*ଶୁଭେଚ୍ଛା ବାର୍ତ୍ତା* ପ୍ରତିଶୃତି ନୂଆ ସକାଳ ର ସଂକଳ୍ପ ଆଜି ପଞ୍ଚମ ସୋପାନରେ ପଦାର୍ପଣ କରିଛି । ସମସ୍ତ ସଦସ୍ୟ, କର୍ମକର୍ତ୍ତା,ପ୍ରତିଷ୍ଠାତା ଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା। ସାମ୍ପ୍ରତିକ ସମାଜରେ ସମସ୍ତେ ଜଞ୍ଜାଳ ଗ୍ରସ୍ତ।ଏକ ଆବେଗମୟ ମୁହୂର୍ତ୍ତ ରେ ନିଜ ଚିନ୍ତା,ଚେତନା କଳାତ୍ମକ ପ୍ରତିକ୍ରିୟା କୁ ଉତାରି ଦିଅନ୍ତି ଏକ କାଗଜରେ। ତାକୁ ସାଉଁଟି ଏକ ଫୁଲ ଗୁଚ୍ଛ ତିଆରି କରିବାର ପ୍ରତିଶ୍ରୁତି ନେଇଛି ଏଇ ପ୍ରତିଶୃତି ପରିବାର।ଏହି ପ୍ରତିଶ୍ରୁତି ପତ୍ରିକା ସ୍ବାଭିମାନ ର ଅସ୍ମିତା ବଜାୟ ରଖିଛି।ପଞ୍ଚମ ସୋପାନରେ ପଦାର୍ପଣ ତାର ସକ୍ରିୟତାର ପ୍ରତିକ।ଏହା ଏକ ଭିନ୍ନ ସ୍ୱାଦର ସାରସ୍ବତ ପତ୍ରିକା। ପଞ୍ଜୁରୀ ର ଦ୍ବାର ଖୋଲି ମୁକ୍ତ ଆକାଶରେ ଉଡାଣ ଭରିଛି। ଚାଲନ୍ତୁ ସେହି ଉଡାଣ ରେ ଆହୁରି ଇନ୍ଧନ ଭରିବା।ତା'ର ଉତ୍ତରୋତ୍ତର କାମନା କରି ପ୍ରତିଶ୍ରୁତି ପରିବାରର ସମସ୍ତ କର୍ମକର୍ତ୍ତା ଙ୍କ ମନୋବଳ ଦୃଢ଼ କରିବା। ବିଭୁ ପୟରେ ଏତିକି କାମନା। ମିନାକ୍ଷୀ ଦ୍ବିବେଦୀ ଉପଦେଷ୍ଟା ପ୍ରତିଶୃତି ପରିବାର ନିଉ ଦିଲ୍ଲୀ