Skip to main content

Posts

Showing posts from December, 2020

(ମା)

[28/12, 7:09 pm] Minakshi Dwivedy: ମା ପଣତ ର ସ୍ନେହ ଟିକକ କୋଉଠି ମିଳିବ ନାହିଁ। ବାକି ସ୍ନେହ ସବୁ ଦିଆ ନିଆ ଭାବ ମା ପରି କେହି ନୋହି। ସବୁ ଭୁଲ ଆମ କ୍ଷମା କରିଦିଏ ମମତା ଆଞ୍ଚଳ ଦେଇ, ଅମୃତ ର ବାରି ବରଷାଉ  ଥାଏ ସମତା ମମତା ଦେଇ ପୂଣ୍ୟ ର ନଦୀ ଟିଏ ସେତ ସବୁ ପାପ ଯାଏ ଧୋଇ, ସକଳ ତୀର୍ଥ ଚରଣରେ ତାର ଅଟେ ସୁନ୍ଦର ଶୀତଳ ଛାଇ। [29/12, 8:46 am] Minakshi Dwivedy: ସର୍ବ ଶକ୍ତିମାନ, ସର୍ବ ବିଦ୍ୟମାନ ବ୍ରହ୍ମ , ପରଂବ୍ରହ୍ମ ତୁମେ, ସଂସାର ର ରଥ ଚଳାଅ ଅଚିରେ ଇସାରା ରେ ଚାଲୁ ଆମେ। ଅନ୍ଧାର, ଆଲୋକ ଦୁଇ ପାରିପାର୍ଶ୍ବ  ଭଙ୍ଗା ଗଢା ରଚ ତୁମେ ମାଧ୍ୟମ ଆମେ ତୁମ ରଚା ଖେଳେ  ବଢିଚାଲୁ ଆଗେ କର୍ମେ। ଭରିଦିଅ ପ୍ରଭୁ ଖୁସିର ସୌରଭ ସପ୍ତ ରଙ୍ଗ ଦିଅ ଢାଳି, ଶାନ୍ତି, ମୈତ୍ରୀ ର ଗଢିଉଠୁ ସୌଧ ହର୍ଷ ରଙ୍ଗ ଦିଅ ମୁଖେ ବୋଳି।

jai jagannath

[25/12, 11:05 am] Minakshi Dwivedy: ଆହେ ଭାବଗ୍ରାହୀ... ପାପ ପଙ୍କିଳ ରୁ ରକ୍ଷା କର ମତେ କାମନା, ବାସନା ଦୂର କର ଦେହି। ପୂଣ୍ୟ ତରାଜୁ ରେ ପାପର ରାଜୁତି ଭାରି ହେଲା ପ୍ରଭୁ ସହୁଛି ମହି। ସତ୍ୟ ଅସତ୍ୟ ର ଦୋ ମୁହାଣ ରେ ଭକତିର ଭାବ ଦିଅ କଢାଇ। ଶୂନ୍ୟ ମଣ୍ଡଳରେ ଶ୍ଳୋକ ଶଦ୍ଦ ଭରି କରୁଣା କିରଣ ଦିଅ ବିଛାଇ। [26/12, 8:35 am] Minakshi Dwivedy: ଅସତ୍ୟ ଶରୀର ସତ୍ୟ ଆଲିଙ୍ଗନେ ନିଃଷ୍ପ୍ରାଣ ହୃଦୟ ଉଜ୍ଜିବୀତ ହୁଏ, ଭାବ ଭକତି  ର ମଧୂ ଆସ୍ବାଦନେ ମନ , କାୟା କଳ୍ପ ପଲ୍ଲବିତ ହୁଏ। ସଂକୀର୍ଣ୍ଣ ମନ ପ୍ରେମ ତରଙ୍ଗରେ ଅମୃତର ସ୍ବାଦ ବିତରିତ ହୁଏ , ଅସ୍ଥାୟୀ ଜୀବନର ମହା ପର୍ଯ୍ୟାୟ ରେ ପୂଣ୍ୟ ର ପାଉଣା ସ୍ଥିରୀକୃତ ହୁଏ। ଜଗା କାଳିଆ  ର ଭବ ଦରବାରେ ସାଧନା ର ରସ ବିଚ୍ଛୁରିତ ହୁଏ ।

ତୁମେ.....

[23/12, 8:38 am] Minakshi Dwivedy: ତୁମେ ..... ମୋ କବିତାର ସୁରମ୍ୟ ପଂକ୍ତି, ତୁମେ.... ମୋ ମନ ପୁଷ୍ପବନର ପ୍ରେମ ଉକ୍ତି। ତୁମେ.... କଠୋର ନିଧାଘର ମଧୂର ମଳୟ ଗିତି, ତୁମେ..... ଶୀତ ସକାଳର ଉଷ୍ଣତାର ପ୍ରୀତି। ତୁମେ....ଭରିଦିଅ ମୋ ଶୂନ୍ୟ ମନରେ ପୂର୍ଣ୍ଣତା ର ଦ୍ୟୁତି, ତୁମେ.... ଅଟ ଶୀତଳ ଚନ୍ଦନ ସମ କୋମଳ ତୃପ୍ତି। ତୁମେ.... ମୋ ମନ ମନ୍ଦିର ର ସୁମଧୂର ସ୍ତୁତି, ତୁମକୁ.... ଉତ୍ସର୍ଗ   ତନ,ମନ, ପ୍ରାଣ  ମୋ ଦିବାରାତି। [24/12, 8:47 am] Minakshi Dwivedy: ତୋ ପ୍ରେମ ଫାଶ ରେ ମୁଁ ଫଶିଗଲି, ତୋ ନୟନ ଦେଖି ବିଭୋର ହେଲି। ତୋ ଅଧର ହସ ମନ ନେଲା କିଣି,  ବିକି ଦେଲି ହୃଦ ଦେଖି ତୋ ଠାଣି। ଲାଗୁ କାହିଁ ନିଜର ପାରେନା ଯାଣି, କହରେ କାଳିଆ କରିଛୁ କି ଗୁଣି...????

jai jagannath.

[16/12, 8:41 am] Minakshi Dwivedy: ତୋର ପ୍ରେମ ରଙ୍ଗ ଘାରିଛି କାଳିଆ କହ ରାଧା ହେବି କି ବା ମୀରା.... ଯାହା ଭି ହେଲେ ମୁଁ ତୋ ଦରଶନ ପାଇଁ ବନ୍ଧା ମୁଁ ଜୀବନ ସାରା। ପ୍ରେମ ପୂଜାରୁଣୀ ତୋ ବଇଁଶୀ ଶୁଣି ପାଗଳ କଲା ମୋ ମନ.... ଲଜ୍ଜାନତ ମୁଖେ ଧାଇଁ ମୁଁ ଆସିଛି ଏ ସୁଦୂର ତମାଳ ବନ। ଯମୁନା ରାଣୀ ଆଜି ଭାରି ଯେ ଚଞ୍ଚଳା ମାନୁନି ଯେ ଥଳ କୁଳ.... ଆମ ପ୍ରେମ ଲୀଳା ଦେଖିବା ପାଇଁ ମନ ତାର ଉଚ୍ଛୃଙ୍ଖଳ। କହରେ କାଳିଆ ହଉଛୁ ଛଳିଆ ଖେଳୁ ଲୁଚକାଳି କାହିଁ....??? ତୁ.... ତ ମୋହରି ମୁଁ... ତ ତୋହରି ରହିବା ଏକ ଅଭିନ୍ନ ହୋଇ [17/12, 8:18 am] Minakshi Dwivedy: ଅଙ୍ଗେ ଅଙ୍ଗେ ମୋର  ଶିହରଣ ଖେଳେ  ଦେଖି ନୟନ ଜୁଗଳ ତୋର, ରୋମେ ରୋମେ ସତେ ବସି ତୁ ଯାଇଛୁ ଭୁଲିଯାଇଛି ଯେ ସତ୍ତା ମୋର। କି ଯାଦୁ କରିଛୁ   କହ ରେ କାଳିଆ କୋଉଠି ଲାଗୁନି ମନ, ଶୟନେ, ସପନେ, କି ବା ଜାଗରଣେ ଦେଖୁଛି ତୋ ଚକାନୟନ। କାଳିଆ କାଳିଆ ଚତୁର୍ଦ୍ଦିଗେ ବାସୁ ତୋ ପାଖେ ରହିଛି ମୋହ, ତତେ ସମର୍ପିତା ମୋ କ୍ଷୁଦ୍ର ଜୀବନ  ଭକ୍ତି ଡୋରେ ବନ୍ଧା ସ୍ନେହ।

ପ୍ରେମ ଗିତି

 ବିବାହ ବେଦୀ ର ହୋମ ଅଗ୍ନି ପାଶେ ତୁମ ସହ ଯେବେ ବନ୍ଧିଗଲି.... ଅଜଣା ହେଲେବି ଭାବିନେଲି ମନେ ତୁମେ ମୋ ସାତ ଜନ୍ମ ସାଥି ବୋଲି। ତନ ମନ ସ୍ବପ୍ନ ସବୁ ସମର୍ପିଲି ସବୁ ସୁଖ ଦୁଃଖ ଦେଲି ଢାଳି ଶାଶ୍ବତ ପ୍ରେମରେ ଏତେ ମଜ୍ଜିଗଲି ନିଜ ସତ୍ତା ନିଜେ ଗଲି ଭୁଲି। ଦୁନିଆ ଲାଗିଲା ରାଧାକୃଷ୍ଣ ମୟ ପ୍ରିତୀ ସାଗରେ ପହଁରିଲି ତୁମକୁ ପାଇ ମୁଁ ହେଲି ପରିଣିତା ଭାଗ୍ୟବତୀ ଆଖ୍ୟା ନେଲି। ------------------------------- ମରିଯିବି ଯେବେ  ସ୍ମୃତି ମୋର  ନେଇ   ଲୁହ ଟୋପେ ଢାଳିଦେବ..... ଦୁରେ ଥାଇ ମୁହିଁ ଭାବି ନେବି ମନେ ମୋ ପାଖେ ଥିଲା ତ ଭାବ??? ପ୍ରେମ ପରିଭାଷା ବୁଝି ପାରିଲନି ବିଦାରି ଗଲା ମୋ ହୃଦ..... ଭାବୁଥିଲ ତୁମେ ଆକଟେ ରଖିଛି ରାସ୍ତା କରି ଅବରୋଧ। ଯାହା ଇଚ୍ଛା  ମନ ଏବେ କର ଯାଇ ଦେଖିବାକୁ ସ୍ପୃହା ନାହିଁ.... ଏବେ ତୁମେ ଏକ ମୁକ୍ତ ବିହଙ୍ଗ ଦୂରୁ ଦେଖୁଥିବି ମୁହିଁ.... ଭଲପାଅ କି ନାହିଁ  ଜାଣି ପାରିଲିନି ମନ ହଉଥିଲା ଖାଲି ଗୋଳି ମୋ ଯୁଇ ପାଖରେ ଢାଳି ଦେବ ଯଦି ଅଶ୍ରୁ ସବୁ ଦୁଃଖ ଯିବି ଭୁଲି।

ଜୟ ଜଗନ୍ନାଥ

 କେତେ ଆଶା ନେଇ ଆସିଥିଲି ମୁହିଁ ତୋର ଦରଶନ ପାଇଁ..... ଦୂରୁ ରହି ତତେ ପ୍ରଣାମ କରୁଛି ଶୁଣ ଆହେ ଭାବଗ୍ରାହୀ। ତୋର ଶ୍ରୀକ୍ଷେତ୍ର, ତୋର ବଡ଼ଦାଣ୍ଡ ଆଜି ଅଟେ ଜନଶୂନ୍ୟ ନିଃଶଦ୍ଦ ଆଜି ତୋ ମନ୍ଦିର ବେଢ଼ା ଲୁଚି ଗଲାଣି ସତେ ପୂଣ୍ୟ। ବିନା ଭକତରେ ଅନ୍ଧାରି ଗହ୍ୱରରେ କେମିତି କାଟୁ ଦିନରାତି.....???? ତୋ ମୁଖରୁ ସତେ ଶୁଖିଗଲା ହସ ଦେଖି ଫାଟି ପଡୁଛି ମୋ ଛାତି। ନିଃଷିଦ୍ଧ ମନ୍ଦିରେ ଉନ୍ମୁକ୍ତ ହବ ଦ୍ବାର ଡାକେ ମୁହିଁ ଦିନରାତି। ଭକ୍ତ, ଭଗବାନ ଙ୍କ କେବେ ହବ ଯେ ସଂଗମ.... ଢାଳେ ଅର୍ଘ୍ୟ ମୁହିଁ ନିତି। ---------------------------- ପ୍ରଭୁ ପାଖେ ଥିଲେ..... ଅସମ୍ଭବ ସବୁ ହୋଇଯାଏ ସତେ ସମ୍ଭବ, ପ୍ରଭୁ ପାଖେ ଥିଲେ.... ନିଷ୍ପ୍ରାଣ ଶରୀରେ ସଞ୍ଚାରି ଉଠେ ଯେ ଭାବ। ପ୍ରଭୁ  ପାଖେ ଥିଲେ..... ଅଦୂଶ୍ୟ ଶକ୍ତି ଯେ ହୋଇଯାଏ ଦୂଶ୍ୟମାନ, ପ୍ରଭୁ ପାଖେ ଥିଲେ ମରିଚିକା ଭି ହୋଇଯାଏ ଜଳପୂର୍ଣ୍ଣ। ପ୍ରଭୁ ପାଖେ ଥିଲେ..... ଲୁଚେ ଯେ ତିମିର  ଆଲୋକ ର ହୁଏ ସଂଚାର, ପ୍ରଭୁ ପାଖେ ଥିଲେ.... ଅଜ୍ଞାନ ମନରେ ଭରିଯାଏ ଜ୍ଞାନ ଭଣ୍ଡାର। ପ୍ରଭୁ ପାଖେ ଥିଲେ..... ଡର ନାହିଁ କେଭେ ଖେଳିଯାଏ ଖୁସି ସମ୍ଭାର, ପ୍ରଭୁ ପାଖେ ଥିଲେ.... ସାରା ଜୀବନ ଟା ହୋଇଯାଏ ପୂଣ୍ୟ  ମନ୍ଦିର।
ରିକ୍ତ ହସ୍ତ ରେ ଆସିଥିଲେ ସର୍ବେ ରିକ୍ତ ହସ୍ତ ରେ ଯିବା ଚାଲି, ସିକ୍ତ ମନ ନେଇ ବଞ୍ଚିବା କାହିଁକି ଜୀବନ ଟା ଯେ ଏକ ମରୁବାଲି। ପ୍ରେମ,ସ୍ନେହ ଭାଷା ପଢିବା ସଭିଏଁ ମନ ଆକାଶରେ ଯିବା ଉଡି କଣ୍ଟାବନ ଆମ ହେବ କୁସୁମିତ ଜୀବନ ସୋପାନେ ଧୀରେ ଯିବା ଚଢି। ----------------------------------------- ମୋ ଶୁଷ୍କ ମନର ସୁପ୍ତ କଳି ରେ ସଂଗୀତ ମୂର୍ଚ୍ଛନା ଭରିଦେଲ ମୋ ଉଆଁସୀ ଜୀବନେ ପୂର୍ଣ୍ଣ ଚନ୍ଦ୍ର ହୋଇ ପ୍ରିତୀ ର ଜ୍ୟୋଛନା ଢାଳିଦେଲ କୁହ ତୁମେ କ'ଣ ଯାଦୁକର....!!!! ନିଜକୁ ଭୁଲିଲି.... ଦୁନିଆ ଭୁଲିଲି..... ହୋଇଗଲ ଅତି ଆପଣାର। ---------------------------------------  ହେ ମାତ ଲକ୍ଷ୍ମୀ ନାରାୟଣୀ..... ପୂଜା ପାର୍ବଣ ଆଉ କରିପାରୁନି ଲୋ ତନ , ମନ ମୋର ଭାଙ୍ଗି ଗଲାଣି। ଚାହିଁଲେ ରଖିବୁ ଚାହିଁଲେ ଗଢିବୁ ଶତ ଶକ୍ତି ଦବୁ ମୋ ଡାକ ଶୁଣି। ଆଜି ଗୁରୁବାର ସକାଳ ପ୍ରହରୁ ତୋର ନାମ ସ୍ମରି କରେ ମେଲାଣି। ତୋ ପାଖରେ ମାତ କିଛି ଅଛପା ନାହିଁ ଲୋ.... ବୁଝି ପାରୁଥିବୁ ମୋ ହୃଦୟ ବାଣୀ।

ଶୁଭ ସକାଳ

 ଜୀବନ ଟା ଭରା ସତେ କିଛି ସ୍ବପ୍ନ କିଛି ସ୍ମୃତି। ମରିଚିକା ଅଟେ ସବୁ ମିଳେ ନାହିଁ କେବେ ତୃପ୍ତି। ତୃଷ୍ଣା କେଭେ ମେଣ୍ଟେ ନାହିଁ  ଯେତେ ଯାହା କଲେ ପ୍ରାପ୍ତି, ଆରାଧନା,ପୂଜାର୍ଚ୍ଚନା  ମନେ ଭରିଦିଏ ଶାନ୍ତି। ମୋହ ମାୟା ତେଜ ମନୁ ନାହିଁ କିଛି ଅନ୍ୟ ଗତି ପଦ୍ମ ପାଦେ ରଖି ଲୟ ଜୀବନରେ ପାଅ ମୁକ୍ତି ---------------------------------------- ଭୋଳା ଶଙ୍କର ହେ ଭୋଳା ଶଙ୍କର ତୁମକୁ ଦେଖି ମୋ ବଢେ ମନୋବଳ ନିତ୍ୟ ପୂଜେ ଦେଇ ନା ନା ଫୁଲ ଫଳ, ତୁମ ନାମ ଯପି ବିତେ ମୋ ସଂଜ ସକାଳ। କରୋନା ଆତଙ୍କ ଗ୍ରାସିଲା କାଳ, ଆତୁରେ ସମାଜ ହେଲା ଭୟ ବିହ୍ବଳ। ଆହେ ନାଗେଶ୍ଵର, ଆହେ ମହେଶ୍ୱର ବଞ୍ଚାଇ ରଖ ଆମ ସ୍ଥିତି କୂଳ। ଆକୁଳେ ବିକଳେ ପୂଜେ ପୟର ଆଲୋକିତ ହେଉ ଆମ ସମ୍ଭାବ୍ୟ ସକାଳ।

maula hasa

ମଉଳା ହସରେ ତାର ବେଦନା ଯେ ଭରିଛି କୋହ ଭରା ହୃଦୟ ଟା କାନ୍ଦୁ କାନ୍ଦୁ ହସୁଛି। ଛୁପି ଛୁପି ଅଶ୍ରୁ ତାର ସନ୍ତର୍ପଣେ  ପୋଛୁଛି। ସମସ୍ତ ଙ୍କ ଖୁସି ପାଇଁ ତିଳ ତିଳ ଜଳୁଛି। ତା ଖୁସିରେ  ସତେ ଯେମିତି......  କଳା ବାଦଲ ଢାଙ୍କିଛି, ଆନମନା ମନ ତାର ଯନ୍ତ୍ରଣା ରେ ଡୁବିଛି। ଦେଖି କି ପାରୁଛ କେହି ତା ଗହନ ବେଦନା କିଛି...??? ଅଶ୍ରୁ ସିକ୍ତ ହୃଦୟ ରେ କଣ୍ଟା ଫୁଟି ଯାଇଛି। -----------------------------------  ଅଜ୍ଞାନ ମୁଁ ମୂଢମତି, ଜାଣିନାହିଁ ଛଳ, କର୍ତ୍ତବ୍ୟ ରେ ସଦା ମୁଁ ରହିଥାଏ ଭୋଳ ନଦୀ ପରି ବୋହୁଥାଏ ହୋଇ କଳ କଳ, ଶତ ବାଧା ବିଘ୍ନ ସତ୍ତ୍ୱେ, ମନ ମୋ ନିର୍ମଳ। କାଳିଆ ରେ..... ତୋ ଛଳନା , ତୋ ବାହାନା  ପାରେନା ମୁଁ କଳ, ତଥାପି ବାଣ୍ଟେ ଖୁସି  ରଖି ମନୋବଳ।

ଛାଡଖାଇ

କେତେ ପୂଜା ପାଠ କେତେ ଯପ ତପ କାର୍ତ୍ତିକ ମାସରେ କଲି.... ବରଷକ ପାପ ଯେତେ କରିଥିଲି ସବୁ ଧୋଇଦେବି ବୋଲି। ସଞ୍ଜ ସକାଳେ ଦୀପ ମୁଁ ଜାଳିଲି ସାତ୍ତ୍ୱିକ ଆହାର କଲି.... ଏ ଭବ ସାଗରର ମାୟା ଜାଲରୁ  ଉଦ୍ଧାର ପାଇବି ବୋଲି। ତିଳକ ଲଗାଇ ହାତେ ଗିନି ଧରି କାଳିଆ କାଳିଆ ହେଲି.... ବନ୍ଧୁଜନ ଦେଖି ପାଗଳ କହିଲେ ଆଶ୍ରମ ରେ ଦିଅ ଛାଡି। ସକାଳୁ ସକାଳୁ  ମିଷ୍ଟର କହିଲେ କାର୍ତ୍ତିକ ଗଲା ଯେ ସରି.... ଏତେ ଡ୍ରାମା ଆଉ କରନାହିଁ ପ୍ରୀୟେ ଜାଣ ଆଜି ଛାଡଖାଇ ବୋଲି। ଯାଉଛି ବିପଣି ଆଣିବି ମୁଁ କିଣି ମାଛ ଚିକେନ ଖାସି ଛେଳି.... ନାଟକ ନ କରି ମସଲା କର ରେଡି ସତ୍ବରେ  ଯାଅ ଯେ ଚଳି। ଜୀବର ମରଣ, ଆଇଁଷ ଭକ୍ଷଣ  ପାପ ଆଉ କରନା ବୋଲି..... ବଡ଼ ବଡ଼ ଆଖି ରେ ନିରେଠି ଚାହିଁଲେ ଯେତେ ମୁଁ ନେହୁରା ହେଲି। ଆଜି ଯଦି ନ ରାନ୍ଧ ପ୍ରଳୟ କରିବି... ଜାଣିନ ମୁଁ କିଏ ବୋଲି..... ମୁଁ ଭି ଖାଇବି, ତୁମକୁ ଖୋଇବି ଜାଣିଥା ମୁଁ କଥା ଦେଲି। ମାନିବନି  କଥା ,ହେଜ ଯେ ରଖିଥା ତୁମେ ତୁମ ବାଟେ ଯିବ ଚଳି.... ସବୁ ଧର୍ମ ମୋ ଶୁଖୁଆ ପୋଡ଼ା ରେ ଗଲା ମନେ ମନେ ଭାବି ନେଲି।