Skip to main content

Posts

Showing posts from June, 2020

ଚନ୍ଦ୍ରମଲ୍ଲି

ଚାନ୍ଦିନୀ ରାତିରୁ ଚେନାଏ ମାଗିଲି ସରାଗରେ ଲୋ.... ଚନ୍ଦ୍ରମଲ୍ଲି!!!! ଭରି ଦେଲୁ ମୋ ପାପୁଲି ରେ ସବୁ ଖୁସି ହୋଇ ଖିଲିଖିଲି ତୋ ଯୋଛନା ରେ ଭିଜିଗଲା ମୋର ଭିଜିଗଲା ଦିନରାତି ତୋ ଶୀତଳ ସାୟା  ଉବୁଟୁବୁ କଲା ଉଷ୍ଣତା ଭରିଲା ଛାତି। ମାଗିଲି ମୁଠାଏ ମଲ୍ଲି ର ମହକ ମାଗିଲି ରଙ୍ଗିନ ରାତି ସହସ୍ର ମଲ୍ଲି ରେ ସଜେଇ ଦେଲୁ ଲୋ ସାରା ରାତି  ଚାନ୍ଦିନୀ ରାତି। ମୋର ଛାୟାକାୟା ମୋର ଯପ ତପ ବତୁରିଲା ତୋ ପ୍ରେମ ଫାଶେ କଜ୍ଜଳ ପୂରିତ ମୃଗନୟନୀ ଗୋ ଚାହିଁ ଦେଲୁ ଯେବେ ଶେଷେ ମଖମଲ୍ଲ ମଲ୍ଲ ପଣତକାନି ରେ ଝାଡି ଦେଲୁ ଯେବେ ତନ କି କହିବି ଲୋ ନୀଳାଞ୍ଜନା ତତେ ଆଉ ଉଚ୍ଛନ୍ନ ହେଲା ମୋ ମନ। ମୋ ବଡ଼ଦାଣ୍ଡ ମୋ ଅଗଣା ବାଡି  କସ୍ତୁରୀ ମହକ ଭରେ ତନ ମନ ସବୁ ବନ୍ଧା ତୋ ପ୍ରେମରେ ସଜ ମଲ୍ଲି ମଧୂ ଝରେ।

prema giti

ଆରମ୍ଭେ ସକାଳ ଆଙ୍କି ତୁମ ଛବି  ହୃଦେ ସାଇତି ମୁଁ ଶୁଏ.... କର୍ତ୍ତବ୍ୟ ରୁ ଟିକେ ଅସର ପାଇଲେ ତୁମ ପ୍ରେମେ  ମଜ୍ଜି ଯାଏ। 🌹 (୧) ହୋଇଯାଅ କୃଷ୍ଣ  ହୁଏ ମୁଁ ରାଧିକା ରାସଲୀଳା ହୁଏ ସୁରୁ.... ଆମ ମିଳନର ର ସାକ୍ଷି ସେଇ ବଂଶୀ ସାକ୍ଷି କଦମ୍ବ ର ଭୁରୁ।🌹(୨) ଲୁଚି ଲୁଚି ଆସି ଲୁଚାଅ ମୋ ଆଖି ଲାଜରେ ମଉଳି ଯାଏ.... ପଣତ କାନି କୁ ପଛୁ ଟାଣି ଦିଅ ତୁମ କୋଳେ ଲୋଟି ଯାଏ।🌹(୩) ଅଧରେ ଚୁମ୍ବନ ଆଙ୍କି ଦିଅ ଯେବେ ସରମି ମନ ମୋ ଯାଏ.... ଆମ୍ବ ଡାଳେ କୁହୁ ପକାଏ ଯେ ହୁରି ମୁଚି ମୁଚି ହସୁଥାଏ।🌹(୪) ରଚିବା ଏକ ଆମେ ପ୍ରେମ ଇତିହାସ କବିତାର ସୁରେ ସୁରେ.... ମୋ ପାଦ ଘୁଙ୍ଗୁର ତୁମ ବଂଶୀ ଧ୍ବନି ନାଚିବେ ସାଥିରେ ସାଥିରେ।🌹(୫) 🌹🌹🌹🌹🌹🌹

ମୁଁ... ନିର୍ଝରିଣୀ

ପାହାଡ ରାଇଜର ପାହାଡି  କନ୍ୟା                   ମୁଁ....!!!! ନାମ ନିର୍ଝରିଣୀ ... ଧୋବ ଫର ଫର ଶୁଭ୍ର ବସ୍ତ୍ରାଙ୍ଗିନୀ ଅନନ୍ତ କାଳୁ ଆବାହନ ମୋର ତନୁ ରେ ମୋର ସଦ୍ୟ ଫୁଟା ପୁଷ୍ପ ର ସଂଭାର। ଓଠ  ଅଟେ ମୋ ନାଲି ରକ୍ତ କଇଁ ନୃତ୍ୟ ନିପୁଣା ମୁଁ ନାଚେ ପାଦେ ଅଳତା ନାଇ ସିଂହି କଟିନୀ ମୁଁ ମୃଗ ନୟନୀ କବରୀର ବାସ  ମୋର ମନ ମୋହିନୀ। ନୀଳ କୁନ୍ତଳ ତଳେ ଅଙ୍କା ବଙ୍କା ଧାର ସବୁଜ ମେଖଳା ଅଙ୍ଗେ ଅଙ୍ଗେ ମୋର। ମଥାରେ ଆଙ୍କିଛି   ଲାଲ ଟୁକ୍ ଟୁକ୍ ସିନ୍ଦୂର ବିନ୍ଦୁ ସ୍ବର୍ଣାଭ ଆଶା ନେଇ ଲଂଘିଯିବି ସାତ ସିନ୍ଧୁ ସପନେ ମନ ଛନ୍ଦାୟିତ ମନ ରେ ମଧୁ ମହକିତ।  ପାହାଡ ସୁନ୍ଦରୀ  ମୁଁ  ରାଜକୁମାରୀ  ଛଳ ଛଳ କଳ କଳ ବୁଲୁଥାଏ ଘିରି ଘିରି। "ଆସିବେ ଚିତ୍ତ ଚୋର ମୋ ସପନ ରାଜ କୁମାର ମାରିବେ ଫୁଲ ଶର ଉଛୁଳା ପ୍ରେମ ରେ ତାର ଖୋଲିଦେବି ମୋ ହୃଦୟ ଦ୍ବାର" ପ୍ରୀତି ବନ୍ୟା ରେ ଯିବି ବହି..... ଶୁଭ୍ର ଜୋଛନା ରେ ଭିଜି ମୁହିଁ....  ହଁ ମୁଁ ନିର୍ଝରିଣୀ....!!! ପ୍ରକୃତି ର ଅପରୂପା ରାଣୀ .... ସର୍ପିଳ ଗାମିନୀ ପ୍ରେମ ପୂଜାରୁଣୀ..... ଲେଖିବି  ଶାଶ୍ଵତ ପ୍ରେମ ର ଏକ ଅକୁହା କାହାଣୀ.....!!!!

ଝରା ଶେଫାଳୀ

ଝରା ଶେଫାଳୀ ଗୋଧୂଳି ଲଗନେ ଝରାଇ ପୀରତି  ଝରଣା ଚୁପି ଚୁପି  ଓଠଲାଜ ଲାଜ ହସ କିଣିନେବ  ପ୍ରେମ ଠିକଣା। ତାରା ମେଳେ ଜହ୍ନ ହସି ଦେଖୁଥିବ ଭିଜାଇ ପୀରତି ଜୋଛନା ଅଳସି ଆଖି ଟା ନିଦେଇ ଯିବ ତା ପାଇଁ ଚୁମ୍ବନ ର ମୂର୍ଚ୍ଛନା। ସରଗ ରାଇଜ ଅମରାବତୀ ରୁ ଆଣିଛି କଦମ୍ବ ଫୁଲ ମନ୍ଦ ମନ୍ଦ ହସି ମନ୍ଦ ମଳୟ ଦେଖିବ  ପୀରତି ଖେଳ। ଭିଜା ଭିଜା ବାସ୍ନା ମେଘ ରାଇଜରୁ ଢାଳିବ ଫୁଲ ର ଅସରା ଲୁଚି ଲୁଚି ଆସି ଦେଖିଯାଅ ଥରେ ଖୋଲିଛି ସେ ପ୍ରେମ ପସରା ରୁମଝୁମ ଛନ୍ଦେ ବାଜେଣୀ ନୁପୁର ନାଚେ ପୀରତି ରେ ଗୋରୀ ସପନ ବିଭୋର ନୀଳ ଆଖି କୋଣେ ଅସୁମାରୀ ଖୁସି ଧରି।   ରହି ଯା ସମୟ ଆଉ କିଛି କ୍ଷଣ ତା ପ୍ରୀୟା ଆସୁଛି ଧାଇଁ ତା ପ୍ରେମ ଲଗନ ମାତ୍ର ତ ଆରମ୍ଭ କିଛି ସମୟ ଯିବ ଜିଇଁ। ❤❤❤❤❤