Skip to main content

Posts

Showing posts from August, 2024

ମୋ ଭିତରେ ମୁଁ ର ସନ୍ଧାନ ----*

*---- ମୋ ଭିତରେ ମୁଁ ର ସନ୍ଧାନ ----* ମୋ ଭିତରେ ମୁଁ ର ଅନୁସନ୍ଧାନ କରିଛି ତା ଭିତରେ ପାଇଛି ଛୋଟ ଘର ଟିଏ ଗୋଟେ ଝରକା ଆରପାଖେ ନୀଳାଭ ଆକାଶ, ପଛ ଝରକା ଖୋଲି ଦେଲେ  ନିଳାମ୍ବୁ ସାଗର, ସାମ୍ନା ଦୁଆର ବାହାରେ  ଯନ୍ତ୍ରଣା ରେ ଘୁଷୁରୁଥିବା ପୃଥିବୀ  ତାପରେ ମୁଁ ବନିଯାଏ ସମଗ୍ର ମୁଲକର ବାଦଶାହା ଜୁଳୁ ଜୁଳୁ ସନ୍ଧ୍ୟା ତାରାର ଆଖି ରେ ବିଶ୍ବାସର ଚାରି ବୁନ୍ଦା ଲୁହ ସେଇ ମୁକ୍ତ କଣ୍ଠ , ମୁକ୍ତି ମନ ମିଞ୍ଜି ମିଞ୍ଜି ଜଳୁଥିବା  କ୍ଷୀଣ ଆଶାର ବହୁତ ଉର୍ଦ୍ଧ୍ବରେ, ମୁଁ ଏବେ ଆଦି ଅନ୍ତହୀନ ଈଶ୍ୱର  ମୁଁ ସୃଷ୍ଟି କରେ ଅସଂଖ୍ୟ ପରିଚୟ, ଅସଂଖ୍ୟ ଚେହେରା ଆଉ ଏକ ଇପ୍ସିତ ପୃଥିବୀ, ମୁଁ ହୋଇଯାଏ ଯାଦୁଗର ଯାଦୁଛଡି ଛୁଇଁ ଦେଲେ ମାଟି ପାଲଟେ ସୁନା ଋତୁ ବଦଳେ, ପତ୍ର କଅଁଳେ  ପବନ ଓହ୍ଲାଇ ଆସେ ନୀଳଶୈଳ କନ୍ଦରୁ ବର୍ଷା ଅଭିସାରେ ବାଦଲ ଆଖିରେ ଚମକ ଖେଳେ ଫୁଲ ସବୁ କୁରୁଳେଇ କୁରୁଳେଇ ନାଚି ଉଠନ୍ତି ଦୂର ଦିଗନ୍ତକୁ ଭାସିଯାଏ ଉଷା,ଉଷସୀର ସୁମଧୁର ବୀଣା ଝଂକାର ମୁଁ ଲେଖି ବସେ ଭାଗ୍ୟ ଲିପି ଜନ୍ମ ଦିଏ,ମୃତ୍ୟୁ ଦିଏ ମିଶେଇ ଦିଏ ସେମାନଙ୍କୁ  ମାଟି ରେ, ପାଣିରେ, ପବନରେ  ମୋ ଘରେ ଖେଳିଯାଏ ଅଗୁରୁ, ମୃତ୍ୟୁ ର ଗନ୍ଧ ତାପରେ ହଠାତ୍ ଅନ୍ଧାର ହିଁ ଅନ୍ଧାର ରୁଗ୍ମ ହୋଇଯାଏ ଅସ୍ତିତ୍ବ  ହଜାଇ ବସେ ଠିକଣା ପୁଣି ମୁଁ ର ସନ୍ଧାନରେ ସୃଷ୍ଟି ହୁଏ ଅନ୍ୟ ଏକ ଭିନ୍ନ ମଣିଷ ମୁଁ ମୋ ପାଇଁ ହୋଇଯାଏ ବକେୟ...

ମମତାମୟୀ ମ(ା ଶିଶୁ କବିତା)✓

***ମମତାମୟୀ ମା*** 'ମା' ନାମ ଉଚ୍ଚାରଣ ଏକକ୍ଷରୀ ମନ୍ତ୍ର ତା ଭିତରେ ଲୀନ ଯେତେ ଗ୍ରନ୍ଥ,ଶ୍ଳୋକ, ସ୍ତୋତ୍ର । ମଧୁ ଠାରୁ ମଧୁମୟ ହୃଦୟ ତାହାର ସ୍ନେହ, ଶ୍ରଦ୍ଧା,ଦୟା,ପ୍ରେମ ଅପାର ଭଣ୍ଡାର । ତା ପ୍ରଥମ ଶାଶ୍ଵତ ପ୍ରେମ ନାଲି ରଙ୍ଗ ଥିଲା ଗର୍ଭ ଚିରି,ଅନ୍ତଫାଡି ଜନମ ସେ ଦେଲା। ଦୁନିଆରେ ଶ୍ରେଷ୍ଠ ତାର ଅଲୌକିକ ପ୍ରେମ ବାତ୍ସଲ୍ୟ ମମତା ଭରା ପୂଣ୍ୟ ଗଙ୍ଗା ସମ। ଦ୍ବିତୀୟ ଶାଶ୍ଵତ ପ୍ରେମ ଧଳା ରଙ୍ଗ ଥିଲା ସ୍ତନ ଭାଙ୍ଗି ବକ୍ଷ ଚିରି ଉଦର ଭରିଲା । ମହୌଷଧି ସମ ତା'ର କରୁଣାର ବାରି ବିପଦକୁ ଆପଦୁ ଆମ ନୟା କରେ ପାରି। ସମର୍ପଣ,ବଳିଦାନ ତା ଗଳାର ହାର ସନ୍ତାନ ର ବିଶ୍ବାସ ସେ ପ୍ରଥମ ସ୍ବାକ୍ଷର। ତୃତୀୟ ଶାଶ୍ଵତ ପ୍ରେମ ତା ରଙ୍ଗ ପଣତ  ଘଣ୍ଟ ଘୋଡାଇ ରଖେ ସତେ ଶ୍ରୀକ୍ଷେତ୍ର ନେତ। ମା କୋଳ ରକ୍ଷା କବଚ ବଟ ବୃକ୍ଷ ଛାୟା ବ୍ରହ୍ମାଣ୍ଡେ ସ୍ବତନ୍ତ୍ର ଅଟେ ତା' ପବିତ୍ର କାୟା। ଏନ୍ତୁଡ଼ି ରୁ ମଶାଣି ସେ ପ୍ରେରଣାର ଉତ୍ସ ମା ହିଁ ଆଶା ଭରସା ମା ହିଁ ବିଶ୍ଵାସ। ମା ଡାକ ପ୍ରତିଧ୍ଵନି ଏକ ପବିତ୍ର ସ୍ପନ୍ଦନ  ତାର ଦିବ୍ୟ ପ୍ରେମାଶିଷ ହୁଏ ନାହିଁ ମ୍ଳାନ। ସୃଜନଶୀଳ ସୃଷ୍ଟିର ସେ ସୁତ୍ରଧାର ଟିଏ ଆତ୍ମା ପରମାତ୍ମା ମଝିରେ ଦେବୀ ସମ ସିଏ। ମମତା କଳନା ପାଇଁ ନାହିଁ କୋଉ ଯନ୍ତ୍ର  ତା ଜୀବନ , ତା ଅଶୀଷ ସତେ ଗାୟତ୍ରୀ ମନ୍ତ୍ର। ମା' ଠୁ ଆରମ୍ଭ ଜୀବନ ମା' ଠାରେ ଶେଷ ମା ପାଇଁ ଆମେ ସବୁ ନେଉଛେ ନିଃଶ୍ୱାସ। ମିନାକ୍ଷୀ ଦ୍ବିବ...

କୃଷ୍ଣଚୂଡ଼ା ର ହସ

ରାସ୍ତାକଡ କୃଷ୍ଣଚୂଡ଼ା ହସରେ ମହମହ ବାସ ମୁଣ୍ଡ ଉପରେ ସୂର୍ଯ୍ୟଙ୍କ ଟାହିଆ ସିଧା ସଳଖ ନିମନ୍ତ୍ରଣ କରେ  ତୋଫା ଜହ୍ନ ଆଲୁଅରେ ସେତା ମୁହଁ  ପାପର ପ୍ରାୟଶ୍ଚିତ ପାଇଁ ସତେ ବେରଙ୍ଗୀ ହୁଏ ଯୌବନ  ତାର ନିରିହତାରେ ସ୍ବପ୍ନ ଅଛି ଥଣ୍ଡା ପବନ,ମେଘ ,ନୀଳ ଆକାଶକୁ କୁଣ୍ଢେଇ ଗପି ଚାଲିଛି ମାପି ପାରୁନି ତା କଳଙ୍କିତ ଜୀବନର କାହାଣୀ  ମେଘର ଢାଙ୍କୁଣୀରେ ମୁହଁ ଲୁଚେଇ ଝରାଉଛି ଲୁହ ବାସ୍ନା ରହିତ,ମୁଲ୍ୟହୀନ ଜୀବନ ସକାଳର କଅଁଳିଆ ଛାତିରେ ପାଲଟି ଯାଏ ଶବ ହାଏ... ତା ଶେଷ ରାତ୍ରି ର ଷଡ଼ଯନ୍ତ୍ର ରେ ପଥହରା ହୁଅନ୍ତି ସ୍ବପ୍ନ  ମାଟିକୁ ସାୁଉଁଟି ଜୀବନ କୁ ପୋଷଣ କରେ ତଥାପି ତା ହାଲ୍କା ମନର ପାରିଲା ପଣ  ଅମଳିନ ହସରେ ସଜେଇ ହୁଏ ଆଉ ଗୋଟେ ଦୁଃଖ ର କାହାଣୀ  ନା ମନ୍ଦିର,ନା ଗୀର୍ଜା ,ନା ମସଜିଦ  ଅଲୋଡା ତା ଭାଗ୍ୟ ଆତ୍ମା କୁ ଦାବି କରେ ପ୍ରାପ୍ୟ  ରାତି ରାତିର କଅଁଳ କୋଳରେ  ବନ୍ଧା ପଡେ ତା ଅଭିଶପ୍ତ ଜୀବନ ତଥାପି ହସରେ ରଙ୍ଗ ବୋଳେ  ଲୁଚିଥିବା ଲୁହର ଗୁପ୍ତ ବେଶରୁ  ସପ୍ତରଙ୍ଗର ହୋରି ଖେଳେ କ୍ଳାନ୍ତ ମୁହଁ ରେ ଧୀରେ ଦୁଃଖ କୁ ଆଉଜେଇ  ହସି ହସି ସ୍ବାଗତ କରେ ସ୍ବପ୍ନ ରେ  ଝୁଲୁଥିବା ପ୍ରଥମ ରକ୍ତ ଟୋପା  ପବନ ସହ ବୁଝାମଣା କରି  ଘୁଷୁରି ଘୁଷୁରି ବାଟ କଢାଏ ଅଧର୍ମୀକୁ ଧର୍ମ ରାସ୍ତାରେ।।। ମିନାକ୍ଷୀ ଦ୍ବିବେଦୀ  ୭୯୭୮୦୮୨୮୩୪ ନିଉ ଦିଲ୍ଲ...

ବାପା: ଅବ୍ୟକ୍ତ ବ୍ୟକ୍ତିତ୍ଵ

(ବାପା: ଅବ୍ୟକ୍ତ ବ୍ୟକ୍ତିତ୍ଵ) ବେଳେ ବେଳେ ଅଭିମନ୍ତ୍ରିତ ହୋଇଯାଏ ମନ ବାପାଙ୍କ କବିତାର ପଂକ୍ତି ରେ, ଲାଗେ ସତେ ଯେମିତି ସବୁ ଶବ୍ଦ ଗୁଡିକ ସତ୍ୟର ଲଣ୍ଠନ ଧରି ଆଗେଇ ଆସୁଛନ୍ତି  କିଛି ନ ବୁଝି ମୁଁ ଶଦ୍ଦ ର ଅନୁଧାବନ କରେ ଶଦ୍ଦ ର ଶୀତଳତାରେ ବିମୁଗ୍ଧ ହୋଇ ଗାରେଇ ଦିଏ ଦୁଇ ଧାଡ଼ି, ତାଙ୍କର ପ୍ରତ୍ୟେକ ଟି କବିତାରେ  ବାରୁଣୀ ବୁଡ଼ ପକାଏ ଆତ୍ମ ଚେତନାର ହୁଏ ଉଦ୍ଭବ  ବଢିଯାଏ ଆତ୍ମବିଶ୍ବାସ  ଅବର୍ଣ୍ଣନୀୟ ବାପାଙ୍କ ବର୍ଣ୍ଣ ବିଭା ବର୍ଣ୍ଣବୋଧ ର ବର୍ଣ୍ଣନା ବାହାରେ  ତାଙ୍କୁ ବୁଝି ହୁଏନି କି ବୁଝାଇ ହୁଏନି ସେ ପରା ଅନନ୍ତ ର ଚୌପାଢୀ ଯେତେବେଳେ ହଲିଯାଏ ଜିଇଁ ବାର ଚାରିଖମ୍ବ ଶିଖେଇ ଦିଅନ୍ତି ବଞ୍ଚିବାର ବୀଜ ମନ୍ତ୍ର ସୂର୍ଯ୍ୟୋଦୟ ରୁ ଚନ୍ଦ୍ରୋଦୟ  ବିଚ୍ଛୁରିତ କରି ଦିଅନ୍ତି ଆଲୋକର ପ୍ରତିବିମ୍ବ  ସତରେ....  ସେ ମୋ କଳ୍ପନାର ସର୍ବୋଚ୍ଚ ପାହାଚ ହୁତାହୁତ ଉବୁଜିଲା ପ୍ରଶ୍ନର ଉତ୍ତର, ସଫଳତାର ଚାବିକାଠି  ଯୋଉଠି ବାପା ନାମକ ଶଦ୍ଦ ଅଛି ସେଠି ଭୋକ ଅଛି, ଭାତ ଅଛି ,ଛାତ ଅଛି ଗର୍ବ ଅଛି,ଦମ୍ଭ ଅଛି , ଅଛି ଦୁନିଆରେ ପରିଚୟ । ମିନାକ୍ଷୀ ଦ୍ବିବେଦୀ  ୭୯୭୮୦୮୨୮୩୪

ଜୟ ମା ଦୁର୍ଗା ଶିଶୁ କବିତା

ସବୁ ସୃଷ୍ଟି ର ସ୍ରଷ୍ଟା ଗୋ ତୁମେ.... ସବୁ ସୃଜନୀ ର ସର୍ଜନା, ସବୁ ପାପ ର ବିନାଶକ ତୁମେ.... ସବୁ ପୂଣ୍ୟ ର ସାଧନା। ସବୁ କ୍ଷତ ର ଉପଶମ ତୁମେ.... ସବୁ ଆନନ୍ଦ ର ଉତ୍ସ, ସବୁ କର୍ମ ର ପରିଣାମ ତୁମେ.... ସବୁ କ୍ଷେତ୍ରେ ତୁମେ ଅଛ। ସବୁ ଅନ୍ତ ର ଆରମ୍ଭ ହିଁ ତୁମେ..... ସବୁ ଆରମ୍ଭ ର କର୍ତ୍ତା, ସବୁ ଭକ୍ତ ର ଭକ୍ତି ହିଁ ତୁମେ.... ସବୁ ପ୍ରେମେ ଭର ବାର୍ତ୍ତା।

****ଆମ ଅଭିମାନ****ଶିଶୁ କବିତା ✓

****ଆମ ଅଭିମାନ****✓ ଭାରତ ମାତାର  ଜୟଗାନ କରି ଉଡେ ଧ୍ବଜା ଫରଫର, ସ୍ବାଧୀନତା ମାନ ଶିଖାଏ ସଭିଙ୍କୁ ଅନ୍ଧକାର କରି ଦୂର। ହର୍ଷ,ଉଲ୍ଲସିତ,ସ୍ବପ୍ନ ବିଭୂଷିତ ସମର୍ପଣ ଭାବ ନେଇ, ସେ ସୁବର୍ଣ୍ଣ ଦେଶର ସନ୍ତାନ ଆମେ ଭାରତ ଆମ ଜନ୍ମ ଭୂଇଁ। କାଶ୍ମୀର ଠାରୁ ଯେ କନ୍ୟାକୁମରୀ  ସୀମାନ୍ତରେ ସୁନାଭାଇ, ଜାଗ୍ରତ ପ୍ରହରୀ ବଳିଦାନ ଦିଏ ଦେଶ ପ୍ରେମ ବୋଧ ଗାଇ। ଅନୈକ ରେ ଐକ୍ୟ ପଢାଏ ସଭିଙ୍କୁ  ସ୍ବାଧୀନତା ସ୍ବାଦ ଭରି, ଭାଇଚାରା ସ୍ନେହ ହୃଦେ ନେଇ ସର୍ବେ ବିପତ୍ତି କରନ୍ତି ପାରି। ବୀର ପ୍ରସବନୀ ,ସୁର ପ୍ରଦାୟିନୀ  ଆମର ଏ ଜନ୍ମ ଭୁଇଁ, ଗଙ୍ଗା, ଗୋଦାବରୀ, କୃଷ୍ଣା,କାବେରୀ  ବହେ କଳ କଳ ହୋଇ। ମସ୍ତକେ ଶୋଭିତ ହିମାଳୟ ଶୃଙ୍ଗ ନଭ କୋଳେ ହସେ ରବି, ଚରଣ ପଖାଳେ ସାତ ପାରାବାର ସ୍ବାଧୀନତା ଚିର ଛବି। ଭୂମିରୁ ଭୂମା ତା ବିସ୍ତାରିତ କାୟା ଅଙ୍ଗେ ତା ସବୁଜ ମେଖଳା, ଚିର ପନ୍ନଗା ହସ ମଧୁଝରା ସଦା ଅଟେ ଶସ୍ୟ,ଶ୍ୟାମଳା। ଭାରତ ଆମର ଅଟେଯେ ସ୍ବତନ୍ତ୍ର ନେଇ ଅହିଂସାର ମନ୍ତ୍ର, ଇତିହାସ ପୃଷ୍ଠେ ଲେଖା ସ୍ବର୍ଣ୍ଣାକ୍ଷରେ ଗାନ୍ଧୀଜୀଙ୍କ ବ୍ରହ୍ମଅସ୍ତ୍ର। ଉଡ଼େ ଫର ଫର ତ୍ରୀରଙ୍ଗା ପତାକା  ଗୁଞ୍ଜେ ଜନ ଗଣ ମନ, ସ୍ବାଧୀନତା ଅଟେ ଆମ ଅଭିମାନ ରଖିବୁ ଧ୍ବଜାର ମାନ। ମିନାକ୍ଷୀ ଦ୍ବିବେଦୀ  ୭୯୭୮୦୮୨୮୩୪

****ବର୍ଷା****

****ବର୍ଷା**** ବର୍ଷା ଯଦି ଆସନ୍ତା  ତାର ମନ ମତଣିଆ ପାଗଳୀ ପ୍ରେମୀ ପରି ତାର ଅଭିମନ୍ତ୍ରିତ ମିଠା ମିଠା  ମହକକୁ ଅତର କରି ନିତି ଭିଜନ୍ତି , ମହକନ୍ତି ନିତିଦିନ ଏଇ ଝଡି ବର୍ଷା ତ ବୁଢି ଅସୁରୁଣୀ .. ତାର ସ୍ବାଦ ଅଛି ନା ବାସ୍ନା ଏ ତ ଲଘୁଚାପ ଟଣା ଓଟରା ଦଳା ଚକଟା  ଜବର ଦସ୍ତିଆ ବର୍ଷା ... ଏ ଭିଜିବାରେ ବା କି' ମଜା ...? ଯଦି ଖାଲି ଭିଜି ବାରେ ଥାଏ ମଜା.. ତାହେଲେ ସାଓ୍ବାର ତଳେ ତ ହର ଏକ ଦିନ ଶ୍ରାବଣ। ମିନାକ୍ଷୀ ଦ୍ବିବେଦୀ  ୭୯୭୮୦୮୨୮୩୪