Skip to main content

Posts

Showing posts from August, 2020

ସିକ୍ତତା

ରିକ୍ତ ସ୍ବପ୍ନ ର ତ୍ରସ୍ତ ବୁକୁରେ  ଉଦ୍ ବେଳିତ ମନୋଭାବ, ଦଗ୍ଧ ବେଦନାର ପିପାସିତ ହୃଦେ କାରୁଣ୍ୟ ର ପରାଭବ ଭଗ୍ନ ମନୋରଥ ନିର୍ବିଘ୍ନ  ଜ୍ବାଳା ରେ ମନ ହୁଏ ଇତଃସ୍ତତଃ, ଦଧିନଉତି ର କଟାକ୍ଷ ବୁକୁରେ ଆଜିହୁଏ ଭୀତତ୍ରସ୍ତ। ସୁପ୍ତ କାମନାର ଆଦ୍ର ପିପାସୁ କଳଙ୍କିତ ଶ୍ବେତ ପଦ୍ମ, ନିତି ନିଶିଥୀର ନିଃଶବ୍ଦ କୁନ୍ତଳେ ହରାଇଛି ଶେଷ ଧର୍ମ। ବ୍ୟଥିତ ପ୍ରାଣୁ ରକ୍ତ ଲହୁ ଆଜି  ମାନୁନି ଶ୍ରାବଣୀ ଧାରା, ତପ୍ତ ନିଃଶ୍ୱାସେ ଉତ୍ତପ୍ତ ହୋଇଛି ସିକ୍ତ ମନ ଅନ୍ତର୍ଜ୍ବାଳା।

ଭାବାବେଗ

କବି ସମ୍ମିଳନୀ ପାଇଁ ଆଉ ଏକ ଘଣ୍ଟା ବାକି ଅଛି। ଷ୍ଟେଜ ପୁରା ରେଡି ହେଇ ଗଲାଣି। ଆଠ ଦଶ ଟା ଚେୟାର ଭି ଧାଡ଼ି ଧାଡ଼ି ହୋଇ ପଡ଼ି ଗଲାଣି।  ରଙ୍ଗ ବେରଙ୍ଗ ଫୁଲ ରେ ଷ୍ଟେଜ ଟା ବହୁତ ସୁନ୍ଦର ଦେଖା ଯାଉଛି। ଧୀରେ ଧୀରେ ଶ୍ରୋତା ମାନଙ୍କ ଆଗମନ ଭି ବଢ଼ି ଚାଲିଛି।   ଆମେ ଘୋଷରା ନେସଡା  ପଙ୍ଗତ ଖିଆ କବି ଗୁଡାକ। ଗୋଟେ ଦି ଟା କବିତା ପାଠ କରି ଆମେ କୃତକୃତ୍ୟ। ମୁଁ ହାସ୍ୟ, ବ୍ୟଙ୍ଗ କବିତା ପାଠ କରେ ବୋଲି ଲୋକେ ଟିକେ କରତାଳି ଦିଅନ୍ତି। ମୋ ମନ ସେଥିରେ କୁଣ୍ଢେମୋଟ ହୋଇଯାଏ।  ସେଇଥିପାଇଁ ଦୌଡ଼ି ଆସିଛି ଏଇ ଚେନ୍ନାଇ ସହରକୁ।   କବି ସମ୍ମିଳନୀ ବାହାନା ରେ.... ସହର ଟିକେ ତ ବୁଲିହବ.....!!!! ହଠାତ୍ ଭାବନା ଟା କଲେଜ ସାଙ୍ଗ ମନୁଆ ଆଡ଼କୁ ଟାଣି ହୋଇଗଲା।  ମନୁଆ.... ମାନସ ରଞ୍ଜନ....ବହୁତ ମନେ ପଡୁଛି ଆଜି। କଲେଜ ଛାଡିବା ଦିନଠୁ ଆମେ ପରସ୍ପରକୁ କେବେ ଭେଟିନୁ ଯଦିଓ....ଆମେ ଅନ୍ତରଙ୍ଗ ବନ୍ଧୁ କିନ୍ତୁ ଥିଲୁ।ଏବେ ଭି ଅଛୁ ନିଶ୍ଚୟ। ତାରି ହସି ମଜାକ ରେ ହିଁ ତ ମୁଁ ଗୋଟିଏ ନେସଡା କବି ପାଲଟି ଯାଇଥିଲି କଲେଜ ଜମାନା ରେ....  ସେଇ କବିତ୍ଵ ଭାବ  ଟା ଏବେ  ଭି ଟିକେ ରହି ଯାଇଛି ବୋଧହୁଏ।  କିଏ ପ୍ରଶଂସା କରୁ କି ନ କରୁ ସେ ମୋ କବିତା କୁ ବହୁତ ପ୍ରଶଂସା କରୁଥିଲା।  ସେ ମୋର ମେନ୍ ପ୍ରୋତ୍ସାହକ ଥିଲା। ତାରି କଥାରେ ଛୋଟ ମୋଟ ଲେଖା କବିତା ଫେସବୁକ, ହ୍ବାଟସ ଅ...

ପଳାଶ

ପଳାଶ ଫୁଲ ମୁଁ ବାସନା ନାହିଁ ହୃଦ କୁ ମୋ' କେହି ଛୁଇଁଲେ ନାହିଁ ସମସ୍ତେ ସିନା ମୋ ରୂପ କୁ ଦେଖିଲେ ପ୍ରେମ ରେ କେହି ପଡ଼ିଲେ ନାହିଁ

ନୟନ ତାରା

*ତୁମେ ଦୁହେଁ ମୋର*  *ନୟନ ପିତୁଳା* *ହସ ତୁମ  କଜଳ ଗାର।* *କଥାରୁ ତୁମର ଅମୃତ ଝରଇ* *ମମତା ର ବୁହେ ଧାର। (୧)* *ଦେବକୀ ଭି ମୁହିଁ* *ଯଶୋଦା ଭି ମୁହିଁ* *ପାର୍ବତୀ, ଅଞ୍ଜନା,ସୀତା*  *ତୁମେ ଦୁହେଁ ଅଟ ଗଳା ମାଳି ମୋର* *ହୁଅ ଯେ ଜଗତ ଜିତା(୨)* *ବୋଉ ବୋଉ ଡାକେ ପୁରି ଉଠେ ମନ* *ଶୀତଳ ଚନ୍ଦନ ଲାଗେ* *ସବୁ ବ୍ୟଥା ମୋର ଦୂର ହୋଇଯାଏ* *ତୁମ ସ୍ନେହ ଅନୁରାଗେ।(୩)* *ଥାଉ ଆଶୀର୍ବାଦ* *ଜଗା କାଳିଆର* *ଚଲା ପଥେ ତୁମ ନିତି।* *ଜୀବନରେ ଦୁହେଁ* *ବିକଶିତ ହୁଅ* *ଝଟକୁ ହୀରାର ଜ୍ୟୋତି।(୪)*

ବହୁରୂପୀ

ନିଦାଘ ଜାଳଇ ଫୁଲ ଉପବନ  ନିଆଁ ତ ଜାଳଇ ବନ ଜହ୍ନ ର ପ୍ରେମରେ କଇଁ ତ ଜଳଇ ବିରହରେ ଜଳେ ମନ।(୧) କୁହୁଡି ଜାଳଇ ବଉଳର ଫୁଲ ସ୍ମୃତି ନିଆଁ ହୃଦ ଜାଳେ.... ଜଳନ୍ତା ଜୁଇ ରେ ନାରୀ ଯେ ଜଳଇ ବୁଝନ୍ତିନି କାଳେ କାଳେ।(୨) ଈର୍ଷା ର ନିଆଁ ରେ ସଂପର୍କ ଜଳଇ ଭୋକ ର ନିଆଁ ରେ ପେଟ.... ଭଙ୍ଗୁର କାଚ ଯୋଡ଼ି କି ହୋଇବ ମନ ହୁଏ ଛଟପଟ।(୩) କ୍ରୋଧର ନିଆଁ ରେ ମଣିଷ ଜଳଇ ମିଛର ନିଆଁ ରେ ସତ୍ୟ। ଅଭାବ ନିଆଁ ରେ ବୁଦ୍ଧି ଜଳିଯାଏ ଛଳନା ନିଆଁ ରେ ଭୃତ୍ୟ।(୪) ଭଲ ପାଇବାର ଜଳନ୍ତା ଧୋଖାରେ କୁହୁଳି ଉଠଇ ମନ... ସଂଦେହ ନିଆଁ ଟି ବଡ଼ ମାରାତ୍ମକ ସଂପର୍କ କରଇ ନ୍ୟୁନ।(୫) ଦରିଦ୍ର ନିଆଁ ରେ ବିବେକ ଜଳଇ ଧନ ର ନିଆଁ ରେ କର୍ମ... ଦୁଇ ଅକ୍ଷର ଏଇ ନିଆଁ ର ନାମଟି ଅଟେ ଯେ ବଡ଼ ବିଷମ।(୬) *ମିନାକ୍ଷୀ*

ଏ .. ନୁହେଁ କାହାଣୀ

ଅଳକା ଆଖି ରେ ନିଦ ନ ଥାଏ।ଖାଲି ଏପଟ ସେପଟ କଡ଼ ଲେଉଟାଇ କ'ଣ ସବୁ ଭାବୁଥାଏ।ଆଲୋକ କେତେବେଳୁ ଶୋଇ ପଡିଲେଣି।ମନରେ ବେକାର ଭାବନା  ଉବୁ ଟୁବୁ ସହ ଆଲୋକ ଙ୍କ ଘୁଙ୍ଗୁଡ଼ି।ଅସହ୍ୟ ବୋଧ ହୋଉଥାଏ  ଅଳକା କୁ। ଏଇଟା ତାର ନିତିଦିନିଆ କଥା।ଡାକ୍ତର ମାଇଲ୍ଡ ନିଦ ଔଷଧ ଦେଇଛନ୍ତି। କିନ୍ତୁ ସେ ଖାଏନି କାଳେ ଅଭ୍ୟାସ ହେଇଯିବ ବୋଲି।       ଆଜି କାହିଁକି ପୁରୁଣା କଲେଜ କଥା ବହୁତ ମନେ ପଡୁଛି ତାର। କଲେଜ ସମୟ ରେ ସେ ଗୋଟେ ଉଛୁଳା ନଈ ଟିଏ ଥିଲା। ଆଉ ରାଗିଣୀ ସତେ ଯେମିତି ସେ ନଈର ଧାର....  ରାଗିଣୀ ଅଳକା ର ଗାଲ ଚିପି ସବୁବେଳେ କହେ ମୁଁ ଯଦି ପୁଅ ହେଇ ଥାନ୍ତି ନା...ତତେ ହିଁ ବାହା ହେଇଥାନ୍ତି। ଖିଲି ଖିଲି ହୋଇ ହସି ଉଠେ ଅଳକା। ଦୁହେଁ ବହୁତ ଅନ୍ତରଙ୍ଗ ଥିଲେ। ଦଣ୍ଡେ ନ ଦେଖିଲେ କିଏ କାହାକୁ ରହି ପାରୁ ନଥିଲେ। ଦାରିଦ୍ର୍ୟତା ହେତୁ ରାଗିଣୀ ବେଶି ପଢି ପାରିଲାନି । ଭଲ ପାତ୍ର ଟିଏ ଦେଖି ତାକୁ ବାହା କରି ଦେଲେ ତା ବାପ ମା। କଲେଜ ସରୁ ସରୁ ଅଳକା ଭି ବାହା ହେଇଗଲା। କର୍ତ୍ତବ୍ୟ ର ରଥରେ ଯିଏ ଯାହା ଜୀବନ ରେ ବ୍ୟସ୍ତ ରହିଗଲେ। ଧୀରେ ଧୀରେ ଆଳାପ ମେଳାପ ଭି ବନ୍ଦ ହେଇଗଲା।  ଆଜି କାହିଁକି କେଜାଣି ରାଗିଣୀ କଥା ତାର ବହୁତ ମନେ ପଡୁଛି। କୋଉଠି ଅଛି...?? କେମିତି ଅଛି ...??  କେମିତି ଖୋଜିବ ତାକୁ ? ତା ବାପା ମା ଭି ତ ନାହାନ୍ତି!!! ଏମିତି ଭାବୁ ଭାବୁ ନିଦ ହେଇ ଯାଇଛି। ହଠାତ୍ କ...

ଭସା ମେଘ

ହଠାତ୍ ସୁନନ୍ଦା ର ଧଡ଼ କି ନିଦ ଭାଙ୍ଗି ଗଲା...  ଏ...କ'ଣ !!!! ବହୁତ ଦିନ ପରେ ତାର ଅତି ପ୍ରିୟ ବାନ୍ଧବୀ ର ସ୍ବପ୍ନ??? ଏମିତି କାନ୍ଦୁଥିଲା ସେ କାହିଁକି??? ମନ ଟା ଭଲ ଲଗିଲାନି। ଚୁପଚାପ ସୋଫାରେ ଆସି ବସି ପଡିଲା। ତାର ପିଲାଦିନ ସ୍ମୃତି ଆଖି ଆଗରେ ଆଜି ନାଚି ଯାଉଥାଏ। ପ୍ରତିମା ଆଉ ସେ ବହୁତ ଭଲ ସାଙ୍ଗ ଥିଲେ।  ଦୁହେଁ ଦୁହିଁଙ୍କୁ ଦଣ୍ଡେ ନ ଦେଖିଲେ ରହି ପାରନ୍ତିନି। ପ୍ରତିମା ବାପା ବହୁତ ଗରିବ ଥିଲେ। ଝିଅ ଭଲ ପଢୁଛି ବୋଲି ତାକୁ କଲେଜ ରେ ପଢଉଥିଲେ।ପାଠ ପଢି ନିଜ ଗୋଡ଼ ରେ ଠିଆ ହୋଇଗଲେ ତାଙ୍କର ଦୁଃଖ ଯିବ। ତାର ଆଉ ଭାଇଭଉଣୀ ତ କେହି ନାହାନ୍ତି। ପଢିକି ମଣିଷ ହେଇଯିବ ବୋଲି ତା ବାପାଙ୍କର ବହୁତ ଇଛା ଥିଲା। ସୁନନ୍ଦା ର ବାପା ଭଲ ଚାକିରି କରୁଥିଲେ । ସୁନନ୍ଦା ତାକୁ ବହିପତ୍ର , ଖାତା, ପେନ୍ ଯୋଗେଇ ଦଉଥିଲା  ସବୁବେଳେ। ଦେଖୁ ଦେଖୁ ସୁନନ୍ଦା ବାପା ଙ୍କ  ବଦଳି ହୋଇ ଗଲା କଲିକତା। ବାଧ୍ୟ ହୋଇ ତାକୁ  ଯିବାକୁ ପଡିଲା । ପ୍ରଥମେ ପ୍ରଥମେ ଚିଠି ଦିଆ ନିଆ ଚାଲିଥିଲା ।ଧୀରେ ଧୀରେ ସେ ଭି ବନ୍ଦ ହେଇଗଲା। ସୁନନ୍ଦା ଏତେ ଭଲ ପଢୁନଥିଲା।  ତେଣୁ ତା ବାହାଘର ଭଲ ପାତ୍ର ଦେଖି ଜଲଦି କରିଦେଲେ। ସେ ଭି ପରିବାର ଜଂଜାଳ ଭିତରେ ପ୍ରତିମାକୁ ଭୁଲିଗଲା। ଆଜି ସ୍ବପ୍ନ ଦେଖି ଭସା ବାଦଲ ପରି ତା ସମ୍ମୁଖରେ ପ୍ରତିଭାର ମୁହଁ ନାଚି ଉଠୁଛି। କୋଉଠି ଅଛି...?  କେମିତି ଅଛି ....? କୋଉଠୁ ଖୋଜିବ ...

ଆକାଂକ୍ଷା

ସମୟର ଗତି କୁ କିଏ ବା ରୋକି ପାରିବ??? ସମୟର ଆବର୍ତ୍ତନ ରେ ଲାବନ୍ୟା ଅର୍ଦ୍ଧ ସୋପାନ  ପଦାର୍ପଣ କରିସାରିଛି।ଜୀବନ କର୍ତ୍ତବ୍ୟ ର ଅକ୍ଷାଂଶ ଦ୍ରାଘିମା ରେ ପେଶି ହେଇ ଚୁନା ହେଇଯାଇଛି। ଆଜି କିନ୍ତୁ ସମୟ ଟା ତାକୁ ଭାରି ଭାରି ଲାଗୁଛି। କ'ଣ କରିବ?? ପିଲାମାନେ ସବୁ ବଡ଼ ହେଇଗଲେଣି। ଯିଏ ଯାହାର କର୍ମକ୍ଷେତ୍ରରେ କାର୍ଯ୍ୟ ବ୍ୟସ୍ତ। ଏବେ ଘରଟା ବହୁତ ଖାଁ ଖାଁ ଲାଗୁଛି।ଏତେ ବଡ଼ ଘରେ ଦୁଇ ପ୍ରାଣୀ।   କ'ଣ ଟିକେ ରାନ୍ଧି ଦେଲେ ଦୁଇ ଓଳି କୁ ହେଇ ଯାଉଛି।  ଶାଶୂ ଶ୍ବଶୁର ବାପା ମା ସ୍ବାମୀ ପୁଅ ଝିଅ ଙ୍କ ଦାୟିତ୍ଵ ବୋଝରେ ଭୁଲି ଯାଇଥିଲା ଲାବନ୍ୟା ନିଜ ପାଇଁ ଟିକେ ସମୟ କାଢ଼ିବାକୁ।    କେମିତି ସକାଳ ହୁଏ କେମିତି ରାତି ପାହି ଯାଏ ହୋସ ନ ଥାଏ। ଖୁବ ସୁନ୍ଦର ଭାବରେ ଦାୟିତ୍ଵ ନିଭେଇଛି ଲାବନ୍ୟା। କାହାର ଭି କିଛି ଉଣା ହବାକୁ  ଦେଇନି ସେ। ସମସ୍ତ ଙ୍କ ମନ ଜାଣି  କାମ କରିଛି।ଦୁହିତା ଦୁଇ କୂଳ କୁ ହିତ ର ଯଥାର୍ଥତା ଆଣି ପାରିଛି। ସ୍ବାମୀ ଙ୍କ ଚାକିରି ଓଡ଼ିଶା ବାହାରେ ହେଲେଭି ଦାୟିତ୍ବ ର କେବେ ଭି ଅବଜ୍ଞା କରିନି। ପିଲାମାନେ ତାଙ୍କ ଗୋଡ଼ରେ ଏବେ ଠିଆ ହୋଇଛନ୍ତି।  ସ୍ବାମୀ ଙ୍କ ରିଟାର୍ଡ ପରେ ଓଡ଼ିଶାରେ ରହୁଛନ୍ତି  ଲାବଣ୍ୟା ଆଉ ତାର ସ୍ବାମୀ। ବଡ଼ ଘରଟେ ବନେଇଛନ୍ତି କଟକ ରେ ....। ଏତେ ବଡ଼ ଘରେ ପୁଣି ଦୁଇ ପ୍ରାଣୀ। ଏବେ ଲାବନ୍ୟା ଖୋଜୁଛି ସାଙ୍ଗସାଥୀ... ହସଖୁସି...

ଦ୍ବନ୍ଦ୍ବ

ସବୁ ରାତି ନୁହେଁ ଅନ୍ଧାର ରାତି ସବୁ ଦିନ ନୁହେଁ ଆଲୋକ ସବୁ ଦୁଃଖ ନୁହେଁ ମନର ବେଦନା ଖୁସି ରେ ଭି ଝରେ ଲୋତକ। ସବୁ ଡୋର ନୁହେଁ ସଂପର୍କ ର ଡୋର ସବୁ ପ୍ରେମ ନୁହେଁ ଛଳନା। ସବୁ ରାଗ ନୁହେଁ ମନର ଭାବନା ଅଭିମାନେ ଥାଏ କାମନା। ସବୁ ଋତୁ ନୁହେଁ  ବସନ୍ତର ଋତୁ ସବୁ ଫୁଲ ନୁହେଁ ପୂଜ୍ୟ। ସବୁ ହୃଦୟ ନୁହେଁ  କଳୁଷିତ ସବୁ ଭୃତ୍ୟ ନୁହେଁ ତେଜ୍ୟ। ସବୁ ପ୍ରତିଶ୍ରୁତି ନୁହେଁ  କରଣୀୟ ସବୁ ଭକ୍ତି ନୁହେଁ ନିଷ୍ଠା। ସବୁ ଭାଗ୍ୟ ନୁହେଁ  ଯେ ଦୁଃର୍ଭାଗ୍ୟ ସୌଭାଗ୍ୟ ଦେଖାଏ ପ୍ରତିଷ୍ଠା। ସବୁ ଜନ୍ମ ନୁହେଁ ସଫଳ ସାଧନା ସବୁ କର୍ମ ନୁହେଁ ହେୟ। ସବୁ ମୃତ୍ୟୁ ନୁହେଁ  ଶେଷ ପରିଣତି ସୁକର୍ମ ର ହୁଏ  ଜୟ।

ଗଣେଶ

ଆହେ ଗଜାନନ   କରେ ନିବେଦନ ଆକୁଳେ ବିକଳେ ମୁହିଁ। କରୋନା ଅସୁର    କଲା ଥର ହର ଭବେ ପଡେ ତ୍ରାହି ତ୍ରାହି ଭାଇଚାରା ଭୁଲି  ଭୀତ ମନେ ଭରି ରହୁଛନ୍ତି ଏକା ଏକା ସଙ୍ଗ ମେଳେ କାଳେ କରୋନା କବଳେ ହୋଇଯିବ ଯଦି ଦେଖା ବିଘ୍ନ ବିନାଶନ  ପ୍ରଣତି ମୋ ଘେନ କରୋନା କୁ କର ବଦ୍ଧ ଆତଙ୍କେ ତାହାର        ଧରା ଥର ହର ହୃଦୟ ହେଲାଣି ବିଦ୍ଧ। ଗିରିଜା ନନ୍ଦନ      କରୁଛି ଜଣାଣ ଦୂର କର ଏହି ବିପଦ ରକ୍ଷା କର ତୁହି       ଅସ୍ତ୍ର ଶସ୍ତ୍ର ନେଇ କରୋନାକୁ କର ହତ।

ନୀଳକଇଁ

ନୀଳ କଇଁ ମୁଁ      ଅଶ୍ରୁ ର ଅନଳେ ଜଳୁଅଛି ଦିନରାତି ବାଦଲ ଉଢାଳେ        ଲୁଚି ଲୁଚି ତୁମେ ଦେଖି କି ପାରୁଛ    ସ୍ଥିତି??? ଶାପିତା କନ୍ୟା ମୁଁ    ଶୋଭା ପାଏ ନାହିଁ ଫୁଲ ବଗିଚା ରେ କା'ର ଭ୍ରମର ଚୁମ୍ବନ ଭାଗ୍ୟେ ଯା'ର ନାହିଁ  ସଙ୍ଗ ହୀନ ମନ ମୋର।

ଜନ୍ମାଷ୍ଟମୀ

କେତେ ନଟଖଟ ତୁ କୃଷ୍ଣ କହ୍ନାଇ ଭାଦୁଅ କୃଷ୍ଣାଷ୍ଟମି ରେ ଜନମିଲୁ ତୁହି। ବନ୍ଦିଶାଳା ହେଲା ତୋର ଏନ୍ତୁଡ଼ିର ଶାଳ ଦେବକି ବସୁଦେବ ଙ୍କ ଭରିଲୁ ତୁ କୋଳ। ସାତ ତାଳ ବରଷା ଯେ ଅନ୍ଧାର ଘୋଟିଲା ସର୍ବେ ଗଲେ ନିଦ୍ରା ଦେଖାଇଲୁ ଲୀଳା। ବସୁଦେବ ହସ୍ତ ପଦୁ ଶୃଙ୍ଖଳ ଖୋଲିଲା ତତେ ଶିରେ ମୁ୍ଣ୍ଡାଇ ଯମୁନା ଲଂଘିଲା। ସପ୍ତଫେଣୀ ନାଗ ଦେବ ତତେ ରକ୍ଷା କଲେ ଯଶୋଦା କୋଳେ  ରଖି କନ୍ୟା ରତ୍ନ କୁ ଆଣିଲେ। ଇସାରେ ଇସାରେ ସବୁ ଭିଆଇଲୁ ପାପ ର ବିନାଶ ପାଇଁ ମାନବ ରୂପି ହେଲୁ। ତତେ ପାଇ ଯଶୋଦା ଙ୍କ କୁଣ୍ଢେ ମୋଟ ଛାତି। ହର୍ଷ ଉଲ୍ଲାସେ ମନାଇଲେ ତୋର ଜନ୍ମ ତିଥି। ରାଧା ଗୋପି ମେଳରେ ବିତିଲା ଯେ ଦିନ ରାସଲୀଳା ରଚିଲୁ  କରି ବଂଶୀ ଶ୍ବନ। କାଳିୟ ଦଳନ କଲୁ ପୁତନା ନାଶନ  ଥରହର ହେଲେ  ସର୍ବ ଅସୁର ଗଣ। ତୋ ଭୟେ କଂସ ମାମା ଷଡ଼ଯନ୍ତ୍ର କଲା ତୋ ହସ୍ତେ ଶେଷରେ ସେ ନିଧନ ହୋଇଲା। ଆଜି ଭି ଧରା ଲଭିଛି କରୋନା ଆତଙ୍କ। ନାଶ କର ହେ ସୁଦର୍ଶନ ଦୂର କର ଶଂକା। ଜନ୍ମ ତିଥି ରେ ଆଜି ଘେନ ଅଭିନନ୍ଦନ ତୋ ଛତ୍ରଛାୟା ତଳେ କଟିଯାଉ ଦିନ। ମିନାକ୍ଷୀ ନିଉ ଦିଲ୍ଲୀ 🙏🏻🙏🏻🙏🏻🙏🏻🙏🏻

ମୋ ବୋଉ

🌹ମୋ ବୋଉ🌹 ବୋଉ ଲୋ.... ଆଜି ବହୁତ ମନେ ପଡୁଛୁ ଜୀବନ ର ଏଇ ଶେଷ ଗଡାଣିରରେ..... ମନ ଟା ଭାଙ୍ଗି ଗଲାଣି ଲୋ ବୋଉ ଅସହ୍ୟ ଲାଗୁଛି ଏ ଜୀବନ ତୋ ବିହୁନେ.... କାହିଁକି ଛାଡି ଚାଲିଗଲୁ ସେ ଅପହଞ୍ଚ ଇଲାକା କୁ??? ତତେ ଆଉ ଦେଖି ପାରୁନି ମନ ଟା ଖାଲି ଛଟପଟ ହଉଛି... ଶରୀର ଶିଥିଳ ହେଉ ଯାଉଛି..... ତୁ ପାଖେ ପାଖେ ନାହୁଁ ବୋଲି। ସେ ଦୁନିଆରେ କେମିତି ଅଛୁ ଲୋ ବୋଉ…? ସଂସାର ସଉଦା ସାରି ଆସିଯିବି  ତୋ ପାଖକୁ। ତୋ ହସ ହସ ମୁହଁ ଇସାରା  ଡାକ ସବୁ ଭାସି ଯାଉଛି ନୀଳ ଛବି ହୋଇ... ଆଖି ଲୁହ ରେ ସବୁ ଝାପସା ଝାପସା ଦିଶୁଛି ତୋ ହାତ ରନ୍ଧା କେବେଠୁ ଖାଇନି ତୋ କୋଳ ରେ ମୁଣ୍ଡ ରଖି ଶୋଇନି ଦୁନିଆ ବାଲି ଟହ ଟହ ତାତି ଗଲାଣି ଆଉ ସହି ହଉନି ହାତ ଧରି ଚାଲି ଶିଖେଇଲୁ ଦୁନିଆ ଆଲୋକ ଦେଖେଇଥିଲୁ ଏବେ ସବୁ ଅନ୍ଧାର ଲୋ ବୋଉ....  ତୋ ବିନା କିଛି ଭଲ ଲାଗୁନି। ଶେଷ ପାହାଁଚ କୁ ଆସି ଗଲିଣି  ବ୍ୟସ୍ତ ହୁଅନା ଲୋ ବୋଉ ତୋ ପାଖେ ପାଖେ ରହିଥିବି ତୁ କହୁଥିବୁ ମୁଁ ଶୁଣୁଥିବି କେବଳ ତୁ ଥିବୁ ମୁଁ ଥିବି  ତୋ ପଣତ କାନି ରେ ମୁହଁ ଲୁଚେଇ ପଡ଼ି ରହିଥିବି  ଆଉ ବିଳମ୍ବ ନାହିଁ ସଂସାର ଯବନୀକା ସାରି ଦେଲିଣି। ଏଠି ସବୁ ଅଚିହ୍ନା ଅଚିହ୍ନା ଲାଗିଲାଣି। ଅପେକ୍ଷା କର ଟିକେ ଲୋ ବୋଉ.... ଜୀବନ ର ଶେଷ ପୃଷ୍ଠା  ଲେଖିକି ଆସିଯିବି  ତୋ ପାଖକୁ ସବୁ ଦିନ ପାଇଁ। 🙏🏻🙏🏻🙏🏻🙏🏻🙏🏻