Skip to main content

Posts

Showing posts from August, 2022

ସତ୍ୟତା

ସବୁ ରାତି ନୁହେଁ ଅନ୍ଧକାର ରାତି ସବୁ ଦିବା ନୁହେଁ ଆଲୋକ, ସବୁ ଦୁଃଖ ନୁହେଁ ମନର ବେଦନା ଖୁସିରେ ବି ଝରେ ଲୋତକ। ସବୁ ଡୋର ନୁହେଁ ସଂପର୍କ ର ଡୋର ସବୁ ପ୍ରେମ ନୁହେଁ ଛଳନା, ସବୁ ରାଗ ନୁହେଁ ମନର ଭାବନା ଅଭିମାନେ ଥାଏ କାମନା। ସବୁ ଋତୁ ନୁହେଁ ବସନ୍ତ ର ଋତୁ ସବୁ ଫୁଲ ନୁହେଁ ପୂଜ୍ୟ, ସବୁ ହୃଦୟ ନୁହେଁ କଳୁଷିତ ସବୁ ଭୃତ୍ୟ ନୁହେଁ ତେଜ୍ୟ। ସବୁ ପ୍ରତିଶୃତି ନୁହେଁ କରଣୀୟ ସବୁ ଭକ୍ତି ନୁହେଁ ନିଷ୍ଠା, ସବୁ ଭାଗ୍ୟ ନୁହେଁ ଯେ ଦୁର୍ଭାଗ୍ୟ ସୌଭାଗ୍ୟ ଦେଖାଏ ପରାକାଷ୍ଠା। ସବୁ ଜନ୍ମ ନୁହଁ ସଫଳ ସାଧନା ସବୁ କର୍ମ ନୁହେଁ ହେୟ, ସବୁ ମୃତ୍ୟୁ ନୁହେଁ ଶେଷ ପରିଣତି ସୁକର୍ମର ହୁଏ ଜୟ।

ଜୟ ଗଣପତି*

*ଜୟ ଗଣପତି* ଶ୍ରାବଣୀ ବର୍ଷାରେ ଭିଜି ଭିଜି ଆଜି ଭାଦୁଅ ଆସିଛି ଧାଇଁ, ନବ ଦୂର୍ବାଦଳେ,ସ୍ବର୍ଣ୍ଣ ଶସ୍ୟ ଶିରେ ବିନାୟକ ବିଜେ ପାଇଁ। ଆଦ୍ୟ ମଳୟେ ବାଢିଛି ପ୍ରକୃତି ସୁଗଭୀର ଅନୁରାଗେ, ସକଳ ପୂଜାର ଆଦ୍ୟଧର ଦେବ ଆଶୀଷ ଦେବେ ସରାଗେ। ଧୂପ, ପୁଷ୍ପ ଦେଇ କରୁଛୁ ସ୍ବାଗତ ଆହେ ବିଘ୍ନ ବିନାଶକ, ଥାଉ ଅନୁରାଗ ନିତ୍ୟ ଦେବ ତବ ବିପଦର ସହାୟକ। ମଙ୍ଗଳ ମୂରତି ଆହେ ବିଘ୍ନହର୍ତ୍ତା ସିଦ୍ଧି, ବୁଦ୍ଧି ପ୍ରଦାୟକ ତବ ନାମ ସ୍ମରି ପ୍ରାଣ ପର୍ଣ୍ଣାଳୟେ ଜାଗେ ମଧୁର ପୁଲକ। ମାତୃ ଆଜ୍ଞା କାରୀ କରିଲ ବଇରୀ ଯୁଦ୍ଧ କରି ପିତା ସହ ଗଜାନନ ନାମେ ହୋଇଲେ ବିଖ୍ୟାତ ପୋଛିଲ ମାତାଙ୍କ ଲୁହ। ବନ୍ଦେ ମହାକାୟ, ହେ ମୋଦକ ପ୍ରିୟ ତୁମେ ହିଁ ଅଗ୍ର ଆବାହନ, ଭଗ୍ନ ମନକୁ ନିର୍ବିଘ୍ନରେ ପ୍ରଭୁ କରାଅ ଅମୃତ ପାନ। ମୂଷିକ ର ପୃଷ୍ଠେ ହୋଇ ଉପବିଷ୍ଟ ମାତାପିତା ଚର୍ତୁପାଶ୍ବେ, ଭ୍ରମଣ କରି ହରାଇ ଭାଇକୁ ରଖିଲ ଯଶ ଏ ବିଶ୍ବେ। ଏ ପବିତ୍ର ପାର୍ବଣେ କରୁଛୁ ଆହ୍ବାନ ଆହେ ଶୈଳ ସୁତା ସୁତ, ଅଜ୍ଞାନ,ଅନ୍ଧାର ଦୂର ହଉ ପ୍ରଭୁ କରୁ ଭକ୍ତି ପ୍ରଣିପାତ।

ଜନ୍ମାଷ୍ଟମୀ

*ଜନ୍ମାଷ୍ଟମୀ* ଘନ ଘନ ଘୋର ଡମ୍ବରୁ ବାଜିଲା  ବରଷା ହେଲାଣି ବାଇ, ଅଷ୍ଟମ ପ୍ରହରେ, ଅଷ୍ଟମ ତିଥିରେ  ଝୁଲି ଝୁଲି ଆସୁ ତୁହି। ଭାଦୁଅ ମାସ ଟା କି ପୂଣ୍ୟ କରିଲା  ବାଛିନେଲୁ ଦିନ,ବେଳା, ସପ୍ତ ରାଗରେ ସଦ୍ୟ ଓଁ କାରେ ଦେଖାଇଲୁ ଲୀଳା,ଖେଳା। ଦେବକୀର କୋଳ ମଣ୍ଡନ କରିଲୁ ଧରାକୁ ଛୁଇଁଲା ପାଦ, ବସୁଦେବ ଙ୍କ ଶୃଙ୍ଖଳ ଖୋଲିଲୁ ଦେଖି ମନେ ଅପ୍ରମାଦ। ମୃଦୁ ମୃଦୁ ହାସ୍ୟେ ଆହେ ପୀତବାସ ଦେଖାଇଲୁ ଜ୍ୟୋତିରୂପ, ବସୁଦେବ ମନେ ଭରିଲା ବିଶ୍ବାସ ଦେଖି ତୋର ବିଷ୍ଣୁ ରୂପ। ଲୀଳା ଭିଆଇଲୁ ବନ୍ଦିଗୃହେ ଶ୍ୟାମ  ଗାଢ଼ ନିଦ୍ରା ଗଲେ ସର୍ବେ, ତତେ ନେଇ ପିତା ତଡିତ ଚଳିଲେ  ଯଶୋଦା କୋଳେ ସମର୍ପିବେ । ହୁଳହୁଳି ଶଙ୍ଖ ଧ୍ବନି ଗରଜିଲା କଲେ ଦେବ ପୁଷ୍ପ ବୃଷ୍ଟି, ଚନ୍ଦ୍ର ବଦନ ତୋ ଝଲସି ଉଠିଲା  ବାଃ ବାଃ ରେ ତୋହର ସୃଷ୍ଟି। କୃଷ୍ଣ ଅବତାରେ ରାଧା ଗୋପୀ ମେଳେ  ନାଟ ଭିଆଇଲୁ ଶ୍ୟାମ, ମାଖନ ଚୋର ଅପବାଦ ନେଇ  କିଣିଲୁ ସଭିଙ୍କ ପ୍ରେମ। ଅସୁର ନାଶିଲୁ ଗୋପାଳ ମେଳରେ  ଧେନୁ ବତ୍ସା ପଛେ ଯାଇ କପଟି କଂସକୁ କରିଲୁ ନିପାତ  ନେଇ ବଳରାମ ଭାଇ । ଆହେ ନାରାୟଣ ଅନନ୍ତ ଅସୀମ ଯଶୋଦା ରଙ୍କ ରତନ, ଜନମ ଦିନରେ କରୁଛୁ ସ୍ବାଗତ  କୋଟି ପ୍ରଣାଣ ଆମ ଘେନ। ମିନାକ୍ଷୀ ଦ୍ବିବେଦୀ ୭୯୭୮୦୮୨୮୩୪
 ଥରୁଟିଏ ତ ଖାଲି.....* ଥରୁଟିଏ ତ ଖାଲି ଚାହିଁ ଦିଅ....!!!! ଥରୁଟିଏ ତ ଖାଲି ଡାକିଦିଅ.....!!!!!! ଦେଇଦେବି .... ସବୁ ଦେଇଦେବି ଯାହା ମୁଁ ଯତନେ ସାଇତି ରଖିଛି ଯୁଗ ଯୁଗ କାଳ କାଳ ଧରି.... ଦେଇ ଦେବି ସବୁ ସୁଗନ୍ଧ... ପବନ କୁ ଫୁଲ ଦେଲା ପରି କୁଆଁରୀ ମନର ସବୁ ସ୍ବପ୍ନ, ସବୁ ଲଜ୍ଜା  ଦୁଇହାତ ଟେକି ଦେଇଦେବି.... ଥରୁଟିଏ ତ ତମେ ଡାକିଦିଅ  ତୁମ ବଂଶୀସୁରେ ମୋର ନାମ ନେଇ... କଳ କଳ ଛଳଛଳ ହୋଇ ବହିଯିବି.....  ନଦୀ ହୋଇ ତୁମ ମନ ସାଗରେ ମିଶିଯିବି.... ଅବ୍ୟକ୍ତ ଶଦ୍ଦ ଟିଏ ହୋଇ ରହିଯିବି ତୁମ ବେଣୁ ରନ୍ଧ୍ରେ, ଶରଦେ, ବସନ୍ତେ ଅବା ବୈଶାଖେ.... ଗାଇବାକୁ ପ୍ରେମ ସଂଗୀତ... ହେବି ରାଧା ରାଈ, କି ମୀରା, କି ରୁକ୍ମିଣୀ ହେବି ପ୍ରୀତିଲଗ୍ନା ଅବା ବିଭାବରୀ। ଥରୁଟିଏ ତ ତୁମେ ଚାହିଁ ଦିଅ ଶ୍ୟାମ, ଭରିଦେବି  ଅନ୍ତଃପୁର  କୁଳୁ କୁଳୁ ତାନେ, ରୁଣୁଝୁଣୁ ଶଦ୍ଦେ.... ମୋ ପ୍ରେମ ଉଚ୍ଛ୍ୱାସେ, ମୋ ନିରବ ସ୍ପର୍ଶେ ଅନ୍ତଃସତ୍ବ ହେବ ସଶଦ୍ଦ ସୁନ୍ଦରୀ... ପାଇ ମୋର ପ୍ରେମ ସୁଧା ପୂର୍ଣ୍ଣନାଭ ର ଲତାୟିତ ଜାଲେ, ପ୍ରଭାତ ଆଲୋକେ, ଅବା ଧୂସର ପ୍ରଦୋଷେ,  ଚନ୍ଦ୍ରାଲୋକେ ଅବା ଅମା ଅନ୍ଧକାରେ ଆନନ୍ଦ ନନ୍ଦନେ ଫୁଟାଇବି ପ୍ରୀତି ପାରିଜାତ, ମାନସରେ  ସୁତ୍ରୀଭ ସୌରଭ..... କରି ଆତ୍ମ ନିବେସନ.. ଥରୁଟିଏ ତ ଖାଲି ଚାହିଁ ଦିଅ.... ଥରୁଟିଏ ତ ଖାଲି ଡାକିଦିଅ.... ମୋ ନାମ ନେଇ....!!!!

ସ୍ବାଧୀନତା .....*

*ସ୍ବାଧୀନତା.....* ସ୍ବାଧୀନତା ଆମ ଚୀର ଅଭିମାନ ସ୍ବାଧୀନତା ଆମ ଦେଶର ବିଶ୍ଳେଷଣ ସ୍ବାଧୀନତା ଆମର ହୃଦବୋଧ ସ୍ବାଧୀନତା କରେ ସଂସ୍କୃତି ର ବିକାଶ ସ୍ବାଧୀନତା ଭରେ ଅନେକ ରେ ଏକତା ସ୍ବାଧୀନତା ମାନସିକତା ର ମୂଲ୍ୟବୋଧ ସ୍ବାଧୀନତା ସୁନ୍ଦର ସୃଷ୍ଟି ର କରେ ସର୍ଜନା ସ୍ବାଧୀନତା ଭାବ,ଭାଇଚାରାର ସଂପର୍କ ସ୍ବାଧୀନତା ଏକ ମୁକ୍ତ ଆକାଶର ବିହଙ୍ଗ ସ୍ବାଧୀନତା ନାରୀ ପୁରୁଷ ରେ ଭରେ ସମାନତା ସ୍ବାଧୀନତା ଆମ ଅହଂକାର ସ୍ବାଧୀନତା ପ୍ରେରଣା ର ଉତ୍ସ ସ୍ବାଧୀନତା ମୁକ୍ତ ଆକାଶର ବିହଙ୍ଗ ସ୍ବାଧୀନତା ଚୀର ହାସ୍ୟମୟୀ,ଚୀର ଲାସ୍ୟମୟୀ ଆନନ୍ଦମୟୀ ଧାରା ସ୍ବାଧୀନତା ମାନବିକତାର ମୂଲ୍ୟବୋଧ ସ୍ବାଧୀନତା ଏକ ମିଳିତ ସ୍ବର ସ୍ବାଧୀନତା ଖୁସିର ଲହର ସ୍ବାଧୀନତା ଆମ ପୂର୍ବଜ ଙ୍କ ବଳିଦାନ ସ୍ବାଧୀନତା ଆମ ଜୀବନର ରକ୍ଷଣଶୀଳ ନିଦାନ।

ଉଦାରୀକରଣ ର ୩୧ ବର୍ଷ ସମ୍ପର୍କ ରେ.....*

*ଉଦାରୀକରଣ ର ୩୧ ବର୍ଷ ସମ୍ପର୍କ ରେ.....* ଦେଶର ଅର୍ଥନୈତିକ ନୀତି ପ୍ରଣୟନ କ୍ଷେତ୍ରରେ ଉଦାରୀକରଣ ଏକ ଯୁଗୋପଯୋଗୀ ପଦକ୍ଷେପ। ଦେଶ ସ୍ବାଧୀନ ପରଠାରୁ ୧୯୯୧ ମସିହା ପର୍ଯ୍ୟନ୍ତ ଅର୍ଥ ବ୍ଯବସ୍ଥା ରେ ଏକ ରକ୍ଷଣଶୀଳ ଯୁଗ୍ମ ସରକାରୀ ଏବଂ ବେସରକାରୀ ପୁଞ୍ଜି ର ପ୍ରାଧାନ୍ୟ ଥିଲା । ବୈଦେଶିକ ପୁଞ୍ଜି ଲଗାଣ,ଆୟାତ ଓ ନିୟାତ ଉପରେ ଅନେକ କଟକଣା ଥିଲା। ସମାଜବାଦ ଚିନ୍ତାଧାରାକୁ ଅନୁସରଣ କରି ଜଗତୀକରଣ ଠାରୁ ଦେଶକୁ ଦୂରେଇ ରଖା ଯାଉଥିଲା । ଫଳତଃ ଦେଶର ବିକାଶ ହାର କିଛି ପରିମାଣରେ ଧିମେଇ ଯାଇଥିଲା। ଉଦାରୀକରଣ ଅର୍ଥ ହେଲା  ଦେଶର ଅର୍ଥନୀତିକୁ ନିୟନ୍ତ୍ରଣ ରୁ ମୁକ୍ତ କରିବା ବା ଅପସାରଣ କରିବା ଯାହାଦ୍ବାରା ଏକ ମୁକ୍ତ ଅର୍ଥନୈତିକ ପରିବେଶ ସୃଷ୍ଟି ହୋଇପାରିବ। ଏହି ଉଦାରୀକରଣ ନୀତି ମାଧ୍ଯମରେ ଘରୋଇ ଏବଂ ବୈଦେଶିକ ପୁଞ୍ଜି  ଲଗାଣରେ ବାଧା ସୃଷ୍ଟି କରୁଥିବା ନୀତି,ପ୍ରଶାସନିକ ନିୟମ, ପ୍ରଣାଳୀ କୁ  ସରଳ କରାଯାଇ ବିଶ୍ବ ବଜାର ସହିତ ଯୋଡିବା ପାଇଁ  ବ୍ଯବସ୍ଥା କରାଯାଇଥିଲା। ଏହି ପ୍ରକ୍ରିୟାରେ ବିଶ୍ବ ବେପାର ବାଣିଜ୍ୟ ର ସର୍ତ୍ତ ଗୁଡ଼ିକ ଲାଗୁ କରାଯାଏ।  ୨୦୨୨ ଜୁଲାଇ ମାସ ଉଦାରୀକରଣ ର  ୩୧ତମ ବାର୍ଷକୀ ଅଟେ। ୧୯୯୧ ମସିହା ଜୁଲାଇ ୨୪ ତାରିଖ ରେ ତତ୍କାଳୀନ ଅର୍ଥମନ୍ତ୍ରୀ ଶ୍ରୀ ମନମୋହନ ସିଂହ ଙ୍କ ଦ୍ଵାରା ବଜେଟ ଭାଷଣରେ ଉଦାରିକରଣ ପ୍ରସ୍ତାବ ର ଉଲ୍ଲେଖ କରାଯାଇଥିଲା ଏବଂ ପ୍ରାରିତ କରାଯାଇଥିଲା। ଆମ ...

rakhi purnima

*ରାକ୍ଷୀ ପୂର୍ଣ୍ଣିମା* ବିଧାତା ଗଢିଛି ଏମିତି ବନ୍ଧନ ଭାଇ ଭଉଣୀ ସ୍ନେହ ମନେ କରି ଧ୍ୟାନ, ସେହି ସଂପର୍କ ଅଟେ ଯେ ଦୁର୍ଲଭ କେହି ନ ଦେଖନ୍ତି ନିଜ କ୍ଷତି ଲାଭ, ରାକ୍ଷୀ ନୁହେଁ ସେତ ମମତାର ଡୋର ରକ୍ଷା କବଚ ଭାଇ ଅଟେ ଭଉଣୀର, ସୁଭଦ୍ରା ଗେହ୍ଲେଇ ଭାରି ସୁକୁମାରୀ ଜଗା,ବଳିଆ ହାତେ ବାନ୍ଧନ୍ତି ଡୋରୀ, ସୁଖେ ଦୁଃଖେ ଦୁହେଁ ସାକ୍ଷୀ ରୁହନ୍ତି ଭଉଣୀକୁ ନେଇ ରଥେ ବୁଲନ୍ତି, ବଳରାମ ଙ୍କ ଆଜି ଜନମ ତିଥି  ଶାସ୍ତ୍ରରେ ଏହାର ଅଛି ଟି ନୀତି, ଗାଈ,ବଳଦ ଙ୍କୁ ପୂଜା କରନ୍ତି ମଣ୍ଡା,ଏଣ୍ଡୁରି ଭୋଗ ଲଗାନ୍ତି, ଆମ ସଂସ୍କୃତି ର ଏ ମହାନ ପର୍ବ  ଝୁଲଣ ଝୁଲନ୍ତି ରାଧା ମାଧବ, ସତ୍ୟ ସନାତନ ଧର୍ମ ପରମ୍ପରା ଓଡ଼ିଆ ସଂସ୍କୃତି ଅତି ନିଆରା, ଜାତି,ଧର୍ମ ଭୁଲି ସର୍ବେ ପାଳନ୍ତି  ବିଶ୍ବାସ ରଜ୍ଜୁ ରେ ବନ୍ଧା ରୁହନ୍ତି ।

ରକ୍ଷା ବନ୍ଧନ

[8/9, 7:00 PM] Minakshi Dwivedy: ବିଧାତା ଗଢିଛି ଏମିତି ବନ୍ଧନ ଭାଇ ଭଉଣୀ ସ୍ନେହ ମନେ କରି ଧ୍ୟାନ ସେହି ସଂପର୍କ ଅଟେ ଯେ ଦୁର୍ଲଭ କେହି ନ ଦେଖନ୍ତି ନିଜ କ୍ଷତି ଲାଭ ରାକ୍ଷୀ ନୁହେଁ ସେତ ମମତାର ଡୋର ରକ୍ଷା କବଚ ଅଟେ ସଦା ଭଉଣୀର। [8/9, 11:35 PM] Minakshi Dwivedy: ଭାଇ, ଭଉଣୀ ର ପ୍ରିତୀ ବନ୍ଧନ ଏ ରାକ୍ଷୀ ତ ସୁରକ୍ଷା କବଚ ଏହି ରାକ୍ଷୀ ସଦା ରହିଥାଉ ସାକ୍ଷୀ  ବିଶ୍ବାସ ରେ ଚଢୁ ପାହାଚ। [8/9, 11:50 PM] Minakshi Dwivedy: ସେନେହ ସୂତା ରେ ମମତା ମାଳିରେ ବାନ୍ଧିଲି  ତୋ ହାତେ ରାକ୍ଷୀ ମୋ ଆୟୁଷ ତତେ ଲାଗିଯାଉ ଭାଇ ରାକ୍ଷୀ ହବ ତାର ସାକ୍ଷୀ। [8/9, 11:50 PM] Minakshi Dwivedy: ଭାଇ, ଭଉଣୀ ର ପ୍ରିତୀ ବନ୍ଧନ ଏ ରାକ୍ଷୀ ତ ସୁରକ୍ଷା କବଚ ଏହି ରାକ୍ଷୀ ସଦା ରହିଥାଏ ସାକ୍ଷି ବିଶ୍ବାସ ରେ ଚଢେ ପାହାଚ।

ବର୍ଷା ର ଗଜଲ୍

*ବର୍ଷା ର ଗଜଲ୍* ଏଇ.....ଦେଖିଲ  ଟିକେ... ସେ ବର୍ଷା କେମିତି ଗୀତ ଗାଇ ଥେଇ ଥେଇ ହୋଇ ନାଚୁଛି ତା ପ୍ରୀୟତମ ସ୍ପର୍ଶ ପାଇ ପୂର୍ଣ୍ଣଗର୍ଭା ହୋଇ ଉଠିଛି  ବୋଧେ  ଆଃ...କେତେ ଖୁସି ଆଜି ସେ.. ଦେଖିଲ ଦେଖିଲ ଟିକେ ପ୍ରେମରେ ବାଦଲ ଟା ତାକୁ କେମିତି ବାହୁକୁ ଟାଣି ଆଣୁଛି ବାରମ୍ବାର, ବର୍ଷା କଣ ମାନୁଛି... ସପ୍ତରଙ୍ଗୀ ଶାଢ଼ୀ ରେ ପରିପାଟୀ ହୋଇ, ଆହୁର ସୁନ୍ଦର ହୋଇ ତାକୁ କେମିତି ଜଳଉଛି ଦେଖୁନ... ପ୍ରଗଳ୍ଭା ହୋଇ ଉଠିଛି ଆଜି ବୋଧେ ସେ, ତା ପାଉଁଜି ର ଛମ୍ ଛମ୍ ଶଦ୍ଦ ଆହାଃ.... କେତେ ମନଲୋଭା ସତରେ ଆବୋରି ବସିଛି ଦୃଢ଼ ଅନ୍ତରୀକ୍ଷ, ବାଦଲ ର ଛାତିକି ଛୁଇଁ ଯାଉଛି ଫୁରୁ ଫୁରୁ ଉଡୁଥିବା ତାର ଘନ ମୁକୁଳା କେଶ, ଦେଖନା ...ତାକୁ ଦେଖି ସେ ଅଲାଜୁକୀ ବିଜୁଳି ମୁହଁ ଲୁଚେଇ ଲୁଚେଇ କେମିତି ହସୁଛି,  ଧେତ୍... ମୁଁ କାହିଁକି ଲାଜ କରୁଛି...? ସତରେ ବର୍ଷା ଟା ବଡ଼ ଫୁଲେଇ... ବଡ଼ ଗେହ୍ଲେଇ... ସ୍ନିଗ୍ଧ ହାସ୍ୟ ରେ ସମୀର ମଧ୍ୟ ତାକୁ ଛୁଇଁ ବାକୁ ଆପ୍ରାଣ ଚେଷ୍ଟା କରି ଚାଲିଛି, ଋତୁମତୀ ଧରିତ୍ରୀ ତାକୁ କେମିତି ଆ ଆ ଡାକୁଛି.. ଭାରି ଭାଗ୍ୟଶାଳୀ ସେ... ସତରେ ଭାରି ଈର୍ଷା ହଉଛି ତାକୁ ଦେଖି, ଫୁଲେଇ ରାଣୀ କୃଷ୍ଣ ଚୂଡା ର ନାଲି ଓଢଣୀ ଟାଣି ମନରେ ପ୍ରିୟ ମିଳନର ଲାଳସା ରଖିଛି, ଛିଃ.... କେତେ ଅଲାଜୁକି ସେ... ସଜେଇ ହଉଛି ପ୍ରିୟ ମନ କୁ ଆହୁରି ରସାମୟ କରିବାକୁ ପ୍ରଣୟୀ ରାଜକୁମାରୀ  ଆଖିରେ କେତେ ଅସୁମାରୀ...

*ଉଦାରୀକରଣ ର ୩୧ ବର୍ଷ ସଂପର୍କ ରେ.....

*ଉଦାରୀକରଣ ର ୩୧ ବର୍ଷ ସଂପର୍କ ରେ.....* ଉଦାରୀକରଣ ଅର୍ଥ ହେଉଛି ଏହିପରି ନିୟନ୍ତ୍ରଣ କୁ ମୁକ୍ତ କରିବା ବା ଅପସାରଣ କରିବା ଯାହାଦ୍ବାରା ଅର୍ଥନୈତିକ ବିକାଶ ହୋଇପାରିବ।  ଏହି ଉଦାରୀକରଣ ନୀତିରେ ଦେଶରେ ଅର୍ଥନୈତିକ କଲ୍ୟାଣ ବା ବିକାଶରେ ବାଧା ସୃଷ୍ଟି କରୁଥିବା ନିତି,ନିୟମ, ପ୍ରଶାସନିକ ନିୟମ, ପ୍ରଣାଳୀ କୁ ବନ୍ଦ କରାଯାଏ ବା ଶିଥିଳତା ଅଣାଯାଏ। ଏହି ପ୍ରକ୍ରିୟାରେ ବିଶ୍ବ ସହିତ ବେପାର ବାଣିଜ୍ୟ ର ସର୍ତ୍ତ ଗୁଡ଼ିକ ଲାଗୁ କରାଯାଏ। ଯା'ଦ୍ବାରା ଆର୍ଥିକ ଅବସ୍ଥା ର ବିକାଶ ହେବା ସଙ୍ଗେ ସଙ୍ଗେ ଦେଶର ସର୍ବଦଳୀୟ ଅଗ୍ରଗତି ମଧ୍ୟ ହୋଇଥାଏ। ବହୁମୁଖୀ ପ୍ରଗତିକୁ ମଧ୍ୟ ଆଗେଇ ନେଇଥାଏ। ୨୦୨୨ ଜୁଲାଇ ମାସ ଉଦାରୀକରଣ ର  ୩୧ତମ ବାର୍ଷକୀ ଅଟେ। ୧୯୯୧ ମସିହା ଜୁଲାଇ ୨୪ ତାରିଖ ରେ ତତ୍କାଳୀନ ଅର୍ଥମନ୍ତ୍ରୀ ମନମୋହନ ସିଂହ ଙ୍କ ଦ୍ଵାରା ବଜେଟ ଭାଷଣ ଉପରେ ଅଧିବେଶନ ହୋଇଥିଲା। ସେତେବେଳେ ଏହି ଉଦାରୀକରଣ ନୀତି ଲାଗୁ କରିଥିଲେ। ଆମ ଦେଶ ଯେତେବେଳେ ସ୍ବାଧୀନତା ଲାଭ କଲା ଦେଶର ଅର୍ଥନୈତିକ, ରାଜନୈତିକ ସମସ୍ତ ବ୍ୟବସ୍ଥା ଏକ ଶୈଶବ ଆକାରରେ ଥିଲା । ତାହାରି ଉପରେ ଅନେକ ବିଦେଶୀ ଛଞ୍ଚାଣ ଙ୍କ ଲୋଲୁପ ଦୃଷ୍ଟି ନିବିଦ୍ଧ ଥିଲା। ଅନ୍ତଃରାଷ୍ଟ୍ରୀୟ ବେପାରୀ,ପୁଞ୍ଜିପତି,ବଡ଼ ବଡ଼ ଅନେକ ସଂସ୍ଥା ,ବିକାଶଶୀଳ ଦେଶ ଆମ ଦେଶରେ ଅର୍ଥ ବିନିଯୋଗ କରିବାକୁ ଚାହୁଁଥିଲେ। କିନ୍ତୁ ସେତେବେଳେ ଡର ଥିଲା ସେମାନେ ଆମର ଅର୍ଥନୈତିକ, ରାଜନୈତିକ, ସାମାଜ...

କି ନାମରେ ଡାକିବି କୁହ

*କି ନାମରେ ଡାକିବି କୁହ* କି ନାମରେ ଡାକିବି କୁହ.... ଖୁସି କି ଭରସା ପ୍ରତିକ୍ଷା କି ଅଭିପ୍ସା ଗଙ୍ଗା କି ପୂଣ୍ୟତୋୟା ସବୁତ ତୁମରି ମାୟା। କି ନାମରେ ଡାକିବି କୁହ.... ଆଶା କି ପିପାସା ଝରଣା କି ବରଷା ଚନ୍ଦ୍ରିକା କି ଜୋଛନା ସବୁ ତ ତୁମରି ରଚନା। କି ନାମରେ ଡାକିବି କୁହ.... କୃଷ୍ଣା କି ତୃଷ୍ଣା ଫୁଲ କି ବାସ୍ନା ତନ୍ଦ୍ରା ଅବା ସ୍ବପ୍ନା ସବୁ ତ ତୁମରି ସର୍ଜନା। ହଁ....ଜାଣେ...  ତୁମେ ବସନ୍ତର ବାସନ୍ତୀ ଫଗୁଣର ଋତୁମତୀ ମେଘମନା ପ୍ରେୟସୀ ସଞ୍ଜ ର ତୁଳସୀ ସୁଗନ୍ଧିତା ଯୌବନ  ଭରିଦିଅ ପ୍ରିତିସ୍ବାନ କାନ୍ତି ତୁମ ଅପସରା ପ୍ରେମିକର ଲକ୍ଷେ ହୀରା ତଥାପି ତୁମେ ଅନାମିକା  କଳ୍ପନାର ଚିତ୍ରଲେଖା ଦେଖି ତୁମ ଆଖି ଧୂଆଁ ବୁଝିଯାଏ ପ୍ରେମମାୟା। ପ୍ରେମର ସଜ୍ଞା କୁହ...  ଅସ୍ମିତା କି ଆତ୍ମୀୟତା ବା କବିର ଭାବ କବିତା ବାସ୍.... ସେତିକି.... ତୁମେ ପ୍ରେମିକ ର ରଚନା  ଅବୁଝା ଏକ କଳ୍ପନା, ଅଦୃଶ୍ୟ ଏକ ଅବଶୋଷ, ବ୍ୟଥା ସକାଳ ର ଶେଷ ହସ ତଥାପି  କି ନାମରେ ଡାକିବି କୁହ.....!!! ମିନାକ୍ଷୀ ଦ୍ବିବେଦୀ ନିଉ ଦିଲ୍ଲୀ ୭୯୭୮୦୮୨୮୩୪