Skip to main content

Posts

Showing posts from December, 2022

ଶୁଭେଚ୍ଛା ବାର୍ତ୍ତା

*ଶୁଭେଚ୍ଛା ବାର୍ତ୍ତା* ପ୍ରତିଶୃତି ନୂଆ ସକାଳ ର ସଂକଳ୍ପ ଆଜି ପଞ୍ଚମ ସୋପାନରେ ପଦାର୍ପଣ କରିଛି । ସମସ୍ତ ସଦସ୍ୟ, କର୍ମକର୍ତ୍ତା,ପ୍ରତିଷ୍ଠାତା ଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା। ସାମ୍ପ୍ରତିକ ସମାଜରେ ସମସ୍ତେ ଜଞ୍ଜାଳ ଗ୍ରସ୍ତ।ଏକ ଆବେଗମୟ ମୁହୂର୍ତ୍ତ ରେ ନିଜ ଚିନ୍ତା,ଚେତନା କଳାତ୍ମକ ପ୍ରତିକ୍ରିୟା କୁ ଉତାରି ଦିଅନ୍ତି ଏକ କାଗଜରେ। ତାକୁ ସାଉଁଟି ଏକ ଫୁଲ ଗୁଚ୍ଛ ତିଆରି କରିବାର ପ୍ରତିଶ୍ରୁତି ନେଇଛି ଏଇ ପ୍ରତିଶୃତି ପରିବାର।ଏହି ପ୍ରତିଶ୍ରୁତି ପତ୍ରିକା ସ୍ବାଭିମାନ ର ଅସ୍ମିତା ବଜାୟ ରଖିଛି।ପଞ୍ଚମ ସୋପାନରେ ପଦାର୍ପଣ ତାର ସକ୍ରିୟତାର ପ୍ରତିକ।ଏହା ଏକ ଭିନ୍ନ ସ୍ୱାଦର ସାରସ୍ବତ ପତ୍ରିକା। ପଞ୍ଜୁରୀ ର ଦ୍ବାର ଖୋଲି ମୁକ୍ତ ଆକାଶରେ ଉଡାଣ ଭରିଛି। ଚାଲନ୍ତୁ ସେହି ଉଡାଣ ରେ ଆହୁରି ଇନ୍ଧନ ଭରିବା।ତା'ର ଉତ୍ତରୋତ୍ତର କାମନା କରି ପ୍ରତିଶ୍ରୁତି ପରିବାରର ସମସ୍ତ କର୍ମକର୍ତ୍ତା ଙ୍କ ମନୋବଳ ଦୃଢ଼ କରିବା।  ବିଭୁ ପୟରେ ଏତିକି କାମନା। ମିନାକ୍ଷୀ ଦ୍ବିବେଦୀ ଉପଦେଷ୍ଟା ପ୍ରତିଶୃତି ପରିବାର ନିଉ ଦିଲ୍ଲୀ

ଜୀବନ ଦର୍ଶନ

*ଜୀବନ ଦର୍ଶନ* ଯୋଉଠି ମୃତ୍ୟୁ ର ଇତି ସେଇଠୁ ଆରମ୍ଭ ହିଁ ଜୀବନ, ତାର ଦାର୍ଶନିକ ତତ୍ତ୍ଵ କିଏବା ରଚିପାରେ..?? ଜୀବର ଜୀବନ ଦର୍ଶନ ଭିନ୍ନ କଳ୍ପନାର ଭିନ୍ନ ଭିନ୍ନ ସ୍ବାଦ, ସମାଜ ର ଛନ୍ଦମୟୀ ରାଗିଣୀ କୁ ଯିଏ ରଙ୍ଗୀନ ତୁଳୀରେ ସଜେଇ ଇନ୍ଦ୍ରଧନୁ ଆଙ୍କି ପାରେ ଯିଏ ଭାବ,ପ୍ରେମ, ବିଶ୍ବାସର ବୀଜ ରୋପି ମୁଦ୍ରା ର ଦୁଇ ପାର୍ଶ୍ୱ ପରି ସୁଖ, ଦୁଃଖ ର ଅଡ଼ୁଆ ତଡୁଆ ବୁଢିଆଣୀ ଜାଲ ଛନ୍ଦ କୁ ସହଜରେ ବୁଝିପାରେ, ସାର୍ଥକ ତା ଜୀବନ। ଆଶା,ଆଙ୍କାକ୍ଷା ର ନଟେଇରୁ ସୂତା କାଟି ଶାନ୍ତି, ମୈତ୍ରୀ, ନ୍ୟାୟ, ଧର୍ମ ର ଡୋର ଯୋଡିପାରେ, ଯିଏ ସ୍ନିଗ୍ଧ,ସୁମଧୁର ମହକରେ ବିଭୋର ହୋଇ ସ୍ନେହ,ମମତାର ସମ୍ପର୍କରେ କଳାଦାଗ ନ ଲାଗିବାର ଅହରହ ଚେଷ୍ଟା କରିପାରେ, ସାର୍ଥକ ତା ଜୀବନ। ହସ ଲୁହ ର ଭିଜା ଭିଜା ବାସ୍ନା ରେ ଭିଜି ଉଠାଣି ଗଡାଣି ଅଙ୍କାବଙ୍କା ରାସ୍ତା ଦେଇ ମଧୁ ମହକରେ ଅତଳ ସମୁଦ୍ରରୁ ମୋତି ଖୋଜିପାରେ, ସୌଜନ୍ୟତାର ସରହଦରେ ରହି ମାନବିକତାର ଶ୍ରେଷ୍ଠ ପରିଚୟ ଦେଇପାରେ, ସାର୍ଥକ ତା ଜୀବନ। କର୍ତ୍ତବ୍ୟ କର୍ମରେ ସାଧନା ରତ ହୋଇ ପଙ୍କିଳ ପୃଷ୍ଠରେ ରେ ପଦ୍ମ ଫୁଟାଇ ପାରେ, ପ୍ରତିଷ୍ଠା,ପ୍ରତିପତ୍ତି ଆଢ଼ୁଆଳରେ ଗର୍ବ ନ କରି ସ୍ଥିତପ୍ରଜ୍ଞ ହୋଇ ଜ୍ୟୋତି ର ଉତ୍ସ ହୋଇ ଅନ୍ଧକାର ଦୂର କରି ପାରେ ସାର୍ଥକ ତା ଜୀବନ । ମୌଳିକତା ଅକ୍ଷୁର୍ଣ୍ଣ ରଖି ଧୃତରାଷ୍ଟ୍ର ପରି ଅନ୍ଧ ପୁଟୁଳି ନ ବାନ୍ଧି ଅହିଂସା ର ଅସ୍ତ୍ର ଧରି ଯୁଗପତ ଆଗକୁ ବଢିପାରେ, ଶିଆଳ ପରି ସଁ ସଁ ହ...

ନୀରବ ଅଭିମାନ*

*ନୀରବ ଅଭିମାନ* ଜୀବନର ସ୍ବାଦ ସେ ଚାଖି ନଥିଲା ମା'ର ଅନନ୍ତ ଗହ୍ୱରରୁ ତାର ଅନ୍ତରୀକ୍ଷ ଯାତ୍ରାର ସ୍ବପ୍ନ  କେତେବେଳେ ବାଟ ଭାଙ୍ଗି ଚାଲି ଯାଇଥିଲେ, କିଛି ବୁଝିବା ପୂର୍ବରୁ ଚାରିଆଡ ଅନ୍ଧକାର,  ବାସ୍ତବ ପରିକଳ୍ପନା ର ଗହଳିରୁ ପାଇଲା ଛଦ୍ମବେଶୀ ଛଳନା, ଜୋଡୁଥିଲା ସଂପର୍କ ଆଲୋକର ମସୃଣତାକୁ ଚୋରେଇ ଆଣି, କିନ୍ତୁ ନିର୍ଲିପ୍ତ ଆକାଶକୁ ଛୁଇଁ ପାରିନଥିଲା, ମାଟିର ମହକ ଶୁଙ୍ଘି ପାରିନଥିଲା, ପାଇଲା ଆତ୍ମ ନିର୍ବାସନ ଭାଗ୍ୟର ଦ୍ୱାହି ଦେଇ  ଆଲୋକ ପରି ଆବୋରି ଥିଲା  ସତ୍ୟତା, କିନ୍ତୁ କ'ଣ ହେଲା ପରିଣାମ..? ଫୁଲ ହୋଇ ଫୁଟିବା ପୂର୍ବରୁ ଶୁନ୍ୟତା ରେ ପିଟି ହେଲା ତା ଭାଗ୍ୟ ଓ ଭବିଷ୍ୟ , ଧୋକା ଦିଆ ସମୟ ନିକୁଟେଇ ହସୁଥିଲା, ନା କମ୍ପିଲା ଚୌହଦୀ, ନା ଗର୍ଜିଲା ବାଦଲ, କନ୍ୟା ହବା କ'ଣ ଏତେ ପାପ..?? ନୀରବ ଅଭିମାନ ଭରା ଶୂନ୍ୟ ପଞ୍ଜୁରୀ ରେ ଛଟପଟ ହେଉଥିଲା ତା ଅସ୍ତିତ୍ବ  ଅଣନିଃଶ୍ବାସୀ ଲାଗୁଥିଲା ମିଥ୍ୟା ପ୍ରରୋଚନାରେ.. ଦେବୀ ପ୍ରତି ଜଡ଼ିତ ନିଃଶ୍ୱାସ,ବିଶ୍ବାସରେ.. କେମିତି ଭୁଲି ଗଲେ  ନିଜସ୍ଵ ଉତ୍ପତ୍ତି ଠିକଣା..? ସବୁ ତ ଶେଷରେ ମୁଠାଏ ପାଉଁଶ.. ତଥାପି ଏତେ ପାତର ଅନ୍ତର ... ଜାଣିନ କି ଏ ଗଢା ମାଂସ,ହାଡ଼ ତୁମରି ଦେୟ ପାଦ ଟିକେ ଥୋଇବାକୁ ଭବିଷ୍ୟତ ଗଢୁ ଗଢୁ  ଲିଭିଗଲା ତାର ହାତରେଖା,  କଟିଗଲା ସବୁ ସଂପର୍କ, ଏ କି ବିଡମ୍ବନା ସତେ.. ଦୋଷ କ'ଣ ତା ଭାଗ୍ୟର ...? ନା ତା କର୍ମର...

ଉତ୍କଳ ଗୌରବ ଦ୍ରୌପଦୀ ମୁର୍ମୁ*

*ଉତ୍କଳ ଗୌରବ ଦ୍ରୌପଦୀ ମୁର୍ମୁ* ସାନ୍ତାଳୀ ରାଣୀ,ଆମ "ଦୌପଦୀ ମୁର୍ମୁ" ଉତ୍କଳ ର ଗୌରବ, ନୁହଁନ୍ତି ଅବଳା, ନୁହଁନ୍ତି ଦୁର୍ବଳା ଦେଖାଇଲେ ପରାଭବ। ଆଦିବାସୀ ଙ୍କ ସେ କୋହିନୁର ହୀରା ଓଡ଼ିଶା ମଉଡମଣି, ପଞ୍ଚଦଶ ରାଷ୍ଟ୍ରପତି ସ୍ଥାନ ପାଇ  ରଚିଲେ ନିଜ କାହାଣୀ। ବାଲ୍ୟାବସ୍ଥା ରୁ କୈଶୋର ଅବସ୍ଥା ଥିଲା ଯେ ସଂଘର୍ଷ ମୟ, ଦୃଢ଼ ଶକ୍ତି ନେଇ ଆଗକୁ ବଢିଲେ ମନରେ ନ ରଖି ଭୟ। ସ୍ବୟଂସିଦ୍ଧା ସେ ସ୍ବୟଂସଂପୂର୍ଣ୍ଣା ଆଦର୍ଶ ର ପ୍ରତିମୂର୍ତ୍ତି, କେତେ ଝଡଝଞ୍ଜା, ବାଧାବିଘ୍ନ ସହି ବିସ୍ଥାପିଲେ ନିଜ କୀର୍ତ୍ତି। ପଙ୍କରୁ ଉଦ୍ଭବ ପଦ୍ମଫୁଲ ସିଏ ସିଞ୍ଚିଲେ ମହକ ବାରି, ପୁରପଲ୍ଲୀ ରୁ ରାଜଧାନୀ ଦିଲ୍ଲୀ କ୍ରାନ୍ତି ର ମଶାଲ ଧରି। ମହାଭାରତର ଦୌପଦୀ ନୁହେଁ ସେ ପଞ୍ଚପତି, କୃଷ୍ଣ ସାହା, ଏ କଳି ଯୁଗରେ ଏକାକୀ ବଢିଲେ ଧରି ସତ୍ୟ,ଶାନ୍ତି ରାହା। ଓଡ଼ିଶାକୁ ସର୍ବେ ପଛୁଆ ଭାବିଲେ ମୁରୁଖ ରାଇଜ ବୋଲି, ମହାମହିମ ଆମ ଗରବ ରଖିଲେ ବଢ଼ିଗଲା ଆମ ଶିରି। ଓଡ଼ିଆ ଜାତିର ଅସ୍ମିତାର ପ୍ରତୀକ  ଯୋଗଜନ୍ମା ,ମହିୟସୀ, ଅକ୍ଷୁର୍ଣ୍ଣ ରହୁ ଅମ୍ଳାନ ପ୍ରତିଭା ହସି ଉଠୁ ଦେଶବାସୀ। କଳିଯୁଗର ଯାଜ୍ଞସେନୀ ତୁମେ  ଚିର ବନ୍ଦନୀୟା ମାତ, ସାଗରକୁ ମନ୍ଥି ପାଉଥାଅ ମୋତି ଦେଶ ହଉ ପଲ୍ଲବୀତ। ମିନାକ୍ଷୀ ଦ୍ବିବେଦୀ ନିଉ ଦିଲ୍ଲୀ ୭୯୭୮୦୮୨୮୩୪

ଯୋଗଜନ୍ମା ନରେନ୍ଦ୍ର ମୋଦୀ*

*ଯୋଗଜନ୍ମା ନରେନ୍ଦ୍ର ମୋଦୀ* ସମସ୍ତେ ଜିଣି ପାରନ୍ତିନି ରଣ, ସମସ୍ତେ ଛୁଇଁ ପାରନ୍ତିନି ମନ ହଁ ସେଇ ଯୋଗଜନ୍ମା,ଜନ୍ମେଜୟ ପୁରୁଷ  ସବୁରି ପ୍ରାଣରେ ଭରିଦେଲେ ଅମୃତର ରସ, ସମସ୍ତଙ୍କ ଝୋଲିରେ ଖେଳିଗଲା ସ୍ନେହ,ମମତା,ଆନନ୍ଦର ସ୍ବଚ୍ଛ ଉତ୍ସ ବସୁଧା ସହିଛି ଅଜସ୍ର କଷଣ, ସକଳ ଜୀବନ ସଂପି କରାଇଲେ ମଧୁ ସୁଧା ପାନ, ଶ୍ଳଥ ମୁଖେ ଖେଳିଗଲା ହର୍ଷ ଆକର୍ଷଣ। ହେ ଯୋଗ୍ୟ ସନ୍ତାନ, ଦେଶର ମଉଡମଣି ଧନ୍ୟ ତୁମ ଅମୃତ ସାଧନା, ଗୋଟି ଗୋଟି ଦେଶ ବାସି ହୃଦ ସ୍ପନ୍ଦନ କରି ଜପାମାଳି କିଣିନେଲ ସମସ୍ତଙ୍କ ଦୁଃଖ ସହି ଅନେକ ଯାତନା। ମା'ର ସିକ୍ତ ପଣତରୁ ଭୂମିରୁ ଭୂମା ଲମ୍ବିଗଲା କେତୋଟି ଦୀର୍ଘଶ୍ୱାସ, ବାସ୍ ଆଉ ନୁହେଁ... ନିଃସଙ୍ଗ,ନିଥର ବିବର୍ଣ୍ଣ ବସୁଧାରେ ଖେଳିଗଲା ମୃଦୁ ଗୁଞ୍ଜରଣ ପ୍ରଜାପତିର ଡେଣାରେ ଶୀତଳ ଚନ୍ଦନ ଲେପି,ମିଷ୍ଟ ବାଣୀ ସିଞ୍ଚି ଫୁଟାଇଲ ଶିଳା ପଦ୍ମ। ଏ ବିକା କିଣା ଦେଶରେ ଶିଖାଇଲ ରକ୍ତର ସମ୍ପର୍କଠୁ ବି ବଡ ଭିଟାମାଟି ର ସମ୍ପର୍କ, ଭାଇଚାରାର ସମ୍ପର୍କ। ବଢେଇ ଦେଲ ଆକାଶ ଆଡେ ସୁଖ ନଟେଇର ଡୋର, ସତ୍ୟ,ଧର୍ମ, ନ୍ୟାୟ ନୀତିର ତରାଜୁରେ  ଝଟକିଲା ଚେନାଏ ହସ ଉଷ୍ଣ ଆବେଗର ,ଉଷ୍ଣ ଆଶ୍ବସ୍ତିର। ହେ ଶୌର୍ଯ୍ୟ,ବୀର୍ଯ୍ୟ,ଉଦାର  ପ୍ରଶାନ୍ତି ପୁରୁଷ, ଜୀବର ବିଦଗ୍ଧ ପଥେ କଲ ଭାବର ପ୍ରସାର, ସଭିଙ୍କୁ ପାଇଲ ଭଲ  କରି ସାଦରେ ଆଲିଙ୍ଗନ  ରବିତଳେ ଭରିଲ ବିଶ୍ବାସ, ସ୍ବପ୍ନ କୁ କରି ସାକାର ରଚିଲ  ଇତିହାସ। ମହିୟସ...

ଅସହାୟ ହସ ଫୁଲ*

ଅଧା ଗଢା ହସ ଫୁଲ ଟିଏ, ନୀଳ ଆକାଶରେ ଅସୀମ ଶ୍ରଦ୍ଧା ତା'ର ପ୍ରାଣ ମଧୁ ଲହରୀ ରେ କିନ୍ତୁ ଅନେକ କୋଳାହଳ,ଅନେକ ପ୍ରଶ୍ନ ଏବେ ତ ଖୋଲିଛି ଗର୍ଭାଶୟ, ଚାରିଆଡେ ହଳାହଳ ବିଷ ସର୍ପ, ଏଇ ଦରବୁଜା ଆଖି ଖୋଲିବାର ଚେଷ୍ଟା ସତରେ.. କ'ଣ ସମ୍ଭବ.. ଆଖି ନଇଁ ଯାଏ କ୍ଷୋଭ,ହତାଶରେ ଆଃ.. କି କଷ୍ଟ ଦେଖି କି ପାରିବ ସେ ସବୁଜ ବନାନୀ ର ସବୁଜିମା..? ଟପ୍ ଟପ୍  ହୋଇ ଝରି ପଡୁଛି ବୁନ୍ଦା ବୁନ୍ଦା ଅଶ୍ରୁ ଆଜି ସେ ନିସ୍ତେଜ, କ୍ଲାନ୍ତ ପ୍ରାଣର ପ୍ରତିଟି ସ୍ପନ୍ଦନ ଅସହାୟ, ମର୍ମାହତ, ସମସ୍ତ ରଣ,କୌଶଳ ଶୂନ୍ୟତାର ଚାରି କାନ୍ଥରେ  ନିଲୀନ, ବିଲୀନ  ଅବିବେକି ମଣିଷ ଛିନ୍ନ ଭିନ୍ନ କରିଛନ୍ତି ସମସ୍ତ ବୃନ୍ତ,ଡାଳ ଅବଶୋଷ ତାର ଜନ୍ଜଜ ପତ୍ରିକା ଆଃ.. ବୁଝେଇ ପାରନ୍ତା କି  ତୁମ ପରି ମୁଁ ବି ଶ୍ରେୟଃ,ଈଶ୍ୱର ରଚିତ ଶେଷରେ ନିରବେଇ ଯାଏ ତାର ଶେଷ ସ୍ବପ୍ନ ମଉଳିଯାଏ ହସ ଫୁଲ  ଅମାନୁଷ,ସ୍ବାର୍ଥରୋପି ମଣିଷର ସନ୍ଧି ଜାଲରେ ।