ସବୁ ରାତି ନୁହେଁ ଅନ୍ଧକାର ରାତି ସବୁ ଦିବା ନୁହେଁ ଆଲୋକ, ସବୁ ଦୁଃଖ ନୁହେଁ ମନର ବେଦନା ଖୁସିରେ ବି ଝରେ ଲୋତକ। ସବୁ ଡୋର ନୁହେଁ ସଂପର୍କ ର ଡୋର ସବୁ ପ୍ରେମ ନୁହେଁ ଛଳନା, ସବୁ ରାଗ ନୁହେଁ ମନର ଭାବନା ଅଭିମାନେ ଥାଏ କାମନା। ସବୁ ଋତୁ ନୁହେଁ ବସନ୍ତ ର ଋତୁ ସବୁ ଫୁଲ ନୁହେଁ ପୂଜ୍ୟ, ସବୁ ହୃଦୟ ନୁହେଁ କଳୁଷିତ ସବୁ ଭୃତ୍ୟ ନୁହେଁ ତେଜ୍ୟ। ସବୁ ପ୍ରତିଶୃତି ନୁହେଁ କରଣୀୟ ସବୁ ଭକ୍ତି ନୁହେଁ ନିଷ୍ଠା, ସବୁ ଭାଗ୍ୟ ନୁହେଁ ଯେ ଦୁର୍ଭାଗ୍ୟ ସୌଭାଗ୍ୟ ଦେଖାଏ ପରାକାଷ୍ଠା। ସବୁ ଜନ୍ମ ନୁହଁ ସଫଳ ସାଧନା ସବୁ କର୍ମ ନୁହେଁ ହେୟ, ସବୁ ମୃତ୍ୟୁ ନୁହେଁ ଶେଷ ପରିଣତି ସୁକର୍ମର ହୁଏ ଜୟ।