ନାରୀ ତୁମେ!!! ପ୍ରେମ ପ୍ରଦାୟିନୀ ସୌମ୍ୟ ସ୍ନେହ ଭରା କୁମୁଦିନୀ। ନାରୀ ତୁମେ !!! ଜଗତ ଜନନୀ ଦୁଃଖ ହାରିଣୀ ଜଗ ପାଲନ କାରିଣୀ ।। ନାରୀ ତୁମେ !!! ଆଶୀଷ ଦାୟିନୀ ସହ କର୍ମିଣୀ ତୁମେ ସହ ଧର୍ମିଣୀ ।। ନାରୀ ତୁମେ !!! ଦୁହିତା , ଭଗିନୀ ସୁଖ କାମିନୀ , ଚୀର ହାସ୍ୟ ରସିନୀ।। ନାରୀ ତୁମେ !!! ଦୁର୍ଗା, ଲକ୍ଷ୍ମୀ ତୁମେ ସରସ୍ବତୀ ତୁମେ ସିଂହ ବାହିନୀ ।। ଧନ୍ଯ ନାରୀ ତୁମେ ତୁମର ବୀରତ୍ବ। ତୁମ ବିନା କିଛି ନ ଥାଏ ମହତ୍ବ ।। ଭଗବାନ କଳା ନାରୀର ଶ୍ରେଷ୍ଠତ୍ବ ନ କର ହେୟ କେଭେ ନାରୀ ର ବ୍ଯକ୍ତିତ୍ବ ।।। 💃🏼💃🏼💃🏼💃🏼💃🏼💃🏼