ ମଣିଷର ଚେତନାଶକ୍ତି ଉଦୟ ହୁଏ। ପା‌ଠାଗାର ହେଉଛି ଜୀବନର ଅସଲ ମନ୍ଦିର ଓ ବହି ଜୀବନ୍ତ ଠାକୁର। ଠାକୁରଙ୍କ ପାଖରେ ଆମେ‌ ଯେମିତି ସମର୍ପିତ ଭାବନା ରଖୁଛେ, ବହି ପାଖରେ ‌ସେମିତି ନିଜକୁ ସମର୍ପିତ କରିପାରିଲେ ଆମର ଜ୍ଞାନଚକ୍ଷୁ ଉଦୟ ହୋଇପାରିବ। ଶିକ୍ଷା ସମାଜର ମାନଦଣ୍ଡ। ସମାଜକୁ ଉନ୍ନତ, ମହତ ଓ ପ୍ରଗତିଶୀଳ କରିବାରେ ଶିକ୍ଷା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଜୀବନକୁ ସୁସ୍ଥ, ସୁନ୍ଦର କରି ଗଢ଼ିତୋଳିବା ପାଇଁ ଶିକ୍ଷା ହିଁ ପଥପ୍ରଦର୍ଶକ ସାଜିଥାଏ। ଦେଶ ଓ ଜାତିର ...

ଅମୃତାୟନୀ

___ଅମୃତାୟନୀ____ ସବୁ କିଛି ଚାଲି ଯିବାପରେ ମନ ଖୋଜେ ଅତୀତ କୁ, ସବୁ ସ୍ନେହ ହଜିଗଲା ପରେ ମନ ଖୋଜେ ସ୍ମୃତି କୁ, ସ୍ମୃତି ର ସିନ୍ଧୁ ରୁ ଡେଇଁ ସାଇତା ପ୍ରତ୍ୟୟ ଗାଏ ଆକାଶ ମାଟିର ମିଳନ ସଂଗୀତ  ନିର୍ମମ ଅମାବାସ୍ୟା ଟା ଅପବାଦର ସିନ୍ଦୂର ସୀମନ୍ତେ  ସଜେଇ ଆଙ୍କେ କଳ୍ପନା ର ତୈଳ ଚିତ୍ର , ସତ୍ୟ ସାତ୍ତ୍ୱିକ ପ୍ରେମୀୟ ଧାରେ ପୁନରାବୃତ୍ତି ହୁଏ ନୀଳ ବର୍ଣ୍ଣ ଉଲ୍ଲାସର ପ୍ରେମିଳ ରାଗିଣୀ, କାନ୍ଦୁଥିବା ମୂହୁର୍ତ୍ତ ରୁ ମୁକ୍ତିପାଏ ମର୍ମଥରା ଯନ୍ତ୍ରଣା ଗୀତି, ଆକାଶ ବାନ୍ଧିଧରେ ପୃଥିବୀର ଶ୍ବାସ, ଅନୁଭବ ର ମହକ ବାଢେ ଅଜସ୍ର କମ୍ପନ, ଶୁଭ୍ର ଦୀପ୍ତି ର ଉଚ୍ଚାଟିତ ସ୍ବର ବାଟ କଢାଏ ମେଞ୍ଚା ମେଞ୍ଚା ପୁରୁଣା ସ୍ମୃତି ର ରୋଷଣୀ ରେ ଜ୍ଵଳନ୍ତ  ଅବଚେତନ ଆତ୍ମା ମୁକ୍ତି ପାଏ , ଶୂନ୍ୟରେ ଭାସି ଭାସି ଅମୃତ କୁମ୍ଭ ରେ  ଅଭିଷେକ ହୁଏ ପୁଣି "ଅମୃତାୟନୀ"। ମିନାକ୍ଷୀ ଦ୍ବିବେଦୀ  ୭୯୭୮୦୮୨୮୩୪ ନିଉ ଦିଲ୍ଲୀ 

----ପରିବେଶ ସୁରକ୍ଷା -----ଶିଶୁ କଡିତା✓

-----ପରିବେଶ ସୁରକ୍ଷା ----- ସ୍ବଚ୍ଛ ରଖିବା ନୀରୋଗ ରହିବା      କରିବା ଆଜିଠୁ ପଣ, ଶାନ୍ତ ସ୍ନିଗ୍ଧ ପ୍ରକୃତି ଧରାର     ବଜାୟ ରଖିବା ଗୁଣ। ପ୍ରକୃତି ରେ ଅଛି ଅସରନ୍ତି ଉତ୍ସ      ସୌନ୍ଦର୍ଯ୍ୟ ଭଣ୍ଡାର ଘର, ବାତାବରଣ ତା' କରିବାନି ନଷ୍ଟ     ହୋଇ ଆମେ ସ୍ଵାର୍ଥପର। ପଞ୍ଚଭୂତ ରେ ଗଢ଼ା ପରିବେଶ       ସୁନ୍ଦର ଦିଶଇ ଧରା, କ୍ଷିତି,ଆପ,ତେଜ,ମରୁତ,ବ୍ୟୋମ       ସ୍ବଚ୍ଛ ଆମ ବସୁନ୍ଧରା। ଆମ ପରିବେଶ ହୋଇଲେ ଦୂଷିତ       ଜୀବନ ହୋଇବ ବିଷ, ଜନ,ଜୀବ ଜନ୍ତୁ ଲଭିବେ କଷଣ     ଅକାଳେ ହୋଇବେ ଶେଷ। କାଚ,ପଲିଥିନ,ଘନ ଧୁମ୍ର ସ୍ରୋତ     ପବନରେ ମିଶେ ଜହର,  କଳ,କାରଖାନା,କଙ୍କ୍ରିଟର ରାସ୍ତା    ଦେଖିଲେ ଲାଗଇ ଡର। ଖାଦ୍ୟ ପାନୀୟ ନିରମଳ ବାୟୁ      ପ୍ରକୃତି କରୁଛି ଦାନ, ଜଙ୍ଗଲ ସୁରକ୍ଷା,ଜୀବନ ରକ୍ଷା    ରଖିବା ତାହାର ମାନ। ଗଛ ଲଗାଇବା ସ୍ବଚ୍ଛ ରଖିବା     ସୁସ୍ଥ ହେବ ପରିବେଶ ପ୍ରକୃତି ହସିବ , ଧରା ଝଲସିବ    ମନରେ ଖେଳିବ ହସ। ମିନାକ୍ଷୀ ଦ୍ବିବେଦୀ  ୭୯୭୮୦୮୨୮୩୪    

(ସବୁଜ ବଳୟ - ହଟାଏ ପ୍ରଳୟ)✓

(ସବୁଜ ବଳୟ - ହଟାଏ ପ୍ରଳୟ) ବନ ଉପବନ ଶ୍ୟାମ ଶସ୍ୟ କ୍ଷେତ୍ର   ଶ୍ୟାମଳୀ ସୁନ୍ଦରୀ ଧରା, ନଦୀ ନିର୍ଝରଣୀ ସାଗର ତଟିନୀ    ପୂର୍ଣ୍ଣ ଗର୍ଭା ବସୁନ୍ଧରା। ଜଡରୁ ଜୀବନ ଜଗତ ନିର୍ମାଣ (ଭିଆଣ)     ସାଜିଛି ଆମର ସାହା, ଶୁଦ୍ଧ ଜଳବାୟୁ ଫୁଲ ଫଳ ଭରା      ଦେଖାଏ ନିର୍ମଳ ରାହା। ଉନ୍ମୁକ୍ତ ବସନ୍ତ ମୁଗ୍ଧ ମୂର୍ଚ୍ଛନାରେ      ଆଛାଦିତ ସ୍ବର୍ଣ୍ଣ ସକାଳ, ଜୀବନ୍ୟାସ ପାଏ ଶ୍ରାବଣୀ ଧାରାରେ      ରୁକ୍ଷ ଶୁଷ୍କ ମହୀ କୋଳ। ପରିବେଶ ଆଜି ହୁଏ ପ୍ରକୃତିସ୍ଥ     ଦେଖି ମାନବର ଭ୍ରାନ୍ତି , ମୃଗଜାଲେ ପଡ଼ି ବିକୃତ ବିଜ୍ଞାନେ      ବଦଳି ଯାଇଛି ମତି। କାରଖାନା ଯାନବାହାନ ପ୍ରଭାବେ       ବିଷଗ୍ରସ୍ତ ଜଳବାୟୁ, କଙ୍କାଳ ସାର ସେ ବୃକ୍ଷ ଅବସନ୍ନ      କମି କମି ଆସେ ଆୟୁ । ପ୍ରକୃତି କାନ୍ଦୁଛି ଗୁମୁରି ଗୁମୁରି       ସବୁଜିମା ଯାଏ ହଜି, ସୋରିଷ ଫୁଲ ର ମିଠା ମିଠା ହସ       ଲିଭି ତ ଯାଇଛି ଆଜି। ମହଣ ବିଶ୍ବାସ ଖସି ପଡୁଥିଲା   ମଣିଷର ମାୟା ଜାଲେ, ବିଜ୍ଞାନ ସାଗରେ ଉବୁ ଟୁବୁ ହୁଏ     ଜ୍ଞାନୀ ର ମୁଖୋଟା ତଳେ। ପଞ୍ଚଭୂତେ ଗଢ଼ା ପରିବେଶ ଆମ   ଯାଉଛି ବିଷାକ୍ତ ହୋଇ, ସବୁଜ ପାଦପ ହୋଉଅଛି ଲୋପ     ଉନ୍ନତି...

____ଗଛ....ତିନି ପାଦ____

____ଗଛ....ତିନି ପାଦ____ ଅନେକ ଥର...  ପ୍ରକୃତିର ବ୍ୟାକୁଳତାରେ ଭୟ ଲାଗେ  ନଦୀର ନୀଳ ଆଖିରେ ବିବଶତା, କଅଁଳ ମାଟିର ମନରେ ଲମ୍ବି ଆସିଥିବା ସଜ୍ଞା,ପ୍ରେମ,କୋହ ଭରା ନିରବତା,  ଘାଣ୍ଟି ଚକଟି ହେଉଥିବା ବିଷର୍ଣ୍ଣ,ବିବସ୍ତ୍ର ତା'ର ବର୍ତ୍ତମାନ  ଗଛଟିଏ ଶହୀଦ ହେଲାପରେ ଆଉ କଣ ସତରେ ଜନ୍ମ ନବ ବୀର ସୈନିକ ..? ଚାହିଁ ରହିଛି ତାର ଅଧାକଟା ଗଣ୍ଡିକୁ ଅସହାୟ କାହାର ଦୁଃଖ...? କି ନିଜସ୍ଵ ମୃତ୍ୟୁ? ଗୋଟିଏ ପାଦ .... ଧରା କୁ କରିଛି ମଜବୁତ ଯାହାର ଧୂଳି ଗୋଟିଏ ରୁ ଗୋଟିଏ ଛାଡେ ନାହିଁ, ଧରଣୀ ର ମହାଶକ୍ତି ରେ ସିଧା ମେରୁଦଣ୍ଡ , ଡାଳ, ପତ୍ର,ଫୁଲ,ଫଳ ମଣ୍ଡି  ଲେସିହୋଇ ଖରା ଓ ବରଷା ଛିଡ଼ା ହୋଇଥାଏ ରୁକ୍ଷ ଇଲାକାରେ ,  ଦ୍ବିତୀୟ ପାଦ ...ବଢେଇ ଦେଇଛି ଆକାଶକୁ ମନ ଭୁଲାଣିଆ ଗୀତ ପକ୍ଷୀ ମାନଙ୍କର, ଯିବା ବାଟରେ ସାଉଁଳେଇ ଦିଏ ପିଠିକୁ କୋଳେଇ ନିଏ ଶାନ୍ତିର ଫଳକ ଧରି, ବାଣ୍ଟି ଚାଲେ ଶୁଦ୍ଧ ପ୍ରେମ ରେଣୁ ତାହାରି ତାହାରି କେବଳ ତାହାରି କଥା ବୁଝୁ ବୁଝୁ  ବିତିଯାଏ ପରମାୟୁ ଜ୍ଞାନ ର କୌଶଳ ଦେଖାଇ ଖିନଭିନ କରି ଦିଅନ୍ତି ହୃଦୟ ଜୀର୍ଣ୍ଣଶୀର୍ଣ୍ଣ ନୀଳ ବର୍ଣ୍ଣ ଆକାଶ ଶୁଷ୍କ ରୁକ୍ଷ, ଦୁଃଖୀ ପର୍ବତର ଆଖିର ଲୁହ,  ଖୋଜୁଛି ନଈର ଉଛୁଳା ନାଦ, ମେଘ ର ଆକୃତି ପବନ ରେ ଥିବା ନିଷ୍କଳଙ୍କ ପ୍ରେମିଳ ଉଚ୍ଛ୍ୱାସ , ତୃତୀୟ ପାଦ... ତୁମେ ଓ ସେ ଏକାଠି ସରି ଯାଉଥିବା ସମୟରେ ମଉନେ ଦେଖିବ ସୂର୍ଯ୍ୟ ଙ...

****ସ୍ବଚ୍ଛ ପରିବେଶ ,ବଢାଏ ଆୟୁଷ*****✓

*****ସ୍ବଚ୍ଛ ପରିବେଶ ,ବଢାଏ ଆୟୁଷ***** କ୍ଷିତି,ଆପ୍,ତେଜ,ମରୁତ,ବ୍ୟୋମ                  ଅଟେ ପଞ୍ଚ ମହାଭୂତ, ଏହି ସବୁ ନେଇ ପରିବେଶ ଗଢ଼ା          ହୁଏ ଆଜି ପ୍ରଦୂଷିତ। ପ୍ରଦୂଷିତ ଜଳ,ପ୍ରଦୂଷିତ ସ୍ଥଳ       ପ୍ରଦୂଷିତ ଖଗ ଦେଶ, ପ୍ରଦୂଷିତ ଖାଦ୍ୟ,ପ୍ରଦୂଷିତ ବାୟୁ     ଧରାରେ ଭରଇ ବିଷ । ସବୁଜ ଧରଣୀ ଅରଣ୍ୟ ଶୋଭିତା          ସୁନ୍ଦର ଏ ବୃକ୍ଷ ରାଜି, ପ୍ରକୃତି ର ଶ୍ରେଷ୍ଠ ସଂପଦ ଓ ବନ୍ଧୁ         ହଜି ତ ଯାଇଛି ଆଜି। ଦିଏ ଫୁଲ ଫଳ ସୁଶୀତଳ ଛାୟା    ସ୍ବଚ୍ଛ ରଖେ ପରିବେଶ, ବିଶୁଦ୍ଧ ପବନ ଶାନ୍ତ ରଖେ ମନ    ମନୁ ଦୂର ହୁଏ କ୍ଳେଶ । ଗଢୁ ଅଟ୍ଟାଳିକା,କଂକ୍ରିଟ ର ରାସ୍ତା         ଯେତେ କଳ କାରଖାନା, ଜଙ୍ଗଲ କୁ କାଟି କରୁ ପ୍ରଦୂଷଣ         ଉଡାଉ ବିଜୟ ବାନା । ସୂର୍ଯ୍ୟ ଙ୍କ ଉତ୍ତାପ ବଢ଼ି ବଢ଼ି ଚାଲେ        ବଦଳେ ପୃଥିବୀ ରୂପ, ବନ୍ୟା, ବାତ୍ୟା ଅବା ଯେତେ ଦୁର୍ବିପାକ         ଦେଖାନ୍ତି ତାଙ୍କର କୋପ । ମୂର୍ତ୍ତିକା ର କ୍ଷୟ ହୁଏ ନିରନ୍ତର        ଲୁପ୍ତପ୍ରାୟ...