[28/12, 7:09 pm] Minakshi Dwivedy: ମା ପଣତ ର ସ୍ନେହ ଟିକକ କୋଉଠି ମିଳିବ ନାହିଁ। ବାକି ସ୍ନେହ ସବୁ ଦିଆ ନିଆ ଭାବ ମା ପରି କେହି ନୋହି। ସବୁ ଭୁଲ ଆମ କ୍ଷମା କରିଦିଏ ମମତା ଆଞ୍ଚଳ ଦେଇ, ଅମୃତ ର ବାରି ବରଷାଉ ଥାଏ ସମତା ମମତା ଦେଇ ପୂଣ୍ୟ ର ନଦୀ ଟିଏ ସେତ ସବୁ ପାପ ଯାଏ ଧୋଇ, ସକଳ ତୀର୍ଥ ଚରଣରେ ତାର ଅଟେ ସୁନ୍ଦର ଶୀତଳ ଛାଇ। [29/12, 8:46 am] Minakshi Dwivedy: ସର୍ବ ଶକ୍ତିମାନ, ସର୍ବ ବିଦ୍ୟମାନ ବ୍ରହ୍ମ , ପରଂବ୍ରହ୍ମ ତୁମେ, ସଂସାର ର ରଥ ଚଳାଅ ଅଚିରେ ଇସାରା ରେ ଚାଲୁ ଆମେ। ଅନ୍ଧାର, ଆଲୋକ ଦୁଇ ପାରିପାର୍ଶ୍ବ ଭଙ୍ଗା ଗଢା ରଚ ତୁମେ ମାଧ୍ୟମ ଆମେ ତୁମ ରଚା ଖେଳେ ବଢିଚାଲୁ ଆଗେ କର୍ମେ। ଭରିଦିଅ ପ୍ରଭୁ ଖୁସିର ସୌରଭ ସପ୍ତ ରଙ୍ଗ ଦିଅ ଢାଳି, ଶାନ୍ତି, ମୈତ୍ରୀ ର ଗଢିଉଠୁ ସୌଧ ହର୍ଷ ରଙ୍ଗ ଦିଅ ମୁଖେ ବୋଳି।